Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 11

ଶଲୋମନ ଓ ତାଙ୍କର ଅନେକ ପତ୍ନୀ

11 ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ। ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ। ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ। ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ। ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମି‌ଲ୍‌‌‌କମର ଉପାସନା କଲେ। ତେଣୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଶଲୋମନ ତାହା ହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚା‌ଦ୍‌ଗାମୀ ହେଲେ ନାହିଁ।

ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। ତା’ପରେ ଶଲୋମନ ତାଙ୍କର ବିଦେଶୀୟା ପତ୍ନୀମାନଙ୍କ ପାଇଁ ସେମାନଙ୍କର ନିଜ ନିଜର ମୂର୍ତ୍ତି ଦେବତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସେହି ଦେବତାଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ସେମାନଙ୍କୁ ବଳିଦାନଗୁଡ଼ିକ ଉତ୍ସର୍ଗ କଲେ।

ଶଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କ୍ରୋଧ ହେଲେ। ଅତୀତରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ। 10 ସେ ଶଲୋମନଙ୍କୁ ଇସ୍ରାଏଲର ପରମେଶ୍ୱର ବ୍ୟତୀତ ଅନ୍ୟ କୌଣସି ଦେବଗଣର ପଶ୍ଚା‌ଦ୍‌ଗାମୀ ନ ହେବାକୁ ଆଜ୍ଞା ଦେଇଥିଲେ। ମାତ୍ର ସେ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ ନାହିଁ। 11 ସଦାପ୍ରଭୁ ଶଲୋମନକୁ କହିଲେ, “ଯେହେତୁ ତୁମ୍ଭେ ଆମ୍ଭର ନିୟମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ୟ ଛଡ଼େଇ ନେଇ ତୁମ୍ଭର ଦାସକୁ ଦେବୁ। 12 ଯେହେତୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥାରେ ତୁମ୍ଭଠାରୁ ରାଜ୍ୟ ନେବା ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲା ପରେ ତାଙ୍କଠାରୁ ରାଜ୍ୟ ଛଡ଼େଇ ନେବା। 13 ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।”

ଶଲୋମନଙ୍କର ଶତ୍ରୁଗଣ

14 ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀୟ ରାଜବଂଶଜ ଥିଲେ। 15 ଏହା ଯାହା ହୋଇଥିଲା, ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସେନାପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦେବାକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ୟା କଲେ। 16 ଯୋୟାବ ଓ ସମସ୍ତ ଇସ୍ରାଏଲୀୟ ଇଦୋମରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀୟ ପୁରୁଷମାନଙ୍କୁ ମାରି ଦେଲେ। 17 ମାତ୍ର ସେତେବେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତେକ ଦାସ ସହିତ ମିଶରକୁ ପଳାଇ ଯାଇଥିଲା। 18 ସେମାନେ ମିଦିୟନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତେକ ଲୋକଙ୍କ ସହିତ ମିଶରକୁ ଯାଇ ମିଶରର ରାଜା ଫାରୋଙ୍କୁ ସାହାଯ୍ୟ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।

19 ଫାରୋ ହଦ‌ଦଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ। 20 ତା’ପରେ ତହପନେ‌ଷ୍‌ର ଭଗିନୀ ଓ ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା, ତାହାର ନାମ ଗନୁବତ୍ ହେଲା। ତା’ପରେ ତହପନେଷ୍ ଗନୁବ‌‌ତ୍‌କୁ ଫାରୋଙ୍କର ପ୍ରାସାଦରେ ତାଙ୍କର ପିଲାମାନଙ୍କ ସହିତ ବଢ଼ିଲେ।

21 ମିଶରରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ୟୁ ହୋଇଛି ଓ ତାଙ୍କର ସେନାପତି ଯୋୟାବ ମଧ୍ୟ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, “ମୋତେ ସ୍ୱଦେଶକୁ ଯିବାକୁ ଦିଅ।”

22 କିନ୍ତୁ ଫାରୋ କହିଲେ, “ମୁଁ ଏଠାରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦେଇଛି। ତୁମ୍ଭର କ’ଣ ଅଭାବ ହେଲା ଯେ ତୁମ୍ଭେ ସ୍ୱଦେଶକୁ ଯିବାକୁ ଗ୍ଭହୁଁଛ?”

ହଦଦ୍ ଉତ୍ତର କଲେ, “ଦୟାକରି ମୋତେ ସ୍ୱଦେଶକୁ ଯିବାକୁ ଦିଅନ୍ତୁ।”

23 ପୁଣି ପରମେଶ୍ୱର ଇଲିୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା। 24 ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସେହିମାନଙ୍କର ଦଳପତି ହେଲେ। ତା’ପରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲେ। 25 ରଷୋଣ ଅରାମରେ ରାଜତ୍ୱ କଲା। ସେ ଇସ୍ରାଏଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇସ୍ରାଏଲର ଯାବଜ୍ଜୀବନ ବିପକ୍ଷ ହୋଇଥିଲା। ରଷୋଣ ଓ ହଦଦ୍ ଇସ୍ରାଏଲର ଅତି ଉତ୍ପାତର କାରଣ ଥିଲେ।

26 ତା’ପରେ ଶଲୋମନଙ୍କର ଦାସ ଯାରବିୟାମ ମଧ୍ୟ ରାଜାଙ୍କର ବିପକ୍ଷରେ ବିଦ୍ରୋହ କଲେ। ସେ ସରେଦା ନଗର ନିବାସୀ ଇଫ୍ରୟିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁୟା, ସେ ଜଣେ ବିଧବା ଥିଲେ।

27 ଏଠାରେ କୈଫିୟତ ଯୋଗ୍ୟ ଅଟେ ଯେ, କିପରି ଓ କାହିଁକି ଯାରବିୟାମ, ରାଜାଙ୍କ ବିରୁଦ୍ଧରେ ଉଠିଲେ। ସେହି ଦିନଗୁଡ଼ିକରେ ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ। 28 ସେ ସମୟରେ ଯାରବିୟାମ ମହାବିକ୍ରମଶାଳୀ ଯୁବକ ଥିଲେ। ସେହିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ନ୍ୟସ୍ତ କଲେ। 29 ଥରେ ଯାରବିୟାମ ଯିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ସହିତ ତାଙ୍କର ବାଟରେ ଦେଖା ହେଲା। ଅହିୟ ଏକ ନୂତନ ବସ୍ତ୍ର ପରିଧାନ କରିଥିଲେ ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ।

30 ତା’ପରେ ଅହିୟ ଆପଣା ଦେହର ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା। 31 ତତ୍ପରେ ଅହିୟ ଯାରବିୟାମଙ୍କୁ କହିଲା, “ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରିଦେବା ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। 32 ମୋର ସେବକ ଦାଉଦ ସକାଶେ ଓ ମୋର ପ୍ରିୟ ଯିରୁଶାଲମ ନଗରୀ ସକାଶେ ଯେଉଁଟାକି ସମଗ୍ର ଇସ୍ରାଏଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦେବି। 33 ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା’ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ। 34 ମୁଁ ଶଲୋମନର ପରିବାରରୁ ରାଜ୍ୟ ଛଡ଼େଇ ନେବି। କିନ୍ତୁ ମୋର ସେବକ ଦାଉଦ ନିମନ୍ତେ ଯିଏ କି ମୋର ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା’ର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କରିବାକୁ ଦେବି। 35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ କାଢ଼ି ନେବା ଆଉ ଯାରବିୟାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନେବ। 36 ତା’ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦେବି। ଯାହା ଫଳରେ ମୋର ସେବକ ଦାଉଦର ବଂଶ ଯିରୁଶାଲମରେ ମୋ’ ଆଗରେ ରାଜତ୍ୱ କରିବ। ସେହି ସହରରେ ମୋର ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି। 37 ତୁମ୍ଭର ମହା ସନ୍ତୋଷାନୁଯାୟୀ ମୁଁ ତୁମ୍ଭକୁ ଇସ୍ରାଏଲ ଉପରେ ଶାସନ କରାଇବି। 38 ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି। 39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଳେଶ ଦେବା, ମାତ୍ର ତାହା ଚିରକାଳ ନୁହେଁ।’”

ଶଲୋମନଙ୍କର ମୃତ୍ୟୁ

40 ଏହି କାରଣରୁ ଶଲୋମନ ଯାରବିୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ଯାରବିୟାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମିଶରରେ ରହିଲେ।

41 ଶଲୋମନଙ୍କ ରାଜତ୍ୱ କାଳରେ ବହୁ ମହାନ ଓ ବୁଦ୍ଧିମାନ କାର୍ଯ୍ୟ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 42 ଶଲୋମନ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ। 43 ତା’ପରେ ଶଲୋମନ ମୃତ୍ୟୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗରରେ କବର ପାଇଲେ। ତା’ପରେ ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2

ଏକତାବଦ୍ଧ ହୋଇ ପରସ୍ପରର ଯତ୍ନ ନିଅ

ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ କୌଣସି କାର୍ଯ୍ୟ କରିବାକୁ ମୁଁ ତୁମ୍ଭକୁ କହିପାରେ କି? ତୁମ୍ଭେ ମୋତେ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଦେଇପାର କି? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତାରେ ଅଛୁ କି? ତୁମ୍ଭଠାରେ କରୁଣା ଓ ଦୟା ଅଛି କି? ଯଦି ଏଗୁଡ଼ିକ ତୁମ୍ଭଠାରେ ଅଛି, ତା’ହେଲେ ମୋ’ ପାଇଁ କିଛି କର ବୋଲି ମୁଁ ଗ୍ଭହେଁ, ଏହା ମୋତେ ଅତ୍ୟନ୍ତ ଆନନ୍ଦିତ କରିବ। ମୁଁ ଗ୍ଭହେଁ ଯେ ତୁମ୍ଭେମାନେ ଏକମନା ହୋଇ ସମ ବିଷୟରେ ବିଶ୍ୱାସ ଦ୍ୱାରା ସଂଯୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ରେମଭାବ ରଖ ଏବଂ ଏକ ଆତ୍ମାରେ ଏବଂ ସମ ଉଦ୍ଦେଶ୍ୟରେ ଏକତ୍ର ବାସ କର। ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ। କେବଳ ନିଜ ଜୀବନ ବିଷୟରେ ଆଗ୍ରହୀ ନ ହୋଇ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟରେ ମଧ୍ୟ ଆଗ୍ରହୀ ହୁଅ।

ଯୀଶୁ ଖ୍ରୀଷ୍ଟଙ୍କଠାରୁ ନିସ୍ୱାର୍ଥପର ହେବା ଶିଖ

ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ୱରଙ୍କ ସାଦୃଶ୍ୟ ଥିଲେ।
    ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ।
    ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।
ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ,
    ସେ ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଆଜ୍ଞକାରୀ ହୋଇ ନିଜକୁ ନମ୍ର କଲେ।
    ଏପରିକି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ବାଧ୍ୟ ଓ ନମ୍ର କଲେ।
ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ।
    ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ
    ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।
11 ଅତଏବ ପ୍ରତ୍ୟେକ ଲୋକ, “ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ” ଏହା ସ୍ୱୀକାର କରିବେ।
    ଏହା ସେମାନେ କହିବା ଦ୍ୱାରା ପିତା ପରମେଶ୍ୱରଙ୍କର ଗୌରବ ହେବ।

ପରମେଶ୍ୱରଙ୍କ ଇଚ୍ଛାନୁରୂପ ହୁଅ

12 ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। 13 ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।

14 ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର। 15 ତେବେ ଯାଇ ତୁମ୍ଭେ ନିର୍ଦ୍ଦୋଷ ହେବ ଓ ତୁମ୍ଭ ଭିତରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ର ହେବ। କିନ୍ତୁ ତୁମ୍ଭେମାନେ ନଷ୍ଟ ହୋଇ ଯାଉଥିବା ମନ୍ଦ ଲୋକଙ୍କ ମଧ୍ୟରେ ରହୁଛ। କିନ୍ତୁ ସେମାନଙ୍କ ଭିତରେ ତୁମ୍ଭେ ଏହି ଅନ୍ଧକାରପୂର୍ଣ୍ଣ ଜଗତରେ ଜ୍ୟୋତିଃ ଭଳି ପ୍ରକାଶିତ ହେଉଛ। 16 ତୁମ୍ଭେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନରେ ମୁଁ ଖୁସୀ ହେବି, କାରଣ ମୁଁ ଜାଣିବି ଯେ ମୋର କାମ ବିଫଳ ହୋଇ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଜିତିଛି।

17 ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି। 18 ତୁମ୍ଭେମାନେ ମଧ୍ୟ ମୋ’ ସହିତ ଖୁସୀ ହୁଅ ଓ ଆନନ୍ଦରେ ପରିପୂର୍ଣ୍ଣ ହୁଅ।

ତୀମଥି ଓ ଏପାଫ୍ରାଦିତଙ୍କ ବିଷୟରେ ସମ୍ବାଦ

19 ପ୍ରଭୁ ଯୀଶୁଙ୍କଠାରେ ମୁଁ ଆଶାକରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭେମାନେ କିପରି ଅଛ ଜାଣି ମୁଁ ଆନନ୍ଦିତ ହେବି। 20 ତୀମଥିଙ୍କ ଭଳି ମୋ’ ପାଖରେ ଆଉ କେହି ଲୋକ ନାହାନ୍ତି। 21 ସେ ପ୍ରକୃତରେ ତୁମ୍ଭ ପାଇଁ ମନୋଯୋଗୀ। ଅନ୍ୟ ଲୋକମାନେ କେବଳ ତାଙ୍କ ନିଜ ଜୀବନ ବିଷୟରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ସେମାନେ ଆଗ୍ରହୀ ନୁହନ୍ତି। 22 ତୁମ୍ଭେମାନେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସେବା କରେ, ସେହିପରି ସେ ମୋ’ ସହିତ ସୁସମାଗ୍ଭର କହିବା ସମୟରେ ମୋର ସେବା କରିଛନ୍ତି; ଏ କଥା ତୁମ୍ଭେମାନେ ଜାଣ। 23 ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମୋ’ ସହିତ କ’ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି। 24 ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବା ପାଇଁ ପ୍ରଭୁ ମୋତେ ସାହାଯ୍ୟ କରିବେ।

25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି। 26 ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହେତୁ ସେ ଚିନ୍ତିତ ଥିଲେ। 27 ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ। 28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି। 29 ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ। 30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 41

ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସ୍ଥାନ

41 ତା’ପରେ ସେ ମୋତେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନକୁ କଢ଼ାଇ ନେଲେ। ସେ ତାହାର ପାର୍ଶ୍ୱ କାନ୍ଥକୁ ମାପିଲେ। ଏହାର ଉଭୟ ପାର୍ଶ୍ୱରେ ପ୍ରାୟ ଛଅ ହାତ ଲେଖାଏଁ ଥିଲା। ଆଉ ତମ୍ବୁର ପ୍ରସ୍ଥ ହିଁ ଏତିକି। ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ଦୈର୍ଘ୍ୟ ଗ୍ଭଳିଶ୍ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।

ସଦାପ୍ରଭୁଙ୍କ ମନ୍ଦିରର ମହାପବିତ୍ର ସ୍ଥାନ

ତା’ପରେ ସେ ଶେଷ କୋଠରୀରେ ପ୍ରବେଶ କଲେ। ସେ ଉଭୟ ପାର୍ଶ୍ୱର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରତ୍ୟେକ ପାଖ ଦୁଇ ଇଞ୍ଚ ମୋଟା ଏବଂ ସାତ ହାତ ପ୍ରସ୍ଥ ଥିଲା। ତା’ପରେ ସେ ତା’ର ଦୈର୍ଘ୍ୟ ମାପିଲେ। ଏହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମୋତେ କହିଲା, “ଏହା ମହାପବିତ୍ର ସ୍ଥାନ ଅଟେ।”

ଆବାସମନ୍ଦିରର ଅନ୍ୟସବୁ କୋଠରୀ

ତା’ପରେ ସେ ମନ୍ଦିରର କାନ୍ଥ ମାପିଲେ। ଏହା ଛଅ ହାତ ଓସାର ଥିଲା ଓ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ କୋଠରୀଗୁଡ଼ିକ ଥିଲା ଏବଂ ସେଗୁଡ଼ିକର ପ୍ରସ୍ଥ ଗ୍ଭରି ହାତ ଲେଖାଏଁ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକ ତିନି ମହଲା ପୃଥକ ଭାବରେ ଥିଲା ଓ ଗୋଟିଏ ଉପରେ ଆଉ ଗୋଟିଏ ମହଲା ଥିଲା। ପ୍ରତ୍ୟେକ ମହଲାରେ ତିରି‌‌ଶ୍‌‌ଟି କୋଠରୀ ଥିଲା। କାନ୍ଥଟି ଥାକ ହୋଇ ନିର୍ମିତ ହୋଇଥିଲା। ପାର୍ଶ୍ୱ କୋଠରୀଗୁଡ଼ିକ ଥାକରେ ନିର୍ମିତ ହୋଇଥିଲା। କୋଠରୀଗୁଡ଼ିକର ଭାର ମନ୍ଦିର କାନ୍ଥରେ ରହିବା ପରିବର୍ତ୍ତେ ତାହା ସେଗୁଡ଼ିକ ଉପରେ ନ୍ୟସ୍ତ ଥିଲା। ପୁଣି ପାର୍ଶ୍ୱସ୍ଥ କୋଠରୀସବୁ ଉଚ୍ଚତାରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କୋଠରୀରୁ ଉଚ୍ଚତମ କୋଠରୀକୁ ଯିବାର ପଥ ମଧ୍ୟମ କୋଠରୀ ଦେଇଗଲା।

ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜିଆ ଥିଲା। ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା। ପାର୍ଶ୍ୱ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା। ମନ୍ଦିରର ପାର୍ଶ୍ୱସ୍ଥ କୋଠରୀ ମଧ୍ୟରେ ଏକ ଖୋଲା ସ୍ଥାନ ଅବଶିଷ୍ଟ ଥିଲା। 10 ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଗ୍ଭରିପଟେ ଥିଲା। 11 ପାର୍ଶ୍ୱସ୍ଥ କୋଠରୀଗୁଡ଼ିକର ଦ୍ୱାର ସେହି ଅବଶିଷ୍ଟ ଖୋଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ୱାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ୱାର ଦକ୍ଷିଣ ଆଡ଼େ ଥିଲା। ଆଉ ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା।

12 ପଶ୍ଚିମ ପାଖର ଅଗଣାରେ ମନ୍ଦିର ଆଡ଼କୁ ମୁଖକରି ଗୋଟିଏ କୋଠାଘର ଥିଲା। ଏହି ମନ୍ଦିର ସତୁରି ହାତ ପ୍ରସ୍ଥ ଥିଲା ଓ ନବେ ହାତ ଦୈର୍ଘ୍ୟ ଥିଲା। ଆଉ କାନ୍ଥର ମୋଟେଇ ପାଞ୍ଚ ହାତ ଥିଲା। 13 ତା’ପରେ ସେ ମନ୍ଦିରର ଦୈର୍ଘ୍ୟ 100 ହାତ ଲମ୍ବ ମାପିଲେ। ଏବଂ ଅଗଣା ନିର୍ମିତ ଗୃହଟି ଓ ଏହାର କାନ୍ଥ ମଧ୍ୟ 100 ହାତ ଥିଲା। 14 ଆହୁରି ମନ୍ଦିରର ପୂର୍ବ ଦିଗରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା।

15 ତା’ପରେ ସେ ମନ୍ଦିର ସମ୍ମୁଖରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ମହାପବିତ୍ର ସ୍ଥାନ, ପବିତ୍ର ସ୍ଥାନ ଏବଂ ତ୍ୱରଣଟି ଭିତର ପ୍ରାଙ୍ଗଣରୁ ଦେଖାଯାଉଥିଲା। 16 କାଷ୍ଠ ଆଚ୍ଛାଦିତ ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାପିଲେ। 17 ଦ୍ୱାରର ଉପରି ଭାଗ,

ଅନ୍ତଃସ୍ଥ ଓ ବହିଃସ୍ଥ କାନ୍ଥସବୁର ଗ୍ଭରିଆଡ଼େ ଭିତରେ ଓ ବାହାରେ ସେଗୁଡ଼ିକରେ ବିଶେଷ କାରୁକାର୍ଯ୍ୟ ଖୋଦିତ ହୋଇଥିଲା। 18 ପୁଣି ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପକାର୍ଯ୍ୟ ଥିଲା ଓ ଦୁଇ କିରୂବ ମଧ୍ୟରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା। 19 ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ୟର ଉଭୟ ପାର୍ଶ୍ୱର ଖର୍ଜ୍ଜୁର ବୃକ୍ଷକୁ ଅନାଇଥିଲେ। 20 ଭୂମିଠାରୁ ଦ୍ୱାରର ଉପରଭାଗ ପର୍ଯ୍ୟନ୍ତ କିରୂବଦୂତ ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହୋଇଥିଲା।

21 ପବିତ୍ର ସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖରେ କାଠରେ ନିର୍ମିତ ବେଦି ପରି ଦେଖାଯାଉଥିବା କିଛି ଗୋଟିଏ ଥିଲା। 22 ଯଜ୍ଞବେଦି କାଷ୍ଠ ନିର୍ମିତ ତିନି ହାତ ଉଚ୍ଚ ଥିଲା ଓ ତାହାର ଦୈର୍ଘ୍ୟ ଦୁଇ ହାତ ଥିଲା। ଆଉ ତାହାର କୋଣସବୁ ତହିଁର ଦୈର୍ଘ୍ୟ। ତହିଁର ଗ୍ଭରିପାଖ କାଷ୍ଠମୟ ଥିଲା। ପୁଣି ସେ ଆମ୍ଭକୁ କହିଲେ, “ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମେଜ ଏହି।”

23 ମନ୍ଦିର ଓ ମହାପବିତ୍ର ସ୍ଥାନର ଦୁଇଟି ଲେଖାଏଁ ଦ୍ୱାର ଥିଲା। 24 ପ୍ରତ୍ୟେକ କବାଟରେ ଦୁଇଟି ପଟା ଥିଲା। ପ୍ରତ୍ୟେକ କବାଟ ଦୁଇଟି କ‌ବ୍‌ଜା ବିଶିଷ୍ଟ ପଟାରେ ତିଆରି ହୋଇଥିଲା। 25 ପୁଣି କାନ୍ଥରେ ଯେପରି କିରୂବଦୂତଗଣର ଓ ଖର୍ଜ୍ଜୁର ବୃକ୍ଷର କାରୁକାର୍ଯ୍ୟ ହୋଇଥିଲା ସେହିପରି ମନ୍ଦିର କବାଟରେ ମଧ୍ୟ ହୋଇଥିଲା। ବାହାର ବାରଣ୍ଡାର ଅଗ୍ର ଭାଗରେ ମୋଟ କଡ଼ିକାଠର ଛାତ ଥିଲା। 26 ବାରଣ୍ଡାର ପାର୍ଶ୍ୱରେ ଏ ପାଖରେ ଓ ସେ ପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାର୍ଶ୍ୱ କୋଠରୀ ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା।

ଗୀତସଂହିତା 92-93

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍।
    ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ,
    କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ।
ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି
    ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି।
    ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।

ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ।
    ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ।
10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ।
    ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି।
ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ।
    ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
11 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି।
    ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

93 ସଦାପ୍ରଭୁ ରାଜା ଅଟନ୍ତି।
    ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
    ଏହା ଯେପରି ଟଳମଳ ହୋଇ ନ ଯାଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
    ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
    ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
    ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
    ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center