Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 6-9

ଆୟୁବ ଇଲିଫ‌‌‌ସ୍‌‌‌କୁ ଉତ୍ତର ଦେଲା

ଏହା ପରେ ଆୟୁବ ଉତ୍ତର ଦେଇ କହିଲା,

“ଯଦି ମୋର ଦୁଃଖ ଓଜନ କରାଯାଇ ପାରନ୍ତା।
    ଯଦି ମୋର ସମସ୍ତ ଦୁର୍ଗତି ତରାଜୁର ଏକ ପାଖରେ ରଖାଯା’ନ୍ତା,
ତୁମ୍ଭେ ମୋର ଦୁଃଖକୁ ବୁଝି ପାରନ୍ତ।
    ମୋର ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା।
    ତେଣୁ ସେଥିପାଇଁ ମୋର କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
ପରମେଶ୍ୱର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମୋ’ ଅନ୍ତରକୁ ବିଦ୍ଧ କରୁଛି।
    ମୋର ଆତ୍ମା ସେହି ବାଣର ବିଷକୁ ପାନ କରୁଛି।
    ପରମେଶ୍ୱରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମୋର ବିରୁଦ୍ଧରେ ଗୋଟିଏ ଧାଡ଼ିରେ ସଜାଇ ରଖାଯାଇଛି।
ତୁମ୍ଭର ବାକ୍ୟସବୁ କହିବାକୁ ସହଜ, ଯେତେବେଳେ କିଛି ଅଘଟଣ ଘଟି ନ ଥାଏ।
ଏପରିକି ଗୋଟିଏ ବଣୁଆ ଗଧ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ
    ଏବଂ ଗୋଟିଏ ଗାଈ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ତା’ ନିକଟରେ ତା’ ନିଜର ଖାଦ୍ୟ ଥାଏ।
ଲବଣ ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ।
    ଅଣ୍ଡାର ଧଳା ଲାଳର ଯେମିତି କୌଣସି ସ୍ୱାଦ ନ ଥାଏ।
ମୁଁ ତାକୁ ସ୍ପର୍ଶ କହିବାକୁ ମନା କରେ
    କାରଣ ସେପ୍ରକାର ଖାଦ୍ୟ ମୋତେ ରୋଗୀଣା କରି ପକାଏ।

“ମୁଁ ଗ୍ଭହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି।
    ମୁଁ ଇଚ୍ଛାକରେ ଯାହା ମୋର ଦରକାର ପରମେଶ୍ୱର ମୋତେ ଦେବେ।
ମୁଁ ଇଚ୍ଛା କରେ ପରମେଶ୍ୱର ମୋତେ ଦଳି ଦିଅନ୍ତୁ,
    ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
10 ଯଦି ସେ ତାହା କରି ମୋତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷୟରେ ଅନ୍ତତଃ ସାନ୍ତ୍ୱନା ପାଆନ୍ତି,
    ଏହି ନିଷ୍ଠୁର ଯନ୍ତ୍ରଣା ମଧ୍ୟରେ ମୁଁ ଆନନ୍ଦ ପାଆନ୍ତି,
    କାରଣ ପରମେଶ୍ୱରଙ୍କ ସେହି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।

11 ମୋର କ’ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି?
    ମୁଁ ଜାଣେନା ମୋର କ’ଣ ହେବାକୁ ଯାଉଛି।
    ସେଥିପାଇଁ ମୋର ଧୈର୍ଯ୍ୟ ଧରିବା ପାଇଁ କୌଣସି କାରଣ ନାହିଁ।
12 ମୁଁ ପଥର ଭଳି ଶକ୍ତ ନୁହେଁ।
    ମୋର ମାଂସ ତମ୍ବାରେ ତିଆରି ନୁହେଁ।
13 ନିଜକୁ ସାହାଯ୍ୟ କରିବାକୁ ମୋର ଶକ୍ତି ବର୍ତ୍ତମାନ ନାହିଁ।
    କାରଣ ସମସ୍ତ ସଫଳତା ମୋ'ଠାରୁ କାଢ଼ି ନିଆଯାଇଅଛି।

14 ଜଣେ ବ୍ୟକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା,
    ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରୁ ବିମୁଖ ହୁଏ।
15 କିନ୍ତୁ ତୁମ୍ଭେ ମୋର ଭାଇମାନେ ମୋ’ ପ୍ରତି ବିଶ୍ୱସ୍ତ ନୁହଁ।
    ମୁଁ ତୁମ୍ଭ ଉପରେ ନିର୍ଭର କରି ପାରିବି ନାହିଁ।
    ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ।
    ତୁମ୍ଭେ ସେହି ଉଛୁଳିବା ଝରଣାପରି।
16 କେତେବେଳେ ବରଫରେ ଭର୍ତ୍ତି ହୋଇଯାଏ ଏବଂ ବରଫ ତରଳି ଯାଏ।
17 କିନ୍ତୁ ଯେତେବେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ
    ଜଳ ପ୍ରବାହିତ ବନ୍ଦ ହୁଏ।
    ଏବଂ ଝରଣା ଅଦୃଶ୍ୟ ହୋଇଯାଏ।
18 ବ୍ୟବସାୟୀ ତାଙ୍କ ପଥରୁ ପାଣି ଖୋଜିବା ପାଇଁ ବିମୁଖ ହୁଅନ୍ତି।
    ସେମାନେ ମରୁଭୂମିକୁ ଗ୍ଭଲିଯାଆନ୍ତି ଓ ହଜିଯାଆନ୍ତି।
19 ମୋର ବ୍ୟବସାୟୀ ପାଣିର ଅନ୍ୱେଷଣ କଲେ।
    ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
20 ସେମାନେ ନିଶ୍ଚିତ ଥିଲେ ଯେ ସେମାନେ ନିଶ୍ଚୟ ପାଣି ପାଇବେ
    କିନ୍ତୁ ଶେଷରେ ସେମାନେ ନିରାଶ ହେଲେ।
21 ବର୍ତ୍ତମାନ ତୁମ୍ଭେ ସେହି ସ୍ରୋତଭଳି କିଛି ନୁହଁ।
    ତୁମ୍ଭେ ମୋର ବିପଦ ଦେଖି ଭୟଭୀତ ହେଉଅଛ କି?
22 ମୁଁ ତୁମ୍ଭକୁ ସାହାଯ୍ୟ ମାଗିଛି କି?
    ନାଁ, କିନ୍ତୁ ତୁମ୍ଭେ ସ୍ୱଇଚ୍ଛାରେ ମୋତେ ତୁମ୍ଭର ଉପଦେଶ ଦେଉଅଛ।
23 ମୁଁ ତୁମ୍ଭକୁ କହିଛି କି? ‘ମୋତେ ଶତ୍ରୁ କବଳରୁ ଉଦ୍ଧାର କର।
    ମୋତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।’

24 ମୋତେ ଶିକ୍ଷା ଦିଅ, ତା’ ଉତ୍ତାରେ ମୁଁ ନୀରବ ରହିବି।
    ମୋତେ କୁହ ମୁଁ କ’ଣ ଭୁଲ୍ କରୁଛି।
25 ସାଧୁ ବାକ୍ୟ ବଡ଼ ଶକ୍ତିଶାଳୀ,
    କିନ୍ତୁ ତୁମ୍ଭର ଯୁକ୍ତି କିଛି ପ୍ରମାଣ କରୁ ନାହିଁ।
26 ତୁମ୍ଭେ କ’ଣ ମୋତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ?
    ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।
27 ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ୟ ଗୁଲିବାଣ୍ଟ କରିବ,
    ତୁମ୍ଭେ ନିଜର ବନ୍ଧୁକୁ ମଧ୍ୟ ବିକ୍ରି କରିଦେବ।
28 ଏବେ ବର୍ତ୍ତମାନ ତୁମ୍ଭେ ମୋର ମୁହଁ ଦେଖି କୁହ,
    ମୁଁ ତୁମ୍ଭକୁ ମିଛ କହିବି ନାହିଁ!
29 ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ।
    ପୁନର୍ବାର ବିଗ୍ଭର କର ମୁଁ ନିରୀହ ଅଟେ।
30 ମୁଁ ମିଛ କହୁ ନାହିଁ।
    ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।”

ଆୟୁବ ଉତ୍ତର ଦେଲା, “ପୃଥିବୀରେ କ’ଣ ମନୁଷ୍ୟ ସଂଗ୍ରାମ କରେ ନାହିଁ?
    ତା'ର ଜୀବନ ହେଉଛି ଜଣେ ବେତନ ପାଉଥିବା ଶ୍ରମିକର ଜୀବନ ସଦୃଶ।
ମଣିଷ, ଜଣେ ଦାସ ଯେଭଳି ଦିନର କଠିନ ଶ୍ରମ ପରେ ଶୀତଳ ଛାୟା ଗ୍ଭହେଁ।
    ମଣିଷ ଜଣେ ମୂଲ ପାଉଥିବା ବ୍ୟକ୍ତି ଯେମିତି ତା'ର ବେତନ ଦିନକୁ ଅପେକ୍ଷା କରେ।
ଅନେକ ମାସ ମୋତେ ନିରାଶ କରି
    ରାତ୍ରି ପରେ ରାତ୍ରି କଷ୍ଟ ଦିଆଯାଇ ଥିଲା।
ଯେତେବେଳେ ମୁଁ ଶୟନ କରେ, ମୁଁ କହେ,
    ‘ଆଉ କେତେ ସମୟ ପରେ ଶଯ୍ୟା ତ୍ୟାଗ କରିବି?’
ମାତ୍ର ରାତ୍ରି ଦୀର୍ଘ ହୁଏ।
    ଏବଂ ପ୍ରଭାତ ପର୍ଯ୍ୟନ୍ତ ମୁଁ ବିଛଣାରେ ଛଟପଟ ହୁଏ।
ଯଦିଓ ମୋର ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର।
    ମୋର ଚର୍ମ ଫାଟିଯାଏ ଏବଂ ବହୁଥିବା ଘାଁରେ ଢାଙ୍କି ହୋଇଯାଏ।

“ମୋର ଦିନଗୁଡ଼ିକ ଶୀଘ୍ର ଗଡ଼ିଯାଏ।
    ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ।
    ଶେଷରେ ଜୀବନଟା କୌଣସି ଆଶାର ପୂରଣ ବିନା ଶେଷ ହୋଇଯାଏ।
ପରମେଶ୍ୱର, ସ୍ମରଣ କର, ମୋର ଜୀବନ କେବଳ ଗୋଟିଏ ପ୍ରଶ୍ୱାସ।
    ମୁଁ କେବେ ଆଉ କୌଣସି ଭଲ ବିଷୟ ଦେଖିବି ନାହିଁ।
ତୁମ୍ଭେ ବି ମୋତେ ଆଉ ଦେଖିବ ନାହିଁ।
    ତୁମ୍ଭେ ମୋତେ ଖୋଜିବ କିନ୍ତୁ ମୁଁ ନ ଥିବି।
ଭଷା ମେଘ ଅଦୃଶ୍ୟ ହେଲାପରି, ଜଣେ ବ୍ୟକ୍ତି କବର[a] ଭିତରକୁ ଯାଏ
    ଏବଂ ସେ ସେଥିରୁ ଫେରି ଆସେ ନାହିଁ।
10 ସେ ଆଉ ତା'ର ଆପଣା ବାସଗୃହକୁ କେବେ ଆସିବ ନାହିଁ।
    ଏବଂ ତା'ର ସେ ପୁରୁଣା ଘର ମଧ୍ୟ ତାକୁ ଆଉ ଚିହ୍ନିବ ନାହିଁ।

11 “ତେଣୁ ମୁଁ ଆଉ ନୀରବ ରହି ପାରିବି ନାହିଁ,
    ମୁଁ ମୋର ଆତ୍ମାର ବେଦନା ପ୍ରକାଶ କରିବି।
    ମୁଁ ଅଭିଯୋଗ କରିବି କାରଣ ମୋର ଆତ୍ମା ତିକ୍ତ ହୋଇଅଛି।
12 ହେ ପରମେଶ୍ୱର, କାହିଁକି ତୁମ୍ଭେ ମୋତେ ପ୍ରହରା ଦେଉଛ?
    ମୁଁ କ’ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି?
13 ଯଦି ମୁଁ କହେ ମୋର ବିଛଣା ମୋତେ ଆନନ୍ଦ ଆଣି ଦେବା ଉଚିତ୍।
    ମୋର ବିଛଣା ମୋତେ ବିଶ୍ରାମ ଓ ଶାନ୍ତି ଆଣି ଦେବା ଉଚିତ୍।
14 କିନ୍ତୁ ହେ ପରମେଶ୍ୱର, ମୋର ଶୟନ ସମୟରେ ତୁମ୍ଭେ ମୋତେ ସ୍ୱପ୍ନରେ ଭୟ ଦେଖାଉଛ।
    ତା'ପରେ ତୁମ୍ଭେ ମୋତେ ଦର୍ଶନରେ ଡରାଉଛ।
15 ତେଣୁ ମୁଁ ବଞ୍ଚିବାଠାରୁ ଶ୍ୱାସରୋଧ ହୋଇ
    ମରିବାକୁ ଅଧିକ ପସନ୍ଦ କରେ।
16 ମୁଁ ଏ ଜୀବନକୁ ଘୃଣା କରେ।
    ମୁଁ ତ୍ୟାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ।
ମୋତେ ଛାଡ଼,
    ମୋର ବଞ୍ଚିବାର କିଛି ଅର୍ଥ ନାହିଁ।
17 ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ?
    ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ?
18 କାହିଁକି ମଣିଷକୁ ତୁମ୍ଭେ ପ୍ରତ୍ୟେକ ସକାଳରେ ସାକ୍ଷାତ କର
    ଏବଂ ତା'ର ପ୍ରତ୍ୟେକ ମୁହୂର୍ତ୍ତକୁ ପରୀକ୍ଷା କର?
19 ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ମୋ'ଠାରୁ ଆପଣା ଦୃଷ୍ଟି ଦୂରେଇ ରଖିବ?
    ତୁମ୍ଭେ ମୋତେ ଏକାଳି ବହୁକାଳ ପର୍ଯ୍ୟନ୍ତ ଗ୍ରାସିତ ହେବାକୁ ଛାଡ଼ିଦିଅ ନାହିଁ।
20 ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି?
    ଯିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି।
କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ସ୍ୱରୂପ ରଖିଛ?
    ମୁଁ କ’ଣ ତୁମ୍ଭ ପାଇଁ କୌଣସି ସମସ୍ୟା ହୋଇଛି?
21 କାହିଁକି ତୁମ୍ଭେ ମୋତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ?
    କାହିଁକି ମୋର କୌଣସି ପାପ କ୍ଷମା କରୁ ନାହଁ?
କାରଣ ମୁଁ ଶୀଘ୍ର ମରିବି ଓ କବରରେ ଶୟନ କରିବି,
    ତୁମ୍ଭେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ।”

ବି‌‌ଲ୍‌‌ଦଦ୍ ଆୟୁବକୁ ଉତ୍ତର ଦେଲା

ଶୂହୀୟ ବି‌‌ଲ୍‌‌ଦଦ୍ ଉତ୍ତର ଦେଇ କହିଲା,

“ତୁମ୍ଭେ କେତେକାଳ ଏହିପରି କଥା କହିବ?
    ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ।
ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି?
    ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି?
ଯଦି ତୁମ୍ଭର ପୁତ୍ରକନ୍ୟାଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛନ୍ତି,
    ସେଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ଦେଖ
    ଏବଂ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର।
ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ଦୋଷ ତେବେ,
    ସେ ନିଶ୍ଚିତ ଭାବରେ ତୁମ୍ଭକୁ ସାହାଯ୍ୟ କରିବେ ଏବଂ
    ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା
    ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।

“ପ୍ରାଚୀନ କାଳର ଲୋକମାନଙ୍କୁ ପଗ୍ଭର ଓ ସେମାନଙ୍କ ପୂର୍ବପୁରୁଷମାନେ
    ସେମାନଙ୍କୁ ଯାହା ଶିକ୍ଷା ଦେଇଥିଲେ, ତାକୁ ମନୋଯୋଗ ଦେଇ ଶୁଣ।
ଯାହା ଦେଖାଯାଉଛି, ସତେ ଯେମିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ।
    ଆମ୍ଭେ କିଛି ଜାଣି ନାହୁଁ
    ପୃଥିବୀରେ ଆମ୍ଭର ଦିନ ଛାୟା ପରି।
10 ସେହି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦେବେ।
    ସେମାନେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦେବେ।

11 ବି‌‌ଲ୍‌ଦଦ୍ ଉତ୍ତର ଦେଲା, “ଶୁଖିଲା ଭୂମିରେ କ’ଣ ନଳବଣ ବଢ଼ିପାରେ?
    ଜଳବିନା କ’ଣ ସନ୍ତରା ବଢ଼ିପାରେ।
12 ଯଦି ଜଳ ଶୁଖିଯାଏ, ସେହିସବୁ ବୃକ୍ଷ ମଧ୍ୟ ଶୁଖିଯିବ,
    ଏପରିକି ଯେତେବେଳେ ସେମାନେ ବଢ଼ୁଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସେମାନେ ଶୁଖି ଯାଆନ୍ତି।
13 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି ସେମାନେ ସେହି ଘାସ ସଦୃଶ।
    ପରମେଶ୍ୱରଙ୍କୁ ଭୁଲି ଯାଇଥିବା ଲୋକର କୌଣସି ଆଶା ନ ଥାଏ।
14 ସେ ଲୋକର ଆଉ ଯିବା ପାଇଁ କିଛି ନାହିଁ।
    ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
15 ସେ ଯଦି ତା’ ଉପରେ ଆଉଜି ପଡ଼େ,
    ତାହା ଛିଣ୍ଡିଯିବ।
ସେ ତାକୁ ଧରି ରଖିଲେ
    ଏହା ତାକୁ ଧରି ରଖି ପାରିବ ନାହିଁ।
16 ସେହି ବ୍ୟକ୍ତି ଏକ ଲତା ସଦୃଶ ଯିଏ ପ୍ରଚୁର ପାଣି ଓ ସୂର୍ଯ୍ୟ କିରଣରେ ବଢ଼େ।
    ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନରେ ବ୍ୟାପି ଥାଏ।
17 ଏହା ତା'ର ଚେର ଦ୍ୱାରା
    ଗଦାଏ ପଥରକୁ ଗୁଡ଼ାଇ ଦିଏ।
18 ଯଦି ସେହି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ୟୁତ କରାଯାଏ ଏହା ମରିଯିବ
    ଏବଂ କେହି ଜାଣି ପାରିବେ ନାହିଁ।
    ପୂର୍ବରୁ ଏପରି ଏକ ଲତା ଏଠାରେ ଥିଲା।
19 କିନ୍ତୁ ସେ ଗଛ ଖୁସୀ ଥିଲା।
    ତାହା ଜାଗାରେ ଅନ୍ୟ ଏକ ଲତା ମାଡ଼ିବ।
20 ପରମେଶ୍ୱର ଅନ୍ୟାୟସବୁକୁ କେବେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ
    କି ଦୁଷ୍ଟ ଲୋକକୁ ସାହାଯ୍ୟ କରନ୍ତି ନାହିଁ।
21 ପରମେଶ୍ୱର ପୁଣି ତୁମ୍ଭ ମୁଖରେ ହସ ଫୁଟାଇବେ।
    ତୁମ୍ଭ ଓଠରେ ଖୁସୀର ଶବ୍ଦ ଭରି ଦେବେ।
22 ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ
    ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ୱଂସ ହେବ।”

ଆୟୁବ ବି‌‌ଲ୍‌‌ଦଦକୁ ଉତ୍ତର ଦେଲା

ତା'ପରେ ଆୟୁବ ବି‌‌ଲ୍‌‌ଦଦକୁ ଉତ୍ତର ଦେଲା।

“ହଁ, ଏହା ସତ୍ୟ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ।
    ଜଣେ ପରମେଶ୍ୱରଙ୍କୁ ଯୁକ୍ତିରେ କିପରି ଜିତି ପାରିବ?
ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ବାଦାନୁବାଦ କରି ପାରିବ ନାହିଁ।
    ପରମେଶ୍ୱର ତାକୁ 1,000 ପ୍ରଶ୍ନ କରି ପାରନ୍ତି
    ସେ କିନ୍ତୁ ଗୋଟିକର ଉତ୍ତର ମଧ୍ୟଦେଇ ପାରିବ ନାହିଁ।
ପରମେଶ୍ୱର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି।
    କେହି ତାଙ୍କ ବିରୁଦ୍ଧରେ ଛିଡ଼ା ହୋଇ କେବେ ଅକ୍ଷତ ରହିପାରିବ ନାହିଁ।
ପରମେଶ୍ୱର କ୍ରୋଧ ହେଲେ ପର୍ବତକୁ ମଧ୍ୟ ତା’ ନିଜ ସ୍ଥାନରୁ ହଟାଇ ଦେଇ ପାରନ୍ତି।
ଏବଂ ସେହି ପର୍ବତ ମଧ୍ୟ ନିଜେ ଜାଣି ପାରେ ନାହିଁ।
ପରମେଶ୍ୱର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି।
    ପରମେଶ୍ୱର ପୃଥିବୀର ମୂଳଦୁଆ ଦୋହଲାଇ ଦେଇ ପାରନ୍ତି।
ପରମେଶ୍ୱର ସୂର୍ଯ୍ୟକୁ କହି ତା'ର ଉଦୟ ହେବାକୁ ବନ୍ଦ କରିଦେଇ ପାରନ୍ତି।
    ସେ ତାରାଗଣକୁ ଚମକିବା ବନ୍ଦ କରି ଦେଇପାରନ୍ତି।
ପରମେଶ୍ୱର ଏକାକୀ ଆକାଶକୁ ବିସ୍ତାର କରିଛନ୍ତି।
    ପରମେଶ୍ୱର ସମୁଦ୍ରର ତରଙ୍ଗ ଉପରେ ଗ୍ଭଲନ୍ତି।

“ପରମେଶ୍ୱର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି।
    ସେ ଗ୍ରହ ନିର୍ମାଣ କରିଛନ୍ତି, ଯାହା ଦକ୍ଷିଣ ଆକାଶକୁ ପାରକରେ।
10 ପରମେଶ୍ୱର ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ।
    ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟର କୌଣସି ଶେଷ ନାହିଁ।
11 ପରମେଶ୍ୱର ମୋ’ ନିକଟରେ ଗମନ କରନ୍ତି।
    କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ, ପରମେଶ୍ୱର ଯେତେବେଳେ ମୋ’ ନିକଟ ଦେଇ ଯାଆନ୍ତି।
    ମୁଁ ତାଙ୍କୁ ଚିହ୍ନିପାରେ ନାହିଁ।
12 ଯଦି ପରମେଶ୍ୱର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ।
    କିଏ ତାଙ୍କୁ କହି ପାରିବ, ‘ତୁମ୍ଭେ କ’ଣ କରୁଛ?’
13 ପରମେଶ୍ୱର ତାଙ୍କ କ୍ରୋଧ ଧରିରଖି ପାରିବେ ନାହିଁ।
    ରାହାବର ସାହାଯ୍ୟକାରୀମାନେ ମଧ୍ୟ ତାଙ୍କୁ ଭୟ କରନ୍ତି।
14 ତେଣୁ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରି ପାରିବି ନାହିଁ
    ଏବଂ ତାଙ୍କୁ କ’ଣ କହିବି ତାହା ମଧ୍ୟ ଜାଣି ନାହିଁ।
15 ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦେଇ ପାରିବି ନାହିଁ।
    ମୁଁ ମୋର ବିଗ୍ଭରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପାରେ।
16 ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମୋତେ ଉତ୍ତର ଦିଅନ୍ତି,
    ମୁଁ ତଥାପି ବିଶ୍ୱାସ କରେ ନାହିଁ ଯେ ସେ ମୋର କଥା ଶୁଣିବେ।
17 ପରମେଶ୍ୱର ମୋତେ ଚକଟି ଦେବା ପାଇଁ ଝଡ଼ ପଠାଇବେ,
    କୌଣସି କାରଣ ନ ଥାଇ ସେ ମୋତେ ଅଧିକ ଆଘାତ କରିବେ।
18 ପରମେଶ୍ୱର ମୋତେ ପୁନର୍ବାର ନିଶ୍ୱାସ ନେବାକୁ ଦେବେ ନାହିଁ,
    କିନ୍ତୁ ଅଧିକ କଷ୍ଟ ଦେବେ।
19 ମୁଁ ପରମେଶ୍ୱରଙ୍କୁ ପରାସ୍ତ କରି ପାରିବି ନାହିଁ।
    ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ୟାୟାଳୟକୁ ନେଇ ପାରିବି ନାହିଁ।
ଏବଂ ମୋ’ ପ୍ରତି ସଦୟ ହେବାକୁ ବାଧ୍ୟ କରି ପାରିବି ନାହିଁ।
    କିଏ ତାଙ୍କୁ ନ୍ୟାୟାଳୟକୁ ଆସିବାକୁ ବାଧ୍ୟ କରି ପାରିବ?
20 ମୁଁ ନିରୀହ ହେଲେ ହେଁ ମୋ’ ନିଜ କଥା ମୋତେ ଦୋଷୀ ସାବ୍ୟସ୍ତ କରିବ।
    ମୁଁ ନିର୍ଦ୍ଦୋଷ ଏବଂ ମୁଁ ଯାହା କହୁଛି ତାହା ମୋତେ ଦୋଷୀ ସାବ୍ୟସ୍ତ କରୁଛି।
21 ମୁଁ ନିରୀହ, କିନ୍ତୁ କ’ଣ ଚିନ୍ତା କରିବାକୁ ପଡ଼ିବ ମୁଁ ଜାଣେ ନାହିଁ।
    ମୋ’ ଜୀବନକୁ ମୁଁ ଘୃଣା କରେ।
22 ମୁଁ ନିଜକୁ କହେ, ‘ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ।
    ନିରୀହ ଲୋକ ମଧ୍ୟ ଦୋଷୀ ବ୍ୟକ୍ତିଭଳି ମରନ୍ତି।
    ପରମେଶ୍ୱର ସମସ୍ତଙ୍କୁ ସଂହାର କରନ୍ତି।’
23 ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ୟକ୍ତି ପ୍ରାଣ ହରାଏ, ପରମେଶ୍ୱର କ’ଣ ନିର୍ଦ୍ଦୋଷର ମୃତ୍ୟୁରେ କେବଳ ହସି ପାରିବେ?
24 ଯେତେବେଳେ ଜଣେ ଦୁଷ୍ଟ ବ୍ୟକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ୱର ସେହି ନେତାଙ୍କୁ ଗତିରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି?
    ଯଦି ପରମେଶ୍ୱର ତାହା ନ କରନ୍ତି, ତେବେ କିଏ?

25 “ମୋର ଦିନ ସବୁ ଶୀଘ୍ର ଗଡ଼ି ଗ୍ଭଲିଛି ଜଣେ ଦୌଡ଼ାଳି ଭଳି।
    ମୋର ଦିନ ସବୁ ଗଡ଼ି ଗ୍ଭଲିଛି।
    ମୋ’ ଜୀବନରେ କୌଣସି ସୁଖ ନାହିଁ।
26 ମୋର ଦିନ ସବୁ ଗଡ଼ି ଯାଉଛି ବେଗଶାଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ
    ଶିକାର ଉପରେ ଝାମ୍ପ ଦେବାକୁ ଉଦ୍ୟତ ଉତ୍କ୍ରୋଶପକ୍ଷୀ ଭଳି।

27 “ମୁଁ ଯଦି କହେ, ‘ମୁଁ ଅଭିଯୋଗ କରିବି ନାହିଁ, ମୁଁ ମୋର ଯନ୍ତ୍ରଣା ଭୁଲି ଯିବି।
    ମୋ’ ମୁହଁରେ ହସ ଫୁଟାଇବି।’
28 ଏହା ପ୍ରକୃତରେ କିଛି ପରିବର୍ତ୍ତନ ଘଟାଏ ନାହିଁ,
    ସେହି ଯନ୍ତ୍ରଣା ଏବେ ବି ମୋତେ ଭୟଭୀତ କରେ।
29 ମୁଁ ଦୋଷୀ ସାବ୍ୟସ୍ତ ହୋଇସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି।
    ତେଣୁ ମୁଁ କହୁଛି, ‘ସବୁକିଛି ଭୁଲିଯାଅ।’
30 ଯଦି ମୁଁ ବରଫରେ ନିଜକୁ ଧୌତ କରେ।
    ମୁଁ ହାତଗୁଡ଼ିକୁ ସାବୁନରେ ଧୋଇ ସଫା କରେ।
31 ତଥାପି ପରମେଶ୍ୱର ମୋତେ ଖସଡ଼ା ଗାତ ମଧ୍ୟକୁ ଠେଲି ଦେବେ।
    ତା'ପରେ ମୋର ନିଜର ବସ୍ତୁ ମୋତେ ଘୃଣା କରିବ।
32 ପରମେଶ୍ୱର ମୋ’ ଭଳି ମନୁଷ୍ୟ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦେବି।
    ଆମ୍ଭର କେବେ ଗୋଟିଏ ନ୍ୟାୟାଳୟରେ ଏକତ୍ର ପରସ୍ପର ସାକ୍ଷାତ ହୋଇ ପାରିବ ନାହିଁ।
33 ମୁଁ ଗ୍ଭହେଁ କିଏ ମଧ୍ୟସ୍ଥ ହୁଅନ୍ତା, ଯିଏ ଦୁଇ ପକ୍ଷର କଥା ଶୁଣି
    ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କେହି ନାହିଁ।
34 ମୁଁ ଗ୍ଭହେଁ କେହି ପରମେଶ୍ୱରଙ୍କ ଦଣ୍ଡ ଦେବାର ବାଡ଼ିଟିକୁ ତାଙ୍କଠାରୁ ନେଇ ଯାଆନ୍ତା?
    ତେବେ ପରମେଶ୍ୱର ମୋତେ ଭୟଭୀତ କରନ୍ତେ ନାହିଁ।
35 ତେବେ ମୁଁ କହନ୍ତି, ଯାହା ମୁଁ କହିବାକୁ ଗ୍ଭହେଁ ପରମେଶ୍ୱରଙ୍କୁ ଭୟ ନ କରି।
    କିନ୍ତୁ ବର୍ତ୍ତମାନ ତାହା ମୁଁ କହି ପାରିବି ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center