Print Page Options
Previous Prev Day Next DayNext

Daily Reading for Personal Growth, 40 Days with God

40 daily Scripture readings that illustrate the character of God and the nature of faith.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଏଫିସୀୟଙ୍କ ପ୍ରତି ପତ୍ର 2:4-10

କିନ୍ତୁ ପରମେଶ୍ୱର ଆମ୍ଭକୁ ଅତିଶୟ ପ୍ରେମ କଲେ କାରଣ ତାହାଙ୍କ ଦୟା ଅତି ମହାନ୍। ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବାରୁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନରୁ‌ତ୍‌‌ଥିତ କଲେ ଓ ତାହାଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ବସାଇ ଅଛନ୍ତି। ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।

ତୁମ୍ଭେ ସେହି ଅନୁଗ୍ରହ ତୁମ୍ଭର ବିଶ୍ୱାସ ବଳରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ୱରଙ୍କ ଦାନ। ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ। 10 ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center