Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 15

ଯିହୁଦାରେ ଅସରିୟଙ୍କ ରାଜତ୍ୱ

15 ଇସ୍ରାଏଲରେ ଯାରବିୟାମଙ୍କ ରାଜତ୍ୱର ସତାଇଶ୍ ବର୍ଷରେ ଅମ‌ତ୍‌ସିୟଙ୍କର ପୁତ୍ର ଅସରିୟ ଯିହୁଦାରେ ରାଜା ହେଲେ। ଷୋଡ଼ଶ ବର୍ଷ ବୟସରେ ଅସରିୟ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ବାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଖଲିୟା ଓ ସେ ଯିରୁଶାଲମ ନିବାସିନୀ ଥିଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଅସରିୟ ଯଥାର୍ଥ କର୍ମମାନ କଲେ। ଠିକ୍ ସେହିପରି ତାଙ୍କର ପିତା ଅମ‌ତ୍‌ସିୟ ପରି ସେ କରିଥିଲେ। ମାତ୍ର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସେଠାରେ ବଳିଦାନ କଲେ ଓ ଧୂପ ଜଳାଇଲେ।

ପୁଣି ସଦାପ୍ରଭୁ ଅସରିୟଙ୍କୁ ମରଣ ପର୍ଯ୍ୟନ୍ତ କୁଷ୍ଠୀ କରିଦେଲେ ଓ ସେ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।

ଅସରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଅସରିୟଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ଅସରିୟଙ୍କର ମୃତ୍ୟୁପରେ, ଯୋଥମ୍ ଅସରିୟଙ୍କ ପୁତ୍ର ନୂତନ ରାଜା ରୂପେ ପରିଚିତ ହେଲେ।

ଜିଖରିୟଙ୍କ ଇସ୍ରାଏଲ ଉପରେ ସଂକ୍ଷିପ୍ତ ଶାସନ

ଯିହୁଦାରେ ଅସରିୟଙ୍କର ରାଜତ୍ୱର ଅଠତିରିଶ୍ ବର୍ଷରେ ଯାରବିୟାମଙ୍କ ପୁତ୍ର ଜିଖରିୟ ଶମରିୟାରେ ଇସ୍ରାଏଲ ଉପରେ ଛଅ ମାସ ଶାସନ କଲେ। ଯିଖରିୟ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଗ୍ଭଲିଲେ। ଯେଉଁଗୁଡ଼ିକ ସଦାପ୍ରଭୁଙ୍କ ଦୃଷ୍ଟିରେ ଭୁଲ୍ ବୋଲି ବିବେଚିତ ହୁଏ। ନବାଟଙ୍କ ପୁତ୍ର ଯାରବିୟାମ ଯିଏ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ ସେ ସେହି ପାପ ପଥରୁ ବିମୁଖ ହେଲେ ନାହିଁ।

10 ଆଉ ଯାବେଶଙ୍କ ପୁତ୍ର ଶଲ୍ଲୁମ ଜିଖରିୟଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ। 11 ଜିଖରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ, ପରାକ୍ରମ ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 12 ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ୟ ସତ୍ୟ ହେଲା। ସେ ଯେହୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ, ତାହା ସେହିପରି ଘଟିଲା।

ଶଲ୍ଲୁମଙ୍କ ଇସ୍ରାଏଲ ଉପରେ ଅଳ୍ପକାଳ ଶାସନ

13 ଯିହୁଦାରେ ଉଷିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଯାବେଶଙ୍କ ପୁତ୍ର ଶଲ୍ଲୁମ ଇସ୍ରାଏଲରେ ରାଜା ହେଲେ। ସେ ଶମରିୟାରେ ଏକ ମାସ ପାଇଁ ଶାସନ କଲେ।

14 ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଆସି ଶମରିୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିୟାରେ ଆଘାତ କରି ବଧ କଲେ ଓ ତାଙ୍କ ପଦରେ ରାଜ୍ୟ କଲେ।

15 ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିୟଙ୍କ ବିରୁଦ୍ଧରେ କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ମନହେ‌ମଙ୍କ ଇସ୍ରାଏଲ ଉପରେ ଶାସନ

16 ଶଲ୍ଲୁମଙ୍କ ମୃତ୍ୟୁ ପରେ ମନହେମ୍ ତିର୍ସାଠାରୁ, ତି‌‌‌‌ପ୍‌‌‌‌ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସେମାନେ ନଗରର ଫାଟକସବୁ ତାଙ୍କ ପାଇଁ ଖୋଲିବାକୁ ଅମାନ୍ୟ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ।

17 ଯିହୁଦାରେ ଅସରିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଗାଦିଙ୍କର ପୁତ୍ର ମନହେମ୍ ଇସ୍ରାଏଲରେ ରାଜା ହେଲେ ଓ ସେ ଶମରିୟାରେ ଦଶ ବର୍ଷ ରାଜତ୍ୱ କଲେ। 18 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହାସବୁ ପାପ ଓ ଘୃଣ୍ୟ, ସେସବୁ କର୍ମ କରି ଗ୍ଭଲିଲେ। ସେ କେବେହେଲେ ପାପ କରିବାରୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ଯାରବିୟାମ ଇସ୍ରାଏଲୀୟମାନଙ୍କୁ କରାଇଥିଲେ।

19 ଅଶୂରର ରାଜା ପୂଲ୍ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବାରୁ ମନହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ୟ ସୁଦୃଢ଼ କରିବାକୁ ତାଙ୍କୁ ସାହାଯ୍ୟ କରିବେ। 20 ପୁଣି ମନହେମ୍ ଏହି ଟଙ୍କା ଇସ୍ରାଏଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାୟ କଲେ। ପ୍ରତ୍ୟେକ ଧନଶାଳୀ ଲୋକଠାରୁ ପଗ୍ଭଶ୍ ଶେକଲ ଲେଖାଏଁ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇସ୍ରାଏଲ ପରିତ୍ୟାଗ କଲେ ଓ ନିଜ ଦେଶକୁ ଫେରିଗଲେ।

21 ମନହେ‌ମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କ୍ରିୟା ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 22 ମନହେ‌ମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତାଙ୍କ ପରେ ତାଙ୍କ ପୁତ୍ର ପକହିୟ ତାଙ୍କ ପଦରେ ରାଜ୍ୟ କଲେ।

ଇସ୍ରାଏଲରେ ପକହିୟଙ୍କ ଶାସନ

23 ଯିହୁଦାର ଅସରିୟଙ୍କ ରାଜତ୍ୱର ପଗ୍ଭଶ୍ ବର୍ଷରେ ମନହେ‌ମଙ୍କ ପୁତ୍ର ପକହିୟ ଇସ୍ରାଏଲରେ ରାଜା ହେଲେ ଓ ସେ ଦୁଇ ବର୍ଷ ଶମରିୟାରେ ଶାସନ କଲେ। 24 ପକହିୟ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ କଲେ। ସେ ପାପ କାର୍ଯ୍ୟରୁ ବିମୁଖ ହେଲେ ନାହିଁ, ଯାହା ଯାରବିୟାମ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ।

25 ରମଲିୟଙ୍କ ପୁତ୍ର ପେକହ, ପେକହିୟଙ୍କର ସୈନ୍ୟବାହିନୀର ଜଣେ ସେନାପତି ରାଜପ୍ରାସାଦ[a]ରେ ପେକହିୟକୁ ହତ୍ୟା କଲେ। ଯେତେବେଳେ ରାଜାଙ୍କୁ ସେ ହତ୍ୟା କଲେ, ତାଙ୍କ ସହିତ ପଗ୍ଭଶ୍ ଗିଲିୟଦୀୟ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

26 ଏହି ପକହିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଇସ୍ରାଏଲରେ ପେକହଙ୍କ ଶାସନ

27 ଯିହୁଦାରେ ଅସରିୟଙ୍କର ରାଜତ୍ୱର ବାବନ ବର୍ଷରେ ରମଲିୟଙ୍କର ପୁତ୍ର ପେକହ ଶମରିୟାରେ ଇସ୍ରାଏଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ ଶାସନ କଲେ। 28 ପେକହ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ। ଆଉ ସେ ମଧ୍ୟ ନବାଟଙ୍କ ପୁତ୍ର ଯାରବିୟାମ ପରି ଇସ୍ରାଏଲୀୟମାନଙ୍କୁ ପାପ କରାଇଲେ।

29 ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।

30 ଏହା ପରେ ଏଲାଙ୍କର ପୁତ୍ର ହୋଶେୟ ରମଲିୟଙ୍କର ପୁତ୍ର ପେକହଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ୱର କୋଡ଼ିଏ ବର୍ଷରେ ତାଙ୍କର ପଦରେ ରାଜ୍ୟ କଲେ।

31 ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଯୋଥମଙ୍କ ଯିହୁଦାରେ ଶାସନ

32 ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କଲେ। 33 ଯୋଥମ୍ ପଚିଶ୍ ବର୍ଷ ବୟସରେ ରାଜା ହେଲେ ଓ ଷୋହଳ ବର୍ଷ ଯିରୁଶାଲମରେ ରାଜ୍ୟ ଶାସନ କଲେ। ତାଙ୍କର ମାତାଙ୍କ ନାମ ଯିରୁଶା ଓ ସେ ସାଦୋକର କନ୍ୟା ଥିଲେ। 34 ଯୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। 35 ମାତ୍ର ସେ ଉଚ୍ଚସ୍ଥଳୀଗୁଡ଼ିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ୟ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ୍ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ୱାର ନିର୍ମାଣ କଲେ। 36 ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିୟା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

37 ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀ‌ନ୍‌କୁ ଓ ରମଲିୟର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ।

38 ଅନନ୍ତର ଯୋଥମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦରେ ରାଜ୍ୟ କଲେ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 26

ଯିହୁଦାର ରାଜା ଉଷିୟ

26 ଏହା ପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍‌ସିୟଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ମନୋନୀତ କଲେ। ଅମତ୍‌ସିୟ ଊଷିୟଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବୟସ୍କ ହୋଇଥିବା ସମୟରେ ଏହିପରି ଘଟିଲା। ଊଷିୟ ପୁନର୍ବାର ଏଲତ୍‌ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫେରାଇ ଦେଲେ। ଅମତ୍‌ସିୟ ମୃତ୍ୟୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେବାପରେ ଉଷିୟ ଏହା କଲେ।

ଉଷିୟ ରାଜା ହେବା ସମୟରେ ଷୋହଳ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ବାଉନ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିଖଲିୟା। ଯିଖଲିୟା ଯିରୁଶାଲମରୁ ଆସିଥିଲେ। ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କଲେ। ସେ ତାଙ୍କର ପିତା ଅମତ୍‌ସିୟଙ୍କ ପରି ପରମେଶ୍ୱରଙ୍କୁ ମାନିଲେ। ଉଷିୟ ଜିଖରିୟଙ୍କ ଜୀବନକାଳ ମଧ୍ୟରେ ପରମେଶ୍ୱରଙ୍କର ଅନୁଗମନ କଲେ। ପରମେଶ୍ୱରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ୟ ହେବାକୁ ହେବ, ତାହା ଜିଖରିୟ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତେବେଳେ ସଦାପ୍ରଭୁଙ୍କର ବାଧ୍ୟ ହେଲେ, ପରମେଶ୍ୱର ତାଙ୍କୁ ସଫଳତା ଦେଲେ।

ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ଯୁଦ୍ଧ କଲେ। ସେ ଗାଥ୍, ଯ‌‌ବ୍‌‌ନିର ଓ ଅ‌ସ୍‌ଦୋଦ୍ ସହରର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅ‌ସ୍‌ଦୋଦ୍ ସହର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ପଲେଷ୍ଟୀୟ ଲୋକମାନଙ୍କ ମଧ୍ୟରେ ସହରମାନ ନିର୍ମାଣ କଲେ। ପରମେଶ୍ୱର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହରରେ ବାସ କରୁଥିବା ଆରବୀୟ ଓ ମିୟୂନିୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କଲେ। ଅମ୍ମୋନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଷିୟଙ୍କ ନାମ ବିଖ୍ୟାତ ହୋଇ ଉଠିଲା, ସେ ବିଖ୍ୟାତ ହେଲେ, କାରଣ ସେ ଅତ୍ୟନ୍ତ ପରାକ୍ରମୀ ଥିଲେ।

ଉଷିୟ ଯିରୁଶାଲମର କୋଣସ୍ଥିତ ଦ୍ୱାର, ଉପତ୍ୟକା ଦ୍ୱାର ଓ ପ୍ରାଚୀର ବୁଲିଯାଇଥିବା ସ୍ଥାନରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସେହି ଦୁର୍ଗଗୁଡ଼ିକୁ ଦୃଢ଼ କଲେ। 10 ଉଷିୟ ମରୁଭୂମି ମଧ୍ୟରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ୟ, ସେ ଅନେକ କୂପ ଖୋଳିଲେ। ପାର୍ବତ୍ୟମୟ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ୟାଞ୍ଚଳ ଓ ଉତ୍ତମ ଶସ୍ୟ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନେବା ନିମନ୍ତେ ସେ ଲୋକମାନଙ୍କୁ ନିଯୁକ୍ତ କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।

11 ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ୟଦଳ ଥିଲା। ସେହି ସୈନିକମାନେ ସଚିବ ଯିୟୂୟେଲ ଓ ପଦାଧିକାରୀ ମାସେୟଙ୍କ ଦ୍ୱାରା ବିଭିନ୍ନ ଦଳରେ ଭର୍ତ୍ତି କରାଯାଇ ଥିଲେ। ହନାନୀୟ ସେମାନଙ୍କର ନେତା ଥିଲେ। ଯିୟୂୟେଲ୍ ଓ ମାସେୟ ସେହି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହନାନୀୟ ରାଜାଙ୍କର ଜଣେ ପଦାଧିକାରୀ ଥିଲେ। 12 ସୈନିକମାନଙ୍କ ଉପରେ 2,600 ଜଣ ନେତା ଥିଲେ। 13 ସେହି ନେତାମାନେ 307,500 ଜଣ ଲୋକଙ୍କର ଦାୟିତ୍ୱରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ଯୁଦ୍ଧ କରୁଥିଲେ। ସେହି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧରେ ସାହାଯ୍ୟ କରୁଥିଲେ। 14 ଉଷିୟ ସୈନ୍ୟଦଳକୁ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟେଣୀ ପାଇଁ ପଥର ଦେଲେ। 15 ଯିରୁଶାଲମରେ ଉଷିୟ ଚତୁର ଲୋକମାନଙ୍କ ଦ୍ୱାରା ଉଦ୍ଭାବିତ ମେସିନ୍ ସବୁ ନିର୍ମାଣ କଲେ। ସେହି ମେସିନ୍ ଗୁଡ଼ିକ ଦୁର୍ଗ ଓ କୋଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସେହି ମେସିନ୍ ଗୁଡ଼ିକ ତୀର ଓ ପଥର କ୍ଷେପଣ କରିପାରୁ ଥିଲା। ଉଷିୟ ବିଖ୍ୟାତ ହୋଇ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାଯ୍ୟ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହୋଇ ଉଠିଲେ।

16 କିନ୍ତୁ ଉଷିୟ ଯେତେବେଳେ ଶକ୍ତିଶାଳୀ ହୋଇ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବେଦି ଉପରେ ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। 17 ଅସରିୟ ଯାଜକ ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ କରୁଥିବା ଅଶୀ ଜଣ ସାହସୀ ଯୁବକମାନେ ଉଷିୟଙ୍କ ପଛେ ପଛେ ମନ୍ଦିର ମଧ୍ୟକୁ ଗଲେ। 18 ସେମାନେ ଉଷିୟଙ୍କୁ କହିଲେ ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।”

19 କିନ୍ତୁ ଉଷିୟ କ୍ରୋଧାନ୍ୱିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କ୍ରୋଧ କରୁଥିବା ସମୟରେ ହିଁ କୁଷ୍ଠରୋଗ ତାଙ୍କର କପାଳରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିରରେ, ସୁଗନ୍ଧି ଧୂପର ଯଜ୍ଞବେଦି ନିକଟରେ ଯାଜକମାନଙ୍କ ସମ୍ମୁଖରେ ଘଟିଲା। 20 ପ୍ରଧାନ ଯାଜକ ଅସରିୟ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସେମାନେ ତାଙ୍କ କପାଳରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରିଦେଲେ। ଉଷିୟ ନିଜେ ତରତର ହୋଇ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ। 21 ରାଜା ଉଷିୟ ଜଣେ କୁଷ୍ଠରୋଗଗ୍ରସ୍ତ। ସେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିୟନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ୟପାଳ ହେଲେ।

22 ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖା ଯାଇଅଛି। 23 ଉଷିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷେତରେ କବର ପାଇଲେ। କାରଣ ଲୋକମାନେ କହିଲେ, “ଉଷିୟଙ୍କଠାରେ କୁଷ୍ଠରୋଗ ଥିଲା।” ଆଉ ଯୋଥମ୍ ଉଷିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯୋଥମ୍ ଉଷିୟଙ୍କ ପୁତ୍ର ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center