Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 9-10

ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”

ଯୀଶୁ ଉତ୍ତର ଦେଲେ, “ଏହା ତା’ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।”

ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା’ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।

କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”

କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା’ରି ଭଳି ଦେଖାଯାଉଛି।”

ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”

10 ଲୋକମାନେ ତାକୁ ପଗ୍ଭରିଲେ, “କ’ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”

11 ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା’ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା’ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”

12 ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?”

ଲୋକଟି କହିଲା, “ମୁଁ ଜାଣେ ନାହିଁ।”

ଯୀଶୁ ସୁସ୍ଥ କରିଥିବା ଲୋକକୁ ଯିହୂଦୀମାନଙ୍କର ପ୍ରଶ୍ନ

13 ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା, 14 ଯୀଶୁ କାଦୁଅ କରିଥିଲେ ଓ ତା’ ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମବାର ଦିନ କରିଥିଲେ। 15 ତେଣୁ ଫାରୂଶୀମାନେ ମଧ୍ୟ ସେ ଲୋକକୁ ପଗ୍ଭରିଲେ. “ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?”

ସେ କହିଲା, “ସେ ମୋ’ ଆଖିରେ କାଦୁଅ ଲଗେଇ ଦେଲେ। ଧୋଇବା ପରେ ମୁଁ ଏବେ ଦେଖି ପାରୁଛି।”

16 କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।”

ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।

17 ଯିହୂଦୀମାନେ ସେହି ଲୋକକୁ ଆଉଥରେ ପଗ୍ଭରିଲେ, “ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା’ ବିଷୟରେ କ’ଣ କହୁଛ?”

ସେହି ଲୋକଟି ଉତ୍ତର ଦେଲା, “ସେ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା।”

18 ଯିହୂଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି। 19 ଯିହୂଦୀମାନେ ତା’ର ପିତାମାତାଙ୍କୁ ପଗ୍ଭରିଲେ, “ଇଏ କ’ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?”

20 ପିତାମାତା ଉତ୍ତର ଦେଲେ, “ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା। 21 କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତା’ର ଦୃଷ୍ଟିଶକ୍ତି ଦେଲା। ତାହା ଆମ୍ଭେ ଜାଣି ନାହୁଁ। ତାକୁ ପଗ୍ଭର। ନିଜ କଥା ନିଜେ କହିବା ପାଇଁ ତା’ର ବୟସ ହେଲାଣି।” 22 ଯିହୂଦୀ ନେତାମାନଙ୍କୁ ଭୟ କରି ତା’ର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମଶୀହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡଦେବେ ଓ ସେହି ଲୋକମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 23 ତେଣୁ ତା’ର ପିତାମାତା କହିଲେ, “ତା’ର ଯଥେଷ୍ଟ ବୟସ ହୋଇଛି। ତାକୁ ପଗ୍ଭର।”

24 ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।”

25 ଲୋକଟି ଉତ୍ତର ଦେଲା, “ସେ ପାପୀ କି ନୁହେଁ, ମୁଁ ଜାଣି ନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖି ପାରୁଛି।”

26 ଯିହୂଦୀ ନେତାମାନେ ପଗ୍ଭରିଲେ, “ସେ ତୁମକୁ କ’ଣ କଲା? ସେ ତୁମ ଆଖିକୁ କିପରି ଭଲ କରିଦେଲା?”

27 ସେ ଲୋକ କହିଲା, “ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମୋ’ କଥା ଶୁଣୁ ନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଗ୍ଭହୁଁଛ? ତୁମ୍ଭେ ମଧ୍ୟ କ’ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଗ୍ଭହୁଁଛ?”

28 ଯିହୂଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା’ପରେ ସେମାନେ କହିଲେ, “ତୁମ୍ଭେ ସେହି ଲୋକର ଶିଷ୍ୟ। କିନ୍ତୁ ଆମ୍ଭେ ମୋଶାଙ୍କର ଶିଷ୍ୟ। 29 ଆମ୍ଭେ ଜାଣୁ, ପରମେଶ୍ୱର ମୋଶାଙ୍କୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣି ନାହୁଁ।”

30 ଲୋକଟି ଉତ୍ତର ଦେଲା, “ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣି ନାହଁ। କିନ୍ତୁ ସେ ମୋ’ ଆଖି ଭଲ କରିଦେଇଛନ୍ତି। 31 ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତା’ର କଥା ଶୁଣନ୍ତି। 32 ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରି ନ ଥିଲେ। 33 ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ଯ୍ୟ କରି ପାରି ନ ଥା’ନ୍ତା।”

34 ଯିହୂଦୀମାନେ ଉତ୍ତର ଦେଲେ, “ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ। ତୁମ୍ଭେ କ’ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?” ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ି ଦେଲେ।

ଆତ୍ମିକ ଅନ୍ଧତା

35 ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?”

36 ସେ ଲୋକଟି ପଗ୍ଭରିଲା, “ଗୁରୁ, ମନୁଷ୍ୟପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।”

37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି, ସେ ସେହି ମନୁଷ୍ୟପୁତ୍ର।”

38 ସେ ଲୋକଟି ଉତ୍ତର ଦେଲା, “ହଁ, ପ୍ରଭୁ ମୁଁ ବିଶ୍ୱାସ କରେ।” ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।

39 ଯୀଶୁ କହିଲେ, “ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଗ୍ଭରିତ ହେବ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସେମାନେ ଅନ୍ଧ ହେବେ।”

40 ଯୀଶୁଙ୍କ ପାଖରେ କେତେକ ଫାରୂଶୀ ଥିଲେ। ସେମାନେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସେମାନେ ପଗ୍ଭରିଲେ, “କ’ଣ? ତା’ ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ୟ ଅନ୍ଧ?”

41 ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା’ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”

ମେଷପାଳକ ଓ ତା’ର ମେଷ

10 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ଲୋକ ମେଷଶାଳରେ ପ୍ରବେଶ କରେ, ତେବେ ସେ ଦ୍ୱାର ବାଟେ ଯିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ, ତେବେ ସେ ଗ୍ଭେର। ସେ ନିଶ୍ଚୟ ମେଷ ଗ୍ଭେରି କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଯେଉଁ ଲୋକ ମେଷମାନଙ୍କର ଯତ୍ନ ନିଏ, ସେ ଫାଟକ ଭିତର ଦେଇ ଯାଏ। ସେ ହିଁ ମେଷପାଳକ। ଫାଟକ ଜଗୁଆଳୀ ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତା’ର ମେଣ୍ଢାକୁ ନାମଧରି ଡାକେ ଓ ବାହାରେ ଚରାଏ। ସେ ସବୁ ମେଷମାନଙ୍କୁ ବାହାରକୁ ଆଣେ, ସେମାନଙ୍କ ଆଗେ ଆଗେ ଗ୍ଭଲେ ଓ ମେଷମାନେ ତାହାର ଅନୁସରଣ କରନ୍ତି, କାରଣ ମେଷମାନେ ତା’ର ସ୍ୱର ଜାଣନ୍ତି। କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସେମାନେ ତା’ ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱର ଚିହ୍ନନ୍ତି ନାହିଁ।”

ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ। କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝି ପାରିଲେ ନାହିଁ।

ଯୀଶୁ ଉତ୍ତମ ମେଷପାଳକ

ତେଣୁ ଯୀଶୁ ଆଉଥରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ହେଉଛି ମେଷମାନଙ୍କ ଫାଟକ। ମୋ’ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସେମାନେ ଗ୍ଭେର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ’ (ଫାଟକ) ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା’ର ଯାହା ଦରକାର, ସେ ସବୁ ପାଇବ। 10 ଜଣେ ଗ୍ଭେର ଗ୍ଭେରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ। କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି।

11 “ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତା’ର ଜୀବନ ଦିଏ। 12 ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା’ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ। 13 ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ।

14 “ମୁଁ ମେଷପାଳକ ଯିଏ କି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ ଯେପରି, ପରମପିତା ମୋତେ ଜାଣନ୍ତି। 15 ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ। 16 ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ। 17 ପରମପିତା ମୋତେ ପ୍ରେମ କରନ୍ତି କାରଣ ମୁଁ ମୋ’ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ। 18 ମୋ’ଠାରୁ କେହି ମୋ’ ଜୀବନ ନେଇ ପାରିବ ନାହିଁ। ମୁଁ ସ୍ୱେଚ୍ଛାରେ ମୋ’ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି। ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।”

19 ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧ୍ୟରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା। 20 ସେମାନଙ୍କ ମଧ୍ୟରୁ ଅନେକ ଯିହୂଦୀ କହିଲେ, “ଜଣେ ଭୂତ ତା’ ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।”

21 କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ’ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!”

ଯୀଶୁଙ୍କ ବିରୁଦ୍ଧରେ ଯିହୂଦୀମାନେ

22 ସେତେବେଳେ ଶୀତଋତୁ। ଯିରୁଶାଲମରେ ‘ମନ୍ଦିର ପ୍ରତିଷ୍ଠା’ ପର୍ବ ପଡ଼ିଲା। 23 ଯୀଶୁ ମନ୍ଦିରରେ ଶଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ। 24 ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।”

25 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ। ମୁଁ ମୋର ପରମପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ସବୁ ଦର୍ଶାଏ ଯେ, ମୁଁ କିଏ। 26 କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ। 27 ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। 28 ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ। 29 ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ। 30 ପରମପିତା ଓ ମୁଁ ଏକ।”

31 ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ। 32 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି। ତୁମ୍ଭେ ସେସବୁ ଦେଖିଛ। ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ?”

33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁ ନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ୱର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥରରେ ମାରି ଦେବା ପାଇଁ ଗ୍ଭହୁଁଛୁ।”

34 ଯୀଶୁ ଉତ୍ତର ଦେଲେ, “ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି, ‘ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ।’ [a] 35 ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସେମାନେ ଈଶ୍ୱରଗଣ। ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ। 36 ତେବେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି। କାରଣ ମୁଁ କହିଛି, ‘ମୁଁ ପରମେଶ୍ୱରଙ୍କର ପୁତ୍ର।’ ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।’ 37 ମୋର ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ। 38 କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ’ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ୍। ତୁମ୍ଭେ ମୋ’ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ’ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ୍। ତେବେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମୋ’ଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।”

39 ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ।

40 ତା’ପରେ ଯୀଶୁ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ, ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ। 41 ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, “ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ, ତାହା ସବୁ ସତ୍ୟ।” 42 ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center