Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 10-13

10 ମୁଁ ମୋର ନିଜର ପ୍ରାଣକୁ ଘୃଣା କରେ, ତେଣୁ ମୁଁ ସ୍ୱଚ୍ଛନ୍ଦରେ ମୋର ଅଭିଯୋଗ କରିବି।
    ମୋର ଆତ୍ମା ତିକ୍ତ ହୋଇ ଗଲାଣି, ତେଣୁ ବର୍ତ୍ତମାନ ମୁଁ କହି ପାରିବି।
ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ।
    ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି।
    ମୋ’ ବିପକ୍ଷରେ ତୁମ୍ଭର କ’ଣ କହିବାର ଅଛି।
ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ’ଣ ତୁମ୍ଭକୁ ଖୁସୀ କରେ?
    ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ।
    କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ।
ହେ ପରମେଶ୍ୱର, ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି?
    ମନୁଷ୍ୟମାନେ ଯେପରି ଦେଖନ୍ତି, ତୁମ୍ଭେ କ’ଣ ସେପରି ଦେଖ?
ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ଭଳି କ୍ଷୀଣ?
    ତୁମ୍ଭର ଜୀବନ କ’ଣ ମନୁଷ୍ୟର ଜୀବନ ଭଳି କ୍ଷଣସ୍ଥାୟୀ?
ତୁମ୍ଭେ ମୋର ଅଧର୍ମ
    ଓ ପାପକୁ ଖୋଜୁଛ।
ତୁମ୍ଭେ ତ ଜାଣ ମୁଁ ନିର୍ଦ୍ଦୋଷ।
    କିନ୍ତୁ ତୁମ୍ଭ ହାତରୁ ମୋତେ କେହି ଉଦ୍ଧାର କରି ପାରିବେ ନାହିଁ।
ହେ ପରମେଶ୍ୱର, ତୁମ୍ଭେ ମୋତେ ତୁମ୍ଭ ହାତରେ ଗଢ଼ିଛ।
    ମୋର ଶରୀରକୁ ତୁମ୍ଭେ ନିର୍ମାଣ କରିଛ।
    କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମୋତେ ଧ୍ୱଂସ କରିଛ।
ହେ ପରମେଶ୍ୱର, ତୁମ୍ଭେ ମନେରଖ ତୁମ୍ଭେ ମୋତେ ମାଟି ତୁଲ୍ୟ ତିଆରି କରିଥିଲ।
    ପୁଣି ମୋତେ ଧୂଳିରେ ମିଶାଇ ଦେବ କି?
10 ତୁମ୍ଭେ କ୍ଷୀର ପରି ମୋତେ ଢାଳି ଦେଇଛ,
    ତୁମ୍ଭେ ଛେନା ପରି ମୋତେ ଘୁରାଅ ଏବଂ ଚିପୁଡ଼ି ଦିଅ।
11 ଏବେ ତୁମ୍ଭେ ମୋତେ ହାଡ଼ ଓ ଶିରାରେ ମୋର ଶରୀର ଗଢ଼ିଛ,
    ତା'ପରେ ଚର୍ମ ଓ ମାଂସରେ ମୋର ଶରୀର ଆଚ୍ଛାଦିତ କରିଛ।
12 ତୁମ୍ଭେ ମୋତେ ଜୀବନ ଦାନ କରିଛ ଏବଂ ମୋତେ ଦୟା ଦେଖାଇଛ।
    ତୁମ୍ଭେ ମୋର ଯତ୍ନ ନେଇଛ ଏବଂ ମୋର ଆତ୍ମାର ପର୍ଯ୍ୟବେକ୍ଷକ ହୋଇଛ।
13 ତଥାପି ଏସବୁ ବିଷୟ ତୁମ୍ଭେ ତୁମ୍ଭ ହୃଦୟରେ ଗୋପନ ରଖିଥିଲ,
    ମୁଁ ଜାଣେ ଏହା ତୁମ୍ଭ ମନର ଗୋପନ ଅଭିପ୍ରାୟ।
    ହଁ, ମୁଁ ଜାଣେ ଏହା ହିଁ ତୁମ୍ଭ ମନର ବିଗ୍ଭର।
14 ଯଦି ମୁଁ ପାପ କରିଛି, ତୁମ୍ଭେ ମୋତେ ଦେଖିବ,
    ଯେହେତୁ ତୁମ୍ଭେ ମୋତେ ଅଧର୍ମ କରିଥିବାରୁ ଶାସ୍ତି ଦେବ।
15 ମୁଁ ଯେତେବେଳେ ପାପ କରେ, ମୁଁ ଦୋଷୀ ହୁଏ
    ଏବଂ ତାହା ମୋ’ ପ୍ରତି ବହୁତ ଖରାପ।
ଯଦିଓ ମୁଁ ନିର୍ଦ୍ଦୋଷ ମୁଁ ମୁଣ୍ଡ ଟେକି ପାରେ ନାହିଁ।
    ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।
16 ଯଦି ମୋ’ ଜୀବନରେ କିଛି ସଫଳତା ଆସିଛି ଏବଂ ଯେଉଁଥିପାଇଁ ମୁଁ ଗର୍ବିତ
    ବା ମୁଣ୍ଡ ଟେକି ବାଟ ଗ୍ଭଲିବାର ଶକ୍ତି ହାସଲ କରୁଛି।
    ଏବେ ପୁନର୍ବାର ତୁମ୍ଭେ ତୁମ୍ଭର ଶକ୍ତିକୁ ମୋ’ ବିରୁଦ୍ଧରେ ପ୍ରୟୋଗ କରୁଛ।
17 ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମୋ’ ବିରୁଦ୍ଧରେ ନେଇଆସ
    ମୋତେ ଅଧର୍ମ ପ୍ରମାଣିତ କରିବା ପାଇଁ।
ତୁମ୍ଭେ ଆପଣା ରାଗକୁ ମୋ’ ଉପରେ ବାରମ୍ବାର ନାନା ପ୍ରକାରରେ ବୃଦ୍ଧି କରୁଛ।
    ତୁମ୍ଭେ ସୈନ୍ୟ ପରେ ସୈନ୍ୟ ମୋ’ ବିରୁଦ୍ଧରେ ପଠାଇଛ।
18 ହେ ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ଜନ୍ମ ହେବାକୁ ଦେଲ?
    ମୁଁ ଇଚ୍ଛା କରେ କେହି ମୋତେ ଦେଖିବା ପୂର୍ବରୁ ମରିଯାଇଥା’ନ୍ତି।
19 ମୋତେ ଭଲ ହୋଇଥା’ନ୍ତା, ଯଦି ମୁଁ ବଞ୍ଚି ନ ଥା’ନ୍ତି।
    କି ମାତୃଗର୍ଭରୁ ସିଧା କବରକୁ ଯାଇଥିଲେ, ଭଲ ହୋଇଥା’ନ୍ତା।
20 ମୋର ଜୀବନ ପ୍ରାୟ ଶେଷ ହୋଇଯାଇଛି,
    ତେଣୁ ମୋତେ ଛାଡ଼ିଦିଅ।
    ଯାହାକିଛି ଅଳ୍ପ ସମୟ ଜୀବନର ବାକି ଅଛି, ଆନନ୍ଦ କରିବାକୁ ଦିଅ।
21 ମୁଁ ସେହି ସ୍ଥାନକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।
    ଯାହା ମୃତ୍ୟୁ ଓ ଅନ୍ଧକାର ଅଟେ।
22 ମୋର ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସେହି ଦେଶକୁ ଯିବା ପୂର୍ବରୁ ଯାହାକୁ କେହି କେବେ ଦେଖି ନାହିଁ,
    ସେହି ଅନ୍ଧକାର ଅବ୍ୟବସ୍ଥା ରାଜ୍ୟରେ ଆଲୋକ ମଧ୍ୟ ଘନ ଅନ୍ଧକାର ସମାନ ଅଟେ।”

ସୋଫର ଆୟୁବକୁ ଉତ୍ତର ଦେଲା

11 ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା।

“ଏତେ ଶବ୍ଦର ବନ୍ୟାର କିଛି ଉତ୍ତର ଦିଆଯିବ ନାହିଁ କି?
    ଏହା କ’ଣ ଆୟୁବର ନିର୍ଦ୍ଦୋଷତା ପ୍ରମାଣ କରୁଛି? ନାଁ।
ତୁମ୍ଭେ କ’ଣ ଭାବୁଛ ଆୟୁବ ଆମ୍ଭ ପାଖରେ
    ତୁମ୍ଭକୁ ଉତ୍ତର ଦେବାକୁ କିଛି ନାହିଁ?
ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କଲ,
    ଲୋକେ କ’ଣ ତୁମ୍ଭକୁ ଚେତାବନୀ ନ ଶୁଣାଇ ନୀରବରେ ତାହା ସହ୍ୟ କରିବେ?
ଆୟୁବ, ତୁମ୍ଭେ ପରମେଶ୍ୱରଙ୍କୁ କହୁଛ,
    ‘ମୋର ଯୁକ୍ତିତର୍କ ସବୁ ଠିକ୍
    ଏବଂ ମୁଁ ତୁମ୍ଭ ଦୃଷ୍ଟିରେ ପବିତ୍ର।’
ଆୟୁବ, ଆହା ସତରେ ଯଦି ପରମେଶ୍ୱର ତୁମ୍ଭକୁ କଥା କହନ୍ତେ
    ଏବଂ କହନ୍ତେ ତୁମ୍ଭେ ଭୁଲ।
ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ
    ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି।
ଆୟୁବ, ତୁମ୍ଭେ ଶୁଣ,
    ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା।

ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ?
    ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ?
ସେଗୁଡ଼ିକ ସ୍ୱର୍ଗ ଅପେକ୍ଷା ଉଚ୍ଚରେ।
    ସେଗୁଡ଼ିକ ବିଷୟରେ ତୁମ୍ଭେ କ’ଣ କରି ପାରିବ?
ସେଗୁଡ଼ିକ କବର ଅପେକ୍ଷା ଗଭୀର।
    ତୁମ୍ଭେ ସେହି ବିଷୟରେ କ’ଣ ଜାଣ?
ପରମେଶ୍ୱର ପୃଥିବୀଠାରୁ ଉଚ୍ଚ ଗରୀୟାନ
    ସମୁଦ୍ରଠାରୁ ଆହୁରି ଗଭୀର।

10 “ଯଦି ପରମେଶ୍ୱର ତୁମ୍ଭକୁ ବନ୍ଦୀକରି ବିଗ୍ଭର ସଭାରେ ଉପସ୍ଥାପିତ କରାନ୍ତି,
    କିଏ ତାକୁ ବାରଣ କରିବ?
11 ସତରେ ପରମେଶ୍ୱର ଜାଣନ୍ତି କିଏ ଅଯୋଗ୍ୟ।
    ପରମେଶ୍ୱର ଯେତେବେଳେ ମନ୍ଦ ବିଷୟ ଦେଖନ୍ତି, ସେ ତାହା ମନେ ପକାନ୍ତି।
12 ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ।
    ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ।
13 କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍।
    ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର।
14 ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା'ହେଲେ ତାକୁ ଦୂର କର
    ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ।
15 ତା'ପରେ ତୁମ୍ଭେ ଲଜ୍ଜାରହିତ ହୋଇ ପରମେଶ୍ୱରଙ୍କୁ ଦେଖି ପାରିବ
    ଏବଂ ତୁମ୍ଭେ ବିନା ଭୟରେ ପରମେଶ୍ୱରଙ୍କ ଆଗରେ ଶକ୍ତିଶାଳୀ ହୋଇ ଛିଡ଼ା ହୋଇ ପାରିବ।
16 ତା'ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିଯିବ।
    ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହୋଇଯିବ।
17 ତା'ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ।
    ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚ‌କ୍‌ଚକ୍ ହେବ।
18 ପରମେଶ୍ୱର ତୁମ୍ଭର ଯତ୍ନ ନେବେ ଏବଂ ତୁମ୍ଭକୁ ଶାନ୍ତି ଦେବେ।
    ତା'ପରେ ତୁମ୍ଭେ ତୁମ୍ଭର ଚତୁର୍ପାର୍ଶ୍ୱକୁ ଅନାଇବ ଏବଂ ନିରାପଦରେ ବିଶ୍ରାମ ନେବ।
19 ତୁମ୍ଭେ ଶାନ୍ତିରେ ଶୋଇ ପାରିବ! କେହି ତୁମ୍ଭକୁ ବିବ୍ରତ କରି ପାରିବେ ନାହିଁ।
    ତୁମ୍ଭର ସାହାଯ୍ୟ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
20 ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସେମାନଙ୍କୁ ବିଫଳତା ଦେବ।
    ଦୁଷ୍ଟ ଲୋକ ସାହାଯ୍ୟ ପାଇଁ ହାତ ବଢ଼ାଇ ପାରନ୍ତି,
    କିନ୍ତୁ ସେମାନେ ତାଙ୍କ ଅସୁବିଧାରୁ ରକ୍ଷା ପାଇ ପାରିବେ ନାହିଁ।
    ସେମାନଙ୍କର ଆଶା କେବଳ ମୃତ୍ୟୁ ଆଡ଼କୁ ନେଇଯାଏ।”

ଆୟୁବ ସୋଫରକୁ ଉତ୍ତର ଦେଲା

12 ତା'ପରେ ଆୟୁବ ସେମାନଙ୍କୁ ଉତ୍ତର ଦେଇ କହିଲା,

“ତୁମ୍ଭେ ଭାବୁଛ ତୁମ୍ଭେ କେବଳ ଜ୍ଞାନୀ ଲୋକ।
    ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ
    ତୁମ୍ଭ ସହିତ ଜ୍ଞାନ ମଧ୍ୟ ମରିଯିବ।
କିନ୍ତୁ ମୋର ମନ ତୁମ୍ଭର ମନ ଭଳି ଭଲ।
    ମୁଁ ତୁମ୍ଭଠାରୁ ନ୍ୟୁନ ନୁହେଁ,
    ଯେକୌଣସି ଲୋକ ଏହା ସତ୍ୟ ବୋଲି ଦେଖି ପାରିବ।

“ମୁଁ ମୋର ବନ୍ଧୁମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି।
    ସେମାନେ କୁହନ୍ତି, ‘ସେ ପରମେଶ୍ୱରଙ୍କୁ ଡାକିଲା ଓ ପରମେଶ୍ୱର ତାକୁ ଉତ୍ତର ଦେଲେ।
    ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।’
ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ସରଳ
    ତଥାପି ସେମାନେ ମୋତେ ଦେଖି ହସନ୍ତି।
ମଶାଲ ତା’ ପାଇଁ ଆବଶ୍ୟକ ନାହିଁ ଯିଏ ନିଜକୁ ସୁରକ୍ଷିତ ବୋଲି ଭାବେ।
    ଏହା ସେହିମାନଙ୍କ ପାଇଁ ଉପଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।
ଡକାୟତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ।
    ଯେଉଁମାନେ ପରମେଶ୍ୱରଙ୍କୁ ବିରକ୍ତ କରାନ୍ତି,
    ସେମାନେ ଶାନ୍ତିରେ ରହନ୍ତି ଏବଂ ସେମାନଙ୍କର ବଳ ହେଉଛି ସେମାନଙ୍କର ପରମେଶ୍ୱର।

“ତୁମ୍ଭେ ଜନ୍ତୁମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ ଶିକ୍ଷା ଦେବେ,
    ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ କହିବେ।
ତୁମ୍ଭେ ପୃଥିବୀକୁ ପଗ୍ଭର ସେ ତୁମ୍ଭକୁ ଶିକ୍ଷା ଦେବ।
    ତୁମ୍ଭେ ସମୁଦ୍ରର ମାଛକୁ ପଗ୍ଭର ସେ ତୁମ୍ଭକୁ ଜ୍ଞାନ କଥା କହିବ।
ଏ କଥା ସମସ୍ତେ ଜାଣନ୍ତି
    ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।
10 ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଓ ନିଶ୍ୱାସ ନେଇ ବଞ୍ଚୁଥିବା ମଣିଷସବୁ
    ପରମେଶ୍ୱରଙ୍କ ଶକ୍ତିର ଅଧୀନରେ।
11 କିନ୍ତୁ ଜିହ୍ୱା ଯେପରି ଖାଦ୍ୟର ସ୍ୱାଦ ବାରିପାରେ।
    କାନ ସେପରି ଶୁଣୁଥିବା ଶବ୍ଦକୁ ବାରିପାରେ।
12 ତେଣୁ ଆମ୍ଭେ କହୁଛୁ, ‘ଜ୍ଞାନ ବୃଦ୍ଧ ଲୋକମାନଙ୍କଠାରେ ଅଛି।
    ବୁଝାମଣା ଦୀର୍ଘଜୀବନ ବଢ଼ାଏ।’
13 କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ୱରଙ୍କଠାରେ ଅଛି।
    ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।
14 ଯଦି ପରମେଶ୍ୱର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରି ପାରନ୍ତି ନାହିଁ।
    ଯଦି ପରମେଶ୍ୱର ଜଣକୁ ବନ୍ଦୀଗୃହରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟା କରି ମଧ୍ୟ ତାକୁ ମୁକୁଳାଇ ପାରନ୍ତି ନାହିଁ।
15 ଯେତେବେଳେ ପରମେଶ୍ୱର ବର୍ଷାକୁ ରୁଦ୍ଧ କରନ୍ତି, ତା'ହେଲେ ପୃଥିବୀ ଶୁଷ୍କ ହୋଇଯାଏ
    ଏବଂ ସେ ଯେତେବେଳେ ବର୍ଷା ଛାଡ଼ିଦିଅନ୍ତି, ତା'ହେଲେ ପୃଥିବୀରେ ବନ୍ୟା ହୋଇଯାଏ।
16 ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ।
    ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ।
17 ପରମେଶ୍ୱର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି
    ଓ ନେତା ବା ବିଗ୍ଭରକମାନଙ୍କୁ ନିର୍ବୋଧରେ ପରିଣତ କରନ୍ତି।
18 ରାଜା ଲୋକମାନଙ୍କୁ ବନ୍ଦୀଗୃହରେ ନିକ୍ଷେପ କରନ୍ତି।
    କିନ୍ତୁ ପରମେଶ୍ୱର ସେହି ଲୋକମାନଙ୍କୁ ମୁକ୍ତି ଦେଇ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।
19 ପରମେଶ୍ୱର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି
    ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନେକରନ୍ତି।
20 ପରମେଶ୍ୱର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କୁ ମଧ୍ୟ ଚୁପ୍ କରାଇ ଦିଅନ୍ତି
    ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।
21 ପରମେଶ୍ୱର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି।
    ସେ ଶାସକଠାରୁ କ୍ଷମତା ମଧ୍ୟ ଛଡ଼ାଇ ନିଅନ୍ତି।
22 ପରମେଶ୍ୱର ଅନ୍ଧକାରର ଗୂଢ଼ ରହସ୍ୟକୁ ଜାଣନ୍ତି।
    ସେ ମୃତ୍ୟୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦେଇ ପାରନ୍ତି।
23 ପରମେଶ୍ୱର ରାଜ୍ୟକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି
    ଓ ଶେଷରେ ତାକୁ ବିଛାଡ଼ି ପକାନ୍ତି।
ସେ ରାଜ୍ୟକୁ ବୃଦ୍ଧି କରନ୍ତି
    ଏବଂ ତା'ର ଲୋକମାନଙ୍କୁ ବିନାଶ କରନ୍ତି।
24 ପରମେଶ୍ୱର ନେତାମାନଙ୍କୁ ବୋକା ବନାଇ
    ମରୁଭୂମିରେ ଉଦ୍ଦେଶ୍ୟହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।
25 ସେହି ନେତାମାନେ ଆଲୋକ ବିନା ଅନ୍ଧାରରେ ଦରାଣ୍ଡି ହୁଅନ୍ତି।
    ପରମେଶ୍ୱର ସେମାନଙ୍କୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।

13 ଆୟୁବ ଉତ୍ତର ଦେଲା, “ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି।
    ମୁଁ ତୁମ୍ଭର ପ୍ରତ୍ୟେକ କଥା ଶୁଣିଅଛି।
    ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ୟ।
ଯାହା ତୁମ୍ଭେମାନେ ଜାଣିଛ ତାହା ମୁଁ ବି ଜାଣିଛି।
    ମୁଁ ତୁମ୍ଭଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ।
ମୁଁ ତୁମ୍ଭ ସହିତ ତର୍କ କରିବାକୁ ଗ୍ଭହୁଁ ନାହିଁ।
    ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ କହିବାକୁ ଗ୍ଭହେଁ।
    ମୁଁ ପରମେଶ୍ୱରଙ୍କ ସହିତ ମୋ’ ବିପଦ ସମ୍ପର୍କରେ ଯୁକ୍ତି କରିବାକୁ ଇଚ୍ଛା କରେ।
କିନ୍ତୁ ତୁମ୍ଭେମାନେ ଏକ କୁହୁକ ବିଦ୍ୟାକାରୀ
    ଏବଂ ମୂଲ୍ୟହୀନ ବୈଦ୍ୟ ଅଟ।
ମୁଁ ଗ୍ଭହେଁ ତୁମ୍ଭେ ଅନ୍ତତଃ ନୀରବ ରୁହ
    ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।

“ଏବେ ମୋର ଯୁକ୍ତି ଶୁଣ।
    ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ୟ ଶୁଣ।
ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷରେ ମିଥ୍ୟା କଥା କହିବ?
    ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ତୁମ୍ଭର ମିଥ୍ୟା କଥା ପରମେଶ୍ୱରଙ୍କ ଦ୍ୱାରା ସମର୍ଥିତ ହେବ?
ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ,
    କେବଳ ସେ ପରମେଶ୍ୱର ବୋଲି?
    ତୁମ୍ଭେ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ କି?
ଯଦି ପରମେଶ୍ୱର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ,
    ଏହା କ’ଣ ଭଲ ହେବ ଯେ ତୁମ୍ଭକୁ ପରମେଶ୍ୱର ଠିକ୍ ବୋଲି କହିବେ?
ତୁମ୍ଭେ କ’ଣ ସତରେ ଭାବୁଛ ତୁମ୍ଭେ ପରମେଶ୍ୱରଙ୍କୁ ପ୍ରତାରିତ କରିବ,
    ଯେମିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର?
10 ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ୟାୟାଳୟରେ ଜଣକ ପକ୍ଷ ସମର୍ଥନ କର
    କାରଣ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତାହାହେଲେ ପରମେଶ୍ୱର ତୁମ୍ଭକୁ ସମାଲୋଚନା କରିବେ।
11 ପରମେଶ୍ୱରଙ୍କ ମହତ୍ତ୍ୱ କ’ଣ ତୁମ୍ଭକୁ ଡରାଇବ ନାହିଁ?
    ତୁମ୍ଭେ ତାଙ୍କ ଦ୍ୱାରା ଭୟଭୀତ ହେଉ ନାହଁ।
12 ତୁମ୍ଭର ଯୁକ୍ତି ସବୁ ଅସାର।
    ତୁମ୍ଭର ଉତ୍ତର ସବୁ ମୂଲ୍ୟହୀନ।

13 “ତୁମ୍ଭେ ଚୁପ୍ ରୁହ ଏବଂ ମୋତେ କହିବାକୁ ଦିଅ।
    ଯାହା ମୋ’ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
14 ମୁଁ ନିଜକୁ ବିପଦରେ ପକାଇବି
    ଏବଂ ମୋ’ ଜୀବନ ନିଜ ହାତରେ ଦେବି।
15 ସେ ମୋତେ ମାରି ଦେଇ ପାରନ୍ତି, ମୁଁ ଭରସା ବିହିନ।
    ତଥାପି ତାଙ୍କ ସମ୍ମୁଖରେ ମୋର ପକ୍ଷ ପ୍ରସ୍ତୁତ କରିବି।
16 ଯଦି ପରମେଶ୍ୱର ମୋତେ ମୁକ୍ତି ପ୍ରଦାନ କରନ୍ତି, ଏହା କେବଳ ମୋର ସାହସିକ ବକ୍ତବ୍ୟ ପାଇଁ।
    କୌଣସି ଦୁଷ୍ଟ ବ୍ୟକ୍ତି କେବେ ପରମେଶ୍ୱରଙ୍କ ସମ୍ମୁଖକୁ ଆସିବାକୁ ସାହସ କରିବେ ନାହିଁ।
17 ମୁଁ ଯାହା କରୁଛି, ମୋ’ କଥା ମନୋଯୋଗ ଦେଇ ଶୁଣ।
    ମୋତେ ବୁଝାଇ କହିବାକୁ ଦିଅ।
18 ମୁଁ ବର୍ତ୍ତମାନ ମୋ’ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ।
    ମୁଁ ସତର୍କତାର ସହିତ ମୋର ତର୍କ ଉପସ୍ଥାପନ କରିବି।
    ମୁଁ ଜାଣେ, ମୁଁ ଶେଷରେ ନିଜକୁ ସରଳ ବୋଲି ପ୍ରମାଣିତ କରି ପାରିବି।
19 ଯଦି କୌଣସି ବ୍ୟକ୍ତି ପ୍ରମାଣ କରିପାରେ ଯେ ମୁଁ ଭୁଲ୍
    ତା'ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ୍ ହୋଇଯିବି।

20 “ହେ ପରମେଶ୍ୱର, ମୋତେ କେବଳ ଦୁଇଟି ବସ୍ତୁ ଦିଅ
    ଓ ମୁଁ ତୁମ୍ଭଠାରୁ ଲୁଚିବି ନାହିଁ।
21 ମୋତେ ଦଣ୍ଡ ଦେବା ବନ୍ଦକର,
    ଏବଂ ମୋତେ ତୁମ୍ଭ ଭୟାବହତାରେ ଭୟଭୀତ କର ନାହିଁ।
22 ତା'ପରେ ମୋତେ ଡାକ ମୁଁ ଉତ୍ତର ଦେବି
    କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।
23 ମୁଁ କେତେ ପାପ କରିଛି?
    ମୁଁ କ’ଣ ଅଧର୍ମ କରିଛି?
    ମୋତେ ମୋର ପାପ ଓ ଭୁଲ୍ ସବୁ ଜଣାଇ ଦିଅ।
24 ହେ ପରମେଶ୍ୱର, ତୁମ୍ଭେ କାହିଁକି ମୋ'ଠାରୁ ଦୂରେଇ ଯାଉଛ
    ଏବଂ ଶତ୍ରୁଭଳି ବ୍ୟବହାର କରୁଛ?
25 ତୁମ୍ଭେ କ’ଣ ମୋତେ ଡରାଇବାକୁ ଚେଷ୍ଟା କରୁଛ?
    ମୁଁ ଏକ ପତ୍ର ଯାହାକି ପବନରେ ଉଡ଼ିଯାଏ।
    ତୁମ୍ଭେ କ’ଣ କୁଟାଖିଆ ପଛରେ ଗୋଡ଼ାଇବ?
26 ହେ ପରମେଶ୍ୱର, ତୁମ୍ଭେ ମୋ’ ବିରୁଦ୍ଧରେ ତିକ୍ତ କଥା କହୁଛ
    ଏବଂ ହୁଏତ ମୋ’ ଯୌବନର ପାପ ପାଇଁ ମୋତେ ଶାସ୍ତି ପ୍ରଦାନ କରୁଛ।
27 ତୁମ୍ଭେ ମୋ’ ପାଦରେ ବେଡ଼ି ବାନ୍ଧିଛ
    ଏବଂ ମୋର ପ୍ରତ୍ୟେକ ଆଗେଇବା ପାଦକୁ ଲକ୍ଷ୍ୟ ରଖିଛ
    ଓ ମୋର ପ୍ରତ୍ୟେକ ଗତିବିଧିକୁ ଲକ୍ଷ୍ୟ କରୁଛ।
28 ତେଣୁ ମୁଁ ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ୁଅଛି
    ଖଣ୍ଡେ ପଗ୍ଭ କାଠପରି
    ତଥା ଖଣ୍ଡେ ପୋକଖିଆ କପଡ଼ା ପରି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center