Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 29

ତୂରୀଧ୍ୱନିର ପର୍ବ

29 “ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମେଷ ଓ ସାତୋଟି ଏକବର୍ଷୀୟ ମେଷଶାବକ ହୋମବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଗୋଟିଏ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ଆଉ ଶସ୍ୟ ନୈବେଦ୍ୟରୂପେ ଉତ୍ସର୍ଗ ହେବ। ଓ ସାତୋଟି ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ। ପୁଣି ତୁମ୍ଭର ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ।

ପ୍ରାୟଶ୍ଚିତ୍ତର ଦିନ

“ପୁଣି ସପ୍ତମ ମାସର ଦଶମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ସେ ଦିନରେ ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସେହି ଦିନ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବ। ପୁଣି ତହିଁରେ ଶସ୍ୟ ନୈବେଦ୍ୟରୂପେ ଏକ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଏକ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ନେବ। 10 ଓ ସାତ ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; 11 ପୁଣି ପାପାର୍ଥକ ବଳିରୂପେ ଏକ ଛାଗ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ପ୍ରାୟଶ୍ଚିତାର୍ଥକ ନୈବେଦ୍ୟ, ନିତ୍ୟ ହୋମବଳି ଓ ସେମାନଙ୍କର ନୈବେଦ୍ୟ ଓ ପେୟନୈବେଦ୍ୟ ଛଡ଼ା ଏହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।

ପତ୍ରକୁଟୀର ପର୍ବ

12 “ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ପୁଣି ସାତ ଦିନ ଯାଏ ଉତ୍ସବ ପାଳନ କରିବା ଉଚିତ୍। 13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ରୂପେ ତେରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 14 ଶସ୍ୟ ନୈବେଦ୍ୟ ରୂପେ ପ୍ରତି ଷଣ୍ଢ ପାଇଁ ଦେଢ଼ ହିନ, ପ୍ରତି ଅଣ୍ତିରା ମେଷ ପାଇଁ ଏକ ହିନ, 15 ଓ ପ୍ରତି ମେଷବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; 16 ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ସେମାନଙ୍କର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।

17 “ଆଉ ଦ୍ୱିତୀୟ ଦିନରେ, ବାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 18 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କ ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 19 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତିତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

20 “ଆଉ ଉତ୍ସବର ତୃତୀୟ ଦିନରେ ଏଗାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 21 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 22 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ସେହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବ।

23 “ଆଉ ଚତୁର୍ଥ ଦିନରେ, ଦଶ ଗୋଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 24 ଓ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 25 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

26 “ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 27 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 28 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି, ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିଗୁଡ଼ିକ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।

29 “ଆଉ ପର୍ବର ଷଷ୍ଠ ଦିନରେ ଆଠଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 30 ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 31 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

32 “ଆଉ ସପ୍ତମ ଦିନରେ ସାତୋଟି ଷଣ୍ଢ, ଦୁଇଟି ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 33 ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 34 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

35 “ଆଉ ଅଷ୍ଟମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ସେହି ଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। 36 ମାତ୍ର ସଦାପ୍ରଭୁଙ୍କୁ ହୋମବଳିରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୈଣସି ଖୁଣ ନ ଥିବ। 37 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 38 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି, ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।

39 “ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।”

40 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ମୋଶା ସେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ।

ଗୀତସଂହିତା 73

ତୃତୀୟ ପୁସ୍ତକ

(ଗୀତସଂହିତା 73-89)

ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।

73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
    ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
    ମୋର ବିଶ୍ୱାସ ପ୍ରାୟ ହରାଇଲି।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
    ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
    କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
    ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
    ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
    ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
    ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
    ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
    ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
    ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
    ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”

12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
    ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
    କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
    ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।

15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
    କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
    କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
    ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
    ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
    ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
    ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
    ରାକ୍ଷସ ପରି ଅଦୃଶ୍ୟ କରିଦିଅ।

21-22 ମୁଁ ନିର୍ବୋଧ ଥିଲି,
    ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
    ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
    ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
    ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
    କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
    ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
    ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
    ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
    ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 21

ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

21 “ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା।

ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ
    ଏକ ଭୟଙ୍କର ଦେଶରୁ ଆସୁଅଛି।
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ।
    ବିଶ୍ୱାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛି
ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି।

ହେ ଏଲମ୍! ଯାଅ ଯୁଦ୍ଧ କର।
    ହେ ମାଦିୟେ, ତୁମ୍ଭ ସୈନ୍ୟବାହିନୀ ଦ୍ୱାରା ନଗରକୁ ଅବରୋଧ କର ଓ ପରାସ୍ତ କର।
    ମୁଁ ସେହି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

ସେହି ଭୟଙ୍କର ଦୃଶ୍ୟ ଦେଖି ମୋର ପେଟ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି।
    ସେହି ଯନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ ମୋତେ କଷ୍ଟ ଦେଉଛି।
ମୁଁ ସେ ସମସ୍ତ ଶୁଣି ଭୟଭୀତ ହୋଇ ପଡ଼ିଛି।
    ମୁଁ ଏତେ ଭୀତ ଯେ ଭୟରେ ଥରୁଅଛି।
ମୋର ହୃଦୟ ଧକାଉଛି, ମହା ଭୟରେ ମୁଁ ଥରହର ହୋଇଅଛି।
    ମୋର ଆନନ୍ଦ ରୂପକ ସାୟଂକାଳ ମହାରାତ୍ରିର ଭୟର କାରଣ ହୋଇଛି।

ଲୋକମାନେ ଭାବନ୍ତି ସବୁ ସୁନ୍ଦର।
    ତେଣୁ ସେମାନେ, “ମେଜ ସଜାନ୍ତି,
    ଭୋଜନ ଓ ପାନ କରନ୍ତି।
    ସେହି ସମୟରେ ସୈନ୍ୟମାନେ କୁହନ୍ତି, ପ୍ରହରୀ ନିଯୁକ୍ତ କର,
ହେ ଅଧିପତିଗଣ ଉଠ,
    ଢାଲ ତୈଳାନ୍ତ କର।”

ମୋର ପ୍ରଭୁ ମୋତେ କହିଲେ, “ଯାଅ ଏକ ଜଣ ପ୍ରହରୀ ନିଯୁକ୍ତ କର। ସେ ଯାହା ଦେଖିବ ତାହା ସେପରି ପ୍ରକାଶ କରିବ। ସେ ଯେତେବେଳେ ଦୁଇଦଳ ଅଶ୍ୱାରୋହୀ ସୈନ୍ୟ ଦେଖିବ ଏକ ଦଳ ଗର୍ଦ୍ଦଭାରୋହୀ ସୈନ୍ୟ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ୟ ଦେଖିବ ସେତେବେଳେ ସେ ପ୍ରହରୀ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”

ତା’ପରେ ଦିନେ, ସେ ପ୍ରହରୀ କହିଲା,

“ହେ ମୋର ପ୍ରଭୁ, ପ୍ରତିଦିନ, ଦିନ ବେଳେ ମୁଁ ନିରନ୍ତର ଦୁର୍ଗରେ ଠିଆ ହୋଇ ଜଗି ରହିଥାଏ,
    ଓ ପ୍ରତି ରାତିରେ ମୁଁ ଆପଣା ପହରା ସ୍ଥାନରେ ସତର୍କ ଦୃଷ୍ଟି ରଖିଥାଏ।
ଆଉ ଦେଖ, ଏଠି ଏକଦଳ ଲୋକ
    ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।”

ତା’ପରେ ଜଣେ ଦୂତ କହିଲା,
    “ବାବିଲ ପରାସ୍ତ ହୋଇଛି
    ଓ ବାବିଲର ପତନ ହୋଇଛି।
ତା’ର ପ୍ରତିମାଗୁଡ଼ିକ
    ଭାଙ୍ଗି ଭୂମିସାତ୍ ହୋଇଛି।”

10 ଯିଶାଇୟ କହିଲେ, “ହେ ମୋର ଲୋକମାନେ, ମୁଁ ଇସ୍ରାଏଲ ପରମେଶ୍ୱର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭେମାନେ ଶସ୍ୟ ଖଳାରେ ଶସ୍ୟପରି ଦଳିଦେବ।”

God’s Message About Dumah

11 ଦୁମା ବିଷୟରେ ଶୋକବାର୍ତ୍ତା।

ଜଣେ ସେୟୀରଠାରୁ ମୋତେ ଡାକି କହିଲେ,
    “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?”

12 ପ୍ରହରୀ ଉତ୍ତର କଲା,
    “ପ୍ରଭାତ ଆସୁଅଛି, ମାତ୍ର ତା’ପରେ ରାତ୍ରି ଆସିବ।
ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି,
    ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।”

ଆରବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

13 ଆରବ ବିଷୟକ ଦୁଃଖବାର୍ତ୍ତା।

ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ
    ବନ ମଧ୍ୟରେ ରାତ୍ରି ଯାପନ କଲେ।
14 ସେମାନେ କେତେକ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ।
    ଟେମା ଦେଶବାସୀ କେତେକ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।
15 କାରଣ ସେମାନେ ଉନ୍ମୁକ୍ତ ତରବାରିରୁ,
    ଗୁଣଦିଆ ଧନୁରୁ
ଓ କ୍ଳେଶଦାୟକ ଯୁଦ୍ଧରୁ
    ରକ୍ଷା ପାଇବାକୁ ପଳାୟନ କଲେ।

16 ମୋର ପ୍ରଭୁ ସଦାପ୍ରଭୁ ମୋତେ ସେଗୁଡ଼ିକ ଘଟିବ ବୋଲି କହିଲେ। “ଏକ ବର୍ଷ ମଧ୍ୟରେ ବେତନ ଜୀବିର ବର୍ଷ ପ୍ରମାଣେ କେଦରର ସମସ୍ତ ଗୌରବ ଲୁପ୍ତ ହେବ। 17 ସେହି ସମୟରେ କେଦରର ବୀରଗଣ ମଧ୍ୟରୁ ଅଳ୍ପ କେତେକ ଧନୁର୍ଦ୍ଧର ରକ୍ଷା ପାଇବେ।” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।

ପିତରଙ୍କ ଦ୍ୱିତୀୟ ପତ୍ର 2

ଭଣ୍ଡ ଶିକ୍ଷକଗଣ

ଅତୀତକାଳରେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମିଥ୍ୟା ଭବିଷ୍ୟ‌‌ଦ୍‌‌‌‌ବକ୍ତା ଥିଲେ। ଏବେ ମଧ୍ୟ ସେହିଭଳି ଅଛନ୍ତି। ତୁମ୍ଭ ଦଳରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସେମାନେ ଏପରି ଭୁଲ୍ ଶିକ୍ଷା ଦେବେ ଯେ, ଲୋକେ ନିଜକୁ ହଜାଇ ଦେବେ। ସେମାନେ ଏଭଳି ଭାବରେ ଶିକ୍ଷା ଦେବେ ଯେ ସେମାନେ ଯେ ଭୁଲ୍ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହେବ। ସେମାନେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ୟ ମନା କରିବେ। ସେପ୍ରକାରେ ସେମାନେ ନିଜକୁ ଶୀଘ୍ର ନଷ୍ଟ କରିଦେବେ। ସେମାନେ କହୁଥିବା ମନ୍ଦ କାମକୁ ଅନେକ ଲୋକ ଅନୁସରଣ କରିବେ। ସେମାନଙ୍କ ହେତୁରୁ ଅନ୍ୟ ଲୋକେ ମଧ୍ୟ ସତ୍ୟର ମାର୍ଗ ବିଷୟରେ ସମାଲୋଚନା କରିବେ। ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।

ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।

ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।

ପରମେଶ୍ୱର ଦଣ୍ଡ ସ୍ୱରୂପେ ଦୁଷ୍ଟ ନଗରୀ ସଦୋମ ଓ ଗମୋରାକୁ ପୋଡ଼ି ପାଉଁଶ କରିଦେଇଥିଲେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେମାନଙ୍କ ପ୍ରତି କ’ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ୱରୂପ ଅଟେ। କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ। ଲୋଟ ଜଣେ ଭଲ ଲୋକ ଥିଲେ। କିନ୍ତୁ ପ୍ରତିଦିନ ସେହି ମନ୍ଦଲୋକଙ୍କ ମଧ୍ୟରେ ବାସ କରୁଥିଲେ। ସେମାନଙ୍କର ମନ୍ଦ ବିଷୟ ଗୁଡ଼ିକ ଦେଖି ଓ ଶୁଣି ସେ ହୃଦୟରେ ଆଘାତ ପାଉଥିଲେ।

ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ। 10 ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ଯ୍ୟ କରି ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ସେମାନେ ଏଭଳି ଦଣ୍ଡର ଯୋଗ୍ୟ।

ଏହି ଭଣ୍ଡ ଶିକ୍ଷକମାନେ ମନମୁତାବକ କାର୍ଯ୍ୟ କରନ୍ତି ଓ ଆପଣା ବିଷୟରେ ଗର୍ବର କଥା କହନ୍ତି। ସେମାନେ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ମନ୍ଦ କଥା କହିବାକୁ ଭୟ କରନ୍ତି ନାହିଁ। 11 ଏହି ଭଣ୍ଡ ଶିକ୍ଷକମାନଙ୍କ ତୁଳନାରେ ସ୍ୱର୍ଗଦୂତମାନେ ଅତ୍ୟଧିକ ଶକ୍ତିଶାଳୀ ଓ ବଳବାନ। କିନ୍ତୁ ସେମାନେ କେବେ ହେଲେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ ବା ସେମାନଙ୍କ ବିରୁଦ୍ଧରେ ମନ୍ଦ କଥା ପ୍ରଭୁଙ୍କୁ କହନ୍ତି ନାହିଁ।

12 କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟ ଗୁଡ଼ିକ ସମ୍ବନ୍ଧରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ୟ ପଶୁମାନଙ୍କ ପରି ଧରାଯାଇ ମରା ଯିବା ନିମନ୍ତେ ଜନ୍ମ ହୋଇଛନ୍ତି। ସେହି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ୟ ନଷ୍ଟ ହେବେ। 13 ଏହି ଭଣ୍ଡ ଶିକ୍ଷକମାନେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି। ଅତଏବ ସେମାନେ ନିଜେ ଦୁଃଖ ପାଇବେ। ସେମାନେ କରିଥିବା କାମର ଏହା ହେଉଛି ପ୍ରତିଦାନ।

ଏହି ଭଣ୍ଡ ଶିକ୍ଷକମାନେ ଭାବନ୍ତି ଯେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବେ ମନ୍ଦ କାମ କରିବା ଗୋଟିଏ ଆନନ୍ଦର ବିଷୟ ଅଟେ। ମନ୍ଦ କାମ କରି ସେମାନେ ଆନନ୍ଦ ଉପଭୋଗ କରନ୍ତି। ତୁମ୍ଭମାନଙ୍କ ସହିତ ଭୋଜି ଉତ୍ସବରେ ସମ୍ମିଳିତ ହେବା ବେଳେ, ସେମାନେ ତୁମ୍ଭ ନିମନ୍ତେ ମଇଳା ଦାଗ ଓ କଳଙ୍କି ଦାଗ ଭଳି ଲଜ୍ଜାର କାରଣ ସ୍ୱରୂପ ଅଟନ୍ତି। 14 ପ୍ରତ୍ୟେକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସେମାନେ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହାନ୍ତି। ଏହିଭଳି ଭାବରେ ସେମାନେ ସବୁବେଳେ ପାପ କରୁଥା’ନ୍ତି। ସେମାନେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦରେ ପକାଇ ଦିଅନ୍ତି। ସେମାନଙ୍କ ହୃଦୟଗୁଡ଼ିକ ସ୍ୱାର୍ଥପରତାରେ ପରିପୂର୍ଣ୍ଣ। ସେମାନେ ଅଭିଶପ୍ତ।

15 ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦେଇଛନ୍ତି ଓ ବିୟୋରର ପୁତ୍ର ବିଲିୟାମର ଭୁଲ୍ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା। 16 କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ୍ କରୁଛି। ଗଧ ସାଧାରଣ ଭାବରେ କଥା କହିପାରେ ନାହିଁ, କିନ୍ତୁ ସେହି ଗଧଟି ମଣିଷର ଭାଷାରେ କଥା କହିଲା ଓ ବିଲିୟାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।

17 ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସେମାନେ ପ୍ରଚଣ୍ଡ ଝଡ଼ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ସ୍ଥାନ ରଖା ଯାଇଅଛି। 18 ସେହି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସେମାନେ ଲୋକମାନଙ୍କୁ ପାପ ରାସ୍ତାରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗରେ ଯିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମାରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି। 19 ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।

20 ସେହି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ସେମାନେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସେମାନେ ପୁନର୍ବାର ମନ୍ଦ ବିଷୟ ଗୁଡ଼ିକ ପ୍ରତି ଆକର୍ଷିତ ହୋଇ ତାହାର ବନ୍ଧନରେ ବାନ୍ଧି ହୋଇଯିବେ, ତେବେ ସେମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହେବ। 21 ଯଦି ସେମାନେ ମୂଳରୁ ଠିକ୍ ରାସ୍ତା ଜାଣି ନ ଥା’ନ୍ତେ, ସେମାନଙ୍କ ପକ୍ଷେ ଭଲ ହୋଇଥା’ନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହୋଇଥା’ନ୍ତା। 22 ସେହି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ୟ ପ୍ରବାଦ ଭଳି: “କୁକୁର ବାନ୍ତି କଲା ପରେ ପୁନର୍ବାର ତା’ ବାନ୍ତି ଖାଇବାକୁ ଆସେ” [a] ଓ “ଘୁଷୁରିଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କରେ ଗଡ଼େ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center