Print Page Options
Previous Prev Day Next DayNext

Daily Reading for Personal Growth, 40 Days with God

40 daily Scripture readings that illustrate the character of God and the nature of faith.
Duration: 40 days
Odia Holy Bible: Easy-to-Read Version (ERV-OR)
Version
କଲସୀୟଙ୍କ ପ୍ରତି ପତ୍ର 3:1-11

ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ

ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି। ସବୁବେଳେ ସେହି ସ୍ୱର୍ଗର ବିଷୟ ଗୁଡ଼ିକ ଅନ୍ୱେଷଣ କର, ମର୍ତ୍ତ୍ୟର ବିଷୟ ଗୁଡ଼ିକ ପାଇଁ ନୁହେଁ। ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ।

ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ।

କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। 10 ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। 11 ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center