Chronological
ଶଲୋମନ ଓ ହୀରମ୍
5 ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦଙ୍କ ପରେ ଶଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। 2 ଶଲୋମନ ହୀରମ୍ ନିକଟକୁ ଏହିକଥା କହି ପଠାଇଲେ,
3 “ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ। 4 ମାତ୍ର ଏବେ ସଦାପ୍ରଭୁ ମୋର ପରମେଶ୍ୱର ଚତୁର୍ଦ୍ଦିଗରେ ଶାନ୍ତି ଦେଇ ଅଛନ୍ତି। ବର୍ତ୍ତମାନ ମୋର ଶତ୍ରୁ କେହି ନାହାନ୍ତି କି ବିପଦର ଆଶଙ୍କା ନାହିଁ।
5 “ସଦାପ୍ରଭୁ ମୋର ପିତା ଦାଉଦଙ୍କୁ ଶପଥ କରିଥିଲେ, ‘ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭ ପୁତ୍ରକୁ ସିଂହାସନରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।’ ମୁଁ ବର୍ତ୍ତମାନ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଅଛି। 6 ତେଣୁ ଏବେ ମୋ’ ପାଇଁ ଲିବାନୋନ୍ରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମୋର ଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗରେ ଥିବେ; ପୁଣି ଆପଣଙ୍କ କହିବାନୁସାରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦେବି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”
7 ଯେତେବେଳେ ହୀରମ୍ ଏହିକଥା ଶୁଣିଲେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଓ କହିଲେ, “ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି ଯେ, ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦେଇଛନ୍ତି।” 8 ତା'ପରେ ହୀରମ୍ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ।
ରାଜା ଶଲୋମନ ଯାହା ଆଶା କରନ୍ତି, “ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦେବଦାରୁ କାଠ ଦେବା ପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।” 9 ମୋର ଲୋକମାନେ ଲିବାନୋନ୍ଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନରେ ମୁଁ ସମୁଦ୍ର ପଥରେ ଭେଳାବାନ୍ଧି ପଠାଇ ସେଠାରେ ଫିଟାଇ ଦେବି, ସେଠାରୁ ଆପଣ ନେଇଯିବେ। ଏବଂ ମୋର ରାଜକୀୟ ପ୍ରାସାଦକୁ ଖାଦ୍ୟ ପଠାଇ ମୋ’ ପ୍ରତି ଅନୁକମ୍ପା କରିବେ।”
10-11 ତେଣୁ ହୀରମ୍ ଶଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ୍ କାଠ ଦେଲେ। ଯାହା ସେ ଦରକାର କଲେ। ଶଲୋମନ ଏହି ସେବା ବଦଳରେ 20,000 ମହଣ ଗହମ ଓ 20,000 ମହଣ ଅଲିଭ ତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ୟରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।
12 ପୁଣି ସଦାପ୍ରଭୁ ପ୍ରତିଜ୍ଞାନୁସାରେ ଶଲୋମନକୁ ଜ୍ଞାନ ଦେଲେ ଆଉ ହୀରମ୍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ହେଲା ଓ ସେ ଦୁହେଁ ପରସ୍ପର ଚୁକ୍ତି କଲେ।
13 ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ୟ କଲେ। 14 ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋନ୍ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ। 15 ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ। 16 ଏହା ଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ 3,300 ଲୋକ ପ୍ରଧାନ କାର୍ଯ୍ୟଧ୍ୟକ୍ଷ ନିଯୁକ୍ତି ହେଲେ। 17 ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ଼ ପଥର କାଟିବା ପାଇଁ ସେମାନଙ୍କୁ ଆଦେଶ ଦେଲେ। 18 ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
ଶଲୋମନ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ
6 ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା। 2 ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। 3 ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା। 4 ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା। 5 ଶଲୋମନ ମନ୍ଦିରର ମୂଖ୍ୟ ପାର୍ଶ୍ୱରେ ଏକ ଧାଡ଼ିରେ କୋଠରୀ ନିର୍ମାଣ କଲେ। ଏହି କୋଠରୀଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସେହି ଧାଡ଼ିର କୋଠରୀଗୁଡ଼ିକ ତିନି ମହଲା ଉଚ୍ଚ ଥିଲା। 6 କୋଠରୀଗୁଡ଼ିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସେଗୁଡ଼ିକର କଢ଼ିକାଠଗୁଡ଼ିକ କାନ୍ଥ ଭିତରକୁ ଲାଗି ନ ଥିଲା। ସେହି ମନ୍ଦିରର କାନ୍ଥଟି ଉପରକୁ ସରୁ ହୋଇ ଯାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡ଼ିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କୋଠରୀଗୁଡ଼ିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କୋଠରୀଗୁଡ଼ିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ୱିତୀୟ ମହଲାର କୋଠରୀଗୁଡ଼ିକ ସାତ ହାତ ବିଶିଷ୍ଟ ଥିଲା। 7 ସେହି ଗୃହର କାନ୍ଥ ନିର୍ମାଣରେ ବୃହତ୍ ପ୍ରସ୍ତରମାନ ବ୍ୟବହୃତ ହୋଇଥିଲା। ବ୍ୟବହୃତ ପ୍ରସ୍ତରଗୁଡ଼ିକ ଖଣିରେ କଟାଯାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡ଼ି କିମ୍ବା କଟାଳୀ ଆଦି ଶବ୍ଦ ଶୁଣା ଯାଉ ନ ଥିଲା।
8 ତଳ କୋଠରୀଗୁଡ଼ିକର ପ୍ରବେଶ ପଥ ଦକ୍ଷିଣ ଦିଗରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦେଇ ମଧ୍ୟମ ଚଟାଣର କୋଠରୀଗୁଡ଼ିକୁ ଓ ତୃତୀୟ ଚଟାଣର କୋଠରୀଗୁଡ଼ିକୁ ଯାଉଥିଲେ।
9 ଏହିପରି ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ ଓ ଏରସ କାଠର କଡ଼ି ଓ ପଟାଦ୍ୱାରା ମନ୍ଦିରକୁ ଆଚ୍ଛାଦନ କଲେ। 10 ସେ ମଧ୍ୟ ମନ୍ଦିର ଗ୍ଭରିପଟେ କୋଠରୀ ନିର୍ମାଣର କାର୍ଯ୍ୟ ଶେଷ କଲେ। ପ୍ରତ୍ୟେକ ମହଲାର ଉଚ୍ଚତା ପାଞ୍ଚ ହାତ ଥିଲା। ଏରସ କାଠର କଡ଼ିକାଠଗୁଡ଼ିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଶଲୋମନଙ୍କ ନିକଟରେ ଉପସ୍ଥିତ ହେଲା। 12 “ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହେବ, ଆମ୍ଭର ସମସ୍ତ ବ୍ୟବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଗ୍ଭଲିବ ତେବେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସେହି ବାକ୍ୟ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ। 13 ଇସ୍ରାଏଲର ସନ୍ତାନଗଣ ମଧ୍ୟରେ ଆମ୍ଭେ ମନ୍ଦିରରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣା ଇସ୍ରାଏଲର ଲୋକମାନଙ୍କୁ ପରିତ୍ୟାଗ କରିବା ନାହିାଁ”
14 ଏହିରୂପେ ଶଲୋମନ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ। 15 ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡ଼ିକ ଏରସ କାଠର ପଟାରେ ଆଚ୍ଛାଦିତ ହୋଇଥିଲା। ଗୋଟିଏ ବି ପଥର ଦେଖାଗଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦନ କରାଗଲା। 16 ସେହି ମନ୍ଦିରର ପଶ୍ଚାତ୍ଭାଗରେ ଭିତରକୁ କୋଡ଼ିଏ ହାତ ଦୈର୍ଘ୍ୟର ଏକ କୋଠରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ହେଲା। ଏହି କୋଠରୀଟି ମହାପବିତ୍ର ସ୍ଥାନ ନାମରେ କଥିତ ହେଲା। 17 ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କୋଠରୀ ମନ୍ଦିରର ମୁଖ୍ୟ ଅଂଶ ଥିଲା ଓ ଏହା ଗ୍ଭଳିଶ୍ ହାତ ଲମ୍ବ ଥିଲା। 18 ସେହି ଗୃହର କାନ୍ଥଗୁଡ଼ିକ ଏରସ କାଠର କଳିକାରେ ଆଚ୍ଛାଦିତ ହେଲା ଓ ପଥର ଦେଖାଗଲା ନାହିଁ। ସେହି କାନ୍ଥଗୁଡ଼ିକୁ ଆଚ୍ଛାଦନ କରିଥିବା ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।
19 ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗରେ ଏକ କୋଠରୀ ପ୍ରସ୍ତୁତ କଲେ। 20 ଏହି ଗର୍ଭାଗାରଟି କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ଚଉଡ଼ା ଓ କୋଡ଼ିଏ ହାତ ଉଚ୍ଚ ଥିଲା। 21 ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଏହି କୋଠରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖରେ ଏକ ଧୂପବେଦି ନିର୍ମାଣ କଲେ। ଏହି ବେଦିଟି ଏହି କୋଠରୀ ସମ୍ମୁଖରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡ଼ାଇଲେ। କିରୁବଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସେହି ଗର୍ଭାଗାରରେ ରହିଲା ଓ ସେଗୁଡ଼ିକ ମଧ୍ୟ ସୁବର୍ଣ୍ଣ ମଣ୍ତିତ ହେଲା। 22 ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବେଦି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହେଲା।
23 ବଢ଼େଇମାନେ ଜୀତ କାଠରେ ଦଶ ହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବଦୂତଗଣ ନିର୍ମାଣ କଲେ ଓ ସେହି ପକ୍ଷବିଶିଷ୍ଟ କିରୁବଦୂତ ଦୁଇଟିକୁ ସେହି ମହାପବିତ୍ର ସ୍ଥାନରେ ସ୍ଥାପନ କଲେ। 24-26 ଉଭୟ କିରୁବଦୂତ ଏକା ପରି ଥିଲେ। ପ୍ରତ୍ୟେକ କିରୁବଦୂତଙ୍କର ଦୁଇଟି ଲେଖାଏଁ ପକ୍ଷ ଥିଲା। ପ୍ରତ୍ୟେକ ପକ୍ଷ ପାଞ୍ଚ ହାତ ଲମ୍ବ ଥିଲା ଓ ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଦୂରତା ଥିଲା। 27 ସେହି କିରୁବଦ୍ୱୟ ଗର୍ଭାଗାର ମଧ୍ୟରେ ରଖାଯାଇଥିଲା। ସେହି କିରୁବଦ୍ୱୟର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧ୍ୟରେ ସେମାନଙ୍କର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା। 28 ସେହି କିରୁବ ଦୁଇଟି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲେ।
29 ମୂଖ୍ୟ କୋଠରୀର ଓ ଭିତର କୋଠରୀର କାନ୍ଥଗୁଡ଼ିକ ଗ୍ଭରିପାଖରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖୋଦିତ ହୋଇଥିଲା। 30 ଉଭୟ କୋଠରୀର ଚଟାଣ ମଧ୍ୟ ସୁବର୍ଣ୍ଣରେ ଆବୃତ ହୋଇଥିଲା।
31 ମହାପବିତ୍ର ସ୍ଥାନର କବାଟ ଜୀତ କାଠରେ ନିର୍ମିତ ହୋଇଥିଲା, ଦୁଆରବନ୍ଧଟିର ପାଞ୍ଚୋଟି ପାଖ[a] ଥିଲା। 32 ଏହିରୂପେ ସେ ଜୀତ କାଠରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ୍ଣରେ ମଣ୍ତନ କଲେ।
33 ମୁଖ୍ୟ କୋଠରୀର ପ୍ରବେଶ ଦ୍ୱାରରେ ଜୀତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା। 34 ତତ୍ପରେ ସେ ଦେବଦାରୁ କାଠରେ ଦୁଇଟି କବାଟ କଲେ। 35 ପ୍ରତ୍ୟେକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦିତ ହୋଇଥିଲା ଓ ସେହି ଖୋଦିତ ଆକୃତିଗୁଡ଼ିକୁ ସୁବର୍ଣ୍ଣରେ ମଣ୍ତନ କରାଗଲା।
36 ତା'ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରତ୍ୟେକ କାନ୍ଥ ତିନି ଧାଡ଼ି କଟା ପଥରରେ ଓ ଏକଧାଡ଼ି ଏରସ କାଠର କଡ଼ିରେ କରାଗଲା।
37 ଶଲୋମନଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଓ ବର୍ଷର ଦ୍ୱିତୀୟ ମାସ ସିବ୍ ମାସରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା। 38 ପୁଣି ତାଙ୍କ ରାଜତ୍ୱର ଏକାଦଶ ବର୍ଷରେ, ବୂଲ ନାମକ ବର୍ଷର ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।
ମନ୍ଦିର ଓ ପ୍ରାସାଦ ନିର୍ମାଣ ନିମନ୍ତେ ଶଲୋମନଙ୍କ ଯୋଜନା
2 ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ୟ ନିଜ ନିମନ୍ତେ ଏକ ରାଜକୀୟ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ। 2 ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ଯ୍ୟ କରିବା ନିମନ୍ତେ 3,600 ତଦାରଖକାରୀଙ୍କୁ ମନୋନୀତ କଲେ।
3 ଏହା ପରେ ଶଲୋମନ, ହୂରମ୍ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ।
ଶଲୋମନ କହିଲେ, “ମୋର ବାପା ଦାଉଦଙ୍କୁ ସାହାଯ୍ୟ କଲାପରି ମୋତେ ମଧ୍ୟ ସାହାଯ୍ୟ କର। ତୁମ୍ଭେ ଦେବଦାରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରି ପାରନ୍ତି। 4 ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।
5 “ଆମ୍ଭର ପରମେଶ୍ୱର ଅନ୍ୟ ସମସ୍ତ ଦେବତାଗଣ ଅପେକ୍ଷା ମହାନ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି। 6 ବାସ୍ତବରେ କୌଣସି ବ୍ୟକ୍ତି ଆମ୍ଭର ପରମେଶ୍ୱରଙ୍କୁ ଭିତରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରି ପାରିବ ନାହିଁ। ଏପରିକି ସ୍ୱର୍ଗ ବା ସର୍ବୋଚ୍ଚ ସ୍ୱର୍ଗ ମଧ୍ୟ ତାଙ୍କୁ ଧାରଣ କରି ପାରିବ ନାହିଁ। ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରି ପାରିବି ନାହିଁ। କେବଳ ତାଙ୍କଠାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପାରେ।
7 “ବର୍ତ୍ତମାନ, ଆପଣ ମୋ’ ନିକଟକୁ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଓ ଲୌହ କର୍ମରେ ପାରଦର୍ଶୀ ଏକ ବ୍ୟକ୍ତିକୁ ପଠାଇବାକୁ ମୁଁ ଗ୍ଭହେଁ। ସେହି ବ୍ୟକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗାରେ କାର୍ଯ୍ୟ କରିପାରୁଥିବା ଆବଶ୍ୟକ। ମୋର ବାପାଙ୍କ ଦ୍ୱାରା ମନୋନୀତ କାରିଗରମାନଙ୍କ ସହ ସେହି ବ୍ୟକ୍ତି ଯିହୁଦା ଏବଂ ଯିରୁଶାଲମରେ କାର୍ଯ୍ୟ କରିବ। 8 ଆହୁରି ମଧ୍ୟ ଲିବାନୋନ୍ରୁ ମୋ’ ନିକଟକୁ ଦେବଦାରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବାରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମୋର ଦାସମାନେ, ତୁମ୍ଭର ଦାସମାନଙ୍କୁ ସାହାଯ୍ୟ କରିବେ। 9 ମୁଁ ବହୁତ ପରିମାଣର କାଠ ଆବଶ୍ୟକ କରେ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ହେବ। 10 କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ୟ ଦେଇପାରେ। ମୁଁ ସେମାନଙ୍କ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।”
11 ତା'ପରେ ସୋରର ରାଜା ହୂରମ୍, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତା ଥିଲା:
“ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।” 12 ହୂରମ୍ ଆହୁରି ମଧ୍ୟ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କର। ସେ ସ୍ୱର୍ଗ ଓ ମର୍ତ୍ତ୍ୟ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସେହି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରୁଛନ୍ତି। 13 ମୁଁ ମୋର ବାପାଙ୍କ କାରିଗରମାନଙ୍କ ମଧ୍ୟରୁ ଜଣକୁ ତୁମ୍ଭ ନିକଟକୁ ପଠାଇବି। 14 ତାଙ୍କର ମା’ ଦାନ୍ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ଯ୍ୟ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରି ପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ଯ୍ୟ କରିବେ।
15 “ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି, ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦେବାକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ୟସବୁ ମୋର ଦାସମାନଙ୍କୁ ଦିଅ। 16 ଆଉ ଆମ୍ଭେ ଲିବାନୋନ୍ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଗ୍ଭହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦେଇ କାଠ ଭେଳାରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା'ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ଯିରୁଶାଲମକୁ ନେଇଯିବ।”
17 ଏହା ପରେ ଇସ୍ରାଏଲ ଦେଶରେ ରହୁଥିବା ପ୍ରତ୍ୟେକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାଯାଇଥିଲା। ସେମାନେ ଦେଶରେ 153,600 ବିଦେଶୀଙ୍କୁ ପାଇଲେ। 18 ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3,600 ବିଦେଶୀ ଲୋକଙ୍କୁ କାର୍ଯ୍ୟ କରାଇବା ନିମନ୍ତେ ପର୍ଯ୍ୟବେକ୍ଷକ ରୂପେ ବାଛିଲେ।
ଶଲୋମନ ମନ୍ଦିର ନିର୍ମାଣ କରନ୍ତି
3 ଯିରୁଶାଲମର ମୋରିୟା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହି ମୋରିୟା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହୋଇଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସେହି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସେହି ସ୍ଥାନଟି ଯିବୂଷୀୟ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା। 2 ଶଲୋମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ଦ୍ୱିତୀୟ ମାସରେ ସେ କାର୍ଯ୍ୟ ଆରମ୍ଭ କଲେ।
3 ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ୟବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନେଲାବେଳକୁ ପୁରୁଣା ମାପର ବ୍ୟବହାର କରିଥିଲେ। 4 ମନ୍ଦିରର ସମ୍ମୁଖ ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସମ୍ମୁଖ ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଢାଙ୍କି ଥିଲେ। 5 ବଡ଼ କୋଠରୀର କାନ୍ଥରେ ଶଲୋମନ ଦେବଦାରୁ କାଠର ଆସ୍ତରଣ ଦେଇ ତା’ ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥିରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ। 6 ସୌନ୍ଦର୍ଯ୍ୟତା ନିମନ୍ତେ ମନ୍ଦିରରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ୟବହାର କରୁଥିଲେ, ସେଗୁଡ଼ିକ ପର୍ବୟିମ ଦେଶରୁ ଆସିଥିଲା। 7 କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ୱାରସବୁ ଶଲୋମନ ସୁବର୍ଣ୍ଣରେ ଆଚ୍ଛାଦନ କଲେ। କାନ୍ଥରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ।
8 ଏହା ପରେ ଶଲୋମନ ମହାପବିତ୍ର ସ୍ଥାନ ନିର୍ମାଣ କଲେ। ଏହା ମହାପବିତ୍ର ସ୍ଥଳର ଦୈର୍ଘ୍ୟ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ମଡ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା। 9 ସ୍ୱର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ୟ ସୁନାରେ ଆଚ୍ଛାଦନ କଲେ। 10 ଶଲୋମନ ମହାପବିତ୍ର ସ୍ଥାନରେ ସ୍ଥାପନ କରିବା ନିମନ୍ତେ ଦୁଇଟି କିରୂବ ମୂର୍ତ୍ତି ନିର୍ମାଣ କଲେ। କାରିଗରମାନେ ଏହି କିରୁବଦୂତଗଣଙ୍କର ମୂର୍ତ୍ତିଗୁଡ଼ିକୁ ସୁନାରେ ଆଚ୍ଛାଦନ କଲେ। 11 ଏହି କିରୁବଦୂତଗଣଙ୍କ ଡେଣା ପାଞ୍ଚ ହାତ ଲମ୍ବ ଥିଲା। ଡେଣାମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡେଣା କୋଠରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂରରେ ଥିଲା। 12 ଦ୍ୱିତୀୟ କିରୁବଦୂତଗଣର ଗୋଟିଏ ଡେଣା କୋଠରୀର ଆର ପାର୍ଶ୍ୱର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। ଦ୍ୱିତୀୟ କିରୁବଦୂତଗଣର ଅନ୍ୟ ଡେଣାଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡେଣାକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। 13 ଏହି କିରୁବଦୂତଗଣଙ୍କର ଡେଣା ମୋଟରେ କୋଡ଼ିଏ ହାତ ସ୍ଥାନ ଆଚ୍ଛାଦନ କରୁଥିଲା। ଏହି କିରୁବଦୂତଗଣ ମନ୍ଦିର ଆଡ଼କୁ ମୁହଁକରି ଛିଡ଼ା ହୋଇଥିଲେ।
14 ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାମୀ ବସ୍ତ୍ର ବ୍ୟବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବଦୂତଗଣର ଆକୃତି ବୁଣିଲେ।
15 ଶଲୋମନ ମନ୍ଦିରର ସମ୍ମୁଖରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ୍ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା। 16 ଶଲୋମନ ହାର ପରି ଜଞ୍ଜିର ବନାଇଲେ। ଏହି ଜଞ୍ଜିରକୁ ସ୍ତମ୍ଭ ଦୁଇଟିର ଉପରି ଭାଗରେ ରଖିଲେ। ଶଲୋମନ 100ଟି ଡାଳିମ୍ବ ଆକୃତି ଚିତ୍ର ବନାଇଲେ ଏବଂ ସେଗୁଡ଼ିକୁ ଜଞ୍ଜିରରେ ଲଗାଇଲେ। 17 ଏହା ପରେ ଶଲୋମନ ମନ୍ଦିର ସମ୍ମୁଖରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାର୍ଶ୍ୱରେ ଓ ଅନ୍ୟଟି ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହେଲା। ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ତମ୍ଭର ନାମ ଶଲୋମନ “ଯାଖୀନ୍” ରଖିଲେ। ଏବଂ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଶଲୋମନ “ବୋୟସ୍” ରଖିଲେ।
2010 by World Bible Translation Center