Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 18-19

18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ ଯେତେବେଳେ ଏହି ପ୍ରବାଦଟି ବ୍ୟବହାର କର ଏହାର ଅର୍ଥ କ’ଣ?

‘ପିତାଗଣ ଅଙ୍ଗୁର ଖାଇଲେ
    ଏବଂ ସେମାନଙ୍କର ପୁତ୍ରମାନଙ୍କର ଦାନ୍ତ ଯନ୍ତ୍ରଣା କରେ।’”

କିନ୍ତୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ଯାଏ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦକୁ ଆଉ ବ୍ୟବହାର କରିବ ନାହିଁ। ଆଉ ସମସ୍ତଙ୍କର ଜୀବନ ମୋର ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ୟ ସେପରି। ଏବଂ ଯେଉଁ ବ୍ୟକ୍ତି ପାପ କରେ ସେ ମରିବ।

“ଯଦି ଜଣେ ମନୁଷ୍ୟ ଧାର୍ମିକ ହୁଏ, ତେବେ ନ୍ୟାୟ ଓ ଯଥାର୍ଥ କରେ। ଏବଂ ସେ ପର୍ବତଗୁଡ଼ିକ ଉପରେ ଦିଆଯାଇଥିବା ବଳି ଭୋଜନ କରେ ନାହିଁ ଏବଂ ଇସ୍ରାଏଲ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ ନାହିଁ। ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ପାପ କରି ନାହିଁ କିମ୍ବା ନିଜ ସ୍ତ୍ରୀର ରଜସ୍ୱଳା ସମୟରେ ତା’ ସହିତ ସହବାସ କରି ନାହିଁ। ସେ କାହାରି ପ୍ରତି ଅନ୍ୟାୟ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା'ର ବନ୍ଧକ ଫେରାଇ ଦେଇଛି। ସେ ତାହାର କିଛି ଗ୍ଭେରି କରି ନାହିଁ। ସେ ଆପଣାର ଭକ୍ଷ୍ୟ ଦ୍ରବ୍ୟକୁ କ୍ଷୁଧାର୍ତ୍ତକୁ ଦେଇଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦେଇଅଛି। ସେ ଋଣ ଦେଇ ସୁଧ ନେଇ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂରରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରେ। ସେ ମୋ’ ନିୟମାନୁସାରେ ଜୀବନ ଧାରଣ କରେ ଏବଂ ମୋ’ ନିୟମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ସେହି ମନୁଷ୍ୟ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।”

10 “ଏବଂ ଯଦି ସେହି ଧାର୍ମିକ ବ୍ୟକ୍ତିର ପୁତ୍ର ଡକାୟତି ଓ ରକ୍ତପାତ ଓ ଏଥିମଧ୍ୟରୁ ଅନୁସରଣ କରେ। 11 ଯଦିଓ ତା'ର ବାପା ଏଗୁଡ଼ିକ ମଧ୍ୟରୁ କୌଣସିଟି କଲା ନାହିଁ। ପର୍ବତ ଉପରେ ମୂର୍ତ୍ତିଗୁଡ଼ିକୁ ଉତ୍ସର୍ଗ କରାଯାଇଥିବା ଜିନିଷ ଖାଆନ୍ତି ଏବଂ ଆପଣା ପ୍ରତିବାସୀର ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ, 12 ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ୟାୟ କରେ, ଗ୍ଭେରି କରେ ଓ ବନ୍ଧକ ଦ୍ରବ୍ୟ ଫେରାଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ। 13 ଏବଂ ଘୃଣ୍ୟ କର୍ମ କରେ, ଋଣ ଦେଇ ସୁଧ ଆଦାୟ କରେ, ସେ ବଞ୍ଚିବ କି? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ୟ କାର୍ଯ୍ୟ କରେ। ଏବଂ ସେ ତା'ର ନିଜର ମୃତ୍ୟୁ ପାଇଁ ଦାୟୀ ରହିବ।

14 “ଏବଂ କୁହ ତା'ର ମଧ୍ୟ ଗୋଟିଏ ପୁତ୍ର ଅଛି, ଯିଏ କି ତା'ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସେଗୁଡ଼ିକୁ ଦେଖେ ସେ ଠିକ୍ ସେହିପରି କାର୍ଯ୍ୟ କରେ ନାହିଁ। 15 ସେ ପର୍ବତ ଉପରେ ମୂର୍ତ୍ତିଗୁଡ଼ିକ ପାଖରେ ଉତ୍ସର୍ଗ ହୋଇଥିବା ଦ୍ରବ୍ୟ ଖାଏ ନାହିଁ ଓ ଇସ୍ରାଏଲର ମୂର୍ତ୍ତିଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ ନାହିଁ କିମ୍ବା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ ନାହିଁ। 16 ସେ ଲୋକଙ୍କ ପ୍ରତି ଅନ୍ୟାୟ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ୟ ଗ୍ରହଣ କରେ ନାହିଁ, ଗ୍ଭେରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ। 17 ସେ ଦୀନଦରିଦ୍ରକୁ ସାହାଯ୍ୟ କରେ, ସୁଧ ନ ନେଇ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମୋର ନୀତି ନିୟମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାଶେ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ। 18 ତା'ର ପିତା, କାରଣ ସେ ତାଙ୍କର ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ଭାଇ ପ୍ରତି ଅତ୍ୟାଗ୍ଭର କଲା ଓ ତା'ଠାରୁ ଗ୍ଭେରି କରେ କାରଣ ସେ, ଯାହା ସମାଜରେ ଭଲ ତାହା କଲା ନାହିଁ। ତା'ର ଦୋଷ କାରଣରୁ ସେ ମୃତୁବରଣ କରିବ।

19 “କିନ୍ତୁ ତୁମ୍ଭେ ପଗ୍ଭରୁଛ, ‘ପିତାର ପାପର ଦଣ୍ଡ ତା'ର ପୁତ୍ର କାହିଁକି ବହନ ନ କରିବ?’ କାରଣ ଯାହା ନ୍ୟାୟ ଓ ଯଥାର୍ଥ ସେ କରେ ଏବଂ ମୋ’ ନିୟମ ମାନେ ଓ ପ୍ରୟୋଗ କରେ। ସେ ନିଶ୍ଚୟ ଭାବରେ ବଞ୍ଚିବ। 20 କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ।

21 “ଏବଂ ଦୁଷ୍ଟ ଲୋକ ଯେବେ ପାପ ପଥରୁ ବିରତ ହୁଏ, ମୋର ବିଧି ସକଳ ପାଳନ କରେ ଓ ନ୍ୟାୟ ଏବଂ ଧର୍ମାଚରଣ କରେ ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। 22 ତା'ର କୌଣସି ପାପ ସ୍ମରଣ କରାଯିବ ନାହିଁ। ସେ ତା'ର ଧାର୍ମିକତା ଯୋଗୁଁ ବଞ୍ଚିବ।”

23 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନ ଥାଏ। ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ ଆମ୍ଭର ସନ୍ତୋଷ ରହିଛି।

24 “କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା'ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା'ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା'ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।

25 “କିନ୍ତୁ ତୁମ୍ଭେ କୁହ, ‘ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।’ ହେ ଇସ୍ରାଏଲର ପୁତ୍ରଗଣ, ଶୁଣ, ମୁଁ ନ୍ୟାୟ ଅଟେ। କିନ୍ତୁ ତୁମ୍ଭେମାନେ ଯିଏ ନ୍ୟାୟ ନୁହଁ। 26 ଯଦି ଜଣେ ଧାର୍ମିକ ଲୋକ ତା'ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ। 27 ଦୁଷ୍ଟଲୋକ ଯେତେବେଳେ ନିଜ ଦୁଷ୍ଟତାରୁ ବିରତ ହୋଇ ନ୍ୟାୟ ଓ ଧର୍ମାଚରଣ କରେ ସେତେବେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ। 28 ସେ ତା'ର ମନ୍ଦ ଆଚରଣକୁ ବିବେଚନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବାରେ ସେ ଅଭ୍ୟସ୍ତ ଥାଏ। ତେବେ ସେ ବଞ୍ଚିବ, ସେ ମୃତ୍ୟୁବରଣ କରିବ ନାହିଁ।”

29 କିନ୍ତୁ ଇସ୍ରାଏଲର ଲୋକମାନେ କହନ୍ତି, “ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।”

ପରମେଶ୍ୱର କହନ୍ତି, “ମୁଁ ନ୍ୟାୟପୂର୍ଣ୍ଣ ଅଟେ! ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଯଥାର୍ଥ ନୁହଁ। 30 ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ। 31 ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜେ ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୁଅ ନାହିଁ। 32 ଆମ୍ଭେ ତୁମ୍ଭର ମୃତ୍ୟୁ ଗ୍ଭହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫେରି ଆସ ଓ ବଞ୍ଚି ରୁହ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।

19 ଅନନ୍ତର ପରମେଶ୍ୱର ମୋତେ କହିଲେ, “ତୁମ୍ଭେ ଇସ୍ରାଏଲର ଅଧିପତିମାନଙ୍କ ବିଷୟରେ ଏହି ଦୁଃଖ ସଙ୍ଗୀତ ଗାନ କର।

“‘ତୁମ୍ଭର ମା ଗୋଟିଏ ସିଂହୀ ପରି ଥିଲା
    ଓ ସିଂହଗଣ ମଧ୍ୟରେ ଶୟନ କଲା।
ସେ ପୁଣି ଯିବା ସିଂହଗଣ ମଧ୍ୟରେ ଶୟନ କରି
    ଅନେକ ଛୁଆ ପ୍ରତିପାଳନ କଲା।
ସେହି ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ
    ଗୋଟିଏ ଛୁଆ ଯୁବା ସିଂହ ହେଲା।
ସେ ମୃଗୟା କରିବା ଶିଖିଲା
    ଓ ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।

“‘ନାନା ଦେଶୀୟମାନେ ତାହା ବିଷୟରେ ଶୁଣିଲେ
    ଓ ସେମାନେ ତାକୁ ଯନ୍ତାରେ ଧରିଲେ।
ସେମାନେ ତା’ ପାଟିରେ ଅଙ୍କୁଶ ଦେଇ
    ତାହାକୁ ମିଶରକୁ ଆଣିଲେ।

“‘ତା'ର ମାତା ଆଶା କରିଥିଲା ସେହି ଯୁବା ସିଂହ ଅଧିପତି ହେବ,
    ମାତ୍ର ତା'ର ସେ ଆଶା ବିଫଳ ହେଲା।
ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ୟରୁ
    ଆଉ ଗୋଟିକୁ ନେଇ ତାକୁ ଯୁବାସିଂହ କଲା।
ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି
    ଯୁବା ସିଂହ ହୋଇ ଉଠିଲା।
ସେ ମୃଗୟା କରିବା ଶିଖିଲା
    ଓ ମନୁଷ୍ୟମାନଙ୍କୁ ଗ୍ରାସ କଲା।
ସେ ସେମାନଙ୍କର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସେମାନଙ୍କର ନଗରସବୁ ଧ୍ୱଂସ କଲା।
    ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରତ୍ୟେକ ଭୟଭୀତ ହୋଇ ପଡ଼ିଲେ।
ତାହାର ଚତୁର୍ଦ୍ଦିଗରେ ବାସ କରୁଥିବା ଦେଶବାସୀମାନେ ତା’ ବିରୁଦ୍ଧରେ ଏକ ଜାଲ ବିଛାଇଲେ
    ଓ ସେହି ଜାଲରେ ତାକୁ ଧରିଲେ।
ଆଉ ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରାରେ ରଖି
    ବାବିଲ ରାଜା ନିକଟକୁ ନେଇଗଲେ।
ଇସ୍ରାଏଲର ପର୍ବତ ସମୂହର ତାହାର ହୁଙ୍କାର ଶବ୍ଦ ଆଉ ଶୁଣା ନ ଯାଉ,
    ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ।

10 “‘ତୁମ୍ଭର ମାତା ଜଳରାଶି ନିକଟରେ
    ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା।
ଅଗାଧ ଜଳ ଯୋଗୁଁ ସେ ଫଳବତୀ
    ଓ ଶାଖାରେ ପରିପୂର୍ଣ୍ଣ ଥିଲା।
11 ରାଜଦଣ୍ଡ ହେବା ନିମନ୍ତେ
    ତାହାର ଶାଖାସବୁ ଦୃଢ଼ ହୋଇଥିଲା।
    ଗହଳ ପତ୍ରଯୁକ୍ତ ହୋଇ
ସେସବୁ ଦୀର୍ଘତାରେ ବହୁ ଉଚ୍ଚ ହେଲା।
    ଆଉ ଉଚ୍ଚତାରେ ତାହା ମେଘକୁ ସ୍ପର୍ଶ କଲା।
12 ମାତ୍ର ତାହା କୋପରେ ଉତ୍ପାଟିତ ହୋଇ ଭୂମିରେ ନିକ୍ଷିପ୍ତ ହେଲା
    ଓ ପୂର୍ବୀୟ ପବନ ତାହାର ଫଳକୁ ଶୁଷ୍କ କଲା।
ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହୋଇଗଲା।
    ଅଗ୍ନି ସେସବୁକୁ ଗ୍ରାସ କଲା।

13 “‘ବର୍ତ୍ତମାନ ପୁଣି ସେହି ଦ୍ରାକ୍ଷାଲତା ନିର୍ଜଳ
    ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।
14 ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହୋଇ
    ସେହି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି।
ଏଣୁ ରାଜଦଣ୍ଡ ପାଇଁ ତାହାର
    ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।’

ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center