Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ନିହିମିୟାଙ୍କର ପୁସ୍ତକ 11-13

ନୂତନ ଲୋକମାନଙ୍କର ଯିରୁଶାଲମକୁ ପ୍ରବେଶ

11 ଇସ୍ରାଏଲମାନଙ୍କର ଅଧିପତିମାନେ ଯିରୁଶାଲମରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୁଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରିବାକୁ ଗୁଲିବାଣ୍ଟ କଲେ। ଆଉ ଯେଉଁମାନେ ଯିରୁଶାଲମରେ ବାସ କରିବାକୁ ସ୍ୱଇଚ୍ଛାରେ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।

ପ୍ରଦେଶର ଏହି ପ୍ରଧାନବର୍ଗ ଯିରୁଶାଲମରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇସ୍ରାଏଲର ଅନ୍ୟ ନଗରରେ ଲୋକମାନେ, ଯାଜକମାନେ, ଲେବୀୟମାନେ, ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକ ନିଜ ନିଜ ନଗରରେ ବାସ କଲେ। ଯିହୁଦାର ବଂଶଧରଗୁଡ଼ିକ ମଧ୍ୟରୁ ଓ ବିନ୍ୟାମୀନର ବଂଶଧରଗୁଡ଼ିକ ମଧ୍ୟରୁ, କେତେକ ଲୋକ ଯିରୁଶାଲମରେ ବାସ କଲେ।

ଯିହୁଦାର ବଂଶଧରମାନଙ୍କ ମଧ୍ୟରୁ

ଉଷିୟର ପୁତ୍ର ଅଥାୟ, ସେହି ଉଷିୟ ଜିଖରିୟର ପୁତ୍ର, ତାଙ୍କର ପୁତ୍ର ଅମରିୟ, ଅମରିୟର ପୁତ୍ର ଶଫଟିୟ, ତାଙ୍କର ପୁତ୍ର ମହଲଲେଲ, ତାଙ୍କର ପୁତ୍ର, ପେରସର ପୁତ୍ରମାନଙ୍କ ମଧ୍ୟରୁ ଜଣେ। ବାଋକର ପୁତ୍ର ମାସେୟ, ବାଋ‌‌‌କ୍‌‌‌କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବର ପୁତ୍ର, ଯୋୟାରୀବ୍ ଜିଖରିୟର ପୁତ୍ର ଥିଲା। ଜିଖରିୟ ଶୀଲୋନିୟମାନଙ୍କର ଭବିଷ୍ୟଦ୍ ବଂଶଧର ଥିଲା। ପେରସର ବଂଶଧର ମୋଟ 468 ଜଣ ବୀର ପୁରୁଷ ଯିରୁଶାଲମରେ ବାସ କଲେ।

ବିନ୍ୟାମୀନର ବଂଶଧରମାନେ, ଯଥା:

ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ଯୋୟେଦର ପୁତ୍ର, ଯୋୟେଦ୍ ପଦାୟର ପୁତ୍ର ଥିଲା, ପଦାୟ କଲୋୟାର ପୁତ୍ର ଥିଲା, କଲୋୟା ମାସେୟର ପୁତ୍ର ଥିଲା, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର ଥିଲା। ତାଙ୍କର ଭ୍ରାତାଗଣ ସହିତ ଗବ୍ବୟ, ସଲ୍ଲୟ ଆଦି 928 ଜଣ ଥିଲେ। ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ମୁଖ୍ୟ ଥିଲେ। ହସନୟାର ପୁତ୍ର ଯିହୁଦା ନଗରର ଦ୍ୱିତୀୟ ଶାସକ ଥିଲେ।

10 ଏହି ଯାଜକମାନେ ଯେଉଁମାନେ ଯିରୁଶାଲମକୁ ଯାତ୍ରା କରିଥିଲେ।

ସେମାନେ ହେଲେ, ଯୋୟାରୀବର ପୁତ୍ର ଯିଦୟିୟ, ଯାଖୀନ, 11 ହି‌ଲ୍‌‌‌କିୟର ପୁତ୍ର ସରାୟ, ହି‌ଲ୍‌‌‌କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହିଟୁ‌‌‌‌ବ୍‌‌‌‌ର ପୁତ୍ର, ସରାୟ ପରମେଶ୍ୱରଙ୍କ ମନ୍ଦିରର ନିରୀକ୍ଷକ ଥିଲେ। 12 ସେମାନଙ୍କର ଆତ୍ମୀୟମାନଙ୍କ ସହିତ ଏକାଠି ହୋଇ ଯେଉଁମାନେ ପରମେଶ୍ୱରଙ୍କ ମନ୍ଦିରରେ କାମ କରୁଥିଲେ ସେମାନେ 822 ଜଣ ଥିଲେ। ଯିରୋହମର ପୁତ୍ର ଅଦାୟା, ପଲଲିୟର ପୁତ୍ର ଯିରୋହମ, ଅ‌‌‌‌‌‌ମ୍‌‌‌‌‌‌ସିର ପୁତ୍ର ପଲଲିୟ, ଯିଖରିୟର ପୁତ୍ର ଅମସି, ପ‌ଶ୍‌ହୂରର ପୁତ୍ର ଯିଖରିୟ, ମଲ୍ଲିୟେଲର ପୁତ୍ର ପ‌ଶ୍‌ହୂର। 13 ଅଦାୟାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସରେଲର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର। 14 ଆଉ ସେମାନଙ୍କ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହ‌ଗ୍‌ଦୋଲୀମର ପୁତ୍ର ସ‌‌‌‌ବ୍‌‌‌‌ଦୀୟେଲ ସେମାନଙ୍କର ନିରୀକ୍ଷକ ଥିଲା।

15 ଲେବୀୟମାନଙ୍କ ମଧ୍ୟରୁ ଯଥା:

ହଶୂବର ପୁତ୍ର ଶମୟିୟ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିୟର ପୁତ୍ର, ହସବିୟ ବୁନ୍ନିର ପୁତ୍ର। 16 ଲେବୀୟ ପ୍ରଧାନ ବର୍ଗମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ୱରଙ୍କ ମନ୍ଦିରର ବାହାର କାର୍ଯ୍ୟର ନିରୀକ୍ଷକ ଥିଲେ। 17 ମୀକାର ପୁତ୍ର ମତ୍ତନିୟ ଯିଏ କି ସ‌‌‌‌ବ୍‌‌‌‌ଦିର ଆସଫର ପୁତ୍ର ଥିଲା, ଯିଏ କି ଶମ୍ମୁୟର ପୁତ୍ର ବ‌କ୍‌ବୁକିୟ ଓ ଅବଦା ସହିତ ଧନ୍ୟବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ଯିଏ କି ଗାଲଲର ପୁତ୍ର, ଗାଲଲ ଯିଏ କି ଯିଦୂଥୂନର ପୁତ୍ର ଥିଲା। 18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବମୋଟ୍ 284 ଜଣ ଥିଲେ।

19 ଦ୍ୱାରପାଳ ଅ‌କ୍‌କୁବ୍, ଟ‌‌‌‌ଲ୍‌‌‌‌‌‌‌ମୋନ ଓ ସେମାନଙ୍କର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରୀ ଥିଲେ, ସେମାନେ 172 ଜଣ ଥିଲେ।

20 ଇସ୍ରାଏଲର ଯାଜକମାନଙ୍କର ଓ ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକ ନିଜ ନିଜର ସମ୍ପତ୍ତିରେ ରହିଲେ। 21 ମନ୍ଦିରର ସେବକମାନେ ଓଫଲ ପର୍ବତରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସେବକମାନଙ୍କର ମୂଖ୍ୟ ଥିଲେ।

22 ଉଷି ଯିରୁଶାଲମରେ ଲେବୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିୟର ପୁତ୍ର, ହଶବିୟ ଯିଏ କି ମତ୍ତନୀୟର ପୁତ୍ର, ମତ୍ତନିୟ ଯିଏ କି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ୱରଙ୍କ ମନ୍ଦିରରେ ସେବା କରୁଥିବା ଗାୟକର ଓ ଆସଫର ବଂଶଧର ଥିଲେ। 23 ରାଜା ଆଜ୍ଞା ଦେଲେ ଯେ, ପ୍ରତ୍ୟେକ ଦିନ ଗାୟକମାନଙ୍କୁ ପୁରସ୍କାର ଦିଆଯିବା ଉଚିତ୍। 24 ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କୁ ଉପଦେଶ ଦେଲେ।

25 ଯିହୁଦାର ଲୋକମାନଙ୍କ ମଧ୍ୟରୁ କେତେକ କ୍ଷେତ୍ରସ୍ଥ ନଗରରେ ଅର୍ଥାତ୍ କିରିୟଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗରରେ, ଯିକ‌‌‌‌ବ୍‌‌‌‌ସେଲ ଓ ତହିଁର ଗ୍ରାମରେ ରହିଲେ। 26 ଯେଶୂୟରେ, ମୋଲାଦାରେ ଓ ବୈ‌ଥ୍‌ପେଲଟରେ, 27 ଆଉ ହ‌ତ୍‌ସର-ଶୁୟାଲରେ, ‌ବେ‌ର୍‌ଶେବା ଓ ତହିଁର ଉପନଗରରେ ରହିଲେ। 28 ଆଉ ସିକ୍କଗରେ, ମକୋନା ଓ ତହିଁର ଉପନଗରରେ ରହିଲେ। 29 ଐନରିମ୍ମୋଣରେ, ସରାୟରେ ଓ ଯର୍ମୁତରେ, 30 ସାନୋହ, ଅଦୁଲ୍ଲମ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଗ୍ରାମରେ ବାସ କଲେ। ଏହିପରି ସେମାନେ ବେ‌ର୍‌ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।

31 ବିନ୍ୟାମୀନ ସନ୍ତାନଗଣ ମଧ୍ୟ ଗେବାଠାରୁ ମି‌କ୍‌ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ବାସ କଲେ। 32 ଅନାଥୋତ, ନୋବ, ଓ ଅନନିୟାରେ 33 ହା‌ତ୍‌ସୋର, ରାମା, ଗିତ୍ତୟିମରେ, 34 ହାଦୀଦ, ସବୋୟିମ, ନବଲ୍ଲାଟରେ, 35 ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। 36 ଆଉ ଯିହୁଦାରେ ବାସ କରୁଥିବା କେତେକ ଲେବୀୟ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ।

ଯାଜକମାନେ ଓ ଲେବୀୟମାନେ

12 ଏହିମାନେ ହେଉଛନ୍ତି ଯାଜକ ଓ ଲେବୀୟ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଲେ,

ସେମାନେ ହେଲେ ସରାୟ, ଯିରିମିୟ, ଏଜ୍ରା,

ଅମରିୟ, ମଲ୍ଲୂକ, ହଟୂଶ,

ଶଖନିୟ, ରହୂମ, ମରେମୋତ୍,

ଇଦ୍ଦୋ, ଗିନ୍ନଥୋୟ, ଅବିୟ,

ମିୟାମୀନ୍, ମୋୟଦିୟ, ବିଲଗା,

ଶମୟିୟ ଓ ଯୋୟାରୀବ, ଯିଦୟିୟ,

ସଲ୍ଲୁ, ଆମୋକ, ହି‌ଲ୍‌‌‌କିୟ, ଯିଦୟିୟ।

ଏମାନେ ଯେଶୂୟ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧ୍ୟରେ ପ୍ରଧାନ ଥିଲେ।

ଲେବୀୟମାନେ ଯଥା: ଯେଶୂୟ, ବିନ୍ନୁୟି, କ‌‌‌‌‌ଦ୍‌‌‌‌‌ମୀୟେଲ, ଶେରେବିୟ, ଯିହୁଦା ଓ ମତ୍ତନିୟ। ଏହି ମତ୍ତନିୟ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ୟ ଥିଲେ। ସେମାନଙ୍କର ଭାଇ ବ‌କ୍‌ବୁକିୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ। 10 ଯେଶୂୟ ଯୋୟାକୀ‌‌‌‌‌‌ମ୍‌‌‌‌‌‌ର ପିତା ଥିଲେ, ଯୋୟାକୀମ୍ ଇଲିୟାଶୀବର ପିତା ଥିଲେ ଓ ଇଲିୟାଶୀବ ଯୋୟାଦର ପିତା ଥିଲେ। 11 ଯୋୟାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ ଯୁଦ୍ଦୁୟର ପିତା ଥିଲେ।

12 ପୁଣି ଯୋୟାକୀମର ସମୟରେ ଏହି ଯାଜକଗଣ ସେମାନଙ୍କର ପରିବାରବର୍ଗଗୁଡ଼ିକର ମୁଖ୍ୟ ଥିଲେ, ଯଥା:

ସରାୟ ବଂଶର ପ୍ରଧାନ ଥିଲେ ମରାୟ।

ଯିରିମିୟ ବଂଶର ମୁଖ୍ୟ ଥିଲେ ହନାନିୟ,

13 ଏଜ୍ରା ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ୍।

ଅମରିୟ ପରିବାରର ଯିହୋହାନନ୍ ମୁଖ୍ୟ ଥିଲେ।

14 ମଲ୍ଲୁକ ପରିବାରର ମୁଖ୍ୟ ଥିଲେ ଯୋନାଥନ।

ଶବନିୟ ପରିବାରର ମୁଖ୍ୟ ଥିଲେ ଯୋଷେଫ,

15 ଅଦନ୍, ହାରିମ ପରିବାରର ମୁଖ୍ୟ ଥିଲେ।

ହି‌ଲ୍‌‌‌କିୟ, ମରାୟୋତ ପରିବାରର ମୁଖ୍ୟ ଥିଲେ।

16 ଜିଖରିୟ, ଇଦ୍ଦୋ ପରିବାରର ମୁଖ୍ୟ ଥିଲେ,

ଗିନ୍ନଥୋନ ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ।

17 ସିଖ୍ରି, ଅବିୟ ପରିବାରର ମୁଖ୍ୟ ଥିଲେ।

ପି‌‌‌‌ଲ୍‌‌‌‌‌‌‌ଟେୟ, ମିନ୍ୟାମିନ ଓ ମୋୟଦିୟ ପରିବାରର ମୁଖ୍ୟ ଥିଲେ।

18 ଶମ୍ମୁୟ, ବି‌‌‌‌ଲ୍‌‌‌‌‌‌‌ଗା ପରିବାରର ମୁଖ୍ୟ ଥିଲେ।

ଯିହୋନାଥନ, ଶମୟିୟ ପରିବାରର ମୁଖ୍ୟ ଥିଲେ।

19 ମତ୍ତନୟ, ଯୋୟାରୀବ ପରିବାରର ମୁଖ୍ୟ ଥିଲେ,

ଉଷି, ଯିଦୟିୟ ପରିବାରର ମୁଖ୍ୟ ଥିଲେ।

20 କଲ୍ଲୟ, ସଲ୍ଲୟ ପରିବାରର ମୁଖ୍ୟ ଥିଲେ।

ଏବର୍, ଆମୋକ ପରିବାରର ମୁଖ୍ୟ ଥିଲେ,

21 ହଶବିୟ, ହି‌ଲ୍‌‌‌କିୟ ପରିବାରର ମୁଖ୍ୟ ଥିଲେ।

ନଥନେଲ ଯିଦୟିୟ ପରିବାରର ମୁଖ୍ୟ ଥିଲେ।

22 ଇଲିୟାଶୀବ, ଯୋୟାହ ଓ ଯୋହାନନ୍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିୟାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ୟ ରୂପେ ବଂଶାବଳିରେ ଲିଖିତ ହେଲେ। 23 ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିୟାଶୀବର ପୁତ୍ର ଯୋହାନନ୍‌ର ସମୟ ପର୍ଯ୍ୟନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା। 24 ଲେବୀୟମାନଙ୍କ ପ୍ରଧାନଗଣ, ହଶବିୟ, ଶେରେବିୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।

25 ମତ୍ତନିୟ ଓ ବ‌କ୍‌ବୁକିୟ, ଓବଦିୟ, ମଶୁଲ୍ଲମ୍, ଟ‌‌‌‌ଲ୍‌‌‌‌‌‌‌ମୋନ୍, ଅ‌କ୍‌କୁବ୍ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ। 26 ଏମାନେ ସମସ୍ତେ ଯୋଷାଦକର ପୁତ୍ର ଯେଶୂୟର ପୁତ୍ର ଯୋୟାକୀମ ସମୟରେ, ଆଉ ରାଜ୍ୟପାଳ ନିହିମିୟା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।

ଯିରୁଶାଲମ ପ୍ରାଚୀରର ସମର୍ପଣ

27 ଏହା ପରେ ଯିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୁଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସବୁ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।

28-29 ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀୟମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗି‌‌‌‌ଲ୍‌‌‌‌‌‌‌ଗ‌‌‌‌ଲ୍‌‌‌‌‌‌‌ରୁ ଆଉ ଗେବା ଓ ଅ‌‌‌‌ସ୍‌‌‌‌ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ। କାରଣ ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।

30 ଯାଜକମାନେ ଓ ଲେବୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।

31 ଏହା ପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି। ତହିଁରେ ଏକଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପରଦେଇ ଖତଦ୍ୱାର ଆଡ଼କୁ ଗଲେ। 32 ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତି ବର୍ଗରେ ଅର୍ଦ୍ଧେକ, 33 ଆଉ ଅସରିୟ, ଏଜ୍ରା ଓ ମଶୁଲ୍ଲମ୍, 34 ଯିହୁଦା ଓ ବିନ୍ୟାମୀନ୍ ଓ ଶମୟିୟ ଓ ଯିରିମିୟ। 35 କେତେକ ଯାଜକ ତୂରୀ ନେଇ ଗଲେ। ଜିଖରିୟ ଯିଏ କି, ଯୋନାଥନଙ୍କର ପୁତ୍ର, ଯିଏ କି ଶମୟିୟର ପୁତ୍ର, ଯିଏ କି ମତ୍ତନୀୟଙ୍କର ପୁତ୍ର, ଯିଏ କି ମିଖାୟଙ୍କର ପୁତ୍ର, ଯିଏ କି ସ‌କ୍‌କୁରଙ୍କର ପୁତ୍ର, ଯିଏ କି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମୟିୟ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ, ଯିହୁଦା ଓ ହନାନୀ। ପରମେଶ୍ୱରଙ୍କର ଏହି ଲୋକମାନେ ପରମେଶ୍ୱରଙ୍କର ସେବକ ଦାଉଦ ନିକଟକୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସେମାନଙ୍କ ଆଗରେ ଗଲେ। 36 ତାହାର ଭାତୃଗଣ ଶମୟିୟ ଓ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ୱରଙ୍କ ସେବକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ। ଲିପିକାର ଏଜ୍ରା ସେମାନଙ୍କ ଆଗେ ଆଗେ ଗ୍ଭଲିଲେ। 37 ସେମାନେ ଝର ଫାଟକ ନିକଟରେ ହେଲା ପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ ନଗରର ପାହଚ ଉଠିବା ପରେ, ଦାଉଦଙ୍କର ଗୃହ ଉପରେ ଦେଇ ପୂର୍ବ ଆଡ଼େ ଜଳଦ୍ୱାର ଆଡ଼େ ଗଲେ।

38 ତା'ପରେ ଅନ୍ୟ ଦଳ ଧନ୍ୟବାଦ ଉତ୍ସର୍ଗ କରିବାକୁ ବାମ ପାର୍ଶ୍ୱକୁ ଗଲେ। ଲୋକମାନଙ୍କର ଅର୍ଦ୍ଧେକ ଓ ମୁଁ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ। 39 ଆଉ ଇଫ୍ରୟିମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ। 40 ଦୁଇ ଦଳ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରୁଥିଲେ ପରମେଶ୍ୱରଙ୍କ ମନ୍ଦିରରେ ଛିଡ଼ା ହେଲେ। ଅର୍ଦ୍ଧେକ ପଦାଧିକାରୀ ସହିତ ମୁଁ ମଧ୍ୟ ସେପରି କଲି। 41 ଇଲିୟାକୀମ୍, ମାସେୟ, ମିନ୍ୟାମିନ୍, ମୀଖାୟ, ଇଲିୟୋ-ଐନୟ, ଜିଖରିୟ, ହନାନିୟ, ଆଦି ଯାଜକଗଣ ମଧ୍ୟରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ। 42 ଆଉ ମାସେୟ, ଶମୟିୟ, ଇଲିୟାସର, ଉଷି, ଯିହୋହାନନ୍, ମ‌‌‌‌ଲ୍‌‌‌‌‌‌‌କିୟ, ଏଲମ୍ ଓ ଏଷର ସମସ୍ତେ ଠିଆ ହୋଇ ରହିଲେ।

ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରିହିୟ ଗାନ କଲେ। 43 ପୁଣି ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ୱର ସେମାନଙ୍କୁ ମହା ଆନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଯିରୁଶାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।

44 ସେହି ଦିନରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିୟମ ଅନୁଯାୟୀ ଆଣିଲେ। ଲୋକମାନଙ୍କୁ କୋଠରୀରେ ନିରୀକ୍ଷଣ କରିବା ପାଇଁ ନିଯୁକ୍ତ କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତି ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦୀୟମାନେ ବହୁତ ଆନନ୍ଦିତ ହୋଇଥିଲେ। 45 ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ। 46 ପୂର୍ବକାଳରେ ଦାଉଦ ଓ ଆସଫ୍ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।

47 ତେଣୁ ସରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ସେମାନଙ୍କର ଉପହାରଗୁଡ଼ିକ ସମର୍ପଣ କଲେ ଓ ଲେବୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡ଼ିକ ସମର୍ପଣ କଲେ।

ନିହିମିୟାଙ୍କର ଶେଷ ନିର୍ଦ୍ଦେଶ

13 ସେହି ଦିନ ସେମାନେ ଲୋକମାନଙ୍କୁ ଜଣାଇବାକୁ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା, ଯେ ଅମ୍ମୋନୀୟ ଓ ମୋୟାବୀୟ ଲୋକ କେବେ ପରମେଶ୍ୱରଙ୍କ ସଭାରେ ପ୍ରବେଶ କରିବେ ନାହିଁ। କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣଙ୍କୁ ଭେଟିଲେ ନାହିଁ। କିନ୍ତୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ସେମାନେ ବିଲିୟମକୁ ପାଊଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।

ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରସ୍ଥିତ କୋଠରୀ ସବୁର ଦାୟିତ୍ୱ ଇଲିୟାଶୀ‌‌‌‌ବଙ୍କୁ ଦିଆଗଲା। ଇଲିୟାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା। ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା।

ମୁଁ ଏସବୁ ସମୟରେ ଯିରୁଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ୍ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ପରେ ରାଜାଙ୍କୁ ବିଦାୟ ମାଗିଲି। ଏହା ପରେ ମୁଁ ଯିରୁଶାଲମକୁ ଫେରି ଆସିଲି ଏବଂ ଇଲିୟାଶୀବ୍, ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ମନ୍ଦିରର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷୟରେ ଶୁଣିଲି। ଏହା ମୋତେ ବ୍ୟତିବ୍ୟସ୍ତ କଲା, ଏଣୁ ମୁଁ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦେଲି। ଏହା ପରେ ମୁଁ ଆଜ୍ଞା କରିବାରୁ, ସେମାନେ କୋଠରୀସବୁକୁ ଶୁଚିକଲେ। ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଶସ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।

10 ମୁଁ ଜାଣିବାକୁ ପାଇଲି ଯେ, ଲେବୀୟମାନଙ୍କ ଅଂଶ ତାଙ୍କୁ ଦିଆଯାଇ ନ ଥିଲା। ତେଣୁ ଲେବୀୟମାନେ ଓ ଗାୟକମାନେ ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରୁଥିଲେ ପ୍ରତ୍ୟେକ ନିଜ ନିଜ ଭୂମିକୁ ଫେରି ଯାଇଥିଲେ। 11 ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, “କାହିଁକି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ଅବହେଳା କଲ?” ଏ ବିଷୟରେ ମୁଁ ସେମାନଙ୍କ ସହିତ ଯୁକ୍ତିତର୍କ କଲି। ତା'ପରେ ମୁଁ ଲେବୀୟମାନଙ୍କୁ ଏକତ୍ର କଲି ଏବଂ ସେମାନଙ୍କୁ ସେମାନଙ୍କର ନିଜ କ୍ଷେତ୍ରରେ ନିଯୁକ୍ତି କଲି। 12 ତେଣୁ ସମଗ୍ର ଯିହୁଦା ଶସ୍ୟର ଓ ନୂତନ ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଭଣ୍ତାରକୁ ଆଣିଲେ।

13 ତହିଁରେ ମୁଁ ଶେଲିମିୟ ଯାଜକକୁ ଓ ଲେଖକ ସାଦୋକ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାର ସମୂହର ଅଧ୍ୟକ୍ଷ କଲି। ଏବଂ ସ‌କ୍‌କୂରର ପୁତ୍ର ହନାନ୍, ମତ୍ତନୀୟର ପୁତ୍ର ସ‌କ୍‌କୂର ସେମାନଙ୍କର ଅଧୀନରେ କାର୍ଯ୍ୟ କଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।

14 ହେ ମୋର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର। ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ବିଷୟ ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋର କୃତ ସେହି ସୁକର୍ମ ସବୁ ଲିଭାଇ ନ ଦିଅ।

15 ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ଦିନରେ ଦ୍ରାକ୍ଷାରସ ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝେଇ କରିବାର ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ଯିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନରେ କୌଣସି ଖାଦ୍ୟ ବିକ୍ରୟ ନ କରିବାକୁ ମୁଁ ସେମାନଙ୍କୁ ସତର୍କ କଲି।

16 ସେହି ନଗରରେ ସୋରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ଅନ୍ୟ ବହୁତ ଦ୍ରବ୍ୟ ବିଶ୍ରାମ ଦିନରେ ଯିହୁଦୀୟମାନଙ୍କୁ ଓ ଯିରୁଶାଲମରେ ବିକ୍ରୟ କଲେ। 17 ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ। 18 ତୁମ୍ଭମାନଙ୍କ ପିତୃପୁରୁଷମାନେ କ’ଣ ଏପରି ବ୍ୟବହାର କରି ନ ଥିଲେ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ କୋପ ଆଣୁଅଛ।”

19 ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି।

20 ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଥରେ ବା ଦୁଇଥର ଯିରୁଶାଲମ ବାହାରେ ରାତ୍ରି କ୍ଷେପଣ କଲେ। 21 ତା'ପରେ ମୁଁ ସେମାନଙ୍କୁ ସତର୍କ କଲି ଏବଂ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି ଯାପନ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟାବଧି ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।

22 ଏହା ପରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ଜଗିବାକୁ ଆଜ୍ଞା କଲି।

ହେ ପରମେଶ୍ୱର, ମୋ’ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଶାଶ୍ୱତ ପ୍ରେମରେ ମୋତେ ରକ୍ଷା କର।

23 ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। 24 ସେମାନଙ୍କ ବାଳକମାନେ ଅଧେ ଅ‌‌‌‌ସ୍‌‌‌‌ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ। 25 ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। 26 ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ। 27 ତେଣୁ ଆମ୍ଭେ କ’ଣ ତୁମ୍ଭ କଥା ଶୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ଯିବୁ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?”

28 ମହାଯାଜକ ଇଲିୟାଶୀ‌‌‌‌ବ୍‌‌‌‌ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସ‌ନ୍‌ବଲ୍ଲଟ୍‌ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ'ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି।

29 ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି। 30 ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟ ଅନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି। 31 ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି।

ହେ ମୋର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।

ଗୀତସଂହିତା 126

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center