Chronological
ଶିବାର ରାଣୀ ଶଲୋମନଙ୍କୁ ସାକ୍ଷାତ କରିବାକୁ ଆସିଲେ
10 ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ। 2 ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣରେ ଯିରୁଶାଲମକୁ ଆସିବା ବେଳେ ସଙ୍ଗରେ ଓଟ ପୃଷ୍ଠରେ ସୁଗନ୍ଧି ଦ୍ରବ୍ୟ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭେଟିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶଲୋମନଙ୍କୁ ପଗ୍ଭରିଲେ। 3 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନ ଥିଲା। 4 ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ୟ ତାଙ୍କର ନୂତନ ପ୍ରାସାଦ ଦେଖିଲେ। 5 ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’
6 ସେ ଶଲୋମନଙ୍କୁ କହିଲେ, “ମୁଁ ନିଜ ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ବିଷୟରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ। 7 ମୁଁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖିରେ ଦେଖିଅଛି। ଯାହାସବୁ ମୁଁ ଶୁଣିଥିଲି, ତୁଳନାତ୍ମକ ମୁଁ ତାହା ପାଇଛି, ଜିନିଷଗୁଡ଼ିକ ମୁଁ ଏଠାରେ ଯାହା ଦେଖୁଛି ବହୁତ ବଡ଼ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ୱର୍ଯ୍ୟର କଥା ଯାହା ମୋତେ ଲୋକମାନେ କହିଥିଲେ, ତା'ଠାରୁ ବହୁତ ଅଧିକ। 8 ତୁମ୍ଭର ସ୍ତ୍ରୀମାନେ[a] ଓ ତୁମ୍ଭର ଲୋକମାନେ ବାସ୍ତବରେ ଭାଗ୍ୟବାନ୍, ତୁମ୍ଭ ଉପସ୍ଥିତିରେ ରହି ଜ୍ଞାନର ବାକ୍ୟଗୁଡ଼ିକ ତୁମ୍ଭ ଓଠରୁ ଶୁଣନ୍ତି। 9 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ୱର ଚିରକାଳ ଇସ୍ରାଏଲକୁ ପ୍ରେମ କରନ୍ତି। ତେଣୁ ସେ ଉଚିତ୍ ବିଗ୍ଭର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
10 ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ୟ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ ଏତେ ପରିମାଣର କେହି ଇସ୍ରାଏଲକୁ କେବେ ଦେଇ ନ ଥିଲେ।
11 ହୀରମଙ୍କର ଜାହାଜରେ ଓଫୀରରୁ ସୁନା ଆସିଥିଲା, ସେହିସବୁ ଜାହାଜରେ ମଧ୍ୟ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା। 12 ସେହି ଚନ୍ଦନ କାଠରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାୟକମାନଙ୍କ ପାଇଁ ବୀଣା ଓ ବେହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କେହି କେବେ ପୂର୍ବରୁ ଇସ୍ରାଏଲକୁ ଆଣି ନ ଥିଲେ ଏବଂ ତା'ପରଠାରୁ କେହି ସେହିପରି ଚନ୍ଦନକାଠ ପୁନର୍ବାର ଦେଖି ନ ଥିଲେ।
13 ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ୟ ଉପହାରମାନ ଦେଲେ। ଆଉ ମଧ୍ୟ ରାଣୀଙ୍କ ମାଗିବାନୁସାରେ ସେ ସମସ୍ତ ଜିନିଷ ଦେଲେ। ଏହା ପରେ ରାଣୀ ଓ ତାଙ୍କର ଦାସମାନେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ।
14 ପ୍ରତି ବର୍ଷ ରାଜା ଶଲୋମନଙ୍କ ନିକଟକୁ 666 ତୋଳା ସୁନା ଆସୁଥିଲା। 15 କାର୍ଗ ଜାହାଜର ସୁବର୍ଣ୍ଣ ବ୍ୟତୀତ ରାଜା ଶଲୋମନ ମିଶ୍ରିତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ୟବସାୟରୁ ସୁବର୍ଣ୍ଣ ପାଇଲେ।
16 ସେ ମଧ୍ୟ ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲରେ 600 ଶେକଲ ସୁନା ଲାଗିଲା। 17 ଆଉ ମଧ୍ୟ ସେ ପିଟା ସୁନାରେ 300 ଛୋଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲରେ 300 ସେର ସୁନା ଲାଗିଲା। ରାଜା ସେ ସବୁକୁ ଲିବାନୋନ-ଅରଣ୍ୟ ନାମକ ଗୃହରେ ରଖିଲେ।
18 ଆଉ ମଧ୍ୟ ରାଜା ହାତୀ ଦାନ୍ତରେ ଏକ ବଡ଼ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣରେ ଛାଉଣି କଲେ। 19 ସେହି ସିଂହାସନକୁ ଯିବାକୁ ଛଅଟି ପାବଛ ଥିଲା, ସେହି ସିଂହାସନ ଉପରି ଭାଗର ପଛଆଡ଼େ ଗୋଲାକାର ଥିଲା। ଆସନର ଦୁଇ ପାର୍ଶ୍ୱରେ ଦୁଇ ହସ୍ତ ଲମ୍ବିତ ଥିଲା ଓ ସେହି ଲମ୍ବିଥିବା ହସ୍ତ ନିକଟରେ ଦୁଇଟି ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। 20 ଆଉ ସେହି ଛଅ ପାବଛ ଉପରେ ପ୍ରତି ପାବଛର ଦୁଇ ପାଖରେ ଦୁଇଟି ଲେଖାଏ ସିଂହମୂର୍ତ୍ତି, ଏହିପରି ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଏପରି ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା।
21 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସୁନାରେ ତିଆରି ହୋଇଥିଲା। ଲିବାନୋନ-ଅରଣ୍ୟ କୋଠାର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୂପାର କୌଣସି ଜିନିଷ ରାଜପ୍ରାସାଦରେ ନ ଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କେହି ପଗ୍ଭରୁ ନ ଥିଲେ।
22 ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ୟ ଜାହାଜ ସମୁଦ୍ରରେ ଥିଲା, ଯାହାକି ପ୍ରତି ତିନି ବର୍ଷରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମୟୂର ନେଇ ଆସୁଥିଲା।
23 ଶଲୋମନ ପୃଥିବୀର ସର୍ବଶ୍ରେଷ୍ଠ ରାଜା ଥିଲେ। କାରଣ ଐଶ୍ୱର୍ଯ୍ୟରେ ଓ ଧନରେ ତାଙ୍କଠାରୁ ଅଧିକ କୌଣସି ରାଜା ନ ଥିଲେ। 24 ଅଧିକନ୍ତୁ ପରମେଶ୍ୱର ଶଲୋମନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ଲୋକ ଆସିଲେ। 25 ପ୍ରତି ବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭେଟି ଆଣି ରାଜାଙ୍କୁ ଦେଖା କରୁଥିଲେ। ସେମାନେ ରୂପାପାତ୍ର, ସୁନାପାତ୍ର, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଭେଟି ଆଣୁଥିଲେ।
26 ଏହିପରି ରାଜା ଶଲୋମନଙ୍କର ବହୁତଗୁଡ଼ିଏ ରଥ ଓ ଅଶ୍ୱାରୋହୀ ହୋଇଗଲେ। ତାଙ୍କର 1,400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେ ତାଙ୍କର ରଥଗୁଡ଼ିକ ପାଇଁ ସ୍ୱତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ଯିରୁଶାଲମ ନଗରରେ ରଖିଲେ। 27 ରାଜା ଇସ୍ରାଏଲକୁ ଅତ୍ୟନ୍ତ ଧନଶାଳୀ କରି ଗଢ଼ିଲେ। ଯିରୁଶାଲମ ନଗରରେ ରୂପା ସାଧାରଣତ ପଥର, ଇଟା ସଦୃଶ୍ୟ ହେଲା। ପ୍ରାଚୁର୍ଯ୍ୟ ହେତୁ ଏରସ କାଠକୁ ନିମ୍ନ ଭୂମିସ୍ଥ ଡିମ୍ବିରି ବୃକ୍ଷ ତୁଲ୍ୟ କଲେ। 28 ଶଲୋମନଙ୍କର ଅଶ୍ୱଗୁଡ଼ିକ ବଣିକମାନଙ୍କ ଦ୍ୱାରା ମିଶରରୁ ଓ କ୍ୟୁଏରୁ ଅଣାଗଲା, ଯେଉଁମାନେ କି ସେଗୁଡ଼ିକ ସେଠାରୁ କିଣିଥିଲେ। 29 ମିଶରର ଏକ ଏକ ରଥର ମୂଲ୍ୟ 600 ରୌପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ୱର ମୂଲ୍ୟ 150 ରୌପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସେହି ରଥ ଓ ଅଶ୍ୱକୁ ହିତ୍ତୀୟ ଅରାମୀୟ ରାଜାଙ୍କୁ ବିକ୍ରି କଲେ।
ଶଲୋମନ ଓ ତାଙ୍କର ଅନେକ ପତ୍ନୀ
11 ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ। 2 ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ। 3 ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ। 4 ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ। 5 ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମିଲ୍କମର ଉପାସନା କଲେ। 6 ତେଣୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଶଲୋମନ ତାହା ହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାଦ୍ଗାମୀ ହେଲେ ନାହିଁ।
7 ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। 8 ତା'ପରେ ଶଲୋମନ ତାଙ୍କର ବିଦେଶୀୟା ପତ୍ନୀମାନଙ୍କ ପାଇଁ ସେମାନଙ୍କର ନିଜ ନିଜର ମୂର୍ତ୍ତି ଦେବତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସେହି ଦେବତାଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ସେମାନଙ୍କୁ ବଳିଦାନଗୁଡ଼ିକ ଉତ୍ସର୍ଗ କଲେ।
9 ଶଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କ୍ରୋଧ ହେଲେ। ଅତୀତରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ। 10 ସେ ଶଲୋମନଙ୍କୁ ଇସ୍ରାଏଲର ପରମେଶ୍ୱର ବ୍ୟତୀତ ଅନ୍ୟ କୌଣସି ଦେବଗଣର ପଶ୍ଚାଦ୍ଗାମୀ ନ ହେବାକୁ ଆଜ୍ଞା ଦେଇଥିଲେ। ମାତ୍ର ସେ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ ନାହିଁ। 11 ସଦାପ୍ରଭୁ ଶଲୋମନକୁ କହିଲେ, “ଯେହେତୁ ତୁମ୍ଭେ ଆମ୍ଭର ନିୟମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ୟ ଛଡ଼େଇ ନେଇ ତୁମ୍ଭର ଦାସକୁ ଦେବୁ। 12 ଯେହେତୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥାରେ ତୁମ୍ଭଠାରୁ ରାଜ୍ୟ ନେବା ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲା ପରେ ତାଙ୍କଠାରୁ ରାଜ୍ୟ ଛଡ଼େଇ ନେବା। 13 ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।”
ଶଲୋମନଙ୍କର ଶତ୍ରୁଗଣ
14 ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀୟ ରାଜବଂଶଜ ଥିଲେ। 15 ଏହା ଯାହା ହୋଇଥିଲା, ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସେନାପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦେବାକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ୟା କଲେ। 16 ଯୋୟାବ ଓ ସମସ୍ତ ଇସ୍ରାଏଲୀୟ ଇଦୋମରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀୟ ପୁରୁଷମାନଙ୍କୁ ମାରି ଦେଲେ। 17 ମାତ୍ର ସେତେବେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତେକ ଦାସ ସହିତ ମିଶରକୁ ପଳାଇ ଯାଇଥିଲା। 18 ସେମାନେ ମିଦିୟନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତେକ ଲୋକଙ୍କ ସହିତ ମିଶରକୁ ଯାଇ ମିଶରର ରାଜା ଫାରୋଙ୍କୁ ସାହାଯ୍ୟ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।
19 ଫାରୋ ହଦଦଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ। 20 ତା'ପରେ ତହପନେଷ୍ର ଭଗିନୀ ଓ ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା, ତାହାର ନାମ ଗନୁବତ୍ ହେଲା। ତା'ପରେ ତହପନେଷ୍ ଗନୁବତ୍କୁ ଫାରୋଙ୍କର ପ୍ରାସାଦରେ ତାଙ୍କର ପିଲାମାନଙ୍କ ସହିତ ବଢ଼ିଲେ।
21 ମିଶରରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ୟୁ ହୋଇଛି ଓ ତାଙ୍କର ସେନାପତି ଯୋୟାବ ମଧ୍ୟ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, “ମୋତେ ସ୍ୱଦେଶକୁ ଯିବାକୁ ଦିଅ।”
22 କିନ୍ତୁ ଫାରୋ କହିଲେ, “ମୁଁ ଏଠାରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦେଇଛି। ତୁମ୍ଭର କ’ଣ ଅଭାବ ହେଲା ଯେ ତୁମ୍ଭେ ସ୍ୱଦେଶକୁ ଯିବାକୁ ଗ୍ଭହୁଁଛ?”
ହଦଦ୍ ଉତ୍ତର କଲେ, “ଦୟାକରି ମୋତେ ସ୍ୱଦେଶକୁ ଯିବାକୁ ଦିଅନ୍ତୁ।”
23 ପୁଣି ପରମେଶ୍ୱର ଇଲିୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା। 24 ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସେହିମାନଙ୍କର ଦଳପତି ହେଲେ। ତା'ପରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲେ। 25 ରଷୋଣ ଅରାମରେ ରାଜତ୍ୱ କଲା। ସେ ଇସ୍ରାଏଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇସ୍ରାଏଲର ଯାବଜ୍ଜୀବନ ବିପକ୍ଷ ହୋଇଥିଲା। ରଷୋଣ ଓ ହଦଦ୍ ଇସ୍ରାଏଲର ଅତି ଉତ୍ପାତର କାରଣ ଥିଲେ।
26 ତା'ପରେ ଶଲୋମନଙ୍କର ଦାସ ଯାରବିୟାମ ମଧ୍ୟ ରାଜାଙ୍କର ବିପକ୍ଷରେ ବିଦ୍ରୋହ କଲେ। ସେ ସରେଦା ନଗର ନିବାସୀ ଇଫ୍ରୟିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁୟା, ସେ ଜଣେ ବିଧବା ଥିଲେ।
27 ଏଠାରେ କୈଫିୟତ ଯୋଗ୍ୟ ଅଟେ ଯେ, କିପରି ଓ କାହିଁକି ଯାରବିୟାମ, ରାଜାଙ୍କ ବିରୁଦ୍ଧରେ ଉଠିଲେ। ସେହି ଦିନଗୁଡ଼ିକରେ ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ। 28 ସେ ସମୟରେ ଯାରବିୟାମ ମହାବିକ୍ରମଶାଳୀ ଯୁବକ ଥିଲେ। ସେହିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ନ୍ୟସ୍ତ କଲେ। 29 ଥରେ ଯାରବିୟାମ ଯିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ୟଦ୍ବକ୍ତା ଅହିୟଙ୍କ ସହିତ ତାଙ୍କର ବାଟରେ ଦେଖା ହେଲା। ଅହିୟ ଏକ ନୂତନ ବସ୍ତ୍ର ପରିଧାନ କରିଥିଲେ ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ।
30 ତା'ପରେ ଅହିୟ ଆପଣା ଦେହର ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା। 31 ତତ୍ପରେ ଅହିୟ ଯାରବିୟାମଙ୍କୁ କହିଲା, “ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରିଦେବା ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। 32 ମୋର ସେବକ ଦାଉଦ ସକାଶେ ଓ ମୋର ପ୍ରିୟ ଯିରୁଶାଲମ ନଗରୀ ସକାଶେ ଯେଉଁଟାକି ସମଗ୍ର ଇସ୍ରାଏଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦେବି। 33 ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚାଦ୍ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମିଲ୍କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ। 34 ମୁଁ ଶଲୋମନର ପରିବାରରୁ ରାଜ୍ୟ ଛଡ଼େଇ ନେବି। କିନ୍ତୁ ମୋର ସେବକ ଦାଉଦ ନିମନ୍ତେ ଯିଏ କି ମୋର ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା'ର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କରିବାକୁ ଦେବି। 35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ କାଢ଼ି ନେବା ଆଉ ଯାରବିୟାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନେବ। 36 ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦେବି। ଯାହା ଫଳରେ ମୋର ସେବକ ଦାଉଦର ବଂଶ ଯିରୁଶାଲମରେ ମୋ’ ଆଗରେ ରାଜତ୍ୱ କରିବ। ସେହି ସହରରେ ମୋର ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି। 37 ତୁମ୍ଭର ମହା ସନ୍ତୋଷାନୁଯାୟୀ ମୁଁ ତୁମ୍ଭକୁ ଇସ୍ରାଏଲ ଉପରେ ଶାସନ କରାଇବି। 38 ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି। 39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଳେଶ ଦେବା, ମାତ୍ର ତାହା ଚିରକାଳ ନୁହେଁ।’”
ଶଲୋମନଙ୍କର ମୃତ୍ୟୁ
40 ଏହି କାରଣରୁ ଶଲୋମନ ଯାରବିୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ଯାରବିୟାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମିଶରରେ ରହିଲେ।
41 ଶଲୋମନଙ୍କ ରାଜତ୍ୱ କାଳରେ ବହୁ ମହାନ ଓ ବୁଦ୍ଧିମାନ କାର୍ଯ୍ୟ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 42 ଶଲୋମନ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ। 43 ତା'ପରେ ଶଲୋମନ ମୃତ୍ୟୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗରରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ।
ଶିବାର ରାଣୀ ଶଲୋମନଙ୍କୁ ଭେଟିବା ନିମନ୍ତେ ଆସନ୍ତି
9 ଶିବାର ରାଣୀ ଶଲୋମନଙ୍କର ସୁଖ୍ୟାତି ବିଷୟରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ୱାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ଯିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ୟ ପଥରରେ ଲଦି ହୋଇଥିବା ଓଟମାନେ ଥିଲେ। ସେ ଶଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷୟରେ ଆଲୋଚନା କରିବାକୁ ଗ୍ଭହୁଁଥିଲେ, ସେ ବିଷୟରେ ପଗ୍ଭରିଲେ। ଶଲୋମନଙ୍କୁ ପଗ୍ଭରିବା ନିମନ୍ତେ ତାଙ୍କ ନିକଟରେ ଅନେକ ପ୍ରଶ୍ନ ଥିଲା। 2 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦେବା କିମ୍ବା ବୁଝାଇ ଦେବା ପାଇଁ କୌଣସି କଠିନ ବିଷୟ ନ ଥିଲା। 3 ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ। 4 ସେ ଶଲୋମନଙ୍କ ମେଜ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନେକ ବିଶେଷ କର୍ମଗ୍ଭରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଗ୍ଭକରମାନଙ୍କର ବସ୍ତ୍ର ଓ କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ଦ୍ରାକ୍ଷାରସ ପରିବେଷଣକାରୀମାନଙ୍କୁ ଓ ସେମାନଙ୍କର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗୀକୃତ ହୋମବଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତେବେଳେ ଏହିସବୁ ବିଷୟ ଦେଖିଲେ, ସେ ହତଚକିତ ହୋଇଗଲେ।
5 ଏହା ପରେ ସେ ଶଲୋମନଙ୍କୁ କହିଲେ, “ମୁଁ ମୋ’ ଦେଶରେ ଆପଣଙ୍କ ମହାନ କାର୍ଯ୍ୟାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ ଅଟେ। 6 ମୁଁ ଏହି ସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଓ ନିଜ ଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ସେହି ଗଳ୍ପଗୁଡ଼ିକୁ ବିଶ୍ୱାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ ଜ୍ଞାନର ଅର୍ଦ୍ଧେକ ସୁଦ୍ଧା ମୋତେ କୁହାଯାଇ ନ ଥିଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି, ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ ଅଟନ୍ତି। 7 ତୁମ୍ଭର ଲୋକମାନେ ଓ ସେବକଗଣ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ସେମାନେ ଆପଣଙ୍କର ସେବା କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରନ୍ତି। 8 ଆପଣଙ୍କର ସଦାପ୍ରଭୁ ପରମେଶ୍ୱର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠାରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇସ୍ରାଏଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇସ୍ରାଏଲର ରାଜା କରିଅଛନ୍ତି।”
9 ଏହା ପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ୟବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ୟକ୍ତି ଶଲୋମନଙ୍କୁ ଏ ପ୍ରକାର ବିଶୁଦ୍ଧ ମସଲା ଦେଇ ନ ଥିଲା।
10 ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରରୁ ସୁନା ଆଣିଲେ। ଆହୁରି ମଧ୍ୟ, ସେମାନେ ଆଲ୍ଗମ୍ କାଠ ଓ ବହୁମୂଲ୍ୟ ପଥରସବୁ ଆଣିଲେ। 11 ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରର ପାହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ୟବହାର କଲେ। ଶଲୋମନ ଗାୟକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ୟ ନିର୍ମାଣ କରିବା ନିମନ୍ତେ ମଧ୍ୟ ଆଲ୍ଗମ୍ କାଠ ବ୍ୟବହାର କଲେ। ଯିହୁଦା ଦେଶର କୌଣସି ବ୍ୟକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତୁ ନିର୍ମିତ ହେବା ପୂର୍ବରୁ କେବେ ମଧ୍ୟ ଦେଖି ନ ଥିଲେ।
12 ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସେହି ସମସ୍ତ ପ୍ରଦାନ କଲେ। ଶିବାର ରାଣୀ ତାଙ୍କୁ ଦେବା ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣରେ ବସ୍ତୁ ତାଙ୍କୁ ଦେଲେ। ଏହା ପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫେରିଗଲେ।
ଶଲୋମନଙ୍କର ଅସୁମାରୀ ଧନସମ୍ପଦ
13 ଏକ ବର୍ଷ ମଧ୍ୟରେ ଶଲୋମନ ଯେତେ ପରିମାଣରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା। 14 ଭ୍ରମଣକାରୀ ବଣିକ ଓ ବ୍ୟବସାୟୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନେଇ ଆସିଲେ।
15 ଶଲୋମନ ପିଟା ସୁନାରୁ 200 ବୃହତ୍ ଢାଲ ନିର୍ମାଣ କଲେ। ପ୍ରତ୍ୟେକଟି ଢାଲ ନିମନ୍ତେ 600 ଶେକଲ ପିଟା ସୁନା ବ୍ୟବହୃତ ହୋଇଥିଲା। 16 ଆହୁରି ମଧ୍ୟ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢାଲ ନିର୍ମାଣ କଲେ। ପ୍ରତ୍ୟେକ ଢାଲ ନିମନ୍ତେ 300 ଶେକଲ ସୁନା ବ୍ୟବହୃତ ହୋଇଥିଲା। ରାଜା ଶଲୋମନ “ଲିବାନୋନ୍ର ଅରଣ୍ୟ” ନାମକ ଗୃହରେ ଏହି ସୁବର୍ଣ୍ଣ ଢାଲଗୁଡ଼ିକ ରଖିଲେ।
17 ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ୟବହାର କଲେ। ସେ ସେହି ସିଂହାସନକୁ ଖାଣ୍ଟି ସୁନା ଦ୍ୱାରା ଆବୃତ କଲେ। 18 ସେହି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନେଲା। ସୁନାରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାର୍ଶ୍ୱରେ ବାହୁଭରାମାନ ଥିଲା। ପ୍ରତ୍ୟେକ ବାହୁଭରାର ପାର୍ଶ୍ୱରେ ଗୋଟିଏ ଲେଖାଏଁ ସିଂହମୂର୍ତ୍ତି ଦଣ୍ଡାୟମାନ ଥିଲା। 19 ଛଅ ଗୋଟି ପାହାଚରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରତ୍ୟେକ ପାହାଚର ଶେଷରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ୟରେ ଏ ପ୍ରକାର ସିଂହାସନ ନିର୍ମିତ ହୋଇ ନ ଥିଲା।
20 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନରେ ନିର୍ମିତ ହୋଇଥିଲା। “ଲିବାନୋନ୍ର ଅରଣ୍ୟସ୍ଥିତ” ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନାରେ ନିର୍ମିତ ହୋଇଥିଲା। ଶଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ୟ ଦ୍ରବ୍ୟରୂପେ ଗଣ୍ୟ ହେଉ ନ ଥିଲା।
21 ରାଜା ଶଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନି ବର୍ଷରେ ଥରେ ସେହି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମୟୁରମାନ ବହି ଆଣୁଥିଲେ।
22 ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନରେ ଅତ୍ୟନ୍ତ ମହାନ ହୋଇ ଉଠିଲେ। 23 ପୃଥିବୀର ସମସ୍ତ ରାଜାଗଣ ଶଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଗ୍ଭର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ୱର ଶଲୋମନଙ୍କୁ ସେହିପରି ଜ୍ଞାନ ପ୍ରଦାନ କରିଥିଲେ। 24 ପ୍ରତି ବର୍ଷ ସେହି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନେଇ ଆସୁଥିଲେ। ସେମାନେ ସୁନା, ରୂପା ଦ୍ରବ୍ୟ, ବସ୍ତ୍ର, ଯୁଦ୍ଧସାଜ, ମଶାଲ, ଅଶ୍ୱଗୁଡ଼ିକ ଓ ଖଚରମାନ ଆଣିଲେ।
25 ଅଶ୍ୱ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4,000 ଅଶ୍ୱଶାଳା ଥିଲା। ତାଙ୍କର 12,000 ରଥଗ୍ଭଳକ ଥିଲେ। ଶଲୋମନ ସେମାନଙ୍କୁ ତାଙ୍କ ସଙ୍ଗରେ ଯିରୁଶାଲମରେ ଓ ରଥ ନିମନ୍ତେ ନିର୍ମିତ ବିଶେଷ ନଗରଗୁଡ଼ିକରେ ରଖିଲେ। 26 ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ। 27 ରୂପାର ପରିମାଣ ଏତେ ଥିଲା ଯେ, ତାହା ଯିରୁଶାଲମର ଗୋଡ଼ି, ପଥର ତୁଲ୍ୟ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦେବଦାରୁ କାଠ ଥିଲା ଯେ, ତାହା ଡିମ୍ବିରିଗଛ ତୁଲ୍ୟ ଥିଲା, ଯାହା ମାଳଭୂମିରେ ଯଥେଷ୍ଟ ପରିମାଣରେ ବଢ଼େ। 28 ଲୋକମାନେ ମିଶର ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ୱମାନ ଆଣିଲେ।
ଶଲୋମନଙ୍କର ମୃତ୍ୟୁ
29 ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟଦ୍ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟଦ୍ବକ୍ତା, ଅହିୟଙ୍କର ଭବିଷ୍ୟଦ୍ବାଣୀ ଓ ଭବିଷ୍ୟଦ୍ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯାଶରବିୟାମଙ୍କ ବିଷୟରେ ଲେଖିଛନ୍ତି। 30 ଶଲୋମନ ସମଗ୍ର ଇସ୍ରାଏଲ ଉପରେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। 31 ଏହା ପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗରରେ କବର ଦେଲେ। ଶଲୋମନଙ୍କ ସ୍ଥାନରେ ଶଲୋମନଙ୍କ ପୁତ୍ର ରିହବିୟାମ୍ ନୂତନ ରାଜା ହେଲେ।
2010 by World Bible Translation Center