Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 20-21

ବି‌ନ୍‌ହଦଦ୍ ଓ ଆହାବ ଯୁଦ୍ଧ କଲେ

20 ଅରାମର ରାଜା ବି‌ନ୍‌ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ରିତ କଲେ। ପୁଣି ତାଙ୍କର ସଙ୍ଗରେ ବତିଶ୍ ଜଣ ରାଜା ଆଉ ଅଶ୍ୱଗଣ ଓ ରଥମାନ ସଙ୍ଗରେ ଥିଲେ। ପୁଣି ସେ ଯାଇ ଶମରିୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ତା'ପରେ ଇସ୍ରାଏଲର ରାଜା ଆହାବ ନଗର ଭିତରକୁ ଦୂତଗଣ ପ୍ରେରଣ କଲେ। ସେହି ବାର୍ତ୍ତା ଥିଲା, “ବି‌ନ୍‌ହଦଦ୍ କହନ୍ତି, ‘ତୁମ୍ଭେମାନେ ତୁମ୍ଭର ସମସ୍ତ ରୂପା, ସୁନା ମୋତେ ଦେବ। ଆଉ ମଧ୍ୟ ତୁମ୍ଭର ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋତେ ଦେଇଦେବ।’”

ଇସ୍ରାଏଲର ରାଜା ଉତ୍ତର ଦେଲେ, “ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ଆପଣଙ୍କର।”

ତା'ପରେ ଦୂତମାନେ ଆହାବଙ୍କ ନିକଟକୁ ଫେରି ଆସି କହିଲେ, “ବି‌ନ୍‌ହଦଦ୍ କହନ୍ତି, ‘ତୁମ୍ଭେ ଆପଣା ରୂପା, ସୁନା, ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋ’ ହସ୍ତରେ ସମର୍ପଣ କର ବୋଲି ମୁଁ କହି ପଠାଇଲି। ଆସନ୍ତାକାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମୋର ଦାସମାନଙ୍କୁ ପଠାଇବି, ସେମାନେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହାକିଛି ମୂଲ୍ୟବାନ ଜିନିଷ ପାଇବେ ସେମାନେ ନେଇଯିବେ।’”

ତେଣୁ ରାଜା ଆହାବ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, “ମୁଁ ବିନୟ କରି କହୁଛି, ବିଗ୍ଭର କର, ବି‌ନ୍‌ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମୋର ଭାର୍ଯ୍ୟା, ମୋର ସନ୍ତାନଗଣ, ମୋର ସୁନା, ରୂପା ନେବାକୁ ଲୋକ ପଠାଇଲା ଓ ସେ ସବୁ ଦେବାକୁ ମୁଁ ସମ୍ମତ ହେଲି। ମାତ୍ର ସେ ବର୍ତ୍ତମାନ ସବୁକିଛି ନେବାକୁ ଗ୍ଭହୁଁଛି।”

ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, “ଆପଣ ତାଙ୍କ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥିରେ ସମ୍ମତ ହୁଅନ୍ତୁ ନାହିଁ।”

ବର୍ତ୍ତମାନ ଆହାବ ବି‌ନ୍‌ହଦ‌ଦଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, “ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ୱିତୀୟରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।”

ରାଜା ବି‌ନ୍‌ହଦ‌ଦଙ୍କର ଦୂତମାନେ ରାଜାଙ୍କ ନିକଟକୁ ବାର୍ତ୍ତା ନେଇ ଫେରିଗଲେ। 10 ତା'ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବି‌ନ୍‌ହଦ‌ଦ୍‌ଠାରୁ ଫେରି ଆସିଲେ ଓ କହିଲେ, “ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।”

11 ରାଜା ଆହାବ ଉତ୍ତର ଦେଲେ, “ବି‌ନ୍‌ହଦ‌ଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।”

12 ରାଜା ବି‌ନ୍‌ହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ। ତେଣୁ ସେମାନେ ପ୍ରସ୍ତୁତ ହୋଇ ନଗର ବିରୁଦ୍ଧରେ ଆକ୍ରମଣ କରିବାକୁ ବାହାରିଲେ।

13 ସେହି ସମୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, “ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, ‘ତୁମ୍ଭେ କ’ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।’”

14 ତହୁଁ ଆହାବ କହିଲେ, “କାହାଦ୍ୱାରା ପରାଜିତ କରାଇବେ?”

ଭବିଷ୍ୟ‌ଦ୍‌ବକ୍ତା ଉତ୍ତର ଦେଲେ, “ଯୁବା ଲୋକମାନଙ୍କ ଦ୍ୱାରା ‘ଯେଉଁମାନେ ରାଜାଙ୍କର ଅଧିକାରୀମାନଙ୍କର ସାହାଯ୍ୟକାରୀ ଥିଲେ।’”

ତା'ପରେ ରାଜା କହନ୍ତି, “କିଏ ଯୁଦ୍ଧ ଆରମ୍ଭ କରିବାକୁ ସୈନ୍ୟମାନଙ୍କୁ ଆଦେଶ ଦେବା ପାଇଁ ଯାଉଛି?”

ସେ କହିଲେ, “ତୁମ୍ଭେ।”

15 ତେଣୁ ଆହାବ ପ୍ରଦେଶର ଯୁବା ଅଧିପତିମାନଙ୍କୁ ଏକତ୍ରିତ କରି ଗଣିଲେ। ସେମାନଙ୍କ ସଂଖ୍ୟା 232 ହେଲା। ତା'ପରେ ଇସ୍ରାଏଲର ସୈନ୍ୟମାନଙ୍କୁ ଏକତ୍ରିତ କରି ଗଣି ଦେଖିଲେ, ସେମାନଙ୍କ ସଂଖ୍ୟା 7,000 ହେଲା।

16 ମଧ୍ୟାହ୍ନରେ ଯେତେବେଳେ ରାଜା ବି‌ନ୍‌ହଦଦ୍ ଓ ବତିଶ୍ ଜଣ ଅନ୍ୟ ରାଜା ନିଜ ଶିବିରରେ ପାନ କରୁଥିଲେ ଓ ମତ୍ତ ହୋଇଥିଲେ, ସେହି ସମୟରେ ଆହାବ ଆକ୍ରମଣ ଆରମ୍ଭ କରିଦେଲେ। 17 ପ୍ରଦେଶର ଯୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବି‌ନ୍‌ହଦ‌ଦ୍‌ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିୟାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ। 18 ତେଣୁ ବି‌ନ୍‌ହଦଦ୍ କହିଲେ, “ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।”

19 ଏହା ମଧ୍ୟରେ ପ୍ରଦେଶର ଯୁବା ଅଧିପତିମାନେ ସେହି ଆକ୍ରମଣର ନେତୃତ୍ୱ ନେଲେ ଓ ଇସ୍ରାଏଲର ସୈନ୍ୟମାନେ ତାଙ୍କର ଅନୁସରଣ କଲେ। 20 ଇସ୍ରାଏଲର ପ୍ରତ୍ୟେକ ଯୋଦ୍ଧା ତାଙ୍କ ବିରୁଦ୍ଧରେ ଆସିଥିବା ଶତ୍ରୁମାନଙ୍କୁ ବଧ କଲେ, ତା'ପରେ ଇସ୍ରାଏଲୀୟମାନେ ଅରାମୀୟମାନେ ପଳାୟନକାରୀମାନଙ୍କ ପଛରେ ଗୋଡ଼ଇଲେ। ଅରାମର ରାଜା ବି‌ନ୍‌ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ପୃଷ୍ଠରେ ପଳାଇଯାଇ ନିଜକୁ ରକ୍ଷା କଲେ। 21 ରାଜା ଆହାବ ଅରାମର ସମସ୍ତ ଅଶ୍ୱ ଓ ରଥକୁ ଅଧିକାର କରିବାର ନେତୃତ୍ୱ ନେଲେ ଓ ଅରାମୀୟମାନଙ୍କୁ ସମୂଳେ ପରାଜିତ କଲେ।

22 ତା'ପରେ ଭବିଷ୍ୟ‌ଦ୍‌ବକ୍ତା ଆହାବଙ୍କ ନିକଟକୁ ଯାଇ କହିଲେ, “ଅରାମର ରାଜା ବି‌ନ୍‌ହଦଦ୍ ପୁନର୍ବାର ଯୁଦ୍ଧ କରିବାକୁ ଆସନ୍ତା ବସନ୍ତରେ ଆସିବ। ତୁମ୍ଭେ ଘରକୁ ଯାଇ ନିଜର ସୈନ୍ୟବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କର।”

ବି‌ନ୍‌ହଦ‌ଦଙ୍କ ପୁନଃ ଆକ୍ରମଣ

23 ବି‌ନ୍‌ହଦ‌ଦ୍‌ର ଅଧିକାରୀମାନେ ତାଙ୍କୁ କହିଲେ, “ଇସ୍ରାଏଲର ଦେବତାଗଣ ପର୍ବତଗଣର ଦେବତାଗଣ ଅଟନ୍ତି, ତେଣୁ ଇସ୍ରାଏଲୀୟମାନେ ବିଜୟୀ ହେଲେ। ଆମ୍ଭେମାନେ ପର୍ବତରେ ଯୁଦ୍ଧ କରି ହାରିଲୁ। ମାତ୍ର ଆମ୍ଭେମାନେ ଯଦି ପଦାରେ ଯୁଦ୍ଧ କରୁ, ତେବେ ଆମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବୁ। 24 ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ୟଗ୍ଭଳନା ଦାୟିତ୍ୱ ବତିଶ୍ ରାଜାମାନଙ୍କ ବଦଳରେ ସେନାପତିମାନଙ୍କ ହସ୍ତରେ ଦିଅନ୍ତୁ। 25 ଆଉ ଆପଣ ହରାଇଥିବା ସୈନ୍ୟ ବଦଳରେ ସୈନ୍ୟ, ଅଶ୍ୱ ବଦଳରେ ଅଶ୍ୱ ଓ ରଥ ବଦଳରେ ରଥ ସଂଗ୍ରହ କରନ୍ତୁ। ଆମ୍ଭେମାନେ ପଦାରେ ଲଢ଼ିବା। ପୁଣି ଆମ୍ଭେମାନେ ନିଶ୍ଚୟ ସେମାନଙ୍କ ଅପେକ୍ଷା ବଳବା‌ନ୍‌ ହେବା ଓ ଜିତିବା।” ରାଜା ସେମାନଙ୍କର ପ୍ରସ୍ଥାବ ଗ୍ରହଣ କଲେ ଓ ସେହିରୂପେ କାର୍ଯ୍ୟ କଲେ।

26 ଅନନ୍ତର ପରବର୍ଷ ବସନ୍ତରେ ବି‌ନ୍‌ହଦଦ୍ ଅରାମୀୟମାନଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଫେକକୁ ଗଲେ।

27 ଇସ୍ରାଏଲୀୟ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀୟ ସୈନ୍ୟଗଣ ଆଡ଼କୁ ମାଡ଼ି ଗ୍ଭଲିଲେ। ସେମାନେ ଅରାମୀୟମାନଙ୍କ ବିପରୀତ ପାର୍ଶ୍ୱରେ ଶିବିର ସ୍ଥାପନ କଲେ। ମାତ୍ର ଇସ୍ରାଏଲର ସୈନ୍ୟଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦେଖା ଯାଉଥିଲା ବେଳେ ଅରାମୀୟମାନେ ସମଗ୍ର ଦେଶରେ ବ୍ୟାପି ଯାଇଥିଲେ।

28 ଏହି ସମୟରେ ପରମେଶ୍ୱରଙ୍କ ପ୍ରେରିତ ଜଣେ ଲୋକ ଆହାବଙ୍କୁ ଆସି କହିଲେ, “ସଦାପ୍ରଭୁ କୁହନ୍ତି, ‘ଅରାମୀୟ ଲୋକମାନେ କହିଛନ୍ତି ସଦାପ୍ରଭୁ ପର୍ବତଗଣର ପରମେଶ୍ୱର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ୱର ନୁହନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରିବାକୁ ଦେବି। ଯାହା ଫଳରେ ମୁଁ ଯେ ପରମେଶ୍ୱର ତୁମ୍ଭେ ଜାଣି ପାରିବ।’”

29 ଦୁଇ ସୈନ୍ୟବାହିନୀ ସାତ ଦିନ ଧରି ସମ୍ମୁଖାସମ୍ମୁଖୀ ହୋଇ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନରେ ଯୁଦ୍ଧ ଆରମ୍ଭ ହେଲା ଓ ଇସ୍ରାଏଲୀୟ ସୈନ୍ୟମାନେ ଗୋଟିଏ ଦିନରେ ଅରାମୀୟ ସୈନ୍ୟମାନଙ୍କ ମଧ୍ୟରୁ 100,000 ପଦାତିକ ସୈନ୍ୟ ବଧ କଲେ। 30 ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ। ଆଉ 27,000 ସୈନ୍ୟମାନଙ୍କ ଉପରେ ପାଚେରୀ ପଡ଼ିଲା। ବି‌ନ୍‌ହଦଦ୍ ନଗର ମଧ୍ୟକୁ ପଳାଇ ଯାଇ ଏକ କୋଠରୀରେ ଲୁଚି ରହିଲେ। 31 ତାଙ୍କର ଦାସମାନେ ସେମାନଙ୍କୁ କହିଲ, “ଆମ୍ଭେ ଶୁଣିଅଛୁ ଯେ ଇସ୍ରାଏଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନୟ କରୁଛୁ, ଆମ୍ଭମାନଙ୍କୁ କଟିରେ ଅଖା ପିନ୍ଧିବାକୁ ଓ ମୁଣ୍ତରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇସ୍ରାଏଲ ରାଜାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ହୁଏତ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବେ।”

32 ତହୁଁ ସେମାନେ କଟିରେ ଅଖା ପିନ୍ଧି ଓ ମୁଣ୍ତରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଇ ବିନୟର ସହିତ କହିଲେ, “ତୁମ୍ଭର ଦାସ ବି‌ନ୍‌ହଦଦ୍ କହୁଛି, ‘ଦୟାକରି ମୋତେ ବଞ୍ଚାନ୍ତୁ।’”

ଆହାବ ଉତ୍ତର ଦେଲେ, “ସେ କ’ଣ ତଥାପି ବଞ୍ଚିଛି? ସେ ତ ମୋରଭାଇ।”

33 ବି‌ନ୍‌ହଦ‌ଦ୍‌ର ଲୋକମାନେ ଜାଣିବାକୁ ଗ୍ଭହିଁଲେ, ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ଦୟା ଦେଖାଇବେ କି ନା, ସେମାନେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ୟକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ୟତା ଜାଣିବା ପାଇଁ ଆହାବ ଯେତେବେଳେ ବି‌ନ୍‌ହଦ‌ଦଙ୍କୁ ଭାଇ ବୋଲି ଡାକିଲା, ସେମାନେ ସଙ୍ଗେ ସଙ୍ଗେ କହିଲେ, “ହଁ! ବି‌ନ୍‌ହଦଦ୍ ତୁମ୍ଭର ଭାଇ।”

ତହୁଁ ରାଜା ଆହାବ କହିଲେ, “ମୋ’ ନିକଟକୁ ତାଙ୍କୁ ଆଣ।” ବି‌ନ୍‌ହଦଦ୍ ଯେତେବେଳେ ଆସିଲେ ଆହାବ ତାଙ୍କୁ ନେଇ ନିଜ ରଥରେ ବସାଇଲେ।

34 ସେତେବେଳେ ବି‌ନ୍‌ହଦଦ୍ ଆହାବଙ୍କୁ କହିଲେ, “ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।”

ଆହାବ ଉତ୍ତର ଦେଲେ, “ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।” ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବି‌ନ୍‌ହଦ‌ଦଙ୍କୁ ମୁକ୍ତ କଲେ।

ଜଣେ ଭବିଷ୍ୟ‌ଦ୍‌ବକ୍ତା ଆହାବ ବିରୁଦ୍ଧରେ କହିଲେ

35 ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ମଧ୍ୟରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, “ମୋତେ ମାର!” ସେ ଏ କଥା ସଦାପ୍ରଭୁଙ୍କ ଆଜ୍ଞାରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା। 36 ତେଣୁ ପ୍ରଥମ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ତ୍ୟାଗ କଲାବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ।” ଯେତେବେଳେ ଦ୍ୱିତୀୟ ଭବିଷ୍ୟ‌ଦ୍‌ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା।

37 ପ୍ରଥମ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, “ମୁଁ ବିନୟ କରୁଅଛି, ତୁମ୍ଭେ ମୋତେ ମାର!”

ସେହି ଲୋକଟି ତାକୁ ମାରି ମାରି କ୍ଷତ ବିକ୍ଷତ କଲା। 38 ତେଣୁ ଭବିଷ୍ୟ‌ଦ୍‌ବକ୍ତା ଆପଣା ମୁଖରେ ବସ୍ତ୍ର ଆବୃତ କରି ଛଦ୍ମ ବେଶରେ ରହିଲା ଓ ତାକୁ କେହି ଜାଣି ପାରିଲେ ନାହିଁ। ସେ ପଥ ମଧ୍ୟରେ ସେହି ଦେଶରେ ରାଜାଙ୍କୁ ଅପେକ୍ଷା କରି ରହିଲା। 39 ରାଜା ତା'ବାଟ ଦେଇ ଗଲାବେଳେ ସେ ରାଜାଙ୍କୁ କହିଲା, “ମୁଁ ଯୁଦ୍ଧ ଭୂମିକୁ ଯାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତ୍ରୁ ସୈନ୍ୟକୁ ଆଣି ମୋତେ କହିଲେ, ‘ଏହି ଲୋକଟିକୁ ଜଗ, ଯଦି ସେ ପଳାୟନ କରେ ତେବେ ତୁମ୍ଭେ ତା’ ବଦଳରେ ତୁମ୍ଭର ଜୀବନ ଦେବ। ନଚେତ୍ ଏକତାଳନ୍ତ ରୂପା ଦେବ।’ 40 ମୁଁ ଏଣେ ତେଣେ କାର୍ଯ୍ୟରତ ଥିଲା ବେଳେ ସେ ଖସିଗଲା।”

ତହିଁରେ ଇସ୍ରାଏଲର ରାଜା କହିଲେ, “ତୁମ୍ଭେ ଶତ୍ରୁକୁ ଛାଡ଼ି ଦେଇଥିବାରୁ ଦୋଷୀ ହୋଇଅଛ। ତୁମ୍ଭର ନିଜର ବାକ୍ୟସବୁ ତୁମ୍ଭର ନିଷ୍ପତ୍ତି ଉଚ୍ଚାରଣ କରେ।”

41 ଏହା ପରେ ସେହି ଭବିଷ୍ୟ‌ଦ୍‌ବକ୍ତା ତା'ର ମୁହଁରୁ ବସ୍ତ୍ର କାଢ଼ିନେଲା। ଇସ୍ରାଏଲର ରାଜା ତାକୁ ଜାଣିଲେ ଯେ ସେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। 42 ତତ୍ପରେ ସେ ଭବିଷ୍ୟ‌ଦ୍‌ବକ୍ତା ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦେଇଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତରେ ଛାଡ଼ିଅଛ। ଏଣୁ ତା'ର ପ୍ରାଣ ବଦଳରେ ତୁମ୍ଭର ପ୍ରାଣ ଯିବ। ଆଉ ତାହାର ଲୋକମାନଙ୍କ ବଦଳରେ ତୁମ୍ଭର ଲୋକମାନେ ଯିବେ।’”

43 ତା'ପରେ ଇସ୍ରାଏଲର ରାଜା ବିଦୀର୍ଣ୍ଣ ଓ ବ୍ୟସ୍ତତା ହୋଇ ଶମରିୟାରେ ପହଞ୍ଚିଲେ।

ନାବୋତଙ୍କ ଦ୍ରାକ୍ଷାକ୍ଷେତ୍ର

21 ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ। ଦିନେ ନାବୋତକୁ ରାଜା ଆହାବ ଡାକି କହିଲେ, “ମୋତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥିରେ ପନିପରିବା କରିବି। କାରଣ ଏହା ମୋ’ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦେବି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତେବେ ମୁଁ ଏହାର ମୂଲ୍ୟରୌପ୍ୟ-ମୁଦ୍ରା ଆକାରରେ ଦେବି।”

ନାବୋତ ଆହାବଙ୍କୁ କହିଲେ, “ମୁଁ କେବେହେଲେ ମୋର ପୈତୃକ ଭୂମିକୁ ତୁମ୍ଭକୁ ଦେବି ନାହିଁ, ଏହା ପରମେଶ୍ୱର ମନା ନ କରନ୍ତୁ।”

ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।

ଆହାବଙ୍କ ପତ୍ନୀ ଈଷେବଲ ତାଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, “ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁ ନାହଁ?”

ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”

ତାଙ୍କର ପତ୍ନୀ ଈଷେବଲ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଇସ୍ରାଏଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”

ତହୁଁ ଈଷେବଲ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କର ମୋହର ମାରି ନାବୋତ ନଗରସ୍ଥ ପ୍ରାଚୀନଗଣଙ୍କ ପାଖକୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲେ। ସେହି ପତ୍ରରେ ସେ ଏହା ଲେଖିଥିଲେ:

“ଗୋଟିଏ ଉପବାସର ଦିନ ଘୋଷଣା କର ଓ ସମସ୍ତ ଲୋକଙ୍କୁ ଏକ ସଭାରେ ଏକତ୍ରିତ କର। ଆଉ ସେହି ସଭାରେ ଆମ୍ଭେମାନେ ନାବୋତ ବିଷୟରେ ବିଗ୍ଭର କରିବୁ। 10 ଦୁଇଜଣ ପାପଧମ ଲୋକଙ୍କୁ ଖୋଜ ଓ ସେମାନଙ୍କୁ ନାବୋତ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବାକୁ କୁହ। ସେମାନେ କହିବେ ଯେ, ସେମାନେ ଶୁଣିଲେ, ନାବୋତ ପରମେଶ୍ୱର ଓ ରାଜାଙ୍କୁ ଅଭିଶାପ ଦେଇଛନ୍ତି। ତା'ପରେ ତାକୁ ନଗର ବାହାରକୁ ନେଇ ପଥରମାରି ବଧ କର।”

11 ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷେବଲଙ୍କ ପ୍ରେରିତ ପତ୍ର ଅନୁସାରେ କାର୍ଯ୍ୟ କଲେ। 12 ସେମାନେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରିତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖରେ ନାବୋତକୁ ଏକ ବିଶେଷ ଉଚ୍ଚ ସ୍ଥାନରେ ବସାଇଲେ। 13 ତା'ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ। 14 ତତ୍ପରେ ସେମାନେ ଈଷେବଲ ନିକଟକୁ ବାର୍ତ୍ତା ପ୍ରେରଣ କରି କହିଲେ, “ନାବୋତ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଛି।”

15 ଯେତେବେଳେ ଈଷେବଲ ନାବୋତର ମୃତ୍ୟୁ ସମ୍ବାଦ ଶୁଣିଲେ, ସେ ଆହାବଙ୍କୁ କହିଲେ, “ଯିଷ୍ରିୟେଲୀୟ ନାବୋତ ଯେ କି ରୌପ୍ୟ ମୁଦ୍ରା ଦେଇ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା'ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।” 16 ତେଣୁ ଆହାବ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେହି କ୍ଷେତକୁ ଅଧିକାର କଲେ।

17 ଏହି ସମୟରେ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା: 18 “ଶମରିୟାର ବାସିନ୍ଦା ଇସ୍ରାଏଲର ରାଜା ଆହାବ ନିକଟକୁ ଯାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି; ସେ ତା'ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ଯାଇଛି। 19 ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, ‘ତୁମ୍ଭେ ନାବୋତକୁ ହତ୍ୟା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଅଛି, ଯେଉଁ ସ୍ଥାନରେ ନାବୋତର ମୃତ୍ୟୁ ହୋଇଛି, ସେହି ସ୍ଥାନରେ ତୁମ୍ଭର ମୃତ୍ୟୁ ହେବ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନରେ ଗ୍ଭଟି ଖାଇଥିଲେ, ସେହି ସ୍ଥାନରେ ତୁମ୍ଭର ରକ୍ତ ମଧ୍ୟ ଗ୍ଭଟିବେ।’”

20 ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।”

ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ। 21 ତେଣୁ ସଦାପ୍ରଭୁ କହନ୍ତି, ‘ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ପୁଂ ସନ୍ତାନମାନଙ୍କୁ ନିଃଶେଷ କରିବି। 22 ତୁମ୍ଭ ପରିବାରର ଭାଗ୍ୟ ସେହି ଭଳି ହେବ, ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଅଛ।’ 23 ଆଉ ସଦାପ୍ରଭୁ କହିଲେ, ‘ତୁମ୍ଭର ପତ୍ନୀ ଈଷେବଲର ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ଯିଷ୍ରିୟେଲ ନଗରର କୁକୁରମାନେ ଖାଇବେ। 24 ଆହାବର ଯେଉଁ ଲୋକ ନଗରରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।’”

25 ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ। 26 ଆହାବ ପ୍ରତିମାଗଣକୁ ଉପାସନା କରି ଇମୋରୀୟମାନଙ୍କ ପରି ଅତିଶୟ ପାପ କଲେ। ତେଣୁ ସଦାପ୍ରଭୁ ସେମାନଙ୍କର ସମସ୍ତ ଭୂମି ନେଇ ଇସ୍ରାଏଲୀୟମାନଙ୍କୁ ଦେଇ ଦେଲେ।

27 ଆହାବ ଏହିକଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ୱରୂପ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।

28 ସଦାପ୍ରଭୁଙ୍କର ଏହି ବାକ୍ୟ ତି‌‌‌‌ଶ୍‌ବୀୟ ଏଲିୟଙ୍କ ନିକଟରେ ଉପସ୍ଥିତ ହେଲା, 29 “ଆହାବ ତା'ର କୁକର୍ମ ବିଷୟରେ ଅନୁତାପ କରି ମୋ’ ସମ୍ମୁଖରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହେତୁ ମୁଁ ବର୍ତ୍ତମାନ ତା'ର ଜୀବନରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ଯ୍ୟୟ ଆଣିବି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center