Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 25

ଭୂମି ବିଶ୍ରାମର ସମୟ

25 ଅନନ୍ତର ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ କରିବ। ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜ କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ। ମାତ୍ର ସପ୍ତମ ବର୍ଷରେ ଭୁମିକୁ ତୁମ୍ଭେମାନେ ବିଶ୍ରାମ ଦେବ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ମହାବିଶ୍ରାମ ହେବ। ତୁମ୍ଭେମାନେ ନିଜ କ୍ଷେତ୍ରରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡ଼ିବ ନାହିଁ। ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ହୋଇଥିବ, ତାକୁ ତୁମ୍ଭେମାନେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହେବ।

“ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହେବ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ୟର ଅଭାବ ହେବ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ। ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ୟାନ୍ୟ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହେବ।

ଯୋବେଲ ମୁକ୍ତିର ବର୍ଷ

“ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତ ବର୍ଷ ଗଣନା କରିବ, ତାହା ଦ୍ୱାରା ସେହି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଗ୍ଭଶ ବର୍ଷ ହେବ। ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରାୟଶ୍ଚିତ ଦିନରେ ତୁମ୍ଭେମାନେ ନିଜର ସମଗ୍ର ଦେଶରେ ତୂରୀ ବଜାଇବ। 10 ପୁଣି ତୁମ୍ଭେ ପଗ୍ଭଶତମ ବର୍ଷକୁ ପବିତ୍ରରୂପେ ବିବେଚନା କରିବ। ସମୁଦାୟ ଦେଶରେ ପ୍ରତ୍ୟେକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ‘ଯୋବେଲ’ (ମହୋଲ୍ଲାସ ଉତ୍ସବ) ହେବ। ତୁମ୍ଭେମାନେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫେରିଯିବ ଓ ପ୍ରତ୍ୟେକ ନିଜ ନିଜ ବଂଶ ନିକଟକୁ ଫେରିଯିବ। 11 ସେହି ପଗ୍ଭଶତମ ବର୍ଷ ବ୍ୟାପି ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ। ତୁମ୍ଭେମାନେ କ୍ଷେତ୍ରରେ ଶସ୍ୟ ବୁଣିବ ନାହିଁ କିମ୍ବା ଆପେ ବଢ଼ିଥିବା ଶସ୍ୟ କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। 12 କାରଣ ସେହି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ। 13 ସେ ମହୋଲ୍ଲାସ-ଉତ୍ସବ ବର୍ଷରେ ପ୍ରତ୍ୟେକ ନିଜ ନିଜ ଅଧିକାରକୁ ଫେରିଯିବା ଉଚିତ୍।

14 “ତୁମ୍ଭେ ଯେତେବେଳେ ତୁମ୍ଭର ପ୍ରତିବାସୀ ନିକଟରେ ଜମି ବିକ୍ରୟ କରିବ, ସେତେବେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତେବେଳେ କିଣିବ, ତେବେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। 15 ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ୟା ଅନୁସାରେ ଆପଣା ପ୍ରତିବାସୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟା ଅନୁସାରେ ସେ ତୁମ୍ଭଠାରେ ବିକ୍ରୟ କରିବ। 16 ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତା ଅନୁସାରେ ମୂଲ୍ୟ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ୟା ଅନୁସାରେ ଭୂମି ଜାତ ଦ୍ରବ୍ୟ ବିକ୍ରୟ କରିବ। 17 ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

18 “ଆମ୍ଭର ବ୍ୟବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହାହେଲେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରି ପାରିବ। 19 ପୁଣି ଭୁମିରେ ପ୍ରଚୁର ଶସ୍ୟ ଉତ୍ପନ୍ନ ହେବ। ତୁମ୍ଭେମାନେ ତୃପ୍ତିରେ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ।

20 “ତୁମ୍ଭେମାନେ କହିପାର, ‘ଆମ୍ଭେମାନେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତେବେ ଆମ୍ଭେମାନେ ସପ୍ତମ ବର୍ଷରେ କ’ଣ ଖାଇବୁ।’ 21 ସେଥିପାଇଁ ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନି ବର୍ଷର ଅମଳ ଦେବ। 22 ତୁମ୍ଭେମାନେ ଅଷ୍ଟମ ବର୍ଷରେ ଯେତେବେଳେ ବୁଣିବ ସେତେବେଳେ ତୁମ୍ଭେମାନେ ପୁରାତନ ଶସ୍ୟ ଖାଉଥିବ। ତୁମ୍ଭେମାନେ ନବମ ବର୍ଷ ଫଳ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେହି ପୁରାତନ ଶସ୍ୟ ଖାଇବ।

ଭୂସମ୍ପତ୍ତି ଆଇନ

23 “ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରୟ କରି ପାରିବ ନାହିଁ। ତୁମ୍ଭେମାନେ କେବଳ ଆମ୍ଭ ସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ। 24 ଲୋକମାନେ ସେମାନଙ୍କର ଭୂମି ବିକ୍ରୟ କରି ପାରନ୍ତି, ମାତ୍ର ପରିବାର ସେହି ଜମି ସର୍ବଦା ଫେରି ପାଇବେ। 25 ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହୋଇ ନିଜର ଭୂମି ବିକ୍ରୟ କରେ ତେବେ ତାହାର ମୁକ୍ତିକର୍ତ୍ତା ନିକଟ ସମ୍ପର୍କୀୟ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରି ନେବ। 26 ଯଦି ସେହି ବ୍ୟକ୍ତିର ନିକଟ ସମ୍ପର୍କୀୟ କେହି ତା’ର ଭୂମି ମୁକ୍ତ କରିବାକୁ ନ ଥାଏ, ତେବେ ସେ ନିଜେ ଅଧିକ ଧନ ଲାଭ କଲା ପରେ ତା’ର ଭୂମି ମୁକ୍ତ କରିବ। 27 ସେ ଭୂମି ବିକ୍ରୀ ହେଲା ବର୍ଷର ଗଣନା କରୁ ଓ ତଦନୁସାରେ ଅତିରିକ୍ତ ମୂଲ୍ୟ କ୍ରୟକର୍ତ୍ତାକୁ ଫେରାଇ ଦେଉ। ତହିଁରେ ସେ ପୁନର୍ବାର ନିଜର ଅଧିକାର ଫେରି ପାଇବ। 28 ଯେବେ ସେ ଲୋକ ନିଜର ଅଧିକାର ଫେରାଇ ନେବାକୁ ଯଥେଷ୍ଟ ଅର୍ଥ ନ ପାଏ, ତେବେ ସେ ଯାହା ବିକ୍ରୟ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ କ୍ରୟକର୍ତ୍ତା ହସ୍ତରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫେରିଯିବ।

29 “ଆଉ ଯଦି କେହି ପ୍ରାଚୀର ବେଷ୍ଟିତ ନଗରର ମଧ୍ୟବର୍ତ୍ତୀ ବାସଗୃହ ବିକ୍ରୟ କରେ, ତେବେ ସେ ବିକ୍ରୟ ବର୍ଷର ଶେଷ ପର୍ଯ୍ୟନ୍ତ ତାହା ମୁକ୍ତ କରି ପାରିବ। ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରିବାର ଅଧିକାର ରହିବ। 30 ଯଦି ନଗରରେ ସେହି ଗୃହଟିର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ହୋଇଥାଏ, ତେବେ ପଞ୍ଜିକା ବର୍ଷ ସମ୍ପୂର୍ଣ୍ଣ ହେଲେ ମଧ୍ୟ ତାହା ବିକ୍ରେତା ବ୍ୟକ୍ତିକୁ ମିଳିବ ନାହିଁ। ସବୁଦିନ ପାଇଁ ଏକ ଗୃହଟି କ୍ରୟ କର୍ତ୍ତାର ହୋଇ ରହିବ। ମହୋଲ୍ଲାସ-ଉତ୍ସବ ବର୍ଷରେ ମଧ୍ୟ ତାହା ମୁକ୍ତ ହୋଇ ପାରିବ ନାହିଁ। 31 ମାତ୍ର ଗ୍ରାମଗୁଡ଼ିକର ଗୃହମାନ ପ୍ରାଚୀର ଦ୍ୱାରା ଘେରାଉ ହୋଇ ନାହିଁ। ସେହି ନିର୍ମିତ ମହୋଲ୍ଲାସ-ଉତ୍ସବ ସମୟରେ ପ୍ରଥମ ବିକ୍ରେତା ନିକଟକୁ ଫେରିଯିବ।

32 “ମାତ୍ର ଲେବୀୟମାନଙ୍କର ନଗରମାନ, ସେଠାରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସେମାନଙ୍କ ପକ୍ଷରେ ଅନନ୍ତକାଳସ୍ଥାୟୀ ହେବ। 33 ଯଦି କେହି ଲେବୀୟଠାରୁ ଏକ ଗୃହ କ୍ରୟ କରେ ତେବେ ସେହି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ, କାରଣ ଇସ୍ରାଏଲୀୟ ମଧ୍ୟରେ ଲେବୀୟମାନଙ୍କ ଗୃହସବୁ ସେମାନଙ୍କର ଅଟେ। 34 ମାତ୍ର ଲେବୀୟମାନଙ୍କ ନଗରର ଗ୍ଭରିପାଖରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରୟ କରାଯିବ ନାହିଁ, କାରଣ ତାହା ସେମାନଙ୍କର ଅନନ୍ତକାଳୀନ ଅଧିକାର।

କ୍ରୀତଦାସ ମାଲିକଙ୍କ ପାଇଁ ନିୟମ

35 “ଆଉ ଯେବେ ତୁମ୍ଭର ଭାଇ ଦରିଦ୍ର ହୋଇଯାଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତେବେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ। 36 ତୁମ୍ଭେ ତା’ଠାରୁ ଋଣ ବାବଦରେ କୌଣସି ସୁଧ ନେବ ନାହିଁ। ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ। 37 ତାକୁ ଟଙ୍କା ଧାର ଦେଇ ତା’ଠାରୁ ସୁଧ ଆଦାୟ କର ନାହିଁ। ଆଉ ତାକୁ ଅନ୍ନ ଦେଇ ତା’ଠାରୁ ଲାଭ ଗ୍ରହଣ କର ନାହିଁ। 38 ଯେ ତୁମ୍ଭର ପରମେଶ୍ୱର ଓ ତୁମ୍ଭମାନଙ୍କୁ କିଣାନ ଦେଶ ଦେବା ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଆମ୍ଭେ ଅଟୁ।

39 “ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା-ଦାସ ପରି ପରିଶ୍ରମ କରାଇବ ନାହିଁ। 40 ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ। 41 ତା’ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫେରିଯିବ। 42 କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସେମାନେ ପୁନର୍ବାର ଆଉ କ୍ରୀତଦାସ ହେବେ ନାହିଁ। 43 ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ୱାମୀରୂପେ ବ୍ୟବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କୁ ଭକ୍ତି କରିବ।

44 “ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତେବେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ କ୍ରୀତଦାସଦାସୀ କିଣିବ। 45 ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସେମାନଙ୍କର ପରିବାରର ସଭ୍ୟ ତୁମ୍ଭ ଦେଶରେ ଜନ୍ମନ୍ତି, ସେମାନଙ୍କ ସନ୍ତାନମାନଙ୍କୁ ତୁମ୍ଭେ କିଣି ପାରିବ। ସେମାନେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହେବେ। 46 ତୁମ୍ଭେମାନେ ନିଜ ଅନ୍ତେ ଆପଣା ଭବିଷ୍ୟତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସେମାନଙ୍କୁ ଦେଇ ପାରିବ। ସେମାନେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହୋଇ ରହିବେ। ମାତ୍ର ତୁମ୍ଭେମାନେ ନିଜ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ଉପରେ କଠୋର କର୍ତ୍ତୃତ୍ୱ କରିବ ନାହିଁ।

47 “ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ପ୍ରବାସୀ କି ବିଦେଶୀ ଧନୀ ହୋଇଯାଏ ଓ ତୁମ୍ଭର ସ୍ୱଦେଶୀ ଲୋକ ଦରିଦ୍ର ହୋଇଯାଏ, ଆଉ ସେହି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ, 48 ତେବେ ସେ ବ୍ୟକ୍ତି ପରେ ମୁକ୍ତ ହୋଇ ପାରିବ। ତାହାର ଜ୍ଞାତି ମଧ୍ୟରୁ କେହି ତାକୁ ମୁକ୍ତ କରି ପାରିବ। 49 ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରି ପାରିବ। ଆଉ ତା’ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରି ପାରିବ କିମ୍ବା ତାହାର ସ୍ୱହସ୍ତରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ୟ ମୁକ୍ତ କରି ପାରିବ।

50 “ତହିଁରେ ତାହାର ବିକ୍ରୟ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ସେ କ୍ରୟକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରୟ ବର୍ଷର ସଂଖ୍ୟା ଅନୁସାରେ ତାହାର ମୂଲ୍ୟ ହେବ; ବର୍ତ୍ତନଜୀବୀର ଦିନ ତୁଲ୍ୟ ତାହାର ଦାସତ୍ୱ ହେବ। 51 ଯେବେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନେକ ବର୍ଷ ବାକିଥାଏ ତେବେ କ୍ରୟ ମୂଲ୍ୟର ଏକ ବଡ଼ ଅଂଶ ତାକୁ ଫେରାଇ ଦେବ। 52 ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅଳ୍ପ ବର୍ଷ ବାକି ଥାଏ, ତେବେ ତାହା ସହିତ ସେ ଗଣନା କରିବ, ସେହି ବର୍ଷ ଅନୁସାରେ ସେ ଆପଣା କ୍ରୟ ମୂଲ୍ୟର ଏକ ଛୋଟ ଅଂଶ ତାକୁ ଫେରାଇ ଦେବ। 53 ମାତ୍ର ସେହି ବ୍ୟକ୍ତି ତା’ ସହିତ ଜଣେ କ୍ଷଣସ୍ଥାୟୀ ଘରୋଇ ସାହାଯ୍ୟକାରୀ ହିସାବରେ ରହିବ। ତୁମ୍ଭ ସାକ୍ଷାତରେ ତାହା ଉପରେ କେହି କଠୋର କର୍ତ୍ତୃତ୍ୱ କରି ପାରିବେ ନାହିଁ।

54 “ଯଦି ତାକୁ କେହି ମୁକ୍ତ ନ କରେ, ତେବେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷରେ ମୁକ୍ତ ହୋଇ ବାହାରି ଯିବ। 55 କାରଣ ଇସ୍ରାଏଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସେମାନଙ୍କୁ ମିଶର ଦେଶରୁ ଦାସତ୍ୱରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

ଗୀତସଂହିତା 32

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ।

କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ।

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି।

ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
    ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
    କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”

10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
    କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।

ଉପଦେଶକ 8

ଜ୍ଞାନ ଓ କ୍ଷମତା

ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ୟାଖ୍ୟା କରେ ତାଙ୍କ ପରି ଆଉ କେହି କରି ପାରିବେ ନାହିଁ। ତା’ର ଜ୍ଞାନ ତାହାକୁ ଖୁସୀ କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସୀ କରାଏ।

ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ୱରଙ୍କଠାରେ ତାହା କରିବାକୁ ପ୍ରତିଜ୍ଞା କରିଅଛ। ଭୟ କର ନାହିଁ, ତାଙ୍କର ଉପସ୍ଥିତିରେ ବାହାରି ଯାଅ, ବିଳମ୍ବ କର ନାହିଁ ଯେତେବେଳେ ବାଣିଜ୍ୟ ମନ୍ଦ ଅଟେ। ମନେରଖ ରାଜା ଯାହା ଗ୍ଭହିଁବେ ତାଙ୍କ ଇଚ୍ଛାରେ କରିବେ। ରାଜାଙ୍କର ଆଦେଶ ଦେବା ପାଇଁ କ୍ଷମତା ଅଛି। କ’ଣ କରିବାକୁ ହେବ, ତାଙ୍କୁ କେହି କହିପାରିବେ ନାହିଁ । ଯେଉଁ ବ୍ୟକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ’ଣ ଠିକ୍ ତା’ର ଉପାୟ ଜାଣେ।

ସମସ୍ତ ବିଷୟରେ ଉପଯୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାୟ ଅନେକ କଷ୍ଟ ପାଆନ୍ତି। ଏବଂ ସେ ଜାଣେ ନାହିଁ କ’ଣ ଘଟିବାକୁ ଯାଉଛି। କାରଣ କେହି କହି ପାରିବେ ନାହିଁ ଭବିଷ୍ୟତରେ କ’ଣ ହେବ।

କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ଯିବା ସମୟରେ ଅଟକାଇ ପାରିବ। କେହି ମୃତ୍ୟୁକୁ ଅଟକାଇ ପାରିବ ନାହିଁ। ଯୁଦ୍ଧ ସମୟରେ ଜଣେ ସୈନିକ ତା’ର ମନଇଚ୍ଛା କୌଣସି ସ୍ଥାନକୁ ଯାଇପାରିବ ନାହିଁ। ଠିକ୍ ସେହିପରି ଯଦି ଜଣେ ମନୁଷ୍ୟ କୁକର୍ମ କରେ, ସେହି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।

ମୁଁ ଏହିସବୁ ଦେଖିଛି ଯାହା ସୂର୍ଯ୍ୟ ତଳେ କରାଯାଏ, ଏବଂ ମୁଁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛି। କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।

10 ତା’ପରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସେମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହରରେ ପ୍ରଂଶସିତ ହୋଇଥିଲେ। ଏହା ମଧ୍ୟ ଅର୍ଥହୀନ।

ନ୍ୟାୟ ପୁରସ୍କାର ଓ ଦଣ୍ଡ

11 ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

12 ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚୟ ସେମାନଙ୍କୁ ଜାଣେ ଯେଉଁମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତରେ ସେମାନେ ଉନ୍ନତି କରିବେ। 13 ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ। କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରି ପାରିବ ନାହିଁ। କାରଣ ସେ ପରମେଶ୍ୱରଙ୍କୁ ଭୀତ କରେ ନାହିଁ।

14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଏପରି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ଦୁଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ନ୍ୟାୟଚିତ କାର୍ଯ୍ୟ କରିଛନ୍ତି। ତା’ପରେ ମୁଁ କହିଲି, ଏହା ଅସାର ଅଟେ। 15 ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। କାରଣ ସେମାନଙ୍କ ଜୀବନକାଳ ମଧ୍ୟରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସେମାନଙ୍କୁ ସାହାଯ୍ୟ କରେ।

ପରମେଶ୍ୱର କ’ଣ ସବୁ କରୁଛନ୍ତି ଆମେ ବୁଝିପାରିବା ନାହିଁ

16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ଘଟୁଥିବା କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି। ଏଇ ଦିନରେ ମୁଁ ନ ଶୋଇ ଦିନରାତି କାମ କଲି। 17 ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ଯାହା ଘଟେ ବୁଝିପାରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ଯ୍ୟ କଲେ ମଧ୍ୟ ସେ ତାହା ବୁଝିବାକୁ ସକ୍ଷମ ହେବ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କହେ, ପ୍ରକୃତରେ ସେ ବୁଝି ନ ଥାଏ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4

ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଗ୍ଭର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ୟ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।

ସମୟ ଆସୁଛି, ଯେତେବେଳେ ଲୋକେ ସ‌ତ୍‌‌ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନିଜ ମନ ପସନ୍ଦ ଶିକ୍ଷା ସେମାନଙ୍କଠାରୁ ସଂଗ୍ରହ କରିବେ, ଯେଉଁମାନେ ସେମାନଙ୍କୁ ସନ୍ତୁଷ୍ଟ କଲାଭଳି କଥା କହିବେ। ଲୋକେ ସତକଥା ଶୁଣିବା ବନ୍ଦ କରିଦେବେ। ମିଛ କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କରିବାକୁ ସେମାନେ ଆରମ୍ଭ କରିବେ। କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂଯମ କର। କ୍ଳେଶ ଆସିଲେ ସେଗୁଡ଼ିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ୱରଙ୍କ ଜଣେ ସେବକ ଭାବରେ ସମସ୍ତ କର୍ତ୍ତବ୍ୟ କରୁଥାଅ।

ମୋ’ ଜୀବନ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିଦେଇଛି। ମୋ’ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ଯୁଦ୍ଧ ଲଢ଼ିଛି। ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ୱାସ ବଜାୟ ରଖିଛି। ଏବେ ବିଜୟ ମୁକୁଟ ମୋ’ ଅପେକ୍ଷାରେ ଅଛି। ପରମେଶ୍ୱରଙ୍କ ସହିତ ଧାର୍ମିକ ହୋଇଥିବାରୁ ମୁଁ ସେହି ମୁକୁଟଟି ପାଇବି। ପ୍ରଭୁ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି। ସେହି ମହାଦିନରେ [a] ସେ ମୋତେ ବିଜୟ ମୁକୁଟ ପିନ୍ଧାଇବେ। କେବଳ ମୋତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।

ବ୍ୟକ୍ତିଗତ ସମ୍ବାଦ

ଯେତେଶୀଘ୍ର ସମ୍ଭବ ମୋ’ ସହିତ ଦେଖା କରିବାକୁ ଆସିବା ପାଇଁ ଚେଷ୍ଟା କର। 10 ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମୋତେ ଛାଡ଼ି ଗ୍ଭଲିଗଲେ। ସେ ଥେସଲନୀକୀକୁ ଯାଇଛନ୍ତି। କ୍ରେସ୍‌କେ‌ନ୍‌ସ୍ ଗାଲାତୀଆକୁ, ତୀତସ୍ ଦଲ୍ମତିଆକୁ ଯାଇଛନ୍ତି। 11 ଏବେ ମୋ’ ସହିତ କେବଳ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନେଇ ଆସିବ। ସେ ଏଠାରେ ମୋ’ କାମରେ ଅତ୍ୟନ୍ତ ଆବଶ୍ୟକୀୟ ହୋଇପାରିବେ। 12 ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି।

13 ମୁଁ ଯେତେବେଳେ ତ୍ରୋୟାରେ ଥିଲି, ମୁଁ କାର୍ପଙ୍କ ପାଖରେ ମୋର ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତେବେଳେ ଆସିବ, ତାହା ମୋ’ ପାଇଁ ନେଇ ଆସିବ। ମୋ’ ବହିଗୁଡ଼ିକୁ ମଧ୍ୟ ଆଣିବ। ଚର୍ମପତ୍ର [b] ଉପରେ ଲିଖିତ ବହିଗୁଡ଼ିକ ବିଶେଷଭାବରେ ମୋର ଦରକାର।

14 କ’ଣ ଆଲେକ୍‌ଜାଣ୍ଡାର ମୋର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ଯ୍ୟଗୁଡ଼ିକ ଲାଗି ଦଣ୍ଡ ଦେବେ। 15 ତୁମ୍ଭେ ମଧ୍ୟ ସତର୍କ ରୁହ, ଯେପରି ସେ ତୁମ୍ଭର କ୍ଷତି ନ କରେ। ସେ ଆମ୍ଭ ଶିକ୍ଷାଗୁଡ଼ିକର ଘୋର ପ୍ରତିରୋଧ କରିଥିଲା।

16 ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତରେ ଠିଆ ହେଲାବେଳେ କୌଣସି ଲୋକ ମୋତେ ସମର୍ଥନ କରିବାକୁ ଆଗେଇ ଆସି ନ ଥିଲା। ସମସ୍ତେ ମୋତେ ଛାଡ଼ି ଗ୍ଭଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ୱର ସେମାନଙ୍କୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମୋ’ ସହିତ ଥିଲେ। 17 ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପୂର୍ଣ୍ଣ ଭାବରେ ପ୍ରଗ୍ଭର କରିବା ବେଳେ ପ୍ରଭୁ ମୋତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଗ୍ଭର ଶୁଣନ୍ତୁ ବୋଲି ପ୍ରଭୁ ଗ୍ଭହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି। 18 ଯେତେବେଳେ କୌଣସି ଲୋକ ମୋର କ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମୋତେ ରକ୍ଷା କରିବେ। ସେ ମୋତେ ନିରାପଦରେ ତାହାଙ୍କର ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ।

ଶେଷ ଅଭିନନ୍ଦନ

19 ପ୍ରୀସ୍କା ଓ ଆକ୍ୱିଲାଙ୍କୁ ତଥା ଅନୀସିଫରଙ୍କ ପରିବାର ଲୋକମାନଙ୍କୁ ମୋର ନମସ୍କାର ଜଣାଇବ। 20 ଏରାଷ୍ଟ କରିନ୍ଥ ନଗରଠାରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠାରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ। 21 ଶୀତଦିନ ପୂର୍ବରୁ ମୋ’ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।

ଇଉବୁଲ, ପୁଦେ‌ନ୍‌ସ୍, ଲିନ, କ୍ଳୌଦିୟା ଓ ଅନ୍ୟସମସ୍ତ ଭାଇଭଉଣୀ ତୁମ୍ଭକୁ ନମସ୍କାର ଜଣାଇଛନ୍ତି।

22 ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center