Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 31

ଇସ୍ରାଏଲ ସନ୍ତାନଗଣଙ୍କର ମିଦିୟନୀୟମାନଙ୍କ ବିପକ୍ଷରେ ସଂଗ୍ରାମ

31 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କ ସକାଶେ ମିଦିୟନୀୟମାନଙ୍କ ଉପରେ ପ୍ରତିଶୋଧ ନିଅ। ତା’ପରେ ତୁମ୍ଭେ ମୃତ୍ୟୁବରଣ କରିବ।”

ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର କେତେକ ଲୋକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କର, ସେମାନେ ମିଦିୟନୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ଯୁଦ୍ଧ କରିବେ। ତୁମ୍ଭେମାନେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ସହସ୍ର ଲୋକ ଯୁଦ୍ଧ ପାଇଁ ସଂଗ୍ରହ କର। ତେଣୁ ଇସ୍ରାଏଲ ବଂଶରୁ ସମୁଦାୟ ବାର ସହସ୍ର ଲୋକ ଏହି ଯୁଦ୍ଧ ପାଇଁ ସଜ୍ଜିତ ହେଲେ।”

ମୋଶା ସେହି 12,000 ଲୋକଙ୍କୁ, ଯୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିୟାସରର ପୁତ୍ର ପୀ‌ନ୍‌ହସର ହସ୍ତରେ ପବିତ୍ର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ। ତହୁଁ ସେମାନେ ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ସେମାନେ ପ୍ରତ୍ୟେକ ପୁରୁଷଙ୍କୁ ବଧ କଲେ। ସେମାନେ ଇବି, ରେକମ୍, ସୂର, ହୂର ଓ ରେବା ଏହି ପାଞ୍ଚ ଜଣ ମିଦିୟନୀୟ ରାଜାଙ୍କୁ ହତ୍ୟା କଲେ। ଆଉ ମଧ୍ୟ ବିୟୋରର ପୁତ୍ର ବିଲିୟମକୁ ମଧ୍ୟ ସେମାନେ ଖ‌ଡ଼୍‌ଗରେ ହତ୍ୟା କଲେ।

ଇସ୍ରାଏଲର ଲୋକମାନେ ମିଦିୟନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସେମାନେ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ। 10 ତା’ପରେ ସେମାନଙ୍କର ସକଳ ନଗର ଓ ସକଳ ଗ୍ରାମଗୁଡ଼ିକ ଦ‌ଗ୍‌ଧ କଲେ। 11 ଆଉ ସେମାନେ ଲୁଟିତ ଦ୍ରବ୍ୟ ସହ ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ। 12 ପୁଣି ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନତୀରସ୍ଥ ମୋୟାବ ପଦାରେ ସ୍ଥାପିତ ଛାଉଣିକୁ ଆଣିଲେ। ସେମାନେ ସେମାନଙ୍କୁ ମୋଶାଙ୍କ ନିକଟକୁ, ଯାଜକ ଇଲିୟାସର ନିକଟକୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ। 13 ତା’ପରେ ମୋଶା, ଯାଜକ ଇଲିୟାସର ଓ ଲୋକମାନଙ୍କର ନେତୃଗଣ ସେମାନଙ୍କୁ ଦେଖିବାକୁ ଛାଉଣି ବାହାରକୁ ଗଲେ।

14 ସେତେବେଳେ ମୋଶା ସେନାପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କ୍ରୋଧ କଲେ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଥିଲେ। 15 ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି? 16 ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିୟମର ପରାମର୍ଶରେ ପିୟୋରଠାରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆଗେଇ ନେଇଥିଲେ। ସେଥି ସକାଶେ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ମହାମାରୀ ହେଲା। 17 ଏଣୁ ତୁମ୍ଭେମାନେ ବନ୍ଦୀମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ୟା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ହତ୍ୟା କର। 18 ମାତ୍ର ଯେଉଁ ଯୁବତୀ କନ୍ୟାମାନେ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖିବାର ଜ୍ଞାତ ହୋଇ ନାହାନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ। 19 ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମନୁଷ୍ୟ ହତ୍ୟା କରିଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସେମାନେ ସାତ ଦିନ ଛାଉଣି ବାହାରେ ରହିବେ। ସେମାନେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବା ଉଚିତ୍। 20 ତୁମ୍ଭେମାନେ ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛେଳି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।”

21 ତହୁଁ ଇଲିୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି। 22 ତୁମ୍ଭେମାନେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ୟ ଅଗ୍ନିରେ ଦ‌ଗ୍‌ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବା ଉଚିତ୍। 23 ଯେଉଁ ଦ୍ରବ୍ୟ ଅଗ୍ନିରେ ପକାଯାଇ ପାରିବ ନାହିଁ ତାକୁ ଜଳରେ ଧୋଇ ଶୁଚି କରିବ। 24 ତୁମ୍ଭେମାନେ ସପ୍ତମ ଦିନରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭେମାନେ ଶୁଚି ହେବ; ତା’ପରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରି ପାରିବ।”

25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 “ତୁମ୍ଭେ ଓ ଇଲିୟାସର ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ସୈନ୍ୟମାନଙ୍କ ଦ୍ୱାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ୟର ସଂଖ୍ୟା କର। 27 ସେହିସବୁ ଜିନିଷକୁ ସମାନ ଭାବରେ ସୈନ୍ୟମାନଙ୍କ ମଧ୍ୟରେ ଓ ସମସ୍ତ ମଣ୍ତଳୀ ମଧ୍ୟରେ ବାଣ୍ଟି ଦିଅ। 28 ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ, ଓ ମେଷମାନଙ୍କ ମଧ୍ୟରୁ ପ୍ରତି ପାଞ୍ଚଶହରେ ଗୋଟିଏ ଲେଖାଏଁ ଜୀବ ସଂଗ୍ରହ କର। 29 ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ। 30 ପୁଣି ଇସ୍ରାଏଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁ ମଧ୍ୟରୁ ପ୍ରତି ପଗ୍ଭଶ୍‌ରୁ ଗୋଟିଏ ଲେଖାଏଁ ନେଇ ଲେବୀୟମାନଙ୍କୁ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।”

31 ତହୁଁ ମୋଶାଙ୍କୁ ସଦାପ୍ରଭୁ ଯେଉଁ ଆଜ୍ଞା ଦେଇଥିଲେ ସେହି ଅନୁସାରେ ମୋଶା ଓ ଇଲିୟାସର ଯାଜକ କଲେ। 32 ଯୁଦ୍ଧରେ ଲୁଣ୍ଠିତ ଦ୍ରବ୍ୟ ମଧ୍ୟରେ 675,000 ମେଷ ଥିଲେ। 33 72,000 ଗୋରୁ। 34 61,000 ଗଧ 35 ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ। 36 ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ। 37 ସେହି ମେଷ ମଧ୍ୟରୁ ସେମାନେ 675 ସଦାପ୍ରଭୁଙ୍କୁ ମେଷ କର ସ୍ୱରୂପ ଦେଲେ। 38 ଆଉ ସେମାନଙ୍କର 36,000 ଗୋରୁ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 39 ସେମାନଙ୍କର 30,500 ଗଧ ମଧ୍ୟରୁ ସଦାପ୍ରଭୁଙ୍କର ସେଥିରେ ଏକଷଠି ଗଧ କର ସ୍ୱରୂପ ଥିଲା। 40 ପୁଣି ସେମାନଙ୍କର 16,000 ସ୍ତ୍ରୀ ଲୋକ ମଧ୍ୟରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 41 ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।

42 ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡ଼ା ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ ସନ୍ତାନଗଣକୁ ଦେଇଥିଲେ। 43 ମଣ୍ତଳୀ ସେହି ଅର୍ଦ୍ଧାଂଶ ଅନୁସାରେ 337,500 ମେଷ ପାଇଲେ। 44 36,000 ଗୋରୁ। 45 30,500 ଗଧ, 46 ଆଉ 16,000 ସ୍ତ୍ରୀ ଲୋକ ଥିଲେ। 47 ତହୁଁ ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ପଗ୍ଭଶ୍ ପ୍ରତିଶତ ଅଂଶରୁ ମୋଶା ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଗ୍ଭଶ୍ ମଧ୍ୟରୁ ଗୋଟିଏ ଲେଖାଏଁ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲେବୀୟମାନଙ୍କୁ ଦେଲେ।

48 ଏହା ପରେ ସୈନ୍ୟବାହିନୀର ନେତୃବର୍ଗ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିମାନେ ମୋଶାଙ୍କ ନିକଟକୁ ଆସିଲେ। 49 ସେମାନେ ମୋଶାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ସେବକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କେହିଜଣେ ହଜିଯାଇ ନାହାନ୍ତି। 50 ଆମ୍ଭେମାନେ ପ୍ରତ୍ୟେକ ସୈନ୍ୟଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ୱରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀୟ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହିସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।”

51 ତହୁଁ ମୋଶା ଓ ଯାଜକ ଇଲିୟାସର ସେମାନଙ୍କଠାରୁ ଏହି ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ନେଇଗଲେ। 52 ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ସବୁ ଉପହାର ସ୍ୱରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ୱର୍ଣ୍ଣ ଉପହାର 420 ପାଉଣ୍ତ ଓଜନ ଥିଲା। 53 ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ୟର ଅବଶିଷ୍ଟ ଭାଗ ରଖି ନେଇଥିଲେ। 54 ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ।

ଗୀତସଂହିତା 75-76

ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।

75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
    ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
    ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।

ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
    ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
    କିନ୍ତୁ ମୁଁ ତାକୁ ସ୍ଥିର କରିବି।

4-5 “କିଛି ଲୋକ ବହୁତ ଗର୍ବୀ,
    ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
    କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।‌”’

କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
    ପୃଥିବୀର କୌଣସି ଶକ୍ତି ନାହିଁ।
ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
    ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
    ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
    ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
    ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
    ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
    ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
    ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
    ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ
    ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ।

ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
    ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
    କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
    ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
    ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
    ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
    ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
    ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି।
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
    ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ [a] ଶକ୍ତିଶାଳୀ ହୁଅନ୍ତୁ।

11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
    ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
    ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
    ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 23

ସୋର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

23 ସୋର ବିଷୟରେ ଏକ ଦୁଃଖ ବାର୍ତ୍ତା:

“ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର।
    କାରଣ ତୁମ୍ଭର ପୋତାଶ୍ରୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।”
    କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।

ହେ ଦ୍ୱୀପ ନିବାସୀଗଣ ତୁମ୍ଭେମାନେ ନୀରବ ହୁଅ ଓ ଦୁଃଖିତ ହୁଅ।
    ସୋର ଥିଲା “ସୀଦୋନର” ବଣିକ।
    ସେହି ଦେଶର ବଣିକମାନେ ସମୁଦ୍ର ପାର ହୋଇ ତୁମ୍ଭର ଦେଶକୁ ଧନରେ ପରିପୂର୍ଣ୍ଣ କଲେ।
ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ।
    ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ
    ଓ ଅନ୍ୟ ଦେଶରେ ବିକ୍ରୟ କଲେ।

ହେ ସୀଦୋନ, ତୁମ୍ଭେମାନେ ଲଜ୍ଜିତ ହୁଅ।
    କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି:
“ମୋର ପିଲା ନାହାନ୍ତି।
    ତେଣୁ ମୁଁ ପ୍ରସବ ବେଦନା ଅନୁଭବ କରି ନାହିଁ।
ପ୍ରସବ କରି ନ ଥିବାରୁ ଯୁବକମାନଙ୍କର ପ୍ରତିପାଳନ କରି ନାହିଁ
    କିମ୍ବା ଯୁବତୀମାନଙ୍କର ଭରଣପୋଷଣ କରି ନାହିଁ।”

ମିଶର ସୋର ବିଷୟରେ ଏହି ସମ୍ବାଦ ଶୁଣିବ
    ଓ ବ୍ୟଥିତ ହେବ।
ହେ ଜାହାଜଗଣ, ତୁମ୍ଭେମାନେ ତର୍ଶୀଶକୁ ଫେରିଯାଅ।
    ହେ ଦ୍ୱୀପ ନିବାସୀମାନେ, ତୁମ୍ଭେମାନେ ହାହାକାର କର।
ଅତୀତରେ ସୋର ତୁମ୍ଭର ଆନନ୍ଦମୟୀ ନଗର ଥିଲା।
    ସେହି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା।
    ସେହି ନଗରର ଲୋକେ ଦୂର ଦେଶରେ ବାସ କରିବାକୁ ଯାଇଛନ୍ତି।
ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି।
    ସେଠିକାର ବଣିକଗଣ ରାଜ ତୁଲ୍ୟ।
ତା’ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ।
    ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି?
ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ,
    ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
10 ହେ ତର୍ଶୀଶର କନ୍ୟାଗଣ, ତୁମ୍ଭେ ଫେରି ଯାଅ
    ଏବଂ ନିଜର ଜମିରେ ଗ୍ଭଷ କର,
    କାରଣ ତୁମ୍ଭର ଆଶ୍ରୟସ୍ଥଳ ଧ୍ୱଂସ ପାଇଯାଇଛି।
11 ସଦାପ୍ରଭୁ ସମୁଦ୍ର ଉପରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି।
    ସେ ସୋର ବିପକ୍ଷରେ ଯୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି।
ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ
    ଧ୍ୱଂସ କରିବାକୁ ଆଜ୍ଞା ଦେଇଛନ୍ତି।
12 ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା,
    ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ।
ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ,
    ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।”
13 ତେଣୁ ସୋର ଲୋକମାନେ କୁହନ୍ତି, “ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”
    ମାତ୍ର କ‌‌ଲ୍‌‌ଦୀୟମାନଙ୍କର ଦେଶକୁ ଦେଖ।
ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ।
    ଅଶୂରୀୟମାନେ ତାକୁ ଆକ୍ରମଣ କରି ତା’ର ଗ୍ଭରିପଟେ ଦୁର୍ଗ ନିର୍ମାଣ କରିଛନ୍ତି।
ତା’ର ସୈନ୍ୟମାନେ ସେହି ରମଣୀୟ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନେଇଛନ୍ତି।
    ବାବିଲକୁ ଧ୍ୱଂସ ସ୍ତୁପରେ ପରିଣତ କରି
    ତାକୁ ବନ୍ୟ ଜନ୍ତୁଙ୍କର ବାସସ୍ଥଳୀରେ ପରିଣତ କରିଛନ୍ତି।
14 ହେ ତର୍ଶୀ‌ଶ୍‌ର ଜାହାଜସମୂହ, ହାହାକାର କର।
    କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ୱଂସ ହୋଇଛି।

15 ସୋର ବିଷୟରେ ଲୋକେ ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହେବେ।

ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପରେ ସୋର ପ୍ରତି ବେଶ୍ୟାର ଗୀତ ଅନୁଯାୟୀ ଘଟିବ।

16 “ହେ ବିସ୍ତୃତ ବେଶ୍ୟେ!
    ବୀଣା ନେଇ ନଗର ଭ୍ରମଣ କର।
ମଧୁର ତାଳରେ ବଜାଅ ଓ ଅନେକ ଗୀତ ଗାଅ।
    ତାହାହେଲେ ତୁମ୍ଭେମାନେ ସ୍ମୃତି ପଥରେ ଆସିବ।”

17 ସତୁରି ବର୍ଷ ପରେ ସଦାପ୍ରଭୁ ସୋର ବିଷୟରେ ବିବେଚନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦେବେ। ସୋର ତା’ର ବାଣିଜ୍ୟ ବୃତ୍ତିକି ଫେରିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ୟା ସଦୃଶ ହେବ। 18 ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା’ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ।

ଯୋହନଙ୍କ ପ୍ରଥମ ପତ୍ର 1

ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।

ପରମେଶ୍ୱର ଆମ୍ଭର ପାପ କ୍ଷମା କରନ୍ତି

ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। 10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center