Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 15-16

ସ୍ୱର୍ଗରେ ଆନନ୍ଦ(A)

15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”

ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।

“ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ। ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ‘ମୁଁ ବହୁତ ଆନନ୍ଦିତ। କାରଣ ମୋର ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମୋ’ ସହିତ ଆନନ୍ଦ କର।’ 10 ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”

ପୁଅ ଯେ କି ଘର ଛାଡ଼ି ଗ୍ଭଲିଗଲା

11 ଯୀଶୁ କହିଲେ, “ଜଣେ ଲୋକର ଦୁଇ ପୁଅ ଥିଲେ। 12 ଦିନେ ସାନପୁଅ ତା’ ବାପାଙ୍କୁ କହିଲା, ‘ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ’ ଭାଗତକ ଦେଇଦିଅ।’ ତେଣୁ ତା’ ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲେ।

13 “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା। 14 ସବୁତକ ସାରିଦେଲା ପରେ, ସେହି ଦେଶରେ ଗ୍ଭରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା। ତା’ର ଟଙ୍କା ଦରକାର ପଡ଼ିଲା। 15 ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରେଇବାକୁ ପଠାଇଲା। 16 ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ।

17 “ଏବେ ସେ ବୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, ‘ମୋ’ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠାରେ ଭୋକରେ ମରୁଛି। 18 ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। 19 ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ। କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।’ 20 ତେଣୁ ସେ ସ୍ଥାନ ଛାଡ଼ି ତା’ ବାପାଙ୍କ ପାଖକୁ ବାହାରିଲା।

ପୁଅର ଘର ବାହୁଡ଼ା

“ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା’ ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। 21 ପୁଅ କହିଲା, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ।’

22 “କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ। 23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। 24 ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।

ବଡ଼ ପୁଅ ଆସିଲା

25 “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା। 26 ତେଣୁ ସେ ଜଣେ ଗ୍ଭକରକୁ ଡାକି ପଗ୍ଭରିଲା, ‘ଏ ସବୁ କ’ଣ ଗ୍ଭଲିଛି?’ 27 ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’

28 “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। 29 ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ। 30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରି ଦେଇଛି। ତା’ପରେ ସେ ଘରକୁ ଫେରି ଆସିଲା। ଆଉ ତା’ ପାଇଁ ତୁମ୍ଭେ ମୋଟା ବାଛୁରିଟିକୁ ମାରିଲ!’

31 “କିନ୍ତୁ ବାପା ତାକୁ କହିଲେ, ‘ପୁଅ, ତୁ ସବୁବେଳେ ମୋ’ ପାଖରେ ଅଛୁ। ମୋର ଯାହାକିଛି ଅଛି, ସେ ସବୁ ତୋର। 32 କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”

ବାସ୍ତବ ଧନ

16 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା। ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, “ମୁଁ ତୁମ୍ଭ ବିରୁଦ୍ଧରେ ଅନେକ କଥା ଶୁଣୁଛି। ତୁମ୍ଭେ ଯାହାସବୁ କରିଛ, ତା’ର ହିସାବ ମୋତେ ଦିଅ। ଏଣିକି ତୁମ୍ଭେ ଆଉ ମୋର ଗୁମାସ୍ତା ହୋଇ ପାରିବ ନାହିଁ।’

“ଗୁମାସ୍ତା ଜଣକ ମନେ ମନେ ଭାବିଲା, ‘ଏବେ ମୁଁ କ’ଣ କରିବି? ମୋ’ ମାଲିକ ମୋ’ ଗ୍ଭକିରି ନେଇ ଯାଉଛନ୍ତି। ଗାତ ଖୋଳିବା ପାଇଁ ମୋ’ ପାଖରେ ବଳ ନାହିଁ। ଭିକ ମାଗିଲେ ମୋତେ ଲାଜ ମାଡ଼ିବ।’ ତେବେ ମୋତେ କ’ଣ କରିବାକୁ ହେବ ତା ମୁଁ ଜାଣିଛି। ଯେତେବେଳେ ମୁଁ ଗୁମାସ୍ତା ଗ୍ଭକିରି ହରାଇବି, ସେତେବେଳେ ଯେପରି ଲୋକେ ସେମାନଙ୍କ ଘରେ ମୋର ସ୍ୱାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।

“ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନେଇଥିବା ପ୍ରତ୍ୟେକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଗ୍ଭରିଲେ, ‘ମୋ’ ମାଲିକଙ୍କୁ ତୁମ୍ଭର କେତେ ଦେବାକୁ ଅଛି?’ ଲୋକଟି ଉତ୍ତର ଦେଲା, ‘ଶହେ ମହଣ ତେଲ।’ ଗୁମାସ୍ତା ତାକୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସିପଡ଼ି ତାକୁ କମ୍ କରି ଶୀଘ୍ର ପଗ୍ଭଶ ବୋଲି ଲେଖିଦିଅ।’

“ତା’ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଗ୍ଭରିଲେ, ‘ତୁମ୍ଭର କେତେ ଋଣ ପରିଶୋଧ କରିବାକୁ ଅଛି?’ ଖାତକଟି କହିଲା, ‘ଶହେ ଭରଣ ଗହମ’, ଗୁମାସ୍ତା ତାହାଙ୍କୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।’

“ପରେ ମାଲିକ ସେହି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲେଇ ଦେଲେ। ତାହାଙ୍କ ଭଳି, ଅନ୍ୟଲୋକମାନଙ୍କ ସହିତ ବ୍ୟବସାୟ କରିବାରେ ଏହି ସାଂସାରିକ ଲୋକମାନେ ଆଧ୍ୟାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।

“ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥିରେ ପରମେଶ୍ୱରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତେବେଳେ ଏ ଜାଗତିକ ଧନ ସରିଯିବ, ସେତେବେଳେ ଚିରନ୍ତନ ନିବାସରେ ତୁମ୍ଭମାନଙ୍କୁ ସ୍ୱାଗତ କରାଯିବ। 10 ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇ ପାରିବ, ତେବେ ତାକୁ ବଡ଼ ବିଷୟ ଗୁଡ଼ିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହୋଇଯାଏ ତେବେ ସେ ଅଧିକ ଜିନିଷ ପାଇଁ ମଧ୍ୟ ଆସାଧୁ ହୋଇଯିବା 11 ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ? 12 ତୁମ୍ଭେମାନେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ନାହଁ, ତେବେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ୟ ତୁମ୍ଭମାନଙ୍କୁ ଦିଆ ଯିବ ନାହିଁ।

13 “ଜଣେ ସେବକ ଏକା ସଙ୍ଗରେ ଦୁଇଜଣ ମାଲିକଙ୍କ ସେବା କରି ପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ୱସ୍ତ ରହିବ ଓ ଅନ୍ୟ ଜଣକୁ ବେଖାତିରି କରିବ। ତୁମ୍ଭେମାନେ ଏକା ବେଳେ ପରମେଶ୍ୱର ଓ ଧନ ଦୁହିଁଙ୍କ ସେବା କରି ପାରିବ ନାହିଁ।”

ପରମେଶ୍ୱରଙ୍କ ବିଧାନ ଅଟଳ(B)

14 ଫାରୂଶୀମାନେ ଏହିସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ। 15 ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।

16 “ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ୱର ଗ୍ଭହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଅନେକ ଲୋକ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି। 17 ସ୍ୱର୍ଗ ଓ ପୃଥିବୀର ଧ୍ୱଂସ ହୁଏତ ସହଜରେ ହୋଇଯିବ, ମାତ୍ର ବ୍ୟବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହେବ ନାହିଁ।

ଛାଡ଼ପତ୍ର ଓ ପୂର୍ଣ୍ଣବିବାହ

18 “ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହକରେ ତେବେ ସେହି ପୁରୁଷଟି ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହେବ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ୟକ୍ତା ସ୍ତ୍ରୀକୁ ବିବାହକରେ, ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହେବ।”

ଧନୀ ଲୋକ ଓ ଲାଜାର

19 ଯୀଶୁ କହିଲେ, “ଥରେ ଜଣେ ଧନୀଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସମ୍ପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା। 20 ଲାଜାର ନାମରେ ଜଣେ ଅତି ଗରିବ ଲୋକ ଥିଲା। ତା’ ଦେହ ଘା’ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖରେ ପଡ଼ି ରହୁଥିଲା। 21 ଧନୀଲୋକ ଖାଇସାରିବା ପରେ ଯାହା ଛାଡ଼ି ଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଗ୍ଭହୁଁଥିଲା। କୁକୁରମାନେ ଆସି ତା’ର ଘାଆକୁ ଗ୍ଭଟୁଥିଲେ।

22 “ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରହାମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା। 23 ତାହାକୁ ନର୍କକୁ ପଠାଇ ଦିଆଗଲା। ସେଠାରେ ସେ ବହୁତ ଯନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂରରେ ଦେଖିଲା। 24 ସେ ଡାକିଲା, ‘ପିତା ଅବ୍ରହାମ, ମୋତେ ଦୟା କର। ମୋ’ ପାଖକୁ ଲାଜାରକୁ ପଠାଅ। ସେ ତା’ ଅଙ୍ଗୁଳି ଟିପକୁ ପାଣିରେ ବୁଡ଼େଇ ମୋ’ ଜିଭରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁରେ ବହୁତ ଯନ୍ତ୍ରଣା ଭୋଗ କରୁଛି।’

25 “କିନ୍ତୁ ଅବ୍ରହାମ କହିଲେ, ‘ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ, ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ। 26 ତା’ ଛଡ଼ା ତୋର ଓ ଆମ୍ଭ ମଝିରେ ଗୋଟିଏ ବଡ଼ ଖାତ ଅଛି। ତୋତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇ ଯାଇ ପାରିବେ ନାହିଁ।’ ଏବଂ ସେହି ସ୍ଥାନ ଛାଡ଼ି କେହି ଏଠାକୁ ଆସି ପାରିବେ ନାହିଁ।

27 “ଧନୀ ଲୋକ ଜଣକ କହିଲେ, ‘ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାଅ। 28 ମୋର ପାଞ୍ଚ ଜଣ ଭାଇ ଅଛନ୍ତି। ଲାଜାର ମୋର ଭାଇମାନଙ୍କୁ ସତର୍କ କରାଇ ଦେବ। ତା’ହେଲେ ସେମାନେ ଏ ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।’

29 “କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ସବୁ ପଢ଼ିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ।’

30 ଧନୀ ଲୋକଟି କହିଲା, ‘ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କେହି ଜଣେ ତାହାଙ୍କ ପାଖକୁ ଯାଏ, ତେବେ ସେମାନେ ବିଶ୍ୱାସ କରିବେ ଓ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।’

31 “କିନ୍ତୁ ଅବ୍ରହାମ ତାହାକୁ କହିଲେ, ‘ନା, ଯଦି ତୁମ୍ଭ ଭାଇମାନେ ମୋଶା ଓ ଭବିଷ୍ୟ‌ଦ୍‌ବକ୍ତାଙ୍କ କଥା ଶୁଣିବେ ନାହିଁ, ତେବେ ସେମାନେ ମୃତ୍ୟୁରୁ ଫେରି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ୟ ଶୁଣିବେ ନାହିଁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center