Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ମାର୍କ ଲିଖିତ ସୁସମାଗ୍ଭର 1-3

ଯୀଶୁଙ୍କ ଆଗମନର ପ୍ରସ୍ତୁତି(A)

ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:

“ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ
    ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”(B)

“ମରୁଭୂମିରେ ଜଣେ ପାଟିକରି କହୁଛି;
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
    ତାହାଙ୍କ ପାଇଁ ରାସ୍ତା ସମତଳ କର।’”(C)

ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ। ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।

ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।

ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”

ଯୀଶୁଙ୍କ ବାପ୍ତିସ୍ମ ଗ୍ରହଣ(D)

ସେହି ସମୟରେ ଯୀଶୁ ଗାଲିଲୀର ନାଜରିତ ସହରରୁ ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ। 10 ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି। 11 ଆକାଶରୁ ବାଣୀ ହେଲା: “ହେ ମୋହର ପୁତ୍ର, ମୁଁ ତୁମ୍ଭକୁ ପ୍ରେମ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସୀ।”

ଯୀଶୁଙ୍କୁ ଶୟତାନର ପରୀକ୍ଷା(E)

12 ତା’ପରେ, ସଙ୍ଗେ ସଙ୍ଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇଦେଲେ। 13 ଯୀଶୁ ସେଠାରେ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ସହିତ ରହିଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ତା’ପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ସେବା କଲେ।

ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ(F)

14 ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ। 15 ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(G)

16 ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ। 17 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।” 18 ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।

19 ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ। 20 ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ(H)

21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ [a]ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 22 ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ। 23 ଯୀଶୁ ସମାଜଗୃହ [b]ରେ ଥିବା ସମୟରେ ସେଠାରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦେହରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା, 24 “ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭକୁ ଧ୍ୱଂସ କରିଦେବାକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ବ୍ୟକ୍ତି।”

25 ଯୀଶୁ ଭର୍ତ୍ସନା କରି କହିଲେ, “ଚୁପ୍ କର, ଏହାଠାରୁ ବାହାରିଯା।” 26 ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା’ପରେ ସେ ଖୁବ୍ ଜୋ‌ର୍‌ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା।

27 ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଏଠାରେ କ’ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ୟ ଆଜ୍ଞା ଦେଉଛି ଓ ଭୂତମାନେ ତା’ କଥା ମାନୁଛନ୍ତି।” 28 ତେଣୁ ଯୀଶୁଙ୍କ ବିଷୟରେ ଗାଲିଲୀ ଅଞ୍ଚଳର ଗ୍ଭରିଆଡ଼େ ଖୁବ୍ ଶୀଘ୍ର ଖବର ବ୍ୟାପିଗଲା।

ଯୀଶୁ ଅନେକଙ୍କୁ ସୁସ୍ଥ କଲେ(I)

29 ତା’ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମୋନ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ। 30 ଶିମୋନଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ି ଥିଲେ। ତେଣୁ ସେଠାରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟରେ କହିଲେ। 31 ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା’ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ।

32 ସୂର୍ଯ୍ୟ ବୁଡ଼ି ଯିବା ପରେ, ସେହି ରାତିରେ ଲୋକମାନେ ଅନେକ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଯେଉଁ ଲୋକମାନଙ୍କ ଦେହ ଭିତରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା, ସେମାନଙ୍କୁ ମଧ୍ୟ ଲୋକମାନେ ଯୀଶୁଙ୍କ ପାଖକୁ ଆଣିଲେ। 33 ସହରର ସବୁ ଲୋକେ ସେହି ଘରର ଦୁଆରରେ ଜମା ହୋଇଗଲେ। 34 ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ଅନେକ ଲୋକଙ୍କୁ ଯୀଶୁ ସୁସ୍ଥ କରିଦେଲେ। ସେ ମଧ୍ୟ ଲୋକଙ୍କ ଦେହରୁ ଅନେକ ଭୂତାତ୍ମା ବାହାରି ଗ୍ଭଲି ଯିବାକୁ ବାଧ୍ୟ କଲେ, କିନ୍ତୁ ସେ କିଏ ବୋଲି ଭୂତମାନେ ଜାଣି ଥିବାରୁ ସେ ସେମାନଙ୍କୁ ପଦେ ହେଲେ କହିବାକୁ ସୁଯୋଗ ଦେଲେ ନାହିଁ।

ଲୋକଙ୍କୁ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଯୀଶୁଙ୍କ ପ୍ରସ୍ତୁତି(J)

35 ତା’ ପରଦିନ ସକାଳେ ଯୀଶୁ ଖୁବ୍ ଶୀଘ୍ର ଉଠି ପଡ଼ିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡ଼ି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ସେଠାରେ ସେ ପ୍ରାର୍ଥନା କଲେ। 36 ପରେ ଶିମୋନ ଓ ତାହାଙ୍କ ସାଥୀମାନେ ଯୀଶୁଙ୍କୁ ଖୋଜିବାକୁ ଗଲେ। 37 ସେମାନେ ଯୀଶୁଙ୍କୁ ପାଇଲେ ଓ ତାହାଙ୍କୁ କହିଲେ, “ଲୋକେ ତୁମ୍ଭକୁ ଖୋଜୁଛନ୍ତି।”

38 ଏହା ଶୁଣି ଯୀଶୁ କହିଲେ, “ଆମ୍ଭେମାନେ ଅନ୍ୟ ନିକଟବର୍ତ୍ତୀ ନଗରକୁ ଯିବା ଉଚିତ୍, ଯେପରି ମୁଁ ସେଠାରେ ସେମାନଙ୍କୁ ମଧ୍ୟ ଉପଦେଶ ଦେଇ ପାରିବି ମୁଁ କେବଳ ଏଥିପାଇଁ ଆସିଛି।” 39 ଏହିଭଳି ଭାବରେ ସେ ସମାଜଗୃହମାନଙ୍କରେ ଉପଦେଶ ଦେଇ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡ଼ି ଗାଲିଲୀ ସାରା ବୁଲିଲେ।

ଗୋଟିଏ କୁଷ୍ଠରୋଗୀକୁ ଯୀଶୁ ସୁସ୍ଥ କଲେ(K)

40 ଗୋଟିଏ କୁଷ୍ଠରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲା, “ତୁମ୍ଭେ ଇଚ୍ଛା କଲେ ମୋତେ ଭଲ କରି ଦେଇ ପାରିବ। ସେହି ଶକ୍ତି ତୁମ୍ଭର ଅଛି।”

41 ସେହି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢ଼େଇ ଲୋକଟିକୁ ଛୁଇଁଦେଲେ ଓ କହିଲେ, “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଗ୍ଭହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ।” 42 ତା’ର କୁଷ୍ଠରୋଗ ତ‌ତ୍‌କ୍ଷଣାତ୍ ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲା।

43 ଯୀଶୁ ଲୋକଟିକୁ ଗ୍ଭଲି ଯିବାକୁ କହିଲେ, କିନ୍ତୁ ତାକୁ ଚେତାବନୀ ଦେଇ କହିଲେ, 44 “ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।” 45 ଲୋକଟି ସେହି ସ୍ଥାନ ଛାଡ଼ି ଗ୍ଭଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦେଇଛନ୍ତି। ତେଣୁ ଯୀଶୁଙ୍କ ବିଷୟରେ ଖବର ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା। ଫଳରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନ ଥିବା ନିଛାଟିଆ ଜାଗାମାନଙ୍କରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।

ପକ୍ଷାଘାତ ରୋଗୀକୁ ଯୀଶୁ ସୁସ୍ଥ କଲେ(L)

କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫେରି ଆସିଲେ। ଯୀଶୁ ଘରକୁ ଫେରି ଆସିଛନ୍ତି ବୋଲି ଖବର ବ୍ୟାପିଗଲା। ଅନେକ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହୋଇଗଲେ। ଘରଟି ପୁରିଗଲା। ଘରେ କି ବାହାରେ କେଉଁଠି ହେଲେ ଠିଆ ହେବାକୁ ଜାଗା ନ ଥିଲା। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ। ଲୋକ ଭିଡ଼ ହୋଇ ଯାଇଥିବାରୁ ସେମାନେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସେମାନେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀଟିକୁ ସେହି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ଯ୍ୟନ୍ତ, ତଳକୁ ଝୁଲାଇ ଦେଲେ। ଯୀଶୁ ଦେଖିଲେ ଯେ, ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ହେ ଯୁବକ, ତୁମ୍ଭ ପାପଗୁଡ଼ିକୁ କ୍ଷମା କରାଗଲା।”

କେତେଜଣ ଧର୍ମଶାସ୍ତ୍ରୀ ସେଠାରେ ବସିଥିଲେ। ଯୀଶୁଙ୍କ କାମ ସେମାନେ ଦେଖିଲେ। ସେମାନେ ନିଜ ଭିତରେ କୁହାକୁହି ହେଲେ, “ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?”

ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନରେ ଏସବୁ କଥା କାହିଁକି ଭାବୁଛ? ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ? ‘ତୁମ୍ଭ ପାପ ଗୁଡ଼ିକୁ କ୍ଷମା କରି ଦିଆଗଲା।’ ନା’ ତାକୁ କହିବା: ‘ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଗ୍ଭଲ?’ 10 କିନ୍ତୁ, ମୁଁ ତୁମ୍ଭ ଆଗରେ ପ୍ରମାଣିତ କରିଦେବି ଯେ, ଏହି ପୃଥିବୀରେ ମନୁଷ୍ୟପୁତ୍ରଙ୍କର ପାପଗୁଡ଼ିକୁ କ୍ଷମା କରିବା ଶକ୍ତି ଅଛି।” ତା’ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, 11 “ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।”

12 ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”

ମାଥିଉ ଯୀଶୁଙ୍କୁ ଅନୁସରଣ କଲେ(M)

13 ପୁଣି ଥରେ ଯୀଶୁ ହ୍ରଦ ପାଖଦେଇ ଗଲେ। ଅନେକ ଲୋକ ତା’ଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ। 14 ଯୀଶୁ ଯାଉଥିବା ସମୟରେ କରଆଦାୟ ସ୍ଥାନରେ ବସି ଥିବା ଆଲଫିଙ୍କ ପୁଅ ଲେବିଙ୍କୁ ଦେଖି ସେ କହିଲେ, “ମୋତେ ଅନୁସରଣ କର।” ତା’ପରେ ଲେବି ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।

15 ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲେବିଙ୍କ ଘରେ ଖାଉଥିବା ସମୟରେ, ସେମାନଙ୍କ ସହିତ ଅନେକ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ୟ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନେକ ଲୋକ ମଧ୍ୟ ସେଠାରେ ଥିଲେ। 16 ଯୀଶୁଙ୍କୁ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯୀଶୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”

17 ଯୀଶୁ ଏହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କେବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସି ନାହିଁ। ମୁଁ କେବଳ ପାପୀମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସିଛି।”

ଯୀଶୁ ଅନ୍ୟ ଧର୍ମ ଗୁରୁମାନଙ୍କଠାରୁ ଭିନ୍ନ(N)

18 ଯୋହନଙ୍କ ଶିଷ୍ୟ ଓ ଫାରୂଶୀମାନେ ଉପବାସ କରୁଥିଲେ। କେତେକ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, “ଯୋହନଙ୍କ ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ୟମାନେ କାହିଁକି ଉପବାସ କରୁ ନାହାନ୍ତି?”

19 ଯୀଶୁ କହିଲେ, “ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସେମାନଙ୍କ ସାଙ୍ଗରେ ଥା’ନ୍ତି। ତେଣୁ ବର ସେଠାରେ ଥିବା ପର୍ଯ୍ୟନ୍ତ ସେମାନେ ଉପବାସ କରି ନ ପାରନ୍ତି। 20 କିନ୍ତୁ ସମୟ ଆସିବ, ବରଙ୍କୁ ସେମାନଙ୍କଠାରୁ ଦୂରେଇ ନିଆଯିବ। ସେତେବେଳେ ସେମାନେ (ବର ଯାତ୍ରୀମାନେ) ଉପବାସ କରିବେ।

21 “କେହି କେବେ ହେଲେ ପୁରୁଣା ଲୁଗାରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତାହା କରେ, ତେବେ ନୂଆ କନାର ତାଳି ଜାକି ହୋଇ ଯିବ ଓ ତଦ୍ଦ୍ୱାରା ଟାଣି ହୋଇ ଯାଇ ପୁରୁଣା କନାର କଣା ବଡ଼ ହୋଇଯିବ। 22 ସେହିଭଳି କେହି କେବେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରରେ ରଖେ ନାହିଁ। ଯଦି ତାହା କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରକୁ ଫଟାଇ ଦେବ ଓ ଚମଡ଼ା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ହିଁ ରଖାଯାଇଥାଏ।”

କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ(O)

23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”

25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”

27 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”

ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ(P)

ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”

ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।

ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।

ଅନେକ ଲୋକ ଯୀଶୁଙ୍କୁ ଅନୁସରଣ କଲେ

ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଗ୍ଭଲିଗଲେ। ତାହାଙ୍କ ପଛରେ ଗାଲିଲୀର ଅନେକ ଲୋକ ମଧ୍ୟ ଗଲେ। ଯିହୂଦା, ଯିରୁଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ ସୋର ଓ ସୀଦୋନର ଗ୍ଭରିଆଡ଼ୁ ଅନେକ ଲୋକ ମଧ୍ୟ ଆସି ପହଞ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହାସବୁ କରୁଥିଲେ, ସେ ସମସ୍ତ ଘଟଣା ସେମାନେ ଶୁଣି ସାରିଥିଲେ।

ଯୀଶୁ ଅନେକ ଲୋକଙ୍କୁ ଦେଖିଲେ, ଭିଡ଼ ହୋଇ ଯିବାରୁ ଲୋକମାନେ ଯେପରି ତାହାଙ୍କ ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଗୋଟିଏ ଛୋଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ। 10 ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡ଼କୁ ମାଡ଼ି ଆସୁଥିଲେ। 11 କେତେକ ଲୋକଙ୍କ ଦେହରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତେବେଳେ ସେହି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ଆଗରେ ପଡ଼ିଯାଇ ଚିତ୍କାର କରି କହୁଥିଲେ, “ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।” 12 କିନ୍ତୁ ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସେମାନେ ଲୋକମାନଙ୍କୁ ଯେପରି ନ କୁହନ୍ତି।

ଯୀଶୁ ବାରଜଣ ପ୍ରେରିତ [c]ଙ୍କୁ ମନୋନୀତ କଲେ(Q)

13 ତା’ପରେ ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଗ୍ଭହିଁଲେ, ସେମାନଙ୍କୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସେମାନେ ଯୀଶୁଙ୍କ ପାଖକୁ ଗଲେ। 14 ଯୀଶୁ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛି ପ୍ରେରିତ ବୋଲି ନାମିତ କଲେ। ଯୀଶୁ ଗ୍ଭହୁଁଥିଲେ ଯେ ସେମାନେ ତାହାଙ୍କ ସହିତ ରହିବେ। ସେ ସେମାନଙ୍କୁ ପ୍ରଗ୍ଭର ଉଦ୍ଦେଶ୍ୟରେ ଅନ୍ୟ ସ୍ଥାନ ଗୁଡ଼ିକୁ ପଠାଇବେ ଓ 15 ଲୋକମାନଙ୍କ ଦେହରୁ ଭୁତମାନଙ୍କୁ ତଡ଼ିଦେବା ପାଇଁ ସେମାନଙ୍କର ଅଧିକାର ରହିବ। 16 ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି;

ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।

17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ (ଯେଉଁମାନଙ୍କୁ ସେ ବିନେରିଗୋଷ୍ ଅର୍ଥାତ “ମେଘ ଗର୍ଜ୍ଜନର ପୁତ୍ର” ନାମ ଦେଲେ)।

18 ଆନ୍ଦ୍ରିୟ,

ଫିଲି‌ପ୍‌ପ,

ବାର୍ଥଲମି,

ମାଥିଉ,

ଥୋମା,

ଆଲଫିଙ୍କ ପୁତ୍ର ଯାକୁବ,

ଥଦ୍ଦୀୟ,

କିଣାନୀୟ ବା ଉ‌ଦ୍‌ଯୋଗୀ ଶିମୋନ ଜିଲୋଟ [d]

19 ତଥା ଇଷ୍କାରିୟୋତ ଯିହୂଦା। ଏହି ଯିହୂଦା ପରେ ପ୍ରବଞ୍ଚନା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ଅର୍ପଣ କରିଥିଲା।

ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ(R)

20 ତା’ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ। 21 ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

22 ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବା‌ଲ୍‌ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”

23 ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” 24 ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ। 25 ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ। 26 ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।

27 “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା’ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା’ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ।

28 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ। 29 କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।”

30 ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।

ଯୀଶୁଙ୍କ ଅନୁସରଣକାରୀମାନେ, ତାହାଙ୍କର ପ୍ରକୃତ ପରିବାର(S)

31 ତା’ପରେ ଯୀଶୁଙ୍କ ମା ଓ ଭାଇମାନେ ସେଠାକୁ ଆସିଲେ। ସେମାନେ ବାହାରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠେଇଲେ। 32 ସେତେବେଳେ ଯୀଶୁଙ୍କ ଗ୍ଭରିପଟେ ଲୋକମାନେ ଘରେ ବସିଥିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭ ମା ଓ ଭାଇମାନେ ତୁମ୍ଭକୁ ବାହାରେ ଅପେକ୍ଷା କରିଛନ୍ତି।”

33 ଯୀଶୁ ପଗ୍ଭରିଲେ, “କିଏ ମୋର ମା? କେଉଁମାନେ ମୋର ଭାଇ?” 34 ତା’ପରେ ଯୀଶୁ ତାହାଙ୍କ ଗ୍ଭରି ପାଖରେ ବସିଥିବା ଲୋକମାନଙ୍କ ଆଡ଼େ ଗ୍ଭହିଁଲେ। ସେ କହିଲେ, “ଏ ଲୋକମାନେ ମୋର ମା ଓ ଭାଇ। 35 ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center