Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଉପଦେଶକ 1-6

ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର।

ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ?

ପୃଥିବୀ ଚିରକାଳସ୍ଥାୟୀ

ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି।

ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ।

ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।

ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।

କୌଣସି କଥା ନୂଆ ନୁହେଁ

ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ।

10 ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।

11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।

ଜ୍ଞାନ କ’ଣ ଆନନ୍ଦ ଦେଇପାରେ?

12 ମୁଁ ଉପଦେଶକ ଯିରୁଶାଲମରେ ଇସ୍ରାଏଲର ଉପରେ ରାଜା ଥିଲି। 13 ମୁଁ ମନୋଯୋଗ କଲି ଅଧ୍ୟୟନ ପାଇଁ ଏବଂ ଜ୍ଞାନ ଦ୍ୱାରା ସବୁକିଛି ବୁଝିବା ପାଇଁ ଯାହା ସ୍ୱର୍ଗତଳେ ହୁଏ। ଏହି କାର୍ଯ୍ୟ, ଯାହା ପରମେଶ୍ୱର ମନୁଷ୍ୟମାନଙ୍କୁ ଦେଇଛନ୍ତି ବ୍ୟସ୍ତ ରହିବାକୁ ଅତି ଅପ୍ରିତିକର ଅଟେ। 14 ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି। 15 ତୁମ୍ଭେ ଏସବୁ ପରିବର୍ତ୍ତନ କରି ପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାଯାଇ ନ ପାରେ। ଯାହା ସେଠାରେ ନାହିଁ ତୁମ୍ଭେମାନେ ତାହା ଗଣି ପାରିବ ନାହିଁ।

16 ମୁଁ ନିଜକୁ ନିଜେ କହେ, “ମୁଁ ବଡ଼ ଜ୍ଞାନୀ ଯିରୁଶାଲମରେ ମୋ’ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସେମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭବୀ ହୋଇଅଛି?”

17 ତା'ପରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହା ହିଁ ପବନର ପଶ୍ଚା‌‌‌ତ୍‌‌‌ଧାବନ ବୋଲି ମୁଁ ଜାଣିଲି। 18 ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ। ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।

“କୌତୁକ” କ’ଣ ଆନନ୍ଦ ଦେଇପାରେ?

ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ। ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ?

ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ।

କଠିନ ପରିଶ୍ରମ କ’ଣ ସୁଖ ଦେଇପାରେ?

ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି। ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। ମୁଁ ଦାସଦାସୀମାନଙ୍କୁ କ୍ରୟ କଲି ଓ ମୋର ଦାସଗଣ ଥିଲେ, ଯେଉଁମାନେ ମୋ’ ଘରେ ଜନ୍ମ ହୋଇଥିଲେ ଓ ଆହୁରି ମୋ’ ପୂର୍ବେ ଯିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋର ଗୋମେଷାଦି ପଲ ଅଧିକ ଥିଲା।

ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି।

ଏହିପରି ମୋ’ ପୂର୍ବେ ଯିରୁଶାଲମରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହେଲି। ମୋର ଜ୍ଞାନ ଏହିସବୁରେ ମୋତେ ସାହାଯ୍ୟ କଲା। 10 ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।

11 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।

ଏହାର ଉତ୍ତର ଜ୍ଞାନ ହୋଇପାରେ

12 ରାଜା ଯାହା କରି ପାରିବ ଅନ୍ୟ କେହି ଏପରି କରି ପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଗ୍ଭହୁଁଛ ବହୁତ ରାଜା ତାହା କରି ସାରିଛନ୍ତି। ତା'ପରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷୟରେ ଭାବିବାକୁ ଲାଗିଲି। 13 ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ। 14 ଜ୍ଞାନବାନ ବ୍ୟକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ୟକ୍ତି ଅନ୍ଧକାରରେ ଗମନ କରେ।

କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷରେ ଉଭୟ ମୃତ୍ୟୁବରଣ କରନ୍ତି। 15 ତେଣୁ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।” 16 ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?

ଜୀବନରେ କ’ଣ ବାସ୍ତବରେ ଖୁସୀ ଅଛି?

17 ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ଯ୍ୟତଳେ ସମସ୍ତ ବିଷୟ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।

18 ସୂର୍ଯ୍ୟତଳେ ମୁଁ ଯହିଁରେ ପରିଶ୍ରାନ୍ତ ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମୋର ଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ଯିବାକୁ ହେବ। 19 କେହି ଜଣେ ସବୁକିଛି ନିୟନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନରେ ମୁଁ ଜ୍ଞାନ ବଳରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହେବ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ୟ ଅସାର ଅଟେ।

20 ତେଣୁ ସୂର୍ଯ୍ୟ ତଳେ ମୁଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହେଲି, ସେ ସବୁ ବିଷୟରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି। 21 କାରଣ ଜଣେ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ୟକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ଯିବ। ଏ ମଧ୍ୟ ଅସାର ଏବଂ ପବନକୁ ଧରିବା ପରି।

22 ସୂର୍ଯ୍ୟ ତଳେ ଜଣେ ମନୁଷ୍ୟ ପରିଶ୍ରମ କରି ଓ ହୃଦୟକୁ ଦୁଃଖ ଦେଇ କ’ଣ ପାଏ? 23 କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପ ଜନକ ଅଟେ। ରାତ୍ରିରେ ହିଁ ତା'ର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।

24-25 ଏପରି କେହି ଅଛି କି ଯିଏକି ମୋ'ଠାରୁ ସୁଖୀ ହେବା ପାଇଁ ଅଧିକ ଚେଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା, ପିଇବା, ଏବଂ କରିଥିବା କାର୍ଯ୍ୟକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ୱରଙ୍କଠାରୁ ଆସେ। 26 ପରମେଶ୍ୱର ଯାହା ପ୍ରତି ତୁଷ୍ଟ ହୁଅନ୍ତି, ପରମେଶ୍ୱର ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି। ମାତ୍ର ପାପୀକୁ ପରମେଶ୍ୱର ସଂଗ୍ରହ କରିବାର ଓ ଗଚ୍ଛିତ କରିବାର ଦାୟିତ୍ୱ ଦିଅନ୍ତି, ଯେଉଁସବୁକୁ ସେ ପ୍ରସନ୍ନ ଥିବା ଲୋକମାନଙ୍କୁ ହିଁ ଦିଅନ୍ତି। ଏହା ହିଁ ଅସାର ଓ ଏହା ବାୟୁକୁ ଧରିବା ପରି।

ଗୋଟିଏ ସମୟ ଅଛି

ପ୍ରତ୍ୟେକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ୱର୍ଗ ତଳେ ପ୍ରତ୍ୟେକ ଯୋଜନା ଠିକ୍ ସମୟରେ ଘଟିବ।

ଜନ୍ମ ହେବାର ଏକ ସମୟ ଅଛି,
    ଏବଂ ମରିବା ପାଇଁ ମଧ୍ୟ ଏକ ସମୟ ଅଛି।
ବୃକ୍ଷ ରୋପଣ ପାଇଁ ସମୟ ଅଛି,
    ବୃକ୍ଷ ଉପାଡ଼ିବା ପାଇଁ ମଧ୍ୟ ଏକ ସମୟ ଅଛି।
ବଧ କରିବାର ସମୟ ଅଛି
    ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି।
ଧ୍ୱଂସ କରିବାର ସମୟ ଅଛି
    ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି।
କାନ୍ଦିବା ପାଇଁ ଏକ ସମୟ ଅଛି
    ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି।
ବିଳାପ ପାଇଁ ସମୟ ଅଛି
    ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି।
ପ୍ରସ୍ତର ପକାଇବାର ସମୟ ଅଛି
    ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ୟ ସମୟ ଅଛି।
ଆଲିଙ୍ଗନ ପାଇଁ ସମୟ ଅଛି
    ଓ ଆଲିଙ୍ଗନରୁ ନିବୃତ୍ତ ହେବାର ମଧ୍ୟ ସମୟ ଅଛି।
ଅନ୍ୱେଷଣ କରିବାର ସମୟ ଅଛି
    ଓ ହଜାଇବାର ମଧ୍ୟ ସମୟ ଅଛି।
ରହିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି।
    ରଖିବାର ସମୟ ଅଛି ଓ ପକାଇବାର ମଧ୍ୟ ସମୟ ଅଛି।
ଚିରିବାର ସମୟ ଅଛି
    ଓ ସିଲେଇ କରିବାର ମଧ୍ୟ ସମୟ ଅଛି।
ନୀରବ ରହିବାର ସମୟ ଅଛି
    ଓ କଥା କହିବାର ମଧ୍ୟ ସମୟ ଅଛି।
ପ୍ରେମ କରିବାର ସମୟ ଅଛି
    ଓ ଘୃଣା କରିବାର ମଧ୍ୟ ସମୟ ଅଛି।
ଯୁଦ୍ଧର ସମୟ ଅଛି
    ଓ ଶାନ୍ତିର ମଧ୍ୟ ସମୟ ଅଛି।

ପରମେଶ୍ୱର ତାଙ୍କ ସଂସାରକୁ ନିୟନ୍ତ୍ରଣ କଲେ

ଜଣେ ବ୍ୟକ୍ତି ତା'ର ସମସ୍ତ ପରିଶ୍ରମରୁ କ’ଣ ଲାଭ ପାଏ? 10 ମୁଁ ଦେଖିଲି, ସମସ୍ତ କଠିନ କାର୍ଯ୍ୟ ପରମେଶ୍ୱର ଆମ୍ଭମାନଙ୍କୁ କରିବାକୁ ଦେଇଥିଲେ। 11 ପରମେଶ୍ୱର ଏହା ଠିକ୍ ସମୟରେ ପ୍ରତ୍ୟେକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ୟ ଲୋକମାନଙ୍କ ମନରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସେମାନେ କେବେହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରତ୍ୟେକ ଜିନିଷ ପରମେଶ୍ୱର କରିଅଛନ୍ତି।

12 ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନେ ଖୁସୀ ରହିବା ଓ ସେମାନେ ନିଜକୁ ଉପଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ। 13 ଯଦି ଜଣେ ବ୍ୟକ୍ତି ଖାଦ୍ୟ, ପାନୀୟ ଓ ଉତ୍ତମ ଦ୍ରବ୍ୟ ତା’ ପରିଶ୍ରମ ବଳରେ ଉପଭୋଗ କରି ପାରିଲା, ତେବେ ତାହା ପରମେଶ୍ୱରଙ୍କଠାରୁ ଉପହାର।

14 ମୁଁ ଜାଣେ ଯେ, ପରମେଶ୍ୱର ଯାହାକିଛି କରନ୍ତି, ତାହା ଅନନ୍ତକାଳସ୍ଥାୟୀ, ତାହା ବୃଦ୍ଧି ବା ହ୍ରାସ କରାଯାଇ ନ ପାରେ। ପରମେଶ୍ୱର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦେବେ। 15 ଯାହାସବୁ ଏଠାରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ୱର ସେସବୁ ଜିନିଷ ଖୋଜନ୍ତି ତାହା ଅତୀତ ହୋଇଛି।

16 ପୁଣି ଥରେ ମୁଁ ସୂର୍ଯ୍ୟ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ୟାୟ ସ୍ଥାନରେ, ଦୁଷ୍ଟତା ସେଠାରେ ଥିଲା, ଏବଂ ଯେଉଁଠାରେ ଧାର୍ମିକତା ରହିବା ଉଚିତ୍ ଥିଲା, ସେଠାରେ ଜଣେ ଦୁରାଗ୍ଭର ଥିଲା। 17 ମୁଁ ମନେ ମନେ କହିଲି: “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଗ୍ଭର କରିବେ। କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି।”

ଲୋକମାନେ କ’ଣ ପଶୁମାନଙ୍କ ପରି ଅଟନ୍ତି?

18 ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷୟରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, “ପରମେଶ୍ୱର ସେମାନଙ୍କୁ ଦେଖାଇ ଦେବାକୁ ଗ୍ଭହାନ୍ତି ଯେ, ସେମାନେ ପଶୁ ତୁଲ୍ୟ। 19 ଜଣେ ମନୁଷ୍ୟ ପଶୁଠାରୁ କ’ଣ ଉତ୍ତମ? ନାଁ! କାରଣ ମନୁଷ୍ୟ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ୟ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ‘ପ୍ରାଣବାୟୁ’ ଏକାପରି। କ’ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ୟ ମଧ୍ୟରେ କୌଣସି ଉନ୍ନତି ଅଛି କି? ପ୍ରତ୍ୟେକ ଜିନିଷ ଅବଶ୍ୟ ଅର୍ଥହୀନ। 20 ମୃତ ମନୁଷ୍ୟ ଓ ପଶୁର ଶରୀର ଏକା ପ୍ରକାରରେ ବିନାଶ ହୁଏ। ସେମାନେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀରେ ମିଶିଗଲେ। 21 ମନୁଷ୍ୟର ଆତ୍ମା ସ୍ୱର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷୟରେ କହି ପାରିବ?”

22 ସେଥିପାଇଁ ମୁଁ ଦେଖିଲି ଯେ, କେବଳ ନିଜ ସ୍ୱକର୍ମରେ ଆନନ୍ଦ କରିବା ବ୍ୟତୀତ ମନୁଷ୍ୟ ନିମନ୍ତେ ଅନ୍ୟ କିଛି ଭଲ ନୁହେଁ। କାରଣ ଏହା ହିଁ ତା'ର ଅଧିକାର। ଆଉ ଏହା ପରେ ଯାହା ଘଟିବ ତାହାକୁ ଦେଖିବା ପାଇଁ ତାହାକୁ କିଏ ଫେରାଇ ଆଣିପାରିବ?

ମରିଯିବାଟା କ’ଣ ଭଲ?

ପୁନ୍ନରାୟ ବହୁତ ଲୋକ ଅତ୍ୟାଗ୍ଭରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ମଧ୍ୟ ନ ଥିଲେ। କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ୟ ମୁଁ ଦେଖିଲି। ସେମାନଙ୍କ ଦ୍ୱାରା ଆହତ ଲୋକମାନଙ୍କୁ କେହି ସାନ୍ତ୍ୱନା ଦେବାକୁ ନ ଥିଲେ। ମୁଁ ନିଷ୍ପତ୍ତି ନେଲି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ୟବାନ୍। ଏବଂ ଯିଏ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ, ସେ ଅନ୍ୟତର ସେମାନଙ୍କଠାରୁ ଭଲରେ ଅଛି, ଯେହେତୁ ସେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।

କାହିଁକି କାର୍ଯ୍ୟ କଠିନ ଅଟେ?

ଏହା ପରେ ମୁଁ ଭାବିଲି, “କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି?” ମୁଁ ଦେଖିଲି ଲୋକମାନେ ଜୀବନରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସେମାନେ କେବେ ଗ୍ଭହାନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ୟ ଅଟେ।

କିଛି ଲୋକ କହନ୍ତି, “ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତେବେ ତୁମେ ଉପବାସରେ ମୃତ୍ୟୁ ଭୋଗ କରିବ।” ସଂଘର୍ଷ କରି ଦୁଇ ହାତ ପୂର୍ଣ୍ଣକର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।

ଏହା ପରେ ମୁଁ ପୁନ୍ନରାୟ ସୂର୍ଯ୍ୟ ତଳେ ଅସାର ଦେଖିଲି। ଯଦି କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ।

ବନ୍ଧୁ ଓ ପରିବାର ଶକ୍ତି ଯୋଗାନ୍ତି

ଏକ ଜଣରୁ ଦୁଇଜଣ ଭଲ। କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।

10 ଯଦି ଜଣେ ବ୍ୟକ୍ତି ପଡ଼ିଯାଏ, ତେବେ ତା'ର ସାଙ୍ଗ ତାକୁ ଉଠାଇବାକୁ ସାହାଯ୍ୟ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କେହି ସେଠାରେ ନ ଥାଏ।

11 ଆହୁରି ଦୁଇଜଣ ଏକତ୍ର ଶୟନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହୋଇ ପାରିବ।

12 ଯେକେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିଯାଏ ନାହିଁ।

ଲୋକ, ରାଜନୀତି ଏବଂ ଖ୍ୟାତି

13 ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଗ୍ଭହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ଯୁବା ଲୋକ ଭଲ। 14 କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା। ଆହୁରି ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମିଥିଲା। 15 ମୁଁ ଦେଖି ପାରୁଛି ଯେ, ପୃଥିବୀରେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ଯାତାୟାତ କରୁଛନ୍ତି, ସେମାନେ ପରବର୍ତ୍ତୀ ଯୁବକକୁ ଅନୁସରଣ କଲେ, ଯିଏ କି ତା'ର ସାଙ୍ଗ, ତାଙ୍କର ସ୍ଥାନ ନେବେ। 16 ଅସଂଖ୍ୟ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପରେ ଆସିବେ ସେମାନେ ସେହି ପ୍ରଥମ ଜ୍ଞାନୀ ଯୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ୟ ଅସାର ଓ ପବନର ପଶ୍ଚା‌‌‌ତ୍‌‌‌ଗମନ କଲା ପରି।

ପ୍ରତିଜ୍ଞା କରିବା ସମୟରେ ସାବଧାନତା

ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି। ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।

ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ,
    ଏବଂ ଜଣେ ମୂର୍ଖ ବହୁତ କହେ।

ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର। ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ। ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ। ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।

ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ

କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି। ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି।

ସମ୍ପତ୍ତି ସୁଖ କିଣି ପାରିବ ନାହିଁ

10 ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା'ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ।

11 ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା'ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ।

12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।

13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। 14 ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା'ର କିଛି ନ ଥାଏ।

15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ। 16 ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?” 17 ସେ ବିଷାଦରେ ତା'ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପୀଡ଼ିତ ଓ କ୍ରୋଧିତ ହୁଏ।

ଜୀବନର କର୍ମରୁ ଆନନ୍ଦ କର

18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା'ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା'ର ସବୁକିଛି।

19 ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ। 20 ସତ୍ୟରେ, ଜଣେ ବ୍ୟକ୍ତି ତା'ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି।

ସମ୍ପଦ କେବେ ସୁଖ ଆଣିପାରିବ ନାହିଁ

ମୁଁ ସୂର୍ଯ୍ୟ ତଳେ ଏକ ଦୁଃଖର ବିଷୟ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପରେ କଠିନ ଗ୍ଭପ ପକାଏ। ପରମେଶ୍ୱର କେତେକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସେହି ବ୍ୟକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ୱର ସେହି ବ୍ୟକ୍ତିକୁ ଏସବୁ ଉପଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳରେ ଅନ୍ୟ ଜଣେ ଏହା ଉପଭୋଗ କରେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ୟାଧି ସ୍ୱରୂପ ଅଟେ।

ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ। ସେହିପରି ଶିଶୁଟି ଘନ କୁହୁଡ଼ିରେ ଆଚ୍ଛାଦନ ହୋଇ ଆସେ ଏବଂ ଅନ୍ଧାରରେ ଏଇ ପୃଥିବୀରୁ ଗ୍ଭଲିଯାଏ, ଏବଂ ସେହି ଅନ୍ଧାର ଏହାର ନାମକୁ ମଧ୍ୟ ଲୁଗ୍ଭଇ ଦିଏ। ସେ ସୂର୍ଯ୍ୟ ଦେଖି ନାହିଁ କି ସେ ବିଷୟରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ। ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି?

ମନୁଷ୍ୟ ତା'ର ନିଜ ପେଟ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ହୁଏ ନାହିଁ କାହିଁକି? ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ? ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ।

10 ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହୋଇଅଛି। ଏବଂ ଯେଉଁ ପଥରେ ମନୁଷ୍ୟ ସମାଜ ଗ୍ଭଲେ ତାହା ପରମେଶ୍ୱର ଜାଣନ୍ତି। ଆଉ ଯିଏ ସେମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ଯୁକ୍ତି କରି ସେମାନେ କେବେ ଜିତି ପାରିବେ ନାହିଁ। 11 ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ?

12 କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ?

Odia Holy Bible: Easy-to-Read Version (ERV-OR)

2010 by World Bible Translation Center