Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 44

ଯୋଷେଫ ଏକ ଫାନ୍ଦ ପ୍ରସ୍ତୁତ କଲେ

44 ଯୋଷେଫ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ସେହି ଲୋକମାନଙ୍କର ପଟରେ ସେମାନେ ଯେତେ ନେଇପାରିବେ, ସେତେ ଶସ୍ୟ ଭର୍ତ୍ତି କର ଏବଂ ସେମାନଙ୍କ ପଇସା ମଧ୍ୟ ତାଙ୍କ ଥଳି ଉପରେ ରଖି ଦିଅ। ସାନ ଭାଇର ପଟରେ ତା’ର ଟଙ୍କାତକ ଭର୍ତ୍ତି କର। କିନ୍ତୁ ତା’ର ପଟରେ ମୋର ରୂପା ତାଟିଆ ରଖ।” ଯୋଷେଫ ସେମାନଙ୍କୁ ଯେପରି କହିଲେ ଦାସମାନେ ଠିକ୍ ସେହିପରି କଲେ।

ତା’ ପରଦିନ ପ୍ରତ୍ୟୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା। ସେମାନେ ନଗର ଛାଡ଼ିବା ପରେ ଯୋଷେଫ ତାଙ୍କର ଦାସଙ୍କୁ କହିଲେ, “ସେହି ଲୋକମାନଙ୍କୁ ଅନୁସରଣ କର। ସେମାନଙ୍କୁ ଅଟକାଇ କୁହ, ‘ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କଲୁ, କିନ୍ତୁ ତୁମ୍ଭେମାନେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭେମାନେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଗ୍ଭେରି କଲ? ଆମ୍ଭର ମହାଶୟ ସେହି କ‌ପ୍‌ରେ ପାନ କରି ସାରିବା ପରେ ଗୁପ୍ତ କଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆରେ ଜାଣିବାକୁ ଏହା ବ୍ୟବହାର କରନ୍ତି। କାହିଁକି ତୁମ୍ଭେମାନେ ଏହି ମନ୍ଦକାର୍ଯ୍ୟ କଲ?”

ତେଣୁ ଦାସମାନେ ତାଙ୍କର କଥା ମାନି ଏବଂ ସେମାନେ ଘୋଡ଼ା ଚଢ଼ି ତାଙ୍କୁ ଅନୁସରଣ କଲେ। ସେହି ଦାସମାନେ ସେମାନଙ୍କୁ ଯୋଷେଫଙ୍କ କଥା କହିଲେ।

କିନ୍ତୁ ଭାଇମାନେ ସେହି ଦାସକୁ କହିଲେ, “ତୁମ୍ଭର କର୍ତ୍ତା ଏପରି କାହିଁକି କହିଲେ? ଆମ୍ଭେ ଏପରି କିଛି କାର୍ଯ୍ୟ କରି ନାହୁଁ। ଆମ୍ଭେମାନେ କିଣାନ ଦେଶରୁ ଫେରି ଆସିଛୁ, ଆମ୍ଭ ପଟ ମଧ୍ୟରେ ଥିବା ଟଙ୍କା ଫେରାଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ। ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ୟା କରି ପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସେବକଗଣ ହେବୁ।”

10 ଦାସ କହିଲେ, “ତୁମ୍ଭେ ଯାହା କହିବ ଆମ୍ଭେ ସେହିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ୟା କରିବୁ ନାହିଁ। ଆମ୍ଭେ ଯାହା ପାଖରୁ ସେହି ରୂପା ପାତ୍ର ପାଉ, ସେ ଲୋକ ଆମ୍ଭର ଦାସ ହେବ। ଏବଂ ଅନ୍ୟମାନେ ମୁକ୍ତ ହେବେ।”

ଫାନ୍ଦ ଲମ୍ବାଇ ବିନ୍ୟାମୀନକୁ ଧରିଲେ

11 ଏହା ପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସେଗୁଡ଼ିକୁ ଖୋଳିଲେ। 12 ଯୋଷେଫଙ୍କ ଦାସ ସେହି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ୱୟରେ ସାନର ପଟ ଦେଖିଲେ। ଶେଷରେ ବିନ୍ୟାମୀନର ପଟରୁ ସେହି ପାତ୍ରଟିକୁ ପାଇଲେ। 13 ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ।

14 ଯିହୁଦା ଏବଂ ତା’ର ଭାଇମାନେ ଯୋଷେଫଙ୍କ ଗୃହକୁ ଗଲେ। ଯୋଷେଫ ସେହିଠାରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ। 15 ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ’ଣ ଜାଣି ପାରିଲ ନାହିଁ, ମୁଁ ସମସ୍ତ ଗୁପ୍ତକଥା ଜାଣିପାରେ। ମୋ’ଠାରୁ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରି ପାରିବ ନାହିଁ।”

16 ଯିହୁଦା କହିଲା, “ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫେଇ ଦେବାର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରି ପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ଦୋଷ। ପରମେଶ୍ୱରଙ୍କ ବିଗ୍ଭରରେ ଆମ୍ଭେ କରିଥିବା କାର୍ଯ୍ୟ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ଆପଣଙ୍କ ଦାସ ହୋଇ ରହିବୁ, ତାହା ସହିତ ଯାହାର ପଟରୁ ଆପଣଙ୍କ ପାତ୍ର ମିଳିଲା।”

17 କିନ୍ତୁ ଯୋଷେଫ କହିଲେ, “ପରମେଶ୍ୱର ଏପରି ନ କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କେବଳ ଯେ ମୋର ପାତ୍ର ଗ୍ଭେରି କରିଛି, ସେ ମୋର ଦାସ ହେବ। ଅନ୍ୟମାନେ ଶାନ୍ତିରେ ତୁମ୍ଭର ପିତାଙ୍କ ନିକଟକୁ ଫେରିଯାଅ।”

ଯିହୁଦା ବିନ୍ୟାମୀନ ପାଇଁ ଯୁକ୍ତି କଲା

18 ଏହା ପରେ ଯିହୁଦା ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ହେ ମହାଶୟ, ମୋତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ୟ। 19 ପୂର୍ବରୁ ଆପଣ ଆମ୍ଭକୁ ପଗ୍ଭରି ଥିଲେ, ‘ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?’ 20 ଆମ୍ଭେ ଆପଣଙ୍କୁ ଉତ୍ତର କରିଥିଲୁ, ‘ହଁ, ଆମ୍ଭର ଏକ ପିତା ଅଛନ୍ତି, ସେ ବୃଦ୍ଧ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ୟନ୍ତ ପ୍ରେମ କରୁଥିଲେ। କାରଣ ସେ ପିତାଙ୍କର ବାର୍ଦ୍ଧକ୍ୟ କାଳରେ ଜନ୍ମ ନେଇଥିଲା। ସେହି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ୟାମୀନ ହେଉଛି ସେହି ଭାଇ ଯିଏ ଏକ ମା’ର ସନ୍ତାନ। ଆମ୍ଭର ପିତା ମଧ୍ୟ ତାକୁ ଅତ୍ୟନ୍ତ ଭଲପାନ୍ତି।’ 21 ତା’ପରେ ଆପଣ ଆମ୍ଭକୁ କହିଲେ, ‘ତେବେ ସେହି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଗ୍ଭହେଁ।’ 22 ଆମ୍ଭେ କହିଲୁ, ‘ଆମ୍ଭର ସାନ ଭାଇ ଆସି ପାରିବ ନାହିଁ। ସେ ପିତାଙ୍କୁ ଛାଡ଼ି ଆସିବ ନାହିଁ। ଯଦି ପିତା ତାକୁ ହରାନ୍ତି, ତେବେ ପିତା ଦୁଃଖରେ ପ୍ରାଣତ୍ୟାଗ କରିବେ।’ 23 କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମୋତେ କେବେ ଦେଖିବ ନାହିଁ।’ 24 ତେଣୁ ଆମ୍ଭେ ପିତାଙ୍କ ନିକଟକୁ ଫେରି ଗଲୁ ଓ ଆପଣ ଯାହା କହିଥିଲେ, ତାଙ୍କୁ କହିଲୁ।

25 “ଏହା ପରେ, ଆମ୍ଭର ପିତା କହିଲେ, ‘ତୁମ୍ଭେମାନେ ଯାଇ କିଛି ଖାଦ୍ୟ ଆମ୍ଭମାନଙ୍କ ପାଇଁ ଆଣ।’ 26 ଏବଂ ଆମ୍ଭେ ପିତାଙ୍କୁ କହିଲୁ, ‘ଆମ୍ଭେ ଆମ୍ଭର ସାନ ଭାଇ ବିନା ଯାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନ ଯାଏ, ତାହାହେଲେ ସେହି ବ୍ୟକ୍ତିର ମୂଖ ଦେଖି ପାରିବୁ ନାହିଁ।’ 27 ଏହା ପରେ ଆମ୍ଭର ପିତା ଆମ୍ଭକୁ କହିଲେ, ‘ତୁମ୍ଭେ ଜାଣ ମୋର ସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନେଇଥିଲେ। 28 ଗୋଟିଏ ପୁତ୍ର ମୋ’ଠାରୁ ଦୂରକୁ ଗ୍ଭଲିଗଲା। ସେହି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ୱାସ କରେ ସେ ହିଂସ୍ର ଜନ୍ତୁ ଦ୍ୱାରା ଗ୍ରାସିତ ହୋଇଯାଇଛି। 29 ଯଦି ତୁମ୍ଭେ ମୋର ଆର ପୁତ୍ରକୁ ମୋ’ଠାରୁ ଦୂରେଇ ନିଅ। ଏବଂ ଯଦି ତା’ର କିଛି ହୁଏ, ତେବେ ମୁଁ ଦୁଃଖରେ ମରିଯିବି।’ 30 ବର୍ତ୍ତମାନ ଚିନ୍ତା କରନ୍ତୁ, କ’ଣ ହେବ। ଯେତେବେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫେରିବୁ। ସେହି ବାଳକ ଆମ୍ଭ ପିତାଙ୍କର ଅମୂଲ୍ୟ ସମ୍ପଦ। 31 ଆମ୍ଭର ପିତା ଏକ ଦୁଃଖୀ ବୃଦ୍ଧ ଲୋକ, ସେ ଯେତେବେଳେ ଦେଖିବେ ବିନ୍ୟାମୀନ ଆମ୍ଭ ସହିତ ନାହିଁ। ଏହା ଆମ୍ଭର ଦୋଷ ହେବ। ଆମ୍ଭ ଯୋଗୁଁ ସେ ଦୁଃଖୀ ମଣିଷ ପରି ମୃତ୍ୟୁବରଣ କରିବେ।

32 “ମୁଁ ଏହି ଭାଇ ପାଇଁ ଦାୟିତ୍ୱ ନେଇଛି। ମୁଁ ମୋର ପିତାଙ୍କୁ କହିଥିଲି, ‘ଯଦି ମୁଁ ବିନ୍ୟାମୀନଙ୍କୁ ସାଙ୍ଗରେ ନ ନିଏ ତେବେ ସେ ମୋତେ ଜୀବନ ସାରା ଦୋଷ ବହନ କରିବ।’ 33 ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ଯିବାକୁ ଦିଅନ୍ତୁ। ଏବଂ ମୁଁ ଆପଣଙ୍କ ଦାସ ହୋଇ ରହିବି। 34 ମୁଁ ମୋର ପିତାଙ୍କ ନିକଟକୁ ଫେରିଯାଇ ପାରିବି ନାହିଁ। ଯଦି ବିନ୍ୟାମୀନ ମୋ’ ସହିତ ନ ଯାଏ। ମୋତେ ଡର ଲାଗୁଛି ମୋର ପିତାଙ୍କର କ’ଣ ହେବ।”

ମାର୍କ ଲିଖିତ ସୁସମାଗ୍ଭର 14

ଯୀଶୁଙ୍କୁ ମାରିଦେବା ପାଇଁ ଯିହୂଦୀ ନେତାଙ୍କ ଯୋଜନା(A)

14 ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା’ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ। ସେମାନେ କହିଲେ, “ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା’ କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।

ଏକ ସ୍ତ୍ରୀର ବିଶେଷ କାର୍ଯ୍ୟ(B)

ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚି‌‌କ୍‌‌କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା।

ଏହା ଦେଖି ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, “ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା? ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ୟ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥା’ନ୍ତା ଏବଂ ତହିଁର ଅର୍ଥ ଗରିବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥା’ନ୍ତା।” ତେଣୁ ସେମାନେ ସ୍ତ୍ରୀଲୋକଟିକୁ ଦୃଢ଼ ଭାବରେ ସମାଲୋଚନା କରିବାକୁ ଲାଗିଲେ।

ଯୀଶୁ କହିଲେ, “ସେହି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡ଼ିଦିଅ। ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖରେ ରହିବେ। ତୁମ୍ଭେ ଯେତେବେଳେ ଗ୍ଭହିଁବ, ସେମାନଙ୍କୁ ସାହାଯ୍ୟ କରି ପାରିବ। କିନ୍ତୁ ତୁମ୍ଭେମାନେ ମୋତେ ସଦାବେଳେ ପାଇବ ନାହିଁ। “ଏ ସ୍ତ୍ରୀ ଲୋକଟି ମୋ’ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସେତକ କରିଛି। ସମାଧି ନିମନ୍ତେ ମୋ’ ଦେହକୁ ପ୍ରସ୍ତୁତ କରିବା ପାଇଁ ସେ ମୋ’ ଦେହରେ ମୋର ମୃତ୍ୟୁ ପୂର୍ବରୁ ଅତର ଢାଳିଛି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ସାରା ସଂସାରରେ ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ପ୍ରଗ୍ଭର କରାଯିବ। ଯେଉଁ ଯେଉଁ ସ୍ଥାନରେ ସୁସମାଗ୍ଭର ପ୍ରଗ୍ଭରିତ ହେବ, ସେହି ସେହି ସ୍ଥାନରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ଯ୍ୟ ବିଷୟରେ କୁହାଯିବ। ଲୋକମାନେ ତାହାକୁ ମନେ ପକେଇବେ।”

ଯିହୂଦା ଯୀଶୁଙ୍କ ଶତ୍ରୁମାନଙ୍କୁ ସାହାଯ୍ୟ କରିବାକୁ ରାଜି(C)

10 ତା’ପରେ ବାରଜଣ ଯାକ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ପ୍ରମୁଖ ଯାଜକମାନଙ୍କ ସହିତ କଥା ବାର୍ତ୍ତା କରିବାକୁ ଗଲା। ଏହି ପ୍ରେରିତର ନାମ ଥିଲା ଇଷ୍କାରିୟୋତ ଯିହୂଦା। ସେ ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବାକୁ ଗ୍ଭହୁଁଥିଲା। 11 ପ୍ରଧାନଯାଜକମାନେ ଯିହୂଦାର ଏ କଥାରେ ବହୁତ ଖୁସୀ ହେଲେ। ଏହି କାମ କରି ଦେଲେ ସେମାନେ ଯିହୂଦାକୁ ଟଙ୍କା ଦେବେ ବୋଲି କଥା ଦେଲେ। ତେଣୁ ଯିହୂଦା ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା।

ନିସ୍ତାରପର୍ବର ଭୋଜି(D)

12 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’ [a]କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”

13 ତା’ପରେ ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ନଗରକୁ ପଠାଇଲେ। ଯୀଶୁ ସେମାନଙ୍କୁ କହିଲେ, “ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ସେହି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା’ର ପଛେ ପଛେ ଯିବ। 14 ସେହି ଲୋକ ଗୋଟିଏ ଘରେ ପ୍ରବେଶ କରିବ, ତୁମ୍ଭେ ମଧ୍ୟ ଯାଇ ସେହି ଘରମାଲିକକୁ କହିବ ଯେ, ‘ଗୁରୁ କହି ପଠେଇଛନ୍ତି ମୁଁ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜି ଯେଉଁ ବଖରାଟିରେ ପାଳନ କରିବି, ସେହି ବଖରାଟି ଦେଖାଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜାଣିବାକୁ ଇଚ୍ଛା କରନ୍ତି।’ 15 ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲାରେ ସମସ୍ତ ବ୍ୟବସ୍ଥା ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବେ। ତୁମ୍ଭେ ସେହିଠାରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।”

16 ତା’ପରେ ଶିଷ୍ୟମାନେ ସେଠାରୁ ନଗରକୁ ଗ୍ଭଲିଗଲେ। ଯୀଶୁ ସେମାନଙ୍କୁ ଯାହା କହିଥିଲେ, ସବୁକଥା ସେହିପରି ଘଟିଲା। ସେଠାରେ ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

17 ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। 18 ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”

19 ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।”

20 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। 21 ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”

ପ୍ରଭୁଭୋଜ(E)

22 ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।”

23 ତା’ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ। 24 ତା’ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି। ମୁଁ ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ରାଜ୍ୟରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସେହି ଦିନ ପର୍ଯ୍ୟନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।”

26 ସବୁ ଶିଷ୍ୟମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା’ପରେ ଜୀତପର୍ବତ ଉପରକୁ ଗ୍ଭଲିଗଲେ।

ଯୀଶୁଙ୍କ ଅନୁସରଣକାରୀ ସମସ୍ତେ ତାଙ୍କୁ ଛାଡ଼ିବେ(F)

27 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ତୁମ୍ଭମାନଙ୍କର ବିଶ୍ୱାସ ହରେଇ ବସିବ। ଏହା ଶାସ୍ତ୍ରରେ ଲେଖା ଅଛି:

‘ମୁଁ ମେଷପାଳକଙ୍କୁ ମାରି ଦେବି,
    ତହିଁରେ ମେଣ୍ଢାମାନେ ଏଣେ ତେଣେ ପଳେଇଯିବେ।’ (G)

28 କିନ୍ତୁ ମୁଁ ମୃତ୍ୟୁ ପରେ ପୁନରୁ‌ତ୍‌ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାରେ ଥିବି।”

29 ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ହୁଏତ ସେମାନଙ୍କ ବିଶ୍ୱାସ ହରେଇ ପାରନ୍ତି। କିନ୍ତୁ ମୁଁ ମୋର ବିଶ୍ୱାସ କଦାପି ହରେଇବି ନାହିଁ।”

30 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର କହିବ।”

31 ଏ କଥା ଶୁଣି ପିତର ଆହୁରି ଜୋର୍ ଦେଇ କହିଲେ, “ମୋତେ ତୁମ୍ଭ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ।” ଅନ୍ୟ ସମସ୍ତ ଶିଷ୍ୟ ମଧ୍ୟ ସେହି ଏକା କଥା କହିଲେ।

ଯୀଶୁ ଏକାକୀ ପ୍ରାର୍ଥନା କରନ୍ତି(H)

32 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗେ‌ଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସ।” 33 ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା’ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ, 34 ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, “ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଛି। ମୁଁ ପ୍ରାଣ ବାହାରି ଯିବା ବେଳ ଭଳି ଦୁଃଖ ଅନୁଭବ କରୁଛି। ଏଠାରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ୟ ରୁହ।”

35 ଯୀଶୁ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗ୍ଭଲି କରି ଗଲେ। ତା’ପରେ ଯୀଶୁ ଭୂମିରେ ପଡ଼ିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତେବେ ଏ ଯନ୍ତ୍ରଣାର ମୂହୂର୍ତ୍ତଟି ମୋ’ ପାଖରୁ ଘୁଞ୍ଚିଯାଉ।” 36 ସେ କହିଲେ, “ ଆ‌ବ୍‌‌‌‌ବା [b] ହେ ପରମପିତା ତୁମ୍ଭ ପାଇଁ ସବୁକିଛି ସମ୍ଭବ। ମୋ’ଠାରୁ ଯନ୍ତ୍ରଣାର ଏହି ଗିନାଟି [c]କୁ ଦୂରେଇ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମୋ’ ଇଚ୍ଛାରେ କିଛି ନୁହେଁ।”

37 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଖକୁ ଫେରି ଆସିଲେ। ସେ ସେମାନଙ୍କୁ ଶୋଇପଡ଼ିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ ଶୋଇପଡ଼ିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚେଇଁ ରହି ପାରିଲ ନାହିଁ? 38 ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଗ୍ଭହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।”

39 ପୁଣି ଯୀଶୁ ଫେରିଗଲେ ଓ ସେହିଭଳି କହି ପ୍ରାର୍ଥନା କଲେ। 40 ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଓ ଦେଖିଲେ ଯେ, ସେମାନେ ପୁଣି ଶୋଇପଡ଼ିଛନ୍ତି। ସେମାନଙ୍କ ଆଖି ନିଦରେ ମାଡ଼ି ପଡ଼ୁଥିଲା। ଶିଷ୍ୟମାନେ ଜାଣି ପାରୁ ନ ଥିଲେ ଯେ, ସେମାନେ ଯୀଶୁଙ୍କୁ କ’ଣ ଉତ୍ତର ଦେବେ।

41 ଯୀଶୁ ତୃତୀୟଥର ପ୍ରାର୍ଥନା ସାରିବା ପରେ ଶିଷ୍ୟମାନଙ୍କ ପାଖକୁ ପୁଣି ଫେରି ଆସିଲେ ଏବଂ କହିଲେ, “ଏବେ ମଧ୍ୟ ତୁମ୍ଭେମାନେ ଶୋଇ ବିଶ୍ରାମ ନେଉଛ? ଯଥେଷ୍ଟ ସମୟ ହେଲାଣି। ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କୁ ପାପୀମାନଙ୍କ ହାତରେ ଧରେଇ ଦିଆଯିବାର ସମୟ ଆସି ପହଞ୍ଚି ଗଲା। 42 ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।”

ଯୀଶୁ ବନ୍ଦୀ ହେଲେ(I)

43 ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ଆସି ସେଠାରେ ପହଞ୍ଚିଲା। ସେ ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣେ ଥିଲା। ତା ସାଙ୍ଗରେ ଅନେକ ଲୋକ ଥିଲେ। ସେହି ଲୋକମାନଙ୍କୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ଯିହୂଦୀ ନେତାମାନେ ପଠାଇଥିଲେ। ଯିହୂଦା ଓ ସେହି ଲୋକମାନେ ହାତରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।

44 ବିଶ୍ୱାସଘାତକ ଯିହୂଦା ସେହି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ଦେଇଥିଲା। ସେ କହିଥିଲା: “ଯେଉଁ ଲୋକକୁ ମୁଁ ଚୁମ୍ବନ ଦେବି, ସେ ହେଉଛନ୍ତି ଯୀଶୁ। ତୁମ୍ଭେମାନେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନରେ ଦୂରକୁ ନେଇଯିବ।” 45 ଯିହୂଦା ଯୀଶୁଙ୍କ ପାଖକୁ ଯାଇ କହିଲା, “ଗୁରୁ!” ତା’ପରେ ଯିହୂଦା ଯୀଶୁଙ୍କୁ ଚୁମ୍ବନ କଲା। 46 ଏହି ସମୟରେ ଲୋକମାନେ ଯୀଶୁଙ୍କୁ ଧରି ବନ୍ଦୀ କରି ନେଲେ। 47 ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କର ଜଣେ ଗ୍ଭକର ଉପରେ ଆଘାତ କଲା। ସେହି ଗ୍ଭକରର କାନ କଟିଗଲା।

48 ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଅପରାଧୀ ଯେ, ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ଧରି ନେବାକୁ ଆସିଛ? 49 ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।” 50 ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦୌଡ଼ି ପଳାଇଲେ।

51 ଜଣେ ଯୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କେବଳ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସେହି ଲୋକମାନେ ଯୁବକକୁ ଧରିବାକୁ ଚେଷ୍ଟା କଲେ। 52 ସେ ଲୁଗାକୁ ଖସାଇ ଦେଲା ଓ ଉଲଗ୍ନ ହୋଇ ଦୌଡ଼ି ପଳାଇଲା।

ଯିହୂଦୀ ନେତାଙ୍କ ଆଗରେ ଯୀଶୁଙ୍କ ବିଗ୍ଭର(J)

53 ସେହି ଲୋକମାନେ ଯୀଶୁଙ୍କୁ ମହାଯାଜକଙ୍କ ପାଖକୁ ନେଇଗଲେ। ସମସ୍ତ ପ୍ରଧାନଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରିତ ହେଲେ। 54 ପିତର ଯୀଶୁଙ୍କଠାରୁ ଦୂରରେ ରହି ତାହାଙ୍କ ପଛେ ପଛେ ଆସି ମହାଯାଜକଙ୍କ ଅଗଣା ଭିତରେ ପହଞ୍ଚିଗଲେ। ସେ ସେଠାରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁରେ ସେକି ହେଲେ।

55 ପ୍ରଧାନଯାଜକ ଓ ସମଗ୍ର ଯିହୂଦୀ ସହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତାହାଙ୍କ ବିରୁଦ୍ଧରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ମୃତ୍ୟୁଦଣ୍ଡ ଦେବା ଭଳି କୌଣସି ପ୍ରମାଣ ପାଇଲେ ନାହିଁ। 56 ଅନେକ ଲୋକ ଆସି ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଲେ। କିନ୍ତୁ ସେମାନେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନ ଥିଲା।

57 ତା’ପରେ କେତେକ ଲୋକ ଠିଆ ହେଲେ ଓ ଯୀଶୁଙ୍କ ବିରୁଦ୍ଧରେ ମିଛ ସାକ୍ଷ୍ୟ ଦେଇ କହିଲେ, 58 “ଆମ୍ଭେମାନେ ଯୀଶୁଙ୍କୁ ଏହି କଥା କହିବାର ଶୁଣିଛୁ, ‘ମଣିଷ ତିଆରି ଏ ମନ୍ଦିରକୁ ମୁଁ ଭାଙ୍ଗି ଦେବି ଓ ପୁଣି ତିନି ଦିନ ଭିତରେ ଆଉ ଗୋଟିଏ ମନ୍ଦିର ତିଆରି କରିଦେବି, ଯାହାକି ମଣିଷ ହାତରେ ତିଆରି ହୋଇ ନ ଥିବ।” 59 ତଥାପି ଏ ଲୋକମାନେ ଯାହାସବୁ କହିଲେ, ତା’ ମଧ୍ୟରେ କାହାରି କଥା କାହାରି ସାଙ୍ଗରେ ମେଳ ଖାଉ ନ ଥିଲା।

60 ତା’ପରେ ସମସ୍ତଙ୍କ ଆଗରେ ମହାଯାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅନେକ କଥା କହିଲେ। ତୁମ୍ଭ ବିରୁଦ୍ଧରେ ଯେତେ ଗୁଡ଼ିଏ ଅଭିଯୋଗ ଅଣାଗଲା, ସେ ବିଷୟରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ’ଣ ସତ୍ୟ କଥା କହୁଛନ୍ତି?” 61 କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲେ ନାହିଁ।

ମହାଯାଜକ ଯୀଶୁଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଗ୍ଭରିଲେ: “ତୁମ୍ଭେ କ’ଣ ମହାନ୍ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?”

62 ଯୀଶୁ ଉତ୍ତର ଦେଲେ, “ହଁ ମୁଁ ପରମେଶ୍ୱରଙ୍କ ପୁତ୍ର ଏବଂ ଭବିଷ୍ୟତରେ ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ୱର୍ଗର ମେଘମାଳା ମଧ୍ୟରେ ଆସୁଥିବାର ଦେଖିବ।”

63 ମହାଯାଜକ ଏ କଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, “ଆମ୍ଭର ଆଉ ସାକ୍ଷୀର କ’ଣ ଦରକାର? 64 ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାହାସବୁ କହିଗଲେ, ତୁମ୍ଭେମାନେ ସମସ୍ତେ ଶୁଣିଲ। ଏବେ ତୁମ୍ଭେମାନେ କ’ଣ ଭାବୁଛ?”

ସମସ୍ତେ ଯୀଶୁଙ୍କୁ ଅପରାଧୀ ସାବ୍ୟସ୍ତ କଲେ ଓ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯିବା ଉଚିତ୍ ବୋଲି କହିଲେ। 65 ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଯୀଶୁଙ୍କ ଉପରକୁ ଛେପ ପକାଇଲେ। କେତେକ ଯୀଶୁଙ୍କ ମୁହଁ ଘୋଡ଼େଇ ଦେଇ ବିଧା ମାରିଲେ, ଓ ଆଉ କେତେକ ଥଟ୍ଟା କରି କହିଲେ, “ଏବେ ତୁମ୍ଭେ ଆମ୍ଭକୁ ଦେଖେଇ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ୟ‌ଦ୍‌ବକ୍ତା।” ତା’ପରେ ପ୍ରହରୀମାନେ ତାହାଙ୍କୁ ନେଇ ଯାଇ ପିଟିଲେ।

ପିତର ଯୀଶୁଙ୍କୁ ଜାଣିଥିବା କଥା ଅସ୍ୱୀକାର କଲେ(K)

66 ସେହି ସମୟରେ ପିତର ମଧ୍ୟ ଅଗଣା ମଧ୍ୟରେ ଥିଲେ। ପିତରଙ୍କ ପାଖକୁ ମହାଯାଜକଙ୍କର ଜଣେ ଗ୍ଭକରାଣୀ ଆସିଲା। 67 ସେ ପିତରଙ୍କୁ ନିଆଁ ପାଖରେ ସେକି ହେଉଥିବାର ଦେଖିଲା। ସେ ପିତରଙ୍କୁ ଭଲ କରି ଗ୍ଭହିଁଲା। ତା’ପରେ ତାହାଙ୍କୁ ଚିହ୍ନି ପାରି କହିଲା, “ତୁମ୍ଭେ ମଧ୍ୟ ନାଜରିତର ଯୀଶୁଙ୍କ ସାଙ୍ଗରେ ଥିଲ।”

68 ପିତର କିନ୍ତୁ କହିଲେ ଯେ, ସେ କେବେ ହେଲେ ଯୀଶୁଙ୍କ ସାଙ୍ଗରେ ନ ଥିଲେ। ସେ କହିଲେ, “ତୁମ୍ଭେ କାହା ବିଷୟରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁ ନାହିଁ।” ତା’ପରେ ପିତର ସେ ସ୍ଥାନ ଛାଡ଼ି ଅଗଣାର ପ୍ରଦେଶ ଦ୍ୱାର ପାଖକୁ ଗ୍ଭଲିଗଲେ। [d]

69 ସେ ଗ୍ଭକରାଣୀଟି ପୁଣି ପିତରଙ୍କୁ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିବାକୁ ଲାଗିଲା, “ଏ ଲୋକଟି ସେମାନଙ୍କ ମଧ୍ୟରୁ ଜଣେ।” 70 ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ୟ ନୁହେଁ।

କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, “ନିଶ୍ଚିତ ଭାବରେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ। କାରଣ ତୁମ୍ଭେ ମଧ୍ୟ ଗାଲିଲୀରୁ ଆସିଛ।”

71 ତା’ପରେ ପିତର ଅଭିଶାପ ଦେବାକୁ ଲାଗିଲେ। ସେ ଦୃଢ଼ ଭାବରେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ, ତୁମ୍ଭେମାନେ ଯେଉଁ ଲୋକ ବିଷୟରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।”

72 ପିତର ଏ କଥା କହିବା ପରେ ପରେ କୁକୁଡ଼ାଟିଏ ଦ୍ୱିତୀୟ ଥର ଡାକିଲା। ଯୀଶୁଙ୍କର ସେହିସବୁ କଥା ଏବେ ପିତରଙ୍କର ମନେ ପଡ଼ିଲା: “କୁକୁଡ଼ା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହି ସାରିଥିବ।” ତା’ପରେ ପିତର ଭୀଷଣ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦିବାକୁ ଲାଗିଲେ।

ଆୟୁବ ପୁସ୍ତକ 10

10 ମୁଁ ମୋର ନିଜର ପ୍ରାଣକୁ ଘୃଣା କରେ, ତେଣୁ ମୁଁ ସ୍ୱଚ୍ଛନ୍ଦରେ ମୋର ଅଭିଯୋଗ କରିବି।
    ମୋର ଆତ୍ମା ତିକ୍ତ ହୋଇ ଗଲାଣି, ତେଣୁ ବର୍ତ୍ତମାନ ମୁଁ କହି ପାରିବି।
ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ।
    ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି।
    ଆପଣଙ୍କର ମୋ’ ବିପକ୍ଷରେ କ’ଣ କହିବାର ଅଛି।
ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ’ଣ ତୁମ୍ଭକୁ ଖୁସୀ କରେ?
    ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ।
    କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ।
ହେ ପରମେଶ୍ୱର, ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି?
    ମନୁଷ୍ୟମାନେ ଯେପରି ଦେଖନ୍ତି, ତୁମ୍ଭେ କ’ଣ ସେପରି ଦେଖ?
ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ଭଳି କ୍ଷୀଣ?
    ତୁମ୍ଭର ଜୀବନ କ’ଣ ମନୁଷ୍ୟର ଜୀବନ ଭଳି କ୍ଷଣସ୍ଥାୟୀ?
ତୁମ୍ଭେ ମୋର ଅଧର୍ମ
    ଓ ପାପକୁ ଖୋଜୁଛ।
ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ।
    କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ।
ହେ ପରମେଶ୍ୱର, ତୁମ୍ଭେ ମୋତେ ତୁମ୍ଭ ହାତରେ ଗଢ଼ିଛ।
    ମୋର ଶରୀରକୁ ତୁମ୍ଭେ ନିର୍ମାଣ କରିଛ।
    କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମୋତେ ଧ୍ୱଂସ କରିଛ।
ହେ ପରମେଶ୍ୱର, ତୁମ୍ଭେ ମନେରଖ ତୁମ୍ଭେ ମୋତେ ମାଟି ତୁଲ୍ୟ ତିଆରି କରିଥିଲ।
    ପୁଣି ମୋତେ ଧୂଳିରେ ମିଶାଇ ଦେବ କି?
10 ତୁମ୍ଭେ କ୍ଷୀର ପରି ମୋତେ ଢାଳି ଦେଇଛ,
    ତୁମ୍ଭେ ଛେନା ପରି ମୋତେ ଘୁରାଅ ଏବଂ ଚିପୁଡ଼ି ଦିଅ।
11 ଏବେ ତୁମ୍ଭେ ମୋତେ ହାଡ଼ ଓ ଶିରାରେ ମୋର ଶରୀର ଗଢ଼ିଛ,
    ତା’ପରେ ଚର୍ମ ଓ ମାଂସରେ ମୋର ଶରୀର ଆଚ୍ଛାଦିତ କରିଛ।
12 ତୁମ୍ଭେ ମୋତେ ଜୀବନ ଦାନ କରିଛ ଏବଂ ମୋତେ ଦୟା ଦେଖାଇଛ।
    ତୁମ୍ଭେ ମୋର ଯତ୍ନ ନେଇଛ ଏବଂ ମୋର ଆତ୍ମାର ପର୍ଯ୍ୟବେକ୍ଷକ ହୋଇଛ।
13 ତଥାପି ଏସବୁ ବିଷୟ ତୁମ୍ଭେ ତୁମ୍ଭ ହୃଦୟରେ ଗୋପନ ରଖିଥିଲ,
    ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାୟ।
    ହଁ, ମୁଁ ଜାଣେ ଏହା ହିଁ ତୁମ୍ଭ ମନର ବିଗ୍ଭର।
14 ଯଦି ମୁଁ ପାପ କରିଛି, ତୁମ୍ଭେ ମୋତେ ଦେଖିବ,
    ଯେହେତୁ ତୁମ୍ଭେ ମୋତେ ଅଧର୍ମ କରିଥିବାରୁ ଶାସ୍ତି ଦେବ।
15 ମୁଁ ଯେତେବେଳେ ପାପ କରେ, ମୁଁ ଦୋଷୀ ହୁଏ
    ଏବଂ ତାହା ମୋ’ ପ୍ରତି ବହୁତ ଖରାପ।
ଯଦିଓ ମୁଁ ନିର୍ଦ୍ଦୋଷ ମୁଁ ମୁଣ୍ଡ ଟେକି ପାରେ ନାହିଁ।
    ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।
16 ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ
    ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି।
    ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ।
17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମୋ’ ବିରୁଦ୍ଧରେ ନେଇଆସ
    ମୋତେ ଅଧର୍ମ ପ୍ରମାଣିତ କରିବା ପାଇଁ।
ତୁମ୍ଭେ ଆପଣା ରାଗକୁ ମୋ’ ଉପରେ ବାରମ୍ବାର ନାନା ପ୍ରକାରରେ ବୃଦ୍ଧି କରୁଛ।
    ତୁମ୍ଭେ ସୈନ୍ୟ ପରେ ସୈନ୍ୟ ମୋ’ ବିରୁଦ୍ଧରେ ପଠାଇଛ।
18 ହେ ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ଜନ୍ମ ହେବାକୁ ଦେଲ?
    ମୁଁ ଇଚ୍ଛା କରେ କେହି ମୋତେ ଦେଖିବା ପୂର୍ବରୁ ମରିଯାଇଥା’ନ୍ତି।
19 ମୋତେ ଭଲ ହୋଇଥା’ନ୍ତା, ଯଦି ମୁଁ ବଞ୍ଚି ନ ଥା’ନ୍ତି।
    କି ମାତୃଗର୍ଭରୁ ସିଧା କବରକୁ ଯାଇଥିଲେ, ଭଲ ହୋଇଥା’ନ୍ତା।
20 ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି,
    ତେଣୁ ମୋତେ ଛାଡ଼ିଦିଅ।
    ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
21 ମୁଁ ସେହି ସ୍ଥାନକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।
    ଯାହା ମୃତ୍ୟୁ ଓ ଅନ୍ଧକାର ଅଟେ।
22 ମୋର ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସେହି ଦେଶକୁ ଯିବା ପୂର୍ବରୁ ଯାହାକୁ କେହି କେବେ ଦେଖି ନାହିଁ,
    ସେହି ଅନ୍ଧକାର ଅବ୍ୟବସ୍ଥା ରାଜ୍ୟରେ ଆଲୋକ ମଧ୍ୟ ଘନ ଅନ୍ଧକାର ସମାନ ଅଟେ।”

ରୋମୀୟଙ୍କ ପ୍ରତି ପତ୍ର 14

ଅନ୍ୟ ଲୋକଙ୍କୁ ସମାଲୋଚନା କର ନାହିଁ

14 ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସେହି ଲୋକର ଭିନ୍ନ ମତ ପାଇଁ, ତା’ ସହିତ ଯୁକ୍ତିତର୍କ କର ନାହିଁ। ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି। ତୁମ୍ଭେ ଅନ୍ୟ ଲୋକର ଗ୍ଭକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କେବଳ ଜାଣିପାରେ ଯେ ଗ୍ଭକରଟି ଭଲ କି ମନ୍ଦ। ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି।

ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍। ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ।

ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୃତ୍ୟୁବରଣ କରୁ। ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁ ବରଣ କରୁ। ତା’ହେଲେ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ। ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।

10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ। 11 ଶାସ୍ତ୍ରରେ ଲେଖା ଅଛି:

“ପ୍ରଭୁ କହିଛନ୍ତି: ପ୍ରତ୍ୟେକ ଲୋକ
    ମୋ’ ଆଗରେ ଆଣ୍ଠୁ ମାଡ଼ି ବସିବ।
    ପ୍ରତ୍ୟେକ ଲୋକ ମୋତେ ପରମେଶ୍ୱର ବୋଲି କହିବ।
    ମୁଁ ଜୀବିତ ଥିବା ଯେପରି ସତ୍ୟ, ସେହିପରି ଏହା ଘଟିବ।” (A)

12 ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ।

କୌଣସି ଲୋକର ପାପର କାରଣ ହୁଅ ନାହିଁ

13 ତା’ହେଲେ ଆମ୍ଭେ ଏକଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍। ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡ଼ିବେ ନାହିଁ। 14 ମୁଁ ପ୍ରଭୁ ଯୀଶୁଙ୍କଠାରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ଜଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ୱାସ କରେ, ସେହି ଖାଦ୍ୟ ତା’ ପାଇଁ ଅଶୁଚି ହୁଏ।

15 ତାହାକୁ ସେ ଗ୍ରହଣ କରିବା ଅନୁଚିତ୍। ତୁମ୍ଭ ଖାଦ୍ୟ ଦ୍ୱାରା ତୁମ୍ଭେ ଯଦି ତୁମ୍ଭର ଭାଇର ବିଶ୍ୱାସକୁ ଆଘାତ ଦେଉଛ, ତା’ହେଲେ ତୁମ୍ଭେ ପ୍ରକୃତରେ ପ୍ରେମ ଦ୍ୱାରା ପରିଗ୍ଭଳିତ ବ୍ୟକ୍ତି ଭଳି ବ୍ୟବହାର କରୁ ନାହଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା’ର ବିଶ୍ୱାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ୟ ପ୍ରାଣତ୍ୟାଗ କରିଥିଲେ। 16 ତୁମ୍ଭ ଦ୍ୱାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ। 17 ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା। 18 ଯେଉଁମାନେ ଖ୍ରୀଷ୍ଟଙ୍କ ସେବାରେ ରହି ଏହି ପ୍ରକାର ଜୀବନଯାପନ କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ୟ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।

19 ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା। 20 ଖାଦ୍ୟ ଯେପରି ପରମେଶ୍ୱରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ୟ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍, ଯଦି ତାହା ଅନ୍ୟ ଜଣକୁ ପାପରେ ପଡ଼ିଯିବାର କାରଣ ହୋଇଥାଏ। 21 ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ୱାରା, ପାପକର୍ମ କରିବାକୁ ବାଧ୍ୟ କରେ, ତା’ହେଲେ ତୁମ୍ଭେ ମାଂସ ନ ଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ୍ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।

22 ନିଜର ଏହିଭଳି ବିଶ୍ୱାସ ଗୁଡ଼ିକୁ ପରମେଶ୍ୱର ଓ ତୁମ୍ଭ ନିଜ ଭିତରେ ଗୋପନୀୟ ଭାବେ ରଖ। ଯେଉଁ ଲୋକ ନିଜେ ବିଶ୍ୱାସ କରୁଥିବା କର୍ମମାନ କଲାବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସେହି ଲୋକ ବାସ୍ତବରେ ସୁଖୀ ଓ ଧନ୍ୟ। 23 କିନ୍ତୁ ଯଦି ଜଣେ, ସେ ଠିକ୍ କାମକରୁଛି ବୋଲି ନିଶ୍ଚିତ ଭାବରେ ନ ଜାଣି ଭୋଜନ କରେ, ତା’ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ୍ ନୁହେଁ ବୋଲି ଜାଣିପାରି ମଧ୍ୟ କୌଣସି କାମ କରେ, ତା’ହେଲେ ସେ ପାପ କରୁଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center