Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 17-19

ଏଲିୟ ଓ ଅନାବୃଷ୍ଟି ସମୟ

17 ଏଲିୟ ତି‌‌‌‌ଶ୍‌ବୀୟର ଭବିଷ୍ୟ‌ଦ୍‌ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତି‌‌‌‌ଶ୍‌ବୀୟ ଏଲିୟ ଭବିଷ୍ୟ‌ଦ୍‌ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”

ତତ୍ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଏ ସ୍ଥାନ ଛାଡ଼ି ପୂର୍ବ ଦିଗକୁ ଯାଅ ଓ ଯର୍ଦ୍ଦନ ପୂର୍ବ ପାରିସ୍ଥ କରୀତ୍ ନଦୀ ନିକଟରେ ନିଜକୁ ଲୁଗ୍ଭଅ। ସେହି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।” ଏଲିୟ ସଦାପ୍ରଭୁଙ୍କ ଆଜ୍ଞାନୁସାରେ କାର୍ଯ୍ୟ କଲେ। ସେ ଯର୍ଦ୍ଦନ ପୂର୍ବପାରିସ୍ଥ କରୀତ୍ ନଦୀ ନିକଟକୁ ଯାଇ ବାସ କଲେ। ପୁଣି କାଉମାନେ ପ୍ରାତଃକାଳରେ ରୋଟୀ ଓ ମାଂସ ଓ ସନ୍ଧ୍ୟାବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।

ଅନାବୃଷ୍ଟି ହେତୁ କିଛି କାଳପରେ ଝରଣାଗୁଡ଼ିକ ଶୁଷ୍କ ହୋଇଗଲା। ତତ୍ପରେ ସଦାପ୍ରଭୁ ଏଲିୟକୁ କହିଲେ, “ସୀଦୋନର ସାରିଫ‌ତ୍‌କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”

10 ତେଣୁ ଏଲିୟ ସାରିଫ‌ତ୍‌କୁ ଗଲେ। ସେ ନଗର ଦ୍ୱାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିୟ ତାକୁ କହିଲେ, “ତୁମ୍ଭ ପାତ୍ରରେ କିଛି ଜଳ ପିଇବାକୁ ଆଣ।” 11 ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିୟ ପୁନର୍ବାର ଡାକି କହିଲେ, “ମୋର ଅନୁରୋଧ ମୋ’ ପାଇଁ ଖଣ୍ଡେ ରୋଟୀ ମଧ୍ୟ ଆଣ।”

12 ବିଧବାଟି ଉତ୍ତର ଦେଲା, “ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୋ’ ପାଖରେ ଖଣ୍ଡେ ହେଲେ ‌ରୋଟୀ ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧାରେ ମରିବୁ।”

13 ଏଲିୟ ସେହି ବିଧବାକୁ କହିଲେ, “ଦୁଃଖ କର ନାହିଁ। ଘରକୁ ଯାଇ ତୁମ୍ଭ କହିବାନୁସାରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ ଛୋଟ ପିଠା କରି ମୋ’ ନିକଟକୁ ଆଣ। ତା'ପରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର। 14 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯେପର୍ଯ୍ୟନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ଯ୍ୟନ୍ତ କଳସରେ ମଇଦା ଶୂନ୍ୟ ହେବ ନାହିଁ କି ପାତ୍ରରେ ତୈଳର ଅଭାବ ରହିବ ନାହିଁ।’”

15 ତେଣୁ ସେ ସ୍ତ୍ରୀଲୋକଟି ଘରକୁ ଗଲା ଓ ଏଲିୟଙ୍କ ବାକ୍ୟାନୁସାରେ କାର୍ଯ୍ୟ କଲା। ଏଲିୟ, ସେହି ସ୍ତ୍ରୀଲୋକ ଓ ତା'ର ପୁତ୍ର ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଯଥେଷ୍ଟ ଭୋଜନ କରିବାକୁ ଥିଲା। 16 ସେହି ମଇଦା କଳସ ଓ ତୈଳପାତ୍ର କେବେ ଶୂନ୍ୟ ହେଲା ନାହିଁ। ସଦାପ୍ରଭୁ ଏଲିୟ ମାଧ୍ୟମରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।

17 କିଛିଦିନ ଉତ୍ତାରେ ସେହି ସ୍ତ୍ରୀଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡ଼ା ଏତେ ବଢ଼ିଗଲା ଯେ ତା'ର ପ୍ରଶ୍ୱାସ ମଧ୍ୟ ବନ୍ଦ ହୋଇଗଲା। 18 ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”

19 ତହୁଁ ଏଲିୟ ତାକୁ କହିଲେ, “ତୁମ୍ଭ ପୁତ୍ରକୁ ମୋତେ ଦିଅ।” ଏଲିୟ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କୋଠରୀକୁ ନେଇଯାଇ ଆପଣା ଶଯ୍ୟାରେ ତାକୁ ଶୁଆଇ ଦେଲେ। 20 ତା'ପରେ ଏଲିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ସ୍ତ୍ରୀଲୋକଟି ମୋତେ ତା'ର ଗୃହରେ ଆଶ୍ରୟ ଦେଇଛି। ତୁମ୍ଭେ ତା'ର ପୁତ୍ରକୁ ବଧ କରି ତା’ ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?” 21 ତା'ପରେ ଏଲିୟ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ମୋର ପରମେଶ୍ୱର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।”

22 ସଦାପ୍ରଭୁ ଏଲିୟର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ୱାସ ନେବାକୁ ଆରମ୍ଭ କଲା ଓ ପୁଣି ଜୀବନ ଫେରି ପାଇଲା। 23 ତା'ପରେ ଏଲିୟ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସେହି ସ୍ତ୍ରୀଲୋକଟିକୁ କହିଲେ, “ଦେଖ, ତୁମ୍ଭର ପୁତ୍ର ଜୀବିତ।”

24 ତହୁଁ ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ ମୁଁ ଏହା ଏବେ ଜାଣିଲି।”

ଏଲିୟ ଓ ବାଲଙ୍କ ଭବିଷ୍ୟ‌ଦ୍‌ବକ୍ତାଗଣ

18 ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।” ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ।

ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା। ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ। ପୁଣି ଯେଉଁ ସମୟରେ ଈଷେବଲ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିୟ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଗୋଟିଏ ଗହ୍ୱର ମଧ୍ୟରେ ଲୁଗ୍ଭଇ ରଖି ସେମାନଙ୍କୁ ଅନ୍ନ ଜଳ ଦେଇ ପ୍ରତିପାଳନ କରିଥିଲେ। ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।” ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ଦେଶ ମଧ୍ୟରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ୱେଷଣ କରିବାକୁ ଗଲେ। ଆହାବ ଗୋଟିଏ ଦିଗରେ ଓ ଓବଦିୟ ଅନ୍ୟ ଦିଗରେ ଗଲେ। ଓବଦିୟ ପଥ ମଧ୍ୟରେ ଯାଉ ଯାଉ ଏଲିୟଙ୍କୁ ଭେଟିଲେ। ସେ ସଙ୍ଗେ ସଙ୍ଗେ ଏଲିୟଙ୍କୁ ଚିହ୍ନିଲେ ଓ ମୁଣ୍ତ ନୁଆଁଇ ପ୍ରଣାମ କରି କହିଲେ, “ତୁମ୍ଭେ କ’ଣ ମୋର ମହାଶୟ ଏଲିୟ?”

ଏଲିୟ ତହୁଁ ଉତ୍ତର କଲେ, “ହଁ, ମୁଁ ଏଲିୟ, ଯାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠାରେ ଅଛି।”

ତା'ପରେ ଓବଦିୟ କହିଲେ, “ଯଦି ମୁଁ ଆହାବଙ୍କୁ ତୁମ୍ଭର ଉପସ୍ଥିତି କହେ, ତେବେ ସେ ମୋତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତେବେ ତୁମ୍ଭେ ମୋତେ କାହିଁକି ମରାଇବାକୁ ଇଚ୍ଛା କରୁଛ?” 10 ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି। 11 ଏବେ ତୁମ୍ଭେ କହୁଛ, ଯାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିୟ ଏଠାରେ ଅଛନ୍ତି। 12 ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି। 13 ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଦୁଇଟି ଗହ୍ୱରରେ ଲୁଗ୍ଭଇ ରଖିଥିଲି ଓ ସେମାନଙ୍କୁ ଅନ୍ନ ଜଳ ଦେଇ ଭରଣ ପୋଷଣ କରିଥିଲି। 14 ଏବେ ତୁମ୍ଭେ କହୁଛ, ଯାଅ ତୁମ୍ଭ ମୁନିବଙ୍କୁ କୁହ ଏଲିୟ ଏଠାରେ ଅଛି। ତହିଁରେ ସେ ମୋତେ ବଧ କରିବେ।”

15 ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।”

16 ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ।

17 ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?”

18 ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବା‌ଲ୍‌‌‌ର ପୂଜା କରିବା ଆରମ୍ଭ କଲ। 19 ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ କର୍ମିଲ ପର୍ବତରେ ଦେଖା କରିବାକୁ କୁହ। ‌ବା‌ଲ୍‌ଦେବତାର 450 ଭବିଷ୍ୟ‌ଦ୍‌ବକ୍ତା ଓ ଆଶେରା ବେଦିର 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସେହି ପର୍ବତରେ ଦେଖା କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷେବଲର ମେଜରେ ଭୋଜନ କରନ୍ତି ଏବଂ ସେମାନଙ୍କୁ ପର୍ବତକୁ ଆଣ।”

20 ତେଣୁ ଆହାବ ସମସ୍ତ ଇସ୍ରାଏଲୀୟଙ୍କୁ ଓ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ। 21 ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ‌ବା‌ଲ୍‌ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।”

କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ। 22 ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଅଛି, ମାତ୍ର ବା‌ଲ୍‌‌‌ର 450 ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି। 23 ଦୁଇଟି ବୃଷଭ ଆଣ। ବାଲ୍ ଭବିଷ୍ୟ‌ଦ୍‌ବକ୍ତା ସେଥି ମଧ୍ୟରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସେମାନେ ସେଥିରେ ଅଗ୍ନି ସଂଯୋଗ କରିବା ଉଚିତ୍ ନୁହେଁ। ମୋତେ ମଧ୍ୟ ଗୋଟିଏ ବୃଷଭ ଦିଆଯାଉ, ଠିକ୍ ସେହିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି ଏବଂ ମୁଁ ତାକୁ ଅଗ୍ନି ଲଗାଇବି ନାହିଁ। 24 ବାଲ୍ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭେ ତୁମ୍ଭର ଦେବତାକୁ ପ୍ରାର୍ଥନା କରିବ ଓ ମୁଁ ମୋର ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ୱର ଅଗ୍ନିଦ୍ୱାରା ଉତ୍ତର ଦେବେ ସେହିଁ ପ୍ରକୃତ ପରମେଶ୍ୱର।”

ତା'ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।

25 ଏଲିୟ ବାଲ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ତୁମ୍ଭେମାନେ ତ ଏଠାରେ ଅନେକ ଅଛ। ପ୍ରଥମେ ତୁମ୍ଭେମାନେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦେବତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂଯୋଗ କର ନାହିଁ।”

26 ତେଣୁ ସେମାନେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ପ୍ରାର୍ଥନା କରି କହିଲେ, “ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ।” ମାତ୍ର କୌଣସି ଶବ୍ଦ ହେଲା ନାହିଁ କି କେହି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କ ନିର୍ମିତ ଯଜ୍ଞବେଦିର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।

27 ଏଲିୟ ସେମାନଙ୍କୁ ପରିହାସ କରି କହିଲେ, “ଯଦି ବାଲ୍ ସତ୍ୟ ଦେବତା, ତେବେ ଉଚ୍ଚସ୍ୱରରେ ଡାକ, ସେ ହୁଏତ ଧ୍ୟାନ କରୁଥିବ କିମ୍ବା ବାହାରକୁ ଯାଇଥିବ, କିମ୍ବା ଯାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ୱରରେ ଡାକ।” 28 ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା। 29 ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପ କରି ଗ୍ଭଲିଲେ। କିନ୍ତୁ କୌଣସି ଶବ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କେହି ମନୋଯୋଗ କଲେ ନାହିଁ।

30 ତା'ପରେ ଏଲିୟ ଲୋକମାନଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମ୍ଭେମାନେ ମୋ’ ନିକଟକୁ ଆସ।” ତେଣୁ ସେମାନେ ଏଲିୟର ଗ୍ଭରି ପାଖରେ ଏକତ୍ରିତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ଯାଇଥିବା ଯଜ୍ଞବେଦିକୁ ଏଲିୟ ପୁନଃନିର୍ମାଣ କଲେ। 31 ଏଲିୟ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ। 32 ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ। 33 ତା'ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ। 34 ତା'ପରେ ଏଲିୟ କହିଲେ, “ଗ୍ଭରିଟି କଳସ ଜଳରେ ପୂର୍ଣ୍ଣ କରି ସେହି ହୋମାର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ।” ପୁଣି ଏଲିୟ କହିଲେ, “ଦ୍ୱିତୀୟ ଥର ପାଇଁ ତାହା କର।” ତା'ପରେ ପୁଣି କହିଲେ, “ତୃତୀୟ ଥର ପାଇଁ ତାହା କର।” ସେମାନେ ପ୍ରତିଥର ତାହା ହିଁ କଲେ। 35 ତଦ୍ଦ୍ୱାରା ଯଜ୍ଞବେଦିରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା।

36 ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି। 37 ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।”

38 ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା। 39 ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”

40 ତା'ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।

ପୁନର୍ବାର ବର୍ଷାର ଆଗମନ

41 ତତ୍ପରେ ଏଲିୟ ରାଜା ଆହାବଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଇ ଭୋଜନପାନ କର। କାରଣ ପ୍ରବଳ ବର୍ଷା ଆସୁଅଛି।” 42 ତେଣୁ ରାଜା ଆହାବ ଭୋଜନ ନିମନ୍ତେ ଗଲେ। ଏଲିୟ କର୍ମିଲ ପର୍ବତର ଉପରକୁ ଚଢ଼ିଲେ ଆଶାରେ ପଡ଼ିଲେ ଏବଂ ଆପଣା ଆଣ୍ଠୁ ମଧ୍ୟରେ ମୁଣ୍ତ ରଖିଲେ। 43 ତା'ପରେ ଏଲିୟ ତାଙ୍କର ସେବକକୁ କହିଲେ, “ସମୁଦ୍ର ଆଡ଼କୁ ଅନାଅ।”

ତହୁଁ ସେ ଉଠିଲା ଏବଂ ସମୁଦ୍ର ଆଡ଼କୁ ଅନାଇଲା ଏବଂ କହିଲା, “ମୁଁ କିଛି ଦେଖୁ ନାହିଁ।” ଏହିପରି ଭାବରେ ଏଲିୟ ତାଙ୍କୁ ସାତଥର ଯାଇ ଆସିବାକୁ କହିଲେ। 44 ସପ୍ତମ ଥରରେ ସେବକ ଫେରି ଆସି କହିଲା, “ମୁଁ ମନୁଷ୍ୟର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।”

ବର୍ତ୍ତମାନ ଏଲିୟ ସେବକକୁ କହିଲେ, “ଯାଅ ଏବଂ ଆହାବଙ୍କୁ କୁହ: ତୁମ୍ଭର ରଥ ପ୍ରସ୍ତୁତ କରି ଘରକୁ ଗ୍ଭଲି ଯାଆନ୍ତୁ ନଚେତ୍ ବର୍ତ୍ତମାନ ବର୍ଷା ତୁମ୍ଭର ଯାତ୍ରାକୁ ଅଟକାଇବ।”

45 ଅଳ୍ପକ୍ଷଣ ପରେ ଆକାଶ କଳା ମେଘରେ ଆବୃତ ହୋଇ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହୋଇଗଲା। ଆହାବ ତାଙ୍କର ରଥରେ ବସି ଯିଷ୍ରିୟେଲକୁ ଗଲେ। 46 ସଦାପ୍ରଭୁଙ୍କ ଶକ୍ତି ଏଲିୟଙ୍କ ଉପରେ ପଡ଼ିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କ ଆଗେ ଆଗେ ଦୌଡ଼ିଗଲେ।

ହୋରେବ (ସୀନୟ) ଶୃଙ୍ଗରେ ଏଲିୟ

19 ଆହାବ ଏଲିୟଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ‌‌ଖ‌ଡ଼୍‌ଗରେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ହତ୍ୟା କରିଥିଲେ, ସେ ସମସ୍ତ ଈଷେବଲକୁ ଜଣାଇଲେ। ତେଣୁ ଈଷେବଲ ଏଲିୟଙ୍କ ନିକଟକୁ ଦୂତ ପଠାଇଲେ, “ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ୟା କରିବି, ଯେପରି ତୁମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ ହତ୍ୟା କରିଥିଲ। ଯଦି ମୁଁ ତୁମ୍ଭକୁ ହତ୍ୟା ନ କରେ, ତେବେ ଦେବତାଗଣ ମୋତେ ଅଧିକ ଦଣ୍ତ ଦେଇ ପାରନ୍ତି।”

ଯେତେବେଳେ ଏଲିୟ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସେବକ ସହିତ ଯିହୁଦାର ‌ବେ‌ର୍‌ଶେବାକୁ ଗ୍ଭଲିଗଲେ ଓ ତାକୁ ସେ ସେଠାରେ ଛାଡ଼ିଲେ। ଏଲିୟ ପ୍ରାନ୍ତର ଭିତରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳରେ ବସି ପଡ଼ିଲେ ଓ ନିଜର ମୃତ୍ୟୁ ପାଇଁ ପ୍ରାର୍ଥନା କରି କହିଲେ, “ଏହା ଯଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମୋର ପ୍ରାଣ ନିଅ, କାରଣ ମୁଁ ମୋର ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।”

ତା'ପରେ ଏଲିୟ ସେହି ରୋତମ ଗଛମୂଳରେ ନିଦ୍ରା ଗଲେ। ଏହା ପରେ ଜଣେ ସ୍ୱର୍ଗଦୂତ ଆସିଲେ ଓ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ! ଭୋଜନ କର।” ଅନନ୍ତର ଏଲିୟ ଦେଖିଲେ ତାଙ୍କର ମୁଣ୍ତ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶୟନ କଲେ।

ଏହା ପରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ସ୍ପର୍ଶ କଲେ ଓ କହିଲେ, “ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ଯାତ୍ରା ପାଇଁ ଶକ୍ତିଶାଳୀ ହେବା ଦରକାର।” ତେଣୁ ଏଲିୟ ଉଠି ଭୋଜନ ପାନ କଲେ। ସେ ଖାଦ୍ୟରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପରମେଶ୍ୱରଙ୍କ ପର୍ବତ ହୋରେବ ପହଞ୍ଚିଲା ପର୍ଯ୍ୟନ୍ତ ଗ୍ଭଲି ଗ୍ଭଲି ଗଲେ। ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ।

ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”

10 ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”

11 ତା'ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12 ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।

13 ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”

14 ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।”

15 ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। 16 ଆଉ ନି‌ମ୍‌ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେ‌‌ଲ୍‌‌ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟ‌ଦ୍‌ବକ୍ତା ରୂପେ ଅଭିଷେକ କର। 17 ତହିଁରେ ଯେଉଁ ଲୋକ ହସାୟେଲର ‌‌ଖ‌ଡ଼୍‌ଗରୁ ବଞ୍ଚିବ ଯେହୂ ତାକୁ ବଧ କରିବ ଓ ଯେ ଯେହୂର ‌‌ଖ‌ଡ଼୍‌ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। 18 ମୁଁ ଇସ୍ରାଏଲରେ 7,000 ଜଣଙ୍କୁ ଛାଡ଼ି ଦେବି, ଯେଉଁମାନେ କେବେ ‌ବା‌ଲ୍‌ଦେବତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସେମାନେ କେବେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।”

ଇଲୀଶାୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ହେଲେ

19 ସେଠାରୁ ଏଲିୟ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖୋଜିବାକୁ ଗଲେ। ଇଲୀଶାୟ ବାରହଳ ବଳଦ ଆଗରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ୱାଦଶ ହଳରେ ଥିଲେ। ଏଲିୟ ତାଙ୍କ ନିକଟକୁ ଗଲେ ଓ ଆପଣା ବସ୍ତ୍ରକୁ ତା’ ଉପରେ ପକାଇଲେ। 20 ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।”

ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”

21 ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିୟଙ୍କ ପଶ୍ଚା‌ଦ୍‌ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center