Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଏଜ୍ରା 4-6

ଶତ୍ରୁମାନେ ମନ୍ଦିରର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି

1-2 ବହୁତ ଲୋକ ସେହି ଅଞ୍ଚଳରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ୟାମୀନମାନଙ୍କୁ ବିରୋଧ କରୁଥିଲେ। ସେମାନେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସେହି ଶତ୍ରୁମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭେମାନେ ତୁମ୍ଭ ପରି ଅଟୁ। ଆମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ। ଏବଂ ସେହି ସମୟରୁ ଅଶୂରୀୟ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭେମାନେ ତାଙ୍କୁ ବଳିଦାନ କରୁଅଛୁ।”

ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରୁଅଛୁ।”

ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସେମାନେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ। ସେମାନଙ୍କ ଅଭିପ୍ରାୟ ଦୁର୍ବଳ କରିବା ପାଇଁ ପାରସ୍ୟ ରାଜା କୋରସର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରିୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରିମାନଙ୍କୁ ବେତନ ଦେଇ ରଖିଲେ।

ଆଉ ଅକ୍ଷଶ୍ୱେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୁଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦ ପତ୍ର ଲେଖିଲେ।

ଶତ୍ରୁମାନେ ଯିରୁଶାଲମର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି

ଏହା ପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସାଥୀମାନେ ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲେଖା ଯାଇ ତାହା ଅରାମୀୟ ଭାଷାରେ ଅନୁବାଦ କରାଯାଇଥିଲା।

ରହୂମ୍ ମନ୍ତ୍ରୀ ଓ ଶି‌‌‌‌‌‌ମ୍‌‌‌‌‌‌ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୁଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ।

ରହୂମ୍ ମନ୍ତ୍ରୀ ଓ ଶି‌‌‌‌‌‌ମ୍‌‌‌‌‌‌ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀମାନେ ଯଥା: ବିଗ୍ଭରକଗଣ, ସେନାପତି, ପାର୍ସୀ ଅଧିକାରୀଗଣ, ଅର୍କବୀୟମାନେ, ବାବିଲୀୟଗଣ ଏବଂ ଶୂଶରୁ ଏଲମୀୟଗଣ। 10 ଆଉ ମହାମହିମ ସମ୍ଭ୍ରାନ୍ତ ଅସ୍ନ‌ପ୍‌ପର ଦ୍ୱାରା ଆନୀତ ପୁଣି ଶମରିୟା ନଗରରେ ଓ ଫରାତ୍ ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ଅନ୍ୟ ଗୋଷ୍ଠୀୟମାନେ ମଧ୍ୟ ଏହା ଲେଖିଲେ।

11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା।

ଫରାତ୍ ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ ଇତ୍ୟାଦି।

12 ଆମ୍ଭେମାନେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ଯିହୁଦୀୟ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସେମାନେ ଯିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସେମାନେ ସେହି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସେମାନେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।

13 ଆମ୍ଭେମାନେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତେବେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ସେତେବେଳେ ସେହି ଲୋକମାନେ କର, ରାଜସ୍ୱ ବା ମାଶୁଲ ଦେବେ ନାହିଁ। ପୁଣି ଶେଷରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହେବ।

14 ଆମ୍ଭେମାନେ ରାଜାଙ୍କ ନିକଟରେ ଅନୁରକ୍ତ ହେବାକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ୍ ନୁହେଁ। ତେଣୁ ଆମ୍ଭେମାନେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ।

15 ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ୱଂସ ହୋଇଅଛି।

16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଯଦି ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।

17 ଏଥିରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶି‌‌‌‌‌‌ମ୍‌‌‌‌‌‌ଶୟର ଓ ସେମାନଙ୍କ ଶମରିୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା,

ତୁମ୍ଭମାନଙ୍କର ମଙ୍ଗଳ ହେଉ।

18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇ ଅଛି। 19 ପୁଣି ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯା’ନ୍ତେ ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ବିଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ତଗୋଳ କରାଯାଇଅଛି। 20 ମଧ୍ୟ ଯିରୁଶାଲମରେ ପରାକ୍ରାନ୍ତ ରାଜଗଣ ଥିଲେ। ସେମାନେ ନଦୀ ସେପାରିସ୍ଥ ତାବତ୍ ଦେଶରେ ରାଜତ୍ୱ କଲେ। ଆଉ ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।

21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ଯ୍ୟନ୍ତ ସେ ନଗରର ଯେପରି ନିର୍ମିତ ନୋହିବ ଏଥିପାଇଁ ସେହି ଲୋକମାନଙ୍କୁ ଆଜ୍ଞା କର, ସେମାନେ କାର୍ଯ୍ୟରୁ ନିବୃତ୍ତ ହୋଇବେ। 22 ସାବଧାନ୍, ତୁମ୍ଭେମାନେ ଏ ବିଷୟରେ ହେଳା କର ନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।

23 ତହିଁରେ ରହୂମର ଓ ଲେଖକ ଶି‌‌‌‌‌‌ମ୍‌‌‌‌‌‌ଶୟର ଓ ସେମାନଙ୍କ ସଙ୍ଗୀମାନଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଢ଼ାଯା’ନ୍ତେ ସେମାନେ ଶୀଘ୍ର ଯିରୁଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତାଦ୍ୱାରା ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ।

ମନ୍ଦିର କାର୍ଯ୍ୟ ବନ୍ଦ ହେଲା

24 ତେଣୁ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରକାର୍ଯ୍ୟ ବନ୍ଦ ହେଲା। ପୁଣି ପାରସ୍ୟ ରାଜା ଦାରିୟାବସର ଅଧିକାରର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।

ଏହି ସମୟରେ ଭବିଷ୍ୟ‌ଦ୍‌ବକ୍ତା ହାଗୟ ଓ ଇଦ୍ଦୋର ପୁତ୍ର ଜିଖରିୟ, ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଯିହୁଦା ଓ ଯିରୁଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେମାନେ ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ। ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।” ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ, “ସେମାନେ ପଗ୍ଭରିଲେ, ଏହି ଗାନ୍ଥକମାନଙ୍କ ନାମ କ’ଣ?”

ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଓ ପତ୍ରଦ୍ୱାରା ସେହି ବିଷୟରେ ଉତ୍ତର ନଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ ନାହିଁ।

ତତ୍ତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥରବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରିୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି। ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲେଖାଥିଲା।

ମହାରାଜ ଦାରିୟାବସଙ୍କର ସର୍ବମଙ୍ଗଳ

ଆମ୍ଭେମାନେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, “ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ମନ୍ଦିରକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନ ସହକାରେ ଗ୍ଭଲୁଅଛି ଓ ସେମାନଙ୍କ ହସ୍ତରେ ଏହା ସଫଳ ହେଉ ଅଛି। ଏହା ମଧ୍ୟ ଶୀଘ୍ର ସରିବ।

ଆମ୍ଭେମାନେ ସେହି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ଯ୍ୟ ବିଷୟରେ କିଛି ପଗ୍ଭରିଲୁ, ତାହା ହେଲା, “ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” 10 ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ପଗ୍ଭରିଲୁ। ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ଲେଖିବାକୁ ଗ୍ଭହିଁଲୁ।

11 ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,

“ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। 12 ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କ୍ରୋଧିତ କରିଥିଲେ। ତେଣୁ ସେ ସେମାନଙ୍କୁ ବାବିଲର ରାଜା କ‌‌‌‌ଲ୍‌‌‌‌‌‌‌ଦୀୟ ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକରି, ଲୋକମାନଙ୍କୁ ବାବିଲକୁ ନେଇଗଲେ। 13 ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ। 14 ଆହୁରି ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ।

15 ସେ ତାହାକୁ କହିଲେ, “ଏହିସବୁ ପାତ୍ର ନେଇ ଯିରୁଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ମନ୍ଦିର ସ୍ୱସ୍ଥାନରେ ନିର୍ମିତ ହେଉ।”

16 ତେଣୁ ଶେଶବସର ଆସି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟାବଧି ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।

17 ଏଣୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୁଶାଲମରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।

ଦାରିୟାବସଙ୍କର ଆଦେଶ

ସେତେବେଳେ ଦାରିୟାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା। ଏବଂ ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥିରେ ଲେଖା ଯାଇଥିଲା।

କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୁଶାଲମସ୍ଥିତ ପରମେଶ୍ୱରଙ୍କ ମନ୍ଦିର ବିଷୟରେ ଆଜ୍ଞା କଲେ।

ଲୋକମାନଙ୍କ ବଳିଦାନର ସ୍ଥାନ, ସେହି ମନ୍ଦିର ନିର୍ମିତ ହେଉ। ତାହାର ମୂଳଭିତ୍ତି ମ‌‍‌ଜ୍‌‍ବୁତ୍ ହେଉ। ତାହାର ଉଚ୍ଚତା ଷାଠିଏ ହାତ ଓ ତାର ପ୍ରସ୍ଥ ଷାଠିଏ ହାତ ହେଉ। ତହିଁରେ ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ୟୟଭାର ଭରଣ କରାଯାଉ। ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସୁନା ଓ ରୂପାପାତ୍ର ନବୂଖ‌ଦ୍‌ନିତ୍ସର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ଏବଂ ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରରେ ତାହା ସବୁ ରଖ।

ଏଣୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଏବଂ ଶଥର ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସାଥୀ ଅଧିକାରୀଗଣ ନଦୀ ସେପାରିସ୍ଥ ତା'ଠାରୁ ଦୂରରେ ରୁହ। ପରମେଶ୍ୱରଙ୍କ ଏହି ମନ୍ଦିରର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ମନ୍ଦିର ସ୍ୱସ୍ଥାନରେ ନିର୍ମାଣ କରନ୍ତୁ।

ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୁଶାଲମସ୍ଥ ଯାଜକମାନଙ୍କ ବାକ୍ୟ ଅନୁଯାୟୀ ଯୁବାବୃଷ, ମେଷ, ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସେମାନଙ୍କ ପ୍ରୟୋଜନ, ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। 10 ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।

11 ମୁଁ ଆହୁରି ଆଜ୍ଞା କରୁଅଛି କି ଯେକେହି ସେହି ବାକ୍ୟ ଅନ୍ୟଥା କରିବ ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଠରେ ସେ ବନ୍ଧା ହୋଇ ଟଙ୍ଗାଯିବ। ପୁଣି ତା’ ଲାଗି ତା'ର ଗୃହ ଖତରାଶି କରାଯାଉ। ‌

12 ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଯିରୁଶାଲମରେ ସୁନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରିବେ।

ମୁଁ ଦାରିୟାବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ।

ମନ୍ଦିରର ସମାପନ ଓ ସମର୍ପଣ

13 ତହିଁରେ ଦାରିୟାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ। 14 ଏଥିରେ ହାଗୟ ଭବିଷ୍ୟ‌ଦ୍‌ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିୟର ଭବିଷ୍ୟ‌ଦ୍‌ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରିୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ। 15 ଦାରିୟାବସ ରାଜାର ଅଧିକାରର ଷଷ୍ଠବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ମନ୍ଦିର ସମାପ୍ତ ହେଲା।

16 ଏହା ପରେ ଇସ୍ରାଏଲର ଲୋକମାନେ, ଯାଜକମାନେ, ଲେବୀୟମାନେ ଓ ନିର୍ବାସିତର ଅବଶିଷ୍ଟ ଲୋକମାନେ ଆନନ୍ଦରେ ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

17 ପୁଣି ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସେମାନେ 100 ବୃଷ, 200 ଅଣ୍ତିରା ମେଷ, 400 ମେଷଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ। 18 ସେମାନେ ମୋଶାଙ୍କ ପୁସ୍ତକର ଲିଖନ ପ୍ରମାଣେ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ସେବା ପାଇଁ ଯାଜକମାନଙ୍କୁ ସେମାନଙ୍କର ଦଳ ଅନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ଦଳ ଅନୁସାରେ ନିଯୁକ୍ତ କଲେ।

ନିସ୍ତାରପର୍ବ

19 ଏହା ପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦୀତ୍ୱର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ। 20 କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହୋଇଥିଲେ। ଏଣୁ ସେମାନେ ବନ୍ଦୀତ୍ୱର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବରେ ମେଷ ବଳି ବଧ କଲେ। 21 ବଳିତ୍ୱରୁ ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ। ସେମାନେ ସମସ୍ତେ ନିସ୍ତାରପର୍ବରେ ଭୋଜନ କଲେ। 22 ଏବଂ ସାତ ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସେମାନଙ୍କୁ ଅନନ୍ଦିତ କରିଥିଲେ ଓ ପରମେଶ୍ୱରଙ୍କ ମନ୍ଦିର କାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇ ଥିଲେ।

ଗୀତସଂହିତା 137

137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
    ସେଠାରେ ବସି ରୋଦନ କଲୁ।
ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
    ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
    “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
    ବିଦେଶରେ ଗାନ କରି ପାରିବା!
ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
    ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
ହେ ଯିରୁଶାଲମ,
    ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
    ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।

ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
    ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
    ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
    ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
    ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center