M’Cheyne Bible Reading Plan
ସଲଫାଦର କନ୍ୟାମାନଙ୍କର ଭୂମି
36 ତା’ପରେ ଗିଲିୟଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିୟଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ଯୋଷେଫଙ୍କର ପୁତ୍ର ଥିଲେ, ମୋଶାଙ୍କ ଓ ଇସ୍ରାଏଲ ଲୋକମାନଙ୍କର ଅଧିପତିମାନେ ସେମାନଙ୍କ ସମ୍ମୁଖରେ ପ୍ରାସ୍ତାବ କଲେ। 2 ସେମାନେ କହିଲେ, “ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ଦେଶାଧିକାର ଦେବା ପାଇଁ ଆମ୍ଭମାନଙ୍କର ମୁନିବ ମୋଶାଙ୍କୁ ଆଜ୍ଞା ଦେଲେ। ଆମ୍ଭ ମୁନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। 3 ଯଦି ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ କାହାରି ସଙ୍ଗେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ। ସେମାନଙ୍କ ଅଧିକାର ସେମାନଙ୍କ ସ୍ୱାମୀ ପରିବାରବର୍ଗରେ ଯୁକ୍ତ ହେବ। 4 ଯେତେବେଳେ ମହୋଲ୍ଲାସ-ଉତ୍ସବ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ପାଳନ କରାଯିବ, ସେମାନଙ୍କର ସମ୍ପତ୍ତି ଅଧିକାର ସେମାନେ ବିବାହ କରିଥିବା ପରିବାରକୁ ଗ୍ଭଲିଯିବ। ଏହି ପ୍ରକାରେ ସେମାନଙ୍କର ସମ୍ପତ୍ତିର ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆଯିବ।”
5 ତହୁଁ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ଆଜ୍ଞା ଦେଇ କହିଲେ, “ଯୋଷେଫଙ୍କ ପରିବାରବର୍ଗର ଏହି ଲୋକମାନେ ଯଥାର୍ଥ କହୁଛନ୍ତି। 6 ସଦାପ୍ରଭୁ ସଲଫାଦରଙ୍କ କନ୍ୟାମାନଙ୍କ ସମ୍ବନ୍ଧରେ ଏହି ନିଷ୍ପତ୍ତି ଦେଇ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କେହି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍। 7 ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ଯିବା ଉଚିତ୍ ନୁହେଁ। ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧ୍ୟରେ ରଖିବା ଉଚିତ୍। 8 କୌଣସି ନାରୀ ଯିଏ ନିଜର ପିତୃ ଅଧିକାର ପାଇଛି, ତା’ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ଆପଣା ସମ୍ବନ୍ଧୀୟ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ। 9 ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ଯିବା ଉଚିତ୍ ନାହିଁ। ଇସ୍ରାଏଲର ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କ ଅଧିକାର ମଧ୍ୟରେ ରହିବେ।”
10 ସଦାପ୍ରଭୁ ମୋଶାଙ୍କୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ୟାମାନେ ସେହି ଅନୁସାରେ କର୍ମ କଲେ। 11 ଏଣୁ ସଲଫାଦରଙ୍କ କନ୍ୟାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋୟା, ସେମାନଙ୍କ ପିତୃବ୍ୟ ପୁତ୍ରମାନଙ୍କୁ ବିବାହ କଲେ। 12 ମନଃଶି ପରିବାରବର୍ଗ ମଧ୍ୟରେ ସେମାନେ ବିବାହ କଲେ। ତେଣୁ ସେମାନଙ୍କର ଭୂମି ଅଧିକାର ସେମାନଙ୍କ ପିତୃ ସମ୍ବନ୍ଧୀୟ ପରିବାର ମଧ୍ୟରେ ରହିଲା।
13 ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ ପଦାରେ ମୋଶାଙ୍କୁ ବ୍ୟବସ୍ଥା ଦେଲେ। ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦେଇଥିଲେ।
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।
8 ତୁମ୍ଭେ ମିଶରରୁ ଗୋଟିଏ
“ଦ୍ରାକ୍ଷାଲତା” ଆଣିଲ।
ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ
ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର।
9 ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ।
ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା।
“ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା।
10 ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ
ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା।
11 ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା
ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12 ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ?
ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି।
13 ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ,
ବନର ପଶୁଗଣ ତା’ର ପତ୍ର ଖାଇଯା’ନ୍ତି।
14 ହେ ସର୍ବଶକ୍ତିମାନ ପରମେଶ୍ୱର ଫେରି ଆସ।
ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15 ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ।
ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ।
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା।
ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
ଉତ୍ତର ଇସ୍ରାଏଲକୁ ସତର୍କବାଣୀ
28 ଶମରିୟାକୁ ଗ୍ଭହଁ!
ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ।
କାରଣ ପର୍ବତ ଉପରେ ଅବସ୍ଥିତ
ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ
“ରମଣୀୟ ପୁଷ୍କର ମୁକୁଟ” ସଦୃଶ,
ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ।
2 ଦେଖ, ମୋର ପ୍ରଭୁଙ୍କର ଜଣେ ବଳବାନ୍ ଓ ସାହସୀ ଲୋକ ଅଛି।
ସେ ଶିଳାଯୁକ୍ତ ଝଡ଼ ଓ ପ୍ରଳୟକାଳର ବର୍ଷା ବତାସ ପରି ଆସିବ,
ଦ୍ରୁତ ଧାବିତ ବନ୍ୟାଜଳ ସଦୃଶ ପ୍ରବାହିତ ହୋଇ
ଶକ୍ତିଶାଳୀ ହସ୍ତରେ ତାକୁ ଭୂମିରେ ନିକ୍ଷେପ କରିବ।
3 ଇଫ୍ରୟିମର ମତ୍ତ ଲୋକମାନଙ୍କ “ଦର୍ପସ୍ୱରୂପ ମୁକୁଟ’
ପଦ ତଳେ ଦଳିତ ହେବ।
4 ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ
ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’
ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ।
ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।
5 ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ। 6 ତା’ପରେ ସଦାପ୍ରଭୁ ବିଗ୍ଭର ନିମନ୍ତେ ବିଗ୍ଭରକଙ୍କୁ ବିଗ୍ଭର ଜନିତ ଆତ୍ମା ଓ ଯେଉଁମାନେ ନଗରଦ୍ୱାରରେ ଯୁଦ୍ଧରେ ଫେରାଇ ଦିଅନ୍ତି ସେମାନଙ୍କ ପାଇଁ ବଳସ୍ୱରୂପ ହେବେ। 7 ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟଦ୍ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି। 8 ସମସ୍ତ ମେଜ ବାନ୍ତିରେ ପରିପୂର୍ଣ୍ଣ। ସେଠାରେ ମଇଳା ପାଇଁ ଯଥେଷ୍ଟ କୋଠରୀ ନ ଥିଲା।
ପରମେଶ୍ୱର ତାଙ୍କ ଦାସମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି
9 “ସଦାପ୍ରଭୁ ଜ୍ଞାନ ଶିକ୍ଷା ଦେବାକୁ ଇଚ୍ଛା କରନ୍ତି। ଓ ତାଙ୍କ ସୁସମାଗ୍ଭର ବୁଝାଇବାକୁ ଇଚ୍ଛା କରୁଛନ୍ତି। ମାତ୍ର ଲୋକମାନେ ଦୁଗ୍ଧ ପୋଷ୍ୟ ଶିଶୁ ସଦୃଶ ବୁଝିବାକୁ ଅକ୍ଷମ। 10 ତେଣୁ ସଦାପ୍ରଭୁ ଶିଶୁମାନଙ୍କୁ ବୁଝାଇବା ଢଙ୍ଗରେ କୁହନ୍ତି, କାରଣ ଏ ତ:
“ବିଧି ଉପରେ ବିଧି, ବିଧି ଉପରେ ବିଧି,
ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି,
ଏଠି ଅଳ୍ପ ସେଠି ଅଳ୍ପ।”
11 ସଦାପ୍ରଭୁ ଅଦ୍ଭୂତ ସ୍ୱରରେ ଓ ଅନ୍ୟ ଭାଷାରେ ଲୋକମାନଙ୍କୁ କଥା କହିବେ।
12 ଅତୀତରେ ପରମେଶ୍ୱର ସେମାନଙ୍କୁ କହିଥିଲେ “ଏଠାରେ ଏକ ବିଶ୍ରାମସ୍ଥଳ ଅଛି। ଏହି ଶାନ୍ତିମୟ ସ୍ଥାନରେ ଯେଉଁମାନେ ଆରାମ ଗ୍ଭହୁଁଛ ଆସି ଆରାମ କର।”
ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ। 13 ତେଣୁ ପରମେଶ୍ୱରଙ୍କର ବାକ୍ୟ ବିଦେଶୀ ଭାଷାରେ କୁହାଯାଏ:
“ବିଧି ଉପରେ ବିଧି, ବିଧି ଉପରେ ବିଧି,
ଧାଡ଼ି ଉପରେ ଧାଡ଼ି; ଧାଡ଼ି ଉପରେ ଧାଡ଼ି,
ଏଠି ଅଳ୍ପ, ସେଠି ଅଳ୍ପ।”
କାରଣ ଲୋକମାନେ ଇଚ୍ଛାନୁସାରେ କାର୍ଯ୍ୟ କଲେ। ତେଣୁ ସେମାନେ ପଛକୁ ପଡ଼ି ଭଗ୍ନ ହେଲେ। ସେମାନେ ଫାନ୍ଦରେ ପଡ଼ିଲେ ଓ ଧୃତ ହେଲେ।
ପରମେଶ୍ୱରଙ୍କ ବିଗ୍ଭରରେ କେହି ଛାଡ଼ ପାଇବେ ନାହିଁ
14 ହେ ଯିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 15 ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।”
16 ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।
17 “ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।”ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ। 18 ମୃତ୍ୟୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହେବ, ପାତାଳ ସହିତ ସନ୍ଧି କିଛି କାମ ଦେବ ନାହିଁ।
“କେତେକ ଲୋକ ତୁମ୍ଭମାନଙ୍କୁ ଶାସ୍ତି ଦେବାକୁ ଆସିବେ। ପ୍ରଳୟରୂପୀ ଜଳ କୋରଡ଼ା ସଦୃଶ ତୁମ୍ଭମାନଙ୍କୁ ପାଦରେ ଦଳି ଦେବେ। 19 ଏହା ବହୁ ସମୟ ଆସି ତୁମ୍ଭକୁ ନେବ। ଏହା ସକାଳେ, ମଧ୍ୟାହ୍ନ, ସନ୍ଧ୍ୟାବେଳେ ପ୍ରକାଶିତ ହେବ।
“ଆଉ ଯେତେବେଳେ ତୁମ୍ଭେ ବୁଝ, ତାହା ଅତି ଭୟଙ୍କର ହେବ। 20 ତୁମ୍ଭକୁ ଆବୃତ କରିବା ପାଇଁ ତୁମ୍ଭ ଶଯ୍ୟା ଛୋଟ ହେବ। କୌଣସି କମ୍ବଳ ତୁମ୍ଭକୁ ଆବୃତ କରି ପାରିବ ନାହିଁ। ”
21 ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅଦ୍ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ। 22 ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ।
କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ।
ସଦାପ୍ରଭୁ ନ୍ୟାୟରେ ଦଣ୍ଡ ଦିଅନ୍ତି
23 ତୁମ୍ଭେମାନେ ମନୋଯୋଗ ସହକାରେ ଆମ୍ଭର ବାକ୍ୟ ପ୍ରତି ଧ୍ୟାନ ଦିଅ ଓ ଗ୍ରହଣ କର। 24 କୃଷକ କ’ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ? ସେ କ’ଣ ସର୍ବଦା ଭୂମିକୁ ଶିଆର କରି ଟେଳା ଭାଙ୍ଗେ? 25 କୃଷକ ଜମିକୁ ପ୍ରସ୍ତୁତ କରି ସମାନ କଲାପରେ ବିଭିନ୍ନ ପ୍ରକାର ବୀଜ ବିଭିନ୍ନ ଭାବରେ ବପନ କରେ। କଳାଜିରା ବିଞ୍ଚି ଦିଏ ଓ ଜିରା ବୁଣି ଦିଏ। ଧାଡ଼ି ଧାଡ଼ିକରି ଗହମ ଓ ନିରୂପିତ ସ୍ଥାନରେ ଯବ ଏବଂ କ୍ଷେତ୍ରର ସୀମାରେ ଜହ୍ନା ବୁଣିଥାଏ।
26 ଆମ୍ଭର ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ଏପରି କରୁଛନ୍ତି। ସେ ଆମ୍ଭମାନଙ୍କୁ ଏହି ଦୃଷ୍ଟାନ୍ତ ଦେଖାଇ ଯଥାର୍ଥ ଭାବରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି। 27 କୃଷକ କ’ଣ କଳାଜିରାକୁ କୌଣସି ତୀକ୍ଷ୍ଣ ପତ୍ରରେ ପେଷେ? ସେ କ’ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ? ସେ ଯଷ୍ଟି ବ୍ୟବହାର କରି ସେମାନଙ୍କୁ ଅମଳ କରେ। 28 ଜଣେ ସ୍ତ୍ରୀଲୋକ ପାଣି ଅଟା ସହିତ ମିଶାଏ ଏବଂ ରୋଟୀ କରିବା ପାଇଁ ହାତରେ ଦଳେ, ମାତ୍ର ସେ ତାହା ଚିରକାଳ କରେ ନାହିଁ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସେହିପରି ଶିକ୍ଷା ଦିଅନ୍ତି। ସେ ଯଦିଓ ଶକଟଚକ୍ର ଘୁରାନ୍ତି, ସେ ତାଙ୍କର ଅଶ୍ୱଗଣକୁ ଚୂର୍ଣ୍ଣ କରନ୍ତି ନାହିଁ। 29 ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଏହି ଶିକ୍ଷା ମିଳିଥାଏ। ସେ ଆଶ୍ଚର୍ଯ୍ୟ ଜନକ ମନ୍ତ୍ରଣା ଦିଅନ୍ତି ଓ ପ୍ରକୃତରେ ସେ ଜ୍ଞାନରେ ମହାନ।
1 ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି:
ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ।
ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି। 2 ଆମ୍ଭ ଅନ୍ତରରେ ଯେଉଁ ସତ୍ୟ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରୁଛୁ। ଏହି ସତ୍ୟ ଆମ୍ଭ ପାଖରେ ସବୁଦିନ ପାଇଁ ରହିବ।
3 ପରମପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ୟ ଓ ପ୍ରେମ ଦ୍ୱାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।
4 ମୁଁ ତୁମ୍ଭର କେତେକ ସନ୍ତାନମାନଙ୍କ ବିଷୟରେ ଶୁଣି ଖୁସୀ ହେଲି। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସାରେ ସେମାନେ ସତ୍ୟପଥ ଅନୁସରଣ କରୁଛନ୍ତି। 5 ପ୍ରିୟ ମହାଶୟା। ମୁଁ ତୁମ୍ଭକୁ କହୁଛି: ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ୍। ଏହା ଏକ ନୂତନ ଆଜ୍ଞା ନୁହେଁ। ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି। 6 ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଏକ ପ୍ରେମର ଜୀବନ ବିତାଅ। ତୁମ୍ଭେ ଏହି ଆଜ୍ଞା ଆରମ୍ଭରୁ ଶୁଣିଛ।
7 ଏ ଜଗତରେ ବର୍ତ୍ତମାନ ଅନେକ ଭଣ୍ଡ ଶିକ୍ଷକ ବାହାରିଲେଣି। ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ଏହି ସତ୍ୟକୁ ଅସ୍ୱୀକାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ। 8 ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।
9 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି। 10 ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ। 11 ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତେବେ ତାହାକୁ ମନ୍ଦକର୍ମ କରିବାରେ ସାହାଯ୍ୟ କରୁଛ।
12 ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ମୁଁ କାଗଜ ଏବଂ କଲମରେ ତାହା ଲେଖୁ ନାହିଁ। ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାଁମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା। ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ। 13 ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି।
2010 by World Bible Translation Center