Chronological
ନିହିମିୟାଙ୍କର ପ୍ରାର୍ଥନା
1 ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କିଶ୍ଲେବ୍ ମାସରେ ମୁଁ ଶୂଶନ୍ର ରାଜଧାନୀରେ ଥିଲି। 2 ମୁଁ ଯେତେବେଳେ ଶୂଶନ୍ରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି।
3 ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।”
4 ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି। 5 ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି:
“ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ।
6 “ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ। 7 ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ।
8 “ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। 9 କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’
10 “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ। 11 ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”
ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।
ରାଜା ନିହିମିୟାଙ୍କୁ ଯିରୁଶାଲମକୁ ପଠାଇଥିଲେ
2 ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷରେ ନିଶାନ[a] ମାସରେ ଏହିପରି ଘଟିଥିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତରେ ଦୁଃଖିତ ହୋଇ ନ ଥିଲି। 2 ଏଥିରେ ରାଜା ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ପୀଡ଼ିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡ଼ୁଛ? ମୁଁ ଭାବୁଛି ତୁମ୍ଭର ହୃଦୟ ଦୁଃଖପୂର୍ଣ୍ଣ ଅଛି।”
ଏହା ପରେ ମୁଁ ଭୟ କଲି। 3 ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମୋର ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତେବେଳେ ଉଜାଡ଼ି ହୋଇ ପଡ଼ିଛି ଓ ତହିଁର ଦ୍ୱାରସବୁ ଦଗ୍ଧ ହୋଇ ପଡ଼ିଛି ସେତେବେଳେ କାହିଁକି ମୋର ମୁଖ ଦୁଃଖିତ ହେବ ନାହିଁ।”
4 ଏହା ପରେ ରାଜା ମୋତେ କହିଲେ, “ମୋ’ ନିକଟରୁ କ’ଣ ସାହାଯ୍ୟ ତୁମ୍ଭେ ଗ୍ଭହଁ?”
ମୁଁ ଉତ୍ତର ଦେବା ପୂର୍ବରୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି। 5 ଏହା ପରେ ମୁଁ ରାଜାଙ୍କୁ ଉତ୍ତର ଦେଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ ମୋର ପିତୃ ଲୋକଙ୍କ କବର ନଗରକୁ ମୋତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସେଠାକୁ ଯିବାକୁ ଗ୍ଭହେଁ। ଏବଂ ସେଠାରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭହେଁ।”
6 ରାଣୀ ମଧ୍ୟ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମୋତେ ପଗ୍ଭରିଲେ, “ତୁମ୍ଭର ଯାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କେବେ ଫେରିବ?”
ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେବାରୁ ମୁଁ ତାଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଦେଲି। 7 ମୁଁ ମଧ୍ୟ ରାଜାଙ୍କୁ କହିଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ିଦିଅନ୍ତି ଏଥିପାଇଁ ସେମାନଙ୍କ ନିକଟକୁ ମୋ’ ହାତରେ ପତ୍ର ପଠାନ୍ତୁ। 8 ରାଜା ଆସଫଙ୍କ ନିମନ୍ତେ ମୋତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।” ସେ ଆସଫଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କବାଟ ପାଇଁ ମୋତେ ଖଣ୍ଡେ କାଠ ଦେବା ଲାଗି କହିଲେ।”
ରାଜା ଏପରି କରିଥିଲେ କାରଣ ପରମେଶ୍ୱର ମୋ’ ପାଇଁ ମଙ୍ଗଳମୟ ଥିଲେ।
9 ତେଣୁ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷଙ୍କ ନିକଟକୁ ଗଲି। ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ରାଜାଙ୍କର ପ୍ରଦତ୍ତ ପତ୍ର ଦେଲି। ତେଣୁ ଦେଶାଧ୍ୟକ୍ଷ ମୋ’ ସହିତ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଲେ। 10 ହାରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଅଧିକାରୀଗଣ ଅତିଶୟ ଦୁଃଖିତ ହେଲେ, ଯେତେବେଳେ ସେମାନେ ଶୁଣିଲେ ଯେ, ଜଣେ ବ୍ୟକ୍ତି ଇସ୍ରାଏଲର ସନ୍ତାନଗଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଅଛି।
ନିହିମିୟା ଯିରୁଶାଲମର କାନ୍ଥଗୁଡ଼ିକୁ ପରିଦର୍ଶନ କଲେ
11 ମୁଁ ଯିରୁଶାଲମକୁ ଗଲି ଓ ସେଠାରେ ତିନି ଦିନ ରହିଲି। 12 ଏହା ପରେ ରାତ୍ରି ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ୱର ଯିରୁଶାଲମ ପାଇଁ ଯାହା କରିବାକୁ ମୋତେ ପ୍ରେରଣା ଦେଇଥିଲେ, ତାହା ମୁଁ କାହାରିଠାରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡ଼ାରେ ଚଢ଼ିଥିଲି ସେହି ଘୋଡ଼ାକୁ ଛାଡ଼ି ଦେଲେ ମୋ’ ନିକଟରେ ଆଉ ଘୋଡ଼ା ନ ଥିଲା। 13 ଅନ୍ଧାର ହେବା ମାତ୍ରେ ମୁଁ ଉପତ୍ୟକାର ଧାରଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ୱାରସବୁ ଦେଖିଲି। 14 ତା'ପରେ ମୁଁ ନିର୍ଝର ଦ୍ୱାର ଓ ରାଜ ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି। ମାତ୍ର ସେଠାରେ ମୋର ବାହାନ ପଶୁ ପାଇଁ ଯିବାର ସ୍ଥାନ ନ ଥିଲା। 15 ତେଣୁ ମୁଁ ଉପତ୍ୟକା ଉପରକୁ ଅନ୍ଧାରରେ ଚଢ଼ିଲି ଓ ପ୍ରାଚୀରକୁ ନିରୀକ୍ଷଣ କଲି ଏବଂ ଉପତ୍ୟକାର ଫାଟକ ଦେଇ ଫେରି ଆସିଲି। 16 ମୁଁ କେଉଁ ଆଡ଼େ ଗଲି ଓ କ’ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ୟ ଯିହୁଦୀୟମାନଙ୍କୁ, ଯାଜକମାନଙ୍କୁ, ମୁଖ୍ୟମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।
17 ଏହା ପରେ ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ଦେଖି ପାରୁଛ ଆମ୍ଭେମାନେ ଖରାପ ଅବସ୍ଥାରେ ଅଛୁ। ଯିରୁଶାଲମ କିପରି ଉଜାଡ଼ ହୋଇ ପଡ଼ିଛି ଏବଂ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ନିନ୍ଦିତ ନ ହେବା ଆସ, ଆସ ପୁଣି ଥରେ ଯିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।”
18 ମୁଁ ମଧ୍ୟ ସେହି ଲୋକମାନଙ୍କୁ ଜଣାଇ ଦେଲି ଯେ, ପରମେଶ୍ୱର ମୋ’ ଉପରେ ଦୟା କରିଛନ୍ତି ଏବଂ ଯାହା ମୋତେ ରାଜା କହିଥିଲେ, ମୁଁ ସେମାନଙ୍କୁ କହିଲି। ତା'ପରେ ସେହି ଲୋକମାନେ ଉତ୍ତର ଦେଲେ, “ତେବେ ଗ୍ଭଲ, ବର୍ତ୍ତମାନ ଆମ୍ଭେମାନେ କାର୍ଯ୍ୟ ଆରମ୍ଭ କରିବା।” ତେଣୁ ସେମାନେ ନିଜକୁ ଏହି ଉତ୍ତମ କାମରେ ନିୟୋଜନ କଲେ। 19 କିନ୍ତୁ ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସେମାନେ କହିଲେ, ତୁମ୍ଭେମାନେ କ’ଣ ଏ କି କାର୍ଯ୍ୟ କରୁଅଛ? “ତୁମ୍ଭେମାନେ କ’ଣ ରାଜଦ୍ରୋହ କରୁଅଛ?”
20 କିନ୍ତୁ ମୁଁ ଏହିପରି କହିଲି, “ସ୍ୱର୍ଗସ୍ଥ ପରମେଶ୍ୱର ଆମ୍ଭର କାର୍ଯ୍ୟ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ଦାସ। ଆମ୍ଭେମାନେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ଯିରୁଶାଲମରେ ତୁମ୍ଭର କିଛି କାର୍ଯ୍ୟ ନାହିଁ।”
ପ୍ରାଚୀର ନିର୍ମାଣ କର୍ତ୍ତା
3 ଇଲିୟାଶୀବ ମହାଯାଜକ ଥିଲେ, ଇଲିୟାଶୀବ ଓ ତାଙ୍କର ସାଥୀ ଯାଜକମାନେ ମେଷ ଫାଟକ ଗଠନ କରିବାକୁ ଗଲେ। ସେମାନେ ସେହି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ୱାର ସ୍ଥାପନ କଲେ। ସେମାନେ ସହସ୍ର ଦୁର୍ଗର ଓ ହନନେଲ ଦୁର୍ଗର କାର୍ଯ୍ୟ କଲେ।
2 ଯିରୀହୋର ଲୋକମାନେ ସେମାନଙ୍କ ପରେ କାମ କଲେ। ଇମ୍ରିର ପୁତ୍ର ସକ୍କୂର ଯିରୀହୋର ଲୋକମାନଙ୍କ ପରେ କାମ କଲା।
3 ହସନାୟାର ପୁତ୍ରମାନେ ମତ୍ସ୍ୟଦ୍ୱାର ଗଠନ କଲେ। ସେମାନେ ତାର କଡ଼ି ଚଢ଼ାଇଲେ, ତା'ର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।
4 ସେମାନଙ୍କ ପରେ ହକ୍କୋସର ପୁତ୍ର ଊରିୟ, ଊରିୟର ପୁତ୍ର ମରେମୋତ୍ ତା'ପର ଅଂଶ ମରାମତି କଲା,
ଏବଂ ସେମାନଙ୍କ ପରେ ମଶେଷବେଲର ପୁତ୍ର ବେରିଖିୟ ଓ ବେରିଖିୟର ପୁତ୍ର ମଶୁଲ୍ଲମ୍ ପରବର୍ତ୍ତୀ ଅଂଶ ମରାମତି କଲା।
ଆଉ ସେମାନଙ୍କ ପରେ ବାନାର ପୁତ୍ର ସାଦୋକ୍ ପରବର୍ତ୍ତୀ ଅଂଶ ମରାମତି କଲା।
5 ତକୋୟୀୟ ଲୋକମାନେ ମରାମତି କଲେ। ସେମାନଙ୍କ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ହସ୍ତକ୍ଷେପ କଲେ ନାହିଁ।
6 ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସେମାନେ ତହିଁର କଡ଼ି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।
7 ଗିବିୟୋନୀୟରୁ ମଲାଟିୟ ଓ ମରୋଣୋଥୀୟରୁ ଯାଦୋନ ସେମାନଙ୍କର ପାର୍ଶ୍ୱ ପ୍ରାଚୀରକୁ ମରାମତି କଲେ। ସେହି ଲୋକମାନେ ଗିବିୟୋନ ଓ ମିସ୍ପାରୁ ଥିଲେ। ସେମାନେ ନଦୀର ପଶ୍ଚିମାଞ୍ଚଳ ରାଜ୍ୟପାଳ ଦ୍ୱାରା ଶାସିତ ହେଲେ।
8 ହର୍ହୟର ପୁତ୍ର ସ୍ୱର୍ଣ୍ଣକାର ଉଷୀୟେଲ ସେମାନଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀୟ ଯିଏ କି ସୁଗନ୍ଧ ବ୍ୟାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୁଶାଲମ ଦୃଢ଼ କଲେ।
9 ସେମାନଙ୍କ ନିକଟରେ ଯିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ଭଗ୍ନ ପ୍ରାଚୀର ଗଠନ କଲେ।
10 ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ପ୍ରାଚୀର ଗଠନ କଲା। ତା’ ନିକଟକୁ ହଶ୍ବନିୟର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା। 11 ହାରିମର ପୁତ୍ର ମଲ୍କିୟ ଓ ପହତ୍-ମୋୟାବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗ ଗଠନ କଲା।
12 ତାହା ନିକଟରେ ଯିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହଲୋହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
13 ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ୱାରର ଭଗ୍ନାଂଶ ଗଠନ କଲେ। ସେମାନେ ତାହା ଗଢ଼ି ତାର କବାଟ, କବ୍ଜା, ଅର୍ଗଳସବୁ ଲଗାଇଲେ। ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ଼ କଲେ।
14 ବୈଥ୍-ହକ୍କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍କିୟ ଖତଦ୍ୱାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ଲଗାଇଲା।
15 ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ୱାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ସେ ରାଜାଙ୍କର ରାଜୋଦ୍ୟାନ ଓ ଶେଲା ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।
16 ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍ବୂକର ପୁତ୍ର ନିହିମିୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ମନୁଷ୍ୟକୃତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲେ।
17 ତାର ନିକଟକୁ ଲେବୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତା'ପରେ ଅର୍ଦ୍ଧ କିୟୀଲା ପ୍ରଦେଶର ଅଧ୍ୟକ୍ଷ ହଶବିୟ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।
18 ସେମାନଙ୍କ ଭାତୃଗଣ କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୋନାନଦର ପୁତ୍ର ବବୟ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ।
19 ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ। 20 ତା'ର ନିକଟକୁ ସବ୍ବୟର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିୟାଶୀବ୍ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ। 21 ତା'ପରକୁ ହକ୍କୋସର ପୌତ୍ର ଊରିୟର ପୁତ୍ର ମରେମୋତ୍ ଇଲିୟାଶୀବର ଗୃହଦ୍ୱାରଠାରୁ ଇଲିୟାଶୀବର ଗୃହ ପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ। 22 ତା'ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ।
23 ସେମାନଙ୍କ ପରେ ବିନ୍ୟାମୀନ ଓ ହଶୂବ୍ ସେମାନଙ୍କ ଆପଣାମାନଙ୍କ ଗୃହଗୁଡ଼ିକ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। ସେମାନଙ୍କ ପରେ ଅନନିୟର ପୁତ୍ର ମାସେୟ, ମାସେୟର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।
24 ତା'ପରକୁ ହେନାଦଦର ପୁତ୍ର ବେନ୍ନୁୟୀ ଅସରିୟର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
25 ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀ ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିୟୋଶର ପୁତ୍ର ପଦାୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
26 ଏହି ସମୟରେ ନଥୀନୀୟମାନେ ଜଳଦ୍ୱାରର ପୂର୍ବଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ।
27 ତା'ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
28 ଯାଜକମାନେ ପ୍ରତ୍ୟେକ ନିଜ ନିଜ ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପରଭାଗର ଭଗ୍ନଅଂଶ ଗଠନ କଲେ। 29 ସେମାନଙ୍କ ପରେ ଇମ୍ମୋରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ୱାରପାଳ ଶିଖନିୟର ପୁତ୍ର ଶମୟିୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
30 ଶେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।
ତାହାପରେ ବେରିଖିୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରୀ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। 31 ତା'ପରେ ମଲ୍କିୟ ନାମକ ଜଣେ ସ୍ୱର୍ଣ୍ଣକାର ସୈନ୍ୟମାନେ ଏକତ୍ରିତ ହେଉଥିବା ଫାଟକ ଆଗରେ ମନ୍ଦିର ଦାସମାନଙ୍କର, ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଭଗ୍ନ ଅଂଶ ମରାମତି କଲେ। 32 କୋଣର ଉଠାଣୀ ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।
ସନ୍ବଲ୍ଲଟ୍ ଏବଂ ଟୋବିୟ
4 ସନ୍ବଲ୍ଲଟ୍ ଯେତେବେଳେ ଶୁଣିଲା ଯେ ପ୍ରାଚୀର ଗଢ଼ା ହୋଇଚି, ସେ ଅତିଶୟ କୋପିତ ହୋଇ ଯିହୁଦୀୟଙ୍କୁ ପରିହାସ କଲା। 2 ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?”
3 ଏହି ସମୟରେ ଅମ୍ମୋନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, “ସେମାନେ ଯାହା ଗଢ଼ୁଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପ୍ରାଚେରୀ ଭାଙ୍ଗି ପକାଇବ।”
4 ମୁଁ ପ୍ରାର୍ଥନା କଲି, “ହେ ଆମ୍ଭର ପରମେଶ୍ୱର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସେହି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସେମାନଙ୍କର ପରିହାସ ସେମାନଙ୍କ ପାଖକୁ ଫେରାଇ ଦିଅ। ସେମାନଙ୍କୁ ବିଦେଶରେ ବନ୍ଦୀକରି ସେମାନଙ୍କର ଧନ ଲୁଣ୍ଠିତ କରାଗଲା। 5 ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ଦୃଷ୍ଟିରେ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସେମାନେ ଅପମାନିତ କରିଅଛନ୍ତି।”
6 ଆମ୍ଭେ ଯିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁର୍ପାର୍ଶ୍ୱରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେହେତୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।
7 ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅସ୍ଦୋଦୀୟମାନେ ଅତିଶୟ ରାଗି ଗଲେ। 8 ଆଉ ସମସ୍ତେ ଯିରୁଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। 9 ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।
10 ସେତେବେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, “ଆଉ ସେଠାରେ ଏତେ ଧ୍ୱଂସାବଶେଷ ଅଛି, ଯେ ଆମ୍ଭେମାନେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ। 11 ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, ‘ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।’”
12 ଆଉ ସେମାନଙ୍କ ନିକଟରେ ବାସ କରୁଥିବା ଯିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, “ଗ୍ଭରିଆଡ଼େ ସେମାନେ ଆମ୍ଭର ବିରୋଧୀ ହେବେ।”
13 ଏଣୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କୁ ଖଡ଼୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। 14 ଯେତେବେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳୀନମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, “ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ୟାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ଯୁଦ୍ଧ କର।”
15 ଏହା ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣିବାରୁ ଆମ୍ଭେମାନେ ପ୍ରତ୍ୟେକ ପ୍ରାଚୀରରେ ନିଜ ନିଜ କାର୍ଯ୍ୟକୁ ଫେରିଗଲୁ। 16 ଆଉ ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛରେ ରହିଲେ। 17 ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରତ୍ୟେକ ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। 18 ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକ ଆପଣା ଆପଣା କଟି ଦେଶରେ ଖଡ଼୍ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। 19 ଏହା ପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, “କାର୍ଯ୍ୟକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଜଣେ ଜଣକଠାରୁ ଦୂରରେ ଅଛୁ। 20 ଏଣୁ ଯେକୌଣସି ସ୍ଥାନରେ ତୂରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।”
21 ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାହା ଦେଖିବା ସମୟ ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ।
22 ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୁଶାଲମ ଭିତରେ ରୁହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।” 23 ଏହିପରି ମୁଁ କି ମୋର ଭାଇମାନେ କି ମୋର ଦାସମାନେ କିଅବା ମୋ’ ପଶ୍ଚାଦ୍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତ୍ୟେକ ଲୋକର ତା’ ପାଖରେ ସର୍ବଦା ଅସ୍ତ୍ର ରଖିଲେ।
ନିହିମିୟା ଗରିବଲୋକମାନଙ୍କୁ ସାହାଯ୍ୟ କଲେ
5 ଅନେକ ଲୋକେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। 2 ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଆମ୍ଭମାନଙ୍କର ଅନେକ ପୁତ୍ର ଓ କନ୍ୟା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ୟ କିଣିବା।”
3 ଅନ୍ୟ ଲୋକେ କହିଲେ, “ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ୟାଦି ବନ୍ଧକଭାବେ ଏକାଥରେ ନେଇଯାଅ।”
4 ଆହୁରି ଅନ୍ୟ ଲୋକେମାନେ କହିଲେ, “ଆମ୍ଭେମାନେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ। 5 ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”
6 ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି। 7 ମୁଁ ଏ ବିଷୟରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଏକ ନ୍ୟାୟିକ ବାଦାନୁବାଦ କଲି। ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସେଇଟା ବନ୍ଦ କରିବା ଉଚିତ୍।” ଏହା ପରେ ମୁଁ ଏକ ମହାସଭା ଡାକିବି। 8 ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।”
ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ। 9 ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। 10 ମୁଁ, ମୋର ଆତ୍ମୀୟଗଣ ଏବଂ ମୋର ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ୟର ଉଧାର ଦେଉଅଛୁ। କିନ୍ତୁ ଆସ ସେମାନଙ୍କଠାରୁ ସୁଧ ଆଦାୟ କରିବା ନାହିଁ। 11 ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।”
12 ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।”
ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। 13 ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତା'ର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।”
ତା'ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।
14 ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତି ଥିବା ସମୟାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ୍ ବର୍ଷପର୍ଯ୍ୟନ୍ତ ସେହି ବାରବର୍ଷ ମୁଁ କିମ୍ବା ମୋର ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। 15 ମାତ୍ର ମୋର ପୂର୍ବାବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ ଗ୍ଭଳିଶ୍ ଶେକଲ ରୌପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। 16 ମୁଁ ଯିରୁଶାଲମର ପ୍ରାଚୀର କାର୍ଯ୍ୟରେ ନିଜକୁ ନିୟୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମୋର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ବ୍ୟସ୍ତ ରହିଲେ।
17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ’ ଭୋଜନ ଆସନରେ ବସିଲେ। 18 ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା। 19 ହେ ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଉତ୍ତମ କାର୍ଯ୍ୟ କରିଅଛି, ମୋର ତାହା ସବୁ ସ୍ମରଣ କର।
2010 by World Bible Translation Center