Chronological
ମୀଖାୟ ଆହାବଙ୍କୁ ସତର୍କ କରନ୍ତି
22 ଅନନ୍ତର ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଅରାମ ମଧ୍ୟରେ ଶାନ୍ତି ବିରାଜମାନ କଲା। 2 ତତ୍ପରେ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଆହାବଙ୍କୁ ସାକ୍ଷାତ କରିବାକୁ ଆସିଲେ।
3 ଏହି ସମୟରେ ଆହାବ ତାଙ୍କର ଅଧିକାରୀମାନଙ୍କୁ କହିଲେ, “ରାମୋତ୍ ଗିଲିୟଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭେମାନେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭେମାନେ ନୀରବରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫେରାଇ ନେଇ ନାହୁଁ।” 4 ତେଣୁ ଆହାବ ଯିହୋଶାଫଟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ମୋ’ ସହିତ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯାଉଛ?”
ଯିହୋଶାଫଟ୍ କହିଲେ, “ହଁ, ମୁଁ ଯୁଦ୍ଧରେ ଯୋଗ ଦେବି। ମୋର ସୈନ୍ୟବାହିନୀ ଓ ଅଶ୍ୱାରୋହୀ ତୁମ୍ଭ ସହିତ ଯୁଦ୍ଧରେ ଯୋଗ ଦେବେ। 5 କିନ୍ତୁ ମୁଁ ବିନୟ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ୟ ପଗ୍ଭରିବା।”
6 ତେଣୁ ଆହାବ 400 ଭବିଷ୍ୟଦ୍ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?”
ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।”
7 କିନ୍ତୁ ଯିହୋଶାଫଟ୍ କହିଲେ, “ତୁମ୍ଭମାନଙ୍କ ବ୍ୟତୀତ ଆଉ କେହି ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତା ଏଠାରେ ଅଛନ୍ତି କି? ଯଦି ସେଠାରେ ଅଛନ୍ତି, ଆମ୍ଭେ ତାହାଙ୍କୁ ପରମେଶ୍ୱରଙ୍କର ବାକ୍ୟ ପଗ୍ଭରନ୍ତୁ।”
8 ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟଦ୍ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।”
ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।”
9 ତେଣୁ ରାଜା ଆହାବ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, “ଇମ୍ଳର ପୁତ୍ର ମୀଖାୟଙ୍କୁ ଶୀଘ୍ର ଆଣ।”
10 ସେହି ସମୟରେ ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିୟାର ପ୍ରବେଶଦ୍ୱାର ନିକଟବର୍ତ୍ତୀ ମଲୋରେ ନିଜ ନିଜ ସିଂହାସନରେ ବସିଥିଲେ ଓ ସେମାନଙ୍କ ସମ୍ମୁଖରେ ସମସ୍ତ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରୁଥିଲେ। 11 କନାନାର ପୁତ୍ର ସିଦିକିୟ ଜଣେ ଭବିଷ୍ୟଦ୍ବକ୍ତା ଲୌହମୟ ଶିଙ୍ଗମାନ ନିର୍ମାଣ କରି ଆହାବଙ୍କୁ କହିଲା, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଏହି ଲୌହମୟ ଶିଙ୍ଗ ଯୁଦ୍ଧରେ ବ୍ୟବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ୟମାନଙ୍କୁ ସଂହାର କରିବ ଏବଂ ଜୟଲାଭ କରିବ।’” 12 ଅନ୍ୟ ସମସ୍ତ ଭବିଷ୍ୟଦ୍ବକ୍ତା ତାଙ୍କ ସହିତ ଏକମତ ହୋଇ କହିଲେ, “ରାମୋତ୍-ଗିଲିୟଦ୍କୁ ଯାଅ ଓ ଅରାମୀୟ ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧରେ ଜୟଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତରେ ସେମାନଙ୍କୁ ପରାସ୍ତ କରାଇବେ।”
13 ଏହି ସମୟରେ ଆହାବଙ୍କ ଅଧିକାରୀ ମୀଖାୟଙ୍କ ନିକଟକୁ ଯାଇ କହିଲା, “ସମସ୍ତ ଭବିଷ୍ୟଦ୍ବକ୍ତା ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନୟ କରୁଛି ତୁମ୍ଭେ ସେମାନଙ୍କ ପରି ମଙ୍ଗଳର ବାକ୍ୟ ରାଜାଙ୍କ ସପକ୍ଷରେ କୁହ।”
14 ତହୁଁ ମୀଖାୟ କହିଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।”
15 ତା'ପରେ ମୀଖାୟ ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ ରାଜା ଆହାବ ତାଙ୍କୁ ପଗ୍ଭରିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯିବା ଉଚିତ୍ କି କ୍ଷାନ୍ତ ହେବା ଉଚିତ୍?”
ତହୁଁ ମୀଖାୟ ଉତ୍ତର କଲେ, “ଆପଣ ଯୁଦ୍ଧ କରନ୍ତୁ ସଦାପ୍ରଭୁ ଆପଣଙ୍କୁ ଜୟ କରାଇବେ।”
16 ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”
17 ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’”
18 ଆହାବ ଯିହୋଶାଫଟଙ୍କୁ କହିଲେ, “ଦେଖ, ମୁଁ କ’ଣ କହି ନ ଥିଲି, ମୀଖାୟ କେବେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ୟଦ୍ବାଣୀ ମୋ’ ବିଷୟରେ କରିବ ନାହିଁ।”
19 ପୁଣି ମୀଖାୟ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, “ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ଦୂତମାନେ ଉଭା ହୋଇଛନ୍ତି। 20 ସଦାପ୍ରଭୁ କହିଲେ, ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ରାଜା ଆହାବକୁ କୁମନ୍ତ୍ରଣା ଦେବାକୁ ଯିବ, ସେ ଯେପରି ରାମୋତ୍-ଗିଲିୟଦ୍କୁ ଯାଇ ଅରାମୀୟ ବିରୁଦ୍ଧରେ ଯୁଦ୍ଧ କରି ମୃତ୍ୟୁବରଣ କରିବ।’ ଏଥିରେ କେହି ସ୍ୱର୍ଗଦୂତଗଣ ଏକମତ ହେଲେ ନାହିଁ, ସେମାନଙ୍କର କ’ଣ କରିବା ଉଚିତ୍। 21 ତା'ପରେ ଜଣେ ସ୍ୱର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ଯାଇ କହିଲା, ‘ମୁଁ ତା’ ପ୍ରତି ପ୍ରତାରଣା କରିବି।’ 22 ସଦାପ୍ରଭୁ କହିଲେ, ‘ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?’ ସ୍ୱର୍ଗଦୂତ ଉତ୍ତର ଦେଲା, ‘ମୁଁ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଦ୍ୱନ୍ଦରେ ପକାଇବି। ମୁଁ ସେମାନଙ୍କୁ ରାଜାଙ୍କ ନିକଟରେ ମିଛ କୁହାଇବି।’ ସଦାପ୍ରଭୁ କହିଲେ, ‘ଉତ୍ତମ, ଯାଅ, ତାକୁ କୌଶଳରେ ଠକିବାକୁ ଚେଷ୍ଟା କର। ଏଥିରେ ତୁମ୍ଭେ କୃତକାର୍ଯ୍ୟ ହେବ।’”
23 ମୀଖାୟ ଶେଷରେ କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ମିଥ୍ୟା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ଼ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।”
24 ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?”
25 ତହିଁରେ ମୀଖାୟ କହିଲା, “ଖୁବ୍ ଶୀଘ୍ର ସଙ୍କଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ ଛୋଟ କୋଠରୀକୁ ଯିବ। ସେତେବେଳେ ତୁମ୍ଭେ ଆମ୍ଭ କଥାର ସତ୍ୟତା ଜାଣିବ।”
26 ଆହାବ, “ମୀଖାୟକୁ ବନ୍ଦୀ କରିବାକୁ ଜଣେ ଅଧ୍ୟକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମୋନର ନଗରାଧ୍ୟକ୍ଷ ଓ ଯୁବରାଜ ଯୋୟାଶର ନିକଟକୁ ନେଇ ଯିବାକୁ କହିଲେ। 27 ସେମାନଙ୍କୁ କହିବ ମୁଁ ଯୁଦ୍ଧରୁ ନିରାପଦରେ ଫେରିବା ପର୍ଯ୍ୟନ୍ତ ମୀଖାୟକୁ କାରାଗାରରେ ରଖିବେ ଓ କିଛି ନ ଦେଇ ରୋଟୀ ଓ ପାଣି ଦେବ।”
28 ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।”
ରାମୋତ୍-ଗିଲିୟଦ୍ରେ ଯୁଦ୍ଧ
29 ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦ୍କୁ ଗଲେ। 30 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ।
31 ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।” 32 ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ। 33 ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
34 ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।”
35 ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଲାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ। 36 ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା।
37 ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ। 38 ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।
39 ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି। 40 ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ।
ଯିହୁଦାର ରାଜା ଯିହୋଶାଫଟ୍
41 ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍ ଯିହୁଦାର ରାଜା ହେଲେ। 42 ଯିହୋଶାଫଟ୍ ପଞ୍ଚତିରିଶ୍ ବର୍ଷ ବୟସରେ ରାଜା ହେଲେ ଓ ସେ ପଚିଶ୍ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ୟା। 43 ଯିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ନାହିଁ। ସେ ସମୟରେ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।
44 ପୁଣି ଯିହୋଶାଫଟ୍ ଇସ୍ରାଏଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ। 45 ଯିହୋଶାଫଟ୍ ଅତି ସାହସୀ ଥିଲେ ଓ ସେ ବହୁ ଯୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
46 ଯିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ୟାମାନେ ଥିଲେ ସେମାନଙ୍କୁ ସେ ଦେଶରୁ ତଡ଼ି ଦେଲେ।
47 ସେହି ସମୟରେ ଇଦୋମରେ କେହି ରାଜା ନ ଥିଲେ। ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତ ଜଣେ ପ୍ରତିନିଧି ତା'ର ଶାସନ ଚଲାଇଲେ।
48 ଯିହୋଶାଫଟ୍ ଓଫୀରକୁ ଯାଇ ସୁନା ଆଣିବା ସକାଶେ ତର୍ଶୀଶର କେତେକ ବାଣିଜ୍ୟ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲା ନାହିଁ। କାରଣ ସେହି ଜାହାଜଗୁଡ଼ିକ ଇତ୍ସିୟୋନ୍ ଗେବରରେ ଭାଙ୍ଗିଗଲା। 49 ଇସ୍ରାଏଲର ରାଜା ଆହାବଙ୍କ ପୁତ୍ର ଅହସିୟ ଯିହୋଶାଫଟଙ୍କୁ କହିଲେ, ମୋର ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜରେ ଯିବେ, ମାତ୍ର ଯିହୋଶାଫଟ୍ ଏଥିରେ ରାଜି ହେଲେ ନାହିଁ।
50 ଯିହୋଶାଫଟଙ୍କ ମୃତ୍ୟୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବରପ୍ରାପ୍ତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ୍ ରାଜା ହେଲେ।
ଇସ୍ରାଏଲର ରାଜା ଅହସିୟ
51 ଯିହୁଦାର ରାଜା ଯିହୋଶାଫଟଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଆହାବଙ୍କ ପୁତ୍ର ଅହସିୟ ଇସ୍ରାଏଲର ରାଜା ହେଲେ। ସେ ଶମରିୟାରେ ଦୁଇ ବର୍ଷ ଶାସନ କଲେ। 52 ଅହସିୟ ଆପଣା ପିତା ଆହାବ, ମାତା ଇଷେବଲ ଓ ନବାଟଙ୍କ ପୁତ୍ର ଯାରବିୟାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। 53 ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲ୍ର ଉପାସନା ଓ ସେବା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା’ ଉପରେ କ୍ରୋଧ କଲେ, ଯେପରି ତା'ର ପିତାଙ୍କ ଉପରେ କରିଥିଲେ।
ମୀଖାୟ ରାଜା ଆହାବଙ୍କୁ ସତର୍କ କଲେ
18 ଯିହୋଶାଫଟଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ୟାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା। 2 କିଛି ବର୍ଷ ଉତ୍ତାରେ, ଯିହୋଶାଫଟ୍ ଶମରିୟା ସହରରେ ରାଜା ଆହାବଙ୍କୁ ଭେଟିବା ନିମନ୍ତେ ଗଲେ। ଆହାବ ଯିହୋଶାଫଟ୍ ଓ ତାଙ୍କ ସହିତ ଥିବା ଲୋକମାନଙ୍କ ନିମନ୍ତେ ଅନେକ ମେଣ୍ଢା ଓ ଗାଈ ବଳିଦାନ ଦେଲେ। ଆହାବ ଯିହୋଶାଫଟଙ୍କୁ ରାମୋତ-ଗିଲିୟଦ୍ ସହରକୁ ଆକ୍ରମଣ କରିବା ନିମନ୍ତେ ଉତ୍ସାହିତ କଲେ। 3 ଆହାବ ଯିହୋଶାଫଟଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ରାମୋତ୍-ଗିଲିୟଦ୍କୁ ଆକ୍ରମଣ କରିବା ନିମନ୍ତେ ଯିବ କି?” ଆହାବ ଇସ୍ରାଏଲର ରାଜା ଓ ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ଆହାବଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭ ତୁଲ୍ୟ ଅଟେ ଓ ମୋର ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭେମାନେ ତୁମ୍ଭ ସହିତ ଯୁଦ୍ଧରେ ଯୋଗଦେବା।” 4 ଯିହୋଶାଫଟ୍ ଇସ୍ରାଏଲର ରାଜା ଆହୁରି ମଧ୍ୟ କହିଲେ, “କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।”
5 ତେଣୁ ଇସ୍ରାଏଲର ରାଜା ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଏକତ୍ର କଲେ, ସେମାନେ 400 ଜଣ ଥିଲେ। ଆହାବ ସେମାନଙ୍କୁ କହିଲେ, “ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବାକୁ ଯିବା, ନା ନାହିଁ?”
ଭବିଷ୍ୟଦ୍ବକ୍ତାମାନେ କହିଲେ, “ଯାଅ, କାରଣ ପରମେଶ୍ୱର ରାମୋତ୍-ଗିଲିୟଦ୍କୁ ରାଜାଙ୍କୁ ଦେବେ।”
6 କିନ୍ତୁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ୟଦ୍ବକ୍ତା ଏଠାରେ ନାହାନ୍ତି କି, ଯାହାକୁ ଆମ୍ଭେ ପଗ୍ଭରି ପାରିବା?”
7 ଏହା ପରେ ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ଏହିଠାରେ ଆହୁରି ଜଣେ ବ୍ୟକ୍ତି ଅଛନ୍ତି। ଆମ୍ଭେମାନେ ତାଙ୍କ ମାଧ୍ୟମରେ ସଦାପ୍ରଭୁଙ୍କୁ ପଗ୍ଭରି ପାରିବା। କିନ୍ତୁ ମୁଁ ସେହି ବ୍ୟକ୍ତିଙ୍କୁ ଘୃଣା କରେ, କାରଣ ସେ କେବେ ହେଁ ସଦାପ୍ରଭୁଙ୍କଠାରୁ ମୋ’ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମୋ’ ନିକଟକୁ ମନ୍ଦ ଖବର ଆଣିଛି। ସେହି ବ୍ୟକ୍ତିଙ୍କର ନାମ ହେଲା, ମୀଖାୟ। ସେ ଯିମ୍ଳଙ୍କ ପୁତ୍ର ଅଟନ୍ତି।”
କିନ୍ତୁ ଯିହୋଶାଫଟ୍ କହିଲେ, “ଜଣେ ରାଜା ସେପରି କହିବା ଉଚିତ୍ ନୁହେଁ।”
8 ତା'ପରେ ଇସ୍ରାଏଲର ରାଜା ତାଙ୍କର ଜଣେ କର୍ମଗ୍ଭରୀଙ୍କୁ ଡାକିଲେ ଓ ତାକୁ କହିଲେ, “ଶୀଘ୍ର ଯାଅ, ଯିମ୍ଳଙ୍କର ପୁତ୍ର ମୀଖାୟଙ୍କୁ ଏଠାକୁ ନେଇଆସ।”
9 ଏହା ପରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ସେମାନଙ୍କର ରାଜକୀୟ ପୋଷାକ ପିନ୍ଧିଥିଲେ। ସେମାନେ ଶମରିୟା ନଗରର ସମ୍ମୁଖଦ୍ୱାର ନିକଟସ୍ଥ ଶସ୍ୟମର୍ଦ୍ଦନ ଚଟାଣ ନିକଟରେ ସେମାନଙ୍କର ସିଂହାସନମାନଙ୍କରେ ବସିଥିଲେ, ସେହି ସମସ୍ତ ଭବିଷ୍ୟଦ୍ବକ୍ତା ଦୁଇ ରାଜାଙ୍କ ସମ୍ମୁଖରେ ସେମାନଙ୍କର କୀର୍ତ୍ତୀମାନ କହୁଥିଲେ। 10 ସିଦିକିୟ କନାନା ନାମକ ବ୍ୟକ୍ତିର ପୁତ୍ର ଥିଲା। ସିଦିକିୟ ଲୁହାରୁ କେତେକ ତୂରୀ ନିର୍ମାଣ କରିଥିଲା। ସିଦିକିୟ କହିଲା, “ସଦାପ୍ରଭୁ କହନ୍ତି, ‘ସେମାନେ ସମ୍ପୂର୍ଣ୍ଣ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ଏହି ଲୌହ-ତୂରୀ ଅରାମୀୟମାନଙ୍କୁ ବିଦାରିବା ନିମନ୍ତେ ବ୍ୟବହାର କରିବ।’” 11 ସବୁ ଭବିଷ୍ୟଦ୍ବକ୍ତାମାନେ ସେହି ସମାନ କଥା କହିଲେ। ସେମାନେ କହିଲେ, “ରାମୋତ୍-ଗିଲିୟଦ୍ର ସହରକୁ ଯାଅ। ତୁମ୍ଭେ ସଫଳତା ଓ ବିଜୟ ଲାଭ କରିବ। ସଦାପ୍ରଭୁ ରାମୋତ୍-ଗିଲିୟଦ୍କୁ ରାଜାଙ୍କୁ ଦେବେ।”
12 ମୀଖାୟଙ୍କୁ ଯେଉଁ ବାର୍ତ୍ତାବାହକ ଡାକିବାକୁ ଯାଇଥିଲା, ତାଙ୍କୁ କହିଲା, “ମୀଖାୟ, ଶୁଣ, ସବୁ ଭବିଷ୍ୟଦ୍ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସେମାନେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସେମାନେ ଯାହା କହୁଛନ୍ତି, ତୁମ୍ଭେ ମଧ୍ୟ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷୟମାନ କହିବା ଉଚିତ୍।”
13 କିନ୍ତୁ ମୀଖାୟ ଉତ୍ତର ଦେଲେ, “ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାଯାଏ, ମୋ’ ପରମେଶ୍ୱର ଯାହା କହନ୍ତି, ମୁଁ କେବଳ ତାହା କହି ପାରିବି।”
14 ଏହା ପରେ ମୀଖାୟ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, “ମୀଖାୟ, ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବା ନିମନ୍ତେ ଯିବୁ ନା ନାହିଁ?”
ମୀଖାୟ ଉତ୍ତର ଦେଲେ, “ଯାଅ ଓ ଆକ୍ରମଣ କର। ତୁମ୍ଭେମାନେ ଅଧିକାର କରିବ ଏବଂ ସେହି ସହର ତୁମ୍ଭର ହେବ।”
15 ରାଜା ମୀଖାୟଙ୍କୁ କହିଲେ, “କେବଳ ସଦାପ୍ରଭୁଙ୍କ ନାମରେ ସତ କହିବାକୁ କେତେଥର ମୋତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି?”
16 ଏହା ପରେ ମୀଖାୟ କହିଲେ, “ମୁଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସେମାନେ ମେଷପାଳକ ବିହୀନ ମେଷତୁଲ୍ୟ ଥିଲେ। ସଦାପ୍ରଭୁ କହିଲେ, ‘ସେମାନଙ୍କର କୌଣସି ନେତା ନାହାନ୍ତି। ପ୍ରତ୍ୟେକ ଲୋକ ନିରାପଦରେ ନିଜ ଗୃହକୁ ଫେରିଯାଉ।’”
17 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାୟ ମୋ’ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମୋ’ ନିମନ୍ତେ ସେ କେବଳ ଖରାପ ବାର୍ତ୍ତା ଆଣେ।”
18 ମୀଖାୟ କହିଲେ, “ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନରେ ବସିଥିବାର ଦେଖିଲି। ସ୍ୱର୍ଗୀୟ ଦୂତଗଣ ତାଙ୍କର ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ, କେତେକ ତାଙ୍କର ବାମ ପାର୍ଶ୍ୱରେ ଓ କେତେକ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। 19 ସଦାପ୍ରଭୁ କହିଲେ, ‘କିଏ ଇସ୍ରାଏଲର ରାଜା ଆହାବଙ୍କୁ ପ୍ରତାରଣା କରିବ, ସେଥିପାଇଁ ତାକୁ ରାମୋତ୍-ଗିଲିୟଦ୍ରେ ହତ୍ୟା କରାଯିବ?’ ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତେକ ଗୋଟିଏ କଥା କହିଲେ ଓ ଆଉ କେତେକ ଆଉ କିଛି କହିଲେ। 20 ଏହା ପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲା। ଆତ୍ମାଟି କହିଲା, ‘ମୁଁ ଆହାବଙ୍କୁ ପ୍ରତାରିତ କରିବି।’ ସଦାପ୍ରଭୁ ଆତ୍ମାକୁ ପଗ୍ଭରିଲେ, ‘କିପରି?’ 21 ସେହି ଆତ୍ମାଟି ଉତ୍ତର ଦେଲା, ‘ମୁଁ ଯିବି ଓ ଆହାବଙ୍କ ଭବିଷ୍ୟଦ୍ବକ୍ତାମାନଙ୍କ ମୁଖରେ ଏକ ମିଥ୍ୟାବାଦୀ ଆତ୍ମା ହୋଇଯିବି।’ ଆଉ ସଦାପ୍ରଭୁ କହିଲେ, ‘ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହେବ। ତେଣୁ ଯାଅ ଓ ତାହା କର।’
22 “ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ୟଦ୍ବକ୍ତାମାନଙ୍କର ମୁଖରେ ଏକ ମିଥ୍ୟାବାଦୀର ଆତ୍ମା ଦେଇଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭ ପ୍ରତି ଅମଙ୍ଗଳ ହିଁ ଘଟିବ।”
23 ଏହା ଶୁଣି ସିଦିକିୟ ମୀଖାୟ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିୟ କହିଲା, “ମୀଖାୟ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମୋ'ଠାରୁ କେଉଁ ବାଟରେ ଗଲେ?”
24 ମୀଖାୟ ଉତ୍ତର ଦେଲେ, “ସିଦିକିୟ, ତୁମ୍ଭେ ନିଜକୁ ଲୁଗ୍ଭଇବା ନିମନ୍ତେ ଯେଉଁ ଦିନ ଭିତର କୋଠରୀକି ଯିବ, ସେହି ଦିନ ତାହା ଜାଣିବ।”
25 ତା'ପରେ ଇସ୍ରାଏଲର ରାଜା କହିଲେ, “ମୀଖାୟଙ୍କୁ ନେଇଯାଅ ଓ ତାଙ୍କୁ ନଗରର ନଗରପାଳ ଆମୋନ ଓ ରାଜାଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ପଠାଇଦିଅ। 26 ଆମୋନ୍ ଓ ଯୋୟାଶଙ୍କୁ କୁହ, ରାଜା ଏହା କହନ୍ତି: ମୀଖାୟଙ୍କୁ ବନ୍ଦୀଶାଳାରେ ପକାଇଦିଅ। ମୁଁ ଯୁଦ୍ଧରୁ ଫେରି ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ୟତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦେବ ନାହିଁ।”
27 ମୀଖାୟ ଉତ୍ତର ଦେଲେ, “ଯଦି ତୁମ୍ଭେ ଯୁଦ୍ଧରୁ ନିରାପଦରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ମାଧ୍ୟମରେ କହି ନାହାନ୍ତି। ସବୁ ଲୋକମାନେ, ମୋ’ କଥା ଶୁଣ।”
ଆହାବ ରାମୋତ୍ ଗିଲିୟଦ୍ରେ ହତ ହେଲେ
28 ତେଣୁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ରାମୋତ୍-ଗିଲିୟଦ୍ ସହର ଉପରେ ଆକ୍ରମଣ କଲେ, 29 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ଯୁଦ୍ଧକୁ ଯିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀୟ ପୋଷାକ ପିନ୍ଧ।” ତେଣୁ ଇସ୍ରାଏଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ଯୁଦ୍ଧକୁ ଗଲେ।
30 ଅରାମର ରାଜା ତାଙ୍କର ରଥ-ଗ୍ଭଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସେମାନଙ୍କୁ କହିଲେ, “ମହାନ ହେଉ କି ଗୌଣ ହେଉ, କୌଣସି ବ୍ୟକ୍ତି ସହିତ ଯୁଦ୍ଧ କର ନାହିଁ। କିନ୍ତୁ କେବଳ ଇସ୍ରାଏଲର ରାଜା ସହିତ ଯୁଦ୍ଧ କର।” 31 ଯେତେବେଳେ ରଥ-ଗ୍ଭଳକମାନେ ଯିହୋଶାଫଟଙ୍କୁ ଦେଖିଲେ, ସେମାନେ ଭାବିଲେ, “ସେଠାରେ ଇସ୍ରାଏଲର ରାଜା ଅଛନ୍ତି।” ତେଣୁ ସେମାନେ ଯିହୋଶାଫଟଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହୋଶାଫଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାଯ୍ୟ କଲେ। ପରମେଶ୍ୱର ରଥ-ଗ୍ଭଳକମାନଙ୍କୁ ଯିହୋଶାଫଟଙ୍କ ଆଡ଼ୁ ଫେରାଇ ନେଲେ। 32 ଯେତେବେଳେ ସେମାନେ ଦେଖିଲେ ଯେ ଯିହୋଶାଫଟ୍ ଇସ୍ରାଏଲର ରାଜା ନୁହନ୍ତି, ସେମାନେ ତାଙ୍କ ପଛରେ ଆଉ ଗୋଡ଼ାଇଲେ ନାହିଁ।
33 କିନ୍ତୁ ଜଣେ ଧନୁର୍ଦ୍ଧର ଲକ୍ଷ୍ୟହୀନ ଭାବରେ ତା’ ଧନୁକୁ ତୀରଟିଏ ମାରିଲା। ସେହି ତୀରଟି ଆସି ଇସ୍ରାଏଲର ରାଜା ଆହାବଙ୍କ ସମ୍ମୁଖରେ ଏକ ସନ୍ଧି ସ୍ଥାନରେ ବାଜିଲା। ଇସ୍ରାଏଲର ରାଜା ତାଙ୍କର ରଥଗ୍ଭଳକକୁ କହିଲେ, “ରଥକୁ ଫେରାଇ ନିଅ ଓ ମୋତେ ଯୁଦ୍ଧ କ୍ଷେତ୍ରରୁ ନେଇଯାଅ। ମୁଁ ଆଘାତପ୍ରାପ୍ତ ହୋଇଅଛି।”
34 ଦିନ ତମାମ ଯୁଦ୍ଧ ଗ୍ଭଲିଲା। ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଗ୍ଭହିଁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ରଥ ଉପରେ ଛିଡ଼ା ହୋଇ ରହିଲେ। ତା'ପରେ ସୂର୍ଯ୍ୟାସ୍ତ ସମୟରେ ସେ ମୃତ୍ୟୁବରଣ କଲେ।
2010 by World Bible Translation Center