Chronological
ଫାରୋ ଜଣେ ଯୁବା ସିଂହ କି ରାକ୍ଷସ?
32 ଅନନ୍ତର ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,
“‘ତୁମ୍ଭେ ଗୋଟିଏ ଯୁବା ସିଂହ ତୁଲ୍ୟ,
ତୁମ୍ଭେ ଗୋଟିଏ ସମୁଦ୍ର ରାକ୍ଷସ ପରି।
ତୁମ୍ଭେ ନଦୀ ସମୂହର ଜଳକୁ ଅତିକ୍ରମ କରି
ଓ ଆପଣା ପାଦରେ ଜଳ ଚହଲାଇ
ତାକୁ ଗୋଳିଆ କର।’”
3 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି,
“ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରିତ କରି
ତୁମ୍ଭ ଉପରେ ମୋର ଜାଲ ପ୍ରସାରଣ କରିବି।
ଆଉ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
4 ମୁଁ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ି ରହିବ।
ମୁଁ ଆକାଶର ପକ୍ଷୀସବୁକୁ ଆଣିବି
ଓ ସେମାନେ ତୁମ୍ଭକୁ ଭକ୍ଷ୍ୟଣ କରିବେ।
ପୁଣି ପୃଥିବୀର ସମୁଦାୟ ପଶୁଗଣଙ୍କୁ ଆଣିବି ଓ ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତୁମ୍ଭକୁ ଭକ୍ଷ୍ୟଣ କରିବେ।
5 ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପରେ ପକାଇବି
ଓ ତୁମ୍ଭର ମୃତ ଶବରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
6 ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପରେ ଢାଳ।
ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହେବ।
ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
7 ଯେତେବେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ
ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ୱାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମୟ କରିବି।
ଆଉ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦେବି ନାହିଁ।
8 ଆକାଶର ସମସ୍ତ ଉଜ୍ଜ୍ୱଳ ଜ୍ୟୋତିଃକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପରେ
ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ଆଣିବି।”
ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।
9 “ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟକୁ ବ୍ୟସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ୟ ତୁମ୍ଭ ପାଇଁ ବିବ୍ରତ ହେବେ। 10 ଏବଂ ମୁଁ ଅନେକ ଗୋଷ୍ଠୀକୁ ତୁମ୍ଭ ବିଷୟରେ ଚମତ୍କୃତ କରାଇବି ଏବଂ ସେମାନଙ୍କ ରାଜାମାନଙ୍କ ସମ୍ମୁଖରେ ମୋର ଖଡ଼୍ଗ ଗ୍ଭଳନା କଲାବେଳେ ସେମାନେ ଅତିଶୟ ଭୀତ ହେବେ। ଯେତେବେଳେ ମୁଁ ତୁମ୍ଭର ପତନ ଆଣିବି, ସେମାନେ ପ୍ରତ୍ୟେକ ନିଜ ନିଜ ଜୀବନ ବିଷୟରେ ଭୟଭୀତ ହେବେ।”
11 କାରଣ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ବାବିଲ ରାଜାର ଖଡ଼୍ଗ ତୁମ୍ଭକୁ ଆକ୍ରମଣ କରିବ। 12 ମୁଁ ସେହି ବୀରମାନଙ୍କ ଖଡ଼୍ଗରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସେହି ବୀରଗଣ ଜାତିମାନଙ୍କ ମଧ୍ୟରେ ଅତି ଭୟଙ୍କର ଅଟନ୍ତି। ଏବଂ ସେମାନେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହେବେ। 13 ମୁଁ ଅପାର ଜଳରାଶି ନିକଟରୁ ସମସ୍ତ ପଶୁମାନଙ୍କୁ ବିନାଶ କରିବି। ତାହାହେଲେ ମନୁଷ୍ୟମାନେ ପାଣିକୁ ପାଦରେ ଚହଲାଇ ଗୋଳିଆ କରିବେ ନାହିଁ କିମ୍ବା ପଶୁମାନଙ୍କ ଖୁରାରେ ତାହା ଚହଲି ଗୋଳିଆ ହେବ ନାହିଁ। 14 ମୁଁ ମିଶରର ଜଳରାଶିକୁ ରଖିବି ଓ ଏହାର ନଦୀଗୁଡ଼ିକ ତେଲ ପରି ଧିରେ ବହିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି। 15 “ମୁଁ ମିଶର ଦେଶକୁ ଧ୍ୱଂସ କରି ଶୂନ୍ୟସ୍ଥାନରେ ପରିଣତ କରିବି। ଯେଉଁଥିରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହାହେଲେ ମୁଁ ଯେ ସ୍ୱୟଂ ସଦାପ୍ରଭୁ, ତାହା ସେମାନେ ଜାଣିବେ।
16 “ଏହି ବିଳାପ ଗୀତ ଲୋକେ ଗାନ କରିବେ। ଜାତିମାନଙ୍କର କନ୍ୟାମାନେ ବିଳାପ କରି ଏହି ଗୀତ ଗାଇବେ। ସେମାନେ ମିଶରର ସମଗ୍ର ଜନତା ଉଦ୍ଦେଶ୍ୟରେ ବିଳାପ ପରି ଏହା ଗାନ କରିବେ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।
ମିଶର ଧ୍ୱଂସପ୍ରାପ୍ତ ହେବ
17 ଦ୍ୱାଦଶ ବର୍ଷର, ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷୟରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳରେ ପକାଇ ଦିଅ।
19 “ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ[a] ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
20 “ମିଶର ଖଡ଼୍ଗରେ ନିହତ ଲୋକମାନଙ୍କ ମଧ୍ୟରେ ପଡ଼ିବ। ସେ ଖଡ଼୍ଗରେ ସମର୍ପିତ ହୋଇଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନେଇଯାଅ।
21 “ବୀରଗଣ ମଧ୍ୟରେ ବଳବାନମାନେ ଖଡ଼୍ଗରେ ନିହତ ହୋଇଛନ୍ତି, ସେହି ଅସୁନ୍ନତ ଲୋକମାନେ ପାତାଳଗାମୀ ହୋଇ ସ୍ଥିର ହୋଇ ଶୟନ କରିଛନ୍ତି। ଆଉ ସେମାନେ ସେହି ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।
22-23 “ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗରେ ଅଛି, ସେମାନେ ସମସ୍ତେ ହତ, ଖଡ଼୍ଗ ଦ୍ୱାରା ପତିତ ହୋଇଅଛନ୍ତି। ଆଉ ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ଜନ୍ମାଉଥିଲେ ସେମାନେ ସମସ୍ତେ ଖଡ଼୍ଗରେ ନିହତ ହୋଇ ପତିତ ହୋଇଅଛନ୍ତି।
24 “ଏଲମ ଓ ତା'ର ଲୋକମାନେ ସେଠାରେ ଅଛନ୍ତି, ସେମାନେ ସମସ୍ତେ ଯୁଦ୍ଧରେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। ସେମାନଙ୍କର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗରେ ଅଛି। ଆଉ ସେମାନଙ୍କ କବରର ଚତୁର୍ଦ୍ଦିଗରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥାରେ କବରକୁ ଯାଇଛନ୍ତି। ସେମାନେ ଅନ୍ୟମାନଙ୍କ ସହିତ ସେମାନଙ୍କର ଅପମାନ ଭୋଗ କରିଅଛନ୍ତି। 25 ନିହତ ଲୋକମାନଙ୍କ ମଧ୍ୟରେ ତା’ ପାଇଁ ଗୋଟିଏ ଶଯ୍ୟା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା'ର କବରର ଚତୁର୍ଦ୍ଦିଗରେ ଅଛନ୍ତି। ସେହି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। କାରଣ ସେମାନଙ୍କ ଆତଙ୍କ ଜୀବିତମାନଙ୍କ ମଧ୍ୟରେ ବ୍ୟାପିଗଲା। ସେମାନେ ସେମାନଙ୍କର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧ୍ୟରେ ରହିଲେ।
26 “ଏବଂ ମେଷକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସେମାନଙ୍କର ଚତୁର୍ଦ୍ଦିଗରେ ସେମାନଙ୍କର କବରସବୁ ଅଛି। ସେମାନେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ଼୍ଗରେ ହତ ହେଲେ। କାରଣ ସେମାନେ ଜୀବିତ ଥିବା ସମୟରେ ଦେଶରେ ଲୋକମାନଙ୍କୁ ଭୟ ଦେଖାଇ ଥିଲେ। 27 ଅସୁନ୍ନତ ବୀରମାନଙ୍କ ସହିତ ସେମାନେ କ’ଣ ଯୁଦ୍ଧ ଭୂମିରେ ପତିତ ହୋଇ ନାହାନ୍ତି, ଯେଉଁମାନେ ସେମାନଙ୍କର ଖଡ଼୍ଗକୁ ତକିଆ ଭିତରେ ରଖି ପାତାଳକୁ ଯାଇଛନ୍ତି? ସେମାନଙ୍କର ପାପ ସେମାନଙ୍କର ଅସ୍ଥି ଉପରେ ଅଛି। ଯେହେତୁ ସେମାନେ ଜୀବିତ ଥିବା ବେଳେ ଆତଙ୍କ ଖେଳାଇଛନ୍ତି।
28 “ହେ ମିଶର, ତୁମ୍ଭେ ମଧ୍ୟ ଅସୁନ୍ନତମାନଙ୍କ ମଧ୍ୟରେ ବିନାଶ ହେବ ଓ ଖଡ଼୍ଗରେ ନିହତ ଲୋକମାନଙ୍କ ସହିତ ଶୟନ କରିବ।
29 “ସେ ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସେମାନେ ଯୁଦ୍ଧରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସେମାନେ ଜୀବନରେ ସେମାନଙ୍କର ଶକ୍ତିପାଇଁ ପରିଚିତ ଥିଲେ।
30 “ଏମାନେ ଉତ୍ତର ଦେଶୀୟ ମୁଖ୍ୟ ଓ ସୀଦୋନର ସୈନ୍ୟଗଣ ଥିଲେ। ସେମାନେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି। ସେମାନଙ୍କର ଶକ୍ତି ସତ୍ତ୍ୱେ, ଯୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହୋଇ ଲଜ୍ଜିତ ହୋଇଛନ୍ତି। ସେମାନେ କବରରେ ଅନ୍ୟାନ୍ୟ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହୋଇଛନ୍ତି।
31 “ଫାରୋ ସେମାନଙ୍କୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷୟରେ ସାନ୍ତ୍ୱନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ୟ ଖଡ଼୍ଗରେ ନିହତ ହୋଇଅଛନ୍ତି।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
32 “ଯେତେବେଳେ ଫାରୋ ଜୀବିତ ଥିଲେ, ମୁଁ ତାକୁ ଭୟ କରିବା ପାଇଁ ଲୋକମାନଙ୍କୁ ତିଆରି କଲି। କିନ୍ତୁ ବର୍ତ୍ତମାନ ସେ ଓ ତା'ର ଲୋକମାନଙ୍କୁ ସମସ୍ତ ଅସୁନ୍ନତ ଲୋକ ଓ ଖଡ଼୍ଗରେ ନିହତ ଲୋକମାନଙ୍କ ମଧ୍ୟରେ ରଖାଯିବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ପରମେଶ୍ୱର ଯିହିଜିକଲଙ୍କୁ ଇସ୍ରାଏଲ ପ୍ରହରୀ ରୂପେ ନିଯୁକ୍ତ କରନ୍ତି
33 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, ‘ଆମ୍ଭେ ଯେତେବେଳେ କୌଣସି ଦେଶ ବିରୁଦ୍ଧରେ ଖଡ଼୍ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ୟରୁ ଜଣଙ୍କୁ ସେତେବେଳେ ଏକ ପ୍ରହରୀ କରି ନିଯୁକ୍ତ କରନ୍ତି। 3 ଆଉ ସେ ଯଦି ଦେଶ ବିରୁଦ୍ଧରେ ଖଡ଼୍ଗ ଆଣିବାର ଦେଖେ, ତେବେ ସେ ତୂରୀ ବଜାଇ ଲୋକମାନଙ୍କୁ ସଚେତନ କରାଏ। 4 ଯଦି କେହି ତୂରୀ ଶବ୍ଦ ଶୁଣି ସତର୍କ ନ ହୁଏ ଓ ଶତ୍ରୁର ଖଡ଼୍ଗ ତାହାକୁ ହତ୍ୟା କରେ, ତେବେ ତାହାର ମୃତ୍ୟୁ ପାଇଁ ସେ ଦାୟୀ ରହିବ। 5 କାରଣ ସେ ତୂରୀଶବ୍ଦ ଶୁଣି ସତର୍କ ହେଲା ନାହିଁ ଏବଂ ଶତ୍ରୁଗଣ ତାକୁ ହତ୍ୟା କରନ୍ତି। ତେବେ ସେମାନେ ନିଜର ମୃତ୍ୟୁ ପାଇଁ ଦାୟୀ ରହିବେ। କାରଣ ସେମାନେ ସଚେତନ ହୋଇଥିଲେ ନିଜର ପ୍ରାଣ ବଞ୍ଚାଇ ଥା’ନ୍ତେ।
6 “‘କିନ୍ତୁ ସେ ପ୍ରହରୀ ଯଦି ଖଡ଼୍ଗ ଆସିବାର ଦେଖି ତୂରୀ ନ ବଜାଏ ଓ ଲୋକମାନେ ସଚେତନ ନ ହୁଅନ୍ତି ଆଉ ଖଡ଼୍ଗ ଆସି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ହତ୍ୟା କରେ, ତେବେ ନିଜ ପାପ ଯୋଗୁଁ ହତ୍ୟା ହେଲା। କିନ୍ତୁ ମୁଁ ତାହାର ରକ୍ତର ପ୍ରତିଶୋଧ ସେହି ପ୍ରହରୀ ଉପରେ ନେବି।’
7 “ଏଣୁ ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲ ବଂଶର ପ୍ରହରୀ କରି ନିଯୁକ୍ତ କରିଅଛି, ତୁମ୍ଭେ ମୋର ମୁଖରୁ ଯେଉଁ ବାକ୍ୟଗୁଡ଼ିକ ମୋ’ ପକ୍ଷରୁ ସେମାନଙ୍କୁ ସଚେତନ କରିବ। 8 ମୁଁ ଯେତେବେଳେ କୌଣସି ଦୁଷ୍ଟ ଲୋକକୁ କହିବି, ‘ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚୟ ମରିବ।’ ସେତେବେଳେ ତୁମ୍ଭେ ଯଦି ତାକୁ ସଚେତନ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତେବେ ସେହି ଦୁଷ୍ଟଲୋକ ନିଜ ପାପରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପରେ ନେବି। 9 କିନ୍ତୁ ଯଦି ସେହି ଦୁଷ୍ଟ ଲୋକକୁ ସଚେତନ କଲାପରେ ତା'ର ଜୀବନ ପଥ ନ ବଦଳାଏ ଓ ପାପରୁ ନିବୃତ୍ତ ନ ହୁଏ, ତେବେ ସେ ତାହାର ପାପ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ନିଜର ପ୍ରାଣ ବଞ୍ଚାଇବ।
ପରମେଶ୍ୱର ଲୋକମାନଙ୍କର ବିନାଶ ଗ୍ଭହାନ୍ତି ନାହିଁ
10 “ଆଉ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭେମାନେ ଏ ପ୍ରକାର କହୁଅଛ, ‘ଆମ୍ଭମାନଙ୍କର ବ୍ୟବସ୍ଥା ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପରେ ଅଛି ଓ ଆମ୍ଭେମାନେ ସେଥିରେ ହିଁ କ୍ଷୟ ପାଉଅଛୁ, କିନ୍ତୁ ବର୍ତ୍ତମାନ ମୁଁ କିପରି ରକ୍ଷା ପାଇବି?’
11 “ତେବେ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ। କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହୋଇ ବଞ୍ଚେ, ସେଥିରେ ଆମ୍ଭେ ସନ୍ତୋଷ ଲାଭ କରୁ। ତେଣୁ ତୁମ୍ଭେମାନେ ନିଜ ନିଜ କୁପଥରୁ ଫେର ଓ ମୋର ନିକଟବର୍ତ୍ତୀ ହୁଅ। ହେ ଇସ୍ରାଏଲ ବଂଶ ତୁମ୍ଭେ କାହିଁକି ମରିବ?’
12 “ହେ ମନୁଷ୍ୟପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, ‘ଧାର୍ମିକମାନଙ୍କର ପୁଣ୍ୟ ସେଦିନ ତାକୁ ରକ୍ଷା କରି ପାରିବ ନାହିଁ, ଯେତେବେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ୱଭାବ ତା'ର ପତନର କାରଣ ହେବ ନାହିଁ ଯେତେବେଳେ ସେ ଠିକ୍ କାର୍ଯ୍ୟ କରିବାକୁ ଆରମ୍ଭ କରେ। ଏବଂ ଯେଉଁ ଦିନ ଦୁଷ୍ଟ ଲୋକଟି ତା'ର ପାପରୁ ନିବୃତ୍ତ ହେବ, ସେ ତା'ର ପାପ ପାଇଁ ଆଉ ଯନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସେହିପରି ଜଣେ ଧାର୍ମିକ ଲୋକ ପାପ କରେ, ତେବେ ତାକୁ ତା'ର ଅତୀତର ଧାର୍ମିକତା ଯୋଗୁଁ ବଞ୍ଚିବାକୁ ଅନୁମତି ଦିଆଯିବ ନାହିଁ।’
13 “ଯଦି ମୁଁ ଜଣେ ଧାର୍ମିକ ବ୍ୟକ୍ତିକୁ କୁହେ, ‘ତୁମ୍ଭେ ନିଶ୍ଚିତ ଭାବରେ ବଞ୍ଚିବ,’ ଏବଂ ସେ ତା'ର ଅତୀତର ଧାର୍ମିକତାକୁ ଭରସା କରି ପାପ କରେ, ତା'ର କୌଣସି ପୂର୍ବ ଧାର୍ମିକତା ସ୍ମରଣ କରାଯିବ ନାହିଁ ଏବଂ ସେ ତା'ର ପାପ ପାଇଁ ମରିବ।
14 “ଏବଂ ଯେତେବେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ, 15 ସେହି ଦୁଷ୍ଟଲୋକ ଯେବେ ବନ୍ଧନ ଦ୍ରବ୍ୟ ଫେରାଇ ଦିଏ, ସେ ଯାହା ଅପହରଣ କରିଥିଲା, ଯଦି ସେ ସମସ୍ତ ଜିନିଷଗୁଡ଼ିକ ପାଇଁ ପରିଶୋଧ କରେ, ଯେ ସେ ପାଦ୍ରୀ, କୌଣସି ପାପ ନ କରି ଜୀବନଦାୟକ ବିଧି ପଥରେ ଗ୍ଭଲେ, ତେବେ ସେ ନିଶ୍ଚୟ ବଞ୍ଚିବ ସେ ମରିବ ନାହିଁ। 16 ତାହାର ଅତୀତର କୌଣସି ପାପକର୍ମଗୁଡ଼ିକୁ ସ୍ମରଣ କରାଯିବ ନାହିଁ। ଯେହେତୁ ସେ ଯାହା ନ୍ୟାୟ ଓ ଧର୍ମାଚରଣ କରିଛି, ସେ ବଞ୍ଚିବ।
17 “କିନ୍ତୁ ତୁମ୍ଭର ଲୋକମାନେ କହୁଅଛନ୍ତି ଯେ, ‘ସଦାପ୍ରଭୁ ଆମ୍ଭର ପ୍ରଭୁ ପଥ ସରଳ ନୁହେଁ।’
“କିନ୍ତୁ ପ୍ରକୃତରେ ସେମାନଙ୍କର ନିଜ ପଥ ସରଳ ନୁହେଁ। 18 ଯଦି ଜଣେ ଧାର୍ମିକ ବ୍ୟକ୍ତି ଆପଣା ଧାର୍ମିକତାରୁ ଓହରି ପାପ କରେ ସେ ତହିଁରେ ମରିବ। 19 ଯଦି ଜଣେ ଦୁଷ୍ଟ ଆପଣା ଦୁଷ୍ଟତାରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ ସେ ବଞ୍ଚିବ। 20 ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ଲୋକର ତା'ର ଆଗ୍ଭର ବ୍ୟବହାର ଅନୁସାରେ ବିଗ୍ଭର କରିବି।”
ଯିରୁଶାଲମ ଅଧିକୃତ ହୋଇଅଛି
21 ଅନନ୍ତର ଆମ୍ଭମାନଙ୍କ ନିର୍ବାସରେ ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୁଶାଲମରୁ ଜଣେ ପଳାତକ ମୋ’ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।”
22 ସେହି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସନ୍ଧ୍ୟା ସମୟରେ ମୋର ପ୍ରଭୁ ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଥିଲା। ପ୍ରାତଃକାଳରେ ସେହି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସେ ମୋର ମୁଖ ଫିଟାଇଥିଲେ। ଆଉ ମୁଁ ଚୁପ୍ ହୋଇ ରହିଲି ନାହିଁ। 23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 24 “ହେ ମନୁଷ୍ୟ ପୁତ୍ର, ଯେଉଁମାନେ ଇସ୍ରାଏଲ ଦେଶର ସେହି ଧ୍ୱଂସପ୍ରାପ୍ତ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ‘ଅବ୍ରହାମ ଏକମାତ୍ର ଜଣେ ବ୍ୟକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭେମାନେ ଅନେକ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।’
25 “ତେଣୁ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ରକ୍ତ ସହିତ ମାଂସ ଖାଉଅଛ ଓ ତୁମ୍ଭେ ତୁମ୍ଭର ପ୍ରତିମାଗଣକୁ ଦେଖ ସାହାଯ୍ୟ ପାଇଁ, ଆଉ ରକ୍ତପାତ କରୁଅଛ। ତେବେ ତୁମ୍ଭମାନଙ୍କୁ କାହିଁକି ଦେଶାଧିକାର ଦିଆଯିବ? 26 ତୁମ୍ଭେମାନେ ନିଜ ନିଜ ଖଡ଼୍ଗ ଉପରେ ନିର୍ଭର କରୁଅଛ। ଆଉ ପାପ ଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକ ନିଜ ନିଜ ପ୍ରତିବାସୀର ସ୍ତ୍ରୀକୁ ପାପ ବ୍ୟଭିଗ୍ଭରୀ ଦ୍ୱାରା ଅଶୁଚି କରୁଅଛ। ତେଣୁ ତୁମ୍ଭମାନଙ୍କୁ କାହିଁକି ଦେଶାଧିକାର ଦିଆଯିବ?’
27 “‘ଏହିରୂପେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଧ୍ୱଂସପ୍ରାପ୍ତ ସ୍ଥାନରେ ରହିଥିବା ଲୋକମାନେ ଖଡ଼୍ଗରେ ପତିତ ହେବେ ଏବଂ ଯେଉଁମାନେ ଖୋଲା ପ୍ରାନ୍ତରରେ ଥିବେ ସେମାନଙ୍କୁ ପଶୁମାନେ ଭକ୍ଷ୍ୟଣ କରିବେ କିନ୍ତୁ ଯେଉଁ ଲୋକମାନେ ଦୃଢ଼ ଦୁର୍ଗ ଓ ଗୁମ୍ଫା ମଧ୍ୟରେ ଲୁଚି ରହିବେ, ସେମାନେ ମହାମାରୀରେ ମରିବେ। 28 ଏବଂ ମୁଁ ଇସ୍ରାଏଲ ଦେଶକୁ ବିନଷ୍ଟ ଓ ଶୂନ୍ୟ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ। ପୁଣି ଇସ୍ରାଏଲର ପର୍ବତଗଣ ନିର୍ଜ୍ଜନ ହେବେ, ଆଉ କେହି ତାହା ମଧ୍ୟଦେଇ ଗମନାଗମନ କରିବେ ନାହିଁ। 29 ସେମାନେ ଏପରି ଘୃଣ୍ୟ ଓ ମନ୍ଦକର୍ମ କରିଅଛନ୍ତି ଯେ ଆମ୍ଭେ ଦେଶକୁ ଧ୍ୱଂସିତ ଓ ଶୂନ୍ୟସ୍ଥାନ କରାଇବା। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ତାହା ସେମାନେ ଜାଣିବେ।”
30 “‘ପୁଣି ହେ ମନୁଷ୍ୟ ପୁତ୍ର, ତୁମ୍ଭ ଲୋକମାନଙ୍କର କାନ୍ଥ ନିକଟରେ ଠିଆ ହୋଇ ସେମାନଙ୍କର ଦ୍ୱାରଗୁଡ଼ିକରେ ଦେଶରେ ତୁମ୍ଭ ବିଷୟରେ କଥାବାର୍ତ୍ତା କରନ୍ତି। ଆଉ ଜଣେ ଅନ୍ୟ ଜଣକୁ କହେ, “ଭାଇ ଆସ, ସଦାପ୍ରଭୁଙ୍କଠାରୁ ଭବିଷ୍ୟଦ୍ବାଣୀ ଶୁଣିବା।” 31 ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।
32 “‘ତୁମ୍ଭେ ସେମାନଙ୍କ ନିକଟରେ ମଧୁର ସଙ୍ଗୀତ ଗାନ କରୁଥିବା ଗାୟକ ସଦୃଶ ଅଟ। ତୁମ୍ଭର ମଧୁର ସ୍ୱର ଅଛି, ତୁମ୍ଭେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାର। ତେଣୁ ସେମାନେ ତୁମ୍ଭର କଥା ଶୁଣନ୍ତି, କିନ୍ତୁ ତୁମ୍ଭେ ଯାହା କୁହ ତାହା କରନ୍ତି ନାହିଁ। 33 ଏବଂ ଯେତେବେଳେ ଏହା ସତ ହୁଏ ଏବଂ ଏହା ଆସୁଛି, ତା'ପରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଥିଲେ।’”
ଇସ୍ରାଏଲ ଏକ ମେଷପଲ ସଦୃଶ
34 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ମେଷପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର। ସେହି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ୟଦ୍ବାଣୀ କହନ୍ତି, ‘ଇସ୍ରାଏଲର ମେଷପାଳକମାନଙ୍କୁ ଧିକ୍, ଯେଉଁମାନେ କେବଳ ସେମାନଙ୍କର ଯତ୍ନ ନିଅନ୍ତି। ମେଷପାଳକମାନେ ମେଷମାନଙ୍କର ଯତ୍ନ ନେବା ଉଚିତ୍ ନୁହେଁ କି? 3 ତୁମ୍ଭେମାନେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭେମାନେ ସେହି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ୟା କର କିନ୍ତୁ ତୁମ୍ଭେ ପଲର ଯତ୍ନ ନେଉ ନାହଁ। 4 ଏବଂ ତୁମ୍ଭେମାନେ ଦୁର୍ବଳମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହିଁ, ଆହତ ମେଷମାନଙ୍କର କ୍ଷତସ୍ଥାନରେ ପଟି ବାନ୍ଧି ନାହଁ। ବିତାଡ଼ିତ ମେଷମାନଙ୍କୁ ଫେରାଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖୋଜିଲ ନାହିଁ। କିନ୍ତୁ ତୁମ୍ଭେମାନେ ବଳରେ ଓ ନିଷ୍ଠୁର ଭାବରେ ସେମାନଙ୍କୁ ଶାସନ କରିଅଛ।
5 “‘ଏବଂ ସେହି ମେଷପାଳକ ବିହୀନ ମେଷମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ। 6 ଏବଂ ପର୍ବତମାନଙ୍କରେ ଏବଂ ଉଚ୍ଚ ସ୍ଥାନମାନଙ୍କରେ ମୋର ମେଷପଲ ହଜିଗଲେ। ମୋର ମେଷଗୁଡ଼ିକ ଦେଶର ଗ୍ଭରିଆଡ଼େ ଛିନ୍ନଛତ୍ର ହୋଇଗଲେ ଏବଂ ସେମାନଙ୍କୁ କେହି ଦେଖନ୍ତି ନାହିଁ। ସେମାନଙ୍କୁ କେହି ଖୋଜନ୍ତି ନାହିଁ।’”
7 ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସେ କହନ୍ତି, 8 “ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମୋର ପଲଟି ଲୁଣ୍ଠିତ ହେଲା ଏବଂ ମେଷପାଳକର ଅନୁପସ୍ଥିତିରେ ବନ୍ୟ ଜନ୍ତୁର ଶିକାର ହେଲେ ଏବଂ ମୋର ମେଷପାଳକଗଣ ମୋର ମେଷଗୁଡ଼ିକ ଦେଖିଲେ ନାହିଁ, କେବଳ ସେମାନଙ୍କର ନିଜର ଯତ୍ନ ନେଲେ ଏବଂ ମୋର ମେଷମାନଙ୍କର ଯତ୍ନ ନେଲେ ନାହିଁ।”
9 ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 10 ସଦାପ୍ରଭୁ କହନ୍ତି, “ଦେଖ, ମୁଁ ମେଷପାଳକମାନଙ୍କର ବିରୁଦ୍ଧରେ ଅଛି। ମୁଁ ସେମାନଙ୍କୁ ମୋର ମେଷମାନଙ୍କ ପାଇଁ ଦାୟୀ କରିବି। ମୁଁ ସେମାନଙ୍କୁ ମେଷଗୁଡ଼ିକ ପାଖରୁ ଦୂରକୁ ନେଇଯିବି ଏବଂ ସେମାନେ ଆଉ ସେଗୁଡ଼ିକର ମେଷପାଳକ ହେବେ ନାହିଁ। ସେମାନଙ୍କର ପାଟିରୁ ମୁଁ ମୋର ମେଷଗୁଡ଼ିକୁ ଉଦ୍ଧାର କରିବି ଏବଂ ସେମାନେ ସେମାନଙ୍କର ଖାଦ୍ୟ ହେବେ ନାହିଁ।”
11 ତେଣୁ ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜେ ଆମ୍ଭ ମେଷମାନଙ୍କର ପାଳକ ହେବୁ। ଆମ୍ଭେ ସେମାନଙ୍କର ଅନ୍ୱେଷଣ କରିବୁ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱ ନେବୁ। 12 ଯେପରି ଜଣେ ମେଷପାଳକ ନିଜର ଛିନ୍ନଭିନ୍ନ ମେଷମାନଙ୍କର ଅନୁସନ୍ଧାନ କରେ, ସେହିପରି ମୁଁ ମୋର ମେଷମାନଙ୍କର ତତ୍ତ୍ୱାବଧାନ କରିବି। ଆଉ ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେସବୁ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବି। 13 ଏବଂ ମୁଁ ନାନା ଜାତିମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବି ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସେମାନଙ୍କୁ ଇସ୍ରାଏଲର ପର୍ବତମାନଙ୍କରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି। 14 ମୁଁ ସେମାନଙ୍କୁ ଉତ୍ତମ ଗ୍ଭରଣଭୂମିରେ ଚରାଇବି। ଏବଂ ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପରେ ସେମାନଙ୍କର ଗୋଠ ହେବ। ସେହି ସ୍ଥାନରେ ସେମାନେ ଉତ୍ତମ ଗୋଠରେ ଶୟନ କରିବେ ଓ ଇସ୍ରାଏଲର ପର୍ବତଗୁଡ଼ିକର ପୁଷ୍ଟିକର ଗ୍ଭରଣଭୂମିରେ ସେମାନେ ଚରିବେ। 15 ହଁ, ମୁଁ ନିଜ ମେଷମାନଙ୍କୁ ଚରାଇବି ଓ ସେମାନଙ୍କୁ ଉତ୍ତମ ସ୍ଥାନରେ ଶୟନ କରାଇବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
16 “ହଜି ଯାଇଥିବା ମେଷମାନଙ୍କୁ ମୁଁ ଅନ୍ୱେଷଣ କରିବି ଆଉ ଛିନ୍ନଭିନ୍ନ ହୋଇଥିବା ମେଷମାନଙ୍କୁ ଫେରାଇ ଆଣିବି। ଏବଂ ଆହତ ମେଷର କ୍ଷତରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସେହି ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବି ଓ ଯଥାର୍ଥ ଭାବେ ସେମାନଙ୍କୁ ମଣିବି।”
17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମୋର ପଲ, ମୁଁ ମେଷ ଓ ମେଷ ମଧ୍ୟରେ ଏବଂ ମେଷ ଓ ଛାଗଗଣ ମଧ୍ୟରେ ବିଗ୍ଭର କରେ। 18 ତୁମ୍ଭେମାନେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭେମାନେ କାହିଁକି ଅନ୍ୟମାନଙ୍କର ଗ୍ଭରଣ ସ୍ଥାନକୁ ପାଦରେ ଦଳିବ? ତୁମ୍ଭେମାନେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମେଷମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି? 19 ମାତ୍ର ତୁମ୍ଭେମାନେ ଯେଉଁ ତୃଣକୁ ପାଦରେ ଦଳି ଅଛ, ଆମ୍ଭର ମେଷପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ଆମ୍ଭର ମେଷପଲ ତାହା ପାନ କରନ୍ତି।”
20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଗ୍ଭର କରିବି। 21 ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ସେମାନଙ୍କୁ ଦୂରକୁ ତଡ଼ିଦେବା ପର୍ଯ୍ୟନ୍ତ ନିଜ ଶୃଙ୍ଗରେ ଠେଲି ଦେଉଅଛ। 22 କିନ୍ତୁ ମୁଁ ମୋର ପଲକୁ ରକ୍ଷା କରିବି। ସେମାନେ ଆଉ ବନ୍ୟ ପଶୁମାନଙ୍କ ଦ୍ୱାରା ଧ୍ୱଂସ ହେବେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସେମାନଙ୍କର ବିଗ୍ଭର କରିବି। 23 ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ। 24 ମୁଁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବି ଓ ମୋର ଦାସ ଦାଉଦ ସେମାନଙ୍କ ମଧ୍ୟରେ ପ୍ରଭୁ ହେବ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
25 “ଏବଂ ମୁଁ ସେମାନଙ୍କ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ୟ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦେବି। ତାହାହେଲେ ସେମାନେ ନିରାପଦରେ ମରୁଭୂମିରେ ବାସ କରିବେ ଓ ବଣରେ ଶୟନ କରିବେ। 26 ପୁଣି ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହେବ। 27 କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସେମାନେ ନିଜ ଦେଶରେ ନିରାପଦରେ ରହିବେ। ଆଉ ମୁଁ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିବି ଓ ସେମାନଙ୍କୁ ଦାସତ୍ୱ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। 28 ପୁଣି ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଲୁଟିତ ହେବେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ। କିନ୍ତୁ ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ। 29 ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ। 30 ତାହାହେଲେ ସେମାନେ ହୃଦ୍ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
31 “ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।
2010 by World Bible Translation Center