Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଯୋହନ ଲିଖିତ ସୁସମାଗ୍ଭର 1-2

ଯୀଶୁଙ୍କର ଜଗତରେ ଆବିର୍ଭାବ

ଜଗତ ଆରମ୍ଭର ପୂର୍ବରୁ ବାକ୍ୟ [a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ [b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ।

ଯୋହନ [c] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।

10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ, 13 ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ।

14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘”

16 ‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। 17 ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି।

ଯୀଶୁଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି(A)

19 ଯିରୁଶାଲମରୁ ଯିହୂଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। “ତୁମ୍ଭେ କିଏ?” ଏହା ତାହାଙ୍କୁ ପଗ୍ଭରିବା ପାଇଁ ଯିହୂଦୀମାନେ ସେମାନଙ୍କୁ ପଠାଇଥିଲେ। 20 ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”

21 ଯିହୂଦୀମାନେ ଯୋହନଙ୍କୁ ପଗ୍ଭରିଲେ, ତାହାହେଲେ “ତୁମ୍ଭେ କିଏ? ତୁମ୍ଭେ କ’ଣ ଏଲିୟ?” [d]

ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”

ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?” [e]

ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।”

22 ତା’ପରେ ଯିହୂଦୀମାନେ ପଗ୍ଭରିଲେ, “ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ’ଣ କହୁଛ?”

23 ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାଣୀ କହିଲେ:

“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
    ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(B)

24 ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହଁ, ତେବେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ [f] ଦେଉଛ?”

26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।”

28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।

ଯୀଶୁ, ପରମେଶ୍ୱରଙ୍କ ମେଷଶାବକ

29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି। 30 ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ’ଠାରୁ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି।’ 31 ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଯେପରି ଜାଣି ପାରିବ ଯେ ଯୀଶୁ ଖ୍ରୀଷ୍ଟ [g] ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।”

32-33 ତା’ପରେ ଯୋହନ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠେଇଥିଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯେକି ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। 34 ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”

ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ

35 ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ। 36 ସେତେବେଳେ ଯୋହନ ଯୀଶୁଙ୍କୁ ଯିବାର ଦେଖିଲେ। ସେ କହିଲେ, “ଦେଖ, ପରମେଶ୍ୱରଙ୍କର ମେଷଶାବକ।”

37 ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ। 38 ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଗ୍ଭରିଲେ, “ତୁମ୍ଭେମାନେ କ’ଣ ଗ୍ଭହଁ?”

ସେମାନେ ଉତ୍ତର ଦେଲେ, “ରା‌ବ୍‌ବୀ, ଆପଣ କେଉଁଠାରେ ରହୁଛନ୍ତି?” (“ରା‌ବ୍‌ବୀ” ଅର୍ଥାତ୍ “ଗୁରୁ”)

39 ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା ହୋଇଥିଲା

40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ। 41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)

42 ତା’ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭକୁ କେଫା ନାମରେ ଡକା ହେବ।” (“କେଫା” ଅର୍ଥାତ୍ “ପିତର।”)

43 ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲି‌ପ୍‌ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” 44 ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ। 45 ଫିଲି‌ପ୍‌ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”

46 ନିଥନିୟେଲ ଫିଲି‌ପ୍‌ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”

ଫିଲି‌ପ୍‌ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”

47 ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”

48 ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲି‌ପ୍‌ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”

49 ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”

50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ [h] ମନୁଷ୍ୟପୁତ୍ରଙ୍କ [i] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”

କାନ୍ନାରେ ବିବାହ

ଦୁଇ ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମା ସେଠାରେ ଥିଲେ। ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”

ଯୀଶୁ ଉତ୍ତର ଦେଲେ, “ପ୍ରିୟ ନାରୀ, କ’ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”

ଯୀଶୁଙ୍କର ମା ସେବକମାନଙ୍କୁ କହିଲେ, “ଯୀଶୁ ଯେପରି କହନ୍ତି, ତୁମ୍ଭେମାନେ ସେହିପରି କର।”

ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ। ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ ଶହେରୁ ଶହେ ପଗ୍ଭଶ ଲିଟର ପାଣି ଧରୁଥିଲା।

ଯୀଶୁ ସେବକମାନଙ୍କୁ କହିଲେ, “ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।” ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ।

ତା’ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନିଅ। ଏହି ପାଣି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।”

ତେଣୁ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। ତା’ପରେ ଭୋଜି ଦାୟିତ୍ୱରେ ଥିବା ମୁଖ୍ୟ ଲୋକ ତାହାକୁ ଗ୍ଭଖିଲେ। ସେହି ପାଣି ଏବେ ଦ୍ରାକ୍ଷାରସରେ ପରିଣତ ହୋଇଯାଇଥିଲା। ସେ ଜାଣି ନ ଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତା’ପରେ ଭୋଜିକର୍ତ୍ତା ବରକୁ ଡାକିଲେ। 10 ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ତୃପ୍ତ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।”

11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।

12 ତା’ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୂମରେ କିଛି ଦିନ ରହିଲେ।

ମନ୍ଦିର ଭିତରେ ଯୀଶୁ(C)

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। 14 ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ ମଧ୍ୟ କରୁଥିଲେ। 15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଛାଟ ତିଆରି କଲେ। ତା’ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକେଇ ମେଜଗୁଡ଼ିକ ଓଲଟେଇ ଦେଲେ। 16 ତା’ପରେ ଯୀଶୁ କପୋତ ବେପାରୀମାନଙ୍କୁ ଯାଇ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋର ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”

17 ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ:

“ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିଦେବ।” (D)

18 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”

19 ଯୀଶୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।”

20 ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ’ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ନିର୍ମାଣ କରି ଦେବ?”

21 (କିନ୍ତୁ ଯୀଶୁ ଏହି ମନ୍ଦିର କହିବା ବେଳେ ନିଜ ଶରୀରକୁ ଲକ୍ଷ୍ୟ କରି କହିଥିଲେ। 22 ଯୀଶୁ ମୃତ୍ୟୁରୁ ଉଠିଲା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ କହିଥିବା କଥା ମନେ ପକାଇଥିଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।)

23 ଯୀଶୁ ନିସ୍ତାରପର୍ବ ପାଇଁ ଯିରୁଶାଲମରେ ଥିଲେ। ଅନେକ ଲୋକ ତାହାଙ୍କ ଉପରେ ବିଶ୍ୱାସ କରିଲେ। କାରଣ ସେମାନେ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖିଲେ। 24 କିନ୍ତୁ ଯୀଶୁ ସେମାନଙ୍କୁ ଭରସା କଲେ ନାହିଁ କାରଣ ସେ ସେହି ଲୋକମାନଙ୍କର ମନର ଭାବନା ଜାଣିଥିଲେ। 25 ମନୁଷ୍ୟର ମନ ଭିତରେ କ’ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟରେ ବୁଝେଇବା କାହାରି ଦରକାର ନ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center