Chronological
ହିଜକିୟ ପୀଡ଼ିତ ଓ ମୂମୂର୍ଷ ଅବସ୍ଥା
20 ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”
2 ହିଜକିୟ କାନ୍ଥ ଆଡ଼େ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ। 3 “ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା'ପରେ ହିଜକିୟ ଅତିଶୟ ରୋଦନ କଲେ।
4 ଯିଶାଇୟ ଗ୍ରାମର ମଧ୍ୟଭାଗକୁ ପରିତ୍ୟାଗ କରିବା ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ, 5 “ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ। 6 ଆମ୍ଭେ ତୁମ୍ଭର ଆୟୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାଶେ ଓ ଆମ୍ଭର ସେବକ ଦାଉଦଙ୍କ ସକାଶେ ଏହି ନଗରକୁ ରକ୍ଷା କରିବି।’”
7 ତା'ପରେ ଯିଶାଇୟ କହିଲେ, “ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନରେ ଲଗାଅ।”
ତେଣୁ ସେମାନେ ସେହି ମିଶ୍ରଣ ନେଇ ହିଜକିୟର କ୍ଷତରେ ଲଗାଇଲେ ଓ ସେ ସୁସ୍ଥ ହେଲେ।
8 ହିଜକିୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ତୃତୀୟ ଦିନରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି, ଏହାର କି ସୂଚନା ଅଛି?”
9 ତହୁଁ ଯିଶାଇୟ କହିଲେ, “ତୁମ୍ଭେ କି ସୂଚନା ଗ୍ଭହୁଁଛ? ଛାୟା କ’ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ଯିବ[a] ତୁମ୍ଭ ପାଇଁ ପରମେଶ୍ୱରଙ୍କଠାରୁ ଏହି ଚିହ୍ନ ହେବ। ଯେ ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ।”
10 ଏଥିରେ ହିଜକିୟ ଉତ୍ତର କଲେ, “ଛାୟା ଦଶପାହୁଣ୍ତ ଆଗକୁ ଯିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।”
11 ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଥିରେ ସଦାପ୍ରଭୁ ଛାୟାକୁ କଲେ ଯେ, ତାହା ଦଶ ପାଉଣ୍ତ ଆଗକୁ ଯାଇ ପଛକୁ ଘୁଞ୍ଚି ଆସିଲା।
ହିଜକିୟ ଓ ବାବିଲରୁ ଆସିଥିବା ଲୋକମାନେ
12 ସେ ସମୟରେ ବଲ୍ଦନର ପୁତ୍ର ମରୋଦକ୍-ବଲ୍ଦନ୍ ବାବିଲର ରାଜା ଥିଲେ। ସେ ହିଜକିୟ, ନିକଟକୁ ପତ୍ରଗୁଡ଼ିକ ଓ ଉପହାର ପଠାଇଲେ। କାରଣ ସେ ହିଜକିୟଙ୍କ ଅସୁସ୍ଥତା ବିଷୟରେ ଶୁଣିଲେ। 13 ହିଜକିୟ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ଦେଲେ ଓ ତାଙ୍କ ଗୃହରେ ଥିବା ସମୁଦାୟ ମୂଲ୍ୟବାନ୍ ପଦାର୍ଥଗୁଡ଼ିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାରରେ ଥିବା ତାଙ୍କର ସମସ୍ତ ଦ୍ରବ୍ୟ ଦେଖାଇଲେ, ଯାହା ହିଜକିୟ ତାଙ୍କ ଗୃହରେ ଓ ସମଗ୍ର ରାଜ୍ୟରେ ଏପରି ଜିନିଷ ନ ଥିଲା।
14 ତା'ପରେ ଭବିଷ୍ୟଦ୍ବକ୍ତା ଯିଶାଇୟ ରାଜା ହିଜକିୟଙ୍କ ନିକଟକୁ ଆସି ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?”
ହିଜକିୟ କହିଲେ “ସେମାନେ ଦୂର ଦେଶ ବାବିଲରୁ ଆସିଛନ୍ତି।”
15 ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?”
ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”
16 ତା'ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ। 17 ସମୟ ଆସୁଛି ତୁମ୍ଭ ଗୃହରେ ଥିବା ସମସ୍ତ ଦ୍ରବ୍ୟ ଓ ଏ ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆଯିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡ଼ା ଯିବ ନାହିଁ। 18 ତୁମ୍ଭଠାରୁ ଜନ୍ମ ହୋଇଥିବା ପୁତ୍ରମାନଙ୍କୁ ବାବିଲନୀୟମାନେ ନେଇଯିବେ ଓ ବାବିଲ ରାଜାର ଅଟ୍ଟାଳିକାରେ ସେମାନେ ନପୁଂସକ ହୋଇ ରହିବେ।”
19 ତା'ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।”
20 ହିଜକିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 21 ଅନନ୍ତର ହିଜକିୟଙ୍କର ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।
ଯିହୁଦାରେ ମନଃଶିଙ୍କର କୁଶାସନର ଆରମ୍ଭ
21 ମନଃଶି ବାରବର୍ଷ ବୟସରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।
2 ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ତଡ଼ି ଦେଇଥିଲେ ସେହିମାନଙ୍କର ଘୃଣ୍ୟକର୍ମ ସେ କଲେ। 3 ତାଙ୍କର ପିତା ହିଜକିୟ ଯେଉଁ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଥିଲେ, ସେ ପୁନର୍ବାର ସେଗୁଡ଼ିକୁ ନିର୍ମାଣ କଲେ। ଇସ୍ରାଏଲର ଆହାବ ରାଜାଙ୍କ ପରି ସେ ବାଲ୍ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ଆଉ ମଧ୍ୟ ସେ ସ୍ୱର୍ଗସ୍ଥ ସମସ୍ତ ନକ୍ଷତ୍ରଙ୍କୁ ପୂଜା କରି ସେମାନଙ୍କର ସେବା କଲେ। 4 ପୁଣି “ଆମ୍ଭେ ଯିରୁଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ମନ୍ଦିରରେ ସେ ଯଜ୍ଞବେଦି ନିର୍ମାଣ କଲେ। 5 ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ। 6 ମନଃଶି ଆପଣା ପୁତ୍ରକୁ ଅଗ୍ନିରେ ଉତ୍ସର୍ଗ କଲେ। ସେ ଶୁଭ ଶୁଭ କହିବାର ବିଦ୍ୟା, ଗଣକତା, ଯାଦୁବିଦ୍ୟା, ଭୂତ ପ୍ରେତ ଓ ଗୁଣୀ ଗାରେଡ଼ି କାର୍ଯ୍ୟରେ ଅଭ୍ୟସ୍ତ ହେଲେ।
ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ, ଯଦ୍ଦ୍ୱାରା ସଦାପ୍ରଭୁ କ୍ରୋଧିତ ହେଲେ। 7 ପୁଣି ମନଃଶି ଆଶେରାର ଏକ ଖୋଦିତ ମୂର୍ତ୍ତି ନିର୍ମାଣ କରାଇ ସଦାପ୍ରଭୁଙ୍କ ମନ୍ଦିରରେ ସ୍ଥାପନ କଲେ। କିନ୍ତୁ ସେହି ମନ୍ଦିର ବିଷୟରେ ସଦାପ୍ରଭୁ ଦାଉଦଙ୍କୁ ଓ ତାଙ୍କର ପୁତ୍ର ଶଲୋମନଙ୍କୁ କହିଥିଲେ, “ମୁଁ ସମଗ୍ର ଇସ୍ରାଏଲର ସମସ୍ତ ନଗରଠାରୁ ଯିରୁଶାଲମକୁ ମନୋନୀତ କରିଛି। ଯିରୁଶାଲମର ଏହି ମନ୍ଦିରରେ ଆମ୍ଭର ନାମ ଚିରକାଳ ସ୍ଥାପନ କରିବୁ। 8 ମୁଁ କେବେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଦେଶ ପରିତ୍ୟାଗ କରିବାର କାରଣ ହେବି ନାହିଁ, ଯାହା ମୁଁ ସେମାନଙ୍କର ପୂର୍ବପୁରୁଷଙ୍କୁ ଦେଇଅଛି। ମୁଁ ସେମାନଙ୍କୁ ସେଠାରେ ରହିବାକୁ ଦେବି, କେବଳ ଯଦି ସେମାନେ ମୋର ଆଜ୍ଞା ମାନନ୍ତି ଓ ମୋର ସେବକ ମୋଶା ସେମାନଙ୍କୁ କହିଥିବା ନିତି ନିୟମସବୁ ସେମାନେ ଅନୁସରଣ କରନ୍ତି।” 9 ମାତ୍ର ସେମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିଲେ ନାହିଁ। କିଣାନ ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସେମାନଙ୍କୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କୁ ବିନଷ୍ଟ କରାଗଲା, ଯେତେବେଳେ ଇସ୍ରାଏଲୀୟମାନେ ଦେଶକୁ ଆସିଲେ।
10 ସଦାପ୍ରଭୁ ଆପଣା ସେବକ ଓ ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା ଏହିକଥା କହିଲେ। 11 “ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣାଯୋଗ୍ୟ କର୍ମ କରିଅଛି। ତାଙ୍କ ପୂର୍ବରୁ ଯେଉଁ ଇମୋରୀୟମାନେ ଥିଲେ ସେମାନଙ୍କ ଅପେକ୍ଷା ଅଧିକ କୁକର୍ମ କରିଅଛି। ତାଙ୍କର ପ୍ରତିମା ଆରାଧନା ଦ୍ୱାରା ସେ ଯିହୁଦାକୁ ପାପ କରାଇଛି। 12 ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ ଆମ୍ଭେ ଯିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ଯିଏ ଏହି ବିଷୟରେ ଶୁଣିବ ଆଶ୍ଚର୍ଯ୍ୟ ହେବ।” 13 ପୁଣି ଆମ୍ଭେ ଯିରୁଶାଲମ ଉପରେ ଶମରିୟାର ମାପ କରି ରେଖା ଟାଣିବା ଓ ଆହାବ ପରିବାରର ଓଳମ୍ ଟାଣିବା। ପୁଣି ମଣିଷ ଯେପରି ଥାଳି ପୋଛେ ଆଉ ପୋଛୁ ପୋଛୁ ଓଲଟ ପାଲଟ କରେ ସେହିପରି ମୁଁ ଯିରୁଶାଲମକୁ ପୋଛି ପକାଇବି। 14 ମୁଁ ମୋର ଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ୟାଗ କରିବି। ମୁଁ ସେମାନଙ୍କୁ ସେମାନଙ୍କର ଶତ୍ରୁ ହସ୍ତରେ ସମର୍ପଣ କରିବି। ସେମାନଙ୍କର ଶତ୍ରୁଗଣ ସେମାନଙ୍କୁ ଲୁଟ୍ କରିବେ ଏବଂ ସେମାନେ ସେମାନଙ୍କୁ ବନ୍ଦୀରୂପେ ନେଇଯିବେ। 15 କାରଣ ସେମାନେ ଆମ୍ଭ ଦୃଷ୍ଟିରେ କୁକର୍ମ କରିଅଛନ୍ତି। ପୁଣି ସେମାନେ ସେମାନଙ୍କର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ କ୍ରୋଧ ଜନ୍ମାଇଛନ୍ତି। 16 ପୁଣି ମନଃଶି ବହୁ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଯିରୁଶାଲମରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ରକ୍ତରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍କର୍ମ କଲେ।’”
17 ମନଃଶିଙ୍କର ଏ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କର କୃତ ପାପ ଯିହୁଦା ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 18 ଅନନ୍ତର ମନଃଶି ମୃତ୍ୟୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନରେ, ଅର୍ଥାତ “ଉଷର ଉଦ୍ୟାନରେ” କବର ପ୍ରାପ୍ତ ହେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଆମୋନ୍ ରାଜା ହେଲେ।
ଆମୋନଙ୍କ ଅଳ୍ପ ସମୟ ଶାସନ
19 ଆମୋନ୍ ବାଇଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ଯବଟା ନିବାସୀ ହାରୁଷଙ୍କ କନ୍ୟା ଥିଲେ।
20 ଆମୋନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। 21 ତାଙ୍କ ପିତାଙ୍କ ପରି ବାସ କଲେ। ସେ ସେହି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ। 22 ଆଉ ସେ ସଦାପ୍ରଭୁ ତାଙ୍କର ପୂର୍ବପୁରୁଷଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ସେପରି ବାସ କଲେ ନାହିଁ।
23 ଆମୋନଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହରେ ତାଙ୍କୁ ବଧ କଲେ। 24 ମାତ୍ର ଜନ ସାଧାରଣ ସେହି ହତ୍ୟାକାରୀଙ୍କୁ, ଯେଉଁମାନେ ଆମୋନ୍ ରାଜାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କୁ ବଧ କଲେ। ତା'ପରେ ସେମାନେ ତାଙ୍କର ପୁତ୍ର ଯୋଶିୟଙ୍କୁ ତାଙ୍କ ପଦରେ ରାଜା କରାଇଲେ।
25 ଏହି ଆମୋନଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 26 ଆମୋନ୍ ନିଜ ବଗିଗ୍ଭ ଉଷରରେ କବର ନେଲେ ଓ ତାଙ୍କ ପଦରେ ତାଙ୍କର ପୁତ୍ର ଯୋଶିୟ ରାଜା ହେଲେ।
2010 by World Bible Translation Center