Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 18

ଦୈହିକ ସମ୍ପର୍କ ବିଷୟରେ ବ୍ୟବସ୍ଥା

18 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଅତୀତରେ ତୁମ୍ଭେମାନେ ମିଶର ଦେଶରେ ବାସ କରୁଥିଲ, ସେହି ଦେଶରେ ସେମାନେ କଲାପରି, ତୁମ୍ଭେମାନେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦେବାକୁ ଯାଉଅଛି, ସେଠାରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁ କିମ୍ବା ସେମାନଙ୍କର ପ୍ରଥା ଅନୁସାରେ ଚଳିବ ନାହିଁ। ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ ଓ ତଦନୁସାରେ ଆଚରଣ କରିବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭେମାନେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ।

“ତୁମ୍ଭେମାନେ ଆପଣା କୁଟୁମ୍ବ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

“ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସମ୍ପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ତୁମ୍ଭମାନଙ୍କର ପିତା ପ୍ରତି ଅସମ୍ମାନ ହେବ। ତେଣୁ ନିଶ୍ଚୟ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ଯ୍ୟା ସହିତ ଦୈହିକ ସମ୍ପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମା ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହେବ।

“ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ୟା ବା ମାତୃକନ୍ୟା, ସେ ଗୃହରେ ଜନ୍ମ ହୋଇଥାଉ କିମ୍ବା ଅନ୍ୟତ୍ର ଜନ୍ମ ହୋଇଥାଉ, ତା’ ସହିତ ମଧ୍ୟ ଦୈହିକ ସମ୍ପର୍କ ରଖିବ ନାହିଁ।

10 “ତୁମ୍ଭେ ନିଜ ପୌତ୍ରୀର କିମ୍ବା ଦୌହିତ୍ରୀର ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ନିଜ ଭବିଷ୍ୟ‌ଦ୍‌ ବଂଶଧର।

11 “ତୁମ୍ଭେ ତୁମ୍ଭ ବିମାତା କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛି ଓ ସେ ତୁମ୍ଭର ଭଗିନୀ, ତା’ ସହିତ ଯୌନ ସମ୍ପର୍କ ରଖିବ ନାହିଁ।

12 “ତୁମ୍ଭେ ନିଜର ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସମ୍ପର୍କୀୟ। 13 ତୁମ୍ଭେ ତୁମ୍ଭର ମାଉସୀ ସହିତ ମଧ୍ୟ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ମାଙ୍କର ଅତି ନିକଟ ସମ୍ପର୍କୀୟା। 14 ତୁମ୍ଭେ ତୁମ୍ଭର କକାଙ୍କ ସ୍ତ୍ରୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ତାଙ୍କର ସ୍ତ୍ରୀଙ୍କୁ ଅନୁନୟ କର ନାହିଁ। ସେ ତୁମ୍ଭର ଖୁଢ଼ୀ।

15 “ତୁମ୍ଭେ ତୁମ୍ଭର ପୁଅର ବୋହୂ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ପୁତ୍ରବଧୁ। ତୁମ୍ଭେ ତାହା ସହିତ ଯୌନ ସମ୍ପର୍କ ରଖିବ ନାହିଁ।

16 “ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହେବ।

17 “ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତୁମ୍ଭେ ତାହାର ପୌତ୍ରୀ କିମ୍ବା ଦୌହିତ୍ରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେମାନେ ତା’ର ନିକଟ ସମ୍ପର୍କୀୟ। ଏପ୍ରକାର ଯୌନ ସମ୍ପର୍କ ଭୟଙ୍କର ଭାବରେ ନୀତି ବିରୁଦ୍ଧ।

18 “ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ।

19 “ପୁଣି କୌଣସି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେସମୟରେ ସେ ଅଶୁଚି ଅଟେ।

20 “ପୁଣି ତୁମ୍ଭେ କୌଣସି ପ୍ରତିବାସୀ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖି ନିଜକୁ ଅଶୁଚି କରିବ ନାହିଁ।

21 “ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଉତ୍ସର୍ଗୀତ ହେବାକୁ ଦେବା ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କ ପବିତ୍ର ନାମକୁ କଳୁଷିତ ନିଶ୍ଚୟ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।

22 “ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ୟ ପାପ।

23 “ତୁମ୍ଭେ କୌଣସି ପଶୁ ସହିତ ଯୌନ ସମ୍ପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଏହା ପ୍ରକୃତି ବିରୋଧ।

24 “ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ନିଜକୁ ଅଶୁଚି କର ନାହିଁ। କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି। 25 ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉ‌ଦ୍‌ଗାର କରୁଅଛି।

26 “ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ବିଧି ପାଳନ କରିବ। ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ। 27 କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣାଯୋଗ୍ୟ କର୍ମ କରି ଦେଶକୁ ଅଶୁଚି କରିଛନ୍ତି। 28 ତୁମ୍ଭେମାନେ ଯଦି ସେହି ଘୃଣାଯୋଗ୍ୟ କର୍ମ କର, ତେବେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉ‌ଦ୍‌ଗାର କଲା, ସେହିପରି ସେ ତୁମ୍ଭମାନଙ୍କୁ ବି ଉ‌ଦ୍‌ଗାର କରିବ। 29 ତେଣୁ ଯେଉଁମାନେ ଏହି ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ତେବେ ସେହି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। 30 ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”

ଗୀତସଂହିତା 22

ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ।

22 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ?
    ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ?
    ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।
ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି
    କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ
ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।

ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ।
    ତୁମ୍ଭେ ରାଜାର ଆସନରେ ଆସୀନ।
    ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।
ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ।
    ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ।
    ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ।
ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ।
    ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।
କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ,
    ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।
ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି।
    ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।
ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି।
    ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”

ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ।
    ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି।
    ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି।
10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି।
    ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି।

11 ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।
12 ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି।
    ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
13 ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି
    ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ।

14 ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି,
    ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି।
ମୋର ଅସ୍ଥିସବୁ ଭାଙ୍ଗି ଯାଉଛି।
    ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।
15 ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି।
    ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।
16 “କୁକୁରମାନେ” ମୋର ଗ୍ଭରିକଡ଼ରେ ଘେରି ରହିଛନ୍ତି।
    ସେହି ଦୁଷ୍ଟ ଲୋକମାନେ ଦଳବଦ୍ଧ ହୋଇ ମୋତେ ଯନ୍ତାରେ ପକାଇଛନ୍ତି।
    ସେମାନେ ମୋର ହାତ ଗୋଡ଼କୁ ଛିଦ୍ର କରି ପକାଇଛନ୍ତି।
17 ମୋର ପଞ୍ଜରା ସବୁ ଗଣି ହୋଇ ଯାଉଛି
    ଓ ସେହି ଲୋକମାନେ ମୋ’ ଆଡ଼କୁ କ୍ରୁର ଦୃଷ୍ଟିରେ ଗ୍ଭହୁଁଛନ୍ତି।
18 ସେହି ଲୋକମାନେ ମୋର ବସ୍ତୁସବୁ ନିଜ ଭିତରେ ବାଣ୍ଟି ନେଲେ।
    ସେମାନେ ମୋର ଗ୍ଭେଗାକୁ ବାଜି ଲଗାନ୍ତି।

19 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ତୁମ୍ଭେ ହିଁ ମୋର ଶକ୍ତି, ଶୀଘ୍ର ମୋତେ ସାହାଯ୍ୟ କର।
20 ହେ ସଦାପ୍ରଭୁ, ମୋର ପ୍ରାଣକୁ ସେହି ଖ‌ଡ଼୍‌ଗରୁ ରକ୍ଷା କର।
    ସେହି କୁକୁରମାନଙ୍କ କବଳରୁ ମୋର ମୂଲ୍ୟବାନ ଆତ୍ମାକୁ ରକ୍ଷା କର।
21 ମୋତେ ସିଂହ ମୁଖରୁ ଉଦ୍ଧାର କର।
    ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

22 ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି।
    ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।
23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
    ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
    ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
    ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
    ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
    ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
    ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
    ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
    ଯାହାସବୁ ପରମେଶ୍ୱର କରିଛନ୍ତି।

ଉପଦେଶକ 1

ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର।

ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ?

ପୃଥିବୀ ଚିରକାଳସ୍ଥାୟୀ

ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି।

ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ।

ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।

ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।

କୌଣସି କଥା ନୂଆ ନୁହେଁ

ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ।

10 ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।

11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।

ଜ୍ଞାନ କ’ଣ ଆନନ୍ଦ ଦେଇପାରେ?

12 ମୁଁ ଉପଦେଶକ ଯିରୁଶାଲମରେ ଇସ୍ରାଏଲର ଉପରେ ରାଜା ଥିଲି। 13 ମୁଁ ମନୋଯୋଗ କଲି ଅଧ୍ୟୟନ ପାଇଁ ଏବଂ ଜ୍ଞାନ ଦ୍ୱାରା ସବୁକିଛି ବୁଝିବା ପାଇଁ ଯାହା ସ୍ୱର୍ଗତଳେ ହୁଏ। ଏହି କାର୍ଯ୍ୟ, ଯାହା ପରମେଶ୍ୱର ମନୁଷ୍ୟମାନଙ୍କୁ ଦେଇଛନ୍ତି ବ୍ୟସ୍ତ ରହିବାକୁ ଅତି ଅପ୍ରିତିକର ଅଟେ। 14 ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି। 15 ତୁମ୍ଭେ ଏସବୁ ପରିବର୍ତ୍ତନ କରି ପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାଯାଇ ନ ପାରେ। ଯାହା ସେଠାରେ ନାହିଁ ତୁମ୍ଭେମାନେ ତାହା ଗଣି ପାରିବ ନାହିଁ।

16 ମୁଁ ନିଜକୁ ନିଜେ କହେ, “ମୁଁ ବଡ଼ ଜ୍ଞାନୀ ଯିରୁଶାଲମରେ ମୋ’ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସେମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭବୀ ହୋଇଅଛି?”

17 ତା’ପରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହା ହିଁ ପବନର ପଶ୍ଚା‌‌‌ତ୍‌‌‌ଧାବନ ବୋଲି ମୁଁ ଜାଣିଲି। 18 ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ। ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3

ମଣ୍ଡଳୀର ନେତାଗଣ

ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ [a] ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି। ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର। ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା’ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ। ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ।

କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା’ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ। ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।

ମଣ୍ଡଳୀର ସେବକଗଣ

ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ। ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ। 10 ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା’ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ।

11 ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।

12 ଯେଉଁମାନେ ବିଶେଷ ସେବକ ହେବେ, ସେମାନଙ୍କର କେବଳ ଗୋଟିଏ ପତ୍ନୀ ଥିବ। ସେମାନେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ୱ ଦେଇପାରୁଥିବେ। 13 ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।

ଆମ୍ଭ ଜୀବନର ରହସ୍ୟ

14 ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ। 15 କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ। 16 ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ,

ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ;
    ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ
ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ;
    ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା;
ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ;
    ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center