Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 35-37

ଇଦୋମ ବିପକ୍ଷରେ ବାର୍ତ୍ତା

35 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା: ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେୟୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ଏହା କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,

“‘ହେ ସେୟୀର ପର୍ବତ, ମୁଁ ତୁମ୍ଭର ପ୍ରତିକୂଳ ଅଟେ
    ଓ ମୁଁ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବି।
    ମୁଁ ତୁମ୍ଭକୁ ଶୂନ୍ୟ ଓ ଧ୍ୱଂସ ସ୍ଥାନରେ ପରିଣତ କରିବି।
ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ୱଂସ କରିବି
    ଓ ତୁମ୍ଭେ ଏକ ଶୂନ୍ୟ ଭୂମି ହେବ।
ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।

“‘କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦୁର୍ଦ୍ଦିନ, ସମୟରେ ‌‌ଖ‌ଡ଼୍‌ଗରେ ହତ୍ୟା କର, ଯେତେବେଳେ ସେମାନଙ୍କର ଦୋଷ ସର୍ବୋଚ୍ଚ ହେଲା।’” ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ୟୁ ତୁମ୍ଭର ଅନୁଧାବନ କରିବ। ଯେହେତୁ ତୁମ୍ଭେ ମୃତ୍ୟୁକୁ ଘୃଣା କରି ନାହଁ, ତେଣୁ ମୃତ୍ୟୁ ତୁମ୍ଭ ପଛେ ପଛେ ଗୋଡ଼ାଇବ। ଏହିରୂପେ ମୁଁ ସେୟୀର ପର୍ବତକୁ ଧ୍ୱଂସ ଓ ଶୂନ୍ୟସ୍ଥାନରେ ପରିଣତ କରିବି ଏବଂ ଯେଉଁମାନେ ସେଠାରେ ବାସ କରିବେ ଓ ଯିବା ଆସିବା କରିବେ ମୁଁ ସେମାନଙ୍କୁ ବିନାଶ କରିବି। ମୁଁ ନିହତ ଲୋକମାନଙ୍କ ଶବରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହେବ। ମୁଁ ଚିରକାଳ ଶୂନ୍ୟସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ୟ ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”

10 କାରଣ ତୁମ୍ଭେ କହିଲ, “ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇସ୍ରାଏଲ ଓ ଯିହୁଦା ମୋର ହେବେ, ମୁଁ ସେମାନଙ୍କୁ ଅଧିକାର ଦେବି,”

ଏପରିକି ଯଦିଓ ସେଠାରେ ସଦାପ୍ରଭୁ ବାସ କରନ୍ତି। 11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସେମାନଙ୍କ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କ୍ରୋଧ ଓ ଈର୍ଷା ସେମାନଙ୍କ ପ୍ରତି କରିଅଛ ମୁଁ ସେହି ଅନୁସାରେ ତୁମ୍ଭର ବିଗ୍ଭର କରିବି। ସେତେବେଳେ ସେମାନଙ୍କ ମଧ୍ୟରେ ମୁଁ ଅଛି ବୋଲି ସେମାନେ ଜାଣିବେ। 12 ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ସେସବୁ ଧ୍ୱଂସସ୍ଥାନ ହେବ ଓ ଆମ୍ଭେମାନେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।

“ମୁଁ ସଦାପ୍ରଭୁ ଶୁଣିଅଛି। 13 ତୁମ୍ଭେମାନେ ଗର୍ବିତ ହୋଇ ମୋ’ ବିରୁଦ୍ଧରେ କହିଅଛ। ତୁମ୍ଭେମାନେ ତାହା ବାରମ୍ବାର କହିଛ, ଆଚ୍ଛା! ମୁଁ ତାହା ଶୁଣିଅଛି।”

14 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହେବ। 15 ଇସ୍ରାଏଲ ପରିବାର ଧ୍ୱଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସେହି ଭାବରେ ସେବା କରିବି। ସେୟୀର ପର୍ବତ ଓ ପ୍ରକୃତରେ ସମଗ୍ର ଇଦୋମ, ଧ୍ୱଂସ ହେବ। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

ଇସ୍ରାଏଲ ଦେଶ ପୁନଃନିର୍ମିତ ହେବ

36 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ପର୍ବତଗଣ ପାଇଁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ସେମାନଙ୍କୁ କୁହ: ହେ ଇସ୍ରାଏଲ ପର୍ବତଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। ‘ଶତ୍ରୁଗଣ ତୁମ୍ଭ ବିଷୟରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସେହି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।’

“ତେଣୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ୱଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହୋଇଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହୋଇଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।’”

ଏଣୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ଇସ୍ରାଏଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ୱଂସ ଶୂନ୍ୟ ସ୍ଥାନଗୁଡ଼ିକୁ, ପରିତ୍ୟକ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଉପହାସିତ ହୋଇଛନ୍ତି, ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଈର୍ଷାରେ ଜଳିଯାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ ଓ ଇଦୋମ ବିରୁଦ୍ଧରେ କହିଛି, କାରଣ ସେମାନଙ୍କ ହୃଦୟରେ ମନ୍ଦ ଖୁସୀ ନେଇ ମୋର ଦେଶକୁ ଅଧିକାର କଲେ। ସେମାନେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।”

“ଏଣୁ ଇସ୍ରାଏଲର ଭୂମିରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର, ଆଉ ପର୍ବତ, ଉପପର୍ବତ, ଜଳପ୍ରବାହ ଓ ଉପତ୍ୟକାସବୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ‘ମୁଁ ଈର୍ଷାରେ ଓ ରାଗରେ ଏହା କୁହେ। କାରଣ ଯେଉଁ ପ୍ରକାର ଗୋଷ୍ଠୀଗଣ ତୁମ୍ଭକୁ ଘୃଣା କଲେ।’”

ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପରେ ମୋର ହାତ ଉଠାଉଛି, ଯେହେତୁ ସେମାନେ ତୁମ୍ଭକୁ ଘୃଣା କଲେ।

“କିନ୍ତୁ ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ନିଶ୍ଚୟ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମୋର ଇସ୍ରାଏଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସେମାନଙ୍କର ଆଗମନ ସମୟ ସନ୍ନିକଟ। ଯେହେତୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାଯ୍ୟ କରିବି, ତହିଁରେ ତୁମ୍ଭେମାନେ ଗ୍ଭଷ କରିବ ଓ ବୀଜ ବୁଣିବ। 10 ତୁମ୍ଭଠାରେ ବାସ କରୁଥିବା ଇସ୍ରାଏଲର ପରିବାର ଲୋକମାନଙ୍କୁ ମୁଁ ଦ୍ୱିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହେବ ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। 11 ପୁଣି ମୁଁ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ଦ୍ୱିଗୁଣିତ କରିବି। ସେମାନଙ୍କର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ୟକାଳ ଅପେକ୍ଷା ଅଧିକ ମଙ୍ଗଳ କରିବି। ତାହାହେଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ। 12 ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ ଅର୍ଥାତ୍ ତୁମ୍ଭେ ମୋର ଇସ୍ରାଏଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ। ତୁମ୍ଭେ ଏହି ସମୟଠାରୁ ସେମାନଙ୍କର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।”

13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ହେ ଇସ୍ରାଏଲ ଦେଶ! ଲୋକମାନେ ତୁମ୍ଭ ବିରୁଦ୍ଧରେ କହନ୍ତି, ସେମାନେ କହନ୍ତି ତୁମ୍ଭେ ମନୁଷ୍ୟମାନଙ୍କର ହତ୍ୟାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ୟା କରିଅଛ। 14 ମାତ୍ର ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସେମାନଙ୍କର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। 15 “ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନିତ କରିବି ନାହିଁ, ତୁମ୍ଭେମାନେ ଅନ୍ୟ ଦେଶମାନଙ୍କ ଦ୍ୱାରା ଘୃଣିତ ହେବ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହେବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହିଛନ୍ତି।

ସଦାପ୍ରଭୁ ନିଜର ସୁନାମ ନିଜେ ରକ୍ଷା କରିବେ

16 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 17 “ହେ ମନୁଷ୍ୟ ପୁତ୍ର, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ଦେଶରେ ବାସ କଲେ, ଇସ୍ରାଏଲର ପରିବାର ସେମାନଙ୍କର କୁକର୍ମ ଦ୍ୱାରା ତାହାକୁ ଅଶୁଚି କଲେ। ସେମାନଙ୍କର ଆଚରଣ ସ୍ତ୍ରୀଲୋକମାନଙ୍କର ଋତୁକାଳୀନ ଅଶୌଚ ତୁଲ୍ୟ ଥିଲା। 18 ସେମାନେ ରକ୍ତପାତ ଦ୍ୱାରା ଓ ନିଜର ପ୍ରତିମାଗଣ ଦ୍ୱାରା ଦେଶକୁ ଅଶୁଚି କଲେ। ତେଣୁ ମୁଁ ସେମାନଙ୍କ ଉପରେ ମୋର କ୍ରୋଧ ଢାଳିବି। 19 ମୁଁ ନାନା ଜାତିଗଣଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କଲି ଏବଂ ସେମାନେ ମଧ୍ୟ ନାନା ଦେଶରେ ବିକ୍ଷିପ୍ତ ହେଲେ। ସେମାନଙ୍କର ଆଚରଣ ଓ କ୍ରିୟାନୁସାରେ ମୁଁ ସେମାନଙ୍କୁ ଦଣ୍ଡିତ କଲି। 20 ଏବଂ ସେମାନେ ଯେଉଁ ସ୍ଥାନକୁ ଗଲେ, ସେମାନେ ରାଷ୍ଟ୍ର ମଧ୍ୟରେ ମୋର ପବିତ୍ର ନାମକୁ କଳୁଷିତ କଲେ। କାରଣ ଲୋକମାନେ ସେମାନଙ୍କ ବିଷୟରେ କହିଲେ, ‘ଏମାନେ ସଦାପ୍ରଭୁଙ୍କର ଲୋକ ଓ ତାଙ୍କ ଦେଶରୁ ବିତାଡ଼ିତ ହୋଇଅଛନ୍ତି।’

21 “ମୁଁ ମୋର ମର୍ଯ୍ୟାଦା ପ୍ରତି ତତ୍ପର, କାରଣ ଇସ୍ରାଏଲୀୟମାନେ ଯେଉଁଠାକୁ ଯାଉଥିଲେ ମୋର ନାମକୁ କଳୁଷିତ କଲେ। 22 ତେଣୁ ଇସ୍ରାଏଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି; ‘ହେ ଇସ୍ରାଏଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯାହା କହିବା କଥା ତାହା ମୋର ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭେମାନେ ଯେଉଁଠାକୁ ଗଲେ, ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କଲ। 23 ଦୁଷ୍ଟମାନଙ୍କ ମଧ୍ୟରେ ଅପବିତ୍ର ହୋଇଥିବା ମୋର ମହାନ ନାମକୁ ମୁଁ ପୁଣି ପବିତ୍ର କରିବି। ଯାହା ତୁମ୍ଭେମାନେ କଳୁଷିତ କଲ, ତାହାହେଲେ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ। ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ।”’

24 ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି 25 ମୁଁ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭେମାନେ ପବିତ୍ର ହେବ। ଆଉ ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।” 26 ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦେବି। ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦୟ ଦେବି। 27 ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ। 28 ତାହାହେଲେ ତୁମ୍ଭେମାନେ ସେହି ଦେଶରେ ବାସ କରିବ ଯାହା ମୁଁ ଦେଲି ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଓ ତୁମ୍ଭେମାନେ ମୋର ଲୋକ ହେବ ଆଉ ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବି।” 29 ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ସକଳ ଅଶୌଚରୁ ପରିତ୍ରାଣ କରିବି ଓ ମୁଁ ଶସ୍ୟକୁ ଆହ୍ୱାନ କରି ଉତ୍ପାଦନ ବୃଦ୍ଧି କରିବି। ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ଆଣିବି ନାହିଁ। 30 ପୁଣି ମୁଁ ତୁମ୍ଭମାନଙ୍କର ବୃକ୍ଷର ଫଳ ଓ କ୍ଷେତ୍ରସ୍ଥ ଶସ୍ୟ ଉତ୍ପାଦନ ଏପରି ବୃଦ୍ଧି କରିବି ଯେ, ତୁମ୍ଭେମାନେ ଜାତିମାନଙ୍କ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ନିନ୍ଦା ପାଇବ ନାହିଁ। 31 ଏବଂ ସେ ସମୟରେ ତୁମ୍ଭେମାନେ ନିଜ ନିଜ ମନ୍ଦ ଆଚରଣ ଓ ମନ୍ଦ କ୍ରିୟାସବୁ ସ୍ମରଣ କରିବ। ପୁଣି ତୁମ୍ଭେମାନେ ନିଜର ପାପ ଓ ନିଜର ଘୃଣ୍ୟ କ୍ରିୟା ଯୋଗୁଁ ନିଜେ ନିଜକୁ ନମ୍ର କରିବ।”

32 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଜାଣ ଯେ ଆମ୍ଭେ ତୁମ୍ଭମାନଙ୍କ ସକାଶେ ଏହା କରୁ ନାହୁଁ। ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜର ଆଚରଣ ଯୋଗୁଁ ଲଜ୍ଜିତ ଓ ବିଷଣ୍ଣ ହୁଅ।”

33 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଯେଉଁ ଦିନ ମୁଁ ତୁମ୍ଭମାନଙ୍କୁ ସକଳ ପାପରୁ ଶୁଚି କରିବି, ସେଦିନ ମୁଁ ନଗରଗୁଡ଼ିକୁ ବସତି ବିଶିଷ୍ଟ କରିବି ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। 34 ସେହି ଜନଶୂନ୍ୟ ଭୂମିକୁ ପୁଣି ଲଙ୍ଗଳ କରାଯିବ ଏବଂ ଏହା ପଥିକମାନଙ୍କ ପାଇଁ ଆଉ ଜନଶୂନ୍ୟ ହେବ ନାହିଁ। 35 ତେଣୁ ଲୋକମାନେ କହିବେ, ‘ଏହି ଧ୍ୱଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହୋଇଅଛି। ଆଉ ଏହି ଶୂନ୍ୟ, ଧ୍ୱଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ୟ ହୋଇଅଛି।’”

36 ପରମେଶ୍ୱର କହିଲେ, “ତୁମ୍ଭର ଚତୁର୍ଦ୍ଦିଗର ଦେଶଗୁଡ଼ିକ ଜାଣିବେ ଯେ, ମୁଁ ସଦାପ୍ରଭୁ ନିର୍ଜନ ସ୍ଥାନକୁ ବସତିପୂର୍ଣ୍ଣ ଧ୍ୱଂସ ସ୍ଥାନକୁ ପୁନଃନିର୍ମାଣ ଓ ଜନଶୂନ୍ୟ କ୍ଷେତ୍ରରେ ରୋପଣ କରିଛି। ମୁଁ ସଦାପ୍ରଭୁ ଏହା କହିଅଛି ଓ ଆମ୍ଭେ ଏହା ସଫଳ କରିବା।”

37 ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ପୁଣି ଥରେ ମୁଁ ଇସ୍ରାଏଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସେମାନଙ୍କୁ ଦ୍ୱିଗୁଣିତ କରିବି, ଯାହା ଫଳରେ ସେମାନେ ପଲରେ ଥିବା ମେଷ ସଂଖ୍ୟକ ହେବେ। 38 ନିରୂପିତ ପର୍ବମାନଙ୍କରେ ଯିରୁଶାଲମରେ ଯେପରି ବଳି ଯୋଗ୍ୟ ମେଷ ଓ ଛାଗପଲ ପୂର୍ଣ୍ଣ ହୋଇ ଯାଆନ୍ତି, ଶୂନ୍ୟ ନଗରଗୁଡ଼ିକ ବହୁ ମନୁଷ୍ୟରେ ପରିପୂର୍ଣ୍ଣ ହେବ।”

ଶୁଷ୍କ ଅସ୍ଥିସକଳର ଦର୍ଶନ

37 ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ସଦାପ୍ରଭୁ ସେହି ଅସ୍ଥିଗୁଡ଼ିକ ଦେଇ ନେଲେ, ଯାହା ଚତୁର୍ଦ୍ଦିଗରେ ଥିଲା। ସେହି ଉପତ୍ୟକାରେ ବହୁତ ଅସ୍ଥି ଥିବାର ମୁଁ ଦେଖି ପାରିଲି। ମୁଁ ସେହି ଅସ୍ଥିଗୁଡ଼ିକ ଅତିଶୟ ଶୁଷ୍କ ଥିବାର ଲକ୍ଷ୍ୟ କଲି।

ତା'ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ ପଗ୍ଭରିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହୋଇ ପାରିବେ କି?”

ମୁଁ ଉତ୍ତର ଦେଲି, “ସଦାପ୍ରଭୁ, ମୋର ପ୍ରଭୁ, ଏ ପ୍ରଶ୍ନର ଉତ୍ତର କେବଳ ଆପଣ ଜାଣନ୍ତି।”

ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି କୁହ, ‘ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ, ମୋର ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବି ଓ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କ ଉପରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବି। ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଏହା ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ କଲି, ଯେତେବେଳେ ମୁଁ ଭବିଷ୍ୟ‌ଦ୍‌ବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହୋଇଗଲେ। ମୁଁ ନିରୀକ୍ଷଣ କରି ଦେଖିଲି, ସେହିସବୁ ଅସ୍ଥି ଉପରେ ସ୍ନାୟୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସେମାନଙ୍କର ପ୍ରାଣବାୟୁ ନ ଥିଲା।

ତା'ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର ଓ ବାୟୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପରେ ପ୍ରଶ୍ୱାସ ଦିଅ, ଯେପରି ସେମାନେ ଜୀବିତ ହେବେ।’”

10 ଏବଂ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କଲି ଏବଂ ପ୍ରଶ୍ୱାସ ସେମାନଙ୍କ ମଧ୍ୟକୁ ଆସିଲା। ଆଉ ସେମାନେ ଜୀବିତ ହୋଇଗଲେ ଏବଂ ଛିଡ଼ା ହୋଇଗଲେ। ସେମାନେ ବହୁତ ଲୋକ ଥିଲେ ଏବଂ ମହାନ ସୈନ୍ୟବାହିନୀ ଗଠନ କଲେ।

11 ତା'ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’ 12 ଏଣୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ମୋର ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବି। 13 ହେ ମୋର ଲୋକମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସେଗୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭେମାନେ ଜାଣିବ। 14 ଆଉ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶରେ ବସାଇବି। ତାହାହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭେମାନେ ଜାଣିବ।’” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

ଯିହୁଦା ଓ ଇସ୍ରାଏଲ ପୁନର୍ବାର ଏକାଠି ହେବେ

15 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନେଇ ତହିଁ ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ;’ ତା'ପରେ ଆଉ ଖଣ୍ଡେ ଆଶାବାଡ଼ି ନେଇ ତାହା ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଇଫ୍ରୟିମର, ଇସ୍ରାଏଲ ବଂଶ ଯୋଷେଫ ଓ ତା'ର ସାଙ୍ଗମାନଙ୍କୁ ଦର୍ଶାଏ।’ 17 ତା'ପରେ ତୁମ୍ଭ ହସ୍ତରେ ସେହି ଦୁଇ ଆଶାବାଡ଼ି ଯେପରି ଏକ ହେବ, ଏଥିପାଇଁ ସେହି ଦୁଇ ଆଶାବାଡ଼ିକୁ ଏକତ୍ର ଯୋଡ଼।

18 “ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ। 19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ‘ଇଫ୍ରୟିମର ହସ୍ତରେ ଥିବାର ଯୋଷେଫଙ୍କର ଆଶାବାଡ଼ି ପୁଣି ତାଙ୍କର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା, ଆଉ ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା। ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଆଶାବାଡ଼ି ହେବେ।’

20 “ଯେଉଁ ଦୁଇ ଆଶାବାଡ଼ିରେ ତୁମ୍ଭେ ସେମାନଙ୍କର ନାମ ଲେଖିଥିଲ, ତାହା ସେମାନେ ଦେଖିବା ପାଇଁ ତୁମ୍ଭ ହସ୍ତରେ ରହିବ। 21 ପୁଣି ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସେମାନେ ଯାଇ ଅଛନ୍ତି ସେହି ସ୍ଥାନର ଗୋଷ୍ଠୀୟମାନଙ୍କ ମଧ୍ୟରୁ ମୁଁ ସେମାନଙ୍କୁ ନିଜ ଦେଶକୁ ନେଇଆସିବି। ଆଉ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବି। 22 ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ। 23 ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।

24 “‘ପୁଣି ମୋର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ। କେବଳ ସେ ହିଁ ଜଣେ ସମସ୍ତଙ୍କ ଉପରେ ମେଷପାଳକ ହେବେ। ଆଉ ସେମାନେ ମୋର ବ୍ୟବସ୍ଥା ମାନି ଚଳିବେ ଓ ମୋର ବିଧିସବୁ ରକ୍ଷାକରି ପାଳନ କରିବେ। 25 ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ। 26 ଏବଂ ମୁଁ ସେମାନଙ୍କ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସେମାନଙ୍କ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହେବ। ଏବଂ ମୁଁ ସେମାନଙ୍କୁ ବସାଇବି ଓ ବଢ଼ାଇବି। ଆଉ ସେମାନଙ୍କ ମଧ୍ୟରେ ସଦାକାଳ ମୁଁ ଆପଣା ପବିତ୍ର ସ୍ଥାନ ସ୍ଥାପନ କରିବି। 27 ଆଉ ମଧ୍ୟ ମୋର ପବିତ୍ର ତମ୍ବୁ ସେମାନଙ୍କ ସଙ୍ଗରେ ରହିବ। ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ। 28 ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଇସ୍ରାଏଲକୁ ମୋର ବିଶେଷ ଲୋକ କରେ। କାରଣ ମୋର ପବିତ୍ର ସ୍ଥାନ ସର୍ବଦା ସେମାନଙ୍କ ମଧ୍ୟରେ ରହିବ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center