Chronological
ଏଜ୍ରା ଯିରୁଶାଲମକୁ ଆସିଲେ
7 ଏହିସବୁ ଘଟଣାପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲେ। ଉକ୍ତ ସରାୟ ଅସରିୟର ପୁତ୍ର, ଅସରିୟ ହିଲ୍କିୟର ପୁତ୍ର ଥିଲା। 2 ହିଲ୍କିୟ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂବ୍ର ପୁତ୍ର ଥିଲା। 3 ଅହୀଟୂବ୍ ଅମରିୟର ପୁତ୍ର ଥିଲା। ଅମରିୟ ଅସରିୟର ପୁତ୍ର ଥିଲା। ଅସରିୟ ମରାୟୋତର ପୁତ୍ର ଥିଲା। 4 ମରାୟୋତ୍ ସରହିୟର ପୁତ୍ର ଥିଲା। ସରହିୟ ଉଷିର ପୁତ୍ର ଥିଲା। ଉଷି ବୁକ୍କିର ପୁତ୍ର ଥିଲା। 5 ବୁକ୍କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହସ୍ର ପୁତ୍ର ଥିଲା। ପୀନହସ୍ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।
6 ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା। 7 ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୁଶାଲମକୁ ଗଲେ। 8 ଆଉ ଏଜ୍ରା ପଞ୍ଚମ ମାସରେ ଅର୍ଥାତ୍ ରାଜାର ସେଇ ସପ୍ତମ ବର୍ଷରେ ଯିରୁଶାଲମରେ ଉପସ୍ଥିତ ହେଲେ। 9 କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୁଶାଲମରେ ଉପସ୍ଥିତ ହେଲେ। 10 ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇସ୍ରାଏଲ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ଶିକ୍ଷା ଦେବାକୁ ଆପଣାକୁ ବିନିଯୋଗ କରିଥିଲେ।
ଏଜ୍ରାଙ୍କ ନିକଟକୁ ରାଜା ଅର୍ତ୍ତକ୍ଷସ୍ତଙ୍କ ପତ୍ର
11 ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦେଇଥିଲେ। ଇସ୍ରାଏଲ ସମ୍ବନ୍ଧରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସେହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିଲେ।
12 ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ,
ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ବ୍ୟବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।
13 ମୁଁ ଆଜ୍ଞା କରୁଅଛି, ଯେ ମୋ’ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୁଶାଲମକୁ ସ୍ୱଇଚ୍ଛାରେ ଯିବାକୁ ମନ କରନ୍ତି। ସେମାନେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ଯା’ନ୍ତୁ।
14 ଏଜ୍ରା, ମୁଁ ଏବଂ ମୋର ସାତ ଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ଯିରୁଶାଲମକୁ ଯିବା ଉଚିତ୍। ପରମେଶ୍ୱରଙ୍କର ବ୍ୟବସ୍ଥା ବିଷୟବସ୍ତୁଗୁଡ଼ିକରେ ଧ୍ୟାନ ଦେବା ଉଚିତ୍, ଯେଉଁଥିରେ ତୁମ୍ଭେ ଜଣେ ବିଜ୍ଞ ଅଟ।
15 ମୁଁ ଏବଂ ମୋର ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇସ୍ରାଏଲର ପରମେଶ୍ୱରଙ୍କୁ ଦେଇଅଛୁ। ପରମେଶ୍ୱର ଯିରୁଶାଲମରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ। 16 ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ୱେଚ୍ଛାପୂର୍ବକ ଯାହା ଦେବେ ସେହିସବୁ ଉପହାର ନେବା ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତ ମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ହେଉଅଛ।
17 ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ବୃଷ, ଅଣ୍ତିରା ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ୟ ଓ ପେୟନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ। 18 ଆଉ ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ। 19 ପୁଣି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ସେବାର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହା ସବୁ ଯିରୁଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର। 20 ପୁଣି ତୁମ୍ଭ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ପ୍ରୟୋଜନୀୟ ଯାହା ଯାହା ନେବାକୁ ପଡ଼ିବ ତାହା ରାଜାଙ୍କ ଭଣ୍ତାର ଗୃହରୁ ନିଅ।
21 ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥା ଅଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡ଼ିବ। 22 ତାହା ସବୁ 100 ତାଳନ୍ତ ପର୍ଯ୍ୟନ୍ତ ରୂପା ଓ 100 ମହଣ ପର୍ଯ୍ୟନ୍ତ ଗହମ ଓ 100 ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ। 23 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଉଛି, ତାହା ସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଠିକ୍ ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ୟବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ।
24 ଆହୁରି ଯାଜକମାନଙ୍କର, ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ମନ୍ଦିରର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାସୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭକୁ ଜଣାଉ ଅଛୁ। 25 ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ। 26 ଯଦି କୌଣସି ଲୋକ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ନ ମାନିବ, ରାଜାଙ୍କର ବ୍ୟବସ୍ଥା ନ ମାନିବ, ସେମାନେ ନିଶ୍ଚିତରେ ଦଣ୍ତିତ ହେବେ। ତାହାର ଏହି ଦଣ୍ତ ତା'ର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ୟୁଦଣ୍ତ ହୋଇପାରେ, ନିର୍ବାସିତ ହୋଇପାରେ, ତାକୁ ଅର୍ଥଦଣ୍ତ ହୋଇପାରେ ବା ବନ୍ଦୀତ୍ୱ ଦଣ୍ତ ଦିଆଯାଇ ପାରେ।
ଏଜ୍ରାଙ୍କର ପରମେଶ୍ୱରଙ୍କୁ ପ୍ରଶଂସା
27 ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି। 28 ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି।
ଏଜ୍ରାଙ୍କ ସହିତ ଆସିଥିବା ପ୍ରାଚୀନବର୍ଗଙ୍କ ତାଲିକା
8 ଏହି ନାମଗୁଡ଼ିକ ହେଉଛି ପିତୃବଂଶର ମୁଖ୍ୟମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନ୍ରୁ ଯିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ଯିରୁଶାଲମକୁ ଆସିଥିଲୁ। ଏହିଠାରେ ସେମାନଙ୍କର ଚିଠା ଦିଆଗଲା।
2 ପୀନହସ୍ର ବଂଶଧରମାନଙ୍କ ମଧ୍ୟରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ୟରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ୟରୁ ହଟୂଶ୍।
3 ଶଖନିୟର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ, ପରିୟୋଶର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଜିଖରିୟ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହୋଇଥିଲେ।
4 ପହତ୍ ମୋୟାବର ବଂଶଧରମାନଙ୍କ ମଧ୍ୟରୁ ସରହିୟର ପୁତ୍ର ଇଲୀହୋ-ଐନୟ ଓ ତାହା ସଙ୍ଗେ 200 ପୁରୁଷ।
5 ଏବଂ ଜାତୁଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯହସୀୟେଲର ପୁତ୍ର ଶଖନିୟ ଏବଂ ତାହା ସଙ୍ଗେ 300 ପୁରୁଷ।
6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ୍ ପୁରୁଷ।
7 ଏଲମର ବଂଶଧରମାନଙ୍କ ମଧ୍ୟରୁ ଅଥଲିୟର ପୁତ୍ର ଯିଶାୟାହ ଓ ତାଙ୍କ ସଙ୍ଗେ 70 ପୁରୁଷ।
8 ଶଫଟିୟର ବଂଶଧରମାନଙ୍କ ମଧ୍ୟରୁ ମୀଖାୟେଲର ପୁତ୍ର ସବଦିୟ ଓ ତାହା ସଙ୍ଗେ 80 ପୁରୁଷ।
9 ଯୋୟାବର ବଂଶଧରମାନଙ୍କ ମଧ୍ୟରୁ ଯିହିୟେଲର ପୁତ୍ର ଓବଦିୟ ଓ ତାହାଙ୍କ ସଙ୍ଗେ 218 ପୁରୁଷ।
10 ଆଉ ବାନିର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଯୋଷିଫିୟର ପୁତ୍ର ଶଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।
11 ବେବୟର ବଂଶଧରମାନଙ୍କ ମଧ୍ୟରୁ ବେବୟର ପୁତ୍ର ଜିଖରିୟ ଓ ତାହାଙ୍କ ସଙ୍ଗେ 28ପୁରୁଷ।
12 ଅସ୍ଗଦର ବଂଶଧରମାନଙ୍କ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।
13 ଅଦୋନୀକାମର ବଂଶଧରମାନଙ୍କ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଇଲିଫେଲଟ୍, ଯିୟୂୟେଲ, ଶମୟିମ ଓ ସେମାନଙ୍କ ସଙ୍ଗେ 60 ପୁରୁଷ।
14 ଆଉ ବିଗ୍ବୟ ବଂଶଧରମାନଙ୍କ ମଧ୍ୟରୁ ଊଥୟ ଓ ସବୂଦ୍ ଓ ସେମାନଙ୍କ ସଙ୍ଗେ 70 ପୁରୁଷ।
ଯିରୁଶାଲମକୁ ପ୍ରତ୍ୟାବର୍ତ୍ତନ
15 ମୁଁ ଏହି ଲୋକମାନଙ୍କୁ ଅହବା ଆଡ଼କୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ। ମୁଁ ଲୋକମାନଙ୍କ ମଧ୍ୟରେ ଓ ଯାଜକମାନଙ୍କ ମଧ୍ୟରେ ଖୋଜିଲି କିନ୍ତୁ ଲେବୀର କୌଣସି ପୁତ୍ରକୁ ପାଇଲି ନାହିଁ। 16 ତେଣୁ ମୁଁ ଇଲୀୟେଷର, ଅରୀୟେଲ, ଶମୟିୟ, ଇଲ୍ନାଥନ, ଯାରିବ୍, ଇଲ୍ନାଥନ, ନାଥନ, ଜିଖରିୟ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଯୋୟାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। 17 ଏହା ପରେ ମୁଁ ସେମାନଙ୍କୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନଥୀନୀୟମାନଙ୍କୁ କହିବାକୁ ସେମାନଙ୍କୁ ଆଦେଶ ଦେଲି। 18 ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ୱର ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ବଂଶଧରମାନଙ୍କ ମଧ୍ୟରୁ ଜଣେ ପ୍ରବେଶ ଲୋକକୁ ଏବଂ ଶେରେବିୟ ଓ ତାହାର ପୁତ୍ର ଓ ଭାତୃଗଣ ସମେତ 18 ଜଣଙ୍କୁ ପଠାଇଲି। 19 ହସବିୟ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ୟରୁ ଯିଶୟାହ ତାହାର ଭାତୃଗଣ ଓ ସେମାନଙ୍କ ପୁତ୍ରଗଣ ଏପରି କୋଡ଼ିଏ ଜଣ। 20 ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ 220 ଜଣ ନଥୀନିୟ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।
21 ଏହା ପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାମାନଙ୍କୁ ନମ୍ର କରିବା ପାଇଁ ମୁଁ ଅହିବା ନଦୀ ନିକଟରେ ଉପବାସ ଘୋଷଣା କଲି। 22 କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ୟ ଓ ଅଶ୍ୱାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭରସା କରନ୍ତି, “ସେମାନଙ୍କର ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି, ତାଙ୍କର ଶକ୍ତି ଓ କ୍ରୋଧ ସେମାନଙ୍କର ବିରୁଦ୍ଧରେ ଥାଏ।” 23 ଏଣୁ ଆମ୍ଭେମାନେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ।
24 ତେଣୁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେରେବିୟ, ହଶବିୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି। 25 ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସେମାନଙ୍କୁ ତୌଲି ଦେଲି। 26 ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟପାତ୍ର ଓ 100 ତାଳନ୍ତ ସୁନା। 27 1,000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର ଏବଂ ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇପାତ୍ର ତୌଲି ଦେଲି। 28 ଏବଂ ମୁଁ ବାର ଜଣ ଯାଜକମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର; ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। 29 ସଦାପ୍ରଭୁ ଯିରୁଶାଲମସ୍ଥ ମନ୍ଦିର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପରିବାରର ନେତାମାନଙ୍କର ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁର ସୁରକ୍ଷା କର।”
30 ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିରକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।
31 ଏହା ପରେ ଆମ୍ଭେମାନେ ଯିରୁଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧ୍ୟରେ ଶତ୍ରୁ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ। 32 ତେଣୁ ଆମ୍ଭେମାନେ ଯିରୁଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। 33 ଏହା ପରେ ଚତୁର୍ଥ ଦିନ ସେହି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ତୌଲାଯାଇ ଊରିୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପୀନହସ୍ର ପୁତ୍ର ଏଲିୟାସର ଥିଲା। ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍ ଓ ବିନ୍ନୂୟିର ପୁତ୍ର ନୋୟଦିୟ ଏହି ଲେବୀୟମାନେ ଥିଲେ। 34 ସମଗ୍ର ଦ୍ରବ୍ୟ ଗଣା ଯାଇ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ତୌଲ୍ୟ ଲେଖାଗଲା।
35 ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ଅଣ୍ତିରା ମେଷ, 77 ମେଷଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଥିଲା।
36 ଏହା ପରେ ସେମାନେ ନଦୀ ସେପାରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସାହାଯ୍ୟ କଲେ।
ଅଣଯିହୁଦୀ ଲୋକମାନଙ୍କ ସହିତ ବିବାହ
9 ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି। 2 ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।” 3 ଯେତେବେଳେ ମୁଁ ଏହିକଥା ଶୁଣିଲି ମୁଁ ମୋର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢ଼ିର କେଶ କ୍ଷୌରକରି ଚିନ୍ତିତ ହୋଇ ବସିଲି। 4 ସେତେବେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ଓ ମୋ’ ଗ୍ଭରିପଟେ ସେମାନେ ଏକତ୍ରିତ ହେବା ପର୍ଯ୍ୟନ୍ତ ଆଘାତ ପାଇ ବସିଲି।
5 ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମୋ’ ଦେହରେ ଚିରାବସ୍ତ୍ର ଓ ଗ୍ଭେଗା ଥିଲା। ମୁଁ ମୋର ଆଣ୍ଠୁମାଡ଼ି ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି, 6 ହେ ମୋର ପରମେଶ୍ୱର,
ମୁଁ ଲଜ୍ଜିତ ହୋଇଅଛି। ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ମୁହଁ ଦେଖାଇବାକୁ ଲଜ୍ଜିତ କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କର ମସ୍ତକର ଉପରକୁ ଉଠିଅଛି। ଆମ୍ଭମାନଙ୍କ ଦୋଷ ସ୍ୱର୍ଗସ୍ପର୍ଶୀ ହୋଇଅଛି। 7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ, ଖଡ଼୍ଗରେ, ବନ୍ଦୀତ୍ୱରେ ଓ ଅପମାନିତ ହେବା ପାଇଁ ସମର୍ପିତ ହୋଇଅଛୁ।
8 “ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସିତ ଅବସ୍ଥାରେ ଆମ୍ଭମାନଙ୍କୁ ନିଶ୍ଚିତ ଆଶ୍ୱାସନା ଦେବେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ। 9 ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲ।
10 “ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ! 11 ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି। 12 ଏଣୁ ହେ ଇସ୍ରାଏଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସେମାନଙ୍କ ଶାନ୍ତି ଓ ସୌଭାଗ୍ୟ ପାଇଁ କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ। ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ପରିତ୍ୟାଗ କରିଅଛୁ।’
13 “ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ୟଠାରୁ କମ୍ ଦଣ୍ତ ଦେଇଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ୍ଭ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଜୀବିତ ରଖିଅଛ। 14 ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ।
15 “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, ଯେଉଁଥିପାଇଁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇଅଛୁ। ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ। କାରଣ ସେଥିପାଇଁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”
ଲୋକମାନେ ସେମାନଙ୍କର ପାପ ସ୍ୱୀକାର କଲେ
10 ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ୱୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ନତମସ୍ତକ ହୋଇ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇସ୍ରାଏଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିଲେ। ସେହି ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ କ୍ରନ୍ଦନ କରୁଥିଲେ। 2 ଏହା ପରେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନିୟ ଏଜ୍ରାଙ୍କୁ କହିଲା, “ଆମ୍ଭେ ଆମ୍ଭର ପରମେଶ୍ୱରଙ୍କୁ ବିଶ୍ୱାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ୟ ଆମ୍ଭମାନଙ୍କର ଇସ୍ରାଏଲଙ୍କ ପ୍ରତି ଭରସା ଅଛି। 3 ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ। 4 ହେ ଏଜ୍ରା, ଉଠ, କାରଣ ତୁମ୍ଭ ଉପରେ ଏହି କାର୍ଯ୍ୟର ଭାର ଅଛି, ତେଣୁ ଆମ୍ଭେମାନେ ତୁମ୍ଭକୁ ସାହାଯ୍ୟ କରିବୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5 ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ। 6 ଏହା ପରେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହା ପରେ ଇଲିୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ। ଏଜ୍ରା ସେଠାରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନ ଥିଲେ, କି ଜଳପାନ କରି ନ ଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇସ୍ରାଏଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ଯିରୁଶାଲମକୁ ଫେରି ଆସିଥିଲେ। 7 ଏହା ପରେ ସେ ଯିହୁଦା ଓ ଯିରୁଶାଲମର ପ୍ରତ୍ୟେକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସେହି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ, ସେମାନଙ୍କ ନିକଟରେ ଘୋଷଣା କରି କହିଲେ, ସେମାନେ ଯିରୁଶାଲମରେ ଏକତ୍ରିତ ହେବେ। 8 ଯଦି କୌଣସି ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମକୁ ନ ଆସିବ, ତେବେ ତାର ସମସ୍ତ ସମ୍ପତ୍ତି ହରଣ କରାଯିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନେଇଥିଲେ ଓ ସେମାନଙ୍କୁ ମଧ୍ୟ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9 ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ। 10 ଏହା ପରେ ଯାଜକ ଏଜ୍ରା ଠିଆ ହୋଇ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅବିଶ୍ୱସ୍ତ ହୋଇଅଛ ଓ ଇସ୍ରାଏଲର ଦୋଷ ବଢ଼ାଇଅଛ, କାରଣ ତୁମ୍ଭେମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। 11 ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12 ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ। 13 କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ। 14 ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”
15 ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ।
16 ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସେଇ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ବଛାଗଲେ। ଆଉ ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। 17 ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।
ବିଦେଶିନୀ ସ୍ତ୍ରୀମାନଙ୍କୁ ବିବାହ କରିଥିବା ଲୋକମାନଙ୍କର ତାଲିକା
18 ଯାଜକମାନଙ୍କ ବଂଶଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ହେଲେ ଯଥା:
ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲିୟ। 19 ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦେବେ ବୋଲି କଥା ଦେଲେ। ଆଉ ଦୋଷୀ ହେବାରୁ ସେମାନେ ନିଜ ନିଜର ଦୋଷ ସକାଶେ ପଲରୁ ଏକ ଏକ ମେଷ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ।
20 ଆଉ ଇମ୍ମେରର ବଂଶଧରମାନଙ୍କ ମଧ୍ୟରୁ ହନାନି ଓ ସବଦିୟ।
21 ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।
22 ପଶହୂରର ସନ୍ତାନମାନଙ୍କର ମଧ୍ୟରୁ ଇଲୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍ ଓ ଇଲିୟାସା।
23 ଆଉ, ଲେବୀୟମାନଙ୍କ ମଧ୍ୟରୁ
ଯୋଷାବଦ୍, ଶିମିୟି ଓ କଲାୟ, ଏହାକୁ କଲିଟ୍ କହନ୍ତି, ପଥାହିୟ, ଯିହୁଦା ଓ ଇଲୀୟେଷର;
24 ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍, ଦ୍ୱାରପାଳକମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି।
25 ଇସ୍ରାଏଲ ମଧ୍ୟରେ
ପରିୟୋଶର ବଂଶଧରମାନଙ୍କ ମଧ୍ୟରୁ ରମିୟ ଓ ଯିଷିୟ, ମଲ୍କିୟ, ମିୟାମୀନ୍, ଇଲିୟାସର, ମଲ୍କିୟ ଓ ବନାୟ।
26 ଏଲମର ବଂଶଧରଗଣ ମଧ୍ୟରୁ ମତ୍ତନିୟ, ଜିଖରିୟ, ଯିହୀୟେଲ, ଅବ୍ଦି, ଯିରେମୋତ୍ ଓ ଏଲିୟ।
27 ସତ୍ତୁର ବଂଶଧରଗଣ ମଧ୍ୟରୁ ଇଲିୟୋ-ଐନୟ, ଇଲୀୟାଶୀବ୍, ମତ୍ତନିୟ, ଯିରେମୋତ୍, ଯାବତ୍ ଓ ଅସୀସା।
28 ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନିୟ, ସଜୟ ଓ ଅତ୍ତଲୟ।
29 ଆଉ ବାନିର ବଂଶଧରଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲକ, ଅଦାୟା, ଯାଶୂବ୍, ଶାଲ ଓ ଯିରେମୋତ୍।
30 ଆଉ ପହତ୍ ମୋୟାବର ବଂଶଧରଗଣ ମଧ୍ୟରୁ ଅଦନ, କଲାଲ୍, ବନାୟ, ମାସେୟ, ମତ୍ତିନିୟ, ବତ୍ସଲେଲ, ବନ୍ନୁୟୀ ଓ ମନଃଶି।
31 ହାରିମର ବଂଶଧରଗଣ ମଧ୍ୟରୁ ଇଲୀୟେଷର, ଯିଶିୟ, ମଲ୍ଲିୟ, ଶମୟିୟ, ଶିମିୟୋନ,
32 ବିନ୍ୟାମୀନ, ମଲ୍ଲୂକ ଓ ଶମରିୟ।
33 ହଶୂମର ବଂଶଧରଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି ଓ ଶିମିୟି।
34 ବାନିର ବଂଶଧରଗଣ ମଧ୍ୟରୁ ମାଦୟ, ଅମ୍ରାମ ଓ ଉୟେଲ, 35 ବନାୟ, ବେଦିୟା, କଲୂହ, 36 ବନିୟା, ମରେମୋତ୍, ଇଲୀୟାଶୀବ୍, 37 ମତ୍ତନିୟ, ମତ୍ତନୟ ଓ ଯାଶୟ।
38 ଏବଂ ବିନ୍ନୁୟି, ଶିମିୟିର ଭବିଷ୍ୟଦ୍ ବଂଶଧର ମଧ୍ୟରୁ 39 ଶେଲିମିୟ, ନାଥନ୍ ଓ ଅଦାୟା, 40 ମଗ୍ନଦହବୟ, ଶାଶୟ, ଶାରୟ, 41 ଅସରେଲ, ଶେଲିମିୟ, ଶମରିୟ, 42 ଶଲ୍ଲୁମ୍, ଅମରିୟ ଓ ଯୋଷେଫ।
43 ନବୋର ବଂଶଧରଗଣ ମଧ୍ୟରୁ ଯିୟୟେଲ, ମତ୍ତଥିୟ, ସାବଦ୍, ସବୀନଃ, ଇଦ୍ଦୋ, ଯୋୟେଲ ଓ ବନାୟ।
44 ଏସମସ୍ତ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସେମାନେ ସେମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ ଦେଲେ।
2010 by World Bible Translation Center