Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6-11

ତା'ପରେ ମୁଁ ମେଷଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ୟରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସେହି ଗ୍ଭରି ଜଣ ଜୀବିତ ପ୍ରାଣୀଙ୍କ ମଧ୍ୟରୁ ଜଣେ ବଜ୍ର ପରି ଉଚ୍ଚ ସ୍ୱରରେ କହିଲେ, “ଆସ” ସେଥିରେ ମୁଁ ମୋର ସମ୍ମୁଖରେ ଗୋଟିଏ ଧଳା ଘୋଡ଼ା ଦେଖିଲି। ସେହି ଘୋଡ଼ାର ଆରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜୟୀ ହୋଇ ଆହୁରି ଜୟ କରିବାକୁ ବାହାରିଗଲେ।

ତା'ପରେ ମେଷଶାବକ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ। ମୁଁ ଦ୍ୱିତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, “ଆସ”। ତା'ପରେ ଆଉ ଗୋଟିଏ ଲାଭ ଘୋଡ଼ା ଆସିଲା। ସେହି ଘୋଡ଼ାର ଆରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରିଦେବେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।

ତା'ପରେ ମେଷଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତେବେଳେ ତୃତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, “ଆସ।” ସେତେବେଳେ ମୋ’ ସମ୍ମୁଖରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆରୋହୀଙ୍କ ହାତରେ ଗୋଟିଏ ତରାଜୁ ଥିଲା। ତା'ପରେ ଗ୍ଭରି ଜୀବିତ ପ୍ରାଣୀଙ୍କ ମଧ୍ୟରୁ କେହି ଜଣେ କହିଲା ପରି ମୋତେ ଗୋଟିଏ ସ୍ୱର ଶୁଭିଲା। ସେ ସ୍ୱର କହୁଥିଲା, “ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ଯବ ହେବ। କିନ୍ତୁ ତେଲ ଓ ଅଙ୍ଗୁରରସର କ୍ଷତି କର ନାହିଁ।”

ମେଷଶାବକ ଚତୁର୍ଥ ମୁଦ୍ରା ଭାଙ୍ଗିଲେ। ମୁଁ ଚତୁର୍ଥ ଜୀବିତ ପ୍ରାଣୀଙ୍କର କହିବାର ଶୁଣିଲି, “ଆସ।” ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆରୋହୀଙ୍କର ନାମ ଥିଲା, ‘ମୃତ୍ୟୁ’। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଯାଇଥିଲା। ସେମାନଙ୍କୁ ଖ‌‌ଡ଼୍‌ଗ, ଅନାହାର, ରୋଗ ଓ ପୃଥିବୀର ବନ୍ୟ ପଶୁଙ୍କ ଦ୍ୱାରା ଲୋକମାନଙ୍କୁ ମାରିଦେବାକୁ ଶକ୍ତି ଦିଆଗଲା।

ମେଷଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତେବେଳେ ମୁଁ ବେଦୀ ତଳେ କେତେକ ଆତ୍ମାକୁ ଦେଖିଲି। ପରମେଶ୍ୱରଙ୍କର ବାକ୍ୟ ପ୍ରତି ବିଶ୍ୱସ୍ତ ଥିବାରୁ ଓ ସେମାନେ ଦେଉଥିବା ସାକ୍ଷ୍ୟ ହେତୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସେଗୁଡ଼ିକ ହେଉଛି, ସେହି ଲୋକମାନଙ୍କର ଆତ୍ମା। 10 ସେହି ଆତ୍ମାମାନେ ଉଚ୍ଚ ସ୍ୱରରେ ଚିତ୍କାର କଲେ, “ହେ ପବିତ୍ର, ଓ ସତ୍ୟ ପ୍ରଭୁ! ଆମ୍ଭମାନଙ୍କୁ ହତ୍ୟା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଗ୍ଭର କର। ସେମାନଙ୍କୁ ଦଣ୍ଡ ଦେବାକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ?” 11 ତା'ପରେ ପ୍ରତ୍ୟେକ ଆତ୍ମାଙ୍କୁ ଗୋଟିଏ ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସେମାନଙ୍କୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠାରେ ଥିବା ସେମାନଙ୍କର ଅନ୍ୟସବୁ ଭାଇମାନଙ୍କୁ ସେମାନଙ୍କ ପରି ହତ୍ୟା କରାଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ୟାର ସବୁକିଛି ସରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା।

12 ତା'ପରେ ମୁଁ ମେଷଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତେବେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମରେ ତିଆରି ହୋଇଥିବା କଳାକମ୍ବଳ ପରି କଳାବର୍ଣ୍ଣ ହୋଇଗଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହୋଇଗଲା। 13 ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ। 14 ଆକାଶ ଭାଗଭାଗ ହୋଇଗଲା ଓ ଚର୍ମପତ୍ର ଭଳି ଗୁଡ଼େଇ ହୋଇଗଲା। ପର୍ବତ ଓ ଦ୍ୱୀପସମୂହ ନିଜ ନିଜ ସ୍ଥାନରୁ ସ୍ଥାନଚ୍ୟୁତ ହୋଇଗଲେ।

15 ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସେମାନଙ୍କ ଭିତରେ ପୃଥିବୀର ରାଜାମାନେ, ଶାସକମାନେ, ସେନାପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରତ୍ୟେକ ବ୍ୟକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଗ୍ଭଇ ରଖିଲେ। 16 ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ। 17 ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”

ଇସ୍ରାଏଲର 144,000 ଲୋକ

ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ। ତା'ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ। ସେ ଗ୍ଭରି ଦୂତଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭର ପରମେଶ୍ୱରଙ୍କର ଲୋକମାନଙ୍କର କପାଳରେ ମୁଦ୍ରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।”

ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

ଯିହୂଦା ପରିବାରବର୍ଗରୁ12,000
ରୁବେନ ପରିବାରବର୍ଗରୁ12,000
ଗାଦ୍ ପରିବାରବର୍ଗରୁ12,000
ଆଶେର ପରିବାରବର୍ଗରୁ12,000
ନପ୍ତାଲି ପରିବାରବର୍ଗରୁ12,000
ମନଃଶି ପରିବାରବର୍ଗରୁ12,000
ଶିମିୟୋନ ପରିବାରବର୍ଗରୁ12,000
ଲେବୀ ପରିବାରବର୍ଗରୁ12,000
ଇସାଖର ପରିବାରବର୍ଗରୁ12,000
ସବୁଲୂନ୍ ପରିବାରବର୍ଗରୁ12,000
ଯୋଷେଫ ପରିବାରବର୍ଗରୁ12,000
ବିନ୍ୟାମିନ ପରିବାରବର୍ଗରୁ12,000

ବିଶାଳ ଜନତା

ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠାରେ ଏତେଲୋକ ଥିଲେ ଯେ, କେହି ସେମାନଙ୍କୁ ଗଣି ପାରିବ ନାହିଁ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସେହି ଲୋକମାନେ ସିଂହାସନ ଓ ମେଷଶାବକଙ୍କ ସାମନାରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସେମାନଙ୍କର ହାତରେ ଖଜୁରି ବାହୁଙ୍ଗା ଥିଲା। 10 ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।”

11 ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ। 12 ସେମାନେ କହିଲେ, “ଆମେନ୍! ପ୍ରଶଂସା, ମହିମା, ଧନ୍ୟବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଅଟେ। ଆମେନ୍!”

13 ତା'ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”

14 ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ।

ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି। 15 ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। 16 ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ। 17 ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’

ସପ୍ତମ ମୁଦ୍ରା

ମେଷଶାବକ ସପ୍ତମ ମୁଦ୍ରା ଖୋଲିଲେ। ସେତେବେଳେ ସ୍ୱର୍ଗରେ ଅଧଘଣ୍ଟା ପର୍ଯ୍ୟନ୍ତ ନୀରବତା ଥିଲା। ତା'ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।

ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା। ସ୍ୱର୍ଗଦୂତ ଏହି ପ୍ରାର୍ଥନାଯୁକ୍ତ ଧୂପକୁ ବେଦୀ ଉପରେ ପକାନ୍ତେ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଲା। ତା'ପରେ ଦୂତ ବେଦୀର ଅଗ୍ନି ନେଇ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷେପ କଲେ। ତେଣୁ ସେଠାରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।

ସାତ ଜଣ ସ୍ୱର୍ଗ ଦୂତଙ୍କର ତୂରୀନାଦ

ତା'ପରେ ସାତ ଜଣ ସ୍ୱର୍ଗଦୂତ ସାତୋଟି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।

ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

ଦ୍ୱିତୀୟ ସ୍ୱର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ୱଳନ୍ତ ପର୍ବତ ପରି ଦିଶୁଥିବା ଏକ ବସ୍ତୁ ସମୁଦ୍ରରେ ପଡ଼ିଲା। ଏହା ଦ୍ୱାରା ସମୁଦ୍ରର ଏକ ତୃତୀୟାଂଶ ଜଳ ରକ୍ତରେ ପୂର୍ଣ୍ଣ ହୋଇଗଲା। ସମୁଦ୍ରରେ ଥିବା ଏକ ତୃତୀୟାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀୟାଂଶ ଜାହାଜ ନଷ୍ଟ ହୋଇଗଲା।

10 ଯେତେବେଳେ ତୃତୀୟ ସ୍ୱର୍ଗଦୂତ ତୂରୀ ବଜାଇଲେ, ସେତେବେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥାରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀୟାଂଶ ନଦୀ ଓ ଏକ ତୃତୀୟାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା। 11 ସେହି ତାରାର ନାମ ‘ନାଗଦଅଣା’ ଥିଲା। ଏହା ଦ୍ୱାରା ପୃଥିବୀର ଏକ ତୃତୀୟାଂଶ ଜଳଭାଗ ପିତା ହୋଇଗଲା। ଏହି ପିତା ଜଳ ପାନକରି ଅନେକ ଲୋକ ମୃତ୍ୟୁବରଣ କଲେ।

12 ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।

13 ମୁଁ ସେତେବେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜୋର୍‌‌ରେ କହିଲା, “ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଳେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।”

ପ୍ରଥମ ତୂରୀର ଆରମ୍ଭ ପ୍ରଥମ ଆତଙ୍କ

ଏହା ପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତେବେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସେହି ତାରାକୁ ପାତାଳ ଅତଳ ଗହ୍ୱରର ପ୍ରବେଶ ଦ୍ୱାରର ଗ୍ଭବି ଦିଆଗଲା। ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା

ଓ ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସେମାନଙ୍କୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା। ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳରେ ପରମେଶ୍ୱରଙ୍କର ମୁଦ୍ରା ନାହିଁ, କେବଳ ସେହି ଲୋକମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା। କିନ୍ତୁ ମନୁଷ୍ୟମାନଙ୍କୁ ମାରିଦେବା ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ଯ୍ୟନ୍ତ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ସେହି ଯନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ଯନ୍ତ୍ରଣାଦାୟକ ହେବ। ସେହି ସମୟରେ ଲୋକମାନେ ମରଣ ଗ୍ଭହିଁବେ, କିନ୍ତୁ ମରିପାରିବେ ନାହିଁ। ମରଣ ଖୋଜିବା ସତ୍ତ୍ୱେ ମରଣ ସେମାନଙ୍କୁ ମିଳିବ ନାହିଁ।

ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା। ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା। ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା। 10 ବିଛାର ନାହୁଡ଼ ଭଳି ସେମାନଙ୍କ ଲାଙ୍ଗୁଡ଼ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ଯ୍ୟନ୍ତ ଲୋକମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସେମାନଙ୍କ ଲାଙ୍ଗୁଡ଼ରେ ଥିଲା। 11 ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା।

12 ପ୍ରଥମ କ୍ଳେଶଟି ଶେଷ ହୋଇଗଲା, ଏହା ପରେ ଆହୁରି ଦୁଇଟି ବଡ଼ କ୍ଳେଶ ଆସିବ।

ଷଷ୍ଠ ତୂରୀ ବିସ୍ଫୋରଣ

13 ତା'ପରେ ଷଷ୍ଠ ସ୍ୱର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ୱରଙ୍କ ସମ୍ମୁଖରେ ଥିବା ସୁନା ବେଦୀର ଗ୍ଭରି ଶୃଙ୍ଗ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି। 14 ଏହି ସ୍ୱର ତୂରୀ ଧରିଥିବା ଷଷ୍ଠ ଦୂତଙ୍କୁ କହିଲା, “ଫରାତ୍ ମହାନଦୀରେ ବନ୍ଧା ହୋଇ ରହିଥିବା ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ମୁକ୍ତ କରିଦିଅ।” 15 ତେଣୁ ଯେଉଁ ଗ୍ଭରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀୟାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସେହି ଘଣ୍ଟା, ଦିନ, ମାସ ଓ ସେହି ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସେମାନଙ୍କୁ ମୁକ୍ତ କରାଗଲା। 16 ଅଶ୍ୱାରୋହୀ ସୈନ୍ୟ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି।

17 ମୋ’ ଦର୍ଶନରେ ମୁଁ ଅଶ୍ୱ ଓ ଅଶ୍ୱାରୋହୀମାନଙ୍କୁ ଦେଖିଲି। ସେମାନେ ନୀଳକାନ୍ତ ମଣି ତୁଲ୍ୟ ଲୋହିତ, ନୀଳକାନ୍ତ ମଣି ତୁଲ୍ୟ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତିରେ ପିନ୍ଧିଥିଲେ। ଅଶ୍ୱମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦେଖାଯାଉଥିଲା। ସେମାନଙ୍କ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା। 18 ସେମାନଙ୍କ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହେତୁ ମନୁଷ୍ୟ ଜାତିର ଏକ ତୃତୀୟାଂଶ ପ୍ରାଣ ହରାଇଲେ। 19 ସେହି ଅଶ୍ୱମାନଙ୍କର ମାରାତ୍ମକ ଶକ୍ତି କେବଳ ମୁହଁରେ ନ ଥାଇ ଲାଙ୍ଗୁଳରେ ମଧ୍ୟ ଥିଲା। ସେମାନଙ୍କର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।

20 ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ। 21 ଏହା ବ୍ୟତୀତ ସେମାନେ ସେମାନଙ୍କର ନରହତ୍ୟା, ଗୁଣିବିଦ୍ୟା, ଯୌନଗତ ପାପ କିମ୍ବା ଗ୍ଭେରି ପାପ ପରିତ୍ୟାଗ କଲେ ନାହିଁ କି ସେଥିରୁ ମନ ଫେରାଇ ଅନୁତାପ କଲେ ନାହିଁ।

ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ

10 ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। ସେ ସିଂହ ଗର୍ଜନ ପରି ଜୋର୍‌‌ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ।

ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।”

ତା'ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”

ତା'ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।”

ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” 10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। 11 ତା'ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”

ଦୁଇଜଣ ସାକ୍ଷୀ

11 ତା'ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, “ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର। କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ। ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି। ସେମାନେ 1,260 ଦିନ ପର୍ଯ୍ୟନ୍ତ ଅଖା ପିନ୍ଧି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବେ।”

ଏହି ଦୁଇ ସାକ୍ଷୀ ହେଉଛନ୍ତି, ପୃଥିବୀରେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇ ବୀଜ ବୃକ୍ଷ ଓ ଦୁଇ ଦୀପରୂଖା। ଯଦି କେହି ସେମାନଙ୍କର କ୍ଷତି କରିବାକୁ ଗ୍ଭହେଁ, ତା'ହେଲେ ସେମାନଙ୍କର ମୁହଁରୁ ବାହାରୁଥିବା ଅଗ୍ନି ସେମାନଙ୍କୁ ଧ୍ୱଂସ କରିବ। ଯଦି କୌଣସି ଲୋକ ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ୟୁ ଭୋଗ କରିବ। ଏହି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସେମାନଙ୍କର କ୍ଷମତା ଅଛି। ଜଳକୁ ରକ୍ତରେ ପରିଣତ କରିବାର କ୍ଷମତା ସେମାନଙ୍କର ଅଛି। ପୃଥିବୀକୁ ପ୍ରତ୍ୟେକ ପ୍ରକାରର ମହାମାରୀ ଦ୍ୱାରା କଷ୍ଟ ଦେବାର କ୍ଷମତା ସେମାନଙ୍କର ଅଛି। ସେମାନେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ଯେତେଥର ଗ୍ଭହିଁବେ, ସେତଥର ଏହା କରି ପାରିବେ।

ସେମାନଙ୍କର ସାକ୍ଷ୍ୟ ଦେବା ସମୟ ସରିଯିବା ପରେ ସେହି ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ସେ ସେମାନଙ୍କୁ ପରାସ୍ତ କରି ହତ୍ୟା କରିବ। ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତାରେ ପଡ଼ିରହିବ। ଏହି ନଗରର ନାମ ‘ସଦୋମ’ ଓ ‘ମିଶର’। ନଗରର ନାମଗୁଡ଼ିକର ବିଶେଷ ଅର୍ଥ ରହିଛି। ଏହି ନଗରରେ ସେମାନଙ୍କର ପ୍ରଭୁଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇ ମାରି ଦିଆଯାଇଥିଲା। ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ। 10 ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ।

11 କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ୱରଙ୍କଠାରୁ ଜୀବନୀ ଶକ୍ତି ସେହି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବକ୍ତାଙ୍କ ଭିତରେ ପ୍ରବେଶ କଲା। ସେମାନେ ସେମାନଙ୍କର ପାଦରେ ଉଠି ଠିଆ ହେଲେ। ସେମାନଙ୍କୁ ଦେଖିବା ଲୋକମାନେ ବହୁତ ଭୟ କଲେ। 12 ତା'ପରେ ସେହି ଦୁଇଜଣ ସାକ୍ଷୀ ସ୍ୱର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ୱର ଶୁଣି ପାରିଲେ, “ଏଠାକୁ ଉଠି ଆସ।” ଏହା ଶୁଣି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମେଘ ଦ୍ୱାରା ସ୍ୱର୍ଗକୁ ଗଲେ। ଏହା ସେମାନଙ୍କର ଶତ୍ରୁମାନେ ଦେଖୁଥିଲେ।

13 ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ।

14 ଦ୍ୱିତୀୟ କ୍ଳେଶ ଦୂର ହେଲା। ତୃତୀୟ କ୍ଳେଶଟି ଖୁବ୍ ଶୀଘ୍ର ଆସୁଛି।

ସପ୍ତମ ତୂରୀ

15 ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ,

“ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା।
    ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”

16 ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି। 17 ସେହି ପ୍ରାଚୀନମାନେ କହିଲେ:

“ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ।
    ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ।
ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ,
    ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।
18 ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ,
    କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ,
    ମୃତମାନଙ୍କର ବିଗ୍ଭର ସମୟ ଆସିଛି;
ତୁମ୍ଭ ସେବକମାନଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି,
    ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି।
ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।”

19 ତା'ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା'ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center