Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 15-16

ଯୀଶୁ ଦ୍ରାକ୍ଷାଲତା ସଦୃଶ

15 ଯୀଶୁ କହିଲେ, “ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। ମୋ’ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। ମୋ’ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।

“ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ’ଠାରେ ରହେ ଓ ମୁଁ ତାଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। ଯଦି କେହି ବ୍ୟକ୍ତି ମୋ’ଠାରେ ରୁହେ ନାହିଁ, ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। “ମୋ’ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।

“ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। 10 ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। 11 ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା’ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। 12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। 13 ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। 14 ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।

16 “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। 17 ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।

ଯୀଶୁ ଶିଷ୍ୟମାନଙ୍କୁ ସତର୍କ କରନ୍ତି

18 “ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। 19 ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା’ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।

20 “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା’ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। 21 ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। 22 ମୁଁ ଯଦି ଆସି ନ ଥା’ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା’ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।

23 “ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରି ନାହିଁ। 24 ଯଦି ମୁଁ ସେହି କାର୍ଯ୍ୟ କରି ନ ଥା’ନ୍ତି, ତେବେ ସେମାନେ ପାପଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନ ଥାଆନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି। ତଥାପି ସେମାନେ ମୋତେ ଓ ପରମପିତାଙ୍କୁ ଘୃଣା କରନ୍ତି। 25 ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’ [a]

26 “ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। 27 ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।

16 “ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି। ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି। କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି। ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।

ପବିତ୍ରଆତ୍ମାଙ୍କର କାର୍ଯ୍ୟ

“ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି। ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?” ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି। କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ।

“ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ। 10 ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା’ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। 11 ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରି‌‌ଲାଣି।

12 “ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରି ପାରିବ ନାହିଁ। 13 କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। 14 ପବିତ୍ରଆତ୍ମା ମୋ’ ପାଇଁ ଗୌରବ ଆଣିବେ। ସେ ମୋ’ଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। 15 ଯାହା ପରମପିତାଙ୍କର ତାହା ସବୁକିଛି ମୋର। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମୋ’ଠାରୁ ସବୁ ନେଇ ତୁମ୍ଭକୁ କହିବେ।

ଦୁଃଖ ସୁଖରେ ପରିଣତ ହେବ

16 “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା’ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।”

17 କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ’ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ।” ପିତାଙ୍କ ନିକଟକୁ ଯିବାର ଅର୍ଥ କ’ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ। 18 ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ’ଣ?’ ସେ ଏପରି କ’ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।”

19 ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ’ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,

21 “ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା’ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହେଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ। 22 ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ। 23 ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।

ପୃଥିବୀ ଉପରେ ବିଜୟ

25 “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। 26 ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। 27 ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। 28 ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”

29 ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। 30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା’ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”

31 ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ? 32 ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହେଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।

33 “ମୋ’ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center