M’Cheyne Bible Reading Plan
ପ୍ରଦୀପ ରୂଖା ଓ ପବିତ୍ର ରୋଟୀ
24 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସେମାନେ ପ୍ରତିଦିନ ପ୍ରଦୀପ ଜ୍ୱଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପେଷା ଯାଇଥିବା ଜୀତ ତୈଳ ଆଣିବେ। 3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା। 4 ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୁଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ଜଳାଇ ରଖିବ।
5 “ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ, ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ। 6 ସୁବର୍ଣ୍ଣ ମେଜ ଉପରେ ପ୍ରତି ଧାଡ଼ିରେ ଛଅ ଛଅ କରି ଦୁଇ ଧାଡ଼ିରେ ସେହିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖରେ ରଖିବ। 7 ଆଉ ରୋଟୀ ପରିବର୍ତ୍ତେ ସ୍ମରଣାର୍ଥକ ନୈବେଦ୍ୟରୂପେ ପ୍ରତି ଧାଡ଼ିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦେବ। 8 ଯାଜକ ପ୍ରତି ବିଶ୍ରାମବାର ଦିନ ସଦାପ୍ରଭୁଙ୍କ ସମ୍ମୁଖରେ ରୋଟୀ ସବୁ ସମୟ ପାଇଁ ରଖିବ। ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ଏହା ଅନନ୍ତକାଳୀନ ବିଧି ହେବା ଉଚିତ୍। 9 ସେହି ରୋଟୀ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କର ହେବ। ଆଉ ସେମାନେ ସେହି ରୋଟୀକୁ ଏକ ପବିତ୍ର ସ୍ଥାନରେ ଭକ୍ଷ୍ୟଣ କରିବା ଉଚିତ୍। କାରଣ ସେଗୁଡ଼ିକ ସଦାପ୍ରଭୁଙ୍କ ନୈବେଦ୍ୟର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସେମାନଙ୍କର ଅଂଶ ହେବ।”
ଜଣେ ବ୍ୟକ୍ତି ଯିଏ କି ପରମେଶ୍ୱରଙ୍କୁ ଶାପ ଦେଲା
10 ଅନନ୍ତର ଜଣେ ମିଶରୀୟ ପୁରୁଷର ଔରସରେ ଇସ୍ରାଏଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇସ୍ରାଏଲ ପୁତ୍ର, ଇସ୍ରାଏଲୀୟମାନଙ୍କ ଛାଉଣି ଭିତରକୁ ଗଲା। ସେ ଛାଉଣିରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା। 11 ସେହି ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଅଭିଶାପ ଦେଲା। ତେଣୁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ସେହି ଇସ୍ରାଏଲୀୟ ସ୍ତ୍ରୀର ନାମ ଶଲେମୀତ୍ ଓ ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା। 12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ପର୍ଯ୍ୟନ୍ତ ତାକୁ ବନ୍ଦୀ କରି ରଖିଲେ।
13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 14 “ସଦାପ୍ରଭୁଙ୍କୁ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣ, ପୁଣି ଯେଉଁମାନେ ତା’ର କଥା ଶୁଣିଲେ, ସେମାନେ ସମସ୍ତେ ଅଭିଶାପ ଦେଇଥିବା ବ୍ୟକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା’ପରେ ଲୋକମାନେ ତାକୁ ପଥର ମାରି ହତ୍ୟା କରନ୍ତୁ। 15 ଆଉ ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ପାପ ବହିବ। 16 ଯେକେହି ଆପଣା ସଦାପ୍ରଭୁଙ୍କ ନାମରେ ନିନ୍ଦା କରେ ସେ ଅବଶ୍ୟ ହତ ହେବ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହେବ।
17 “ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ। 18 ଯେକେହି କୌଣସି ପଶୁକୁ ହତ୍ୟା କରେ ସେ ମାରିଥିବା ପଶୁର ପ୍ରାଣ ଫେରାଇ ଆଣି ତା’ର କ୍ଷତିପୂରଣ ଦେବ।
19 “ଯଦି କୌଣସି ବ୍ୟକ୍ତି ନିଜ ପ୍ରତିବାସୀକୁ ଆଘାତ କରେ, ତେବେ ସମପରିମାଣର ଆଘାତ ସେହି ଲୋକକୁ ଦିଆଯିବ। 20 କ୍ଷତ ବଦଳରେ କ୍ଷତ, ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ, ମନୁଷ୍ୟ ଶରୀରରେ ଯିଏ ଯେଉଁପରି ଆଘାତ କରିଅଛି ତାହା ପ୍ରତି ସେହି ପ୍ରକାର ଆଘାତ କରାଯିବ। 21 ଜଣେ ଯଦି ପଶୁ ବଧ କରେ, ତେବେ ସେ ତାହାର ପରିଶୋଧ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ୟା କରେ, ତେବେ ସେ ହତ ହେବ।
22 “ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ୟବସ୍ଥା ହେବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23 ତା’ପରେ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ କହିବାରୁ ସେମାନେ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।
31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
ମୋତେ ତୁମ୍ଭେ ନିରାଶ କର ନାହିଁ।
ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
2 ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
ମୋର ନିରାପତ୍ତା ବଳୟ ହୁଅ।
ମୋତେ ରକ୍ଷା କର।
3 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
4 ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
ତୁମ୍ଭେ ମୋର ନିରାପଦ ସ୍ଥଳ।
5 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ।
ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି।
ମୋତେ ରକ୍ଷା କର।
6 ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ।
ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ।
7 ପରମେଶ୍ୱର ଦୟାର ସାଗର।
ତେଣୁ ମୋତେ ସୁଖରେ ରଖନ୍ତି।
ତୁମ୍ଭେ ମୋର ଦୂରାବସ୍ଥା ଦେଖିଛ।
ତୁମ୍ଭେ ଜାଣ ମୋ’ ଉପରେ ଯେଉଁ ବିପଦ ପଡ଼ିଥିଲା।
8 ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ।
ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ।
9 ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର।
ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି।
ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି।
10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି।
ମୋର ଜୀବନ ଦୁଃଖରେ ସରିଯିବ।
ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି
ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି।
11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି,
ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି।
ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ
ଭୟ କରି ମୋ’ଠାରୁ ଦୂରେଇ ଯାଆନ୍ତି।
12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି
ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ,
ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।
14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ।
ତୁମ୍ଭେ ହିଁ ମୋର ପରମେଶ୍ୱର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି,
ତୁମ୍ଭେ ମୋତେ ନିରାଶ କରିବ ନାହିଁ।
ଦୁଷ୍ଟ ଲୋକମାନେ ନିରାଶ ହେବେ।
ସେମାନେ ନୀରବରେ କବରକୁ ଯିବେ।
18 ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ।
ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି।
ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ।
ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ।
19 ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ।
ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର।
ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
20 ଦୁଷ୍ଟ ଲୋକମାନେ ଏକତ୍ରିତ ହୋଇ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଗ୍ଭହାନ୍ତି।
ସେହି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସେହି ଉତ୍ତମ ଲୋକଙ୍କୁ ଲୁଗ୍ଭଇ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସେମାନଙ୍କୁ ଆପଣା ଆଶ୍ରୟ ସ୍ଥଳରେ ରକ୍ଷାକର।
21 ସଦାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ।
ମୁଁ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ନଗରରେ କବଳିତ ହେଲି, ସେତେବେଳେ ସେ ମୋତେ ଅନୁଗ୍ରହ ପ୍ରଦର୍ଶନ କଲେ।
22 ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।”
କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ।
23 ହେ ପରମେଶ୍ୱରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ।
ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି,
କିନ୍ତୁ ସଦାପ୍ରଭୁ ସେହି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରନ୍ତି।
ସେ ସେହିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ଦଣ୍ଡର ଅଧିକାରୀ।
24 ହେ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛ।
ସାହସୀ ହୁଅ, ତାହାହେଲେ ପରମେଶ୍ୱର ତୁମ୍ଭକୁ ଶକ୍ତିଶାଳୀ କରିବେ।
ଉପଦେଶକର ଗୁଚ୍ଛ
7 ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ।
ବ୍ୟକ୍ତିର ଜନ୍ମଦିନ ଅପେକ୍ଷା ମୃତ୍ୟୁର ଦିନ ଯଥେଷ୍ଟ ଭଲ ଅଟେ।
2 ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ।
କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ
ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍।
3 ସୁଖଠାରୁ ଦୁଃଖ ଭଲ
କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ।
4 ଜ୍ଞାନୀମାନଙ୍କ ହୃଦୟ ଚିତାଗ୍ନିରେ।
ମାତ୍ର ମୂର୍ଖମାନଙ୍କ ହୃଦୟ ଭୋଜିରେ ଥାଏ।
5 ଜଣେ ମୂର୍ଖର ଗୀତ ଶୁଣିବାଠାରୁ
ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା ଭଲ।
6 ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି
ମୂର୍ଖର ହାସ୍ୟ ସେହିପରି, ଏହା ମଧ୍ୟ ଅର୍ଥହୀନ।
7 ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ,
ଲାଞ୍ଚ ବିବେକ ନଷ୍ଟ କରେ।
8 ବିଷୟର ଆରମ୍ଭ ଅପେକ୍ଷା
ତହିଁର ସମାପ୍ତି ଭଲ।
ଗୋଟିଏ ଜରାଗ୍ରସ୍ତ ଆତ୍ମା
ଏକ ଗର୍ବୀ ଆତ୍ମାଠାରୁ ଭଲ।
9 ଶୀଘ୍ର କ୍ରୋଧିତ ହୁଅ ନାହିଁ।
କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ବାସ କରେ।
10 ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?”
ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ
ଏହା ପଗ୍ଭରିବ ନାହିଁ।
11 ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣରେ ଲାଭ ଦେଇଥାଏ। 12 କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେହିପରି ଆଶ୍ରୟ ସ୍ୱରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସେମାନଙ୍କର ଜୀବନକୁ ଏହା ସୁରକ୍ଷା କରେ।
13 ପରମେଶ୍ୱରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କେହି ଠିକ୍ କରି ପାରିବ ନାହିଁ। 14 ଖୁସୀ ହୁଅ ଯେତେବେଳେ ତୁମ୍ଭ ପାଖରେ ସମ୍ପତ୍ତି ଅଛି, କିନ୍ତୁ ଯେତେବେଳେ ତୁମ୍ଭେ ଦୁଃଖ ଅନୁଧ୍ୟାନ କର ପରମେଶ୍ୱର ଆମ୍ଭକୁ ଭଲ ସହିତ ଖରାପ ସମୟ ଦେଇଛନ୍ତି। ଯାହା ଫଳରେ କୌଣସି ଲୋକ ଭବିଷ୍ୟତରେ କ’ଣ ଘଟିବ ତାହା ଜାଣି ପାରିବ।
ଲୋକମାନେ ପ୍ରକୃତରେ ଧାର୍ମିକ ହୋଇ ପାରିବେ ନାହିଁ
15 ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା’ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ। 16 ତୁମ୍ଭେମାନେ ନିଜକୁ ଅତି ଧାର୍ମିକ ବୋଲି ଦେଖାଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦେଖାଇ ହୁଅ ନାହିଁ। କାହିଁକି ଏଥିରେ ତୁମ୍ଭେ ନିଜକୁ ବିନାଶ କରିବ? 17 ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ?
18 ହସ୍ତ କାଢ଼ି ନ ନେଇ ତାକୁ ଧରି ରଖିବାରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ୱରଙ୍କୁ ସମ୍ମାନ କରେ, ସେ ଉଭୟ କରେ। 19 ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ। 20 ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ।
21 ଯାହା ତୁମ୍ଭଙ୍କୁ କୁହାଯାଇଛି, ସମସ୍ତ କଥାରେ ମନୋଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ। 22 କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ।
23 ମୁଁ ଜ୍ଞାନଦ୍ୱାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, “ମୁଁ ଜ୍ଞାନୀ ହେବାକୁ ଗ୍ଭହେଁ। ମାତ୍ର ଜ୍ଞାନ ମୋର ଗନ୍ତବ୍ୟଠାରୁ ବହୁତ ଦୂରରେ ଅଛି।” 24 ସବୁକିଛି ଆମ୍ଭର ବୁଝାମଣାର ବାହାରେ, ଏସବୁ କିଏ ବୁଝିପାରିବ? 25 ମୋ’ ହୃଦୟରେ ମୁଁ ଜାଣିବାକୁ, ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଗ୍ଭହିଁଲି।
ମୁଁ ମଧ୍ୟ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଗ୍ଭହିଁଲି। 26 ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ୟୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା’ର ହୃଦୟ ଏକ ଯନ୍ତାପରି। ତା’ର ହସ୍ତଦ୍ୱୟ ଶୃଙ୍ଖଳ ଅଟେ। ଯେକେହି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ୱାରା ଧରାଯିବ।
27 ଉପଦେଶକ କହିଲେ, “ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି। 28 ମୁଁ ବାରମ୍ବାର ଖୋଜିଲି ଏବଂ ମୁଁ ପାଇଲି ନାହିଁ। ହଜାରରେ ଗୋଟିଏ ପୁରୁଷ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସେମାନଙ୍କ ମଧ୍ୟରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
29 “ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ୱର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସେମାନେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।”
ଶେଷ ଦିନଗୁଡ଼ିକରେ
3 ଏହା ମନେରଖ ଯେ ଶେଷ ଦିନଗୁଡ଼ିକରେ ଅନେକ କଷ୍ଟକର ପରିସ୍ଥିତି ଆସିବ। 2 ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ। 3 ଅନ୍ୟମାନଙ୍କ ଲାଗି ପ୍ରେମଭାବ ରଖିବେ ନାହିଁ। ସେମାନେ ଲୋକମାନଙ୍କୁ କ୍ଷମା ଦେବା ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବେ। ଆତ୍ମସଂଯମୀ ହେବେ ନାହିଁ। ସେମାନେ କ୍ରୋଧୀ ଓ ହୀନମନା ହେବେ ଓ ଉତ୍ତମ ବିଷୟ ଗୁଡ଼ିକୁ ଘୃଣା କରିବେ। 4 ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା’ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ। 5 ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।
6 ଏମାନଙ୍କ ଭିତରୁ କେତେଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସେହି ସ୍ତ୍ରୀଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ୱାରା ପରିଗ୍ଭଳିତ ହେଉଥିବା ଯୋଗୁଁ ଏହି ସ୍ତ୍ରୀଲୋକମାନେ ପାପରେ ପଡ଼ନ୍ତି। 7 ସେହି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସେମାନେ କେବେ ହେଲେ ସତ୍ୟକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ଯନ୍ନୀସ୍ ଓ ଯମ୍ବ୍ରୀସ୍ କଥା ମନେପକାଅ। 8 ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। 9 କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା।
ଶେଷ ଶିକ୍ଷା
10 କିନ୍ତୁ ତୁମ୍ଭେ ସମସ୍ତେ ମୋତେ ଜାଣିଛ। ଏହା ମଧ୍ୟ ଜାଣିଛ ଯେ ମୁଁ କ’ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁହେ। ମୋ’ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ତୁମ୍ଭେ ଜାଣିଛ। ତୁମ୍ଭେ ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ବିଷୟରେ ଜାଣିଛ ଓ ଏହା ମଧ୍ୟ ଜାଣିଛ ଯେ ମୁଁ କେବେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ। 11 ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ। 12 ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ। 13 ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ।
14 କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। 15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ। 16 ସବୁ ଶାସ୍ତ୍ର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପଯୋଗୀ ଅଟେ। 17 ପରମେଶ୍ୱରଙ୍କ ସେବକ, ଶାସ୍ତ୍ରଗୁଡ଼ିକର ବ୍ୟବହାର ଦ୍ୱାରା ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ହେବ ଓ ତା’ର ପ୍ରତ୍ୟେକ ଆବଶ୍ୟକ ବିଷୟ ପାଇବ।
2010 by World Bible Translation Center