Chronological
ଉପଦେଶକର ଗୁଚ୍ଛ
7 ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ।
ବ୍ୟକ୍ତିର ଜନ୍ମଦିନ ଅପେକ୍ଷା ମୃତ୍ୟୁର ଦିନ ଯଥେଷ୍ଟ ଭଲ ଅଟେ।
2 ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ।
କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ
ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍।
3 ସୁଖଠାରୁ ଦୁଃଖ ଭଲ
କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ।
4 ଜ୍ଞାନୀମାନଙ୍କ ହୃଦୟ ଚିତାଗ୍ନିରେ।
ମାତ୍ର ମୂର୍ଖମାନଙ୍କ ହୃଦୟ ଭୋଜିରେ ଥାଏ।
5 ଜଣେ ମୂର୍ଖର ଗୀତ ଶୁଣିବାଠାରୁ
ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା ଭଲ।
6 ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି
ମୂର୍ଖର ହାସ୍ୟ ସେହିପରି, ଏହା ମଧ୍ୟ ଅର୍ଥହୀନ।
7 ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ,
ଲାଞ୍ଚ ବିବେକ ନଷ୍ଟ କରେ।
8 ବିଷୟର ଆରମ୍ଭ ଅପେକ୍ଷା
ତହିଁର ସମାପ୍ତି ଭଲ।
ଗୋଟିଏ ଜରାଗ୍ରସ୍ତ ଆତ୍ମା
ଏକ ଗର୍ବୀ ଆତ୍ମାଠାରୁ ଭଲ।
9 ଶୀଘ୍ର କ୍ରୋଧିତ ହୁଅ ନାହିଁ।
କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ବାସ କରେ।
10 ପଗ୍ଭର ନାହିଁ, “କାହିଁକି ବର୍ତ୍ତମାନଠାରୁ ‘ଅତୀତ’ ଭଲ ଥିଲା?”
ଯଦି ତୁମ୍ଭେ ଜ୍ଞାନୀ ହୋଇଥିବ
ଏହା ପଗ୍ଭରିବ ନାହିଁ।
11 ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣରେ ଲାଭ ଦେଇଥାଏ। 12 କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେହିପରି ଆଶ୍ରୟ ସ୍ୱରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସେମାନଙ୍କର ଜୀବନକୁ ଏହା ସୁରକ୍ଷା କରେ।
13 ପରମେଶ୍ୱରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କେହି ଠିକ୍ କରି ପାରିବ ନାହିଁ। 14 ଖୁସୀ ହୁଅ ଯେତେବେଳେ ତୁମ୍ଭ ପାଖରେ ସମ୍ପତ୍ତି ଅଛି, କିନ୍ତୁ ଯେତେବେଳେ ତୁମ୍ଭେ ଦୁଃଖ ଅନୁଧ୍ୟାନ କର ପରମେଶ୍ୱର ଆମ୍ଭକୁ ଭଲ ସହିତ ଖରାପ ସମୟ ଦେଇଛନ୍ତି। ଯାହା ଫଳରେ କୌଣସି ଲୋକ ଭବିଷ୍ୟତରେ କ’ଣ ଘଟିବ ତାହା ଜାଣି ପାରିବ।
ଲୋକମାନେ ପ୍ରକୃତରେ ଧାର୍ମିକ ହୋଇ ପାରିବେ ନାହିଁ
15 ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ। 16 ତୁମ୍ଭେମାନେ ନିଜକୁ ଅତି ଧାର୍ମିକ ବୋଲି ଦେଖାଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦେଖାଇ ହୁଅ ନାହିଁ। କାହିଁକି ଏଥିରେ ତୁମ୍ଭେ ନିଜକୁ ବିନାଶ କରିବ? 17 ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ?
18 ହସ୍ତ କାଢ଼ି ନ ନେଇ ତାକୁ ଧରି ରଖିବାରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ୱରଙ୍କୁ ସମ୍ମାନ କରେ, ସେ ଉଭୟ କରେ। 19 ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ। 20 ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ।
21 ଯାହା ତୁମ୍ଭଙ୍କୁ କୁହାଯାଇଛି, ସମସ୍ତ କଥାରେ ମନୋଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ। 22 କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ।
23 ମୁଁ ଜ୍ଞାନଦ୍ୱାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, “ମୁଁ ଜ୍ଞାନୀ ହେବାକୁ ଗ୍ଭହେଁ। ମାତ୍ର ଜ୍ଞାନ ମୋର ଗନ୍ତବ୍ୟଠାରୁ ବହୁତ ଦୂରରେ ଅଛି।” 24 ସବୁକିଛି ଆମ୍ଭର ବୁଝାମଣାର ବାହାରେ, ଏସବୁ କିଏ ବୁଝିପାରିବ? 25 ମୋ’ ହୃଦୟରେ ମୁଁ ଜାଣିବାକୁ, ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଗ୍ଭହିଁଲି।
ମୁଁ ମଧ୍ୟ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଗ୍ଭହିଁଲି। 26 ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ୟୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦୟ ଏକ ଯନ୍ତାପରି। ତା'ର ହସ୍ତଦ୍ୱୟ ଶୃଙ୍ଖଳ ଅଟେ। ଯେକେହି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ୱାରା ଧରାଯିବ।
27 ଉପଦେଶକ କହିଲେ, “ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି। 28 ମୁଁ ବାରମ୍ବାର ଖୋଜିଲି ଏବଂ ମୁଁ ପାଇଲି ନାହିଁ। ହଜାରରେ ଗୋଟିଏ ପୁରୁଷ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସେମାନଙ୍କ ମଧ୍ୟରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
29 “ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ୱର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସେମାନେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।”
ଜ୍ଞାନ ଓ କ୍ଷମତା
8 ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ୟାଖ୍ୟା କରେ ତାଙ୍କ ପରି ଆଉ କେହି କରି ପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସୀ କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସୀ କରାଏ।
2 ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ୱରଙ୍କଠାରେ ତାହା କରିବାକୁ ପ୍ରତିଜ୍ଞା କରିଅଛ। 3 ଭୟ କର ନାହିଁ, ତାଙ୍କର ଉପସ୍ଥିତିରେ ବାହାରି ଯାଅ, ବିଳମ୍ବ କର ନାହିଁ ଯେତେବେଳେ ବାଣିଜ୍ୟ ମନ୍ଦ ଅଟେ। ମନେରଖ ରାଜା ଯାହା ଗ୍ଭହିଁବେ ତାଙ୍କ ଇଚ୍ଛାରେ କରିବେ। 4 ରାଜାଙ୍କର ଆଦେଶ ଦେବା ପାଇଁ କ୍ଷମତା ଅଛି। କ’ଣ କରିବାକୁ ହେବ, ତାଙ୍କୁ କେହି କହିପାରିବେ ନାହିଁ। 5 ଯେଉଁ ବ୍ୟକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ’ଣ ଠିକ୍ ତା'ର ଉପାୟ ଜାଣେ।
6 ସମସ୍ତ ବିଷୟରେ ଉପଯୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାୟ ଅନେକ କଷ୍ଟ ପାଆନ୍ତି। 7 ଏବଂ ସେ ଜାଣେ ନାହିଁ କ’ଣ ଘଟିବାକୁ ଯାଉଛି। କାରଣ କେହି କହି ପାରିବେ ନାହିଁ ଭବିଷ୍ୟତରେ କ’ଣ ହେବ।
8 କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ଯିବା ସମୟରେ ଅଟକାଇ ପାରିବ। କେହି ମୃତ୍ୟୁକୁ ଅଟକାଇ ପାରିବ ନାହିଁ। ଯୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ଯାଇପାରିବ ନାହିଁ। ଠିକ୍ ସେହିପରି ଯଦି ଜଣେ ମନୁଷ୍ୟ କୁକର୍ମ କରେ, ସେହି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
9 ମୁଁ ଏହିସବୁ ଦେଖିଛି ଯାହା ସୂର୍ଯ୍ୟ ତଳେ କରାଯାଏ, ଏବଂ ମୁଁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛି। କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।
10 ତା'ପରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସେମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହରରେ ପ୍ରଂଶସିତ ହୋଇଥିଲେ। ଏହା ମଧ୍ୟ ଅର୍ଥହୀନ।
ନ୍ୟାୟ ପୁରସ୍କାର ଓ ଦଣ୍ଡ
11 ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
12 ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚୟ ସେମାନଙ୍କୁ ଜାଣେ ଯେଉଁମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତରେ ସେମାନେ ଉନ୍ନତି କରିବେ। 13 ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ। କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରି ପାରିବ ନାହିଁ। କାରଣ ସେ ପରମେଶ୍ୱରଙ୍କୁ ଭୀତ କରେ ନାହିଁ।
14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଏପରି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ଦୁଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ୟବହାର କରାଯାଏ, ସତେ ଯେପରି ସେମାନେ ନ୍ୟାୟଚିତ କାର୍ଯ୍ୟ କରିଛନ୍ତି। ତା'ପରେ ମୁଁ କହିଲି, ଏହା ଅସାର ଅଟେ। 15 ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପଭୋଗ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ। କାରଣ ସେମାନଙ୍କ ଜୀବନକାଳ ମଧ୍ୟରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସେମାନଙ୍କୁ ସାହାଯ୍ୟ କରେ।
ପରମେଶ୍ୱର କ’ଣ ସବୁ କରୁଛନ୍ତି ଆମେ ବୁଝିପାରିବା ନାହିଁ
16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ଘଟୁଥିବା କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି। ଏଇ ଦିନରେ ମୁଁ ନ ଶୋଇ ଦିନରାତି କାମ କଲି। 17 ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ଯାହା ଘଟେ ବୁଝିପାରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ଯ୍ୟ କଲେ ମଧ୍ୟ ସେ ତାହା ବୁଝିବାକୁ ସକ୍ଷମ ହେବ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କହେ, ପ୍ରକୃତରେ ସେ ବୁଝି ନ ଥାଏ।
ମୃତ୍ୟୁ କ’ଣ ନ୍ୟାୟ?
9 ମୁଁ ଏହିସବୁ ବିଷୟରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସେମାନଙ୍କ କାର୍ଯ୍ୟ ପରମେଶ୍ୱରଙ୍କ ହାତରେ। କେହି ଜାଣେ ନାହିଁ, ତାକୁ ପ୍ରେମ କରାଯିବ କି ଘୃଣା କରାଯିବ।[a] ଏସବୁ ଭବିଷ୍ୟତ ଉପରେ ନିର୍ଭର କରେ। “ଏପରିକି ସେମାନଙ୍କର ପ୍ରେମ ଓ ଘୃଣା ପରମେଶ୍ୱରଙ୍କ ହାତରେ ଅଛି।”
2 ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅଶୌଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରତ୍ୟେକଙ୍କ ପାଇଁ ସବୁକିଛି ସମାନ।
3 ଯାହାସବୁ ସୂର୍ଯ୍ୟ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସେହିପରି ଶେଷ ହୁଏ। ଏବଂ ଲୋକମାନେ ଯେତେବେଳେ ଜୀବିତ ଥା’ନ୍ତି, ସେମାନଙ୍କର ହୃଦୟ ଦୁଷ୍ଟତା ଓ ମୂର୍ଖାମୀରେ ପୁରିଥାଏ। ଏହା ପରେ ସେମାନେ ମୃତ ଲୋକମାନଙ୍କ ପାଖକୁ ଯାଆନ୍ତି। 4 କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧ୍ୟରେ ମିଶ୍ରିତ ତାହାର ଭରସା ଥାଏ।
ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକୁର ମଧ୍ୟ ଭଲ ଅଟେ।
5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ। 6 ଯେପରି ସେମାନଙ୍କର ପ୍ରେମ, ଠିକ୍ ସେହିପରି ସେମାନଙ୍କର ଘୃଣା ଓ ଈର୍ଷା ନଷ୍ଟ ହୁଏ। ଏବଂ ସୂର୍ଯ୍ୟ ତଳେ ଯାହାକିଛି କରାଯାଏ, ତହିଁରେ ଅନନ୍ତକାଳ ସେମାନଙ୍କର କୌଣସି ଅଂଶ ନ ଥାଏ।
ଯେତେବେଳେ ପାର ଜୀବନକୁ ଉପଭୋଗ କର
7 ତୁମ୍ଭେ ଆପଣା ମାର୍ଗରେ ଯାଅ। ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ୱର ତୁମ୍ଭର କାର୍ଯ୍ୟ ଗ୍ରହଣ କରି ସାରିଲେଣି। 8 ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ। 9 ସୂର୍ଯ୍ୟ ତଳେ ସେ ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି। ତୁମ୍ଭର ସେହି ଅସାର ଆୟୁଷର ସେତିକି ଦିନ ଆପଣା ପ୍ରିୟତମ ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ଯ୍ୟତଳେ କରିଥିବା କଠିନ କର୍ମର ଫଳ ଅଟେ। 10 ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।
ଜୀବନ ସୌ-ଭାଗ୍ୟ ନୁହେଁ
11 ମୁଁ ଫେରି ସୂର୍ଯ୍ୟ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ଯୁଦ୍ଧର ବିଜୟ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ। ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ।
12 କାରଣ ମନୁଷ୍ୟ ତା'ର କ’ଣ ହେବାକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ୟଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସେହିପରି ଲୋକମାନେ ଦୈବଦୁର୍ବିପାକର ଶିକାର ହୁଅନ୍ତି।
ଜ୍ଞାନୀର କ୍ଷମତା
13 ମୁଁ ମଧ୍ୟ ସୂର୍ଯ୍ୟ ତଳେ ଏପରି ଜ୍ଞାନ ଦେଖିଅଛି। ଆଉ ତାହା ମୋ’ ଦୃଷ୍ଟିରେ ମହତ ଥିଲା। 14 ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ। 15 ଏପରି ସମୟରେ ତହିଁ ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା। ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା। ତଥାପି ସେହି ଦରିଦ୍ର ଲୋକଙ୍କୁ କେହି ସ୍ମରଣ କଲା ନାହିଁ। 16 ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କହେ କେହି ଶୁଣନ୍ତି ନାହିଁ।
17 ମୂର୍ଖମାନଙ୍କର ଶାସନକାରୀର ଚିତ୍କାର ଅପେକ୍ଷା
ଶାନ୍ତି ପୂର୍ବକ କଥିତ ଜ୍ଞାନୀର ବାକ୍ୟ ଅଧିକ ଶୁଣାଯାଏ।
18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ।
ମାତ୍ର ଜଣେ ପାପୀ ଅନେକ ମଙ୍ଗଳ ନାଶ କରିପାରେ।
10 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।
2 ଜଣେ ଜ୍ଞାନୀର ହୃଦୟ ତାକୁ ଠିକ୍ ପଥରେ ଆଗେଇ ନିଏ, କିନ୍ତୁ ଜଣେ ମୂର୍ଖର ହୃଦୟ ତାକୁ ଭୁଲ୍ ବାଟରେ ଆଗେଇ ନିଏ। 3 ମୁର୍ଖ ପଥରେ ଗମନ କଲାବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ। ପୁଣି ସେ ପ୍ରତ୍ୟେକକୁ କହେ ଯେ ସେ ମୂର୍ଖ।
4 କାରଣ ଜଣେ ଶାସକ ତୁମ୍ଭ ଉପରେ ରାଗିଛନ୍ତି, ସେଥିପାଇଁ ପଳାଇଯାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ୟ ଅତିକ୍ରମ କରିପାରେ। କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।
5 ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଲି। ଏକ ଭୁଲ୍ ଯାହା ଶାସନକର୍ତ୍ତାଠାରୁ ଆସିଥାଏ। 6 ମୂର୍ଖମାନଙ୍କୁ ମହତ୍ତ୍ୱ ପୂର୍ଣ୍ଣ ସ୍ଥାନ ଦିଆଯାଏ, ଯେତେବେଳେ ଧନୀମାନଙ୍କୁ ଗୁରୁତ୍ୱହୀନ କାର୍ଯ୍ୟ ଦିଆଯାଏ। 7 ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପଦଗତିରେ ଗମନ କରିବାର ଦେଖିଅଛି।
ପ୍ରତି କାର୍ଯ୍ୟରେ ବିପଦ ଅଛି
8 ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। 9 ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତା'ଦ୍ୱାରା ଆଘାତ ପାଇବ। ପୁଣି ଯେ କାଠ ଚିରେ, ସେ ତାହା ଦ୍ୱାରା ଆପଦଗ୍ରସ୍ତ ହେବ।
10 କୁହ୍ରାଡ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ୟ କରିଦିଏ।
11 ସର୍ପ ମନ୍ତ୍ର ମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ, ସାପ କେଳାର କୌଶଳ ଅନାବଶ୍ୟକ।
12 ଜ୍ଞାନୀର କଥା ତା’ ପାଇଁ ପ୍ରଶଂସା ଆଣେ
କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
13 ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ମନ୍ଦ ପାଗଳାମୀ ଅଟେ। 14 ମୂର୍ଖ ବହୁ କଥା କହେ। ତଥାପି କ’ଣ ହେବ ମନୁଷ୍ୟ ଜାଣେ ନାହିଁ। ଆଉ ତା'ପରେ କ’ଣ ଘଟିବ, କେହି ତାକୁ ଜଣାଇ ପାରିବ ନାହିଁ।
15 ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ,
କାରଣ କିପରି ନଗରକୁ ଯିବାକୁ ହୁଏ ତାହା ସେ ଜାଣେ ନାହିଁ।
କର୍ମର ମୂଲ୍ୟ
16 ହେ ଦେଖ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତରେ ଭୋଜନ କରନ୍ତି। ତେବେ ଏହା ତୁମ୍ଭ ପ୍ରତି ବହୁତ ଖରାପ। 17 ହେ ଦେଶ, ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ।
18 ଆଳସ୍ୟ ଛାତକୁ ଭୁଷୁଡ଼ାଇ ଦିଏ,
ପୁଣି ଗୃହରେ ଛିଦ୍ର ହୁଏ।
19 ଖୁସୀ ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ଯ୍ୟରେ ଆସେ।
ନିରର୍ଥକ ଗଳ୍ପାକାର
20 ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ୟ ଦିଅ ନାହିଁ। ଆଉ ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ। କାରଣ ଏକ ଛୋଟ ପକ୍ଷୀ ସେହି ବାର୍ତ୍ତା ନେଇଯିବ ଓ ସେ କଥା ଉତ୍ତର ଦେବ।
ଭବିଷ୍ୟତକୁ ସାହସିକତାର ସହକାରେ ସମ୍ମୁଖୀନ କର
11 ତୁମ୍ଭେ ଯେଉଁଠାକୁ ଯାଅ, ଉତ୍ତମ କାର୍ଯ୍ୟ କର। କିଛି ସମୟ ପରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫେରି ଆସିବ।
2 ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।
3 କେତେଗୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହେବ। ଯଦି ମେଘମାଳା ବର୍ଷାବିନ୍ଦୁରେ ପୂର୍ଣ୍ଣ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପୃଥିବୀରେ ପାଣି ଢାଳି ଦେବେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗରେ ପଡ଼େ ତେବେ ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ ରହିବ।
4 ଯଦି ଗୋଟିଏ ଲୋକ ଛୋଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହାହେଲେ ସେ କେବେହେଲେ ଛୋଟ ଗଛ ରୋପଣ କରିବାକୁ ସକ୍ଷମ ହେବ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଗ୍ଭହିଁବ ତେବେ ସେ ଅମଳ କରି ପାରିବ ନାହିଁ।
5 ତୁମ୍ଭେ ବାୟୁର ଗତି ଜାଣି ପାରିବ ନାହିଁ। ଏବଂ ତୁମ୍ଭେ ଜାଣି ପାରିବ ନାହିଁ ମା’ ପେଟରେ ଶିଶୁଟି କିପରି ବଢ଼େ। ଠିକ୍ ସେହିପରି ପରମେଶ୍ୱର କ’ଣ କରନ୍ତି ତୁମ୍ଭେ ଜାଣି ପାରିବ ନାହିଁ। ସେ ପ୍ରତ୍ୟେକ କଥା ଘଟାନ୍ତି।
6 ତୁମ୍ଭେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୀଜ ବୁଣ ଏବଂ ତା'ପରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟାବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ୟାରେ ବୁଣିଥିଲ କିଅବା ପ୍ରାୟ ଉଭୟ ଭଲ ବଢ଼ିବ।
7 ପ୍ରକୃତରେ ଆଲୋକ ସୁଖ ଦାୟକ, ପୁଣି ସୂର୍ଯ୍ୟାଲୋକ ଦେଖିବା ଆଶ୍ଚର୍ଯ୍ୟ ଅଟେ। 8 ତୁମ୍ଭେ ଆପଣା ଜୀବନର ପ୍ରତ୍ୟେକ ଦିନକୁ ଉପଭୋଗ କରିବା ଉଚିତ୍, ତୁମ୍ଭେ ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହୁଛ। କିନ୍ତୁ ମନେରଖ, ନିଶ୍ଚିତରେ ତୁମ୍ଭେମାନେ ମରିବ। ମନେରଖ ଯେ ତୁମ୍ଭେମାନେ ଯେତେଦିନ ବଞ୍ଚିଛ ତା'ଠାରୁ ଅଧିକ ମୃତ ହୋଇ ରହିବ ଏବଂ ତୁମ୍ଭେମାନେ ସେହି ସମସ୍ତ ସମୟ ନିରର୍ଥକ।
ଯୁବାବସ୍ଥାରେ ପରମେଶ୍ୱରଙ୍କର ସେବାକର
9 ହେ ଯୁବକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦୟ ଯାହା କରିବା ପାଇଁ ତୁମ୍ଭକୁ ଆଗେଇ ନେଉଛି, ତାହା କର। ଯାହା ଗ୍ଭହୁଁଛ ତାହା କର। କିନ୍ତୁ ମନେରଖ ଯେ, ତୁମ୍ଭେମାନେ ଯାହାସବୁ କରୁଛ, ପରମେଶ୍ୱର ତା'ର ବିଗ୍ଭର କରିବେ। 10 ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂରରେ ରଖ, କାରଣ ବାଲ୍ୟାବସ୍ଥା ଏବଂ ଯୌବନ ଅର୍ଥହୀନ ଅଟେ।
ବାର୍ଦ୍ଧକ୍ୟ ଅବସ୍ଥାରେ ଅସୁବିଧାସବୁ
12 ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର। ବୃଦ୍ଧାବସ୍ଥା ଓ ଏହାର ଦୂରାବସ୍ଥା ଆସିବା ପୂର୍ବରୁ, ଯେଉଁ ବର୍ଷ ତୁମ୍ଭେ କହିବ “ମୁଁ ଆଉ ଜୀବନକୁ ଉପଭୋଗ କରିବାକୁ ଗ୍ଭହେଁ ନାହିଁ।”
2 ସେ ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବ। ପୁଣି ବୃଷ୍ଟି ପରେ ପୁନର୍ବାର ମେଘ ହେବ।
3 ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ସଂଖ୍ୟକ ହେବାରୁ ନିବୃତ୍ତ ହେବେ। ପୁଣି ସେହିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସେମାନେ ଅନ୍ଧ ହେବେ। 4 ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ।
5 ଆହୁରି ସେମାନେ ଉଚ୍ଚସ୍ଥାନ ବିଷୟରେ ଭୟ କରିବେ ଓ ପଥରେ ତ୍ରାସ ହେବେ। ଆଉ ତୁମ୍ଭର ବାଳ ବାଦାମ ବୃକ୍ଷର ପୁଷ୍ପ ତୁଲ୍ୟ ଧଳା ଗତିରେ ପରିଣତ କରିବ। ତୁମ୍ଭର ଗତି ଝିଣ୍ଟିକାର ଗତି ସଦୃଶ ହେବ ଓ ତୁମ୍ଭେ ତୁମ୍ଭର ବଞ୍ଚିବାର ଇଚ୍ଛା ହରାଇବ। ଏବଂ ତା'ପରେ ତୁମ୍ଭେ ତୁମ୍ଭର ଚିରନିବାସକୁ (କବରକୁ) ଗମନ କରିବ। ଶୋକକାରୀମାନେ ଏକତ୍ରିତ ହୋଇ ତୁମ୍ଭର ମୃତ ଶରୀରକୁ କବର ସ୍ଥାନକୁ ନେବେ।
ମୃତ୍ୟୁ
6 ସେହି ସମୟରେ ରୂପାର ତାର ହୁଗୁଳା ହେବ
ଏବଂ ସୁବର୍ଣ୍ଣ ମାଠିଆ ଭଗ୍ନ ହେବ।
କୂଅରେ ଏକ ପାତ୍ର ଭାଙ୍ଗିବା ପରି
ଏବଂ ଭଗ୍ନ କପି କୂଅରେ ପଡ଼ିଲାପରି।
7 ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା,
ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ।
ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ।
8 ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।
ସମାଧାନ
9 ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ୟାନ କରି ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ସଂଗ୍ରହ କଲେ। 10 ଉପଦେଶକ ସଠିକ୍ ଶବ୍ଦ ଖୋଜିବା ପାଇଁ ଚେଷ୍ଟା କଲେ। ଏବଂ ଯେଉଁ ଶବ୍ଦଗୁଡ଼ିକ ପୁରାପୁରି ସତ୍ୟ ଓ ସିଦ୍ଧ, ସେଗୁଡ଼ିକ ଲେଖିଲେ।
11 ଜ୍ଞନୀମାନଙ୍କର କଥାଗୁଡ଼ିକ ପାଞ୍ଚଣ ତୁଲ୍ୟ ଏବଂ ନୀତିବଚନ ସଂଗ୍ରହକାରୀମାନଙ୍କର ଶବ୍ଦଗୁଡ଼ିକ ମେଷପାଳକମାନଙ୍କର ପାଞ୍ଚଣ ବାଡ଼ିରେ ଥିବା କଣ୍ଟା ତୁଲ୍ୟ। 12 କିନ୍ତୁ ମୋର ପୁତ୍ର, ସେଥିରେ ଯାହା ଯୋଗ କରାଯାଇଛି ତା’ ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ୟଧିକ ପଠନ ତୁମ୍ଭକୁ ଅତ୍ୟନ୍ତ କ୍ଳାନ୍ତ ପ୍ରଦାନ କରିବ।
13 ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ। 14 ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଗ୍ଭରରେ ଆଣିବେ।
2010 by World Bible Translation Center