Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 11-12

ପିତର ଯିରୁଶାଲମ ଫେରି ଆସିଲେ

11 ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି। ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ। ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।”

ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ବୁଝାଇ କହିଲେ, “ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି। ମୁଁ ମନୋଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ ଗ୍ଭରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି। ତା'ପରେ ମୁଁ ଗୋଟିଏ ସ୍ୱର ଶୁଣିଲି, ‘ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।’

“କିନ୍ତୁ ମୁଁ କହିଲି, ‘ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇ ନାହିଁ।’

“ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’

10 “ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା। 11 ଠିକ୍ ସେହି ସମୟରେ ତିନି ଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସେମାନଙ୍କୁ କାଇସରୀଆରୁ ମୋ’ ପାଖକୁ ପଠା ଯାଇଥିଲା। 12 ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ। 13 କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ। 14 ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’

15 “ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ଓହ୍ଲାଇ ଆସିଥିଲେ। 16 ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’ 17 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?”

18 ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।”

ଆନ୍ତିୟଖିଆରେ ସୁସମାଗ୍ଭର

19 ସ୍ତିଫାନ ମୃତ ହେବାପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ୱାସୀମାନେ ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। ସେମାନଙ୍କ ମଧ୍ୟରୁ କେତେଜଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସେଠାରେ ସେମାନେ ଯିହୂଦୀମାନଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ସୁସମାଗ୍ଭର ପ୍ରଗ୍ଭର କଲେ ନାହିଁ। 20 ଏହି ବିଶ୍ୱାସୀମାନଙ୍କ ମଧ୍ୟରେ କେତେଜଣ କୁପ୍ର ଓ କୁରୀଣୀର ଲୋକ ଥିଲେ। ସେମାନେ ଆନ୍ତିୟଖିଆକୁ ଆସି ଗ୍ରୀ‌କ୍‌‌ମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ଦେଲେ। 21 ପ୍ରଭୁ ସେହି ବିଶ୍ୱାସୀମାନଙ୍କୁ ସାହାଯ୍ୟ କରୁଥିଲେ। ତେଣୁ ଅନେକ ଲୋକ ବିଶ୍ୱାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।

22 ଆନ୍ତିୟଖିଆର ଏହି ନୂଆ ବିଶ୍ୱାସୀମାନଙ୍କ ବିଷୟରେ ଯିରୁଶାଲମର ବିଶ୍ୱାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସେମାନେ ବର୍ଣ୍ଣ‌ବ୍‌‌ବାଙ୍କୁ ଆନ୍ତିୟଖିଆକୁ ପଠାଇଦେଲେ। 23 ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ପରମେଶ୍ୱର ଦେଇଥିବା ଆଶୀର୍ବାଦ ଦେଖି ବହୁତ ଖୁସୀ ହେଲେ। ସେ ସେମାନଙ୍କୁ ଆହୁରି ଉତ୍ସାହିତ କଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣରେ ପ୍ରଭୁଙ୍କର ବାଧ୍ୟ ହୁଅ।” 24 ବର୍ଣ୍ଣ‌ବ୍‌‌ବା ଜଣେ ଉତ୍ତମ ବ୍ୟକ୍ତି ଥିଲେ। ସେ ପବିତ୍ରଆତ୍ମା ଓ ବିଶ୍ୱାସରେ ପୂର୍ଣ୍ଣ ଥିଲେ। ତେଣୁ ଅନେକ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ୟ ହେଲେ।

25 ବର୍ଣ୍ଣ‌ବ୍‌‌ବା ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ। 26 ଯେତେବେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନେଇ ଆସିଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିଲେ ଓ ଯେତେଥର ବିଶ୍ୱାସୀମାନଙ୍କ ଦଳ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମରେ ଖ୍ରୀଷ୍ଟିଆନ ନାମରେ ନାମିତ ହେଲେ।

27 ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ। 28 ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟ‌ଦ୍‌ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା। 29 ସେଥିପାଇଁ ବିଶ୍ୱାସୀମାନେ ସ୍ଥିର କଲେ ଯେ, ସେମାନେ ଯଥାଶକ୍ତି ସାହାଯ୍ୟ ପାଠାଇବେ। ପ୍ରତ୍ୟେକ ବିଶ୍ୱାସୀ ନିଜର ସାଧ୍ୟମତେ ସାହାଯ୍ୟ ଦେବା ପାଇଁ ଯୋଜନା କଲେ। 30 ସେମାନେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଦେଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ତାହା ଆଣି ଯିହୂଦାର ପ୍ରାଚୀନ ବ୍ୟକ୍ତିମାନଙ୍କ ହାତରେ ଅର୍ପଣ କଲେ।

ବିଶ୍ୱାସୀମଣ୍ଡଳୀ ଉପରେ ହେରୋଦଙ୍କର ଅତ୍ୟାଗ୍ଭର

12 ରାଜା ହେରୋଦ ସେ ସମୟରେ ମଣ୍ଡଳୀରେ କେତେକ ଲୋକଙ୍କ ଉପରେ ଅତ୍ୟାଗ୍ଭର କରିବା ଆରମ୍ଭ କରିଦେଲେ। ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ। ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା। ତା'ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ। ତେଣୁ ପିତର କାରାଗାରରେ ବନ୍ଦୀ ହୋଇ ରହିଲେ। ତାହାଙ୍କ ପାଇଁ ମଣ୍ଡଳୀର ସମସ୍ତେ ପରମେଶ୍ୱରଙ୍କ ନିକଟରେ ନୀରବଚ୍ଛିନ୍ନ ଭାବରେ ପ୍ରାର୍ଥନା କଲେ।

ପିତରଙ୍କୁ ଜେ‌ଲ୍‌ରୁ ମୁକ୍ତି

ହେରୋଦ ଯେଉଁଦିନ ପିତରଙ୍କୁ ବିଗ୍ଭର ପାଇଁ ବାହାରକୁ ଆଣିବା ନିମନ୍ତେ ଯୋଜନା କରିଥିଲେ, ତା'ପୂର୍ବ ରାତ୍ରିରେ ପିତର ଦୁଇଟି ଶିକୁଳିରେ ବନ୍ଧା ହୋଇ ଦୁଇଜଣ ସୈନିକଙ୍କ ମଝିରେ ଶୋଇଥିଲେ। ବହୁତ ଜଗୁଆଳୀମାନେ ଫାଟକ ପାଖରେ ରହି କାରାଗାରକୁ ଜଗି ରହିଥିଲେ। ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସେଠାରେ ଉଭା ହେଲେ। କୋଠରିଟି ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଗଲା। ସେ ପିତରଙ୍କୁ ହଲେଇ ଦେଇ କହିଲେ, “ଶୀଘ୍ର ଉଠ।” ସେହି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା। ସେ ସ୍ୱର୍ଗଦୂତ ପିତରଙ୍କୁ କହିଲେ, “ଲୁଗାପଟା ଓ ଜୋତା ପିନ୍ଧ।” ସେ ପିନ୍ଧିଲେ। ସେ ପୁଣି କହିଲେ, “ତୁମ୍ଭର ଗ୍ଭଦର ଘୋଡ଼େଇ ହୁଅ ଓ ମୋତେ ଅନୁସରଣ କର।”

ପିତର ତାହାଙ୍କୁ ଅନୁସରଣ କଲେ। ସ୍ୱର୍ଗଦୂତ ଯେ ପ୍ରକୃତରେ ଏହି ଘଟଣାଟି ଘଟାଉଛନ୍ତି ଏହା ପିତର ଅନୁଭବ କରି ପାରିଲେ ନାହିଁ। ସେ ଭାବୁଥିଲେ ଯେ, ସେ ଏକ ଦର୍ଶନ ଦେଖୁଅଛନ୍ତି। 10 ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀଙ୍କୁ ଟପି ଗୋଟିଏ ଲୁହା ଫାଟକ ପାଖକୁ ଆସିଲେ। ଏହା କାରାଗାରକୁ ନଗରରୁ ବିଚ୍ଛିନ୍ନ କରୁଥିଲା। ଏହା ଆପେ ଆପେ ଖୋଲିଗଲା ଓ ସେମାନେ ବାହାରକୁ ଗ୍ଭଲିଗଲେ। ସେମାନେ ଗୋଟିଏ ଗଳିର ଶେଷ ଆଡ଼କୁ ଗଲାପରେ ହଠାତ୍ ସ୍ୱର୍ଗଦୂତ ଜଣକ ପିତରଙ୍କୁ ଛାଡ଼ି ଗ୍ଭଲିଗଲେ।

11 ତା'ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”

12 ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ। 13 ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା। 14 ସେ ପିତରଙ୍କର ସ୍ୱର ଜାଣିପାରି ଏତେ ଖୁସୀ ହୋଇଗଲା ଯେ, ସେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା। ଭିତରକୁ ଦୌଡ଼ିଯାଇ ସେ ସମସ୍ତଙ୍କୁ କହିଲା, “ପିତର କବାଟ ପାଖରେ ଠିଆ ହୋଇଛନ୍ତି!” 15 ବିଶ୍ୱାସୀମାନେ ରୋଦାର କଥା ଶୁଣି ତାହାକୁ କହିଲେ, “ତୁ ପାଗଳୀ,” କିନ୍ତୁ ସେ ତା’ କଥା ସତ୍ୟ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସେମାନେ କହିଲେ, “ସେ ନିଶ୍ଚୟ ପିତରଙ୍କର ଦୂତ।”

16 କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଗ୍ଭଲିଥିଲେ। ବିଶ୍ୱାସୀମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ପିତରଙ୍କୁ ଦେଖି ବିସ୍ମିତ ହୋଇଗଲେ। 17 ପିତର ସେମାନଙ୍କୁ ହାତରେ ଠାରି ଚୁ‌ପ୍‌ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ।

18 ତହିଁ ଆରଦିନ ସକାଳ ହେବାରୁ ସୈନ୍ୟମାନେ ଅତି ବିବ୍ରତ ହୋଇଗଲେ। ପିତରଙ୍କ ପ୍ରତି କ’ଣ ଘଟିଥିବ, ଏହା ଭାବି ସେମାନେ ଚିନ୍ତିତ ହୋଇପଡ଼ିଲେ। 19 ହେରୋଦ ତାହାଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତା'ପରେ ସେ ଜଗୁଆଳୀମାନଙ୍କୁ ପଚରା ଉଚରା କରିସାରି, ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦେଲେ।

ହେରୋଦ ଆଗ୍ରି‌‌ପ୍‌‌ପାଙ୍କ ମୃତ୍ୟୁ

ତା'ପରେ ହେରୋଦ ଯିହୂଦା ପ୍ରଦେଶରୁ ଯାଇ କାଇସରୀଆଠାରେ ରହିଲେ। 20 ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା।

21 ହେରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖା କରିବା ପାଇଁ ସ୍ଥିର କଲେ। ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ। 22 ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।” 23 ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।

24 କିନ୍ତୁ ପରମେଶ୍ୱରଙ୍କର ସୁସମାଗ୍ଭର ଗ୍ଭରିଆଡ଼େ ବ୍ୟାପିଗଲା। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଗ୍ଭର ଦ୍ୱାରା ପ୍ରଭାବିତ ହେଲେ। ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା।

25 ବର୍ଣ୍ଣ‌ବ୍‌‌ବା ଓ ଶାଉଲ ଯିରୁଶାଲମରେ କାମ ସାରି ଆନ୍ତିୟଖିଆକୁ ଫେରିଗଲେ। ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center