M’Cheyne Bible Reading Plan
ବିଲିୟମଙ୍କ ତୃତୀୟ ବାର୍ତ୍ତା
24 ବିଲିୟମ ହୃଦ୍ବୋଧ କଲେ ଯେ, ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବାକୁ ଗ୍ଭହିଁଲେ। ତେଣୁ ସେ ପୂର୍ବପରି କୌଣସି ନୈବେଦ୍ୟ ପ୍ରୟୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁଚ୍ଛାଟାରେ ମରୁଭୂମି ଆଡ଼େ ନିଜ ମୁଖ ରଖିଲା। 2 ବିଲିୟମ ଦେଖିଲା ଯେ, ଇସ୍ରାଏଲର ଲୋକମାନେ ସେମାନଙ୍କର ପରିବାରବର୍ଗ ଅନୁସାରେ ରହିଲେ। ତା’ପରେ ପରମେଶ୍ୱରଙ୍କର ଆତ୍ମା ବିଲିୟମ ଉପରକୁ ଆସିଲା। 3 ଆଉ ବିଲିୟମ କହିଲା,
“ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା ଅଟେ।
ଏହା ଜଣେ ମନୁଷ୍ୟର ବାର୍ତ୍ତା ଅଟେ, ଯିଏ ସ୍ପଷ୍ଟ ଭାବରେ ଦେଖେ।
4 ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ।
ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛ।
ସେ ହେଉଛି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଗରେ ଭୂମିଷ୍ଠ ପ୍ରଣାମ କଲା, କିନ୍ତୁ ତା’ର ଚକ୍ଷୁଗୁଡ଼ିକ ଖୋଲା ଥିଲା।
5 “ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର!
ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କେଡ଼େ ମନୋହର।
6 ତୁମ୍ଭେମାନେ ଉପତ୍ୟକା ତୁଲ୍ୟ ବିସ୍ତାରିତ
ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ,
ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ
ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।
7 ସେମାନଙ୍କ କଳସରୁ ଜଳ ଉଚ୍ଛୁଳିବ,
ସେମାନଙ୍କର ବୀଜ ଅନେକ ଜଳରେ ପଡ଼ିବ,
ପୁଣି ସେମାନଙ୍କର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବ,
ସେମାନଙ୍କର ରାଜ୍ୟ ଉନ୍ନତ ହେବ।
8 “ପରମେଶ୍ୱର ସେମାନଙ୍କୁ ମିଶରରୁ ବାହାର କରି ଆଣିଛନ୍ତି।
ସେମାନେ, ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
ସେମାନେ ସେମାନଙ୍କର ବିରୋଧୀମାନଙ୍କୁ ପରାସ୍ତ କରିବେ
ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ୱାରା ସେମାନଙ୍କୁ ଭେଦ କରିବେ।
9 “ଇସ୍ରାଏଲ ବସିପଡ଼ୁଛି ଓ ସିଂହତୁଲ୍ୟ ଶୟନ କରୁଛି।
କିଏ ତାକୁ ଉଠାଇବାକୁ ଯାଉଛି,
ଯେକେହି ତୁମ୍ଭକୁ ଆଶୀର୍ବାଦ କରନ୍ତି,
ସେ ଆଶୀର୍ବାଦ ପ୍ରାପ୍ତ ହେବ।
ଯେକେହି ତୁମ୍ଭକୁ ଶାପ ଦିଅନ୍ତି,
ସେ ଶାପଗ୍ରସ୍ତ ହେବ।”
10 ବାଲାକ୍ ବିଲିୟମକୁ ରାଗିଗଲା। ବାଲାକ୍ ବିଲିୟମକୁ କହିଲା, “ମୁଁ ମୋର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ନିମନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସେମାନଙ୍କୁ ତିନିଥର ଆଶୀର୍ବାଦ କଲ। 11 ଏଣୁ ତୁମ୍ଭେ ଆପଣା ସ୍ଥାନକୁ ଯାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଗ୍ଭର ଥିଲା। ମାତ୍ର ସଦାପ୍ରଭୁ ତୁମ୍ଭକୁ ସମ୍ମାନ ପାଇବାରୁ ବଞ୍ଚିତ କଲେ।”
12 ତହୁଁ ବିଲିୟମ ବାଲାକ୍କୁ କହିଲା, “ତୁମ୍ଭେ ମୋ’ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସେମାନଙ୍କୁ ଏହା କହିଥିଲି। 13 ‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’ 14 ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ’ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।”
ବିଲିୟମଙ୍କ ଶେଷବାର୍ତ୍ତା
15 ଏଥିରେ ବିଲିୟମ କହିଲେ,
“ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା।
ଏହା ସେହି ମନୁଷ୍ୟର ବାର୍ତ୍ତା ଯିଏ ସ୍ପଷ୍ଟ ଭାବରେ ଦେଖେ।
16 ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ।
ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ।
ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି।
ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା’ର ଆଖିଗୁଡ଼ିକ ଖୋଲିଥାଏ।
17 “ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ।
ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି।
ଯାକୁବଠାରୁ ଏକ ତାରା ଉଦିତ ହେବ
ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ଉତ୍ଥିତ ହେବ।
ମୋୟାବର ପାର୍ଶ୍ୱ ଭେଦ କରିବ
ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ।
18 ଇସ୍ରାଏଲ ଶକ୍ତିଶାଳୀ ହେବ।
ସେ ଇଦୋମ ଅଧିକାର କରିବ।
ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ।
19 “ଯାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ।
ସେ ସେହି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”
20 ଏହା ପରେ ସେ ଅମାଲେକ ପ୍ରତି ଦୃଷ୍ଟିକରି ଗୀତରେ କହିଲା,
“ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା।
ମାତ୍ର ତାହା ମଧ୍ୟ ବିନଷ୍ଟ ହେବ।”
21 ତହୁଁ ସେ କେନୀୟମାନଙ୍କ ଆଡ଼କୁ ମୁହଁ କରି କହିଲା,
“ତୁମ୍ଭେ ଭାବୁଛ, ତୁମ୍ଭର ଦେଶ ଅତି ଦୃଢ଼
ଓ ତୁମ୍ଭର ଗୃହଗୁଡ଼ିକ ପଥୁରିଆ ଜାଗାର ଶୀର୍ଷରେ ଥିବା ପକ୍ଷୀବସା ପରି।
22 କିନ୍ତୁ କେନୀୟମାନେ କ୍ଷୟପ୍ରାପ୍ତ ହେବେ।
ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।”
23 ତା’ପରେ ବିଲିୟମ କହିଲା,
“ଯେତେବେଳେ ପରମେଶ୍ୱର ଏହା କରନ୍ତି, ସେତେବେଳେ କିଏ ବଞ୍ଚିବ?
24 ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ
ଓ ସେମାନେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ।
କିନ୍ତୁ ଏହି ଜାହାଜଗୁଡ଼ିକ ମଧ୍ୟ ଧ୍ୱଂସ ହେବେ।”
25 ତା’ପରେ ବିଲିୟମ ଉଠିଲା ଏବଂ ଗୃହକୁ ଫେରିଗଲା ଓ ବାଲାକ୍ ମଧ୍ୟ ନିଜ ବାଟରେ ଗ୍ଭଲିଗଲା।
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
16 ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ।
2 ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ।
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା’ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
ଇସ୍ରାଏଲ ଗୃହକୁ ଫେରିବ
14 ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା’ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ। 2 ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ। 3 ସଦାପ୍ରଭୁ ତୁମ୍ଭର କଷ୍ଟ ଓ କଠୋର କାର୍ଯ୍ୟକୁ ଦୂର କରିବେ ଏବଂ ତୁମ୍ଭକୁ ସେ ବିଶ୍ରାମ ଦେବେ। କାରଣ ଅତୀତରେ ତୁମ୍ଭେମାନେ ଦାସ ଥିଲ ଓ କଠିନ କାର୍ଯ୍ୟ କରିଥିଲ। ତେଣୁ ସଦାପ୍ରଭୁ ତୁମ୍ଭର ସେହି କ୍ଳେଶ ଦୂର କରିବେ।
ବାବିଲ ରାଜାଙ୍କ ବିଷୟରେ ଏକ ସଙ୍ଗୀତ
4 ସେହି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷୟରେ ଏହି ଉପହାସ ଗୀତ ଗାନ କରିବ।
ସେହି ଅତ୍ୟାଗ୍ଭରୀ ନିଷ୍ଠୁର ରାଜା କିପରି ଶାସନ କରୁଥିଲେ
ମାତ୍ର ବର୍ତ୍ତମାନ ତାହା ଶେଷ ହୋଇଛି।
5 ସଦାପ୍ରଭୁ ସେହି ଦୁଷ୍ଟାଗ୍ଭରୀ ରାଜାମାନଙ୍କର ରାଜଦଣ୍ଡକୁ ଭାଙ୍ଗି ଦେଇଛନ୍ତି।
ସେମାନଙ୍କର କ୍ଷମତା କାଢ଼ି ନେଇଛନ୍ତି।
6 ବାବିଲର ରାଜା କ୍ରୋଧରେ ଲୋକମାନଙ୍କୁ ପ୍ରହାର କରୁଥିଲେ
ଓ ସେଥିରୁ କେବେ ନିବୃତ୍ତ ହେଉ ନ ଥିଲେ।
ଲୋକମାନଙ୍କୁ ଆଘାତ କରିବାରୁ
ସେ ଦୁରାଗ୍ଭରୀ ଶାସକ ଦୂରେଇ ଯାଉ ନ ଥିଲେ।
7 ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନେବ।
ଦେଶରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତେବେଳେ ଲୋକମାନେ ଆନନ୍ଦରେ ଉତ୍ସବ ପାଳନ କରିବେ।
8 ଏପରିକି ଲିବାନୋନ୍ର ଦେବଦାରୁ
ଓ ଏରସବୃକ୍ଷସବୁ ଆନନ୍ଦ କରିବେ।
ସେହି ଗଛଗୁଡ଼ିକ ମଧ୍ୟ କହିବେ,
“ରାଜା ଆମ୍ଭକୁ ଛେଦନ କରୁଥିଲେ।
କିନ୍ତୁ ତାଙ୍କର ପତନ ଘଟିଛି,
ସେ ଆଉ ଆମ୍ଭ ବିପକ୍ଷରେ ଛିଡ଼ା ହେବେ ନାହିଁ।”
9 ମୃତ୍ୟୁର ରାଷ୍ଟ୍ର ପାତାଳ ଉତ୍ତୋଳିତ ହୋଇପଡ଼ିବ
କାରଣ ତୁମ୍ଭେ ଆସୁଛ।
ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ।
ସେହି ନେତାମାନେ ତୁମ୍ଭ ପାଇଁ କାମ କରିବେ।
ସେମାନେ ସେହି ରାଜାମାନଙ୍କୁ ନୀଗ୍ଭବସ୍ଥା କରିବେ।
ସେମାନେ ତୁମ୍ଭକୁ ସ୍ୱାଗତ କରିବା ପାଇଁ ସତର୍କ ରହିବେ।
10 ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ,
“ବର୍ତ୍ତମାନ ତୁମ୍ଭେମାନେ ଆମ୍ଭ ପାଇଁ ମୃତ ପ୍ରାୟ।
ତୁମ୍ଭେମାନେ ଆମ୍ଭମାନଙ୍କ ପାଇଁ ସମାନ।”
11 ତୁମ୍ଭର ବଡ଼ିମା ରସାତଳଗାମୀ ହୋଇଛି।
ତୁମ୍ଭ ବୀଣାର ସ୍ୱର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘୋଷଣା କରୁଛି।
ମାଛି ତୁମ୍ଭର ଶରୀରକୁ ଭକ୍ଷ୍ୟଣ କରିବ।
ତୁମ୍ଭେ ସେମାନଙ୍କ ଉପରେ ବିଛଣା ସଦୃଶ ପଡ଼ିବ।
କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
12 ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ।
ବର୍ତ୍ତମାନ ତୁମ୍ଭର ପତନ ଘଟିଛି।
ଅତୀତରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ।
କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛେଦନ କରାଯାଇଛି।
13 ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ,
“ଆମ୍ଭେ ପରମେଶ୍ୱରଙ୍କ ପରି ସ୍ୱର୍ଗାରୋହଣ କରିବା।
ଆମ୍ଭେ ସ୍ୱର୍ଗର ଊର୍ଦ୍ଧ୍ୱକୁ ଯିବା, ଆମ୍ଭେ ପରମେଶ୍ୱରଙ୍କ ତାରକାର ଊର୍ଦ୍ଧ୍ୱରେ ସିଂହାସନ ସ୍ଥାପନ କରିବା।
ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପରେ ଉପବିଷ୍ଟ ହେବା ଓ ସେହି ପର୍ବତରେ ପରମେଶ୍ୱରଙ୍କୁ ସାକ୍ଷାତ କରିବା।
14 ଆମ୍ଭେ ମେଘମାଳାର ଉଚ୍ଚସ୍ଥଳରେ ଉପରକୁ ଉଠିବା
ଏବଂ ପରମେଶ୍ୱରଙ୍କ ତୁଲ୍ୟ ସର୍ବୋପରିସ୍ଥ ହେବା।”
15 କିନ୍ତୁ ତାହା ଘଟିଲା ନାହିଁ।
ତୁମ୍ଭେ ଈଶ୍ୱରଙ୍କ ସହିତ ସ୍ୱର୍ଗକୁ ଯାଇ ନ ଥିଲ।
ତୁମ୍ଭେ ପାତାଳର ଗଭୀରତମ ସ୍ଥାନକୁ ଗ୍ଭଲି ଯାଇଥିଲ।
16 ଲୋକମାନେ ତୁମ୍ଭକୁ ଗ୍ଭହିଁବେ
ଓ ତୁମ୍ଭ ବିଷୟରେ ଚିନ୍ତା କରିବେ।
ସେମାନେ ଦେଖିବେ ତୁମ୍ଭେମାନେ ମୃତ ସଦୃଶ ପଡ଼ି ରହୁଛ।
ଏବଂ କହିବେ, “ଏହା କ’ଣ? ସେମାନେ ସେହି ଲୋକ ଯେ କି ପୃଥିବୀର ସମସ୍ତ ରାଜ୍ୟର ଦୁଃଖର କାରଣ ହୋଇଥିଲେ।
17 ଏ କ’ଣ ସେହି ଲୋକ
ଯେ କି ନଗରଗୁଡ଼ିକୁ ଧ୍ୱଂସ କରିଥିଲେ
ଓ ସେଗୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ,
ପୁଣି ଯୁଦ୍ଧରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ?”
18 ପୃଥିବୀର ସମସ୍ତ ରାଜନ୍ୟବର୍ଗ ମୃତ୍ୟୁପରେ ସମ୍ମାନ
ଓ ଗୌରବ ସହ ନିଜ ନିଜ ସମାଧିରେ ବିଶ୍ରାମ ନେଲେ।
19 ମାତ୍ର ତୁମ୍ଭେ ଦୁଷ୍ଟାଗ୍ଭରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହୋଇଛ।
ବୃକ୍ଷର ଶାଖା ବୃକ୍ଷରୁ ବିଚ୍ୟୁତ ହୋଇ ବାହାରେ ନିକ୍ଷିପ୍ତ ହେଲାପରି
ଏବଂ ଯୁଦ୍ଧରେ ମୃତ ସୈନିକ ଯେପରି
ଅନ୍ୟ ସୈନ୍ୟମାନଙ୍କ ଦ୍ୱାରା ପଦଦଳିତ ହେଲାପରି ତୁମ୍ଭେ ହେବ।
ବର୍ତ୍ତମାନ ତୁମ୍ଭେ ମୃତ୍ୟୁ ବସ୍ତ୍ରରେ ଆଚ୍ଛାଦିତ ହୋଇ
ନିଜ କବର ବାହାରେ ପଡ଼ି ରହିଛ।
20 ଅନେକ ରାଜା ମୃତ୍ୟୁବରଣ କରିଛନ୍ତି ଓ ନିଜ ନିଜ କବରରେ ସମାଧିସ୍ଥ ହୋଇଛନ୍ତି।
ତୁମ୍ଭେ ସେମାନଙ୍କ ପରି କବରସ୍ଥ ହେବ ନାହିଁ।
କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ୱଂସ କରିଛ।
ତୁମ୍ଭ ନିଜ ଲୋକଙ୍କୁ ହତ୍ୟା କରିଛ।
ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ୱଂସ ପଥ ଅନୁସରଣ କରିବେ ନାହିଁ।
ସେମାନେ ସେହି କୁକାର୍ଯ୍ୟରୁ ନିବୃତ୍ତ ହେବେ।
21 ସେମାନଙ୍କ ଦୋଷ ଯୋଗୁଁ ସେମାନଙ୍କର ପିଲାମାନଙ୍କୁ ହତ୍ୟା କର।
ଯେପରିକି ସେମାନଙ୍କର ବଂଶଧର
ପୁନର୍ବାର ଦେଶର ଶାସକ ହେବେ ନାହିଁ
ଓ ଜଗତକୁ ସେମାନଙ୍କ ନଗରରେ ପରିପୂର୍ଣ୍ଣ କରିବେ ନାହିଁ।
22 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, “ମୁଁ ସେମାନଙ୍କ ବିପକ୍ଷରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ୱଂସ କରିବି। ତା’ର ସମସ୍ତ ଲୋକଙ୍କୁ ଉଚ୍ଛିନ୍ନ କରିବି। ଆଉ ମଧ୍ୟ ସେମାନଙ୍କର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ୱଂସ କରିବି।” ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।
23 ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।”
ପରମେଶ୍ୱର ଅଶୂରକୁ ମଧ୍ୟ ଦଣ୍ଡ ଦେବେ
24 ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, “ମୁଁ ଶପଥ କରୁଛି, ମୁଁ ଯାହା ଗ୍ଭହିଁଥିଲି ତାହା ହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସେହିପରି ମଧ୍ୟ ଘଟିବ। 25 ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ। 26 ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।”
27 ଯେତେବେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କେହି ନିବୃତ୍ତ କରି ପାରିବେ ନାହିଁ। ଆଉ ମଧ୍ୟ ଯେତେବେଳେ ସେ ଲୋକମାନଙ୍କୁ ଦଣ୍ଡ ଦେବାକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥିରେ ତାଙ୍କୁ କେହି ଅଟକାଇବେ ନାହିଁ।
ପଲେଷ୍ଟୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା
28 ଆହସ୍ ରାଜାଙ୍କ ମୃତ୍ୟୁ ବର୍ଷରେ ଏହି ଦୁଃଖ ବାର୍ତ୍ତା ଦିଆ ଯାଇଥିଲା।
29 ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ। 30 ମାତ୍ର ମୋର ଦରିଦ୍ର ଲୋକମାନେ ଶାନ୍ତିରେ ଭୋଜନ କରିବେ। ସେମାନଙ୍କର ପିଲାମାନେ ମଧ୍ୟ ନିରାପଦରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ୟ ସଂହାର କରିବି।
31 ନଗରର ଦ୍ୱାର ଦେଶର ଲୋକ
ଓ ନଗରସ୍ଥ ଲୋକ ହାହାକାର କର।
ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହେବ।
ମହମ ସଦୃଶ ତୁମ୍ଭର ସାହସ ତରଳି ଯିବ।
ଉତ୍ତର ଦିଗକୁ ଗ୍ଭହଁ,
ଉତ୍ତରରୁ ଧୂମ ଆସୁଛି।
ଅଶୂରର ସୈନ୍ୟ ଆସୁଛନ୍ତି।
ସେମାନଙ୍କ ମଧ୍ୟରେ ସମସ୍ତ ସୈନ୍ୟ ଶକ୍ତିଶାଳୀ।
32 ସେହି ସୈନ୍ୟବାହିନୀ ସେମାନଙ୍କର ଦେଶକୁ ଦୂତ ପ୍ରେରଣ କରିବେ।
ସେହି ଲୋକମାନଙ୍କୁ ଦୂତ କି ବାର୍ତ୍ତା ଦେବେ? ସେମାନେ ଘୋଷଣା କରିବେ, “ପଲେଷ୍ଟୀୟ ପରାଜିତ ହେଲା।
ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସେଠାକୁ ଗଲେ।”
ଜୀବନ୍ତ ପଥର ଓ ପବିତ୍ର ଦେଶ
2 ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର। 2 ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁଗ୍ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ। 3 ପ୍ରଭୁଙ୍କର ଉତ୍ତମତାର ସ୍ୱାଦ ତୁମ୍ଭେ ଗ୍ଭଖି ସାରିଛ।
4 ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। 5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। 6 ଶାସ୍ତ୍ର କୁହେ:
“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।” (A)
7 ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:
“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।” (B)
8 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:
“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
ସେହି ପଥର ଲୋକଙ୍କ ପତନର କାରଣ ହୁଏ।” (C)
ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।
9 କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।
10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।
ପରମେଶ୍ୱରଙ୍କ ପାଇଁ ଜୀବିତ ରୁହ
11 ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି। 12 ଅବିଶ୍ୱାସୀ ଲୋକମାନେ ତୁମ୍ଭ ଗ୍ଭରିପଟେ ଅଛନ୍ତି। ସେମାନେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ଯ୍ୟ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ କରୁଥିବା ଭଲ କାମଗୁଡ଼ିକୁ ସେମାନେ ଦେଖିବେ ଓ ପରମେଶ୍ୱରଙ୍କ ଆସିବା ଦିନ ସେମାନ ତାହାଙ୍କୁ ମହିମା ଦେବେ।
କ୍ଷମତାରେ ଥିବା ଲୋକମାନଙ୍କ ଆଜ୍ଞା ପାଳନ କର
13 ଏହି ଜଗତରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର। 14 ରାଜାଙ୍କ ଦ୍ୱାରା ପ୍ରେରିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସେମାନଙ୍କୁ ପଠାଯାଇଥାଏ। 15 ଅତଏବ ଭଲ କାମ କରିବା ଦ୍ୱାରା, ଯେଉଁମାନେ ତୁମ୍ଭ ବିଷୟରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସେମାନଙ୍କ ମୁହଁ ବନ୍ଦ ହୋଇଯିବ। 16 ପରମେଶ୍ୱର ଏହା ଗ୍ଭହାନ୍ତି। ସ୍ୱାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ୱାଧୀନତାର ଅପବ୍ୟବହାର କର ନାହିଁ। ପରମେଶ୍ୱରଙ୍କ ସେବାରେ ଜୀବନ କାଟ। 17 ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।
ଯୀଶୁଙ୍କ ଦୁଃଖ ଭୋଗର ଦୃଷ୍ଟାନ୍ତ
18 ହେ କ୍ରୀତଦାସଗଣ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍ଭେମାନେ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ୟ ଆଜ୍ଞା ପାଳନ କରିବା ଉଚିତ୍। 19 ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା’ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି। 20 କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା’ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। 21 ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍।
22 “ସେ କୌଣସି ପାପ କରି ନ ଥିଲେ
ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।” (D)
23 ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ। 24 ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ। 25 ମେଣ୍ଢା ଭଳି ତୁମ୍ଭେମାନେ ଭୁଲ୍ ରାସ୍ତାରେ ଗ୍ଭଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମେଷପାଳକ ଓ ରକ୍ଷକଙ୍କ ପାଖକୁ ଫେରି ଆସିଛ।
2010 by World Bible Translation Center