M’Cheyne Bible Reading Plan
ମୋଶାଙ୍କ ଶ୍ୱଶୁରଙ୍କଠାରୁ ଉପଦେଶ
18 ମିଦିୟନୀୟମାନଙ୍କର ଯାଜକ ଯିଥ୍ରୋ, ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକାରେ ମୋଶା ଏବଂ ତାଙ୍କର ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି। ଏବଂ ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇସ୍ରାଏଲୀୟମାନଙ୍କୁ ବାହାର କରି ଆଣିଛନ୍ତି। 2 ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ ଗଲେ। ଯେତେବେଳେ ମୋଶା ପରମେଶ୍ୱରଙ୍କ ପର୍ବତ ସୀନୟରେ ଥିଲେ। ଯିଥ୍ରୋ ମୋଶାଙ୍କର ସ୍ତ୍ରୀ ସିପ୍ପୋରାକୁ ସାଙ୍ଗରେ ନେଇଗଲେ। ସିପ୍ପୋରା ମୋଶାଙ୍କ ପାଖରେ ନ ଥିଲେ କାରଣ ମୋଶା ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଇଥିଲେ। 3 ଯିଥ୍ରୋ ମଧ୍ୟ ମୋଶାଙ୍କର ଦୁଇପୁତ୍ରଙ୍କୁ ସାଙ୍ଗରେ ନେଇଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାଯାଇଥିଲା କାରଣ ମୋଶା କହିଲେ, “ମୁଁ ବିଦେଶରେ ପ୍ରବାସୀ ହେଲି।” 4 ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା’ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖଡ଼୍ଗରୁ ରକ୍ଷା କଲେ।” 5 ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ, ମୋଶାଙ୍କର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସେହି ସମୟରେ ମୋଶା ପରମେଶ୍ୱରଙ୍କର ପର୍ବତ ନିକଟରେ ଛାଉଣି ପକାଇଥିଲେ।
6 ଯିଥ୍ରୋ ମୋଶାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋ କହିଲେ, “ମୁଁ ତୁମ୍ଭର ଶ୍ୱଶୁର ଯିଥ୍ରୋ ଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।”
7 ତେଣୁ ମୋଶା ତାଙ୍କ ଶ୍ୱଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମୋଶା ତାଙ୍କ ଶ୍ୱଶୁରଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଏବଂ ସେମାନେ ପରମେଶ୍ୱରଙ୍କର ଉତ୍ତମ ଖବର ବୁଝିଲେ। ଏହା ପରେ ସେମାନେ ମୋଶାଙ୍କ ତମ୍ବୁକୁ ଗଲେ ଓ ସେଠାରେ କଥା ହେଲେ। 8 ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ।
9 ଯିଥ୍ରୋ ବହୁତ ଖୁସୀହେଲେ, ଯେତେବେଳେ ଜାଣିଲେ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ପାଇଁ ଉତ୍ତମ କର୍ମମାନ କରିଛନ୍ତି ଏବଂ ସେ ବହୁତ ଖୁସୀହେଲେ ଯେ ସଦାପ୍ରଭୁ ମିଶରଠାରୁ ଇସ୍ରାଏଲକୁ ମୁକ୍ତ କରିଛନ୍ତି। 10 ଯିଥ୍ରୋ କହିଲେ,
“ସଦାପ୍ରଭୁଙ୍କର ପ୍ରଶଂସା କର!
ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି।
ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି।
11 ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍।
ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!”
12 ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ।
13 ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ।
14 ମୋଶା ଲୋକମାନଙ୍କର ବିଗ୍ଭର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଗ୍ଭରିଲେ, “ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଗ୍ଭର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେବେ?”
15 ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ, “ସେମାନେ ପରମେଶ୍ୱରଙ୍କର ବିଗ୍ଭର ବୁଝିବା ପାଇଁ ମୋ’ ନିକଟକୁ ଆସନ୍ତି। 16 ସେମାନଙ୍କର କୌଣସି ବିବାଦ ହେଲେ, ମୋ’ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଗ୍ଭର କରେ। ସେମାନଙ୍କୁ ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ଶିକ୍ଷା ଦିଏ।”
17 କିନ୍ତୁ ମୋଶାଙ୍କ ଶ୍ୱଶୁର ତାଙ୍କୁ କହିଲେ, “ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ। 18 ଏହିସବୁ କାର୍ଯ୍ୟ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ଯ୍ୟ କରି ପାରିବ ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦେବ ଏବଂ ଏହା ଲୋକମାନଙ୍କୁ କ୍ଳାନ୍ତ କରିବ। 19 ବର୍ତ୍ତମାନ ମୋ’ କଥା ଶୁଣ। ମୋର କେତେକ ଉପଦେଶ ଗ୍ରହଣ କର। ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। 20 ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କ ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। 21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍
“ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର। 22 ସେମାନେ ସର୍ବଦା ଲୋକମାନଙ୍କର ବିଗ୍ଭର କରନ୍ତୁ। ପୁଣି ଜଟିଳ ବିଷୟରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର ବିଷୟସବୁ ସେମାନେ ଆପେ ବିଗ୍ଭର କରିବେ। ତାହାହେଲେ, ତୁମ୍ଭ ନିଜ କର୍ମରୁ ଉଶ୍ୱାସ ହେବ। ପୁଣି ସେମାନେ ତୁମ୍ଭ ସହିତ ଭାର ବହିବେ। 23 ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହି ପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ।”
24 ଏହା ପରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। 25 ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କଲେ। 26 ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଗ୍ଭର କଲେ ଓ କଠିନ ବିଗ୍ଭରସବୁ ମୋଶାଙ୍କ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର ବିଷୟସବୁ ନିଜେ ନିଜେ ବିଗ୍ଭର କଲେ।
27 ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ ବିଦାୟ ଦେଲେ ଏବଂ ଯିଥ୍ରୋ ସ୍ୱଦେଶକୁ ଗଲେ।
ପ୍ରକୃତ ଦାନ(A)
21 ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି। 2 ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସେହି ବିଧବା ଲୋକଟି ଦାନବାକ୍ସରେ ଦୁଇଟି ତମ୍ବା ପଇସା ପକାଇଲା। 3 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏହି ଗରିବ ବିଧବାଟି କେବଳ ଦୁଇଟି ତମ୍ବା ପଇସା ଦାନ ଦେଲା। କିନ୍ତୁ ପ୍ରକୃତରେ ସେ ଏହି ଧନୀଲୋକମାନଙ୍କଠାରୁ ବହୁତ ଅଧିକ ଦେଲା। 4 ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।”
ମନ୍ଦିରର ଧ୍ୱଂସ(B)
5 କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!”
6 କିନ୍ତୁ ଯୀଶୁ କହିଲେ, “ଏବେ ତୁମ୍ଭେମାନେ ଏଠାରେ ଯାହାସବୁ ଦେଖୁଛ, ସମୟ ଆସିବ, ଯେତେବେଳେ ଏସବୁ ଧ୍ୱଂସ ହୋଇଯିବ। ଏହି ଭବନଗୁଡ଼ିକର ପ୍ରତ୍ୟେକ ପଥର ଭୂମିସାତ୍ ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବ ନାହିଁ।”
7 କେତେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ଏସବୁ ଘଟଣା କେବେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?”
8 ଯୀଶୁ କହିଲେ, “ସାବଧାନ! ଭ୍ରାନ୍ତହୁଅ ନାହିଁ। ମୋ’ ନାମ ବ୍ୟବହାର କରି ଅନେକ ଲୋକ ଆସିବେ। ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ’ ଏବଂ ‘ଉପଯୁକ୍ତ ସମୟ ଆସିଯାଇଛି।’ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅନୁସରଣ କରିବ ନାହିଁ। 9 ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିଦ୍ରୋହର ଜନରବ ଶୁଣିବ, କେବେ ଡରିଯିବ ନାହିଁ। ଏସବୁ ଘଟଣା ନିଶ୍ଚୟ ପ୍ରଥମେ ଘଟିବ। କିନ୍ତୁ ଅନ୍ତିମ ସମୟ ଆସିବାକୁ ବିଳମ୍ବ ହେବ।”
10 ଯୀଶୁ ସେମାନଙ୍କୁ କହିଲେ, “ଦେଶ ଦେଶ ବିରୁଦ୍ଧରେ ଲଢ଼େଇ କରିବେ। ରାଜ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବେ। 11 ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ।
12 “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ। 13 କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ। 14 ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ। 15 ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା’ର ଉତ୍ତର ଦେଇ ପାରିବ ନାହିଁ। 16 ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ। 17 ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ। 18 କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ। 19 ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ।
ଯିରୁଶାଲମର ଧ୍ୱଂସ(C)
20 “ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି। 21 ସେତେବେଳେ ଯିହୂଦାର ଲୋକେ ପର୍ବତ ଆଡ଼କୁ ପଳାଇଯିବା ଉଚିତ୍। ଯିରୁଶାଲମ ନଗର ଭିତରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡ଼ି ଗ୍ଭଲିଯିବା ଉଚିତ୍। ଜଣେ ଯଦି ନଗର ବାହାରେ ଥିବ, ତେବେ ସେ ନଗର ଭିତରକୁ ଯିବା ଉଚିତ୍ ନୁହେଁ। 22 ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟଦ୍ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ। 23 ଗର୍ଭବତୀ ସ୍ତ୍ରୀ ଓ କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସେହି ଦିନଗୁଡ଼ିକ ଅତ୍ୟନ୍ତ ଭୟାନକ ହେବ। କାରଣ ସେହି ଦିନମାନଙ୍କରେ ଏହି ଦେଶ ଉପରକୁ ବହୁତ ବିପଦ ମାଡ଼ି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ୱର କ୍ରୋଧ କରିବେ। 24 କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ।
ଭୟ କର ନାହିଁ(D)
25 “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅଦ୍ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ। 26 ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ। 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ। 28 ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”
ମୋର ବାକ୍ୟ ଅନନ୍ତକାଳସ୍ଥାୟୀ(E)
29 ତା’ପରେ ଯୀଶୁ ଏହି ଦୃଷ୍ଟାନ୍ତଟି କହିଲେ, “ସବୁ ଗଛଗୁଡ଼ିକୁ ଦେଖ। ଡିମ୍ବିରିଗଛଟି ଗୋଟିଏ ଭଲ ଉଦାହରଣ। 30 ସେଗୁଡ଼ିକରେ ଯେତେବେଳେ ନୂଆ ପତ୍ର କଅଁଳେ, ତୁମ୍ଭେମାନେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି। 31 ସେହିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସେଗୁଡ଼ିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କ ରାଜ୍ୟ ନିକଟ ହୋଇଗଲାଣି।
32 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହିସବୁରେ ଲୋକେ ବଞ୍ଚିଥିବା ସମୟ ଭିତରେ ଏସବୁ ଘଟଣା ଘଟିବ। 33 ପୃଥିବୀ ଓ ଆକାଶ ଲୋପ ହୋଇ ଯାଇପାରେ। କିନ୍ତୁ ମୋର ବାକ୍ୟ କଦାପି ଲୋପ ହେବ ନାହିଁ। ମୋର ବାକ୍ୟ ଅନନ୍ତକାଳସ୍ଥାୟୀ।
ସବୁବେଳେ ପ୍ରସ୍ତୁତ ଥାଅ
34 “ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ। 35 ପୃଥିବୀରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳି ଆସିଯିବ। 36 ତେଣୁ ସଦାବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସେଗୁଡ଼ିକ ମଧ୍ୟଦେଇ ନିରାପଦରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭେମାନେ ଆତ୍ମବିଶ୍ୱାସର ସହିତ ମନୁଷ୍ୟପୁତ୍ରଙ୍କ ଆଗରେ ଠିଆ ହୋଇ ପାରିବା ପାଇଁ ପ୍ରାର୍ଥନା କରା”
37 ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ। 38 ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ।
36 ଇଲୀହୂ ତା’ର କଥା ଜାରି ରଖି କହିଲା। ସେ କହିଲା
2 “ମୋ’ ସହିତ ଟିକେ ସାମାନ୍ୟ ଅଧିକ ସମୟ ଧୈର୍ଯ୍ୟ ଧର।
ଯାହା ଫଳରେ ମୁଁ ମୋରଯୁକ୍ତି ତୁମ୍ଭକୁ ଦେଇ ପାରିବି।
ତଥାପି ପରମେଶ୍ୱରଙ୍କ ତରଫରୁ ମୋତେ ବହୁତ କିଛି କହିବାର ଅଛି।
3 ମୋର ଜ୍ଞାନ ମୁଁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବି।
ପରମେଶ୍ୱର ମୋତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦେବି ଯେ ପରମେଶ୍ୱର ନ୍ୟାୟନିଷ୍ଠ।
4 ଆୟୁବ, ମୁଁ ସତ କହୁଛି
ମୁଁ ଜାଣେ ମୁଁ କେଉଁ ବିଷୟରେ କଥାବାର୍ତ୍ତା କରୁଛି।
5 “ପରମେଶ୍ୱର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
ପରମେଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ, ସେ ମଧ୍ୟ ଅତି ଜ୍ଞାନୀ।
6 ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଅନୁମତି ନେବେ ନାହିଁ।
ପରମେଶ୍ୱର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ୟାୟଶୀଳ।
7 ପରମେଶ୍ୱର ସତ୍ ଲୋକମାନଙ୍କୁ ଦେଖାଗ୍ଭହାଁ କେବେ ବନ୍ଦ କରନ୍ତି ନାହିଁ।
ସେ ସେମାନଙ୍କୁ ରାଜାମାନଙ୍କ ପରି ଚିରଦିନ ସିଂହାସନରେ ବସାନ୍ତି ଏବଂ ସେ ସେମାନଙ୍କର ଉତ୍ଥାପନ କରନ୍ତି।
8 ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି,
ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି।
9 ଏବଂ ପରମେଶ୍ୱର ସେମାନଙ୍କୁ କହିବେ କ’ଣ ସେମାନେ ଭୁଲ୍ କରିଛନ୍ତି।
ପରମେଶ୍ୱର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ୱର ତାଙ୍କୁ କହିବେ ସେମାନେ ଗର୍ବୀ।
10 ପରମେଶ୍ୱର ତାଙ୍କ ଚେତାବନୀ ଶୁଣିବାକୁ ସେମାନଙ୍କୁ ବାଧ୍ୟ କରିବେ।
ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ।
11 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା’ହେଲେ ପରମେଶ୍ୱର ତାଙ୍କୁ ସଫଳ କରାଇବେ
ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ କଟାଇବେ।
12 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା’ହେଲେ ସେମାନେ ଧ୍ୱଂସ ହେବେ।
ସେମାନେ ମୂର୍ଖଙ୍କ ଭଳି ମରିବେ।
13 “ନାସ୍ତିକ ଲୋକମାନେ କ୍ରୋଧକୁ ସେମାନଙ୍କ ନିଜ ପାଇଁ ସାଇତି ରଖନ୍ତି।
ଯେତେବେଳେ ପରମେଶ୍ୱର ତାକୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନେ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
14 ସେହି ଲୋକମାନେ ମରିବେ, ଯେତେବେଳେ ସେମାନେ ଅଦ୍ୟପି ଯୁବା,
ମନ୍ଦିରର ପୁରୁଷ ବେଶ୍ୟାପରି।
15 କିନ୍ତୁ ପରମେଶ୍ୱର ଦୁଃଖୀ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ଉଦ୍ଧାର କରନ୍ତି।
ପରମେଶ୍ୱର ଏହି ଦୁଃଖ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
16 “ପରମେଶ୍ୱର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଗ୍ଭହାନ୍ତି
ଏବଂ ତା’ ବଦଳରେ ଏକ କଷ୍ଟବିହୀନ ଜୀବନ ଦେବା ପାଇଁ ଗ୍ଭହାନ୍ତି।
ପରମେଶ୍ୱର ଗ୍ଭହାନ୍ତି ତୁମ୍ଭ ଟେବୁଲରେ ପ୍ରଚୁର ଖାଦ୍ୟ ରହୁ।
17 କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଗ୍ଭରରେ ଦୋଷୀ ସାବ୍ୟସ୍ତ ହେଲ।
ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ୟକ୍ତି ଭଳି ଶାସ୍ତି ପାଇଲ।
18 ତୁମ୍ଭର କ୍ରୋଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳରେ ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କରିବ।
ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନେଇ ନ ଯାଉ।
19 ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାଯ୍ୟ କରିପାରେ ନାହିଁ,
କି ଶକ୍ତିଶାଳୀ ଲୋକ ମଧ୍ୟ ତୁମ୍ଭକୁ ସାହାଯ୍ୟ କରିପାରେ ନାହିଁ।
20 ରାତି ଆସୁ ବୋଲି ଇଚ୍ଛା କର ନାହିଁ।
ଲୋକେ ରାତିରେ ମିଳାଇ ଯିବାକୁ ଚେଷ୍ଟା କରନ୍ତି।
ସେମାନେ ଭାବନ୍ତି ସେମାନେ ପରମେଶ୍ୱରଙ୍କଠାରୁ ଲୁଚିକି ରହିପାରିବେ।
21 ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି।
ତଥାପି ମନ୍ଦ ବିଷୟ ପସନ୍ଦ କର ନାହିଁ।
ସାବଧାନ, ଭୁଲ୍ କାମ କର ନାହିଁ।
22 “ଦେଖ, ପରମେଶ୍ୱରଙ୍କ ଶକ୍ତି ତାଙ୍କୁ ମହାନ କରିଛି।
ପରମେଶ୍ୱର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
23 କେହି ପରମେଶ୍ୱରଙ୍କୁ କ’ଣ କାର୍ଯ୍ୟ କରିବେ କହିପାରିବ ନାହିଁ।
କେହି ତାଙ୍କୁ କହିପାରିବ ନାହିଁ, ‘ହେ ପରମେଶ୍ୱର, ତୁମ୍ଭେ ଭୁଲ୍ କରିଛ।’
24 ମନେରଖ, ପରମେଶ୍ୱରଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କର।
ବହୁତ ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରି ଅନେକ ଗୀତ ଲେଖିଛନ୍ତି।
25 ପ୍ରତ୍ୟେକ ଲୋକ ପରମେଶ୍ୱର କ’ଣ କରିଛନ୍ତି ଦେଖି ପାରିବେ।
ଦୂର ଦେଶର ଲୋକମାନେ ସେହିସବୁ କଥା ଦେଖି ପାରିବେ।
26 ହଁ, ପରମେଶ୍ୱର ମହାନ ଅଟନ୍ତି।
ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ।
ଏହା ଜାଣିବା ଅସମ୍ଭବ ପରମେଶ୍ୱର କେତେ ବର୍ଷରୁ ଅଛନ୍ତି।
27 “ପରମେଶ୍ୱର ଭୂମିରୁ ଜଳ ନିଅନ୍ତି
ଓ ତାକୁ କୁହୁଡ଼ି ଓ ବର୍ଷାରେ ପରିଣତ କରନ୍ତି।
28 ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି।
ତା’ ଫଳରେ ବର୍ଷାଜଳ ଅନେକ ଲୋକଙ୍କ ଉପରେ ପଡ଼େ।
29 କେହି ବୁଝିପାରିବେ ନାହିଁ ଯେ, ପରମେଶ୍ୱର ମେଘକୁ ବାହାରେ ବିସ୍ତାର କରନ୍ତି
କି ଆକାଶରେ ଘଡ଼ଘଡ଼ି କିପରି ମାରେ।
30 ଦେଖ, ପରମେଶ୍ୱର କେମିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି
ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ୟ ଆଚ୍ଛାଦିତ କରି ଦିଅନ୍ତି।
31 ପରମେଶ୍ୱର ସେମାନଙ୍କୁ ବ୍ୟବହାର କରନ୍ତି ଦେଶମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ
ଓ ପ୍ରଚୁର ଖାଦ୍ୟ ସେମାନଙ୍କୁ ଦେବା ପାଇଁ।
32 ପରମେଶ୍ୱର ନିଜ ହାତରେ ବିଜୁଳି ଆଚ୍ଛାଦନ କରି
ସେ ନିଜେ ଗ୍ଭହୁଁଥିବା ଜାଗାମାନଙ୍କୁ ମାରନ୍ତି।
33 ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି।
ଏପରିକି ପଶୁପଲ ମଧ୍ୟ ଆଗାମୀ ଝଡ଼ ବତାସ ଆସିବା ଜାଣି ପାରନ୍ତି।
6 ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ। 2 ପରମେଶ୍ୱର କହିଛନ୍ତି:
“ମୁଁ ଉଚିତ୍ ସମୟରେ ତୁମ୍ଭ କଥା ଶୁଣିଲି
ଓ ପରିତ୍ରାଣ ଦିନରେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆସିଲି।” (A)
ମୁଁ ତୁମ୍ଭକୁ କହୁଛି, ଦେଖ, ଏହା ହେଉଛି “ଉଚିତ୍ ସମୟ।” ଏହା “ପରିତ୍ରାଣର ଦିନ” ଅଟେ।
3 ଆମ୍ଭ କାମରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଛା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। 4 ବରଂ ପରମେଶ୍ୱରଙ୍କ ସେବକ ରୂପରେ ଆମ୍ଭେମାନେ ପ୍ରତ୍ୟେକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ୟା ମଧ୍ୟରେ ଅନେକ କଠୋର ତଥା ଧୈର୍ଯ୍ୟପୂର୍ବକ ସହୁ। 5 ଆମ୍ଭକୁ ମାଡ଼ ଦିଆଯାଏ, କାରାଗାରରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧରେ ଉଠନ୍ତି। ଆମ୍ଭେ କଠୋର ପରିଶ୍ରମ କରୁ, ବେଳେବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସରେ ରହୁ। 6 ଆମ୍ଭର ଜ୍ଞାନ, ଧୈର୍ଯ୍ୟ, ଦୟା, ପବିତ୍ରଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତାରେ, ପ୍ରକୃତ ପ୍ରେମ ପ୍ରକାଶିବା ଦ୍ୱାରା, ପୁଣି ସତ୍ୟ କଥା କହି ଓ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ କରି ଏହାର ପରିଚୟ ଦେଇଥାଉ। 7 ପ୍ରତ୍ୟେକ କଥାରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷା ଢାଲ ଭାବରେ ବ୍ୟବହାର କରୁ।
8 କେତେକ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ୟାବାଦୀ ଓ ତଥାପି ଆମ୍ଭେ ସତ୍ୟ କହୁ। 9 ଆମ୍ଭେ ଜନପ୍ରିୟ ହୋଇ ଥିଲେ ମଧ୍ୟ କେତେକଙ୍କ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ୟ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ। 10 ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନେକଙ୍କୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁକିଛି ଅଛି।
11 ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖୋଲା ମନରେ ତୁମ୍ଭମାନଙ୍କ ସହିତ କଥା ହୋଇଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖୋଲି ଦେଇଛୁ। 12 ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ରେମ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭେମାନେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶନ ବନ୍ଦ କରି ଦେଇଛ। 13 ମୋ’ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ୱରୂପେ ତୁମ୍ଭେମାନେ ମଧ୍ୟ ନିଜର ହୃଦୟ ଆମ୍ଭ ପାଇଁ ସମ୍ପୂର୍ଣ୍ଣ ଭାବରେ ଖୋଲା ରଖିବା ଉଚିତ୍।
ଅଣଖ୍ରୀଷ୍ଟିୟାନମାନଙ୍କ ବିଷୟରେ ସତର୍କବାଣୀ
14 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ତୁମ୍ଭେମାନେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସେମାନଙ୍କ ସହିତ ଯୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧ୍ୟରେ କି ସହଭାଗିତା ଅଛି? 15 ଯୀଶୁ ଖ୍ରୀଷ୍ଟ ଓ ବିଲିୟାର୍ ଭିତରେ ଚୁକ୍ତି ହୋଇପାରେ କି? ଜଣେ ବିଶ୍ୱାସୀ ଓ ଜଣେ ଅବିଶ୍ୱାସୀଙ୍କ ଭିତରେ କ’ଣ କିଛି ମେଳ ହୋଇପାରେ? 16 ପରମେଶ୍ୱରଙ୍କ ମନ୍ଦିର [a] ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି:
“ମୁଁ ସେମାନଙ୍କ ସହିତ ରହିବି
ଓ ସେମାନଙ୍କ ସହିତ ଗ୍ଭଲିବି,
ମୁଁ ସେମାନଙ୍କର ପରମେଶ୍ୱର ହେବି
ଓ ସେମାନେ ମୋର ଲୋକ ହେବେ।” (B)
17 “ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ
ସେମାନଙ୍କଠାରୁ ନିଜକୁ ଅଲଗା କରି ରଖ,
ଯାହା ଅଶୁଦ୍ଧ, ତାହାକୁ ଛୁଅଁ ନାହିଁ,
ତା’ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି।” (C)
18 “ମୁଁ ତୁମ୍ଭମାନଙ୍କର ପିତା ହେବି
ଓ ତୁମ୍ଭେମାନେ ମୋ’ ପୁଅ ଓ ଝିଅ ହେବ
ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି।” (D)
2010 by World Bible Translation Center