Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 1-4

ଅହସିୟଙ୍କ ପାଇଁ ଏକବାର୍ତ୍ତା

ଅନନ୍ତର ଆହାବଙ୍କ ମୃତ୍ୟୁପରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ବିଦ୍ରୋହାଚରଣ କଲେ।

ଏକଦା ଅହସିୟ ତାଙ୍କର ଶମରିୟାସ୍ଥିତ ଗୃହର ଛାତ ଉପରୁ ଝରକା ଦେଇ ପଡ଼ି ଆହତ ହେଲେ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, “ଯାଅ, ମୁଁ ଏହି ଆଘାତରୁ ଆରୋଗ୍ୟ ଲାଭ କରିବି କି ନାହିଁ, ଏହା ଇକ୍ରୋଣର ଯାଜକ ବାଲ୍-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।”

ମାତ୍ର ସଦାପ୍ରଭୁଙ୍କ ଦୂତ ତି‌‌‌‌ଶ୍‌ବୀୟ ଏଲିୟଙ୍କୁ କହିଲେ, “ଯାଅ, ଶମରିୟା ରାଜାଙ୍କର ଦୂତମାନଙ୍କୁ ଭେଟ ଓ ସେମାନଙ୍କୁ କୁହ, ‘ଇସ୍ରାଏଲରେ କ’ଣ ଇସ୍ରାଏଲର ପରମେଶ୍ୱର ନାହାନ୍ତି ଯେ, ତୁମ୍ଭେମାନେ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ? ପୁଣି ଅହସିୟଙ୍କୁ କୁହ, ଯେହେତୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦେଲ, ଏଥିପାଇଁ ସଦାପ୍ରଭୁ ଏହା କୁହନ୍ତି, ତୁମ୍ଭେ ଆଉ ତୁମ୍ଭର ଶଯ୍ୟାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ୟୁବରଣ କରିବ।’” ଏଲିୟ ଅହସିୟଙ୍କ ଦାସମାନଙ୍କୁ ଏହା କହି ପରିତ୍ୟାଗ କଲେ।

ବାର୍ତ୍ତାବହମାନେ ଅହସିୟଙ୍କ ନିକଟକୁ ଫେରି ଆସନ୍ତେ, ଅହସିୟ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଶୀଘ୍ର ଫେରି ଆସିଲ?”

ତହୁଁ ବାର୍ତ୍ତାବହମାନେ ଅହସିୟଙ୍କୁ କହିଲେ, “ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫେରିଯାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, ‘ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତେବେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକ୍ରୋଣର ଦେବତା ବାଲ୍-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶଯ୍ୟାରୁ ଉଠିବ ନାହିଁ, ସେହିଠାରେ ମରିବ।’”

ଅହସିୟ ବାର୍ତ୍ତାବହମାନଙ୍କୁ ପଗ୍ଭରିଲେ, “ଯେଉଁ ଲୋକ ତୁମ୍ଭଙ୍କୁ ସାକ୍ଷାତ କରି ଆସି ଏହିସବୁ କହିଲା, ସେ ଜଣେ କି ପ୍ରକାର ଲୋକ?”

ବାର୍ତ୍ତାବହମାନେ ଅହସିୟଙ୍କୁ ଉତ୍ତର କଲେ, “ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା[a] ଓ ତା'ର କଟିରେ ଏକ ଚମଡ଼ାର ପଟୁକା ବନ୍ଧା ଥିଲା।”

ତା'ପରେ ଅହସିୟ କହିଲେ, “ସେ ପ୍ରକୃତରେ ତି‌‌‌‌ଶ୍‌ବୀୟ ଏଲିୟ।”

ଅନନ୍ତର ଅହସିୟ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟଙ୍କ ନିକଟକୁ ପଠାଇଲେ। ଅଧିନାୟକ ଉପରକୁ ଯାଇ ଏଲିୟଙ୍କୁ ମିଶିଲେ ଯିଏ ପର୍ବତ ଉପରେ ବସିଥିଲେ ଓ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ଦୟାକରି ‘ତଳକୁ ଆସ।’” କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।

10 ଏଲିୟ ସେହି ପଗ୍ଭଶ୍ ଲୋକ ଅଧିନାୟକଙ୍କୁ କହିଲେ, “ଯଦି ମୁଁ ପରମେଶ୍ୱରଙ୍କ ଲୋକ ହୋଇଥାଏ, ତେବେ ସ୍ୱର୍ଗରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କରୁ।”

ତେଣୁ ସ୍ୱର୍ଗରୁ ଅଗ୍ନି ଆସି ଅଧିନାୟକଙ୍କ ସହିତ ତାଙ୍କର ପଗ୍ଭଶ୍ ଲୋକଙ୍କୁ ଦ‌ଗ୍‌ଧିଭୂତ କଲା।

11 ପୁନର୍ବାର ଅହସିୟ ଆଉ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟ ନିକଟକୁ ପଠାଇଲେ। ସେ ଅଧିନାୟକ ଏଲିୟଙ୍କୁ ପୂର୍ବପରି କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, ‘ଦୟାକରି ତଳକୁ ଆସ।’”

12 ଏଲିୟ ସେ ଅଧିନାୟକଙ୍କୁ କହିଲେ, “ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସୁ ଏବଂ ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କରୁ।”

ତେଣୁ ଅଗ୍ନି ସ୍ୱର୍ଗରୁ ଆସି ଅଧିନାୟକ ସହିତ ତା'ର ପଗ୍ଭଶ୍ ଲୋକଙ୍କୁ ଗ୍ରାସ କଲା।

13 ଏହା ପରେ ଅହସିୟ ତୃତୀୟ ଥର ଅଧିନାୟକ ସହିତ ପଗ୍ଭଶ୍ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାୟକ ଏଲିୟ ନିକଟକୁ ଯାଇ ଏଲିୟଙ୍କ ଆଗରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମୋର ଜୀବନ ସହିତ ମୋର ପଗ୍ଭଶ୍ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ। 14 ଅଗ୍ନି ସ୍ୱର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସେମାନଙ୍କର ପଗ୍ଭଶ୍ ଲୋକଙ୍କୁ ପୋଡ଼ି ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।”

15 ତତ୍ପରେ ସଦାପ୍ରଭୁଙ୍କ ଦୂତ ଏଲିୟଙ୍କୁ କହିଲେ, “ଅଧିନାୟକଙ୍କ ସହିତ ଯାଅ, ତାଙ୍କୁ ଭୟ କର ନାହିଁ।”

ତେଣୁ ଏଲିୟ ଅହସିୟଙ୍କ ନିକଟକୁ ଗଲେ।

16 ତହୁଁ ଏଲିୟ ରାଜାଙ୍କୁ କହିଲେ, “ଇସ୍ରାଏଲରେ କ’ଣ ପରମେଶ୍ୱର ନାହାନ୍ତି? ତୁମ୍ଭେ ଇକ୍ରୋଣ ଦେବତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କାହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ଯ୍ୟ ଯୋଗୁଁ ତୁମ୍ଭେ ଶଯ୍ୟାରୁ ଆଉ ଉଠିବ ନାହିଁ, ସେହିଠାରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ୟଗୁଡ଼ିକ କହିଲେ।”

ଯିହୋରାମ ଅହସିୟଙ୍କ ସ୍ଥାନ ନେଲେ

17 ସଦାପ୍ରଭୁ ଏଲିୟଙ୍କ ଦେଇ କହିଥିବା ଅନୁସାରେ ଅହସିୟଙ୍କର ମୃତ୍ୟୁ ହେଲା। ତାଙ୍କର ପୁତ୍ର ନ ଥିବାରୁ ଅହସିୟଙ୍କ ପରେ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ପୁତ୍ର ଯିହୋରାମର ଦ୍ୱିତୀୟ ବର୍ଷ ରାଜତ୍ୱ କାଳରେ ଯିହୋରାମ ତାଙ୍କ ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ।

18 ଅହସିୟଙ୍କ ଅନ୍ୟ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଛି।

ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି

ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗି‌ଲ୍‌‌‌ଗ‌‌ଲ୍‌‌ଠାରୁ ସେମାନଙ୍କର ରାସ୍ତାରେ ଥିଲେ।

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେ‌ଲ୍‌କୁ ଯିବାକୁ କହିଛନ୍ତି।”

ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେ‌ଲ୍‌କୁ ଗଲେ।

ବୈଥେ‌ଲ୍‌ର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?”

ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।”

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।”

ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ।

ଯିରୀହୋର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?”

ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।”

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।”

ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ।

ପୁନଶ୍ଚ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚା‌ତ୍‌ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ। ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।

ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ'ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।”

ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”

10 ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”

ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ

11 ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା'ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।

12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”

ତା'ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ। 13 ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” 14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।

ଭବିଷ୍ୟ‌ଦ୍‌ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ

15 ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। 16 ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।”

ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।”

17 ତା'ପରେ ସେ ବିହ୍ୱଳ ହେବା ପର୍ଯ୍ୟନ୍ତ ତାଙ୍କୁ ସେମାନେ ପ୍ରବର୍ତ୍ତାନ୍ତେ, ସେ କହିଲେ, “ଭଲ କଥା, ଏଲିୟଙ୍କୁ ଖୋଜିବାକୁ ଲୋକ ପଠାଅ।”

ସେମାନେ ଦଳେ ଭବିଷ୍ୟ‌ଦ୍‌ବକ୍ତାମାନେ ପଗ୍ଭଶ୍ ଜଣ ଲୋକଙ୍କୁ ପଠାଇଲେ। ସେମାନେ ତିନି ଦିନ ଖୋଜିଲେ, ମାତ୍ର ଏଲିୟଙ୍କୁ ପାଇଲେ ନାହିଁ। 18 ପୁଣି ସେମାନେ ଯିରୀହୋରେ ଇଲୀଶାୟ ନିକଟକୁ ଯାଇ କହିଲେ, “ସେମାନେ ଏଲିୟଙ୍କୁ ପାଇଲେ ନାହିଁ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭମାନଙ୍କୁ ନ ଯିବା ପାଇଁ ମୁଁ କହିଥିଲି।”

ଇଲୀଶାୟ ଜଳକୁ ନିର୍ମଳ କରନ୍ତି

19 ନଗରର ଲୋକମାନେ ଇଲୀଶାୟ ନିକଟକୁ ଯାଇ କହିଲେ, “ମହାଶୟ ତୁମ୍ଭେ ଦେଖି ପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ୟନ୍ତ ଦୂଷିତ ହୋଇଯାଇଛି, ତେଣୁ ଭୂମି ଉତ୍ତମ ଶସ୍ୟ ଦେଉ ନାହିଁ।”

20 ଇଲୀଶାୟ କହିଲେ, “ମୋତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।”

ତହୁଁ ଲୋକମାନେ ପାତ୍ରଟିଏ ଆଣି ଇଲୀଶାୟଙ୍କୁ ଦେଲେ। 21 ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ଯାଇ ଲବଣକୁ ଜଳରେ ପକାଇଲେ ଓ କହିଲେ, “ସଦାପ୍ରଭୁ ଏହି କଥା କୁହନ୍ତି, ‘ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ୟୁର କାରଣ ହେବ ନାହିଁ କିଅବା ଜମିରେ ଅଙ୍ଗୁର ବଢ଼ାଇବାରେ ବାଧକ ହେବ ନାହିଁ।’”

22 ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ୟାନୁସାରେ ତାହା ଆଜି ପର୍ଯ୍ୟନ୍ତ ନିର୍ମଳ ରହିଅଛି।

କେତେକ ବାଳକ ଇଲୀଶାୟଙ୍କୁ ପରିହାସ କରନ୍ତି

23 ଅନନ୍ତର ଇଲୀଶାୟ ବୈଥେ‌ଲ୍‌କୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତେକ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, “ଆରେ ଚନ୍ଦା ମୁଣ୍ତିଆ! ଉପରକୁ ଯା, ଆରେ ଚନ୍ଦା ମୁଣ୍ତିଆ ଉପରକୁ ଯା!”

24 ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କ ମଧ୍ୟରୁ ବୟାଳିଶ୍ ଜଣଙ୍କୁ ଧରି ଚିରି ପକାଇଲେ।

25 ଏହା ପରେ ଇଲୀଶାୟ ବୈଥେ‌ଲ୍‌ରୁ କର୍ମିଲ ପର୍ବତକୁ ଓ ସେଠାରୁ ଶମରିୟାକୁ ଗଲେ।

ଯିହୋରାମ୍ ଇସ୍ରାଏଲର ରାଜା ହେଲେ

ଆହାବଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। ସେ ଯିହୁଦାର ରାଜା ଯିହୋଶାଫଟଙ୍କର ଅଷ୍ଟାଦଶ ବର୍ଷର ରାଜତ୍ୱ କାଳରେ ରାଜା ହେଲେ ଓ ଇସ୍ରାଏଲରେ ବାରବର୍ଷ ରାଜ୍ୟ କଲେ। ସେ ଏପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ ଥିଲା। ମାତ୍ର ସେ ତାଙ୍କର ପିତା ଓ ମାତାଙ୍କ ତୁଲ୍ୟ ନ ଥିଲେ। କାରଣ ତାଙ୍କ ପିତା ନିର୍ମାଣ କରିଥିବା ବା‌ଲ୍‌‌‌ର ସ୍ତମ୍ଭଗୁଡ଼ିକୁ ଦୂର କରିଦେଲେ। ତଥାପି ନବା‌ଟ୍‌ଙ୍କ ପୁତ୍ର ଯାରବିୟାମ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଆସକ୍ତ କରାଇଥିଲେ ସେ ମଧ୍ୟ ସେହି ପାପଗୁଡ଼ିକର ଆସକ୍ତ ହେଲେ। ଯାରବିୟାମ ଏହି ପାପଗୁଡ଼ିକୁ ବନ୍ଦ କଲେ ନାହିଁ।

ମୋୟାବ ଇସ୍ରାଏଲର ବିରୁଦ୍ଧାଚରଣ କରନ୍ତି

ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ। ମାତ୍ର ଆହାବଙ୍କ ମୃତ୍ୟୁପରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧାଚରଣ କଲେ।

ସେତେବେଳେ ରାଜା ଯିହୋରାମ୍ ଶମରିୟାରୁ ଯାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ତତ୍ପରେ ଯିହୋରାମ୍ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ନିକଟକୁ ଦୂତ ପଠାଇ କହିଲେ, “ମୋୟାବର ରାଜା ମୋ’ ବିରୁଦ୍ଧରେ ଦ୍ରୋହାଚରଣ କରିଛି, ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବାକୁ ମୋୟାବ ବିରୁଦ୍ଧରେ ଯିବ କି?”

ଯିହୋଶାଫଟ୍ କହିଲେ, “ହଁ, ମୁଁ ତୁମ୍ଭ ସହିତ ଯୋଗ ଦେବି। ଆମ୍ଭେ ଏକ ବୃହତ ସେନା ସ୍ୱରୂପେ ଏକତ୍ରିତ ଯୋଗଦେବା। ମୋର ଲୋକ ତୁମ୍ଭ ଲୋକପରି ଓ ମୋର ଅଶ୍ୱ ତୁମ୍ଭର ଅଶ୍ୱପରି।”

ତିନି ରାଜା ଇଲୀଶାୟଙ୍କ ପରାମର୍ଶ ଗ୍ଭହିଁଲେ

ଯିହୋରାମଙ୍କୁ ଯିହୋଶାଫଟ୍ ପଗ୍ଭରିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?”

ଯିହୋରାମ୍ ଉତ୍ତର ଦେଲେ, “ଆମ୍ଭେମାନେ ଇଦୋମର ମରୁଭୂମି ପ୍ରାନ୍ତର ଦେଇ ଯିବା।”

ତହୁଁ ଇସ୍ରାଏଲର ରାଜା, ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତ ଦିନ ଧରି ଯାତ୍ରା କଲେ। ସେମାନଙ୍କର ସୈନ୍ୟମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନ ଥିଲା। 10 ଶେଷରେ ଇସ୍ରାଏଲର ରାଜା ଯିହୋରାମ୍ କହିଲେ, “ହାୟ, ସଦାପ୍ରଭୁ ମୋୟାବ ହସ୍ତରେ ସମର୍ପଣ କରିବାକୁ ଆମ୍ଭ ତିନି ଜଣଙ୍କୁ ଏକତ୍ର ଡାକିଛନ୍ତି।”

11 ମାତ୍ର ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଏପରି କେହି ଭବିଷ୍ୟ‌ଦ୍‌ବକ୍ତା କ’ଣ ଏଠାରେ ନାହାନ୍ତି, ଯାହାଙ୍କ ଦେଇ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?”

ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ କହିଲେ, “ଶାଫଟର ପୁତ୍ର ଇଲୀଶାୟ ଯେ ଏଲିୟ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”

12 ତହୁଁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପାଖରେ ଅଛି।”

ତେଣୁ ଇସ୍ରାଏଲର ରାଜା, ଯିହୋଶାଫଟ୍ ଓ ଇଦୋମର ରାଜା ଇଲୀଶାୟଙ୍କୁ ଭେଟ କରିବାକୁ ଗଲେ।

13 ଏଥିରେ ଇଲୀଶାୟ ଇସ୍ରାଏଲର ରାଜା ଯିହୋରା‌‌ମଙ୍କୁ କହିଲେ, “ମୋ’ ପାଖରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତାମାତାଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଯାଅ।”

ଇସ୍ରାଏଲର ରାଜା ଉତ୍ତର ଦେଲେ, “ନାଁ ଆମ୍ଭେ ତୁମ୍ଭଙ୍କୁ ଦେଖିବାକୁ ଆସିଲୁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକି ଅଛନ୍ତି।”

14 ପୁଣି ଇଲୀଶାୟ କହିଲେ, “ମୁଁ ଯିହୁଦାର ରାଜା ଯିହୋଶାଫ‌ଟଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମୟଙ୍କର ସେବା କରେ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ପ୍ରତିଜ୍ଞା କରୁଛି, କେବଳ ଯିହୋଶାଫ‌ଟଙ୍କ ସକାଶେ ମୁଁ ଏଠାକୁ ଆସିଲି। ଯଦି ଯିହୋଶାଫଟ୍ ଏଠି ନ ଥା’ନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥା’ନ୍ତି। ମୁଁ ତୁମ୍ଭ ଆଡ଼େ ସମ୍ପୂର୍ଣ୍ଣ ଦୃଷ୍ଟି ପକାଇ ନ ଥା’ନ୍ତି। 15 ତଥାପି ଜଣେ ବୀଣାବାଦକକୁ ଆଣ।”

ଯେତେବେଳେ ସେହି ବାଦକ ଆସି ବୀଣା ବାଦନ କଲା ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା। 16 ତା'ପରେ ଇଲୀଶାୟ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ଉପତ୍ୟକାରେ ଗାତମାନ ଖୋଳ।’ 17 ସଦାପ୍ରଭୁ ଏହା ମଧ୍ୟ କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳରେ ପରିପୂର୍ଣ୍ଣ ହେବ। ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସମସ୍ତ ଗୋମେଷାଦି ପଶୁମାନେ ଜଳପାନ କରିବେ।’ 18 ଏହି କାର୍ଯ୍ୟ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ୟ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ପରାସ୍ତ କରାଇବେ। 19 ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ସୁଦୃଢ଼ ଓ ଉତ୍ତମ ନଗରଗୁଡ଼ିକୁ ଧ୍ୱଂସ କରିବ। ପ୍ରତ୍ୟେକ ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇବ। ନିର୍ଝରଗୁଡ଼ିକର ଜଳକୁ ଅଟକାଇ ଓ ପ୍ରତ୍ୟେକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡ଼ି ବିନାଶ କରିବ।”

20 ଏହା ପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦେଇ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।

21 ମୋୟାବୀୟମାନେ ଶୁଣିଲେ ଯେ ରାଜାମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସେମାନେ ସମସ୍ତେ ଏପରିକି ଅତ୍ୟଧିକ ବୃଦ୍ଧମାନେ ମଧ୍ୟ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ଯୁଦ୍ଧ ପାଇଁ ସୀମାନ୍ତରେ ଅପେକ୍ଷା କରି ରହିଲେ। 22 ମୋୟାବୀୟମାନେ ପ୍ରଭାତରେ ଉଠିଲା ବେଳେ ସେହି ସମୟରେ ସୂର୍ଯ୍ୟ ଜଳ ଉପରେ ଚମୁକୁ ଥିଲା। ସେମାନେ ଏହାକୁ ସେମାନଙ୍କର ରକ୍ତ ତୁଲ୍ୟ ରଙ୍ଗପରି ଦେଖିଲେ। 23 ମୋୟାବୀୟମାନେ କହିଲେ, “ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ବିନଷ୍ଟ ହୋଇଛନ୍ତି। ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରି ସେମାନଙ୍କର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସେହି ମୃତ ଶରୀରରୁ ମୂଲ୍ୟବାନ ଜିନିଷମାନ ଲୁଟିବା।”

24 ଯେତେବେଳେ ମୋୟାବୀୟମାନେ ଇସ୍ରାଏଲୀୟମାନଙ୍କ ଶିବିରରେ ପହଞ୍ଚିଲେ, ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ସେମାନେ ଯୁଦ୍ଧ ଭୂମିରୁ ପଳାୟନ କଲେ। ଇସ୍ରାଏଲୀୟ ଲୋକମାନେ ସେମାନଙ୍କୁ ଘଉଡ଼ାଇ ଦେଇ ମୋୟାବ ଭିତକୁ ପ୍ରବେଶ କଲେ। 25 ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀ‌ର୍‌ହେରସ‌ତ୍‌ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ।

26 ପୁଣି ମୋୟାବର ରାଜା ଦେଖିଲେ ଯେ ଯୁଦ୍ଧ ତାଙ୍କ ପାଇଁ ଅତି ଅସହ୍ୟ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ୟାକରି ସେମାନଙ୍କ ଦ୍ୱାରା ଭଙ୍ଗାଯିବା, ସେ ତାଙ୍କର 700 ‌‌ଖ‌ଡ଼୍‌ଗଧାରୀ ସୈନ୍ୟ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ। 27 ତହୁଁ ସେ ଆପଣାର ଉତ୍ତରାଧିକାରୀ ଜ୍ୟେଷ୍ଠପୁତ୍ରଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ, ଯିଏ କି ପରବର୍ତ୍ତୀ ରାଜା ହୋଇଥା’ନ୍ତେ। ତାଙ୍କୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ଉତ୍ସର୍ଗ କଲେ। ଏଥିରେ ଇସ୍ରାଏଲ ଲୋକମାନଙ୍କର ବିପର୍ଯ୍ୟୟ ବଢ଼ିଲା। ତେଣୁ ଇସ୍ରାଏଲୀୟମାନେ ମୋୟାବ ପରିତ୍ୟାଗ କରି ନିଜ ଦେଶକୁ ପ୍ରସ୍ଥାନ କଲେ।

ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଧବା ଇଲୀଶାୟଙ୍କୁ ସାହାଯ୍ୟ ଭିକ୍ଷା କରନ୍ତି

ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।”

ତହୁଁ ଇଲୀଶାୟ କହିଲେ, “ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ଏବେ କୁହ, ତୁମ୍ଭ ଘରେ କ’ଣ ଅଛି?”

ତହୁଁ ସ୍ତ୍ରୀଲୋକଟି କହିଲା, “ଏକ ତୈଳ ପାତ୍ର ଛଡ଼ା ମୋର ଘରେ ଆଉ କିଛି ନାହିଁ।”

ତା'ପରେ ଇଲୀଶାୟ କହିଲେ, “ଯାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡ଼ିକ ଧାର କରି ଆଣ। ସେମାନଙ୍କର ଅନେକ ଶୂନ୍ୟ ପାତ୍ର ଥିବ, ସେଗୁଡ଼ିକୁ ସବୁ ଆଣ। ତା'ପରେ ତୁମ୍ଭ ଘରକୁ ଯାଇ ଦ୍ୱାର ବନ୍ଦ କର। କେବଳ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସେହି ଘରେ ରହିବ। ତା'ପରେ ସେହି ପାତ୍ରମାନଙ୍କରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।”

ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀଲୋକଟି ନିଜ ଘରକୁ ଆସି ଘରର ଦ୍ୱାର ବନ୍ଦ କଲା। ଘର ଭିତରେ ସେ ଓ ତା'ର ଦୁଇପୁତ୍ର ମାତ୍ର ରହିଲେ। ତା'ର ପୁତ୍ରମାନେ ପାତ୍ରଗୁଡ଼ିକୁ ଆଣିଲେ ଓ ସେ ସେଥିରେ ତୈଳ ଢାଳିଲେ। ସେ ଅନେକ ପାତ୍ର ପୂର୍ଣ୍ଣ କଲା। ଶେଷରେ ତା'ର ପୁଅମାନଙ୍କୁ କହିଲା, “ମୋତେ ଆଉ ଗୋଟିଏ ପାତ୍ର ଦିଅ।”

ମାତ୍ର ପୁଅମାନଙ୍କ ମଧ୍ୟରୁ ଗୋଟିଏ ପୁଅ କହିଲା ସମସ୍ତ ପାତ୍ର ପୂର୍ଣ୍ଣ ହୋଇଅଛି, “ଆଉ କୌଣସି ପାତ୍ର ନାହିଁ।” ସେହି ସମୟରେ ସେ ପାତ୍ରରୁ ତୈଳ ବନ୍ଦ ହେଲା।

ତା'ପରେ ସ୍ତ୍ରୀଲୋକଟି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, “ଏବେ ଯାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶୋଧ କର ଓ ଅବଶିଷ୍ଟ ଅର୍ଥରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।”

ଶୁନେମର ଜଣେ ସ୍ତ୍ରୀଲୋକ ଇଲୀଶାୟଙ୍କୁ ଏକ କୋଠରୀ ଦିଅନ୍ତି

ଏକଦା ଇଲୀଶାୟ ଶୁନେମକୁ ଗଲେ। ସେଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନ ଭୋଜନ ଦେବାକୁ ବଳାଇଲା। ଏହା ପରେ ଇଲୀଶାୟ ଯେତେଥର ସେହି ବାଟ ଦେଇ ଗଲେ ସେତେଥର ସେଠାରେ ଅନ୍ନ ଭୋଜନ କଲେ।

ସ୍ତ୍ରୀଲୋକଟି ଦିନେ ତା'ର ସ୍ୱାମୀକୁ କହିଲେ, “ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟ ଦେଇ ସର୍ବଦା ଯାତାୟାତ କରୁଛନ୍ତି, ସେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି। 10 ତେଣୁ ମୁଁ ତୁମ୍ଭକୁ ବିନୟ କରୁଛି, ତୁମ୍ଭେ ଆମ୍ଭର ଛାତ ଉପରେ ଗୋଟିଏ ଛୋଟ କୋଠରୀ ନିର୍ମାଣ କର ଓ ସେଥିରେ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସେଠାରେ ରହିବ।”

11 ଦିନେ ଇଲୀଶାୟ ସେହି ସ୍ତ୍ରୀଲୋକର ଗୃହକୁ ଆସିଲେ ଓ ସେହି କୋଠରୀରେ ଯାଇ ଶୟନ କଲେ। 12 ପୁଣି ସେ ନିଜର ଦାସ ଗିହେଜୀକୁ କହିଲେ, “ସେହି ଶୁନେମୀୟା ସ୍ତ୍ରୀଙ୍କୁ ଡାକ।”

ତହିଁରେ ଦାସ ତାହାକୁ ଡାକିଲେ ଓ ସେ ଇଲୀଶାୟଙ୍କ ସମ୍ମୁଖରେ ଛିଡ଼ା ହେଲେ। 13 ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, “ବର୍ତ୍ତମାନ ସେହି ସ୍ତ୍ରୀଲୋକକୁ ଏହା କୁହ, ‘ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନେଇ ସେବା କରିଛ। ଆମ୍ଭେମାନେ ତୁମ୍ଭ ପାଇଁ କ’ଣ କରି ପାରିବୁ? ରାଜା କିମ୍ବା ସେନାପତିଙ୍କ ନିକଟରେ ତୁମ୍ଭ ସପକ୍ଷରେ କିଛି କହିବାକୁ ଇଚ୍ଛା କରୁଛ କି?’”

ତହୁଁ ସ୍ତ୍ରୀଲୋକଟି ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ଭଲରେ ବାସ କରୁଛି।”

14 ଇଲୀଶାୟ ଗିହେଜୀକୁ କହିଲେ, “ତେବେ ତା’ ପାଇଁ କ’ଣ କରାଯିବ?”

ଗିହେଜୀ ଉତ୍ତର କଲେ, “ମୁଁ ଜାଣେ ତା'ର ପୁତ୍ର ନାହିଁ ଓ ତା'ର ସ୍ୱାମୀ ବୃଦ୍ଧ।”

15 ତା'ପରେ ଇଲୀଶାୟ କହିଲେ, “ତାକୁ ଡାକ।”

ତେଣୁ ଗିହେଜୀ ତାହାକୁ ଡାକିଲେ ଓ ସେ ଆସି ଦ୍ୱାର ନିକଟରେ ଛିଡ଼ା ହେଲା। 16 ଇଲୀଶାୟ ସେହି ସ୍ତ୍ରୀଲୋକକୁ କହିଲେ, “ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବେଳକୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।”

ସ୍ତ୍ରୀଲୋକଟି ଉତ୍ତର କଲା, “ନା, ମହାଶୟ, ହେ ମୋର ପରମେଶ୍ୱରଙ୍କର ଲୋକ, ମୋତେ ମିଥ୍ୟା କୁହନ୍ତୁ ନାହିଁ, ମୁଁ ଆପଣଙ୍କର ଦାସୀ।”

ଶୁନେମୀୟାର ଏକ ପୁତ୍ର ଲାଭ

17 ସ୍ତ୍ରୀଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲା ପରି, ପର ବସନ୍ତ ଋତୁରେ ସେ ଏକ ପୁତ୍ରକୁ ଜନ୍ମ କଲା।

18 ପିଲାଟି ବଢ଼ିବାକୁ ଲାଗିଲା। ଦିନେ ସେ କ୍ଷେତକୁ ଯାଇ ଲୋକମାନେ ଓ ତା'ର ପିତା ଶସ୍ୟ କାଟୁଥିବା ବେଳେ ତାଙ୍କ ନିକଟକୁ ଗଲା। 19 ପିଲାଟି ତା'ର ପିତାଙ୍କୁ କହିଲା, “ଓଃ, ମୋ’ ମୁଣ୍ତ ମୋ’ ମୁଣ୍ତ।”

ତା'ର ପିତା ଗୋଟିଏ ଦାସକୁ କହିଲା, “ପିଲାଟିକୁ ତା'ର ମାତାଙ୍କ ନିକଟକୁ ନେଇଯାଅ।”

20 ଦାସ ପିଲାଟିକୁ ତା'ର ମାତା ନିକଟକୁ ନେଇଗଲା। ପିଲାଟି ତା'ର ମାତା କୋଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ରହି ମରିଗଲା।

ସ୍ତ୍ରୀଲୋକଟି ଇଲୀଶାୟଙ୍କୁ ଦେଖା କରିବାକୁ ଯାଆନ୍ତି

21 ଏହା ପରେ ସ୍ତ୍ରୀଲୋକଟି ଉପର କୋଠରୀକୁ ଯାଇ ପରମେଶ୍ୱରଙ୍କ ଲୋକର ଖଟ ଉପରେ ପୁଅକୁ ଶୁଆଇ ଦେଇ ଦ୍ୱାର ବନ୍ଦ କରି ବାହାରକୁ ଆସିଲା। 22 ସେ ସ୍ତ୍ରୀଲୋକଟି ତା'ର ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମୋ’ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଶୀଘ୍ର ଆଣି ଫେରି ଆସିବି।”

23 ଏଥିରେ ତା'ର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ଆଜି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ଯିବ? ଆଜିତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।”

ତହୁଁ ତାଙ୍କ ସ୍ତ୍ରୀ କହିଲା, “ତୁମ୍ଭେ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ହେବ।”

24 ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସେବକକୁ କହିଲେ, “ଦ୍ରୁତଗତିରେ ଗର୍ଦ୍ଦଭକୁ ଚଲାଅ ଓ ମୋର ଆଦେଶ ନ ପାଇବା ପର୍ଯ୍ୟନ୍ତ ଗତି ଧୀର କର ନାହିଁ।”

25 ଏହିରୂପେ ସେ କର୍ମିଲ ପର୍ବତରେ ପହଞ୍ଚି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।

ଇଲୀଶାୟ ମଧ୍ୟ ଦୂରରୁ ତାଙ୍କୁ ଆସୁଥିବାର ଦେଖି ନିଜର ଦାସ ଗିହେଜୀକି କହିଲେ, “ଦେଖ, ଏହି ଶୁନେମୀୟା ସ୍ତ୍ରୀ ଏଠାକୁ ଆସୁଛି। 26 ମୁଁ ବିନୟ କରୁଛି, ଦୌଡ଼ିଯାଇ ତାକୁ ଭେଟି ପଗ୍ଭର ‘ସବୁ ଠିକ୍ ଅଛି କି? ତୁମ୍ଭ ସ୍ୱାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?’”

ଗିହୋଜୀ ଯେତେବେଳେ ସ୍ତ୍ରୀଲୋକକୁ ଏହିସବୁ ପଗ୍ଭରିଲେ ସେ ଉତ୍ତର କଲା, “ସମସ୍ତ ମଙ୍ଗଳ।”

27 ଅନନ୍ତର ସେ ପରମେଶ୍ୱରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡ଼ିଲା। ଏଥିରେ ଗିହେଜୀ ତାକୁ ଟାଣିବାରୁ ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ। କାରଣ ତା'ର ପ୍ରାଣ ଶୋକାକୁଳ। ମାତ୍ର ସଦାପ୍ରଭୁ ମୋତେ ଜାଣାଇଲେ ନାହିଁ କ’ଣ ବାଳକ ପ୍ରତି ଘଟିଅଛି। ସେ ଏହା ମୋ'ଠାରୁ ଗୋପନ ରଖିଲେ।”

28 ତା'ପରେ ସ୍ତ୍ରୀଲୋକଟି କହିଲା, “ଗୁରୁ, ମୁଁ କ’ଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା କର ନାହିଁ।’”

29 ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।”

30 ଏଥିରେ ବାଳକର ମା କହିଲା, “ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।”

ତହୁଁ ଇଲୀଶାୟ ଉଠି ତାଙ୍କ ପଛେ ପଛେ ଗ୍ଭଲିଲେ।

31 ଇଲୀଶାୟ ଓ ଶୁନେମୀୟା ପହଞ୍ଚିବା ପୂର୍ବରୁ ଗିହେଜୀ ସ୍ତ୍ରୀଲୋକଟିର ଘରେ ପହଞ୍ଚିଲା। ସେ ଆଶାବାଡ଼ିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶବ୍ଦ ହେଲା ନାହିଁ। ତା'ପରେ ଗିହେଜୀ ଫେରି ଆସି ଇଲୀଶାୟଙ୍କୁ ଭେଟି ଜଣାଇଲା, “ବାଳକଟି ଉଠିଲା ନାହିଁ।”

ଶୁନେମୀୟାର ପୁତ୍ର ପୁନର୍ଜୀବନ ଲାଭ କଲା

32 ଅନନ୍ତର ଇଲୀଶାୟ ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥାରେ ଶଯ୍ୟା ଉପରେ ଶୋଇଛି। 33 ତତ୍ପରେ ଇଲୀଶାୟ ଗୃହର ଦ୍ୱାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧ୍ୟରେ ରହିଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 34 ଇଲୀଶାୟ ଶଯ୍ୟା ଉପରକୁ ଯାଇ ବାଳକଟିର ଉପରେ ଶୟନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ଣ ହେବା ପର୍ଯ୍ୟନ୍ତ ସେ ତାହା ଉପରେ ନିଜକୁ ଲମ୍ବେଇ ରଖିଲେ।

35 ତା'ପରେ ଇଲୀଶାୟ ଉଠିପଡ଼ି ଗୃହ ମଧ୍ୟରେ ଏଣେ ତେଣେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡ଼ିଲେ। ଏଥିରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖୋଲିଲା।

36 ଇଲୀଶାୟ ତାଙ୍କର ଦାସ ଗିହେଜୀକୁ ଡାକି କହିଲେ, “ଶୁନେମୀୟାକୁ ଡାକ।”

ଗିହେଜୀ ଶୁନେମୀୟାକୁ ଡାକିବାରୁ ସେ ଇଲୀଶାୟ ନିକଟକୁ ଆସିଲେ। ତହୁଁ ଇଲୀଶାୟ କହିଲେ, “ତୁମ୍ଭ ପୁତ୍ରକୁ ନିଅ।”

37 ତତ୍ପରେ ଶୁନେମୀୟା ଗୃହ ମଧ୍ୟରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡ଼ିଲେ ଓ ତା'ପରେ ପୁଅକୁ ଧରି ବାହାରକୁ ଆସିଲେ।

ଇଲୀଶାୟ ଓ ବିଷାକ୍ତ ପାକ

38 ଅନନ୍ତର ଇଲୀଶାୟ ପୁନର୍ବାର ଗି‌ଲ୍‌‌‌ଗ‌ଲ୍‌‌‌କୁ ଫେରିଗଲେ। ସେହି ସମୟରେ ସେଠାରେ ସେହି ଭୂମିରେ ଦୁର୍ଭିକ୍ଷ ପଡ଼ିଥିଲା। ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, “ହଣ୍ତା ଚୁଲିରେ ବସାଅ ଓ ଭବିଷ୍ୟ‌ଦ୍‌ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ୟଞ୍ଜନ ପାକ କର।”

39 ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷେତକୁ ଗଲା। ମାତ୍ର ସେ ଏକ ବନ୍ୟଲତା ପାଇ ତାହାର ଫଳରେ ଅଣ୍ଟି ପୂର୍ଣ୍ଣ କଲା। ସେହି ଫଳକୁ ଆଣି କାଟି ପାତ୍ରରେ ଭରିଲା। କିନ୍ତୁ ସେମାନେ କି ଫଳ ବୋଲି ଜାଣି ପାରିଲେ ନାହିଁ।

40 ତହୁଁ ସେମାନେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତେବେଳେ ସେମାନେ ଭୋଜନ କରିବାକୁ ଆରମ୍ଭ କଲେ, ସେମାନେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ବିଷ ଅଛି।” ତେଣୁ ସେମାନେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।

41 ମାତ୍ର ଇଲୀଶାୟ କହିଲେ, “କିଛି ମଇଦା ଆଣ।” ସେମାନେ କିଛି ମଇଦା ଆଣିଲେ ଓ ଇଲୀଶାୟ ସେହି ପାତ୍ରରେ ପକାଇଲେ। ତା'ପରେ ସେ କହିଲେ, “ଲୋକମାନଙ୍କୁ ପରସ, ବର୍ତ୍ତମାନ ସେମାନେ ଖାଇ ପାରନ୍ତି।”

ବାସ୍ତବରେ ହଣ୍ଡାରେ ଏହି ସମୟରେ କିଛି ମନ୍ଦ ରହିଲା ନାହିଁ।

ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ଖୁଆଇଲେ

42 ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳରେ ରୋଟୀ ଅର୍ଥାତ୍ କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶୀଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।”

43 ତହୁଁ ଇଲୀଶାୟଙ୍କ ସେବକ କହିଲା, “ଏଠାରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦେବି?”

ମାତ୍ର ଇଲୀଶାୟ କହିଲେ, “ଏହି ଖାଦ୍ୟ ସେମାନଙ୍କୁ ଦିଅ। କାରଣ ସଦାପ୍ରଭୁ କହନ୍ତି, ‘ସେମାନେ ଭୋଜନ କରିବେ, ତଥାପି ଖାଦ୍ୟ ବଳିବ।’”

44 ତା'ପରେ ଇଲୀଶାୟଙ୍କ ସେବକ ସେହି ଲୋକମାନଙ୍କ ସମ୍ମୁଖରେ ଖାଦ୍ୟ ରଖିଲେ। ସେମାନେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଉଚ୍ଛିଷ୍ଟ ରଖିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center