Chronological
ହିଜକିୟଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା
37 ରାଜା ହିଜକିୟ ସେ ସମସ୍ତ ଶୁଣିଲା ପରେ ନିଜର ବସ୍ତ୍ର ଚିରି ଓ ଅଖା ଘୋଡ଼ି ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
2 ପୁଣି ହିଜକିୟ ରାଜା ଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶିବ୍ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ପିନ୍ଧାଇ ଆମୋସଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ। 3 ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁଯୋଗ ଓ ଅପମାନର ଦିନ, କାରଣ ଜନ୍ମ ହେବାକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। 4 ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।”
5-6 ରାଜା ହିଜକିୟଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ପହଞ୍ଚିଲେ। ଯିଶାଇୟ ସେମାନଙ୍କୁ କହିଲେ, “ଏହି କଥା ତୁମ୍ଭର ପ୍ରଭୁ ହିଜକିୟଙ୍କୁ ଦିଅ। ସଦାପ୍ରଭୁ କୁହନ୍ତି, ‘ଅଶୂର ରାଜାର ଦାସମାନେ “ବାଳକମାନଙ୍କୁ” ନିନ୍ଦା କରିବାର ଯେଉଁ କଥା ଶୁଣିଅଛ! ତହିଁରେ ଭୟଭୀତ ହୁଅ ନାହିଁ। 7 ଦେଖ, ଆମ୍ଭେ ଅଶୂରୀୟ ରାଜା ମଧ୍ୟରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫେରିଯିବ। ସେତେବେଳେ ତାହାରି ନିଜ ଦେଶରେ ଆମ୍ଭେ ତାକୁ ଖଡ଼୍ଗରେ ନିପାତ କରିବା।”’
ଅଶୂରୀୟ ସୈନ୍ୟବାହିନୀ ଯିରୁଶାଲମ ତ୍ୟାଗ କରନ୍ତି
8 ପ୍ରଧାନ ସେନାପତି ଫେରିଗଲେ ଏବଂ ସେତେବେଳେ ସେ ଶୁଣିବାକୁ ପାଇଲେ ଯେ, ଅଶୂରର ରାଜା ଲାଖୀଶ୍ର ସେନା ଛାଉଣି ଛାଡ଼ିଛନ୍ତି। ସେନାପତି ଲିବ୍ନାରେ ରାଜା ଯୁଦ୍ଧ କରୁଥିବାର ଦେଖିଲା। 9 ଅଶୂରର ରାଜା ଶୁଣିବାକୁ ପାଇଲେ, “ରାଜା ତିହୀକ କୂଶ ଦେଶରେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି,” ଯେତେବେଳେ ଅଶୂରର ରାଜା ଏ କଥା ଶୁଣିଲେ,
ସେ ହିଜକିୟ ପାଖକୁ ଦୂତଗଣ ପଠାଇଲେ ଏବଂ କହିଲେ, 10 ହିଜକିୟକୁ ଏହିକଥା କହିବା ପାଇଁ ସେ ଦୂତଗଣ ପଠାଇଛନ୍ତି,
“ଯିରୁଶାଲମ ଅଶୂରୀୟ ରାଜାଙ୍କର ହସ୍ତଗତ ହେବ ନାହିଁ। ‘ଏହିକଥା କହି ତୁମ୍ଭ ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ଯେପରି ନ ଭୁଲାନ୍ତି।” 11 ଦେଖ, ଅଶୂରୀୟ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି, ତାହା ତୁମ୍ଭେମାନେ ଶୁଣିଅଛ। ଆଉ ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? 12 ମୋର ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେତ୍ଶଫ୍ ଦେଶୀୟମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କ’ଣ ସେମାନଙ୍କୁ ଉଦ୍ଧାର କଲେ? 13 ହମାତ, ଅର୍ପଦ, ସଫର୍ବୟିମ ନଗର, ହେନା ଓ ଅବ୍ବା ରାଜା କାହାନ୍ତି? ସେମାନେ ସମସ୍ତେ ବିନାଶ ହୋଇଛନ୍ତି।’”
ହିଜକିୟ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ
14 ହିଜକିୟ ଦୂତଙ୍କଠାରୁ ଏକ ଲେଖା ନେଲେ ଓ ପାଠ କଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ପ୍ରାର୍ଥନା କରି କହିଲା। 15 ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, 16 “ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଯେ କି କିରୂବଗଣ ଉପରେ ଉପବିଷ୍ଟା ତୁମ୍ଭେ କେବଳ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ଏହି ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। 17 ହେ ସଦାପ୍ରଭୁ, ଦୟାକରି କର୍ଣ୍ଣ ଦେଇ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖୋଲି ଦେଖ। ପୁଣି ଜୀବନ୍ତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍ହେରୀବ ଯାହାକିଛି ପଠାଇଛି, ତାହାର ସେହିସବୁ କଥା ଶୁଣ। 18 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରୀୟ ରାଜାମାନେ ସମସ୍ତ ଦେଶକୁ ଏବଂ ସେମାନଙ୍କ ଭୂମିକୁ ଧ୍ୱଂସ କରିଛନ୍ତି। 19 ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି। 20 ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀୟ ରାଜାଙ୍କଠାରୁ ଉଦ୍ଧାର କର, ତାହାହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ୱର, ଏ କଥା ସମଗ୍ର ପୃଥିବୀବାସୀ ଜାଣିବେ।”
ହିଜକିୟଙ୍କ ପ୍ରତି ପରମେଶ୍ୱରଙ୍କ ଉଦ୍ଧାର
21 ତା'ପରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକିୟ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ତୁମ୍ଭେ ଅଶୂରର ରାଜା ସନ୍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କର।
22 “ସନ୍ହେରୀବ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି,
‘ସିୟୋନର କୁଆଁରୀକନ୍ୟା ତୁମ୍ଭକୁ ତୁଚ୍ଛ କରିଛି
ଓ ତୁମ୍ଭକୁ ପରିହାସ କରିଛି।
ଯିରୁଶାଲମର କନ୍ୟା ତୁମ୍ଭକୁ
ହୀନ ଦୃଷ୍ଟିରେ ଦେଖିଛି।
23 ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ?
କାହା ବିରୁଦ୍ଧରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ?
ପୁଣି ଗର୍ବରେ ଦୃଷ୍ଟି ଊର୍ଦ୍ଧ୍ୱକୁ କରିଅଛ।
ଏସବୁ ଇସ୍ରାଏଲ ପବିତ୍ର ସ୍ୱରୂପ ବିରୁଦ୍ଧରେ ନୁହେଁ କି?
24 ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ।
ତୁମ୍ଭେ କହିଛ,
“ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ
ମୁଁ ଲିବାନୋନକୁ ପରାସ୍ତ କରିଅଛି,
ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି,
ତା'ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି।
ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ
ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ।
25 ଆମ୍ଭେ କୂପ ଖୋଳି ଜଳପାନ କରିଅଛୁ।
ପୁଣି ମିଶରର ନଦୀସବୁକୁ ଶୁଷ୍କ କରାଇ
ତା’ ଉପରେ ପଦଗ୍ଭରଣା କରିଅଛୁ।”
26 “ଏସବୁ ତୁମ୍ଭେ ସିନା କହିଲ, ମାତ୍ର ତୁମ୍ଭେ କ’ଣ ଶୁଣି ନାହଁ,
“ବହୁକାଳ ପୂର୍ବରୁ ଏହା ନିରୂପଣ ଓ ସ୍ଥିର କରିଅଛୁ?
ତୁମ୍ଭେ ପ୍ରାଚୀର ବେଷ୍ଟିତ ନଗରଗୁଡ଼ିକୁ ଧ୍ୱଂସ କରି ଢିପି କରିବ,
ଏହା ଆମ୍ଭେ ଏବେ ସଫଳ କରିଅଛୁ।
27 ଏଣୁ ସେହି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ।
ସେମାନେ ହତାଶ ଓ ବିଭ୍ରାନ୍ତ ହେଲେ।
ସେମାନେ କ୍ଷେତ୍ରର ଘାସ
ଓ ନବୀନ ତୃଣ କର୍ତ୍ତନ ସଦୃଶ,
ଗୃହ ଛାତର ଉପରିସ୍ଥ ଘାସ
ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।
28 ମାତ୍ର ତୁମ୍ଭେ କେବେ ଉଠିବ, ବସିବ,
ବାହାରକୁ ଯିବ, ଭିତରକୁ ଆସିବ,
ପୁଣି ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବ,
ଏସବୁ ଆମ୍ଭେ ଜାଣୁ।
29 ହଁ, ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ
ଓ ତୁମ୍ଭର ଦମ୍ଭ ଓ ଗର୍ବିତ କଥା ଆମ୍ଭର କର୍ଣ୍ଣଗୋଚର ହୋଇଅଛି।
ଏଣୁ ଆମ୍ଭେ ତୁମ୍ଭ ନାକରେ ଅଙ୍କୁଶ
ଓ ଓଠରେ ଲଗାମ ଦେବା।
ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ,
ସେହି ବାଟରେ ତୁମ୍ଭେମାନେ ଫେରିଯିବ।””
ହିଜକିୟଙ୍କ ପାଇଁ ସଦାପ୍ରଭୁଙ୍କ ବାର୍ତ୍ତା
30 ତା'ପରେ ସଦାପ୍ରଭୁ ହିଜକିୟଙ୍କୁ କହିଲେ, “ଏହା ତୁମ୍ଭ ପାଇଁ ଏକ ଚିହ୍ନ ହେବ। ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟରୁ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ୟଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।
31 “ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସେମାନେ ବୃକ୍ଷପରି ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। 32 କାରଣ ଯିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତେକ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ରେମର ସିଦ୍ଧତା ଦ୍ୱାରା ଏହା ପ୍ରମାଣିତ ହେବ।
33 ଏଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହିକଥା କହନ୍ତି,
“ସେ ଏହି ନଗରକୁ ଆସିବ ନାହିଁ କି
ଏହି ନଗରକୁ ତୀର ମାରିବ ନାହିଁ।
ପୁଣି ତା’ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ କି
ତାହା ବିରୁଦ୍ଧରେ ଆକ୍ରମଣ କରିବାକୁ ବନ୍ଧ ବାନ୍ଧିବ ନାହିଁ।
34 ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ
ସେ ଯେଉଁ ବାଟଦେଇ ଆସିଥିଲା ସେହି ବାଟରେ ଫେରିଯିବ।
ସେ ଏ ନଗରକୁ ଆସିବ ନାହିଁ।
35 ମୁଁ ମୋ’ ନିମନ୍ତେ ଓ ମୋର ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି
ଓ ଏହାର ସପକ୍ଷରେ ରହିବି।”
36 ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ। 37 ତେଣୁ ଅଶୂର ରାଜା ସନ୍ହେରୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସେଠାରେ ବାସ କଲା।
38 ଦିନେ ସନ୍ହେରୀବ ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କଲାବେଳେ ତା'ର ଦୁଇ ପୁତ୍ର ଅଦ୍ରମ୍ମେଲକ ଓ ଶରେତ୍ସର ତାକୁ ଖଡ଼୍ଗରେ ବଧ କଲେ। ତା'ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ତେଣୁ ତାହାର ପୁତ୍ର ଏସରହଦ୍ଦୋନ ଅଶୂରର ରାଜତ୍ୱ କଲା।
ହିଜକିୟଙ୍କର ପୀଡ଼ିତାବସ୍ଥା
38 ସେହି ସମୟରେ ହିଜକିୟ ସାଂଘାତିକ ରୋଗରେ ପୀଡ଼ିତ ହେଲେ। ତେଣୁ ଆମୋସଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ମୋତେ ଏହିକଥା କହିଛନ୍ତି, ‘ତୁମ୍ଭେ କେବେ ଆରୋଗ୍ୟ ହେବ ନାହିଁ, ତୁମ୍ଭେ ନିଶ୍ଚୟ ମରିବ। ତେଣୁ ତୁମ୍ଭେ ତୁମ୍ଭର ଗୃହକୁ ସଜାଡ଼।’”
2 ଏଥିରେ ହିଜକିୟ ମନ୍ଦିର ଆଡ଼େ ମୁହଁ ଫେରାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା, 3 “ହେ ସଦାପ୍ରଭୁ, ମୁଁ ବିନୟ କରି କହୁଅଛି, ମୁଁ ବିଶ୍ୱସ୍ତ ଭାବରେ ସର୍ବାନ୍ତଃକରଣରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର।” ଏହା କହି ହିଜକିୟ ଅତିଶୟ ରୋଦନ କଲା।
4 ସେତେବେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ। 5 “ତୁମ୍ଭେ ହିଜକିୟ ନିକଟକୁ ଯାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ସଦାପ୍ରଭୁ ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆୟୁ ପନ୍ଦରବର୍ଷ ବଢ଼ାଇବା।’ 6 ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନେବି।’”
7 ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହେବ। 8 “ଦେଖ, ମୁଁ ଆହସର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫେରାଇ ଆଣିବି।”
9 ଯିହୁଦାର ରାଜା ହିଜକିୟ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲା ପରେ ଏହା ଲେଖାଗଲା।
10 ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି।
ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।
11 ତେଣୁ ମୁଁ କହିଲି, “ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶରେ ଦେଖିବି ନାହିଁ।
ପୁଣି ଏ ଜଗତରେ ଜୀବିତମାନଙ୍କୁ ମଧ୍ୟ ଦେଖିବି ନାହିଁ।
12 ମେଷପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମୋର ଆୟୁକୁ ମୋ'ଠାରୁ ଦୂରୀକୃତ କରାଯାଇଛି।
ମୋର ଜୀବନକୁ ତନ୍ତପରି ଗୁଡ଼ାଇ ଅଛି।
ସେ ମୋତେ ତନ୍ତରୁ କାଟି ପକାଇବେ।
ଏକ ଦିବାରାତ୍ରି ସମୟ ମଧ୍ୟରେ ମୋର ଜୀବନ ନିଃଶେଷ କରି ଦେବ।
13 ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି।
ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି।
ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
14 ମୁଁ କପୋତ, ଗ୍ଭତକ
ଓ ସାରସ ପକ୍ଷୀ ପରି ଶବ୍ଦ କଲି।
ଉପରକୁ ଦୃଷ୍ଟି କରି କରି
ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା।
ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ,
ତୁମ୍ଭେ ମୋତେ ସାହାଯ୍ୟ କର।”
15 ମୁଁ କ’ଣ କହିବି?
ଯେତେବେଳେ ସେ ମୋତେ କହି ଅଛନ୍ତି
ଓ ତାହା ନିଜେ ସାଧନ କରିଛନ୍ତି।
ମୋର ଆତ୍ମା ତିକ୍ତତା ସକାଶେ
ମୁଁ ବର୍ଷଯାକ ଧୀରେ ଧୀରେ ଗ୍ଭଲିବି।
16 ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି।
ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ
ମୋର ଆତ୍ମାର ଜୀବନ ଅଛି।
ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।
17 ଦେଖ, ମୋର ଦୁଃଖ ଗ୍ଭଲିଯାଇଛି,
ବର୍ତ୍ତମାନ ମୋର ଶାନ୍ତି ଆସିଛି।
ମାତ୍ର ତୁମ୍ଭେ ମୋତେ ପ୍ରେମ କରି
ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ।
କାରଣ ତୁମ୍ଭେ ମୋତେ କ୍ଷମା କରି
ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ।
18 ପାତାଳ ତୁମ୍ଭକୁ ଧନ୍ୟବାଦ ଦେଇ ପାରିବ ନାହିଁ।
ମୃତ୍ୟୁ ତୁମ୍ଭର ପ୍ରଶଂସା ଗାନ କରି ପାରିବ ନାହିଁ।
ତେଣୁ ମର୍ତ୍ତଗାମୀମାନେ
ତୁମ୍ଭର ବିଶ୍ୱସ୍ତତା ଘୋଷଣା କରିବେନି।
19 ମୁଁ ଯେପରି କରୁଅଛି ସେହିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ।
ଜଣେ ପିତା ତା'ର ସନ୍ତାନଗଣଙ୍କୁ
ତୁମ୍ଭର ସତ୍ୟତା ଜ୍ଞାନ ବିଶ୍ୱାସ କରାଇବେ।
20 ତେଣୁ ମୁଁ କହିବି, “ସଦାପ୍ରଭୁ ମୋତେ ପରିତ୍ରାଣ କଲେ।
ତେଣୁ ଆମ୍ଭେମାନେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିରରେ ତାରଯୁକ୍ତ ଯନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।”
21 ତା'ପରେ ଯିଶାଇୟ ହିଜକିୟଙ୍କୁ କହିଲେ,
“ତୁମ୍ଭେ ଡିମ୍ବିରିକୁ ଏକତ୍ର ଛେଚ ଏବଂ ତୁମ୍ଭର କ୍ଷତରେ ଲଗାଅ।
ତାହାହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।”
22 ମାତ୍ର ହିଜକିୟ ଯିଶାଇୟଙ୍କୁ ପ୍ରଶ୍ନ କଲେ,
“ମୁଁ ଭଲ ହେବି, ସଦାପ୍ରଭୁ କି ସଙ୍କେତ ଦ୍ୱାରା ପ୍ରମାଣ କରିବେ?
ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି କେଉଁ ସଙ୍କେତ ଦ୍ୱାରା ପ୍ରମାଣିତ ହେବ?”
ବାବିଲରୁ ଦୂତଗଣ
39 ସେହି ସମୟରେ ବାବିଲ ରାଜା ବଲ୍ଦନର ପୁତ୍ର ମରୋଦକ୍-ବଲ୍ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା। 2 ଏଥିରେ ହିଜକିୟ ଅତିଶୟ ସନ୍ତୁଷ୍ଟ ହୋଇ ନିଜର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିତ ଦ୍ରବ୍ୟ, ବହୁମୂଲ୍ୟ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା ତାହା ତା'ର ଗୃହରେ କିମ୍ବା ସମଗ୍ର ରାଜ୍ୟରେ ନ ଥିଲା।
3 ସେତେବେଳେ ଭବିଷ୍ୟଦ୍ବକ୍ତା ଯିଶାଇୟ ରାଜା ହିଜକିୟ ନିକଟକୁ ଯାଇ ତାଙ୍କୁ ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ସେମାନେ କେଉଁଠାରୁ ଆସିଲେ?”
ହିଜକିୟ କହିଲେ, “ସେମାନେ ଦୂରଦେଶ ବାବିଲରୁ ମୋତେ ଦେଖିବାକୁ ଆସିଛନ୍ତି।”
4 ଯିଶାଇୟ ପଗ୍ଭରିଲେ, “ସେମାନେ ତୁମ୍ଭ ଗୃହରେ କ’ଣ ଦେଖିଅଛନ୍ତି?”
ହିଜକିୟ ଉତ୍ତର କଲେ, “ମୋ’ ଗୃହରେ ଯାହାସବୁ ଥିଲା ମୁଁ ସେ ସମସ୍ତ ତାଙ୍କୁ ଦେଖାଇଲି। ଏପରି କୌଣସି ଜିନିଷ ମୋ’ ଭଣ୍ଡାରରେ ନାହିଁ ଯାହାକି ମୁଁ ତାଙ୍କୁ ଦେଖାଇ ନାହିଁ।”
5 ଏଥିରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ। 6 ଦେଖ, ‘ଏକ ସମୟ ଆସୁଛି ଯେତେବେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ୟ ବାବିଲକୁ ନିଆଯିବ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ୟ ଛଡ଼ାଯିବ ନାହିଁ।’ 7 ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନେଇଯିବେ ଓ ସେମାନଙ୍କୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକାରେ ନପୁଂସକ କରି ରଖିବେ।”
8 ସେତେବେଳେ ହିଜକିୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ ତାହା ଉତ୍ତମ।” ସେ ପୁଣି କହିଲା, “କାରଣ ମୋ’ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।
76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
2 ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
3 ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖଡ଼୍ଗ
ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ। ସେଲା
4 ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
5 ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
6 ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
7 ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି। ସେଲା
10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ[a] ଶକ୍ତିଶାଳୀ ହୁଅନ୍ତୁ।
11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।
2010 by World Bible Translation Center