Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 19

ଲାଲରଙ୍ଗ ଗାଭୀର ଭସ୍ମ

19 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି ଆଜ୍ଞା ବିଧି ଦେଇ ଅଛନ୍ତି। ଇସ୍ରାଏଲର ଲୋକମାନଙ୍କୁ କୁହ, ଯାହାଠାରେ ଖୁଣ ନାହିଁ ଓ ଯାହା ଉପରେ କେବେ ଯୁଆଳି ଦିଆଯାଇ ନାହିଁ, ଏପରି ଏକ ଲାଲ ରଙ୍ଗର ଗାଈ ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ। ତହୁଁ ତୁମ୍ଭେମାନେ ସେହି ଗାଈକୁ ଇଲିୟାସର ଯାଜକକୁ ଦେବ। ସେ ତାହାକୁ ଛାଉଣି ବାହାରକୁ ଆଣି ବଧ କରିବ। ଯାଜକ ଇଲିୟାସର ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତକୁ ନେଇ ପବିତ୍ର ତମ୍ବୁ ସମ୍ମୁଖରେ ସାତଥର ଛିଞ୍ଚିବ। ଆଉ ଜଣେ ତାହାର ଦୃଷ୍ଟି ଗୋଚରରେ ସେହି ଗାଈକି ଦ‌ଗ୍‌ଧ କରିବ, ସେ ତାହାର ଗୋମୟ ସହିତ ଚର୍ମ, ମାଂସ ଓ ରକ୍ତ ଦ‌ଗ୍‌ଧ କରିବ। ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ରଙ୍ଗର ସୂତା ନେଇ ସେହି ଗାଈ ଦାହର ଅଗ୍ନି ମଧ୍ୟରେ ପକାଇବ। ତା’ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା’ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଯେଉଁ ଲୋକ ସେହି ଗାଈକି ଦ‌ଗ୍‌ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

“ଏହା ପରେ କୌଣସି ଶୁଚିଲୋକ ସେହି ଗାଈର ଭସ୍ମ ସଂଗ୍ରହ କରି ଛାଉଣି ବାହାରେ କୌଣସି ଶୁଚି ସ୍ଥାନରେ ରଖିବ। ସେହି ଭସ୍ମ ଇସ୍ରାଏଲ ଲୋକମାନଙ୍କର ପାଣିକୁ ଶୁଚି କରିବା ନିମନ୍ତେ ରଖାଯିବ। ତାହା ଶୁଚି କରଣାର୍ଥେ ଉତ୍ସର୍ଗ ଅଟେ।

10 “ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

“ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ। 11 ଯଦି କେହି କୌଣସି ମନୁଷ୍ୟର ଶବ ଛୁଏଁ, ତେବେ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। 12 ସେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବ। ଯଦି ସେ ତୃତୀୟ ଦିନରେ ନିଜକୁ ଶୁଚି ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। 13 ଯଦି କେହି ଶବ ଛୁଇଁ ନିଜକୁ ଶୁଚି ନ କରେ ତେବେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସେହି ମନୁଷ୍ୟ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ। ତା’ର ଅଶୌଚ ତାହାଠାରେ ରହିବ।

14 “କୌଣସି ମନୁଷ୍ୟ ତୁମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି। ଯେକେହି ସେହି ତମ୍ବୁରେ ଥାଏ ଓ ଯେକେହି ସେହି ତମ୍ବୁକୁ ଆସେ ସେ ସାତ ଦିନ ପାଇଁ ଅଶୁଚି ହୋଇ ରହିବ। 15 ଢାଙ୍କୁଣି ନ ଥିବା ପ୍ରତ୍ୟେକ ମେଲାପାତ୍ର ଅଶୁଚି ହେବ। 16 ପୁଣି କେହି ଯଦି ଖୋଲା କ୍ଷେତ୍ରରେ ଯୁଦ୍ଧରେ ନିହତ ମୃତ ଦେହ, ମନୁଷ୍ୟ ଅସ୍ଥି କିମ୍ବା କବର ଛୁଏଁ, ତେବେ ସେ ସାତ ଦିନ ଯାଏ ଅଶୁଚି ରହିବ।

17 “ପୁଣି ଲୋକମାନେ ସେହି ଅଶୁଚି ଲୋକକୁ ଶୁଚି କରିବା ପାଇଁ ପାପାର୍ଥକ ବଳିର ଦ‌ଗ୍‌ଧ ଭସ୍ମ ନେବେ ଓ ତାକୁ ଏକ ପାତ୍ରରେ ରଖି ପ୍ରବାହଜଳ ସେଥିରେ ଢାଳିବେ। 18 ତା’ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।

19 “ତତ୍ପରେ ସେହି ଶୁଚିମନ୍ତ ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ସେହି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନରେ ସେହି ବ୍ୟକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ୟା ସମୟରେ ସେ ଶୁଚି ହେବ।

20 “ମାତ୍ର ଯେଉଁ ଲୋକ ଅଶୁଚି ହୋଇ ନିଜକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ପୃଥକ୍ ରହିବ। କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା। ତାହା ଉପରେ ଅଶୌଗ୍ଭର୍ଥକ ଜଳ ସେଚିତ ହେଲା ନାହିଁ। ତେଣୁ ସେ ଅଶୁଚି। 21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22 ଆଉ ସେହି ଅଶୁଚି ଲୋକ ଯଦି ଅନ୍ୟ କାହାରିକୁ ଛୁଏଁ, ତେବେ ସେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।”

ଗୀତସଂହିତା 56-57

ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍।

56 ହେ ପରମେଶ୍ୱର, ମୋତେ ଦୟା କର।
    ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ।
    ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି।
ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ,
    ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ।
ହେ ସର୍ବୋପରିସ୍ଥ ପରମେଶ୍ୱର,
ମୁଁ ଭୀତ ହେବା ସମୟରେ
    ତୁମ୍ଭ ଉପରେ ନିର୍ଭର କରେ।
ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ।
ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋତେ କ’ଣ କରି ପାରିବେ?
ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି।
    ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି
    ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।
କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ।
    ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ।
ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି।
    ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି।
    ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।

ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ।
    ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର।
10 ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି।
    ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋର କ’ଣ କରିବେ!

12 ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି।
    ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି।
13 କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ,
    ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ।
ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ।
    ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି।

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।

57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
    ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
    ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
    ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
    ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ମୋର ଜୀବନ ସଙ୍କଟପୂର୍ଣ୍ଣ।
    ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
    ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
    ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।

ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
    ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
    ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
    କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି।

ମୋର ହୃଦୟ ସ୍ଥିର ଅଟେ।
    ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
    ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
ଜାଗ୍ରତ ହୁଅ, ହେ ମୋର ପ୍ରାଣ ଜାଗ୍ରତ ହୁଅ!
    ନେବଲ ଓ ବୀଣା, ଜାଗ୍ରତ ହୁଅ!
    ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
    ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
    ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
    ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 8:1-9:7

ଅଶୂର ଶୀଘ୍ର ଆସିବେ

ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ବୃହତ ଫଳକ ନେଇ ଏକ ସ୍ୱତନ୍ତ୍ର ଲେଖନୀ ସାହାଯ୍ୟରେ ତା’ଉପରେ ଏହି କଥାସବୁ ଲେଖ। ତାହା ହେଉଛି, ‘ମହେର-ଶାଲଲ-ହାଶ୍-ବସ୍।’ ଏହାର ଅର୍ଥ ହେଉଛି, ‘ଖୁବ୍ ଶୀଘ୍ର ଲୁଣ୍ଠନ ଓ ଗ୍ଭେରି ହେବ।’”

ବିଶ୍ୱସ୍ତ ସାକ୍ଷୀ ହେବାକୁ ମୁଁ କେତେକ ଲୋକ ସଂଗ୍ରହ କଲି। ସେହି ବିଶ୍ୱସ୍ତ ସାକ୍ଷୀ ହେବେ ଉରିୟ ଯାଜକ ଓ ଯିବୋରିଖିୟର ପୁତ୍ର ସଖରିଅ। ଏହି ଲୋକମାନେ ସେହି ବାକ୍ୟ ଲେଖିବାକୁ ଲକ୍ଷ୍ୟ କଲେ। ତା’ପରେ ମୁଁ ଭବିଷ୍ୟ‌ଦ୍‌ବକ୍ତ୍ରୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲ-ହାଶ୍-ବସ୍ ରଖ।” ଏ ନାମ କାହିଁକି ରଖାଯିବ। କାରଣ ବାଳକଟି “ପିତାମାତା” ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ୱର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିୟାରୁ ନେଇଯାଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦେଇ ଦେବେ।’

ପୁନର୍ବାର ସଦାପ୍ରଭୁ ମୋତେ କହିଲେ। ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।” ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧରେ ଆଣିବି। ସେମାନେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ୟାର ସ୍ରୋତ ପରି ପ୍ରବଳ ପରାକ୍ରମୀ ହୋଇ ଆସିବେ। ବନ୍ୟାଜଳ କୂଳ ଲଙ୍ଘନ କଲାପରି ସେମାନେ ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବେ। ସେହି ଜଳରାଶି ଯିହୁଦା ପର୍ଯ୍ୟନ୍ତ ମାଡ଼ିଯିବ ଓ ଯିହୁଦାର କଣ୍ଠ ପର୍ଯ୍ୟନ୍ତ ବ୍ୟାପିବ। ପରିଶେଷରେ ତାକୁ ବୁଡ଼ାଇ ଦେବ।

“ହେ ଇମ୍ମାନୁୟେଲ, ଏହି ବନ୍ୟାଦ୍ୱାରା ତୁମ୍ଭର ସମସ୍ତ ଦେଶ ଜଳମଗ୍ନ ହେବ।”

ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ,
    ମାତ୍ର ତୁମ୍ଭେମାନେ ପରାସ୍ତ ହେବ।
ହେ ଦୂର ଦେଶୀୟ ଲୋକମାନେ, ତୁମ୍ଭେମାନେ ଧ୍ୟାନପୂର୍ବକ ଶୁଣ।
    ତୁମ୍ଭେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେବି
    ତୁମ୍ଭେମାନେ ପରାଜିତ ହେବ।
10 ତୁମ୍ଭେମାନେ ଯୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ
    ମଧ୍ୟ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହେବ ନାହିଁ।
ତୁମ୍ଭର ସୈନ୍ୟମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହେବ।
    କାହିଁକି ଏହା ଘଟିବ।
    କାରଣ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି।

ଯିଶାଇୟଙ୍କ ପ୍ରତି ସତର୍କବାଣୀ

11 ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମୋତେ କହିଲେ। ଅନ୍ୟ ଗୋଷ୍ଠୀର ଲୋକଙ୍କପରି ନ ହେବାକୁ ସେ ମୋତେ ସତର୍କ କରି କହିଲେ। 12 “ପ୍ରତ୍ୟେକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ୱାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।”

13 ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର। 14 ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ରରେ ତାଙ୍କୁ ଗ୍ରହଣ କର, ତେବେ ସେ ତୁମ୍ଭର ଏକମାତ୍ର ଆଶ୍ରୟ ସ୍ଥାନ ହେବେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ଯିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ଯନ୍ତା ଓ ଫାଶ। 15 ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ।

16 ଯିଶାଇୟ କହିଲେ, “ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମୋର ଶିକ୍ଷାଗୁଡ଼ିକୁ ଭବିଷ୍ୟତ ପାଇଁ ରକ୍ଷାକର। ମୋର ଶିଷ୍ୟମାନଙ୍କ ପାଇଁ ଏହା କର।”

17 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ଯେତେବେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଗ୍ଭନ୍ତି।
    ମୁଁ ସଦାପ୍ରଭୁଙ୍କ ଉପରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।

18 “ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’

19 କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?” 20 ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ। 21 ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା’ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ। 22 ଯଦି ସେମାନେ ତାଙ୍କର ଦେଶର ଗ୍ଭରିଆଡ଼କୁ ଦୃଷ୍ଟିପାତ କରିବେ ତେବେ ସେମାନେ କେବଳ ଦୁଃଖ ଓ ଯାତନାରୂପକ ଅନ୍ଧକାର ଦେଖିବେ ଓ ସେହି ଦୁଃଖରୂପକ ଅନ୍ଧକାର ଦେଖି ଦେଶ ପରିତ୍ୟାଗ କରିବାକୁ ବାଧ୍ୟ ହେବେ। ପୁଣି ସେହି ଅନ୍ଧକାରରେ ଆବଦ୍ଧ ହୋଇଥିବା ବ୍ୟକ୍ତି ନିଜକୁ ସେଥିରୁ ଉଦ୍ଧାର କରି ପାରିବେ ନାହିଁ।

ଗୋଟିଏ ନୂତନ ଦିବସ ଆସୁଛି

ଅତୀତରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପରେ ପରମେଶ୍ୱର ସେ ଦେଶଗୁଡ଼ିକ ମହାନ କରିଦେଲେ। ସମୁଦ୍ର ନିକଟବର୍ତ୍ତୀ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱ ଗାଲିଲୀର ଅଣଯିହୂଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ। ସେହି ଲୋକମାନେ ଅନ୍ଧକାରରେ ଚଲାବୁଲା କରୁଥିଲେ, ମାତ୍ର ସେମାନେ ଏକ ମହାନ ଆଲୋକ ଦେଖିଛନ୍ତି। ସେମାନେ ମୃତ୍ୟୁରୂପକ ଅନ୍ଧକାର ମଧ୍ୟରେ ବାସ କରୁଥିଲେ, ମାତ୍ର ସେହି “ଉଜ୍ଜ୍ୱଳ ଆଲୋକ’ ସେମାନଙ୍କୁ ଦୀପ୍ତିମୟ କରିଛି।

ହେ ପରମେଶ୍ୱର, ତୁମ୍ଭେ ସେହି ଗୋଷ୍ଠୀର ବୁଦ୍ଧିର କାରଣ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ସୁଖୀ କରିବ ଏବଂ ସେହି ଲୋକମାନେ ତୁମ୍ଭକୁ ସେମାନଙ୍କର ଆନନ୍ଦ ଦେଖାଇବେ। ଏହି ଆନନ୍ଦ ଶସ୍ୟ ସମୟରେ ଉଲ୍ଲାସ ପରି ହେବ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ୟକୁ ଭାଗ କଲାବେଳେ ଯେପରି ହୁଏ ସେହିପରି ହେବ। ଏପରି କାହିଁକି ହେବ, କାରଣ ତୁମ୍ଭେ ସେମାନଙ୍କର ଶକ୍ତ ଭାର ବହନ କରିବ। ସେମାନଙ୍କର ସ୍କନ୍ଧସ୍ଥିତ ଯୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦେବାକୁ ବ୍ୟବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିୟନକୁ ପରାଜିତ କଲାଭଳି ଏହା ହେବ।

ଯୁଦ୍ଧରେ ବ୍ୟବହୃତ ସମସ୍ତ ପାଦୁକା ଧ୍ୱଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ୟ ଧ୍ୱଂସ ପାଇବ। ସେ ସମସ୍ତ ଅଗ୍ନିରେ ନିକ୍ଷେପ କରାଯିବ। ଯେତେବେଳେ ଏକ ସ୍ୱତନ୍ତ୍ର ବାଳକ ଜନ୍ମ ନେବେ ସେତିକି ବେଳେ ଏହା ଘଟିବ। ପରମେଶ୍ୱର ଆମ୍ଭମାନଙ୍କୁ ଏକ ପୁତ୍ର ଦେବେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ “ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଯିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହେବେ।” ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।

ଯାକୁବଙ୍କ ପତ୍ର 2

ସମସ୍ତଙ୍କୁ ପ୍ରେମ କର

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି।

ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” [a] ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା’ହେଲେ ତୁମ୍ଭେ ଠିକ୍ କରୁଛ। କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନାରେ ଅଧିକ ମହତ୍ତ୍ୱ ଦେଉଛ, ତା’ହେଲେ ତୁମ୍ଭେ ପାପ କରୁଛ। ସେହି ରାଜକୀୟ ବ୍ୟବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ଦୋଷୀ ଅଟ।

10 ଜଣେ ଲୋକ ହୁଏତ ପରମେଶ୍ୱରଙ୍କ ସବୁ ବ୍ୟବସ୍ଥା ପାଳନ କରୁଥାଇପାରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ୟ ହୁଏ, ତା’ହେଲେ ସେ ବ୍ୟବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷରେ ଦୋଷୀ ହୁଏ। 11 ପରମେଶ୍ୱର କହିଛନ୍ତି, “ବ୍ୟଭିଗ୍ଭରର ପାପ କର ନାହିଁ।” [b] ସେହି ପରମେଶ୍ୱର ପୁନଃ କହିଛନ୍ତି, “ହତ୍ୟା କର ନାହିଁ।’’ [c] ଅତଏବ, ତୁମ୍ଭେ ଯଦି ବ୍ୟଭିଗ୍ଭର ପାପ କରି ନାହଁ କିନ୍ତୁ ଜଣକୁ ହତ୍ୟା କରିଛ, ତା’ହେଲେ ପରମେଶ୍ୱରଙ୍କ ବ୍ୟବସ୍ଥା ଭାଙ୍ଗିବା ଦୋଷରେ ଦୋଷୀ ହେଲ।

12 ଲୋକମାନଙ୍କୁ ସ୍ୱାଧୀନ କରୁଥିବା ବ୍ୟବସ୍ଥା ଦ୍ୱାରା ତୁମ୍ଭର ବିଗ୍ଭର ହେବ। ପ୍ରତ୍ୟେକ କଥା କହିଲା ବେଳେ ଓ ପ୍ରତ୍ୟେକ କାମ କଲାବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ୍। 13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା’ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।

ବିଶ୍ୱାସ ଓ ସ‌‌‌‌‌ତ୍‌‌‌‌‌କର୍ମ

14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା’ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।

18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।

20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍‌ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।” [d] “ପରମେଶ୍ୱରଙ୍କ ମିତ୍ର” [e] ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।

25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।

26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center