Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 14

ଯାରବିୟାମଙ୍କ ପୁତ୍ର ମୃତ୍ୟୁବରଣ କଲେ

14 ସେହି ସମୟରେ ଯାରବିୟାମଙ୍କ ପୁତ୍ର ଅବିୟ ଅତିଶୟ ପୀଡ଼ିତ ହେଲେ। ଯାରବିୟାମ ନିଜର ପତ୍ନୀକୁ କହିଲେ, “ତୁମ୍ଭେ ଯେପରି ମୋର ପତ୍ନୀ ବୋଲି ଜଣା ନ ପଡ଼ିବ, ସେହିପରି ଛଦ୍ମ ବେଶରେ ଶୀଲୋକୁ ଯାଅ। ସେଠାରେ ଅହିୟ ଭବିଷ୍ୟ‌ଦ୍‌ବକ୍ତା ବାସ କରନ୍ତି। ସେ ମୋତେ କହିଥିଲେ ମୁଁ ଇସ୍ରାଏଲ ଲୋକମାନଙ୍କ ଉପରେ ରାଜା ହେବି। ତା’ପରେ ନିଜ ସଙ୍ଗରେ ଦଶଗୋଟି ରୋଟୀ, କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ। ବାଳକର କ’ଣ ହେବ, ତାହା ସେ ତୁମ୍ଭକୁ ଜଣାଇବେ।”

ରାଜା ଯାରବିୟାମଙ୍କ ନିର୍ଦ୍ଦେଶ ଅନୁସାରେ ଯାରବିୟାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ଗୃହକୁ ଗଲେ। ଅତ୍ୟନ୍ତ ବୃଦ୍ଧ ହୋଇଯାଇ ଥିବାରୁ ଅହିୟ ଅନ୍ଧ ହୋଇ ଯାଇଥିଲେ। କିନ୍ତୁ ସଦାପ୍ରଭୁ ଅହିୟକୁ କହିଲେ, “ଏହାକୁ ଦେଖ, ଯାରବିୟାମର ପତ୍ନୀ ନିଜର ପୁତ୍ରର ଭାଗ୍ୟ ବିଷୟରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡ଼ିତ ଅଛି।”

ତାହାକୁ ତୁମ୍ଭେ ମୋର ବାର୍ତ୍ତା କହିବା ଉଚିତ୍। ଯେତେବେଳେ ସେ ଆସେ ସେ ଅନ୍ୟ ଜଣେପରି ଛଳନା କରିବ। ଅହିୟ ତା’ର ପାଦଶବ୍ଦ ଦ୍ୱାରଦେଶରେ ଶୁଣି କହିଲେ, “ହେ ଯାରବିୟାମର ପତ୍ନୀ, ଭିତରକୁ ଆସ। ତୁମ୍ଭେ ଅନ୍ୟ ରୂପରେ ନିଜକୁ କାହିଁକି ଦେଖାଉଛ? ମୁଁ ଏକ ଦୁଃସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି। ତୁମ୍ଭେ ଯାଇ ଯାରବିୟାମକୁ କୁହ ଯେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ବାଛିଲି ଏବଂ ଉନ୍ନତ କରି ମୋର ଲୋକ ଇସ୍ରାଏଲ ଉପରେ ତୁମକୁ ରାଜା କଲି। ମୁଁ ଦାଉଦଙ୍କ ବଂଶଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭକୁ ଦେଲି। ମାତ୍ର ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋତେ ଅନୁସରଣ କଲ ନାହିଁ। ସେ ମୋର ସମସ୍ତ ଆଦେଶ ମନପ୍ରାଣ ଦେଇ ପାଳନ କଲା। ସେ କେବଳ ମୋ’ ଦୃଷ୍ଟିରେ ଯାହା ଭଲ ତାହା କଲା। କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମୋତେ ଅନୁସରଣ କରିବା ବନ୍ଦ କଲ, ମୋତେ ବିରକ୍ତି କରିବା ପାଇଁ ନିଜ ସକାଶେ ଅନ୍ୟ ଦେବତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମୋତେ ତୁମ୍ଭର ପଛକୁ ପକାଇ ଦେଇଅଛ। 10 ହେ ଯାରବିୟାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛିନ୍ନ କରିବାକୁ ଯାଉଅଛି। ତୁମ୍ଭ ପରିବାରର ପ୍ରତ୍ୟେକ ପୁରୁଷଙ୍କୁ ମୁଁ ହତ୍ୟା କରିବି। ଅଗ୍ନି ଯେପରି ଘାସକୁ ପୋଡ଼ି ପାଉଁଶ କରିଦିଏ, ସେହିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେବି। 11 ଯାରବିୟାମର କେହି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।’”

12 ତା’ପରେ ଭବିଷ୍ୟ‌ଦ୍‌ବକ୍ତା ଅହିୟ ଯାରବିୟାମର ପତ୍ନୀକୁ କହିଲେ, “ତୁମ୍ଭେ ଗୃହକୁ ଫେରିଯାଅ, ତୁମ୍ଭେ ତୁମ୍ଭ ନଗରରେ ପହଞ୍ଚିବା ମାତ୍ରେ ତୁମ୍ଭର ପୁତ୍ର ମୃତ୍ୟୁବରଣ କରିବ। 13 ପୁଣି ସମଗ୍ର ଇସ୍ରାଏଲ ତା’ର ମୃତ୍ୟୁରେ ଶୋକ କରିବ ଓ ତାକୁ ନେଇ କବର ଦେବ। ସେ ହେଉଛି ଯାରବିୟାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯାରବିୟାମର ପରିବାରରେ କେବଳ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ। 14 ସଦାପ୍ରଭୁ ଇସ୍ରାଏଲ ପାଇଁ ଏକ ନୂଆ ରାଜା ଆଣିବାକୁ ଯାଉଛନ୍ତି ଓ ସେହି ନୂଆ ରାଜା ଯାରବିୟାମ ପରିବାରକୁ ଖୁବ୍ ଶୀଘ୍ର ଧ୍ୱଂସ କରିବେ। 15 ତା’ପରେ ସଦାପ୍ରଭୁ ଇସ୍ରାଏଲକୁ ଆଘାତ କରିବେ। ଇସ୍ରାଏଲୀୟମାନେ ପାଣି ଭିତରେ ଥରୁଥିବା ଘାସ ପରି ଥରିବେ। ପୁଣି ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁ ଏହି ଯେଉଁ ଉତ୍ତମ ଦେଶ ଦେଇଥିଲେ, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ଫରାତ୍ ନଦୀ ଆରପାରିକୁ ଛିନ୍ନଭିନ୍ନ କରିବେ। ଏହା ଘଟିବାର କାରଣ ହେଉଛି ସେମାନେ ନିଜ ପାଇଁ ଆଶେରା ସ୍ତମ୍ଭମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି। 16 ଯାରବିୟାମ ନିଜେ ସବୁପାପ କରିଅଛି ଓ ଇସ୍ରାଏଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ପରାଜିତ କରିବାକୁ ଦେବେ।”

17 ଏହା ପରେ ଯାରବିୟାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା। ସେ ଗୃହର ଦ୍ୱାରବନ୍ଧ ନିକଟରେ ନ ପହଞ୍ଚୁଣୁ ତା’ର ପୁତ୍ର ମଲା। 18 ସମଗ୍ର ଇସ୍ରାଏଲ ତା’ ପାଇଁ ଶୋକ କଲେ ଓ ତାକୁ କବର ଦେଲେ। ସଦାପ୍ରଭୁ ନିଜର ଦାସ ଅହିୟଙ୍କୁ ଯାହା ଯାହା କହିଥିଲେ, ସେହିପରି ସମସ୍ତ କାର୍ଯ୍ୟ ଘଟିଲା।

19 ଏହି ଯାରବିୟାମଙ୍କର ସମସ୍ତ କାର୍ଯ୍ୟକଳାପ, ତା’ର ରାଜ୍ୟ ଶାସନର ପ୍ରକୃତ କଥା ଓ ସେ କିପରି ଯୁଦ୍ଧ କଲେ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି। 20 ଯାରବିୟାମ ବାଇଶ ବର୍ଷ ପାଇଁ ରାଜତ୍ୱ କଲେ। ତାଙ୍କର ମୃତ୍ୟୁପରେ ସେ ନିଜର ପିତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ନାଦବ୍ ରାଜତ୍ୱ କଲେ।

ଯିହୁଦାର ରାଜା ରିହବିୟାମ

21 ଶଲୋମନଙ୍କର ପୁତ୍ର ରିହବିୟାମ ଏକଗ୍ଭଳିଶ ବର୍ଷ ବୟସରେ ରାଜା ହେଲେ। ସେ ଯିରୁଶାଲମରୁ ଯିହୁଦାରେ ସତର ବର୍ଷ ରାଜତ୍ୱ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇସ୍ରାଏଲ ମଧ୍ୟରୁ ସେହି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ।

22 ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କର୍ମରେ ଲିପ୍ତ ରହିଲେ। ସେମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଅପେକ୍ଷା ଅଧିକ ପାପକାର୍ଯ୍ୟ କରି ସଦାପ୍ରଭୁଙ୍କୁ କୋପାନ୍ୱିତ କରାଇଲେ। 23 ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ସବୁଜ ବୃକ୍ଷମୂଳରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ସ୍ତମ୍ଭମାନ ନିର୍ମାଣ କଲେ। 24 ଆଉ ମଧ୍ୟ ସେ ଭୂମିରେ ପୁରୁଷ ବେଶ୍ୟା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସେହି କୁକର୍ମ ସେଠାରେ ବାସ କରୁଥିବା ଲୋକମାନେ ମଧ୍ୟ କରୁଥିଲେ। ତେଣୁ ପରମେଶ୍ୱର ସେହି ଜାତିଠାରୁ ଭୂମି ଛଡ଼ାଇ ଏବଂ ଏହା ଇସ୍ରାଏଲୀୟମାନଙ୍କୁ ଦେଇଥିଲେ।

25 ରିହବିୟାମଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ମିଶରର ରାଜା ଶୀଶକ୍ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କଲେ। 26 ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ୟତୀତ ସୁବର୍ଣ୍ଣର ଢାଲସବୁ ନେଇଗଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନେଇଥିଲେ। 27 ତେଣୁ ରିହବିୟାମ ସୁବର୍ଣ୍ଣ ଢାଲ ବଦଳରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ। 28 ଯେତେଥର ରାଜା ସଦାପ୍ରଭୁଙ୍କ ଗୃହକୁ ଯାଉଥିଲେ ପ୍ରହରୀମାନେ ତାଙ୍କ ସହିତ ସେ ଢାଲ ଧରି ଯାଉଥିଲେ। କାର୍ଯ୍ୟ ସମାପ୍ତି ପରେ ସେମାନେ ଫେରି ଆସି ପ୍ରହରୀଶାଳାର କାନ୍ଥରେ ଢାଲଗୁଡ଼ିକୁ ରଖୁଥିଲେ।

29 ରିହବିୟାମଙ୍କ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 30 ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ମଧ୍ୟରେ ଯୁଦ୍ଧରେ ରତ ରହୁଥିଲେ।

31 ରିହବିୟାମଙ୍କ ମୃତ୍ୟୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବରରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀୟା ନୟମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିୟାମ ରାଜା ହେଲେ।

କଲସୀୟଙ୍କ ପ୍ରତି ପତ୍ର 1

ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ

କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି:

ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।

ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସ‌ତ୍‌‌ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ। ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ। ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।

ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:

ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।

ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।

ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ

15 କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
    କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି।
    ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।
16 ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି
    ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ,
ସମସ୍ତ ଆଧ୍ୟାତ୍ମିକ ଶକ୍ତି,
    ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।

17 ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ।
    ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।
18 ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି।
    ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ।
ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ।
    ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।

19 ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ।
20     ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ।
ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ।

21 ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ। 22 କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ। 23 ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।

ମଣ୍ଡଳୀ ପାଇଁ ପାଉଲଙ୍କ କାମ

24 ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି। 25 ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା। 26 ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା। 27 ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ। 29 ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 44

ବହିର୍ଦ୍ୱାର

44 ତା’ପରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫେରାଇ ଆଣିଲେ। ତା’ପରେ ସଦାପ୍ରଭୁ ମୋତେ କହିଲେ, “ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହେବ ନାହିଁ କିମ୍ବା କୌଣସି ମନୁଷ୍ୟ ତାହାଦେଇ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହାଦେଇ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ। କେବଳ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ। ସେ ଦ୍ୱାରର ବାରଣ୍ଡା ପଥଦେଇ ପ୍ରବେଶ କରିବେ ଓ ସେହି ପଥଦେଇ ବାହାରିଯିବେ।”

ସଦାପ୍ରଭୁଙ୍କ ମନ୍ଦିରର ପବିତ୍ରତା

ତା’ପରେ ସେ ମୋତେ ଉତ୍ତର ଦ୍ୱାର ଦେଇ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା’ପରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି। ପୁଣି ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋଯୋଗ ସହକାରେ ଧ୍ୟାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ୟାନ କର। ଆଉ ଇସ୍ରାଏଲର ଅବଜ୍ଞାକାରୀଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କରିଥିବା ଘୃଣ୍ୟକର୍ମ ତୁମ୍ଭମାନଙ୍କର ଯଥେଷ୍ଟ ହୋଇଛି। କାରଣ ତୁମ୍ଭେମାନେ ଶାରୀରିକ ଓ ହୃଦୟରେ ଅସୁନ୍ନତ ବିଦେଶୀମାନଙ୍କୁ ମୋର ମନ୍ଦିର ଅଗଣାକୁ ଆଣିଲ ଓ ମୋର ମନ୍ଦିରକୁ ଅପବିତ୍ର କଲ। ତୁମ୍ଭେମାନେ ମୋର ଖାଦ୍ୟ ତିଆରି କଲ, ମେଦ ଏବଂ ରକ୍ତକୁ ଅପବିତ୍ର କଲ। ଯେହେତୁ ତୁମ୍ଭେମାନେ ସେଗୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭେମାନେ, ତୁମ୍ଭମାନଙ୍କ ସହିତ ହୋଇଥିବା ମୋର ନିୟମ ଭଙ୍ଗ କଲ। ପୁଣି ତୁମ୍ଭେମାନେ ମୋର ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନେବାକୁ ଧ୍ୟାନ ଦେଇ ନାହଁ। ଏବଂ ତୁମ୍ଭେମାନେ ବିଦେଶୀୟମାନଙ୍କ ହସ୍ତରେ ପବିତ୍ର ସ୍ଥାନ ରକ୍ଷାର ଦାୟିତ୍ୱ ଦେଇଅଛ।’”

ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଶାରୀରିକ ବା ହୃଦୟରେ ଅସୁନ୍ନତ କୌଣସି ବିଦେଶୀୟଲୋକ ମୋ’ ପବିତ୍ର ମନ୍ଦିରରେ ପ୍ରବେଶ କରିବ ନାହିଁ। 10 ଯେତେବେଳେ ଇସ୍ରାଏଲ ମୋ’ଠାରୁ ବିପଥଗାମୀ ହେଲେ, ଲେବୀୟମାନେ ମୋ’ଠାରୁ ଦୂରେଇ ଗଲେ ଏବଂ ଯିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବହନ କରିବେ। 11 ଲେବୀୟମାନେ ମୋର ପବିତ୍ର ସ୍ଥାନ ସେବା କରିବା ପାଇଁ ବଚ୍ଛା ଯାଇଥିଲେ। ସେମାନେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସେମାନେ ମନ୍ଦିରରେ ସେବା କଲେ। ସେମାନେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହୋମବଳି କଲେ। ସେମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କୁ ସେବା କରିବା ପାଇଁ ବଛା ଯାଇଥିଲେ। 12 କିନ୍ତୁ ସେମାନେ ସେମାନଙ୍କର ପ୍ରତିମାଗଣକୁ ପୂଜା କଲେ, ସେଥିପାଇଁ ଇସ୍ରାଏଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କରୁଛି: ‘ସେମାନେ ସେମାନଙ୍କର ପାପ ପାଇଁ ଦଣ୍ଡ ବୋହିବେ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

13 “ପୁଣି ସେମାନେ ମୋର ଯାଜକମାନଙ୍କ ପରି ମୋର ନିକଟକୁ ବଳିଦାନ ଆଣିବେ ନାହିଁ। ସେମାନେ ମୋର ଦ୍ରବ୍ୟଗୁଡ଼ିକ ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ୟଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ୟ କରିବେ। 14 ତଥାପି ମନ୍ଦିରର ସେବାକାର୍ଯ୍ୟ ପାଇଁ ଓ ତାହା ମଧ୍ୟରେ ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ଦିରର ଯତ୍ନ ନେବାକୁ ମୁଁ ସେମାନଙ୍କୁ ନିଯୁକ୍ତ କରିବି।

15 “କିନ୍ତୁ ସମସ୍ତ ଲେବୀୟ ଯାଜକଗଣ, ସାଦୋକର ଭବିଷ୍ୟଦ୍ ବଂଶଧରଗଣ ଯେଉଁମାନେ ମୋର ପବିତ୍ର ସ୍ଥାନ ନିୟମ ଅନୁସରଣ କଲେ, ଯେତେବେଳେ ଇସ୍ରାଏଲୀୟମାନେ ମୋ’ଠାରୁ ବିପଥଗାମୀ ହେଲେ, ସେମାନେ ମୋ’ ପାଖକୁ ସେବା କରିବା ପାଇଁ ଆସିବାକୁ ସମର୍ଥ ହେବ। ସେମାନେ ମୋ’ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ବଳିଦାନ ହୋଇଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମୋ’ ସମ୍ମୁଖରେ ଠିଆ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। 16 “ସେମାନେ ମୋର ପବିତ୍ର ସ୍ଥାନରେ ପ୍ରବେଶ କରିବେ। ସେମାନେ ମୋତେ ସେବା କରିବା ପାଇଁ ମୋ’ ମେଜ ନିକଟକୁ ଆସିବେ ଓ ସେମାନେ ମୋର ସେବାରେ ଯତ୍ନଶୀଳ ହେବେ। 17 ଯେତେବେଳେ ସେମାନେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସେମାନେ ନାଇଲନ୍ ପୋଷାକ ପିନ୍ଧିବେ, ଯେତେବେଳେ ସେମାନେ ମନ୍ଦିରର ଭିତର ପ୍ରାଙ୍ଗଣର ସେବା କରନ୍ତି, ସେମାନେ ନିଶ୍ଚୟ ପଶମ ବସ୍ତ୍ର ପରିଧାନ କରିବେ ନାହିଁ। 18 ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ୱେଦ ଜାତ ହେଲାଭଳି କୌଣସି ପୋଷାକ ସେମାନେ ପିନ୍ଧିବେ ନାହିଁ। 19 ପୁଣି ସେମାନେ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବା ପୂର୍ବରୁ, ସେମାନେ ଉପାସନା ସମୟରେ ବ୍ୟବହୃତ ବସ୍ତ୍ର କାଢ଼ି ଦେବା ଉଚିତ୍ ଏବଂ ପବିତ୍ର କୋଠରୀରେ ସେଗୁଡ଼ିକୁ ରଖିବେ। ଲୋକମାନେ ଯେପରି ସେହି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସେମାନେ ଅନ୍ୟ ବସ୍ତ୍ର ପରିଧାନ କରିବେ।

20 “ଏହି ଯାଜକଗଣ ସେମାନଙ୍କର ମସ୍ତକ ନିଶ୍ଚୟ କ୍ଷୌର କରିବେ ନାହିଁ। କିମ୍ବା ସେମାନଙ୍କର କେଶକୁ ଲମ୍ବା ହେବାକୁ ଦେବେ ନାହିଁ। ସେମାନେ କେବଳ ସେମାନଙ୍କର କେଶ କର୍ତ୍ତନ କରିବା ଉଚିତ୍। 21 କୌଣସି ଯାଜକ ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ। 22 ପୁଣି ସେମାନେ ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସେମାନେ ଇସ୍ରାଏଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।

23 “ଆଉ ମଧ୍ୟ ଯାଜକମାନେ ମୋର ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ଶିଖାଇବେ। 24 ବିବାଦ ଉପସ୍ଥିତ ହେଲେ ସେମାନେ ବିଗ୍ଭରପତି ଭାବରେ ବିଗ୍ଭର କରିବେ। ମୋର ସମସ୍ତ ଶାସନ ବିଧି ଅନୁସାରେ ସେମାନେ ବିଗ୍ଭର ନିଷ୍ପତ୍ତି କରିବେ ଏବଂ ସେମାନେ ମୋର ନିରୂପିତ ସମସ୍ତ ପର୍ବରେ ମୋର ବ୍ୟବସ୍ଥା ଓ ମୋର ବିଧିସବୁ ପାଳନ କରିବେ। ଆଉ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍। 25 କାରଣ ସେମାନେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସେମାନେ ନିଜର ପିତା, ମାତା, ପୁତ୍ର, କନ୍ୟା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରି ପାରିବେ। 26 ପୁଣି ଯାଜକ ଶୁଚି ହେଲା ପରେ ଗଣିତ ହେବା ପାଇଁ ସାତ ଦିନ ଅପେକ୍ଷା କରିବ। 27 ସେ ଯେଉଁ ଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯିବ ସେଦିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ।” ସଦାପ୍ରଭୁ, ମୋର ପ୍ରଭୁ ଏହିସବୁ କହନ୍ତି।

28 “ଆଉ ଲେବୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ। ମୁଁ ସେମାନଙ୍କର ସମ୍ପତ୍ତି, ତୁମ୍ଭେମାନେ ଇସ୍ରାଏଲ ଭିତରେ କୌଣସି ଭୂମି ସେମାନଙ୍କୁ ଦେବ ନାହିଁ। କାରଣ ମୁଁ ସେମାନଙ୍କର ଅଧିକାର ଅଟେ। 29 ସେମାନେ ଶସ୍ୟ ବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ। ଇସ୍ରାଏଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସେମାନଙ୍କର ହେବ। 30 ତୁମ୍ଭମାନଙ୍କର ସମସ୍ତ ଶସ୍ୟଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ଆଉ ମଧ୍ୟ ତୁମ୍ଭେମାନେ ନିଜ ନିଜ ଗୃହରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦେବ। 31 ପୁଣି ଯାଜକମାନେ କୌଣସି ସ୍ୱୟଂ ମୃତ ବା ପଶୁ ପକ୍ଷୀ ଦ୍ୱାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷ୍ୟଣ କରିବେ ନାହିଁ।

ଗୀତସଂହିତା 97-98

97 ସଦାପ୍ରଭୁ ଶାସନ କରନ୍ତି।
    ସକଳ ପୃଥିବୀ ଆନନ୍ଦ ହେଉ।
    ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ।
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ।
    ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।
ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି
    ତାଙ୍କର ଶତ୍ରୁଗଣକୁ ବିନାଶ କରେ।
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା,
    ଏହା ଦେଖି ଲୋକେ ଭୟ କଲେ।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ,
    ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।
ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ
    ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।

ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି।
    ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି।
ସେହି ଲୋକମାନେ ଲଜ୍ଜିତ ହେବେ।
    ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି।
    ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି,
    କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ।
    ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ।
10 ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି!
    ସେ ଆପଣା ସ‌ଦ୍‌ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି।
    ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି।
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
    ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି।
12 ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର।
    ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର।

ଏକ ପ୍ରଶଂସାର ଗୀତ।

98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
    କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
    ତାଙ୍କୁ ଆଉଥରେ ଗୌରବ ଆଣିଛି।
ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
    ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
    ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
    ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
    ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
ବଂଶୀ ବଜାଅ ଓ ତୂରୀ ଫୁଙ୍କ।
    ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
    ସମସ୍ତେ ଗାନ କର।
ନଦନଦୀଗଣ କରତାଳି ଦିଅ!
    ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
    କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
    ବିଗ୍ଭର ଓ ନ୍ୟାୟ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center