Chronological
କୃତଜ୍ଞ ହୁଅ
11 ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ। 12 ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। 13 କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।”
14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।”
ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। 15 ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା 16 ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା, 17 ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି? 18 ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?” 19 ତା'ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।”
ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିଜ ଭିତରେ ଅଛି
(ମାଥିଉ 24:23-28,37-41)
20 କେତେକ ଫାରୂଶୀ ଯୀଶୁଙ୍କୁ ପଗ୍ଭରିଲେ, “ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?”
ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ରାଜ୍ୟ ଆସୁଛି। କିନ୍ତୁ ଯେଉଁଭଳି ଭାବରେ ଆସିବ, ତାହାକୁ ତୁମ୍ଭେମାନେ ଆଖିରେ ଦେଖି ପାରିବ ନାହିଁ। 21 ଲୋକମାନେ କହିବେ ନାହିଁ ଯେ, ‘ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।’”
22 ତା'ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। 23 ଲୋକମାନେ ତୁମ୍ଭମାନଙ୍କୁ କହିବେ, ‘ଦେଖ ତାହା ସେଠାରେ!’ ‘ଦେଖ, ତାହା ଏଠାରେ! କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେହିଠାରେ ରୁହ। ବାହାରକୁ ଯାଇ ଖୋଜ ନାହିଁ। 24 “ମନୁଷ୍ୟପୁତ୍ରଙ୍କର ଫେରି ଆସିବା ସମୟ ତୁମ୍ଭେମାନେ ଜାଣି ପାରିବ। ଯେଉଁ ଦିନ ସେ ଫେରି ଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ। 25 କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ।
26 “ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ। 27 ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।
28 “ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ। 29 ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା'ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା। 30 ଯେତେବେଳେ ମନୁଷ୍ୟପୁତ୍ର ଫେରି ଆସିବେ, ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ।
31 “ସେ ଦିନ ଯଦି କୌଣସି ଲୋକ ତା'ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ, ତେବେ ସେ ଘରକୁ ଫେରି ପାରିବ ନାହିଁ। 32 ଲୋଟଙ୍କ ସ୍ତ୍ରୀଙ୍କର କ’ଣ ହୋଇଥିଲା, ମନେ ପକାଅ।
33 “ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହରେଇ ବସିବ। କିନ୍ତୁ ଯେଉଁ ଲୋକ ତା’ ଜୀବନ ପରିତ୍ୟାଗ କରିବ, ସେ ତାହା ରକ୍ଷା କରିବ। 34 ମୁଁ ଫେରି ଆସିବା ସମୟରେ ଗୋଟିଏ କୋଠରିରେ ହୁଏତ ସେହି ରାତିରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। 35 ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।” 36 [a]
37 ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ?”
ଯୀଶୁ ଉତ୍ତର ଦେଲେ, “ଶାଗୁଣାମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣି ପାରନ୍ତି କୌଣସି ଏକ ଶବ ପଡ଼ିଛି।”
ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ
18 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, 2 “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। 3 ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ 4 କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। 5 କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”
6 ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। 7 ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। 8 ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”
ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍
9 କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ: 10 “ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। 11 ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। 12 ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’
13 “କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।” 14 ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା'ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।”
2010 by World Bible Translation Center