M’Cheyne Bible Reading Plan
ଇଲୀଶାୟ ଓ କୁହ୍ରାଡ଼ି ଲୁହା
6 ଅନନ୍ତର ଭବିଷ୍ୟଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଯେଉଁ ସ୍ଥାନରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ। 2 ଆମ୍ଭେମାନେ ବିନୟ କରି କହୁଅଛୁ, ଆମ୍ଭେମାନେ ଯର୍ଦ୍ଦନ ନଦୀ କୂଳକୁ ଯାଇ ପ୍ରତ୍ୟେକ ଜଣ ଗୋଟିଏ ଗୋଟିଏ କଡ଼ିକାଠ ଆଣି ନିଜ ନିଜ ବସତି ପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।”
ଇଲୀଶାୟ ଉତ୍ତର ଦେଲେ, “ଏହା ଉତ୍ତମ, ଯାଇ ତାହା କର।”
3 ତନ୍ମଧ୍ୟରୁ ଜଣେ କହିଲା, “ବିନୟ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।”
ଇଲୀଶାୟ କହିଲେ, “ଭଲ କଥା, ମୁଁ ତୁମ୍ଭମାନଙ୍କ ସହିତ ଯିବି।”
4 ତହୁଁ ଇଲୀଶାୟ ସେମାନଙ୍କ ସହିତ ଯର୍ଦ୍ଦନ ନଦୀକୁ ଗଲେ। ସେମାନେ କାଠ କାଟିବା ଆରମ୍ଭ କଲେ। 5 ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ିଟିର ଲୁହା ବେଣ୍ଟରୁ ଖସି ପାଣିରେ ପଡ଼ିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, “ହାୟ, ମୋର ପ୍ରଭୁ, ମୁଁ କୁହ୍ରାଡ଼ିକୁ ମାଗି ଆଣିଥିଲି।”
6 ପରମେଶ୍ୱରଙ୍କ ଲୋକ କହିଲେ, “କେଉଁ ସ୍ଥାନରେ ତାହା ପଡ଼ିଲା?”
ଲୋକଟି ସ୍ଥାନଟିକୁ ଚିହ୍ନଟ କଲେ। ତା’ପରେ ଇଲୀଶାୟ ଖଣ୍ଡେ କାଠ ପାଣି ଭିତରକୁ ପକାଇଲେ, କାଠ ଲୁହା କୁହ୍ରାଡ଼ିକୁ ଧରି ଭାସିଲା। 7 ତା’ପରେ ସେ କହିଲେ, “ତାହା ଉଠାଇ ନିଅ।” ତା’ପରେ ସେ ହାତ ବଢ଼ାଇ ତାହା ନେଲା।
ଅରାମ ଇସ୍ରାଏଲ ଅଧିକାର କରିବାକୁ ଚେଷ୍ଟା କଲେ
8 ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ସେ ନିଜର ସେନାର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭାରେ ଥିଲେ ଓ ସେ ସେମାନଙ୍କୁ ଆଦେଶ ଦେଲେ, “ଏମିତି ସ୍ଥାନରେ ଲୁଚି ରୁହ ଯେତେବେଳେ ଇସ୍ରାଏଲୀୟମାନେ ଆସିବେ, ସେମାନଙ୍କୁ ଆକ୍ରମଣ କର।”
9 ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ। କାରଣ ଅରାମୀୟମାନେ ସେ ସ୍ଥାନରେ ଗୋପନରେ ଅଛନ୍ତି।”
10 ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ସାବଧାନ କରାଇଥିଲେ ଇସ୍ରାଏଲର ରାଜା ତାଙ୍କ ଲୋକମାନଙ୍କୁ ସେହି ସ୍ଥାନ ବିଷୟରେ ଜଣାଇ ସତର୍କ କରାଇଲେ। ଏହିପରି ଇସ୍ରାଏଲର ରାଜା ବହୁତ କମ୍ ଲୋକମାନଙ୍କୁ ରକ୍ଷା କଲେ।
11 ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।”
12 ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ୟରୁ ଜଣେ କହିଲା, “ନା, ପ୍ରଭୁ, ଆମ୍ଭମାନଙ୍କ ମଧ୍ୟରୁ କେହି ଗୁପ୍ତଚର କାମ କରୁ ନାହାନ୍ତି। ଭବିଷ୍ୟଦ୍ବକ୍ତା ଇଲୀଶାୟ ବହୁତ ଗୋପନୀୟ କଥା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଏପରିକି ଶୟନ ଗୃହରେ ଯେଉଁ କଥା କୁହନ୍ତି, ତାହା ମଧ୍ୟ ସେ ରାଜାଙ୍କୁ ଜଣାଏ।”
13 ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।”
ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।”
14 ତା’ପରେ ଅରାମର ରାଜା ଅଶ୍ୱାରୋହୀ, ରଥାରୋହୀ ଓ ଏକ ବିରାଟ ସୈନ୍ୟବାହିନୀକୁ ଦୋଥନ ପଠାଇଲେ। ସେମାନେ ରାତ୍ରିରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ। 15 ଇଲୀଶାୟର ଦାସ ପ୍ରତ୍ୟୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗରେ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ବେଢ଼ି ରହିଥିବାର ଦେଖିଲା।
ତହୁଁ ସେ ଯାଇ ଇଲୀଶାୟଙ୍କୁ କହିଲା, “ହେ ମୋର ପ୍ରଭୁ, ଆମ୍ଭେମାନେ କ’ଣ କରିବା?”
16 ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।”
17 ତା’ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।”
ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।
18 ତା’ପରେ ଅରାମର ସୈନ୍ୟଗଣ ଇସ୍ରାଏଲରେ ପହଞ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଛି, ସେହି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।”
ଇଲୀଶାୟଙ୍କ ପ୍ରାର୍ଥନା ଅନୁସାରେ ସଦାପ୍ରଭୁ ଅରାମର ସୈନ୍ୟମାନଙ୍କୁ ଅନ୍ଧ କରିଦେଲେ। 19 ଇଲୀଶାୟ ଅରାମର ସୈନ୍ୟଗଣଙ୍କୁ କହିଲେ, “ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମୋତେ ଅନୁସରଣ କର, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଛ, ତା’ ନିକଟକୁ ମୁଁ ନେଇଯିବି।” ତା’ପରେ ସେ ଅରାମର ସେନା ଶମରିୟାକୁ ପରିଗ୍ଭଳିତ କଲେ।
20 ଯେତେବେଳେ ସେମାନେ ଶମରିୟାରେ ପହଞ୍ଚିଲେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ଖୋଲିଦିଅ।”
ତା’ପରେ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ଖୋଲି ଦେବାରୁ, ସେମାନେ ଶମରିୟାରେ ଅଛନ୍ତି ବୋଲି ଦେଖିଲେ। 21 ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋର ପିତା! ମୁଁ କ’ଣ ଏମାନଙ୍କୁ ବଧ କରିବି? ମୁଁ କ’ଣ ଏମାନଙ୍କୁ ବଧ କରିବି?”
22 ଇଲୀଶାୟ ଉତ୍ତର କଲେ, “ନା, ସେମାନଙ୍କୁ ବଧ କର ନାହିଁ। ତୁମ୍ଭର ଖଡ଼୍ଗ ଦ୍ୱାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସେମାନଙ୍କ ସମ୍ମୁଖରେ ରୋଟୀ ଓ ଜଳ ରଖ। ସେମାନଙ୍କୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।”
23 ଇସ୍ରାଏଲର ରାଜା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀୟମାନେ ଭୋଜନ ଓ ପାନ କଲାପରେ ସେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ବିଦାୟ ଦେଲେ। ଅରାମର ସୈନ୍ୟମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫେରିଗଲେ। ଏହା ପରେ ଅରାମର ସୈନ୍ୟଦଳ ଆଉ କେବେ ଇସ୍ରାଏଲକୁ ଯୁଦ୍ଧରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
ଏକ ଭୟଙ୍କର ଦୁର୍ଭିକ୍ଷ ଶମରିୟାକୁ ଆଘାତ କରେ
24 ଏହା ପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ୟ ଏକତ୍ର କରି ଶମରିୟାକୁ ଯାଇ ଘେରିଗଲେ ଓ ଆକ୍ରମଣ କଲେ। 25 ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳରେ ସେଠାରେ ମହାଦୁର୍ଭିକ୍ଷ ଦେଖା ଦେଲା। ଏପରି ଶୋଚନୀୟ ହେଲା ଶମରିୟାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେଲା।
26 ଥରେ ଇସ୍ରାଏଲର ରାଜା ନଗରର ଚତୁର୍ପାର୍ଶ୍ୱ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, “ହେ ମୋର ପ୍ରଭୁ, ମହାରାଜ! ବିନୟ କରୁଛି ମୋତେ ସାହାଯ୍ୟ କରନ୍ତୁ।”
27 ଇସ୍ରାଏଲର ରାଜା କହିଲେ, “ଯଦି ସଦାପ୍ରଭୁ ତୁମ୍ଭକୁ ସାହାଯ୍ୟ ନ କରନ୍ତି ତେବେ ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ମୋ’ ପାଖରେ ତୁମ୍ଭକୁ ଦେବାକୁ କିଛି ନାହିଁ। ଶସ୍ୟ ଖଳାରେ ଶସ୍ୟ ନାହିଁ କି ଦ୍ରାକ୍ଷାକ୍ଷେତ୍ରରେ ଦ୍ରାକ୍ଷାରସ ନାହିଁ।” 28 ଆଉ ରାଜା ପଗ୍ଭରିଲେ, “ତୁମ୍ଭର ଦୁଃଖ କ’ଣ?”
ସ୍ତ୍ରୀଲୋକଟି ଉତ୍ତର କଲା, “ଏହି ସ୍ତ୍ରୀଲୋକଟି ମୋତେ କହିଲା, ‘ତୁମ୍ଭ ପୁତ୍ରଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ମାରି ଖାଇବା। ଆସନ୍ତା କାଲି ମୋର ପୁଅକୁ ଖାଇବା।’ 29 ତେଣୁ ଆମ୍ଭେମାନେ ମୋର ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀଲୋକକୁ କହିଲି, ‘ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭେମାନେ ତାକୁ ମାରି ଖାଇବା।’ କିନ୍ତୁ ସେ ତା’ ପୁଅକୁ ଲୁଗ୍ଭଇ ଅଛି।”
30 ସେହି ସ୍ତ୍ରୀଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତେବେଳେ ସେମାନେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ୟସ୍ତ ବୋଲି ଜଣା ଯାଉଥିଲେ।
31 ରାଜା କହିଲେ, “ଯଦି ଇଲୀଶାୟର ମସ୍ତକ ତାହା ଦେହରେ ରହେ, ଆଜି ଦିନଠାରୁ ଶେଷ ଯାଏ ସଦାପ୍ରଭୁ ମୋତେ ଦଣ୍ତ ଦେଇ ପାରନ୍ତି।”
32 ରାଜା ଗୋଟିଏ ଦୂତ ଇଲୀଶାୟଙ୍କ ନିକଟକୁ ପଠାଇଲେ। ଇଲୀଶାୟ ସେତେବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସେହି ପ୍ରାଚୀନବର୍ଗଙ୍କୁ କହିଲେ, “ଏଠାକୁ ଦେଖ, ଏହି ନରହତ୍ୟାକାରୀର ପୁତ୍ର ମୋର ମୁଣ୍ତ ଛେଦନ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଗୃହରେ ପ୍ରବେଶ ନ କରାଇ ଦେବା ପାଇଁ ଦ୍ୱାରକୁ ଦୃଢ଼ ଭାବରେ ଧର। ମୁଁ ଶୁଣେ ତା’ ପ୍ରଭୁର ପଦଶବ୍ଦ ତା’ର ପଛରେ।”
33 ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, “ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”
ମଣ୍ଡଳୀର ନେତାଗଣ
3 ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ [a] ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି। 2 ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର। 3 ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର। 4 ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା’ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ। 5 ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ।
6 କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା’ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ। 7 ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।
ମଣ୍ଡଳୀର ସେବକଗଣ
8 ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ। 9 ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ। 10 ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା’ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ।
11 ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।
12 ଯେଉଁମାନେ ବିଶେଷ ସେବକ ହେବେ, ସେମାନଙ୍କର କେବଳ ଗୋଟିଏ ପତ୍ନୀ ଥିବ। ସେମାନେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ୱ ଦେଇପାରୁଥିବେ। 13 ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।
ଆମ୍ଭ ଜୀବନର ରହସ୍ୟ
14 ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ। 15 କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ। 16 ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ,
ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ;
ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ
ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ;
ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା;
ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ;
ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
ଟାଇଗ୍ରୀସ୍ ନଦୀ ନିକଟରେ ଦାନିୟେଲଙ୍କ ଦର୍ଶନ
10 ପାରସ୍ୟର ରାଜା କୋରସର ରାଜତ୍ୱର ତୃତୀୟ ବର୍ଷରେ ବେଲ୍ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା। ସେ ସବୁ ସତ୍ୟ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷୟ ତାଙ୍କୁ ଗୋଚର ହେଲା।
2 ସେହି ସମୟରେ ମୁଁ, ଦାନିୟେଲ ତିନି ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି। 3 ଏହି ତିନି ସପ୍ତାହ ଧରି ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ କି କୌଣସି ମାଂସ ଭକ୍ଷ୍ୟଣ କଲି ନାହିଁ କି ଦ୍ରାକ୍ଷାରସ ପାନ କଲି ନାହିଁ। ଆଉ ମୁଁ ମୋ’ ମୁଣ୍ତରେ ତୈଳ ଲଗାଇଲି ନାହିଁ।
4 ବର୍ଷର ପ୍ରଥମ ମାସର ଚତୁର୍ବିଂଶ ଦିବସରେ ମୁଁ ଟାଇଗ୍ରୀସ୍ ନାମକ ମହାନଦୀ ତୀରରେ ଠିଆ ହୋଇଥିଲି। 5 ସେଠାରେ ଛିଡ଼ା ହୋଇଥିଲା ବେଳେ ମୁଁ, ଶୁକ୍ଳବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟି ଦେଶରେ ଥିବା ଏକ ମନୁଷ୍ୟକୁ ଦେଖିଲି। 6 ତାହାଙ୍କ ଶରୀର ମଣି ତୁଲ୍ୟ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ୱଳ ବିଦ୍ୟୁତ୍ର ଆଲୋକ ତୁଲ୍ୟ, ଚକ୍ଷୁ ଜ୍ୱଳନ୍ତ ମଶାଲ ତୁଲ୍ୟ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ୟ ଥିଲା। ଆଉ ତାଙ୍କର ସ୍ୱର ଜନଗହଳିର ରବତୁଲ୍ୟ ଉଚ୍ଚ ଥିଲା।
7 ପୁଣି ମୁଁ, ଦାନିୟେଲ, ଏକାକୀ ସେହି ଦର୍ଶନ ଦେଖିଲି। କାରଣ ମୋର ସାଥୀମାନେ ସେହି ଦର୍ଶନ ଦେଖିଲେ ନାହିଁ, ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ଲୁଚି ପଳାୟନ କଲେ। 8 ତହିଁରେ ମୁଁ ଏକାକୀ ରହି ସେହି ମହା ଦର୍ଶନ ଦେଖିଲି। ମୁଁ ଅତ୍ୟନ୍ତ ଭୟଭୀତ ହୋଇ ମୋର ସମସ୍ତ ଶକ୍ତି ହରାଇଲି। ମୋର ମୁଖ ମୃତ ବ୍ୟକ୍ତିର ମୁଖପରି ରକ୍ତହୀନ ହୋଇଗଲା ଓ ମୁଁ ଅସହାୟ ବୋଧ କଲି। 9 ସେତେବେଳେ ମୁଁ ତାଙ୍କର ବାକ୍ୟର ସ୍ୱର ଶୁଣିଲି, ଆଉ ଯେତେବେଳେ ସେହି ବାକ୍ୟର ରବ ଶୁଣିଲି, ମୁଁ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି।
10 ତା’ପରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁରେ ନିର୍ଭର କଲି। ତଥାପି ମୁଁ ଭୟରେ ଥରୁଥିଲି। 11 ସେ ମୋତେ କହିଲେ, “ହେ ଦାନିୟେଲ, ତୁମ୍ଭେ ପରମେଶ୍ୱରଙ୍କର ଅତି ପ୍ରିୟପାତ୍ର। ମୋ’ କଥା ଶୁଣ ଓ ମୋତେ ବୁଝିବାକୁ ଚେଷ୍ଟା କର।” ଛିଡ଼ା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ସେ ମୋତେ ଏହିକଥା କହିବାରୁ ମୁଁ କମ୍ପିତ ହୋଇ ଛିଡ଼ା ହେଲି। 12 ତା’ପରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କର ସାକ୍ଷାତରେ ନିଜକୁ ନମ୍ର କଲ। ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଯାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି। 13 ମାତ୍ର ପାରସ୍ୟ ରାଜ୍ୟର ରାଜକୁମାର ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭକୁ ବାଧା ଦେଲା, ଆଉ ଦୂତମାନଙ୍କ ମଧ୍ୟରେ ପ୍ରଧାନ ମୀଖାୟେଲ ମୋତେ ସାହାଯ୍ୟ କରିବାକୁ ଆସିଲେ। କାରଣ ପାରସ୍ୟର ରାଜକୁମାର ମୋତେ ପଛରୁ ଟାଣି ଧରିଥିଲା। 14 ଏବେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦେବା ପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ୟତ ବିଷୟରେ ଅଟେ।”
15 ସେ ମୋତେ ଏହା କହିଲା ପରେ ମୁଁ ଭୂମିରେ ମୁହଁ ମାଡ଼ି ଅବାକ୍ ହୋଇ ରହିଲି। 16 ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ। ମୋ’ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକକୁ ମୁଁ କହିଲି, “ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମୋର ବେଦନା ମୋତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁ ନାହିଁ। 17 ମୁଁ ଦାନିୟେଲ, ପ୍ରଭୁଙ୍କର ଦାସ। କିପରି ମୋର ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିବି। ମୋର ଶକ୍ତି ନାହିଁ, ଏପରିକି ମୁଁ ନିଶ୍ୱାସ ନେଇ ପାରୁ ନାହିଁ।”
18 ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ପୁନର୍ବାର ମୋତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହେଲି। 19 ପୁଣି ସେ କହିଲେ, “ହେ ଦାନିୟେଲ, ପରମେଶ୍ୱର ତୁମ୍ଭକୁ ଅତ୍ୟଧିକ ପ୍ରେମ କରନ୍ତି, ତୁମ୍ଭେ ଭୟ କର ନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।”
ସେ ଏହା କହିଲା ପରେ ମୁଁ ସବଳ ହୋଇ କହିଲି, “ହେ ପ୍ରଭୁ କୁହନ୍ତୁ, କାରଣ ତୁମ୍ଭେ ମୋତେ ସବଳ କରିଅଛ।”
20 ତେଣୁ ସେ କହିଲେ, “ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବାକୁ ଫେରିଯିବା। ଆଉ ଆମ୍ଭେ ଗଲାପରେ ଗ୍ରୀସ୍ର ଅଧିପତି ଆସିବ। 21 ମାତ୍ର ପବିତ୍ର ପୁସ୍ତକରେ ଯାହା ଲିଖିତ ଅଛି ଆମ୍ଭେ ତୁମ୍ଭକୁ ଜଣାଇବୁ। କେବଳ ମୀଖାୟେଲ ମୋତେ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ସାହାଯ୍ୟ କରିବା ପାଇଁ ସେଠାରେ ଅଛନ୍ତି। ମୀଖାୟେଲ ହେଉଛନ୍ତି ତୁମ୍ଭର ଲୋକମାନଙ୍କର ରାଜକୁମାର।
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା’ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ’ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ’ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
2010 by World Bible Translation Center