Print Page Options
Previous Prev Day Next DayNext

Daily Reading for Personal Growth, 40 Days with God

40 daily Scripture readings that illustrate the character of God and the nature of faith.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 13:42-52

42 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। 43 ସଭା ସମାପ୍ତ ହେବାପରେ ଅନେକ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଅନୁସରଣ କଲେ। ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବା ପାଇଁ କହିଲେ।

44 ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ। 45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ। 46 କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା। 47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି:

‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ।
    ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’” (A)

48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ। 51 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ। 52 କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center