Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 19-23

19 ଯିହୁଦାର ରାଜା ଯିହୋଶାଫଟ୍ ନିରାପଦରେ ଯିରୁଶାଲମରେ ନିଜ ଗୃହକୁ ଫେରି ଆସିଲେ। ଦ୍ରଷ୍ଟା ଯେହୂ ଯିହୋଶାଫ‌ଟଙ୍କୁ ଭେଟିବାକୁ ଗଲେ। ଯେହୂଙ୍କର ପିତାଙ୍କର ନାମ ହନାନି ଥିଲା। ଯେହୂ ରାଜା ଯିହୋଶାଫ‌ଟଙ୍କୁ କହିଲେ, “ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାଯ୍ୟ କଲ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସେହି ଲୋକମାନଙ୍କୁ ପ୍ରେମ କଲ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କ୍ରୋଧ କରିଅଛନ୍ତି। କିନ୍ତୁ ତୁମ୍ଭେ ଜୀବନରେ କେତେକ ଉତ୍ତମ ବିଷୟ କରିଅଛ। ତୁମ୍ଭେ ଏହି ଦେଶରୁ ଆଶେରା ସ୍ତମ୍ଭଗୁଡ଼ିକୁ ଧ୍ୱଂସ କରି ଦେଇଅଛ ଓ ତୁମ୍ଭେ ପରମେଶ୍ୱରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତରରେ ସିଦ୍ଧାନ୍ତ ନେଇଅଛ।”

ଯିହୋଶାଫଟ୍ ବିଗ୍ଭରାକର୍ତ୍ତାମାନଙ୍କର ମନୋନୟନ କରନ୍ତି

ଯିହୋଶାଫଟ୍ ଯିରୁଶାଲମରେ ବାସ କରୁଥିଲେ। ସେ ବେ‌ର୍‌ଶେବାର ଲୋକମାନଙ୍କ ମଧ୍ୟରୁ ଇଫ୍ରୟି‌ମର ପାର୍ବତ୍ୟମୟ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ସେହି ଲୋକମାନଙ୍କୁ ଯିହୋଶାଫଟ୍ ପୁଣି ଫେରାଇ ଆଣିଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ। ଯିହୋଶାଫଟ୍ ଯିହୁଦାର ସମସ୍ତ ନଗରରେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗରେ ରହିବା ନିମନ୍ତେ ସେ ବିଗ୍ଭରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। ଯିହୋଶାଫଟ୍ ଏହି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସେ ବିଷୟରେ ବିଶେଷ ସାବଧାନ ହୁଅ, କାରଣ ଲୋକମାନେ ବିଗ୍ଭର କଲା ପରି ତୁମ୍ଭେମାନେ ନିଶ୍ଚିତ ସେପରି ବିଗ୍ଭର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତେବେଳେ ତୁମ୍ଭେମାନେ ଗୋଟିଏ ନିଷ୍ପତ୍ତି ନେବ, ସେତେବେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ। ବର୍ତ୍ତମାନ ତୁମ୍ଭେମାନେ ପ୍ରତ୍ୟେକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ନ୍ୟାୟବାନ ଅଟନ୍ତି, ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ବିଶେଷ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ୟକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।”

ଯିରୁଶାଲମରେ ଯିହୋଶାଫଟ୍ କେତେକ ଲେବୀୟ, ଯାଜକ ଓ ଇସ୍ରାଏଲୀୟ ବଂଶର ନେତାମାନଙ୍କୁ ବିଗ୍ଭରକର୍ତ୍ତା ରୂପେ ମନୋନୀତ କଲେ। ଯିରୁଶାଲମର ଲୋକମାନଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିୟମ ବ୍ୟବହାର କରିବାର ଥିଲା। ଯିହୋଶାଫଟ୍ ସେମାନଙ୍କୁ କେତେକ ଆଦେଶ ଦେଲେ। ଯିହୋଶାଫଟ୍ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ୱସ୍ତ ଭାବରେ ସେବା କରିବ, ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ। 10 ତୁମ୍ଭମାନଙ୍କ ନିକଟକୁ ହତ୍ୟା, ଆଇନ୍ ଅମାନ୍ୟ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗରରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ୟରୁ ହିଁ ଆସିବ। ଏହିସବୁ ମାମଲାରେ ତୁମ୍ଭେମାନେ ଲୋକମାନଙ୍କୁ “ସଦାପ୍ରଭୁ”ଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ସତର୍କ କରାଇଦେବ। ଯଦି ତୁମ୍ଭେମାନେ ବିଶ୍ୱସ୍ତ ଭାବେ ସେବା କରିବ ନାହିଁ, ତେବେ ତୁମ୍ଭ ବିରୁଦ୍ଧରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ।

11 “ଅମରିୟ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସେ ତୁମ୍ଭମାନଙ୍କର ମାଲିକ ହେବେ। ଆଉ ରାଜାଙ୍କ ସମ୍ପର୍କୀତ ସମସ୍ତ ବିଷୟରେ ସବଦିୟ ତୁମ୍ଭମାନଙ୍କର ମାଲିକ ହେବେ। ସବଦିୟଙ୍କ ପିତାଙ୍କର ନାମ ଇ‌ଶ୍‌ମାୟେଲ ଅଟେ। ସବଦିୟ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ୟ, ଲେବୀୟମାନେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭେମାନେ ସମସ୍ତ କାର୍ଯ୍ୟ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସେମାନଙ୍କର ସହିତ ରହନ୍ତି।”

ଯିହୋଶାଫଟ୍ ଯୁଦ୍ଧର ସମ୍ମୁଖୀନ ହେଲେ

20 ପରେ ମୋୟାବୀୟ, ଅମ୍ମୋନୀୟ ଓ କେତେକ ଅମ୍ମୋନୀୟ ଲୋକ ଯିହୋଶାଫ‌ଟଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ। କିଛି ଲୋକ ଆସି ଯିହୋଶାଫ‌ଟଙ୍କୁ କହିଲେ, “ଇଦୋମରୁ ତୁମ୍ଭ ବିରୁଦ୍ଧରେ ଏକ ବୃହତ୍ ସୈନ୍ୟଦଳ ଆସୁଛନ୍ତି। ସେମାନେ ମୃତସାଗରର ଅପର ପାର୍ଶ୍ୱରୁ ଆସୁଅଛନ୍ତି। ସେମାନେ ହତସସୋନ୍-ତାମରରେ ଆସି ପୁରାପୁରି ପହଞ୍ଚି ସାରିଲେଣି।” (ହତସସୋନ୍-ତାମରକୁ ଐନ୍ ଗଦୀ ବୋଲି ମଧ୍ୟ କୁହାଯାଉଥିଲା।) ଯିହୋଶାଫଟ୍ ଏହା ଶୁଣି ଭୟଭୀତ ହୋଇପଡ଼ିଲେ ଓ କ’ଣ କରିବାକୁ ହେବ, ତାହା ସଦାପ୍ରଭୁଙ୍କୁ ପଗ୍ଭରିବା ନିମନ୍ତେ ସ୍ଥିର କଲେ, ସେ ସାରା ଯିହୁଦାରେ ଉପବାସର ସମୟ ଘୋଷଣା କଲେ। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଏକତ୍ର ହେଲେ। ସେମାନେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବାକୁ ଯିହୁଦାର ସବୁ ସହରରୁ ବାହାରି ଆସିଲେ। ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖରେ ଯିହୋଶାଫଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ମଧ୍ୟରୁ ଉଠି ଠିଆ ହେଲେ। ସେ କହିଲେ,

“ହେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ସ୍ୱର୍ଗସ୍ଥ ପରମେଶ୍ୱର ଅଟ। ତୁମ୍ଭେ ସବୁ ଜାତି ଓ ସବୁ ରାଜ୍ୟ ଉପରେ ରାଜତ୍ୱ କର। ତୁମ୍ଭର ପରାକ୍ରମ ଓ ଶକ୍ତି ଅଛି। କୌଣସି ବ୍ୟକ୍ତି ତୁମ୍ଭ ବିରୁଦ୍ଧରେ ଠିଆ ହୋଇ ନ ପାରେ। ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡ଼ି ଦେଲ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇସ୍ରାଏଲର ସମ୍ମୁଖରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦେଇଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ। ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶରେ ବାସ କଲେ ଓ ତୁମ୍ଭ ନାମରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସେମାନେ କହିଲେ, ‘ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ‌‌ଖ‌ଡ଼୍‌ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତେବେ ଆମ୍ଭେମାନେ ଏହି ମନ୍ଦିର ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତେବେଳେ ଆମ୍ଭେମାନେ ବିପଦରେ ପଡ଼ୁ, ସେତେବେଳେ ତୁମ୍ଭ ନିକଟରେ ଡାକ ପକାଇବୁ। ତା'ପରେ ତୁମ୍ଭେ ଆମ୍ଭମାନଙ୍କ ଡାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।’

10 “କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନରେ ଅମ୍ମୋନ, ମୋୟାବ୍ ଓ ସେୟୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହୋଇଛନ୍ତି। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସେମାନଙ୍କୁ ସେମାନଙ୍କର ଦେଶରେ ପ୍ରବେଶ କରିବାକୁ ଦେଲ ନାହିଁ। ତେଣୁ ଇସ୍ରାଏଲର ଲୋକମାନେ ପଳାଇଗଲେ ଓ ସେହି ଲୋକମାନଙ୍କୁ ମଧ୍ୟ ବିନଷ୍ଟ କଲ ନାହିଁ। 11 କିନ୍ତୁ ଦେଖ, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦେବାକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦେଇଥିଲ। 12 ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।”

13 ଯିହୁଦାର ସମସ୍ତ ଲୋକ ସେମାନଙ୍କ ଶିଶୁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ନେଇ ସମ୍ମୁଖରେ ଠିଆ ହୋଇଥିଲେ। 14 ଏହା ପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳୀ ମଧ୍ୟରେ ଯିୟୟେଲଙ୍କ ଉପରେ ଅଧିଷ୍ଠିତ ହେଲେ। ଯିୟୟେଲ ଜିଖରିୟଙ୍କ ପୁତ୍ର ଥିଲେ। ଜିଖରିୟ ବନାୟଙ୍କ ପୁତ୍ର ଥିଲେ। ବନାୟ ଯହସୀୟେଲଙ୍କ ପୁତ୍ର ଥିଲେ। ଆଉ ଯହସୀୟେଲ ମତ୍ତାନିୟଙ୍କ ପୁତ୍ର ଥିଲେ। ଯିୟୟେଲ ଜଣେ ଲେବୀୟ ଓ ଆସଫଙ୍କ ବଂଶଧର ଥିଲେ। 15 ଯିୟୟେଲ କହିଲେ, “ରାଜା ଯିହୋଶାଫଟ୍, ଯିହୁଦା ଏବଂ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି: ‘ଏହି ବୃହତ୍ ସୈନ୍ୟଦଳ ବିଷୟରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ଯୁଦ୍ଧ ତୁମ୍ଭର ଯୁଦ୍ଧ ନୁହେଁ, ଏହା ପରମେଶ୍ୱରଙ୍କର ଯୁଦ୍ଧ ଅଟେ। 16 ଆସନ୍ତାକାଲି, ତୁମ୍ଭେମାନେ ସେଠାକୁ ଓହ୍ଲାଇ ଯାଅ ଓ ସେହି ଲୋକମାନଙ୍କ ସହିତ ଯୁଦ୍ଧ କର। ସେମାନେ ସୀସ୍ ନାମକ ଗିରିପଥ ମଧ୍ୟଦେଇ ଆସିବେ। ତୁମ୍ଭେମାନେ ସେମାନଙ୍କୁ ଯିରୂୟେଲ୍ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶେଷମୁଣ୍ଡରେ ପାଇବ। 17 ତୁମ୍ଭମାନଙ୍କର ଏହି ଯୁଦ୍ଧରେ ଯୁଦ୍ଧ କରିବା ଦରକାର ନାହିଁ। ତୁମ୍ଭେମାନେ ନିଜ ସ୍ଥାନରେ ଦୃଢ଼ ହୋଇ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭେମାନେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧରେ ବାହାରି ଯାଅ।’”

18 ଯିହୋଶାଫଟ୍ ତଳକୁ ମୁହଁ କରି ମଥା ନତ କଲେ। ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୁଶାଲମବାସୀମାନେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ମଥାନତ କଲେ। ଆଉ ସେମାନେ ସମସ୍ତେ ସଦାପ୍ରଭୁଙ୍କର ସେବା କଲେ। 19 କହାତୀୟ ପରିବାରବର୍ଗର ଲେବୀୟମାନେ ଓ କୋରହ ଠିଆ ହୋଇ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ।

20 ଯିହୋଶାଫ‌ଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।”

21 ଯିହୋଶାଫଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହା ପରେ ସେ ଗାୟକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା ପାଇଁ ନିଯୁକ୍ତ କଲେ, ସେମାନେ ପବିତ୍ର ଗ୍ଭେଗା ପରିଧାନ କରିଥିଲେ। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରି ସୈନ୍ୟଦଳର ସମ୍ମୁଖରେ ଯାତ୍ରା କଲେ। ଗାୟକମାନେ ଏହି ଗୀତ ଗାଉଥିଲେ,

“ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ,
    କାରଣ ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ।”

22 ସେହି ଲୋକମାନେ ପରମେଶ୍ୱରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମୋନ, ମୋୟାବ ଓ ସେୟୀର ପାର୍ବତ୍ୟାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ପ୍ରହାରିତ ହେଲେ। 23 ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଆରମ୍ଭ କରିଦେଲେ। ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କୁ ହତ୍ୟା ଓ ବିନାଶ କଲେ। ସେମାନେ ସେୟୀରର ଲୋକମାନଙ୍କୁ ହତ୍ୟା କରିବା ପରେ, ପରସ୍ପରକୁ ହତ୍ୟା କଲେ।

24 ଯିହୁଦାର ଲୋକେ ମରୁଭୂମିର ପ୍ରହରୀ ଦୁର୍ଗରେ ପହଞ୍ଚିଲେ। ସେମାନେ ଶତ୍ରୁ ପକ୍ଷର ବୃହତ୍ ସୈନ୍ୟଦଳକୁ ଖୋଜି ବୁଲିଲେ। କିନ୍ତୁ ସେମାନେ କେବଳ ମୃତ ଶରୀରଗୁଡ଼ିକୁ ଭୂମି ଉପରେ ପଡ଼ି ରହିଥିବାର ଦେଖିଲେ। ଜଣେ ସୁଦ୍ଧା ଜୀବିତ ନ ଥିଲା। 25 ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ପଦାର୍ଥସବୁ ଲୁଟି ନେବାକୁ ଆସିଲେ। ସେମାନେ ଅନେକ ବହୁମୂଲ୍ୟ ଦ୍ରବ୍ୟ ପାଇଲେ। ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ସେହି ଦ୍ରବ୍ୟଗୁଡ଼ିକୁ ନିଜ ନିମନ୍ତେ ନେଲେ। ସେହି ଦ୍ରବ୍ୟଗୁଡ଼ିକ ଯିହୋଶାଫଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ୟଠାରୁ ଯଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସେହି ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ କାଢ଼ିବା ନିମନ୍ତେ ସେମାନଙ୍କୁ ତିନି ଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା। 26 ଚତୁର୍ଥ ଦିନ ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ବରାଖା ଉପତ୍ୟକାରେ ମିଳିତ ହେଲେ। ସେହି ସ୍ଥାନରେ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କଲେ। ତେଣୁ ସେହି ସ୍ଥାନର ନାମ ଆଜି ପର୍ଯ୍ୟନ୍ତ “ବରାଖା ଉପତ୍ୟକା” ହୋଇଅଛି।

27 ତା'ପରେ ଯିହୋଶାଫଟ୍ ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ଫେରାଇ ଯିରୁଶାଲମ ନେଇଗଲେ। ପରମେଶ୍ୱର ସେମାନଙ୍କର ଶତ୍ରୁମାନଙ୍କୁ ଯାହା କରିଥିଲେ, ସେଥିରେ ସେମାନେ ବହୁତ ଖୁସୀ ହେଲେ। 28 ସେମାନେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ଯିରୁଶାଲମକୁ ଗଲେ।

29 ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରୁ ସବୁ ଦେଶ ଓ ରାଜ୍ୟର ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। 30 ସେଥିନିମନ୍ତେ ଯିହୋଶାଫ‌ଟଙ୍କ ରାଜ୍ୟ ଶାନ୍ତି ଲାଭ କଲା। ଯିହୋଶାଫଟଙ୍କ ପରମେଶ୍ୱର ତାଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।

ଯିହୋଶାଫ‌ଟଙ୍କ ଶାସନର ଶେଷ

31 ଯିହୋଶାଫଟ୍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ, ଯେତେବେଳେ ସେ 35 ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ପଚିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶି‌ଲ୍‌ହିରଙ୍କ କନ୍ୟା ଥିଲେ। 32 ଯିହୋଶାଫଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନଯାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ଯିହୋଶାଫଟ୍ ସେହିପରି କର୍ମ କଲେ। 33 କିନ୍ତୁ ଉଚ୍ଚସ୍ଥାନଗୁଡ଼ିକ ଦୂରୀକୃତ ହୋଇ ନ ଥିଲା। ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ପରମେଶ୍ୱରଙ୍କର ଅନୁଗାମୀ ହେଲେ ନାହିଁ, ଯାହାଙ୍କର ଅନୁଗାମୀ ତାଙ୍କ ପୂର୍ବପୁରୁଷମାନେ ହୋଇଥିଲେ।

34 ଯିହୋଶାଫଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହନାନିଙ୍କ ପୁତ୍ର ଯେହୂଙ୍କର ସରକାରୀ ଦଲି‌ଲ୍‌ରେ ଲିପିବଦ୍ଧ ହୋଇ ରହିଅଛି। ଏହି ବିଷୟଗୁଡ଼ିକର ନକଲ କରାଗଲା ଓ ତାହାକୁ “ଇସ୍ରାଏଲର ରାଜାମାନଙ୍କର ଇତିହାସ” ପୁସ୍ତକରେ ଅନ୍ତର୍ଭୁକ୍ତ କରାଗଲା।

35 ପରେ, ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଅହସିୟଙ୍କ ସହିତ ଏକ ଚୁକ୍ତି କଲେ। ଅହସିୟ ମନ୍ଦ କର୍ମ କଲେ। 36 ଯିହୋଶାଫଟ୍ ଅହସିୟଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସେମାନେ ଇତ୍‌ସିୟୋନ-ଗେବର୍ ସହରରେ ଜାହାଜ ନିର୍ମାଣ କଲେ। 37 ଏହା ପରେ ଇଲୀୟେଷର ଯିହୋଶାଫ‌ଟଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କଲେ। ଇଲୀୟେଷରଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀୟେଷର ମାରେଶା ସହରନିବାସୀ ଥିଲେ। ସେ କହିଲେ, “ଯିହୋଶାଫଟ୍, ତୁମ୍ଭେ ଅହସିୟଙ୍କ ସହିତ ଯୋଗ ଦେଲ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ।” ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହୋଶାଫଟ୍ ଓ ଅହସିୟ ସେଗୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ।

21 ଏହା ପରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗରରେ କବର ପାଇଲେ। ଯିହୋଶାଫ‌ଟଙ୍କ ସ୍ଥାନରେ ଯିହୋରାମ୍ ନୂତନ ରାଜା ହେଲେ। ଯିହୋରାମ୍ ଯିହୋଶାଫ‌ଟଙ୍କ ପୁତ୍ର ଥିଲେ।’ ଯିହୋରା‌ମଙ୍କ ଭ୍ରାତାମାନେ ଥିଲେ ଅସରିୟ, ଯିହୀୟେଲ୍, ଜିଖରିୟ, ଅସରିୟାହ, ମୀଖାୟେଲ, ଶ‌ଫ୍‌ଟିୟ। ଏହି ବ୍ୟକ୍ତିମାନେ ଯିହୋଶାଫ‌ଟଙ୍କର ପୁତ୍ରଗଣ ଥିଲେ। ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନେକ ବହୁମୂଲ୍ୟ ପଦାର୍ଥ ଉପହାର ଦେଇଥିଲେ। ସେ ସେମାନଙ୍କୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଯିହୋଶାଫଟ୍, ଯିହୋରା‌ମଙ୍କୁ ରାଜ୍ୟ ଦେଲେ, କାରଣ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।

ଯିହୁଦାର ରାଜା ଯିହୋରାମ୍

ଯିହୋରାମ୍ ତାଙ୍କର ପିତାଙ୍କର ରାଜ୍ୟପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହା ପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏକ ‌‌ଖ‌ଡ଼୍‌ଗ ବ୍ୟବହାର କଲେ। ସେ ଇସ୍ରାଏଲର କେତେକ ନେତାଙ୍କୁ ମଧ୍ୟ ବଧ କଲେ। ଯିହୋରାମ୍ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ୍ ବର୍ଷ ବୟସ ହୋଇଥିଲା। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ସେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସେହିପରି ଜୀବନ କାଟିଲେ। କାରଣ ଯିହୋରାମ୍ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ। ଆଉ ଯିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ। କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହେତୁ ଦାଉଦଙ୍କ ଗୃହକୁ ଧ୍ୱଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ୱଳାଇ ରଖିବେ।

ଯିହୋରା‌ମଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀୟମାନେ ସେମାନଙ୍କର ନିଜର ରାଜାଙ୍କୁ ମନୋନୀତ କଲେ। ତେଣୁ ଯିହୋରାମ୍ ତାଙ୍କର ସମସ୍ତ ସେନାପତିଗଣ ଓ ରଥଗୁଡ଼ିକୁ ନେଇ ଇଦୋମକୁ ଗଲେ। ଯିହୋରାମ୍ ରାତିରେ ଇଦୋମୀୟମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀୟ ସୈନ୍ୟଦଳ ଯିହୋରାମ ଓ ତାଙ୍କ ସୈନ୍ୟଦଳ ତଥା ରଥସବୁକୁ ଚତୁର୍ଦ୍ଦିଗରୁ ଘେରିଗଲେ। 10 ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହୋଇ ରହିଅଛି। ଲି‌ବ୍‌ନା ସହରର ଲୋକମାନେ ମଧ୍ୟ ଯିହୋରା‌ମଙ୍କ ବିରୁଦ୍ଧରେ ଉଠିଲେ। ଯିହୋରାମ୍ ସଦାପ୍ରଭୁ ପରମେଶ୍ୱରଙ୍କୁ ତ୍ୟାଗ କରିଥିବାରୁ ଏହିପରି ଘଟିଲା। ସେ ଯିହୋରା‌ମଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ଅଟନ୍ତି। 11 ଯିହୋରାମ୍ ଯିହୁଦାର ପର୍ବତମାନଙ୍କରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହୋରାମ୍ ଯିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗେଇ ନେଲେ।

12 ଯିହୋରାମ୍ ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସେହି ବାର୍ତ୍ତାରେ ଏହିପରି ଲେଖାଥିଲା:

“ସଦାପ୍ରଭୁ ପରମେଶ୍ୱର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସେହି ପରମେଶ୍ୱର ଅଟନ୍ତି। ସଦାପ୍ରଭୁ କହନ୍ତି, ‘ଯିହୋରାମ୍, ତୁମ୍ଭ ପିତା ଯିହୋଶାଫଟ୍ ଯେଉଁ ପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେପରି ଜୀବନଯାପନ କରି ନାହଁ। 13 କିନ୍ତୁ ତୁମ୍ଭେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କରିଅଛ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ୟା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସମ୍ପତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ। 14 ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦେବେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ। 15 ତୁମ୍ଭର ଅନ୍ତରେ ଏକ ଭୟଙ୍କର ରୋଗ ହେବ। ତାହା ଦିନକୁ ଦିନ ପ୍ରବଳତର ହେବ। ଶେଷରେ ସେହି ଭୟଙ୍କର ରୋଗ ହେତୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।’”

16 କୂଶୀୟମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀୟମାନଙ୍କୁ ଯିହୋରା‌ମଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ। 17 ସେହି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସେମାନେ ରାଜାଙ୍କ ଗୃହରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହୋରା‌ମଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନେଇଗଲେ। କେବଳ ଯିହୋରା‌ମଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇଯାଇଥିଲା। ଯିହୋରା‌ମଙ୍କ କନିଷ୍ଠ ପୁତ୍ରର ନାମ ଥିଲା ଯିହୋୟାହସ୍।

18 ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହୋରା‌ମଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହୋଇ ପାରିଲା ନାହିଁ। 19 ଆଉ, ଦୁଇ ବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହେତୁରୁ ଯିହୋରା‌ମଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ୟନ୍ତ ଯନ୍ତ୍ରଣା ଭୋଗି ସେ ମୃତ୍ୟୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସେପରି ଯିହୋରା‌ମଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ। 20 ଯିହୋରାମ୍ ରାଜା ହେବା ସମୟରେ ବତିଶ୍ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ଯିହୋରା‌ମଙ୍କ ମୃତ୍ୟୁରେ କୌଣସି ବ୍ୟକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହୋରା‌ମଙ୍କୁ ଦାଉଦଙ୍କ ନଗରରେ କବର ଦେଲେ ସତ, କିନ୍ତୁ ଯେଉଁଠାରେ ରାଜାମାନଙ୍କୁ କବର ଦିଆଯାଏ, ସେଠାରେ କବର ଦେଲେ ନାହିଁ।

ଯିହୁଦାର ରାଜା ଅହସିୟ

22 ଯିରୁଶାଲମର ଲୋକମାନେ ଅହସିୟଙ୍କୁ ଯିହୋରା‌ମଙ୍କ ସ୍ଥାନରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିୟ ଯିହୋରା‌ମଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀୟ ଲୋକମାନେ ଯିହୋରା‌ମଙ୍କର ଛାଉଣି ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ଯିହୋରା‌ମଙ୍କର ସମସ୍ତ ଜ୍ୟେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। ଅହସିୟ[a] ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବୟସ୍କ ହୋଇଥିଲେ। ଅହସିୟ ଯିରୁଶାଲମରେ ଗୋଟିଏ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିୟା। ଅଥଲିୟାଙ୍କ ପିତାଙ୍କର ନାମ ଥିଲା ଅମ୍ରି। ଅହସିୟ ମଧ୍ୟ ଆହାବଙ୍କ ପରିବାର ଭଳି ଜୀବନଯାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦକାର୍ଯ୍ୟମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ। ଅହସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ୟ ସେହିପରି କରିଥିଲେ। ଅହସିୟଙ୍କ ପିତାଙ୍କର ମୃତ୍ୟୁପରେ ଆହାବଙ୍କ ପରିବାର ଅହସିୟଙ୍କୁ ପରାମର୍ଶ ଦେବାକୁ ଲାଗିଲେ। ସେମାନେ ଅହସିୟଙ୍କୁ କୁପରାମର୍ଶ ଦେଲେ। ସେହି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନେଲା। ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିୟ ତାହା ପାଳନ କଲେ। ଅହସିୟ ଇସ୍ରାଏଲ ରାଜା ଯିହୋରା‌ମଙ୍କ ସହିତ ମିଳି ଅରା‌ମ୍‌ର ରାଜା ହସାୟେଲ ସହିତ ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ କରିବାକୁ ଗଲେ। ଆହାବ ଯିହୋରା‌ମଙ୍କର ପିତା ଥିଲା। କିନ୍ତୁ ଅରାମୀୟମାନେ ଯିହୋରାମକୁ ଯୁଦ୍ଧରେ କ୍ଷତାକ୍ତ କରି ପକାଇଲେ। ଯିହୋରାମ୍ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲ୍ ସହରକୁ ଫେରିଗଲେ। ସେ ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋ‌ତ୍‌ରେ ଯୁଦ୍ଧ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ଅହସିୟ, ଯିହୁଦା ରାଜା ଯୋରାମଙ୍କର ପୁତ୍ର, ଆହାବଙ୍କର ପୁତ୍ର ଯିହୋରାମଙ୍କୁ ସାକ୍ଷାତ କରିବା ନିମନ୍ତେ ଯିଷ୍ରିୟେଲ ସହରକୁ ଗଲେ। ଯିହୋରାମ୍ ଯିଷ୍ରିୟେଲ ସହରରେ ଥିଲେ, କାରଣ ସେ ଆହତ ହୋଇଥିଲେ।

ଅହସିୟ ଯୋରା‌ମଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେହି ସମୟରେ ହିଁ ପରମେଶ୍ୱର ତାଙ୍କ ପ୍ରତି ମୃତ୍ୟୁ ଘଟାଇଲେ। ଅହସିୟ ଯାଇ ପହଞ୍ଚିଲେ ଓ ଯୋରା‌ମଙ୍କ ସହିତ ଯେହୂଙ୍କୁ ଭେଟିବା ନିମନ୍ତେ ଗଲେ। ଯେହୂଙ୍କ ପିତାଙ୍କର ନାମ ଥିଲା ନି‌ମ୍‌ଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯେହୂଙ୍କୁ ମନୋନୀତ କରିଥିଲେ। ଯେହୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯେହୂ ଅହସିୟଙ୍କ ସେବାକାରୀ ଯିହୁଦାର ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ପାଇଲେ। ଯେହୂ ଯିହୁଦାର ସେହି ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ହତ୍ୟା କଲେ। ତା'ପରେ ଯେହୂ ଅହସିୟଙ୍କର ଅନ୍ୱେଷଣ କଲେ। ସେ ଶମରିୟା ସହରରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯେହୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସେମାନେ ଅହସିୟଙ୍କୁ ଯେହୂଙ୍କ ନିକଟକୁ ଆଣିଲେ। ସେମାନେ ଅହସିୟଙ୍କୁ ହତ୍ୟା କଲେ ଓ ତାଙ୍କୁ କବର ଦେଲେ। ସେମାନେ କହିଲେ, “ଅହସିୟ ଯିହୋଶାଫ‌ଟଙ୍କ ବଂଶଧର ଥିଲେ। ଯିହୋଶାଫଟ୍ ଆପଣାର ସମସ୍ତ ହୃଦୟ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ।” ଯିହୁଦା ରାଜ୍ୟକୁ ଏକତ୍ର ରଖିବା ନିମନ୍ତେ ଅହସିୟଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ।

ରାଣୀ ଅଥଲିୟା

10 ଅଥଲିୟା ଅହସିୟଙ୍କ ମାତା ଥିଲେ। ଯେତେବେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ୟୁ ହୋଇଅଛି, ସେ ଯିହୁଦାରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ୟା କଲେ। 11 କିନ୍ତୁ ଯିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶୟନକକ୍ଷ ମଧ୍ୟରେ ଲୁଗ୍ଭଇ ଦେଲେ। ଯିହୋଶାବତ୍ ରାଜା ଯିହୋରା‌ମଙ୍କର କନ୍ୟା ଥିଲେ। ସେ ଯିହୋୟାଦାଙ୍କର ପତ୍ନୀ ମଧ୍ୟ ଥିଲେ। ଯିହୋୟାଦା ଜଣେ ଯାଜକ ଥିଲେ। ଆଉ ଯିହୋଶାବତ୍ ଅହସିୟଙ୍କ ଭଗ୍ନୀ ଥିଲେ। ଅଥଲିୟା ଯିହୋଶାବତଙ୍କୁ ବଧ କରି ପାରିଲେ ନାହିଁ, କାରଣ ଯିହୋଶାବତ୍ ତାଙ୍କୁ ଲୁଗ୍ଭଇ ଦେଇଥିଲେ। 12 ଯୋୟାଶ୍ ଛଅ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ମନ୍ଦିରରେ ଯାଜକମାନଙ୍କ ସହିତ ଲୁକାୟିତ ଭାବରେ ରହିଲେ। ସେହି ସମୟରେ ଅଥଲିୟା ଦେଶରେ ରାଣୀ ଭାବରେ ରାଜତ୍ୱ କଲେ।

ଯିହୋୟାଦା ଯାଜକ ଓ ରାଜା ଯୋୟାଶ

23 ଛଅ ବର୍ଷ ପରେ, ଯିହୋୟାଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରତ୍ୟେକଙ୍କର 100 ଜଣ ସୈନ୍ୟ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସେହି କପ୍ତାନମାନେ ଥିଲେ: ଯିରୋହା‌ମ୍‌ଙ୍କ ପୁତ୍ର ଅସରିୟ, ଯିହୋହାନନଙ୍କ ପୁତ୍ର ଇ‌ଶ୍‌ମାୟେଲ, ଓବେଦଙ୍କ ପୁତ୍ର ଅସରିୟ, ଅଦାୟାଙ୍କ ପୁତ୍ର ମାସେୟ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍। ସେମାନେ ଯିହୁଦାର ଗ୍ଭରିଆଡ଼େ ଯାଇ ସବୁ ସହରରୁ ଲେବୀୟମାନଙ୍କୁ ସଂଗ୍ରହ କଲେ। ସେମାନେ ଇସ୍ରାଏଲ ବଂଶର ନେତାମାନଙ୍କୁ ମଧ୍ୟ ଏକତ୍ରିତ କଲେ। ଏହା ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ଏକତ୍ରିତ ହୋଇଥିବା ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରରେ ରାଜାଙ୍କ ସହିତ ଏକ ନିୟମ କଲେ।

ଯିହୋୟାଦା ସେହି ଲୋକମାନଙ୍କୁ କହିଲେ, “ରାଜାଙ୍କ ପୁତ୍ର ରାଜ୍ୟ କରିବେ। ଦାଉଦଙ୍କ ବଂଶଧରମାନଙ୍କ ବିଷୟରେ ସଦାପ୍ରଭୁ ଏହି ପ୍ରତିଜ୍ଞା କରିଥିଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ: ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯାଜକ ଓ ଲେବୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନରେ କାର୍ଯ୍ୟ କରିବାକୁ ଯିବେ, ସେମାନେ ଦ୍ୱାର ନିକଟରେ ଜଗି ରହିବେ। ତୁମ୍ଭମାନଙ୍କର ଏକ ତୃତୀୟାଂଶ ରାଜାଙ୍କ ଗୃହରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀୟାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ ରହିବେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ କୌଣସି ବ୍ୟକ୍ତିକୁ ଆସିବାକୁ ଦେବ ନାହିଁ। କେବଳ ସେବାକାର୍ଯ୍ୟ କରୁଥିବା ଯାଜକ ଓ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ ଆସିବାକୁ ଅନୁମତି ଦେବ, କାରଣ ସେମାନେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦେଇଛନ୍ତି, ତାହା ସେମାନଙ୍କୁ କରିବାକୁ ପଡ଼ିବ। ଲେବୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ‌‌ଖ‌ଡ଼୍‌ଗକୁ ସଙ୍ଗରେ ରଖିବେ। ଯଦି କୌଣସି ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତେବେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।”

ଯିହୋୟାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲେବୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ଯିହୋୟାଦା, ଯାଜକ ଦଳର କୌଣସି ବ୍ୟକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରତ୍ୟେକ କପ୍ତାନ ଓ ତାଙ୍କର ସବୁ ଲୋକ ସେମାନଙ୍କୁ ଯାହା କୁହାଗଲା ତାହା କଲେ, ସେମାନେ ସେହି ସପ୍ତାହରେ କାର୍ଯ୍ୟରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ। ଯିହୋୟାଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢାଲଗୁଡ଼ିକ ଦେଲେ। ପରମେଶ୍ୱରଙ୍କ ମନ୍ଦିରରେ ସେହି ଅସ୍ତ୍ରଗୁଡ଼ିକ ରଖାଯାଇଥିଲା। 10 ଏହା ପରେ ଯିହୋୟାଦା ଲୋକମାନଙ୍କୁ କେଉଁଠାରେ ଛିଡ଼ା ହେବାକୁ ପଡ଼ିବ, ତାହା କହିଲେ। ପ୍ରତ୍ୟେକ ବ୍ୟକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତରେ ଧରିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ମନ୍ଦିରର ବାମପାର୍ଶ୍ୱ ଯାଏ ଲୋକମାନେ ଠିଆ ହୋଇ ରହିଲେ। ସେମାନେ ଯଜ୍ଞବେଦି ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହୋଇ ରହିଲେ। 11 ସେମାନେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସେମାନେ ତାଙ୍କୁ ନିୟମର ଏକ ନକଲ ଦେଲେ। ସେମାନେ ଯୋୟାଶଙ୍କୁ ରାଜା କଲେ। ଯିହୋୟାଦା ଓ ତାଙ୍କ ପୁତ୍ରମାନେ ଯୋୟାଶଙ୍କୁ ରାଜାଭିଷିକ୍ତ କଲେ। ସେମାନେ କହିଲେ, “ରାଜା ଦୀର୍ଘଜୀବୀ ହୁଅନ୍ତୁ!”

12 ଲୋକମାନେ ମନ୍ଦିରକୁ ଦୌଡ଼ିକରି ଯିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିୟା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରରେ ଲୋକମାନଙ୍କ ନିକଟକୁ ଆସିଲେ। 13 ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ୟଦ୍ୱାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହୋଇଥିଲେ। ଉଚ୍ଚାଧିକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହୋଇଥିଲେ। ଦେଶର ଲୋକେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାୟକମାନେ ବାଦ୍ୟଯନ୍ତ୍ର ବଜାଉଥିଲେ। ଗାୟକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବାରେ ନେତୃତ୍ୱ ନେଉଥିଲେ। ଏହା ଦେଖି ଅଥଲିୟା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, “ରାଜଦ୍ରୋହ! ରାଜଦ୍ରୋହ!”

14 ଯିହୋୟାଦା ସେନାଧ୍ୟକ୍ଷମାନଙ୍କୁ ନେଇଆସିଲେ। ସେ ସେମାନଙ୍କୁ କହିଲେ, “ଅଥଲିୟାଙ୍କୁ ସୈନ୍ୟଦଳ ମଧ୍ୟରେ ରଖି ବାହାରକୁ ନେଇଯାଅ। ଯଦି କୌଣସି ବ୍ୟକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ‌‌ଖ‌ଡ଼୍‌ଗରେ ବଧ କର।” ଏହା ପରେ ଯାଜକ ସୈନ୍ୟମାନଙ୍କୁ ସାବଧାନ୍ କରିଦେଲେ, “ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଅଥଲିୟାକୁ ବଧ କରିବ ନାହିଁ।” 15 ଏହା ପରେ ଅଥଲିୟା ରାଜାଙ୍କ ଗୃହର ଅଶ୍ୱଦ୍ୱାର ନିକଟକୁ ଆସିବାରୁ ସେହି ଲୋକମାନେ ତାଙ୍କୁ ଧରିଲେ। ଆଉ ସେମାନେ ସେହି ସ୍ଥାନରେ ହିଁ ତାଙ୍କୁ ବଧ କଲେ।

16 ଏହା ପରେ ଯିହୋୟାଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିୟମ କଲେ। ସେମାନେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହେବେ, ଏଥିରେ ସମ୍ମତ ହେଲେ। 17 ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବା‌ଲ୍‌ର ମନ୍ଦିରରେ ଥିବା ବେଦି ଓ ମୂର୍ତ୍ତିଗୁଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ପକାଇଲେ। ସେମାନେ ବା‌ଲ୍‌ର ଯାଜକ ମତ୍ତାନଙ୍କୁ ବା‌ଲ୍‌ର ଯଜ୍ଞବେଦି ସମ୍ମୁଖରେ ହତ୍ୟା କଲେ।

18 ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନେବା ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସେହି ଯାଜକମାନେ ଲେବୀୟ ଥିଲେ ଓ ଦାଉଦ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ମୋଶାଙ୍କ ନିୟମର ଆଦେଶ ଅନୁଯାୟୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନି ଦ‌ଗ୍‌ଧ ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସେମାନେ ସେହି ପ୍ରକାରେ ଆନନ୍ଦ ଓ ପ୍ରଶଂସା ଗାନ ସହକାରେ ସେହି ଉପହାର ବଳିଦାନ କଲେ। 19 ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିଯୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।

20 ଯିହୋୟାଦା ନିଜ ସହିତ ସେନାଧ୍ୟକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ୱାର ଦେଇ ସେମାନେ ରାଜାଙ୍କ ଗୃହ ମଧ୍ୟରେ ପ୍ରବେଶ କଲେ। ସେହି ସ୍ଥାନରେ ସେମାନେ ରାଜାଙ୍କୁ ସିଂହାସନରେ ବସାଇଲେ। 21 ଯିହୁଦାର ସବୁ ଲୋକ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ଯିରୁଶାଲମ ନଗରରେ ଶାନ୍ତି ବିରାଜିଲା, କାରଣ ଅଥଲିୟା ‌‌ଖ‌ଡ଼୍‌ଗ ଦ୍ୱାରା ନିହତ ହୋଇଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center