M’Cheyne Bible Reading Plan
ଦୈନିକ ନୈବେଦ୍ୟ
28 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ସେମାନେ ମୋର ନୈବେଦ୍ୟ ମୋର ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମୋ’ ନିକଟକୁ ଆଣିବେ। 3 ସେମାନଙ୍କୁ କୁହ, ସେମାନେ ନିମ୍ନରେ ଦର୍ଶାଯାଇଥିବା ଉପହାରଗୁଡ଼ିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁଣ ଦୁଇଟି ମେଷବତ୍ସ ଉତ୍ସର୍ଗ କରିବେ। 4 ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟା କାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ। 5 ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଅର୍ଦ୍ଧହିନର ପେଷା ତୈଳମିଶ୍ରିତ ଅର୍ଦ୍ଧହିନର ସରୁ ମଇଦା ଦେବ।” 6 ଏହା ନିତ୍ୟ ହୋମବଳି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ସୀନୟ ପର୍ବତରେ ନିରୂପିତ ହୋଇଥିଲା। 7 “ପୁଣି ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟନୈବେଦ୍ୟ ଦେବ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ପେୟନୈବେଦ୍ୟରୂପେ ଦ୍ରାକ୍ଷାରସ ଢାଳିବ। 8 ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ, ସେହିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ।
ବିଶ୍ରାମ ଦିନର ନୈବେଦ୍ୟ
9 “ଆଉ ବିଶ୍ରାମ ଦିନରେ, ଏକ ବର୍ଷୀୟ ଦୁଇଟି ନିଖୁଣ ମେଷବତ୍ସ ଓ ତୈଳମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। 10 ଏହି ହୋମବଳି, ନିତ୍ୟ ହୋମବଳି, ପେୟନୈବେଦ୍ୟ ସହିତ ପ୍ରତି ବିଶ୍ରାମବାରରେ ଉତ୍ସର୍ଗ କରିବ।
ମାସିକ ସମାଗମ
11 “ଆଉ ପ୍ରତିମାସର ପ୍ରଥମ ଦିନରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇଟି ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ବିଶେଷ ହୋମବଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହୋଇ ଥିବେ। 12 ପୁଣି ପ୍ରତ୍ୟେକ ଷଣ୍ଢ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; 13 ପୁଣି ପ୍ରତ୍ୟେକ ମେଷଶାବକ ନିମନ୍ତେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଦେବ। ତହିଁରେ ସଦାପ୍ରଭୁଙ୍କୁ ତାହା ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ। 14 ଆଉ ଏକ ଷଣ୍ଢ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପେୟନୈବେଦ୍ୟ ହେବ; ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ ମାସିକ ହୋମବଳି ହେବ। 15 ହୋମବଳି ଓ ପେୟନୈବେଦ୍ୟ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବ।
ନିସ୍ତାରପର୍ବ
16 “ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ସଦାପ୍ରଭୁଙ୍କର ନିସ୍ତାରପର୍ବ ହେବ। 17 ପୁଣି ସେହି ମାସର ପଞ୍ଚଦଶ ଦିବସରେ ଉତ୍ସବ ହେବା ଉଚିତ୍; ଏହା ସାତ ଦିନ ଯାଏ ପାଳିତ ହେବା ଉଚିତ୍ ଓ ଏହି ସାତ ଦିନ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବା ଉଚିତ୍। 18 ପ୍ରଥମ ଦିନରେ ଏକ ପବିତ୍ର ସଭା ହେବା ଉଚିତ୍। ସେଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। 19 ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହୋମବଳି ରୂପେ ଦୁଇଟି ଷଣ୍ଢ ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ଏକ ବର୍ଷିୟ ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡ଼ିକ ଖୁଣ ନ ଥିବ। 20-21 ଗୋଟିଏ ଗୋବତ୍ସ ପାଇଁ ଦେଢ଼ ହିନ ପ୍ରତ୍ୟେକ ଅଣ୍ତିରା ମେଷ ପାଇଁ ଏକ ହିନ ଏବଂ ପ୍ରତ୍ୟେକ ମେଷଶାବକ ପାଇଁ ଅର୍ଦ୍ଧହିନ ହିସାବରେ ତୈଳାକ୍ତ ସରୁ ମଇଦା ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବା ଉଚିତ୍। 22 ତୁମ୍ଭ ପାଇଁ ପ୍ରାୟଶ୍ଚିତ କରିବାକୁ ପାପାର୍ଥକ ନୈବେଦ୍ୟ ରୂପେ ଏକ ଛାଗ ଉତ୍ସର୍ଗ କରିବା ଉଚିତ୍। 23 ତୁମ୍ଭେମାନେ ପ୍ରତ୍ୟହ ପ୍ରାତଃକାଳୀନ ହୋମବଳି ଛଡ଼ା ଏ ସମସ୍ତ ଉତ୍ସର୍ଗ କରିବ।
24 “ଏହି ବିଧି ଅନୁସାରେ ତୁମ୍ଭେମାନେ ସାତ ଦିନ ଯାଏ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟରୂପେ ସୁବାସିତ ନୈବେଦ୍ୟ ଉପହାର ଉତ୍ସର୍ଗ କରିବା ଉଚିତ୍। ଏହା ନିତ୍ୟ ହୋମବଳି ଓ ତହିଁର ପେୟନୈବେଦ୍ୟ ଛଡ଼ା ତାହା ଉତ୍ସର୍ଗୀତ ହେବ।
25 “ତା’ପରେ ସପ୍ତମ ଦିନରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହେବ ଓ ସେଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।
ସାପ୍ତାହିକ ପର୍ବ (ପେଣ୍ଟିକଷ୍ଟ)
26 “ପୁଣି ପ୍ରଥମ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମ୍ଭେମାନେ ସାପ୍ତାହିକ ପର୍ବରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ ସେଦିନ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। 27 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ଢ, ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ମେଷଶାବକକୁ ହୋମବଳି ରୂପେ ଉତ୍ସର୍ଗ କରିବା ଉଚିତ୍। 28-29 ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦା ଭକ୍ଷ୍ୟ ନୈବେଦ୍ୟ, ପୁଣି ସାତ ମେଷବତ୍ସ ମଧ୍ୟରୁ ପ୍ରତି ମେଷବତ୍ସ ନିମନ୍ତେ ଏକ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; 30 ଆଉ ତୁମ୍ଭମାନଙ୍କ ପ୍ରାୟଶ୍ଚିତ କରଣାର୍ଥେ ଏକ ଛାଗ ଉତ୍ସର୍ଗ କରିବ; 31 ତୁମ୍ଭେମାନେ ପ୍ରତିଦିନର ହୋମବଳି, ତହିଁର ଭକ୍ଷ୍ୟ ନୈବେଦ୍ୟ ସେମାନଙ୍କର ସମସ୍ତ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକ ନିଖୁଣ ହେବା ଉଚିତ୍।
ଶଲୋମନଙ୍କର ଗୀତ।
72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
2 ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
3 ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
4 ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
5 ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
6 ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
7 ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
8 ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
9 ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12 ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।
20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।
ମିଶର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
19 ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା’ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।
2 ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା’ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ। 3 ମିଶରୀୟମାନେ ବିଭ୍ରାନ୍ତ ହେବେ। ସେମାନେ କ’ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଗ୍ଭରିବେ। ଆଉ ମଧ୍ୟ ସେମାନେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନେବେ। ମାତ୍ର ସେମାନଙ୍କର ଉପଦେଶ ଅର୍ଥହୀନ ହେବ।” 4 ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ମୁଁ ମିଶରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସେମାନଙ୍କୁ ଶାସନ କରିବେ।”
5 ନୀଳନଦୀ ଶୁଷ୍କ ହେବ ଏବଂ ନଦୀଗୁଡ଼ିକ ଜଳଶୂନ୍ୟ ହେବ। 6 ସମସ୍ତ ନଦୀ ଦୁର୍ଗନ୍ଧ ହେବ। ମିଶରର ସମସ୍ତ ନାଳ ଶୁଷ୍କ ହୋଇ ଜଳଶୂନ୍ୟ ହେବ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ। 7 ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।
8 “ଯେଉଁ କୈବର୍ତ୍ତମାନେ ବନଶୀ ସାହାଯ୍ୟରେ ନୀଳନଦୀରୁ ମାଛ ଧରୁଥିଲେ, ସେମାନେ ଦୁଃଖିତ ହେବେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣିରେ ଜାଲ ପକାଉଥିଲେ ହତାଶ ହେବେ। ସେମାନଙ୍କର ଜୀବିକା ପାଇଁ ନୀଳନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିଯିବ। 9 ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସେମାନେ ଅତ୍ୟନ୍ତ ଦୁଃଖିତ ହେବେ। କାରଣ ସେମାନେ ଯେଉଁ ଛଣପଟ ଶୁକ୍ଳବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ଯିବାରୁ ତାହା ଆଉ ଜନ୍ମିବ ନାହିଁ। 10 ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହେବେ।
11 ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। “ଫାରୋର ଜ୍ଞାନୀ ଉପଦେଷ୍ଟାଗଣ” କୁପରାମର୍ଶ ଦିଅନ୍ତି। ସେହି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ୱାନ ମନେ କରନ୍ତି। ସେମାନେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତରେ ସେମାନେ ଜ୍ଞାନୀ ନୁହନ୍ତି। 12 ହେ ମିଶର, ତୁମ୍ଭର ଜ୍ଞାନୀ ବ୍ୟକ୍ତିଗଣ କେଉଁଠାରେ? ସେହି ଜ୍ଞାନୀ ବ୍ୟକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷୟରେ କି ମନ୍ତ୍ରଣା କରିଛନ୍ତି। ସେମାନଙ୍କୁ କ’ଣ ଘଟିବ କୁହନ୍ତୁ।
13 ସିୟୋନର ଅଧିପତିମାନେ ନିର୍ବୋଧ ହୋଇ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସେହି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି। 14 ସଦାପ୍ରଭୁ ମିଶରୀୟମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସେମାନେ ନିଜେ ବାଉଳା ହୋଇଛନ୍ତି ଓ ମିଶରକୁ କୁପଥରେ ନେଇଛନ୍ତି। ସେହି ପ୍ରାଚୀନଗଣ ଯାହାସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତିରେ ଟଳଟଳ ହେଲାପରି ସେମାନେ ମିଶରକୁ ପ୍ରତ୍ୟେକ କାର୍ଯ୍ୟରେ ବିପଥଗାମୀ କରିଛନ୍ତି। 15 ଅଧିପତିମାନେ ମିଶର ପାଇଁ କିଛି କରି ପାରିବେ ନାହିଁ। ସେମାନେ, “ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପାରେ ସେମାନେ ତାହା କରି ପାରିବେ ନାହିଁ।”
16 ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ। 17 ମିଶର ପ୍ରତି ଯିହୁଦା ତ୍ରାସଜନକ ହେବ। ମିଶରର ଯେକୌଣସି ବ୍ୟକ୍ତି ଯିହୁଦାର ନାମ ଶୁଣିବ ଭୟରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶରରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି। 18 ସେ ସମୟରେ, ମିଶରର ପାଞ୍ଚୋଟି ନଗରରେ ଲୋକ କିଣାନୀୟ ଭାଷା କହିବେ, ସେମାନେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନେବେ। ସେହି ପାଞ୍ଚ ନଗରମାନଙ୍କ ମଧ୍ୟରୁ ଏକ ନଗର, “ଉତ୍ପାଟନ ନଗର” ନାମରେ ଖ୍ୟାତ ହେବ।
19 ସେହି ସମୟରେ ମିଶରର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ପାଇଁ ଏକ ଯଜ୍ଞବେଦି ହେବ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ। 20 ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା’ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।
21 ସେହି ଦିନ ମିଶରୀୟମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚୟ ପାଇବେ। ସେମାନେ ପରମେଶ୍ୱରଙ୍କୁ ପ୍ରେମ କରିବେ। ସେମାନେ ତାଙ୍କୁ ସେବା କରିବେ ଓ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବେ। ଆଉ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶପଥ ନେବେ ଓ ସେ ଶପଥ ପାଳନ କରିବେ। 22 ସଦାପ୍ରଭୁ ମିଶରୀୟମାନଙ୍କୁ ଦଣ୍ଡ ଦେବେ। ଆଉ ମଧ୍ୟ ସେମାନଙ୍କୁ ସେ କ୍ଷମା ଦେବେ। ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟକୁ ଗ୍ଭଲି ଆସିବେ। ସଦାପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ ଓ ସେମାନଙ୍କୁ କ୍ଷମା ଦେବେ।
23 ସେହି ସମୟରେ ମିଶରରୁ ଅଶୂର ପର୍ଯ୍ୟନ୍ତ ଏକ ରାଜପଥ ନିର୍ମିତ ହେବ। ତା’ପରେ ଅଶୂରର ଲୋକମାନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ। 24 ସେ ସମୟରେ ଇସ୍ରାଏଲ, ଅଶୂର ଓ ମିଶର ଏକତ୍ରିତ ହେବେ ଓ ରାଜ୍ୟକୁ ନିୟନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହେବେ। 25 ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, “ହେ ମିଶରୀୟମାନେ, ତୁମ୍ଭେମାନେ ମୋର ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭେମାନେ ସମସ୍ତେ ଆଶୀର୍ବାଦର ପାତ୍ର।”
ଅଶୂର ମିଶର ଓ କୂଶକୁ ପରାସ୍ତ କରିବ
20 ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ। 2 ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।
3 ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ତିନି ବର୍ଷ ଧରି ବିବସ୍ତ୍ର ଓ ଶୂନ୍ୟପାଦ ହୋଇ ଭ୍ରମଣ କଲେ। ଏହା ମିଶର ଓ କୂଶ ପାଇଁ ଚିହ୍ନ ଓ ଅଦ୍ଭୂତ ଲକ୍ଷଣ ସ୍ୱରୂପ ଅଟେ। 4 ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ। 5 ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା’ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।”
6 ସେହି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, “ଆମ୍ଭେମାନେ ଏହି ଦେଶଗୁଡ଼ିକ ଉପରେ ସାହାଯ୍ୟ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟକୁ ଆମ୍ଭେମାନେ ବିଶ୍ୱାସ ଭୂମି ଭାବି ଧାଇଁ ଯାଇଥିଲୁ। ମାତ୍ର ସେହି ଦେଶଗୁଡ଼ିକ ଅଧିକୃତ ହେଲା, ତେବେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭେମାନେ କିପରି ବଞ୍ଚିବୁ?”
1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି।
ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।
2 ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି
3 ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। 4 ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।
5 ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, 6 ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, 7 ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। 8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା’ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। 9 ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା’ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।
10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ।
12 ତୁମ୍ଭେ ଏହି କଥା ଜାଣ। ତୁମ୍ଭଠାରେ ବର୍ତ୍ତମାନ ଥିବା ସତ୍ୟରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେପକାଇବା ପାଇଁ ସାହାଯ୍ୟ କରୁଥିବି। 13 ମୁଁ ଶରୀରରେ ବଞ୍ଚିଥିବା ପର୍ଯ୍ୟନ୍ତ, ଏ କଥା ତୁମ୍ଭକୁ ମନେ ପକାଉଥିବାରେ ସାହାଯ୍ୟ କରିବି, ଏହା ଉଚିତ୍ ବୋଲି ମୁଁ ମନେ କରେ। 14 ମୁଁ ଜାଣେ ଯେ, ମୁଁ ଶୀଘ୍ର ମୋର ଶରୀର ତ୍ୟାଗ କରିବି। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ତାହା ଦେଖାଇଛନ୍ତି। 15 ତୁମ୍ଭେମାନେ ଏହିକଥା ସର୍ବଦା ମନେରଖିବା ପାଇଁ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ମୁଁ ଗ୍ଭଲିଗଲା ପରେ ମଧ୍ୟ ତୁମ୍ଭେ ଯେପରି ଏ କଥା ମନେ ରଖିବ, ଏହା ମୁଁ ଗ୍ଭହେଁ।
ଆମ୍ଭେ ଖ୍ରୀଷ୍ଟଙ୍କ ମହିମା ଦେଖିଲୁ
16 ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସେଗୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖିରେ ଯୀଶୁଙ୍କର ମହାନତା ଦେଖିଛୁ। 17 ଯେତେବେଳେ ପରମପିତା ପରମେଶ୍ୱରଙ୍କଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତେବେଳେ ଯୀଶୁ ପିତା ପରମେଶ୍ୱରଙ୍କ ମହାଗୌରବଯୁକ୍ତ ବାଣୀ ଶୁଣିଥିଲେ। ସେହି ସ୍ୱର କହିଥିଲା: “ଏ ମୋର ପୁତ୍ର, ମୁଁ ତାହାକୁ ପ୍ରେମ କରେ। ମୁଁ ତା’ ଉପରେ ଅତି ପ୍ରସନ୍ନ।” 18 ଆମ୍ଭେ ସେହି ବାଣୀ ଶୁଣିଛୁ। ଆମ୍ଭେମାନେ ଯୀଶୁଙ୍କ ସହିତ ପବିତ୍ର ପର୍ବତରେ ଥିଲାବେଳେ ଏହି ବାଣୀ ଆକାଶରୁ ଆସିଥିଲା।
19 ଭବିଷ୍ୟଦ୍ବକ୍ତା କହିଥିବା କଥାଗୁଡ଼ିକ ବିଷୟରେ ସୁନିଶ୍ଚିତ ହେବା ପାଇଁ ଏହା ଅଧିକ ସାହାଯ୍ୟ କରେ। ଭବିଷ୍ୟଦ୍ବକ୍ତାମାନେ ଯାହା ଯାହା କହିଛନ୍ତି, ସେଗୁଡ଼ିକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ତୁମ୍ଭ ପାଇଁ ଭଲ। ସେମାନେ ଯାହା କହିଛନ୍ତି ତାହା ଅନ୍ଧକାରରେ ଜ୍ୟୋତିଃ ତୁଲ୍ୟ ପ୍ରକାଶିତ ହେଲା। ସକାଳ ହେବା ପର୍ଯ୍ୟନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନରେ ନୂତନ ଜ୍ୟୋତିଃ ନ ଆଣିବା ପର୍ଯ୍ୟନ୍ତ, ତୁମ୍ଭ ପାଖରେ ସେହି ଜ୍ୟୋତିଃ ଅଛି। 20 ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ୟର ନିଜର ବ୍ୟାଖ୍ୟା ନୁହେଁ। 21 କୌଣସି ଭବିଷ୍ୟଦ୍ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।
2010 by World Bible Translation Center