Chronological
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଲ
14 ଯୀଶୁ କହିଲେ, “ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ'ଠାରେ ମଧ୍ୟ ବିଶ୍ୱାସ ରଖ, 2 ମୋର ପରମପିତାଙ୍କ ଘରେ ଅନେକଗୁଡ଼ିଏ ବଖରା ଅଛି। ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହି ନ ଥା'ନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। 3 ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫେରି ଆସିବି। ତା'ପରେ ତୁମ୍ଭକୁ ମୋ’ ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି ତୁମେମାନେ ମଧ୍ୟ ସେଠାରେ ମୋ’ ସହିତ ରହିପାରିବ। 4 ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।”
5 ଥୋମା କହିଲେ, “ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସେଠାକୁ ଯିବାର ପଥ ଆମ୍ଭେ ଜାଣିବୁ କିପରି?”
6 ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। 7 ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥା'ନ୍ତ, ତେବେ ପରମପିତାଙ୍କୁ ମଧ୍ୟ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।”
8 ଫିଲିପ୍ପ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।”
9 ଯୀଶୁ ଉତ୍ତର ଦେଲେ, “ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ‘ଆମ୍ଭକୁ ପରମପିତାଙ୍କୁ ଦେଖାଅ?’ 10 ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କର ଯେ, ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ'ଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋ'ଠାରୁ ଆସି ନାହିଁ। ପରମପିତେ ମୋ’ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। 11 ମୁଁ ପରମପିତାଙ୍କଠାରେ ଓ ପରମପିତା ମୋ'ଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର। କିମ୍ବା ମୁଁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର।
12 “ମୁଁ ତୁମ୍ଭକୁ ସତ୍ୟ କହୁଛି। ମୋ'ଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି। 13 ତୁମ୍ଭେ ମୋ’ ନାମରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମପିତାଙ୍କ ଗୌରବ ପ୍ରକାଶିତ ହେବ। 14 ମୋ’ ନାମରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି।
ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା
15 “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। 16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। 17 ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।
18 “ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି। 19 ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। 20 ତୁମ୍ଭେ ସେଦିନ ଜାଣିବ ଯେ, ମୁଁ ପରମପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ, ତୁମ୍ଭେ ମୋ'ଠାରେ ଓ ମୁଁ ତୁମ୍ଭଠାରେ ଅଛି। 21 ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”
22 ତା'ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।”
23 ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ। 24 କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋ'ଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ। ଏହା ମୋତେ ପଠାଇ ଥିବା ପରମପିତାଙ୍କର।
25 “ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। 26 କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।
27 “ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ। 28 ତୁମ୍ଭେ ମୋର କଥା ଶୁଣିଛ ଯେ ‘ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି।’ ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ’ ପାଇଁ ତୁମ୍ଭେ ଖୁସୀ ହେବ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମୋ'ଠାରୁ ମହାନ୍। 29 ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ।
30 “ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି। ମୋ’ ଉପରେ ତା'ର କୌଣସି କ୍ଷମତା ନାହିଁ। 31 କିନ୍ତୁ ଏହି ଜଗତ ଜାଣିବା ଉଚିତ୍ ଯେ, ମୁଁ ପରମପିତାଙ୍କୁ ପ୍ରେମ କରେ। ତେଣୁ ପରମପିତା ମୋତେ ଯେପରି କହିଛନ୍ତି, ମୁଁ ଠିକ୍ ସେହିପରି କରିବି। ଗ୍ଭଲ ଯିବା।
“ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।”
ଯୀଶୁ ଦ୍ରାକ୍ଷାଲତା ସଦୃଶ
15 ଯୀଶୁ କହିଲେ, “ମୁଁ ହେଉଛି ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। 2 ମୋ'ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। 3 ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। 4 ମୋ'ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।
5 “ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ'ଠାରେ ରହେ ଓ ମୁଁ ତା'ଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। 6 ଯଦି କେହି ବ୍ୟକ୍ତି ମୋ'ଠାରେ ରୁହେ ନାହିଁ, ତେବେ ତା'କୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। 7 ମୋ'ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। 8 ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।
9 “ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। 10 ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। 11 ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା'ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। 12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। 13 ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। 14 ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା'ର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।
16 “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। 17 ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।
ଯୀଶୁ ଶିଷ୍ୟମାନଙ୍କୁ ସତର୍କ କରନ୍ତି
18 “ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। 19 ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା'ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।
20 “ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା'ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। 21 ଲୋକମାନେ ମୋ’ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ। କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। 22 ମୁଁ ଯଦି ଆସି ନ ଥା'ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା'ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।
23 “ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରି ନାହିଁ। 24 ଯଦି ମୁଁ ସେହି କାର୍ଯ୍ୟ କରି ନ ଥା'ନ୍ତି, ତେବେ ସେମାନେ ପାପଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନ ଥାଆନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି। ତଥାପି ସେମାନେ ମୋତେ ଓ ପରମପିତାଙ୍କୁ ଘୃଣା କରନ୍ତି। 25 ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖାଥିଲା ତାହା ସତ୍ୟ ହେଲା: ‘ସେମାନେ ମୋତେ ବିନା କାରଣରେ ଘୃଣା କଲେ।’[a]
26 “ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପିତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। 27 ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।
16 “ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରି ନ ପାରନ୍ତି। 2 ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି। 3 କାରଣ ସେମାନେ ପରମପିତାଙ୍କୁ ଜାଣି ନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣି ନାହାନ୍ତି। 4 ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
ପବିତ୍ରଆତ୍ମାଙ୍କର କାର୍ଯ୍ୟ
“ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି। 5 ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?” 6 ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି। 7 କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ।
8 “ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। 9 ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ। 10 ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା'ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। 11 ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରିଲାଣି।
12 “ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରି ପାରିବ ନାହିଁ। 13 କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଡ଼ାଇନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କେବଳ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। 14 ପବିତ୍ରଆତ୍ମା ମୋ’ ପାଇଁ ଗୌରବ ଆଣିବେ। ସେ ମୋ'ଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। 15 ଯାହା ପରମପିତାଙ୍କର ତାହା ସବୁକିଛି ମୋର। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମୋ'ଠାରୁ ସବୁ ନେଇ ତୁମ୍ଭକୁ କହିବେ।
ଦୁଃଖ ସୁଖରେ ପରିଣତ ହେବ
16 “ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।”
17 କେତେଜଣ ଶିଷ୍ୟ ପରସ୍ପରକୁ କହିଲେ, “ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, ‘ଅଳ୍ପ ସମୟ ପରେ ତୁମ୍ଭେ ମୋତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତାରେ ତୁମ୍ଭେ ମୋତେ ଦେଖି ପାରିବ। ପିତାଙ୍କ ନିକଟକୁ ଯିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁ ନାହୁଁ।” 18 ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ'ଣ?’ ସେ ଏପରି କ'ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।”
19 ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଗ୍ଭରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ମୋ’ କଥାର ଅର୍ଥ କ'ଣ, ତାହା ତୁମ୍ଭେ ପରସ୍ପରକୁ ପଗ୍ଭରୁଛ।” ମୁଁ କହିଲି, “ଅଳ୍ପକ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖି ପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖି ପାରିବ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ,
21 “ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା'ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହୋଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ। 22 ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସୀ ହେବ। କେହି ତୁମ୍ଭର ଆନନ୍ଦ ନେଇ ଯିବ ନାହିଁ। 23 ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେ ମୋ’ ନାମରେ କିଛି ମାଗି ନାହଁ। ମାଗ, ତୁମ୍ଭେମାନେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ।
ପୃଥିବୀ ଉପରେ ବିଜୟ
25 “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। 26 ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। 27 ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। 28 ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”
29 ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। 30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା'ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”
31 ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ? 32 ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହୋଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।
33 “ମୋ'ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”
ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି
17 ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ୱର୍ଗ ଆଡ଼େ ଗ୍ଭହିଁଲେ। ସେ ପ୍ରାର୍ଥନା କଲେ, “ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହୋଇଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ୱିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବାନ୍ୱିତ କରି ପାରିବେ। 2 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି। 3 ତୁମ୍ଭେ ଯେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। 4 ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି। 5 ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର।
6 “ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ। 7 ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ। 8 ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। 9 ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି। 10 ମୋର ଯାହାସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି।
11 “ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇ ପାରିବେ। 12 ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଧିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।
13 “ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ, ଯେପରି ଏହି ଲୋକମାନେ ମୋ'ଠାରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଗ୍ଭହେଁ, ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। 14 ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି। ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ।
15 “ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁ ନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ଶୟତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। 16 ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। 17 ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ସେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। 18 ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। 19 ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ।
20 “ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋ'ଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। 21 ହେ ପରମପିତା, ମୁଁ ତୁମ୍ଭଠାରେ ପ୍ରାର୍ଥନା କରେ ଯେପରି ମୋ’ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏକ ହୋଇପାରିବେ। ତୁମ୍ଭେ ମୋ'ଠାରେ ରହିଛ ଓ ମୁଁ ତୁମ୍ଭଠାରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠାରେ ଯେପରି ଏକ ହୋଇ ପାରିବେ। ତଦ୍ଦ୍ୱାରା ଜଗତ ବିଶ୍ୱାସ କରିବ, ଯେ ତୁମ୍ଭେ ମୋତେ ପଠାଇଅଛ। 22 ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେ, ଯେପରି ‘ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ।’ 23 ମୁଁ ସେମାନଙ୍କଠାରେ ରହିବି ଓ ତୁମ୍ଭେ ମୋ'ଠାରେ ରହିବ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇପାରିବେ। ତାହାହେଲେ ଏହି ଜଗତ ଜାଣି ପାରିବ ଯେ, ତୁମ୍ଭେ ମୋତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମୋତେ ଯେପରି ପ୍ରେମ କରୁଥିଲ ଠିକ୍ ସେହିପରି ଏହି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଛ।
24 “ହେ ପରମପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଗ୍ଭହେଁ, ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ’ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ। 25 ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମୋତେ ପଠାଇଛ। 26 ତୁମ୍ଭେ କିପରି ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି। ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତା'ପରେ ମୋ’ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ ଓ ମୁଁ ସେମାନଙ୍କଠାରେ ବାସ କରିବି।”
2010 by World Bible Translation Center