Daily Reading for Personal Growth, 40 Days with God
2 ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ। 3 ତେଣୁ ପ୍ରଥମରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସେଗୁଡ଼ିକର ବାଧ୍ୟ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭେରପରି ତୁମ୍ଭ ପାଖକୁ ଆସିବି ଓ କେତେବେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରିଦେବି, ତାହା ତୁମ୍ଭେ ଜାଣି ପାରିବ ନାହିଁ।
4 “ତଥାପି ସାର୍ଦ୍ଦୀରେ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାନ୍ତି। ସେହି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମୋ’ ସହିତ ଗମନାଗମନ କରିବେ, କାରଣ ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି। 5 ଯେ ବିଜୟୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସେହି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମୋହର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନାରେ ସ୍ୱୀକାର କରିବି।
2010 by World Bible Translation Center