Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 22-23

ଯିହୁଦାରେ ଯୋଶିୟଙ୍କ ଶାସନ ଆରମ୍ଭ

22 ଯୋଶିୟ ଆଠ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଦୀଦା ଓ ସେ ବସ୍କତୀୟ ଅଦାୟଙ୍କର କନ୍ୟା ଥିଲେ। ଯୋଶିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ସୁକର୍ମ କଲେ ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କ ଶିକ୍ଷା ମାନ୍ୟ କଲେ। ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହା ସବୁ କଲେ।

ମନ୍ଦିର ମରାମତି ପାଇଁ ଯୋଶିୟଙ୍କ ଆଦେଶ

ଯୋଶିୟ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ମଶୁଲ୍ଲମର ପୌତ୍ର, ଅ‌ତ୍‌ସଲିୟର ପୁତ୍ର ଶାଫନ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ। “ତୁମ୍ଭେ ମହାଯାଜକ ହି‌ଲ୍‌‌‌କିୟ ନିକଟକୁ ଯାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଠିକି ଆଣ। ସେ ସେହି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରୀ ଦିଅନ୍ତୁ। ଆଉ ମଧ୍ୟ ସେ ମନ୍ଦିର ମରାମତିରେ ତତ୍ତ୍ୱବଧାରକ ଯାଜକ ମୁଦ୍ରା ଦିଅନ୍ତୁ। ସେହି ମୁଦ୍ରାକୁ ବଢ଼େଇ, ରାଜମିସ୍ତ୍ରି ଓ ପ୍ରସ୍ତର ଖୋଦନକାରୀଙ୍କୁ ଦେବାରେ ବ୍ୟବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣରେ ବ୍ୟବହୃତ କାଠ ଓ ଖୋଦିତ ପଥର କିଣିବାରେ ସେହି ମୁଦ୍ରାକୁ ବିନିଯୋଗ କରନ୍ତୁ। ସେହି କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା'ର ହିସାବ ରଖାଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।”

ବ୍ୟବସ୍ଥା ପୁସ୍ତକ ମନ୍ଦିରରୁ ପ୍ରାପ୍ତ

ସେତେବେଳେ ମହାଯାଜକ ହି‌ଲ୍‌‌‌କିୟ ଶାଫନ୍ ସମ୍ପାଦକଙ୍କୁ କହିଲା, “ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ।” ତା'ପରେ ଶାଫନ୍ ସେହି ପୁସ୍ତକ ପାଠ କଲେ।

ଏହା ପରେ ଶାଫନ୍ ସମ୍ପାଦକ ରାଜା ଯୋଶିୟଙ୍କ ନିକଟକୁ ଆସିଲା ଓ ରାଜାଙ୍କୁ ସମ୍ବାଦ ଦେଲା, “ଆପଣଙ୍କ ସେବକମାନେ ମନ୍ଦିରରୁ ପ୍ରାପ୍ତ ସମସ୍ତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମକାରୀମାନଙ୍କୁ ଓ ତତ୍ତ୍ୱାବଧାରକମାନଙ୍କୁ ପ୍ରଦାନ କରିଅଛନ୍ତି।” 10 ତା'ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, “ମହାଯାଜକ ହି‌ଲ୍‌‌‌କିୟ ଏହି ପୁସ୍ତକ ମୋତେ ଦେଇଛନ୍ତି।” ତା'ପରେ ଶାଫନ୍ ରାଜାଙ୍କ ସାକ୍ଷାତରେ ତାହା ପାଠ କଲା।

11 ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକର ବାକ୍ୟ ଶ୍ରବଣ କରି ଆପଣା ଦୁଃଖ ଓ ବ୍ୟସ୍ତତା ଜଣାଇବାକୁ ବସ୍ତ୍ର ଚିରିଲେ। 12 ତା'ପରେ ରାଜା ହି‌ଲ୍‌‌‌କିୟ ଯାଜକକୁ, ଶାଫ‌ନ୍‌ର ପୁତ୍ର ଅହୀକାମକୁ, ମିଖାୟର ପୁତ୍ର ଅ‌କ୍‌ବୋରକୁ, ଶାଫନ୍ ସମ୍ପାଦକ ଓ ଅସାୟ ନାମକ ରାଜ ଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ। 13 ରାଜା ଯୋଶିୟ କହିଲେ, “ତୁମ୍ଭେମାନେ ଯାଅ, ସଦାପ୍ରଭୁଙ୍କୁ ପଗ୍ଭର ମୋ’ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ’ଣ କରିବୁ। ଏହି ପୁସ୍ତକ ବିଷୟରେ ପଗ୍ଭର। ପରମେଶ୍ୱର ଆମ୍ଭ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲେଖା ଥିଲା, ଆମ୍ଭର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନ ଥିଲେ।”

ଯୋଶିୟ ଓ ଭବିଷ୍ୟ‌ଦ୍‌ବକ୍ତା ହୁଲଦା

14 ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।

15 ତା'ପରେ ହୁଲଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ। 16 ‘ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ୟ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା। 17 କାରଣ ଯିହୁଦାର ଲୋକମାନେ ମୋତେ ପରିତ୍ୟାଗ କରିଛନ୍ତି। ସେମାନେ ଅନ୍ୟ ଦେବତାଗଣଙ୍କ ପାଦରେ ଧୂପ ଜଳାଇଛନ୍ତି। ସେମାନେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମୋତେ ଅତି କ୍ରୋଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ।’

18-19 “ଯିହୁଦାର ରାଜା ଯୋଶିୟ ସଦାପ୍ରଭୁଙ୍କୁ ପଗ୍ଭରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, ‘ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢ଼ି ଶୁଣିଛ, ମୋର ବାକ୍ୟଗୁଡ଼ିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷୟରେ ଥିଲା। ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନରେ ଘଟିବ। ଏହା ଶୁଣି ତୁମ୍ଭର ହୃଦୟ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମୋ’ ଛାମୁରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି। 20 ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତିରେ ସେମାନଙ୍କ ସହିତ କବରରେ ସଂଗୃହୀତ ହେବ। ତୁମ୍ଭେ ଭୟଙ୍କର କ୍ଳେଶ ଦେଖିବ ନାହିଁ। କାରଣ ମୁଁ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।’”

ଏହା ପରେ ସେମାନେ ପୁନର୍ବାର ରାଜାଙ୍କୁ ଏହି ସମାଗ୍ଭର ଦେଲେ।

ଲୋକମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣନ୍ତି

23 ଯିହୁଦା ଓ ଯିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟ ରାଜା କହିଲେ। ଏହା ପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ଯିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ସମସ୍ତ ବଡ଼ରୁ ଛୋଟ ଗମନ କଲେ। ତହୁଁ ସଦାପ୍ରଭୁଙ୍କ ମନ୍ଦିରରୁ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କର କର୍ଣ୍ଣ ଗୋଚର ହେବା ପାଇଁ ଯୋଶିୟ ରାଜା ପାଠ କଲେ।

ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ।

ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବା‌ଲ୍‌ର, ଆଶେରାମୂର୍ତ୍ତିର ଓ ସ୍ୱର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ୟା ଦେବତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହି‌ଲ୍‌‌‌କିୟ ମହାଯାଜକକୁ, ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟ ରାଜା ସେ ସମସ୍ତ ଦ୍ରବ୍ୟକୁ ଯିରୁଶାଲମର ବାହାରେ କିଦ୍ରୋଣ ଉପତ୍ୟକାରେ ଦ‌ଗ୍‌ଧ କଲେ ଓ ତାହାର ଭସ୍ମ ବୈଥେ‌ଲ୍‌କୁ ନେଇଗଲେ।

ରାଜାମାନେ ସମସ୍ତ ସାଧାରଣ ଲୋକଙ୍କୁ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯାଜକ ରୂପେ ସେବା କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରତ୍ୟେକ ନଗରର ଉଚ୍ଚସ୍ଥାନରେ ସବୁବେଳେ ଧୂପ ଜଳାଇଲେ ଓ ଯିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗରରେ ବା‌ଲ୍‌‌‌ର ସମ୍ମାନାର୍ଥେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡ଼ିକରେ ମଧ୍ୟ ସେହିପରି କଲେ।

ଆଉ ଯୋଶିୟ ସଦାପ୍ରଭୁଙ୍କ ମନ୍ଦିରରୁ ଆଶେରା ମୂର୍ତ୍ତି କାଢ଼ିନେଇ ଯିରୁଶାଲମର ବାହାରେ କିଦ୍ରୋଣ ନଦୀ ନିକଟକୁ ଆଣିଲେ। ସେଠାରେ ସେ ଏହାକୁ ଦ‌ଗ୍‌ଧ କଲେ ଓ ତାକୁ ପେଷି ଧୂଳି କଲେ। ସେହି ଚୂର୍ଣ୍ଣକୁ ନେଇ ସାମାନ୍ୟ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ।

ତା'ପରେ ଯୋଶିୟ ରାଜା ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡ଼ିକ ବ୍ୟବହାର କଲେ ଓ ଆଶେରର ସମ୍ମାନ ପାଇଁ ଛୋଟ ଛାଉଣିର ପରଦା ନିର୍ମାଣ କଲେ ଏବଂ ସେଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଗଲା।

8-9 ସେ ସମୟରେ ଯାଜକମାନେ ବଳିଦାନ ଯିରୁଶାଲମସ୍ଥିତ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆଣିଲେ ନାହିଁ। ସେମାନେ ଯିହୁଦା ନଗର ଚତୁର୍ଦ୍ଦିଗରେ ରହିଲେ ଓ ସେହି ନଗରଗୁଡ଼ିକର ଉଚ୍ଚସ୍ଥଳୀମାନଙ୍କରେ ଦ୍ୱୀପ ଓ ନୈବେଦ୍ୟ ଜଳାଇଲେ। ସେହି ଉଚ୍ଚସ୍ଥଳୀଗୁଡ଼ିକ ଗେବାଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଲାଗି ଥିଲା। ସେହି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡ଼ିଶୂନ୍ୟ ରୋଟୀ ଭୋଜନ କଲେ। ରାଜା ଯୋଶିୟ ସେହି ଉଚ୍ଚସ୍ଥଳୀଗୁଡ଼ିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ଯିରୁଶାଲମକୁ ନେଇ ଆସିଲେ। ସେ ମଧ୍ୟ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଯିହୋଶୂୟର ନଗର ଦ୍ୱାରରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। (ଯିହୋଶୂୟ ନଗରର ଶାସକ ଥିଲେ।)

10 ତୋଫତ୍ ବେନ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠାରେ ଲୋକମାନେ ସେମାନଙ୍କର ପୁତ୍ର ଓ କନ୍ୟାମାନଙ୍କୁ ମେଲକ ମିଥ୍ୟା ଦେବତାର ସମ୍ମାନାର୍ଥେ ଅଗ୍ନିରେ ହୋମ କଲେ। ଯେତେବେଳେ ଯୋଶିୟ ସେହି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହୋମ ସ୍ଥାନକୁ ଅଧିକ ସମୟ ବ୍ୟବହାର ପାଇଁ ବନ୍ଦ କଲେ। 11 ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇ ଗଲେ ଓ ସେହି ସୂର୍ଯ୍ୟ ଦେବତାର ରଥଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କରାଗଲା।

12 ଅତୀତରେ ଯିହୁଦାର ରାଜାମାନେ ଆହସର ଘରର କୋଠରୀର ଛାତ ଉପରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହରରେ ଯେଉଁ ଯଜ୍ଞବେଦିଗୁଡ଼ିକ ନିର୍ମାଣ କରିଥିଲେ ଯୋଶିୟ ସେ ସବୁକୁ ଭାଙ୍ଗି ଚୂର୍ଣ୍ଣ କଲେ ଓ ସେ ଧୂଳିକୁ ନେଇ କିଦ୍ରୋଣ ନଦୀରେ ନିକ୍ଷେପ କଲେ।

13 ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମି‌ଲ୍‌‌‌କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା। 14 ଆଉ ମଧ୍ୟ ସେ ସମସ୍ତ ସ୍ମୃତିସ୍ତମ୍ଭ ଓ ଆଶେରା ମୂର୍ତ୍ତି ଭାଙ୍ଗି ପକାଇଲେ ଓ ସେହି ସ୍ଥାନଗୁଡ଼ିକ ମନୁଷ୍ୟର ଅସ୍ଥିରେ ପୂର୍ଣ୍ଣ କଲେ।

15 ନବାଟଙ୍କ ପୁତ୍ର ଯାରବିୟାମ ବୈଥେ‌ଲ୍‌ରେ ଯେଉଁ ଯଜ୍ଞବେଦି ନିର୍ମାଣ କରି ଇସ୍ରାଏଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟ ସେହି ପ୍ରସ୍ତରକୁ ପେଷି ଚୂର୍ଣ୍ଣ କଲେ ଓ ଆଶେରା ମୂର୍ତ୍ତିକୁ ଦ‌ଗ୍‌ଧ କଲେ। 16 ଏହା ପରେ ଯୋଶିୟ ଚତୁର୍ଦ୍ଦିଗକୁ ଗ୍ଭହିଁଲା ବେଳେ ସେଠାରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କ ଲୋକ ପୂର୍ବେ ଯେପରି ପ୍ରଗ୍ଭର କରିଥିଲେ, ତାଙ୍କ ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ରଖିଲେ ଓ ଦ‌ଗ୍‌ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ୱର ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେ, ଯାରବିୟାମ ଯଜ୍ଞବେଦି ପାଖରେ ଛିଡ଼ା ହୋଇଛି।

ତା'ପରେ ଯୋଶିୟ ପରମେଶ୍ୱରଙ୍କ ଲୋକର କବର ଦେଖିଲେ।

17 ଯୋଶିୟ ପଗ୍ଭରିଲେ, “ଏହି ସମାଧି ପଥର କ’ଣ, ଯାହା ମୁଁ ଦେଖୁଅଛି?”

ସହରର ଲୋକମାନେ ଉତ୍ତର ଦେଲେ, “ଏହା ପରମେଶ୍ୱରଙ୍କ ଲୋକଙ୍କ କବର, ଯିଏ ଯିହୁଦାରୁ ଆସିଲେ ଓ ବୈଥେ‌ଲ୍‌ରେ ତୁମ୍ଭେ କରିଥିବା ଯଜ୍ଞବେଦିର ବଳିଦାନ ଉପରେ ପୂର୍ବରୁ କହିଥିଲେ। ସେ ଏହା ବହୁତ ସମୟ ପୂର୍ବରୁ କହିଥିଲେ।”

18 ତେଣୁ ରାଜା କହିଲେ, “ପରମେଶ୍ୱରଙ୍କ ଲୋକଙ୍କୁ ଏକା ଛାଡ଼ିଦିଅ! ତାଙ୍କର ଅସ୍ଥିଗୁଡ଼ିକୁ ସ୍ଥାନାନ୍ତର କର ନାହିଁ।” ତେଣୁ ସେମାନେ ସେଠାରେ ଶମରିୟାରୁ ଆଗତ ଭବିଷ୍ୟ‌ଦ୍‌ବକ୍ତାର ଅସ୍ଥି ସହିତ ତାଙ୍କର ଅସ୍ଥି ଛାଡ଼ି ଦେଲେ।

19 ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିୟାର ନାନା ନଗରରେ ଉଚ୍ଚସ୍ଥଳୀମାନଙ୍କରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟ ସେ ସବୁ ଧ୍ୱଂସ କଲେ। ବୈଥେ‌ଲ୍‌ରେ ଯେପରି କରିଥିଲେ ସେଠାରେ ମଧ୍ୟ ସେହିପରି କଲେ।

20 ଯୋଶିୟ ଶମରିୟାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ଯଜ୍ଞବେଦିରେ ବଧ କଲେ ଓ ସେ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଯଜ୍ଞବେଦି ଉପରେ ଦ‌ଗ୍‌ଧ କଲେ। ଏହିରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ଯିରୁଶାଲମକୁ ଫେରିଗଲେ।

ଯିହୁଦାର ଲୋକେ ନିସ୍ତାରପର୍ବ ପାଳନ କରନ୍ତି

21 ତା'ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, “ଏହି ନିୟମ ପୁସ୍ତକର ଯୁକ୍ତିନୁସାରେ ତୁମ୍ଭର ପରମେଶ୍ୱର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାରପର୍ବ ପାଳନ କର।”

22 ପୂର୍ବଦିନଗୁଡ଼ିକରେ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳରେ ବିଗ୍ଭରକମାନେ ଇସ୍ରାଏଲରେ ଶାସନ କଲେ। ଏପରି ନିସ୍ତାରପର୍ବ ପାଳନ କେବେ ହୋଇ ନ ଥିଲା। 23 ସେମାନେ ଯୋଶିୟ ରାଜାଙ୍କର ରାଜତ୍ୱର ଆଷ୍ଟାଦଶ ବର୍ଷରେ ଏହି ନିସ୍ତାରପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୁଶାଲମରେ ପାଳନ କଲେ।

24 ଆହୁରି ଯୋଶିୟ ଯେପରି ସଦାପ୍ରଭୁଙ୍କ ମନ୍ଦିରରେ ହି‌ଲ୍‌‌‌କିୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ଯିରୁଶାଲମ ଦ୍ୱାରା ଆରାଧନା କରୁଥିବା ଯେଉଁ ସମସ୍ତ ମାଧ୍ୟମଗୁଡ଼ିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା ସେ ତାହା ସବୁ ଦୂର କଲେ।

25 ଯୋଶିୟ ସର୍ବାନ୍ତଃକରଣରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଙ୍କ ପରି ମୋଶାଙ୍କ ବ୍ୟବସ୍ଥା ପାଳନ କରିବାର କୌଣସି ରାଜା ନ ଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନ ଥିଲେ ଓ ତାଙ୍କ ପରେ କେହି ସେପରି ହେଲେ ନାହିଁ।

26 କିନ୍ତୁ ମନଃଶି ଯେଉଁସବୁ ବିରକ୍ତିଜନକ କ୍ରିୟାଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେଥି ସକାଶେ ଯିହୁଦା ପ୍ରତିକୂଳରେ ତାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ସେହି ପ୍ରଚଣ୍ତ ମହାକୋପରୁ ବିରତ ହେଲେ ନାହିଁ। 27 ସଦାପ୍ରଭୁ କହିଲେ, “ମୁଁ ଯିହୁଦାକୁ ଅପସାରଣ କରିବି, ଯେଭଳି ମୁଁ ଇସ୍ରାଏଲକୁ ମୋର ଦୃଷ୍ଟିରୁ ଅପସାରଣ କରିଛି। ମୁଁ ମୋର ମନୋନୀତ ସହର ଯିରୁଶାଲମକୁ ପରିତ୍ୟାଗ କରିବି।” ମୁଁ ଯେଉଁ ମନ୍ଦିର ବିଷୟରେ କହିଥିଲି, ‘ମୋର ନାମ ସେଠାରେ ରହିବ।’

28 ଯୋଶିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଯୋଶିୟଙ୍କ ମୃତ୍ୟୁ

29 ଯୋଶିୟଙ୍କ ରାଜତ୍ୱ କାଳରେ ମିଶରର ରାଜା ଫାରୋ-ନଖୋଶୂରୀୟ ରାଜା ବିପକ୍ଷରେ ଯୁଦ୍ଧ କରିବାକୁ ଫରାତ ନଦୀ ଆଡ଼କୁ ଯାତ୍ରା କଲେ। ଯୋଶିୟ ଫାରୋ ସହିତ ମଗିଦ୍ଦୋ ନିକଟରେ ଭେଟିବାକୁ ଗଲେ। ସେହିଠାରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ। 30 ଏହା ପରେ ଯୋଶିୟଙ୍କ ସେବକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମଗିଦ୍ଦୋରୁ ଯିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନରେ କବର ଦେଲେ।

ଏହା ପରେ ଦେଶର ଲୋକମାନେ ଯୋଶିୟଙ୍କର ପୁତ୍ର ଯିହୋୟାହ‌ସଙ୍କୁ ନେଇ ତାହାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।

ଯିହୋୟାହସ୍ ଯିହୁଦାରେ ରାଜା ହୁଅନ୍ତି

31 ଯିହୋୟାହସ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ତେଇଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ତିନି ମାସ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ। 32 ସେ ମଧ୍ୟ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।

33 ଫାରୋ-ନଖୋ ଯିହୋୟାହ‌ସଙ୍କୁ ହମାତ୍ ଦେଶସ୍ଥ ରି‌ବ୍‌ଲାରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ଯିରୁଶାଲମରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ଯ୍ୟ କଲେ।

34 ତହୁଁ ଫାରୋ-ନଖୋ ଯୋଶିୟଙ୍କର ପୁତ୍ର ଇଲିୟାକୀମ୍ ଯିଏ ଯୋଶିୟଙ୍କର ସ୍ଥାନରେ ନୂଆ ରାଜା ପଦରେ ଘୋଷଣା କଲେ, ସେ ତାଙ୍କର ନାମ ଯିହୋଯାକୀମ୍ ରଖିଲା। କିନ୍ତୁ ଯିହୋୟାହ‌ସଙ୍କୁ ସେ ମିଶରକୁ ନେଇଗଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହେଲା। 35 ଯିହୋୟାକୀମ୍ ଫାରୋକୁ ସେହିସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସାରେ ସେହି ରୌପ୍ୟ ଓ ସୁବର୍ଣ୍ଣ ଦେବା ନିମିତ୍ତ ସେ ଦେଶବାସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦେବା ପାଇଁ ନିରୂପିତ କର ଅନୁସାରେ ଦେଶବାସୀଙ୍କଠାରୁ ସେହି ରୂପା ଓ ସୁନା ଆଦାୟ କଲେ।

36 ଯିହୋୟାକୀମ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ପଚିଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାୟର କନ୍ୟା ଥିଲେ। 37 ଏହି ଯିହୋୟାକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମରେ ଲିପ୍ତ ହେଲେ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 34-35

ଯିହୁଦାର ରାଜା ଯୋଶିୟ

34 ଯୋଶିୟ ରାଜା ହେବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ। ଯୋଶିୟ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ଯ୍ୟମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ। ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ। ଲୋକମାନେ ‌ବା‌ଲ୍‌ଦେବତାର ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ସେମାନେ ଯୋଶିୟଙ୍କ ଉପସ୍ଥିତିରେ ଏହା କଲେ। ଏହା ପରେ ଯୋଶିୟ ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଉଚ୍ଚ ସୁଗନ୍ଧିଧୂପର ଯଜ୍ଞବେଦି ଭାଙ୍ଗି ପକାଇଲେ। ସେ ଖୋଦିତ ମୂର୍ତ୍ତିସବୁ ଓ ଛାଞ୍ଚରେ ଢଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସେହି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ଏହା ପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟ ସେମାନଙ୍କ କବର ଉପରେ ସେହି ଗୁଣ୍ଡକୁ ସିଞ୍ଚିଲେ। ଯୋଶିୟ ଯାଜକମାନଙ୍କ ନିଜ ଯଜ୍ଞବେଦି ଉପରେ ସେମାନଙ୍କର ହାଡ଼କୁ ମଧ୍ୟ ଜ୍ୱଳାଇଲେ। ଏହି ପ୍ରକାରେ ଯୋଶିୟ ଯିହୁଦା ଓ ଯିରୁଶାଲମକୁ ପବିତ୍ର କଲେ। ଯୋଶିୟ, ମନଃଶି, ଇଫ୍ରୟିମ୍, ଶିମିୟୋନ ଓ ନପ୍ତାଲି ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ସହରରେ ଏହିପରି କଲେ। ସେ ସେହି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶେଷ ପ୍ରତି ମଧ୍ୟ ସେହିରୂପ କଲେ। ଯୋଶିୟ ଯଜ୍ଞବେଦି ଓ ଆଶେରା ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳିରେ ପରିଣତ କରିଦେଲେ। ସେ ଇସ୍ରାଏଲର ସାରା ଦେଶରେ ସମସ୍ତ ସୁଗନ୍ଧବେଦି ଭାଙ୍ଗି ପକାଇଲେ। ଏହା ପରେ ଯୋଶିୟ ଯିରୁଶାଲମକୁ ଫେରିଗଲେ।

ତାଙ୍କର ରାଜତ୍ୱର ଅଷ୍ଟାଦଶ ବର୍ଷରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟ, ଶାଫନ୍, ମାସେୟ ଏବଂ ଯୋୟାହଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫା‌ନଙ୍କ ପିତାଙ୍କର ନାମ ଥିଲା ଅତ୍‌ସଲିୟ। ମାସେୟ ନଗରର ନେତା ଥିଲେ ଓ ଯୋୟାହଙ୍କ ପିତାଙ୍କର ନାମ ଥିଲା ଯୋୟାହସ। ଯୋୟାହ ବିତରଣ ରକ୍ଷକ ଥିଲେ। ସେହି ଲୋକମାନେ ପ୍ରଧାନ ଯାଜକ ହି‌ଲ୍‌‌‌କିୟଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦେଇଥିବା ଟଙ୍କା ତାଙ୍କୁ ଦେଲେ। ଲେବୀୟ ଦ୍ୱାରପାଳଗଣ ମନଃଶି, ଇଫ୍ରୟିମ ଓ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସେମାନେ ଯିହୁଦା, ବିନ୍ୟାମୀନ ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ୟ ଏହି ଟଙ୍କା ସଂଗ୍ରହ କରିଥିଲେ। 10 ଏହା ପରେ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ। 11 କଟା ହୋଇଥିବା ବିରାଟକାୟ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସେମାନେ ବଢ଼େଇ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ୟବହୃତ ହେଲା। ଅତୀତରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକାଗୁଡ଼ିକର ଯତ୍ନ ନେଇ ନ ଥିଲେ। ସେହି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାୟ ହୋଇଯାଇ ଥିଲା। 12-13 ଲୋକମାନେ ଅତି ବିଶ୍ୱସ୍ତଭାବରେ କାର୍ଯ୍ୟ କରୁଥିଲେ। ସେମାନଙ୍କର ତଦାରଖକାରୀମାନେ ଥିଲେ ଯହତ୍ ଓ ଓବଦିୟ। ଯହତ୍ ଓ ଓବଦିୟ ଲେବୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିୟ ଓ ମଶୁଲ୍ଲମ୍। ସେମାନେ କହାତ୍ ବଂଶର ଥିଲେ। ଯେଉଁ ଲେବୀୟମାନେ ବାଦ୍ୟଯନ୍ତ୍ର ସବୁ ବଜାଇବାରେ ନିପୁଣ ଥିଲେ, ସେହିମାନେ ମଧ୍ୟ ଶ୍ରମିକ ଓ ଅନ୍ୟ କାର୍ଯ୍ୟକାରୀମାନଙ୍କର କାର୍ଯ୍ୟ ତଦାରଖ କଲେ। କିଛି ଲେବୀୟ ସଚିବ ଓ କାର୍ଯ୍ୟାଧିକାରୀ ଦ୍ୱାରପାଳରୂପେ କାର୍ଯ୍ୟ କଲେ।

ବ୍ୟବସ୍ଥା ନିୟମର ପୁସ୍ତକ ମିଳିଲା

14 ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସେହି ସମୟରେ ହି‌ଲ୍‌‌‌କିୟ ଯାଜକ ମୋଶାଙ୍କ ଦ୍ୱାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଲେ। 15 ହି‌ଲ୍‌‌‌କିୟ ସଚିବ ଶାଫ‌ନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ଗୃହରେ ବ୍ୟବସ୍ଥା ନିୟମ ପୁସ୍ତକଟି ପାଇଅଛି!” ହି‌ଲ୍‌‌‌କିୟ ଶାଫ‌ନଙ୍କୁ ସେହି ପୁସ୍ତକଟି ଦେଲେ। 16 ଶାଫନ୍ ସେହି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ଭୃତ୍ୟମାନଙ୍କୁ ଯାହା କରିବାକୁ କହିଅଛ, ତାହା ସେମାନେ କରୁଛନ୍ତି। 17 ସେମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଥିବା ଟଙ୍କା ଆଣି ତଦାରଖକାରୀ ଓ ଶ୍ରମିକମାନଙ୍କୁ ପଇଠ କରିଛନ୍ତି।” 18 ଏହା ପରେ ଶାଫନ୍ ଯିଏ କି ସମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, “ଯାଜକ ହି‌ଲ୍‌‌‌କିୟ ମୋତେ ଏକ ପୁସ୍ତକ ଦେଇଛନ୍ତି।” ଏହା ପରେ ଶାଫନ୍ ସେହି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ। 19 ରାଜା ଯୋଶିୟ ଯେତେବେଳେ ବ୍ୟବସ୍ଥା ନିୟମର ବାକ୍ୟଗୁଡ଼ିକ ପଢ଼ାଯିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ। 20 ଏହା ପରେ ରାଜା ହି‌ଲ୍‌‌‌କିୟ, ଶାଫ‌ନଙ୍କର ପୁତ୍ର ଅହୀକାମ୍, ମୀଖାୟଙ୍କର ପୁତ୍ର ଅ‌ବ୍‌ଦୋ‌ନ୍‌, ସଚିବ ଶାଫନ୍ ଓ ଭୃତ୍ୟ ଆସାୟଙ୍କୁ ଏକ ଆଦେଶ ଦେଲେ। 21 ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”

22 ହି‌ଲ୍‌‌‌କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟ‌ଦ୍‌ବକ୍ତ୍ରୀ ହୁ‌ଲ୍‌ଦାଙ୍କ ନିକଟକୁ ଗଲେ। ହୁ‌ଲ୍‌ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍‌ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁ‌ଲ୍‌ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକଗଣ ହୁ‌ଲ୍‌ଦାଙ୍କୁ ସମସ୍ତ ଘଟଣା ଜଣାଇଲେ। 23 ହୁ‌ଲ୍‌ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା। 25 ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’

26 “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: 27 ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି। 28 ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ।

29 ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ। 30 ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା। 31 ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ। 32 ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ। 33 ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ।

ଯୋଶିୟ ନିସ୍ତାରପର୍ବ ପାଳନ କରନ୍ତି

35 ରାଜା ଯୋଶିୟ ଯିରୁଶାଲମରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କଲେ। ପ୍ରଥମ ମାସର ଚତୁର୍ଦ୍ଦଶତମ ଦିବସରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କରାଗଲା। ଯୋଶିୟ ଯାଜକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ସେବାକାର୍ଯ୍ୟ କରୁଥିବା ସମୟରେ ସେ ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ। ଇସ୍ରାଏଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କ ସହିତ ମଧ୍ୟ ଯୋଶିୟ କଥା ହେଲେ। ସେ ସେହି ଲେବୀୟମାନଙ୍କୁ କହିଲେ: “ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା’ ମଧ୍ୟରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇସ୍ରାଏଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ଲୋକ, ଇସ୍ରାଏଲର ଲୋକମାନଙ୍କର ସେବା କର। ତୁମ୍ଭମାନଙ୍କର ପରିବାର ଅନୁଯାୟୀ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ଯ୍ୟସବୁ କରିବାକୁ ଦେଇଛନ୍ତି, ତାହା କର। ଲେବୀୟମାନଙ୍କର ଏକଦଳ ସହ ପବିତ୍ର ସ୍ଥାନରେ ଛିଡ଼ା ହୁଅ। ପ୍ରତ୍ୟେକ ଭିନ୍ନ ଭିନ୍ନ ବଂଶ ନିମନ୍ତେ ଏହିପରି କର। ତେବେ ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରି ପାରିବ। ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କର, ସଦାପ୍ରଭୁଙ୍କ ନିମନ୍ତେ ନିଜକୁ ପବିତ୍ର କର। ତୁମ୍ଭମାନଙ୍କର ଭ୍ରାତାଗଣ, ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସେହି ମେଷଶାବକଗୁଡ଼ିକୁ ପ୍ରସ୍ତୁତ କର, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ ବିଷୟ କରିବାକୁ ଆଦେଶ ଦେଇଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଆଦେଶସବୁ ମୋଶାଙ୍କ ମାଧ୍ୟମରେ ଦେଇଥିଲେ।”

ଯୋଶିୟ ଇସ୍ରାଏଲର ଲୋକମାନଙ୍କୁ 30,000 ମେଷ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ୟା କରିବାକୁ ଦେଲେ। ସେ ଆହୁରି ମଧ୍ୟ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ୱ ପଶୁପଲର ଥିଲା। ଯୋଶିୟଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ନିସ୍ତାରପର୍ବରେ ବ୍ୟବହାର କରିବା ନିମନ୍ତେ ସ୍ୱେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହି‌ଲ୍‌‌‌କିୟ, ଜିଖରିୟ ଓ ଯିହୀୟେଲ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାୟିତ୍ୱରେ ଥିଲେ। ସେମାନେ ଯାଜକମାନଙ୍କୁ 2,600 ମେଷଶାବକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ। ଆହୁରି ମଧ୍ୟ କନାନିୟ, ତାଙ୍କ ଭାଇ ଶମୟିୟ, ନଥନେ‌ଲ୍‌ଙ୍କ ହଶବିୟ, ଯିୟୂୟେଲ ଓ ଯୋଷାବଦ୍ ସହିତ 500 ମେଷ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲେବୀୟମାନଙ୍କୁ ଦେଲେ। ସେହି ଲୋକମାନେ ଲେବୀୟମାନଙ୍କର ନେତାଗଣ ଥିଲେ।

10 ନିସ୍ତାରପର୍ବର ସେବାକାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ସମସ୍ତ ବିଷୟର ପ୍ରସ୍ତୁତ ଶେଷ ହେବାପରେ, ଯାଜକ ଓ ଲେବୀୟମାନେ ସେମାନଙ୍କର ସ୍ଥାନକୁ ଗଲେ। ରାଜା ଏହା ହିଁ ଆଦେଶ ଦେଇଥିଲେ। 11 ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରାଗଲା। ଏହା ପରେ ଲେବୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ଯଜ୍ଞବେଦି ଉପରେ ସେହି ରକ୍ତକୁ ସିଞ୍ଚିଲେ। 12 ଏହା ପରେ ସେମାନେ ବିଭିନ୍ନ ବଂଶକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମୋଶାଙ୍କ ବ୍ୟବସ୍ଥା ନିୟମ ଯେପ୍ରକାର ଶିକ୍ଷା ଦେଇଥିଲା, ସେ ପ୍ରକାରେ ହୋମବଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା। 13 ଲେବୀୟମାନଙ୍କୁ ଯେପ୍ରକାର ଆଦେଶ ଦିଆଯାଇଥିଲା, ସେମାନେ ସେହି ପ୍ରକାରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସେମାନେ ହାଣ୍ଡି, କେ‌ଟ୍‌ଲି ଓ କରେଇରେ ପବିତ୍ର ନୈବେଦ୍ୟଗୁଡ଼ିକୁ ସିଦ୍ଧ କଲେ। ଏହା ପରେ ସେମାନେ ଶୀଘ୍ର ସେହି ମାଂସକୁ ଲୋକମାନଙ୍କୁ ଦେଲେ। 14 ଏହା ସମାପ୍ତ ହେବାପରେ, ଲେବୀୟମାନେ ସେମାନଙ୍କ ନିମନ୍ତେ ଓ ହାରୋଣଙ୍କ ବଂଶଧର ଯାଜକମାନଙ୍କ ନିମନ୍ତେ ମାଂସ ଆଣିଲେ। ଅନ୍ଧକାର ହେବା ପର୍ଯ୍ୟନ୍ତ ଯାଜକମାନେ ଏହି କାର୍ଯ୍ୟରେ ଅତି ବ୍ୟସ୍ତ ରହିଲେ। ସେମାନେ ହୋମବଳି ଉପହାର ଓ ବଳିର ଚର୍ବ୍ବୀ ଜଳାଇବାରେ କଠିନ ପରିଶ୍ରମ କଲେ। 15 ଆସ‌ଫ୍‌ଙ୍କ ପରିବାରର ଗାୟକମାନେ ସେହି ସ୍ଥାନରେ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଏବଂ ରାଜାଙ୍କର ଯାଜକ ଯିଦୂଥୂନ୍ ସେମାନଙ୍କୁ ନିଯୁକ୍ତ କରିଥିଲେ। ଦ୍ୱାରପାଳଗଣ ଯେଉଁମାନେ ପ୍ରତ୍ୟେକ ଫାଟକରେ ଥିଲେ, ସେମାନଙ୍କୁ ସେମାନଙ୍କର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସେମାନଙ୍କର ଭ୍ରାତା ଲେବୀୟଗଣ ସେମାନଙ୍କ ପାଇଁ ନିସ୍ତାରପର୍ବର ସାମଗ୍ରୀ ପ୍ରସ୍ତୁତ କରିଥିଲେ।

16 ତେଣୁ ରାଜା ଯୋଶିୟଙ୍କ ଆଦେଶାନୁଯାୟୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସେହି ଦିନ ସମସ୍ତ କାର୍ଯ୍ୟ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହୋମବଳି ଉପହାରସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ଉତ୍ସର୍ଗୀକୃତ ହେଲା। 17 ଇସ୍ରାଏଲର ଯେଉଁ ଲୋକମାନେ ସେଠାରେ ଥିଲେ, ସେମାନେ ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ଓ ଖମୀରବିହୀନ ପାଉଁରୋଟୀର ପର୍ବ ପାଳନ କଲେ। 18 ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ସମୟଠାରୁ ନିସ୍ତାରପର୍ବ ଆଉ କେବେହେଲେ ଏହିପରି ଭାବରେ ପାଳିତ ହୋଇ ନ ଥିଲା। ଇସ୍ରାଏଲର କୌଣସି ରାଜା କେବେହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟ, ଯାଜକମାନେ, ଲେବୀୟମାନେ ଏବଂ ଯିରୁଶାଲମର ସମସ୍ତ ଲୋକଙ୍କ ସହିତ ସେଠାରେ ଥିବା ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକ ବିଶେଷ ପ୍ରକାରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ। 19 ଯୋଶିୟଙ୍କ ରାଜତ୍ୱର ଅଷ୍ଟାଦଶତମ ବର୍ଷରେ ସେମାନେ ଏହି ନିସ୍ତାରପର୍ବ ପାଳନ କଲେ।

ଯୋଶିୟଙ୍କ ମୃତ୍ୟୁ

20 ଯୋଶିୟ ମନ୍ଦିର ନିମନ୍ତେ ସେହି ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ। ପରେ ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟ ନଖୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। 21 କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ।

ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।”

22 କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ। 23 ଏହା ପରେ ରାଜା ଯୋଶିୟ ଯୁଦ୍ଧକ୍ଷେତ୍ରରେ ତୀରଦ୍ୱାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ୟମାନଙ୍କୁ କହିଲେ, “ମୋତେ ଏଠାରୁ ନେଇଯାଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହୋଇଛି!”

24 ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ। 25 ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି।

26-27 ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖାଯାଇଅଛି। ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଓ ସେ କିପରି ସଦାପ୍ରଭୁଙ୍କ ନିୟମକୁ ମାନିଥିଲେ, ତାହା କହେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center