Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରୋମୀୟଙ୍କ ପ୍ରତି ପତ୍ର 8-10

ଆତ୍ମାରେ ଜୀବନ

ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ। ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି। ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ। ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଗ୍ଭହେଁ, ସେହିଭଳି ହେବା ପାଇଁ ପରମେଶ୍ୱର ଏପରି କଲେ। ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନଯାପନ କରୁଛୁ।

ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି। ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା'ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା'ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି। ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା'ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ। ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ।

କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା'ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ। 10 ପାପ ହେତୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହୋଇ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା'ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଛନ୍ତି। 11 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।

12 ସୁତରାଂ, ମୋ’ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ୍ଣ ଶରୀର ଦ୍ୱାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀରର ଇଚ୍ଛା ଅଧୀନରେ ନୋହୁଁ। 13 ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ଆତ୍ମିକ ରୂପରେ ମରିଯିବ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ।

14 ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାକୁ ନେତୃତ୍ୱ ଦିଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ। 15 ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’ 16 ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି। 17 ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା'ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା।

ଆମକୁ ଭବିଷ୍ୟତ‌‌ରେ ମହିମା ମିଳିବ

18 ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତ‌‌ରେ ମିଳିବ ତା ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ। 19 ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି। 20 ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା: 21 ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।

22 ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି। 23 କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥିପାଇଁ ଆମ୍ଭେ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭେମାନେ ଶରୀରଗୁଡ଼ିକ ମୁକ୍ତି ପାଇଁ ଅପେକ୍ଷା କରିଛୁ। 24 ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା'ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା’ ପାଖରେ ଏବେ ଅଛି, ସେ ଗୁଡ଼ିକ ପାଇଁ ଭରସା କରେ ନାହିଁ। 25 କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।

26 ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ। 27 ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।

28 ଆମ୍ଭେ ଜାଣୁ ଯେ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ପ୍ରତେକ ବିଷୟରେ ମଙ୍ଗଳ ଜନ୍ମାନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହା ହିଁ ତାହାଙ୍କର ଯୋଜନା ଥିଲା। 29 ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ୱର ନିର୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା'ହେଲେ ଯୀଶୁ ଅନେକ ଭାଇ ଭଉଣୀ ମାନଙ୍କ ଭିତରେ ପ୍ରଥମଜାତ[a] ବୋଲି ଧରା ହେବେ। 30 ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ।

ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ପ୍ରେମ

31 ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ। 32 ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ। 33 ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି। 34 କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି। 35 ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା'ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! 36 ଶାସ୍ତ୍ରରେ ଏହିପରି ଲେଖା ଅଛି:

“ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ।
    ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।”(A)

37 କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ। 38-39 ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତ‌‌ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ।

ପରମେଶ୍ୱର ଓ ଯିହୂଦୀ ଲୋକେ

ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।”(B) ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।”(C)

10 କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍‌‌ହାକଙ୍କଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ। 11-12 ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା। 13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।”(D)

14 ତା'ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା? କ’ଣ ପରମେଶ୍ୱର ଅନ୍ୟାୟୀ? 15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, “ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା।”(E) 16 ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ। 17 ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ[b] କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।”(F) 18 ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି।

19 ତା'ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ “ସେ ଆମ୍ଭର ଦୋଷ କାହିଁକି ଧରନ୍ତି?” 20 ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଗ୍ଭରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ “ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢ଼ିଲ?” 21 କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ।

22 ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଗ୍ଭହିଁଥିଲେ। ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ। 23 ପରମେଶ୍ୱର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ। 24 ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ। 25 ଆମ୍ଭେମାନେ ସେହି ଲୋକ। ପରମେଶ୍ୱର କେବଳ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭ ମାନଙ୍କୁ ଡାକିଲେ। ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି:

“ଯେଉଁ ଲୋକମାନେ ଆମ୍ଭର ନ ଥିଲେ
    ସେମାନେ ଆମ୍ଭର ଲୋକ ବୋଲି ଆମ୍ଭେ ଡାକିବା
ଓ ଯେଉଁମାନଙ୍କୁ ଆମ୍ଭେ ପ୍ରେମ କରୁ ନ ଥିଲୁ,
    ସେହି ଲୋକମାନଙ୍କୁ ଆମ୍ଭେ ପ୍ରିୟ ବୋଲି ଡାକିବା।”(G)

26 ଏବଂ

“ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ,
‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’-
    ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।”(H)

27 ଏବଂ ଇସ୍ରାଏଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି:

“ସମୁଦ୍ରର ବାଲିକଣିକା ପରି
    ଇସ୍ରାଏଲର ଲୋକମାନଙ୍କ ସଂଖ୍ୟା ଅସଂଖ୍ୟ।
କିନ୍ତୁ ସେମାନଙ୍କ ଭିତରୁ ଖୁବ୍ ଅଳ୍ପ ଲୋକ ରକ୍ଷା ପାଇ ପାରିବେ।
28     କାରଣ ପ୍ରଭୁ ନିଜ ନ୍ୟାୟ ବଳରେ ବିଗ୍ଭର କରି ପୃଥିବୀର ଲୋକଙ୍କୁ ଶୀଘ୍ର ସମାପ୍ତ କରିଦେବେ।”(I)

29 ଯିଶାଇୟ ଆହୁରି ମଧ୍ୟ କହିଥିଲେ:

“ପ୍ରଭୁ ସର୍ବଶକ୍ତିମାନ।
    ସେ ତାହାଙ୍କ ଲୋକମାନଙ୍କ ଭିତରୁ କେତେକଙ୍କୁ ଆମ୍ଭ ପାଇଁ ବଞ୍ଚାଇ ରଖିଲେ।
ସେ ଏପରି କରି ନ ଥିଲେ
    ଆମ୍ଭ ଅବସ୍ଥା ଏବେ ସଦୋମ ଓ ଗମୋରା[c] ଭଳି ହୋଇ ଯାଇ ଥା’ନ୍ତା”(J)

30 ତା'ହେଲେ ଏସବୁର ଅର୍ଥ କ’ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ହେବା ପାଇଁ ଯତ୍ନ ଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ। 31 ଇସ୍ରାଏଲର ଲୋକେ ଧାର୍ମିକ ହେବା ପାଇଁ ବ୍ୟବସ୍ଥା ପାଳନ କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ। 32 କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡ଼ିବା ପଥରରେ ଝୁଣ୍ଟି ପଡ଼ିଲେ। 33 ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ:

“ଦେଖ, ଆମ୍ଭେ ସିୟୋନଠାରେ ପଥରଟିଏ ରଖିଛୁ ଏହି ପଥରଟି ଲୋକମାନଙ୍କୁ ପକାଇ ଦିଏ।
    ଏହି ପଥରଟି ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ
କିନ୍ତୁ ଯେଉଁ ଲୋକ ସେ ପଥରଟିରେ ବିଶ୍ୱାସ କରେ
    ସେ ଲଜ୍ଜିତ ହେବ ନାହିଁ।”(K)

10 ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ। ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ। ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ। ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ।

ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।”(L) କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’” (ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”) “ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”)

ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।”(M) ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ। ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ। 10 ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।

11 ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।”(N) 12 ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି। 13 ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।”(O)

14 କିନ୍ତୁ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ। 15 ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।”(P)

16 ମାତ୍ର ସମସ୍ତେ ସୁସମାଗ୍ଭରକୁ ଗ୍ରହଣ କରି ନାହାନ୍ତି। ଯିଶାଇୟ କହନ୍ତି: “ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡ଼ିକ କିଏ କ’ଣ ବିଶ୍ୱାସ କଲା?”(Q) 17 ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି।

18 କିନ୍ତୁ ମୁଁ ପଗ୍ଭରୁଛି: “କ’ଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି?” ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ:

“ସେମାନଙ୍କର ସ୍ୱର ଜଗତର ସର୍ବତ୍ର ଖେଳିଗଲା।
    ସେମାନଙ୍କ ବାକ୍ୟ ଜଗତର ପ୍ରାନ୍ତରର ଶେଷଭାଗ ପର୍ଯ୍ୟନ୍ତ ଖେଳିଗଲା।”(R)

19 ପୁନର୍ବାର ମୁଁ ପଗ୍ଭରୁଛି: “କ’ଣ ଇସ୍ରାଏଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝିଥିଲେ। ପ୍ରଥମେ ମୋଶା କହିଛନ୍ତି:

“ଜାତୀୟ ଚରିତ୍ର ନ ଥିବା ଲୋକଙ୍କ ଦ୍ୱାରା ମୁଁ ତୁମ୍ବ ଭିତରେ ଈର୍ଷା ଜାତ କରାଇବି।
    ନିର୍ବୋଧ ଲୋକଙ୍କ ଦ୍ୱାରା ମୁଁ ତୁମ୍ଭ ଭିତରେ କ୍ରୋଧ ଜାତ କରାଇବି।”(S)

20 ଏହା ପରେ ଯିଶାଇୟ ନିର୍ଭୟ ହୋଇ କହନ୍ତି:

“ଯେଉଁ ଲୋକମାନେ ମୋତେ ଖୋଜୁ ନ ଥିଲେ
    ସେମାନେ ପାଇଲେ।
ଯେଉଁମାନେ ଖୋଜି ନାହାନ୍ତି ସେମାନଙ୍କ ପାଇଁ ମୁଁ ନିଜକୁ ପ୍ରକାଶ କଲି।”(T)

21 କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି,

“ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ,
    ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।”(U)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center